ନୂଆଦିଲ୍ଲୀ:ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଭାରତ-ବାଂଲାଦେଶ ସୀମାରେ ଏକ ବିରଳ ପ୍ରଜାତିର ଝିଟିପିଟି ଜବତ କରାଯାଇଛି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, ଝିଟିପିଟି ପୁଣି ବିରଳ ପ୍ରଜାତିର କ’ଣ ? ହଁ, ଏହି ଝିଟିପିଟି ବିରଳ ପ୍ରଜାତିର ଏବଂ ଦୁର୍ମୂଲ୍ୟ । ହଜାର ବା ଲକ୍ଷ ନୁହେଁ, କୋଟି କୋଟି ଟଙ୍କା ଏହାର ଦାମ୍ । ଏହି ବିରଳ ପ୍ରଜାତି ଝିଟିପିଟିର ନାମ ଟୋକେ ଗେକୋ(Tokay Gecko) । ବିଏସ୍ଏଫ ଜବାନ ୧୪ଟି ଏହି ବିରଳ […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ରେ ଗିରଫ ହୋଇ ମୁମ୍ବାଇ Byculla ଜେଲ୍ରେ ଥିବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ତାଙ୍କ ଜାମିନ ଆବେଦନରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଜାମିନ ପାଇଁ କୋର୍ଟରେ ରିୟା ଆବେଦନ କରିଥିବା ପିଟିସନ୍ରେ ଦର୍ଶାଇଛନ୍ତି, Narcotics Control Bureau (NCB) ର ଜେରା ବେଳେ ଦୋଷ ସ୍ୱୀକାର କରିବା ଭଳି ବୟାନ ଦେବା ପାଇଁ ତାଙ୍କୁ ବାଧ୍ୟ କରାଯାଇଥିଲା। sessions କୋର୍ଟରେ ଦାୟର ହୋଇଥିବା ଜାମିନ […]
ନୂଆଦିଲ୍ଲ: ପୂର୍ବ ଲଦାଖ ଅଞ୍ଚଳରେ ସୀମା ବିବାଦକୁ ନେଇ ଚୀନ-ଭାରତ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏପରି ପରିସ୍ଥିତିରେ ରାଫେଲ ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରାଯାଇଛି। ୫ଟି ରାଫେଲ ଲଢୁଆ ଯୁଦ୍ଧ ବିମାନକୁ ଗୁରୁବାର ହରିୟାଣାର ଅମ୍ବାଲା ଏୟାରବେସରେ ଔପଚାରିକ ଭାବେ ବାୟୁସେନାର ଏକ ସ୍ୱତନ୍ତ୍ର ଉତ୍ସବରେ ସାମିଲ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଫ୍ରାନ୍ସ ପ୍ରତିରକ୍ଷା ଫ୍ଲୋରେନ୍ସ ପାର୍ଲେ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ସିଡିଏସ୍ ବିପିନ୍ ରାୱତ ଓ ବାୟୁସେନା ମୁଖ୍ୟ […]
ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବା ପାଇଁ ରାଜଧାନୀରେ ଲାଗୁ ହେବ ଗଞ୍ଜାମ ଫର୍ମୂଲା। ଭୁବନେଶ୍ୱରରେ ସଂକ୍ରମଣ ରୋକିବାକୁ ବ୍ୟାପକ ହେଲଥ ସ୍କ୍ରିନିଂ କରାଯିବ। ଏଥିପାଇଁ ୫୬୫ ଟି ରାପିଡ୍ ରେସପନ୍ସ ଟିମ୍ ଗଠନ କରାଯାଇଛି। ଏମାନେ ବସ୍ତି ଓ ଅନ୍ୟ ଅଞ୍ଚଳରେ ହେଲଥ ସ୍କ୍ରିନିଂ କରିବେ। ସେହିପରି ହୋମ ଆଇସୋଲେସନରେ ଥିବା ସଂକ୍ରମିତଙ୍କ ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବ ବିଏମସି। ହୋମ ଆଇସୋଲେସନରେ ଥିବା ଲୋକଙ୍କ ସହ ଭିଡିଓ ଜରିଆରେ ରୋଗୀଙ୍କୁ ପରାମର୍ଶ ଦିଆଯିବ। କରୋନା ଲକ୍ଷଣ […]
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହା ମଧ୍ୟରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ସାଧାରଣ ଲୋକଙ୍କ ପାଖରେ କରୋନା ଭ୍ୟାକସିନ୍ କେବେ ପହଞ୍ଚିବ। କିନ୍ତୁ ଏବେ ଭ୍ୟାକସିନକୁ ନେଇ ଆସିଛି ଆସିଛି ଦୁଃଖଦ ଖବର। ଭାରତରେ ଏବେ କୋଭିସିଲ୍ଡ ଭ୍ୟାକସିନର ଟ୍ରାଏଲକୁ ସ୍ଥଗିତ କରିଦିଆଯାଇଛି। ଆମେରିକା ଅକ୍ସଫୋର୍ଡ କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଭ୍ୟାକସିନର ଟ୍ରାଏଲକୁ ବନ୍ଦ କରିବା ନେଇ ଘୋଷଣା କରିଛି ସେରମ୍ ଇନଷ୍ଟିଚ୍ୟୁଟ୍। ଏ ନେଇ ସେରମ୍ […]
ନୂଆଦିଲ୍ଲୀ: ଜଣାଶୁଣା ଅଭିନେତା ଓ ବିଜେପି ନେତା ପରେଶ ରାୱଲଙ୍କୁ ନ୍ୟାଶନାଲ୍ ସ୍କୁଲ୍ ଅଫ୍ ଡ୍ରାମାର (NSD) ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଖୋଦ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରେଶ ରାୱଲଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି। ବିଶେଷ କଥା ହେଉଛି, ପରେଶ ରାୱଲ ଏହି ଇନଷ୍ଟିଚ୍ୟୁଟରୁ ଅଧ୍ୟୟନ କରିସାରିଛନ୍ତି। ବିଜେପିର ପୂର୍ବତନ ଲୋକସଭା ସାଂସଦ ପରେଶ ରାୱଲ ଏବେ ରାଜସ୍ଥାନର ପ୍ରଖ୍ୟାତ କବି ଅର୍ଜୁନ ଦେବ ଚରଣଙ୍କ ସ୍ଥାନ ନେବେ। ଅର୍ଜୁନ ଦେବ ୨୦୧୮ରୁ […]
ଭୁବନେଶ୍ୱର: ଆଜି ରାଜ୍ୟରେ ୨୭୦୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ୧ ଲକ୍ଷ ୮ ହଜାର ୧ ଜଣ ଆରୋଗ୍ୟ ଲାଭ କରି ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ କଟକ ଜିଲ୍ଲାରୁ ସର୍ବାଧିକ ୪୧୧ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୫୪, ମୟୂରଭଞ୍ଜରୁ ୨୩୩, ଗଞ୍ଜାମରୁ ୧୭୩, ନୟାଗଡ଼ରୁ ୧୫୨, […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ଯୁ ମାମଲାରେ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚିଛି। ଫଳରେ ରିୟା ଆଜି ମଧ୍ୟ ମୁମ୍ବାଇର ବାଏକୁଲା ଜେଲରେ ରାତି କାଟିବେ। ରିୟାଙ୍କ ସହ ତାଙ୍କ ଭାଇ ସୋୱିକ୍ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ପୂର୍ବତନ ହାଉସ୍ ମ୍ୟାନେଜର ସାମୁଏଲ ମିରାଣ୍ଡା, ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ଅନ୍ୟ ୩ ଅଭିଯୁକ୍ତ ଅବ୍ଦୁଲ ବସିତ, ଜାଏଦ ଭିଲାତ୍ରା ଓ ଦୀପେଶ ସାୱନ୍ତଙ୍କ ଜାମିନ ଶୁଣାଣି ଆସନ୍ତାକାଲିକୁ […]
