Yoga poses for chest and spine strengthening

ନିୟମିତ ଯୋଗ ଅଭ୍ୟାସ କେବଳ ମେରୁଦଣ୍ଡକୁ ନମନୀୟ କରେ ନାହିଁ ବରଂ ଛାତିକୁ ଖୋଲିବା ଏବଂ ଶ୍ୱାସକ୍ରିୟାରେ ଉନ୍ନତି ଆଣିବାରେ ମଧ୍ୟ ସାହାଯ୍ୟ କରେ।

ଯୋଗ ଛାତିର ମାଂସପେଶୀକୁ ମଜବୁତ କରେ ଏବଂ ଛାତିର ଆକାରକୁ ବଢାଇଥାଏ। ଏହା ସହିତ କାନ୍ଧ ଶକ୍ତିଶାଳୀ ହୁଏ ଏବଂ ଶ୍ୱାସକ୍ରିୟାରେ ଉନ୍ନତି ହୁଏ।

ଏମିତି କିଛି ସ୍ୱତନ୍ତ୍ର ଯୋଗାସନ ଅଛି ଯାହାକୁ ଆପଣ ନିଜ ଦୈନନ୍ଦିନ ଜୀବନରେ ଅନ୍ତର୍ଭୁକ୍ତ କରି ଛାତି ଏବଂ ମେରୁଦଣ୍ଡକୁ ସୁସ୍ଥ ଏବଂ ନମନୀୟ ରଖିପାରିବେ। ଆସନ୍ତୁ ଜାଣିବା…

ଭୁଜଙ୍ଗାସନ: ଛାତି ଖୋଲିବା ଏବଂ ମେରୁଦଣ୍ଡକୁ ମଜବୁତ କରିବା ପାଇଁ ଭୁଜଙ୍ଗାସନ ଅତ୍ୟନ୍ତ ଲାଭଦାୟକ। ଏହି ଆସନ ମେରୁଦଣ୍ଡର ନମନୀୟତାକୁ ବଢାଇଥାଏ ଏବଂ ଛାତିକୁ ବିସ୍ତାର କରିଥାଏ

ମାର୍ଜାରୀ ଆସନ: ମେରୁଦଣ୍ଡକୁ ନମନୀୟ କରିବା ଏବଂ ଛାତି ଖୋଲିବାରେ ଏହି ମାର୍ଜାରୀ ଆସନ ବହୁତ ସହାୟକ ହୋଇଥାଏ। ଏହାକୁ ପ୍ରତିଦିନ ଅଭ୍ୟାସ କଲେ ମେରୁଦଣ୍ଡଜନୀତ ସମସ୍ୟା ଦୂର ହୁଏ।

ଧନୁରାସନ: ଏହି ଆସନ ମଧ୍ୟ ଛାତି ଏବଂ ମେରୁଦଣ୍ଡକୁ ଶକ୍ତିଶାଳୀ ଏବଂ ନମନୀୟ କରିବାରେ ସାହାଯ୍ୟ କରେ। ଏହାକୁ ଦୈନିକ ଅଭ୍ୟାସ କଲେ କେବେ ମେରୁଦଣ୍ଡଜନୀତ ସମସ୍ୟା ଭୋଗିବାକୁ ପଡେ ନାହିଁ।

ଉଷ୍ଟ୍ରାସନ: ମେରୁଦଣ୍ଡଜନୀତ ସମସ୍ୟା ଥିଲେ ପ୍ରତିଦିନ ଏହି ଆସନ କରିବା ଦ୍ୱାରା ଏଥିରୁ ମୁକ୍ତି ମିଳେ। ଏହି ଆସନ ମଧ୍ୟ ଛାତି ଏବଂ ମେରୁଦଣ୍ଡକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରେ।