• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

kangna
କଙ୍ଗନାଙ୍କୁ ମିଳିଲା Y ପ୍ଲସ୍ ଶ୍ରେଣୀ ସୁରକ୍ଷା ବ୍ୟବସ୍ଥା

ମୁମ୍ବାଇ: ସୁଶାନ୍ତି ସିଂହ ରାଜପୁତ୍ କଙ୍ଗନା ରନାୱତ ଏବଂ ଶିବସେନା ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଶେଷ ହେବାର ନାଁ ନେଉନାହିଁ। ଏହା ବିବାଦ ମଧ୍ୟରେ ଅଭିନେତ୍ରୀ କଙ୍ଗନା ଆସନ୍ତା ୯ ତାରିଖରୁ ମୁମ୍ବାଇ ପହଞ୍ଚୁଛନ୍ତି। ତେବେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତଙ୍କ ସହ ବିବାଦ ବଢ଼ିବା ପରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ କଙ୍ଗନାଙ୍କୁ Y ପ୍ଲସ୍ ଶ୍ରେଣୀ ସୁରକ୍ଷା ବ୍ୟବସ୍ଥା ମିଳିଛି। Y ପ୍ଲସ୍ ଶ୍ରେଣୀ ସୁରକ୍ଷା ବ୍ୟବସ୍ଥାରେ ଜଣେ କିମ୍ବା ୨ କମାଣ୍ଡୋଙ୍କ ସହ […]

commoando
SSF କମାଣ୍ଡୋ ନିମା ତେନଜିନଙ୍କୁ ଅଶ୍ରୁଳ ବିଦାୟ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାରେ ସହିଦ ହୋଇଥିବା ସ୍ପେଶାଲ୍ ଫ୍ରଣ୍ଟିୟର ଫୋର୍ସ କମାଣ୍ଡୋ ନିମା ତେନଜିନଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି। ଲେହରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ତେନଜିନଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଯବାନଙ୍କ ମରଶରୀରକୁ SSFର ସ୍ୱତନ୍ତ୍ର ଟ୍ରକରେ ଏସକର୍ଟ କରି ଲେହକୁ ଅଣାଯାଇଥିଲା। ତେନଜିନଙ୍କ ମରଶରୀରକୁ ଉଭୟ ତ୍ରିରଙ୍ଗା ଏବଂ ତିବ୍ଦତୀୟ ଜାତୀୟ ପତାକାରେ ଘୋଡାଇ ସୋନମଲିଙ୍ଗ ତିବ୍ଦତୀୟ ବସ୍ତିରେ ଥିବା ଘରକୁ ନିଆଯାଇଥିଲା। ପରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବା ସହ ସମ୍ପୂର୍ଣ୍ଣ […]

rhea
ରିୟାଙ୍କୁ ପୁଣି ମାରାଥନ ଜେରା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଫସିଥିବା ବାନ୍ଧବୀ ରିୟା ଚକ୍ରବର୍ତ୍ତିଙ୍କୁ କ୍ରମାଗତ ୨ୟ ଦିନରେ ଜେରା କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB)। ଭାଇ ସୌଭିକ ଚକ୍ରବର୍ତ୍ତି ସମେତ ସୁଶାନ୍ତଙ୍କ ଘରୋଇ ସହାୟକ ସାମୁଏଲ୍ ମିରାଣ୍ଡା ଏବଂ ଡ୍ରଗ୍ସ ସିଣ୍ଡିକେଟର ଅନ୍ୟତମ ସକ୍ରିୟ ସଦସ୍ୟ ବସିତ୍ ସହ ଅଭିନେତ୍ରୀ ରିୟାଙ୍କୁ ବସାଇ ମାରାଥନ ଜେରା କରିଛି ଏନସିବି। ଗତକାଲି ୬ ଘଣ୍ଟା ଧରି ଜେରା କରିଥିବା ଏନସିବି ଆଜି ପୁଣି ୮ ଘଣ୍ଟା […]

riya
ସୁୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ବିରୋଧରେ ମାମଲା ଦାଏର କଲେ ରିୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ମାରାଥନ ଜେରା କରାଯାଉଛି। ଅନ୍ୟପକ୍ଷେ ରିୟା ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି। ରିୟାଙ୍କ ଓକିଲଙ୍କ କହିବା ଅନୁଯାୟୀ, ପ୍ରିୟଙ୍କା ସିଂହ, ରାମ ମନୋହର ଲୋହିଆ ଡାକ୍ତରଖାନାର ଡାକ୍ତର ତରୁଣ କୁମାର ଏବଂ ଅନ୍ୟମାନଙ୍କ ବିରୋଧରେ ମୁମ୍ବାଇ ପୋଲିସରେ ଅଭିଯୋଗ କରାଯାଇଛି। ଜାଲିଆତି, ଏନଡିପିସି ଆକ୍ଟ ଏବଂ ଟେଲି ମେଡ଼ିସିନ୍‌ ପ୍ରାକ୍ଟିସ୍‌ ଗାଇଡଲାଇନ୍ସ ୨୦୨୦ର ଉଲ୍ଲଘଂନ ନେଇ ଅଭିଯୋଗ […]

dinosaur
ହଜାର ବର୍ଷ ତଳେ ଡାଇନୋସର ବି ହୋଇଥିଲେ କ୍ୟାନ‌ସରର ଶୀକାର

ୱାଶିଂଟନ: କ୍ୟାନସର ପରି ବିପଜ୍ଜନକ ରୋଗରୁ ଏ ପର୍ଯ୍ୟନ୍ତ ମଣିଷକୁ ମୁକ୍ତି ମିଳିନି। ପ୍ରାରମ୍ଭିକ ପର୍ଯ୍ୟାୟରେ ଯଦି ଜଣା ପଡି ଯାଏ ତେବେ ଭଲ ହୋଇଯିବାର ସମ୍ଭାବନା ରହିଛି। ନଚେତ୍ ଏହା ମାରାତ୍ମକ ହୋଇପାରେ। କ୍ୟାନସର ପରି ରୋଗ ଯେ କୌଣସି ବ୍ୟକ୍ତିଙ୍କୁ ହୋଇପାରେ। କାରଣ ଏହା ଜଣେ ମଣିଷର ଖାଦ୍ୟପେୟ ଉପରେ ନିର୍ଭର କରିଥାଏ। ତେବେ କ୍ୟାନସରକୁ ନେଇ ଏକ ଆଶ୍ଚର୍ଯ୍ୟ ଜନକ ତଥ୍ୟ ସାମ୍ନାକୁ ଆସିଛି। କ୍ୟାନସର ଏଇ କେତେ ବର୍ଷର ରୋଗ ନୁହେଁ। […]

border
୪୫ ବର୍ଷ ପରେ ଭାରତ-ଚୀନ୍ ସୀମାରେ ଗୁଳିମାଡ଼!

ନୂଆଦିଲ୍ଲୀ: ଏଲ୍ଏସିରେ ଭାରତ ଓ ଚୀନ୍ ମଧ୍ୟ ଲଗାତର ସ୍ଥିତି ଖରାପ ହେବାରେ ଲାଗିଛି। ପ୍ରାୟ ତିନିମାସ ଧରି ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ଉତ୍ତେଚନା ଥମିବାର ନାଁ ନେଉନାହିଁ। ସୋମବାର ବିଳମ୍ବିତ ରାତିରେ ପାଙ୍ଗଙ୍ଗ ଅଞ୍ଚଳରେ ଏଲଏସି ନିକଟରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଦକ୍ଷିଣ ପାଙ୍ଗଙ୍ଗ ଅଂଚଳରେ ଚୀନ ସେନା ଅନୁପ୍ରବେଶ ଉଦ୍ୟମ କରୁଥିବାବେଳେ ଭାରତ ସେନା ଏହାର କଡ଼ା ଜବାବ ଦେଇଥିଲା। ଭାରତୀୟ […]

covid19
କମିଲା ଆକ୍ରାନ୍ତଙ୍କ ସଂଖ୍ୟା, କିନ୍ତୁ ଦିନକରେ ରେକର୍ଡ ସଂଖ୍ୟକ ମୃତ୍ୟୁ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଥିଲା। କିନ୍ତୁ ଏହା ତୁଳନାରେ ସୋମବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପାଇଛି। ଦେଶରେ ଗତ ୨୪ ଘଣ୍ଟା ଭିତରେ ୭୫,୮୦୯ ପଜିଟିଭ୍ ଚିହ୍ନଟ ହୋଇଛି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୮୦,୪୨୩ରେ ପହଞ୍ଚିଛି। ଗତ ଦୁଇ ଦିନ ହେବ ଲଗାତର ୯୦ହଜାରରୁ ଅଧିକ କରୋନାରେ ଆକ୍ରାନ୍ତ ହେଇଥିଲେ। ତେବେ ଦେଶରେ ଗତ ୨୪ ଘଣ୍ଟାରେ ମୋଟ […]

riya
ଗିରଫ ହେଲେ ରିୟା ଚକ୍ରବର୍ତ୍ତି

ମୁମ୍ବାଇ: ଶେଷରେ ଯାହା ଆଶଙ୍କା କରାଯାଉଥିଲା, ସେୟା ଘଟିଲା। ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତି ଗିରଫ ହୋଇଛନ୍ତି। ତିନିଦିନର ମାରାଥନ ଜେରା ପରେ ଆଜି ରିୟାଙ୍କୁ ଗିରଫ କରିଛି ନାର୍କୋଟିସ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)। ରିୟାଙ୍କ ବିରୋଧରେ ଡ୍ରଗ୍ସ ନେବା ସହ ଆଉ କିଛି ଗୁରୁତର ଅଭିଯୋଗ ଆସିଥିଲା, ଯେଉଁ ମାମଲାରେ ଏନସିବି ତାଙ୍କୁ ଲଗାତର ଜେରା କରିଆସୁଥିଲା। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିୟାଙ୍କ ଗିରଫଦାରୀକୁ ନେଇ ପ୍ରଶଂସକ ଦୀର୍ଘ ଦିନ ଧରି ଅପେକ୍ଷା […]

vaccine
ଖୁସିଖବର, ସାଧାରଣ ଲୋକଙ୍କ ପାଇଁ ଲଞ୍ଚ୍ ହେଲା ପ୍ରଥମ କରୋନା ଭ୍ୟାକସିନ୍

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆସିଲା ଖୁସି ଖବର। ରୁଷ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା କରୋନା ଭ୍ୟାକସିନ୍ ସ୍ପୁଟନିକ୍-V ଏବେ ସାଧାରଣ ଲୋକଙ୍କ ପାଇଁ ଲଞ୍ଚ କରାଯାଇଛି। ରୁଷ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହାର ସୂଚନା ଦିଆଯାଇଛି। ଏହି କରୋନା ଭ୍ୟାକସିନ୍ ପ୍ରାଥମିକ ପର୍ଯ୍ୟାୟରେ ଭଲ ରେଜଲ୍ଟ ଦେଉଥିବା କୁହଯାଉଛି। ତେଣୁ ଏହି ଭ୍ୟାକସିନ୍ ଏବେ ଭାରତ ସମେତ ଦୁନିଆର ୫ଟି ଦେଶରେ କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ପଠାଯିବ ବୋଲି ରୁଷ୍ ସ୍ପଷ୍ଟ କରିଛି।   ଗମୋଲିୟା […]

rhea 11
ରିମାଣ୍ଡରେ ଯାଇନପାରନ୍ତି ରିୟା

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ନାର୍କୋଟିସ୍ କଣ୍ଟ୍ରୋଲ୍ ବ୍ୟୁରୋ (NCB) ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ତିନି ଦିନର ମାରାଥନ ଜେରା ପରେ ଆଜି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ NCB ଗିରଫ କରିଛି। ରିୟାଙ୍କ ବିରୋଧରେ ଡ୍ରଗ୍ସ ନେବା ସହ ଆଉ କିଛି ଗୁରୁତର ଅଭିଯୋଗ ଆସିଥିଲା, ଯେଉଁ ମାମଲାରେ ଏନସିବି ତାଙ୍କୁ ଲଗାତର ଜେରା କରି ଆସୁଥିଲା। ଅଧିକ ପଚରାଉଚରା ପାଇଁ NCB […]

indo-china
ପୁଣି ଚୀନ୍‌‌କୁ ଝଟ୍‌‌କା: ଚୀନ କମ୍ପାନୀକୁ ଅଯୋଗ୍ୟ ଘୋଷିତ କଲା NHAI

ନୂଆଦିଲ୍ଲୀ:ଭାରତ ଏବଂ ଚୀନ ମଧ୍ୟରେ ଦେଖା ଦେଇଥିବା ସୀମା ବିବାଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ଅଧିକାରୀ (National Highway Authority of India) ଚୀନର ଏକ କମ୍ପାନୀକୁ ଅଯୋଗ୍ୟ ଘୋଷିତ କରି ଦେଇଛନ୍ତି । ପଶ୍ଚିମବଙ୍ଗର ଗଙ୍ଗା ନଦୀ ଉପରେ ନିର୍ମାଣାଧୀନ ଏକ ପୋଲର ଗାର୍ଡର ଭାଙ୍ଗିବା ଘଟଣାରେ ଏହି କମ୍ପାନୀର ସଂପୃକ୍ତି ଥିବା ଲକ୍ଷ୍ୟ କରି ଏପରି ନିଷ୍ପତ୍ତି ନିଆଯାଇଛି । ଆଗାମୀ ୩ ବର୍ଷ ପାଇଁ NHAI ର କୌଣସି […]