ନୂଆଦିଲ୍ଲୀ: ଆଜି ବାହାରି ପାରେ JEE (Main)ରେଜଲ୍ଟ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି(NTA) ଦ୍ୱାରା ପରିଚାଳିତ ଏହି ପରୀକ୍ଷାର ରେଜଲ୍ଟ ଆଜି ବାହାରିବ ବୋଲି ଆଶା କରାଯାଉଛି। ଛାତ୍ରଛାତ୍ରୀମାନେ jeemain,nta.nic.in ୱେବ୍ସାଇଟ୍କୁ ଯାଇ ରେଜଲ୍ଟ ଜାଣିପାରିବେ। (JEE) Main ରେଜଲ୍ଟ ବାହାରିବାର ଗୋଟିଏ ଦିନ ପରେ JEE (Advanced) ରେଜଲ୍ଟ ବାହାରିପାରେ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ NIT, IIIT ସମେତ ଅନ୍ୟ ଶିକ୍ଷାନୁଷ୍ଠାନରେ ଆଡମିଶନ୍ ପ୍ରକ୍ରିୟାରେ ଭାଗ ନେଇପାରିବେ। ଲକ୍ଡାଉନ୍ ଯୋଗୁ ପରୀକ୍ଷା ବାତିଲ ହୋଇଥିଲା। ତେବେ […]
ମୁମ୍ବାଇ: ବଲିଉଡ୍ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଫିଟ୍ନେସ୍କୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। କାରଣ ୫୩ ବର୍ଷ ବୟସରେ ବି ସେ ପୂରାପୂରି ଫିଟ୍ ଦେଖାଯାଉଛନ୍ତି। ଫିଟ୍ନେସ୍କୁ ନେଇ ଅକ୍ଷୟ ମଧ୍ୟ ସବୁବେଳେ ସତର୍କ ଥାଆନ୍ତି। ଏସବୁ ଭିତରେ ତାଙ୍କର ଫିଟ୍ନେସ୍କୁ ନେଇ ଏକ ରାଜ୍ ଏବେ ସାମ୍ନାକୁ ଆସିଛି। ପ୍ରତ୍ୟେକ ଦିନ ଅକ୍ଷୟ ଗୋମୂତ୍ର ପିଅନ୍ତି। ଏକ ଲାଇଭ୍ ଚାଟ୍ ସମୟରେ ଏଭଳି କିଛି ଖୁଲାସା କରିଛନ୍ତି ନିଜେ ଅକ୍ଷୟ। ଆୟୁର୍ବେଦିକ କାରଣ ଯୋଗୁ […]
ନୂଆଦିଲ୍ଲୀ: ଦେଶରେ ମାଡ଼ି ଚାଲିଛି କରୋନା । ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ଦିନକରେ ୯୬,୫୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ୨୪ ଘଣ୍ଟାରେ ୧,୨୦୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭୬,୨୭୧କୁ ଛୁଇଁଛି। ଆଜିର ତଥ୍ୟ ଅନୁସାରେ, ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ଲକ୍ଷ ୬୨ ହଜାର ୪୧୫କୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ […]
ନୂଆଦିଲ୍ଲୀ: ଦୀର୍ଘ ୪ ମାସର ବିବାଦ ପରେ ଭାରତ ଓ ଚୀନ୍ ଏଥିରେ ପୂର୍ଣ୍ଣଛେଦ ପକାଇବାକୁ ଉଦ୍ୟମ କରିଛନ୍ତି । ଏଥିଲାଗି ପଞ୍ଚସୂତ୍ରୀ ସହମତି ପ୍ରକାଶ କରିଛନ୍ତି ଦୁଇ ଦେଶ । ରୁଷର ମସ୍କୋରେ ଅନୁଷ୍ଠିତ ଏସିିଓ ବୈଦେଶିକ ବ୍ୟାପାର ମନ୍ତ୍ରୀସ୍ତରୀୟ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଚୀନ୍ ପ୍ରତିପକ୍ଷ ଓ୍ୱାଙ୍ଗ ୟି ଦୁଇ ଘଣ୍ଟା ଧରି ଆଲୋଚନା କରି ସୀମାରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ କରିବାକୁ ପଞ୍ଚସୂତ୍ରୀ ସହମତି ପ୍ରକାଶ କରିଛନ୍ତି। […]