mugal garden
ସଜେଇ ହେଉଛି ମୋଗଲ ଗାର୍ଡେନ

ଶ୍ରୀନଗର: ଲକ୍ ଡାଉନ୍ ହଟିବା ପରେ ସ୍ବାଭାବିକ ହେଉଛି ଜୀବନଯାତ୍ରା। ଜାମ୍ମୁ ଓ କାଶ୍ମୀରରେ ଥିବା ମୋଗଲ ଗର୍ଡେନକୁ ଏବେ ସୁନ୍ଦର ଭାବେ ସଜା ଗଲାଣି ପର୍ଯ୍ୟଟକଙ୍କ ପାଇଁ। ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି । ତା ଛଡ଼ା ବିଶ୍ୱ ଐତିହ୍ୟରେ କିପରି ମୋଗଲ ଗାର୍ଡେନ ସ୍ଥାନ ପାଇବ ସେଥିଲାଗି ମଧ୍ୟ କରାଯାଉଛି ଉଦ୍ୟମ । ଧୀରେ ଧୀରେ ସ୍ବାଭାବିକ ହେଉଛି ଭାରତର ଭୂସ୍ବର୍ଗ କୁହାଯାଉଥିବା କାଶ୍ମୀର ସହର। କରୋନା କଟକଣା ପ୍ରତ୍ୟାହାର ହେବା ପରେ […]

ସେପ୍ଟେମ୍ବର ୨୧ରୁ ଖୋଲିବ ସ୍କୁଲ୍‌, କେବଳ ଏହି କ୍ଲାସ୍‌ର ଛାତ୍ରଛାତ୍ରୀ ହିଁ ଯାଇପାରିବେ ସ୍କୁଲ୍‌

ନୂଆଦିଲ୍ଲୀ: ଆସନ୍ତା ୨୧ ତାରିଖରୁ ଆଂଶିକ ଭାବେ ସ୍କୁଲ୍‌ ଖୋଲିବା ନେଇ ଗ୍ରୀନ୍ ସିଗ୍ନାଲ୍ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ Standard Operating Procedure(SOP) ଜାରି ହୋଇଛି। କେବଳ କଣ୍ଟେନ୍‌ମେଣ୍ଟ ଜୋନ୍ ବାହାରେ ହିଁ ସ୍କୁଲ ଖୋଲାଯାଇ ପାରିବ ବୋଲି SOPରେ ସ୍ପଷ୍ଟ କରାଯାଇଛି। ସେହିପରି କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହିଁ ସ୍କୁଲ ଯିବା ପାଇଁ ଅନୁମତି ଦିଆଯାଇଛି। ଅଭିଭାବକଙ୍କ ପରାମର୍ଶ ଏବଂ ଶିକ୍ଷକଙ୍କ ଲିଖିତ ଅନୁମତି ପରେ ହିଁ ଛାତ୍ରଛାତ୍ରୀ ସ୍କୁଲ ଯାଇପାରିବେ। […]

rhea chakraborty
ମିଳିଲାନି ଜାମିନ୍‌, ବିଚାର ବିଭାଗୀୟ ହାଜତକୁ ଗଲେ ରିୟା

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ରେ ଗିରଫ ହୋଇଥିବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କୁ ୧୪ ଦିନ ପାଇଁ ଅର୍ଥାତ୍‌ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗିରଫ ପରେ ଗତକାଲି Narcotics Control Bureau(NCB) ଲକ୍ଅପ୍‌ରେ ରାତି କାଟିବା ପରେ ଆଜି ତାଙ୍କୁ ମୁମ୍ବାଇର Byculla ଜେଲ୍‌କୁ ପଠାଯିବ। ମହାରାଷ୍ଟ୍ର ଜେଲ୍ ମାନୁଆଲ୍ ନିୟମ ଅନୁସାରେ, ରାତିରେ କଏଦୀଙ୍କୁ ଜେଲ୍‌କୁ ନିଆଯାଏ ନାହିଁ। […]

ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ କରୋନା ଭ୍ୟାକ୍‌ସିନ୍‌ର ପରୀକ୍ଷଣ ସ୍ଥଗିତ

ନୂଆଦିଲ୍ଲୀ: ଆଷ୍ଟ୍ରାଜେନେକା(AstraZeneca) ଓ ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ କରୋନା ଭ୍ୟାକ୍‌ସିନ୍‌ର ପରୀକ୍ଷଣ ସ୍ଥଗିତ ରଖାଯାଇଛି। ଭ୍ୟାକ୍‌ସିନ୍‌ର ଟ୍ରାଏଲ ବେଳେ ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିବାରୁ ପରୀକ୍ଷଣକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ହ୍ୟୁମାନ୍‌ ଟ୍ରାଏଲର ତୃତୀୟ ପର୍ଯ୍ୟାୟରେ ଥିବାବେଳେ ଭ୍ୟାକ୍‌ସିନ୍ ନେବା ପରେ ଜଣେ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ଏହାକୁ ତର୍ଜମା କରିବା ଲାଗି ବର୍ତ୍ତମାନ ପାଇଁ ପରୀକ୍ଷଣ ବନ୍ଦ ରଖାଯାଇଛି। ନିୟମିତ ସମୀକ୍ଷା କରାଯାଉଥିବାରୁ ପରୀକ୍ଷଣ ସ୍ଥଗିତ […]

suspects terrorists arrested
ଜବାହର ଟନେଲ୍ ନିକଟରୁ ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ; ରାଇଫଲ୍‌, IED ବକ୍ସ ଜବତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର କୁଲ୍‌ଗାମ ଜିଲ୍ଲାରେ ଥିବା ଜବାହର ଟନେଲ୍‌(ସୁଡ଼ଙ୍ଗ) ନିକଟରୁ ୨ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି। ଗୁଇନ୍ଦା ସୂଚନା ମିଳିବା ପରେ, ଗତକାଲି ମଧ୍ୟରାତ୍ରରେ ଜାମ୍ମୁରୁ ଶ୍ରୀନଗର ଆସୁଥିବା ଗୋଟିଏ ଟ୍ରକ୍‌କୁ ରାଜ୍ୟ ପୋଲିସ ଓ ସୁରକ୍ଷାକର୍ମୀମାନେ ଜବାହର ସୁଡ଼ଙ୍ଗ ନିକଟରେ ଅଟକାଇଥିଲେ। ଏହାସହ ଟ୍ରକ୍‌ ଡ୍ରାଇଭର ଓ ଏଥିରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଥିଲା। ସେମାନଙ୍କୁ ଜେରା କରିବାରୁ ଉଭୟେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ବୋଲି […]

kangana ranaut
ରାଣୀ ଲକ୍ଷ୍ମୀବାଈଙ୍କ ପଥ ଅନୁସରଣ କରି ଚାଲିବି; ନା କାହାକୁ ଡରିବି, ନା ନଇଁବି: କଙ୍ଗନା

ମୁମ୍ବାଇ: ବିବାଦ ଭିତରେ ଆଜି ମୁମ୍ବାଇ ଫେରୁଛନ୍ତି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରନାୱତ୍‌। ଆଜି ସକାଳେ ସେ ହିମାଚଳ ପ୍ରଦେଶର ମନାଲିରୁ ଆସି ଚଣ୍ଡୀଗଡ଼ରେ ପହଞ୍ଚିଥିଲେ। ସେଠାରୁ ସେ ଅପରାହ୍ଣ ୧୨ଟା ୧୫ରେ ବିମାନ ଯୋଗେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। କେନ୍ଦ୍ର ସରକାର ଯୋଗାଇ ଦେଇଥିବା Y ପ୍ଲସ୍ ସୁରକ୍ଷା ବ୍ୟବସ୍ଥାରେ ସେ ମୁମ୍ବାଇ ଆସୁଛନ୍ତି। ଆଜି ସକାଳେ କଙ୍ଗନା ଘରୁ ବାହାରିବା ପୂର୍ବରୁ ହିମାଚଳପ୍ରଦେଶ ହମୀରପୁର୍‌ ଜିଲ୍ଲାର କୋଠି ଅଞ୍ଚଳରେ ଥିବା ଏକ ମନ୍ଦିରରେ […]