ନୂଆଦିଲ୍ଲୀ: ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୩,୮୯୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୧,୧୧୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେପଟେ ଦିନକରେ ୮୯,୭୦୬ ଜଣ ଆକ୍ରାନ୍ତ ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ଲକ୍ଷ ୭୦ ହଜାର ୧୨୯କୁ ବୃଦ୍ଧି ପାଇଛି। ତେବେ ୩୩ ଲକ୍ଷ ୯୮ ହଜାର ୮୪୫ ଜଣ ସୁସ୍ଥ ହୋଇ […]
ମୁମ୍ବାଇ: ବିବାଦ ଭିତରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନାୱତ୍ ଆଜି ଆଜି ମୁମ୍ବାଇ ଫେରୁଥିବା ବେଳେ ମୁମ୍ବାଇ ପାଲି ହିଲ୍ସ ସ୍ଥିତ କଙ୍ଗନାଙ୍କ ମଣିକର୍ଣ୍ଣିକା ଫିଲ୍ମ ଅଫିସ୍କୁ Brihanmumbai Municipal Corporation (BMC) ପକ୍ଷରୁ ଭଙ୍ଗା ଯାଇଛି। କଙ୍ଗନାଙ୍କ ଅଫିସ୍ ଓ ଘର ବେଆଇନ୍ ଭାବେ ନିର୍ମାଣ ହୋଇଥିବା ନେଇ ଗତକାଲି BMC ନୋଟିସ୍ କରିଥିଲା। ଅନ୍ୟପକ୍ଷରେ, ଏହି ଘଟଣାକୁ ଅଭିନେତ୍ରୀ କଙ୍ଗନା ତୀବ୍ର ସମାଲୋଚନା କରିଛନ୍ତି। ବିଏମ୍ସି ପକ୍ଷରୁ ମଣିକର୍ଣ୍ଣିକା ବିଲ୍ଡିଂ ଭଙ୍ଗା ଯିବାର ଫଟୋ […]
ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ଏଲ୍ଏସିରେ ଗୁଳି ଫୁଟିବା ପରେ ସାମ୍ନାକୁ ଆସିଛି ଘଟଣା ପଛର ଚିତ୍ର ।ସଶସ୍ତ୍ର ହତିଆର ସହ ଭାରତୀୟ ପୋଷ୍ଟ ଆଡ଼କୁ ଚୀନ୍ ସେନା ମାଡି ଆସୁଥିବାର ଫଟୋ ସାମ୍ନାକୁ ଆସିଛି । ମିଡ଼ିଆରେ ଜାରି ଫଟୋରୁ ଜଣା ଯାଇଛି, ପିଏଲ୍ଏର ପ୍ରତ୍ୟକ ସୈନିକ ହାତରେ ଅସ୍ତ୍ରଶସ୍ତ୍ର ଧରିଛନ୍ତି । ପ୍ରାୟ ୫୦ରୁ ଅଧିକ ଚୀନ୍ ସୈନିକ ହାତରେ ଲୁହା ରଡ୍, ବାର୍ଛା, ତେଣ୍ଟା ଧରି ଭାରତୀୟ ପୋଷ୍ଟ ଆଡକୁ ଆସୁଛନ୍ତି ଏଥିରୁ ଅନୁମାନ […]
ନୂଆଦିଲ୍ଲୀ: ଦେଶକୁ ସୁରକ୍ଷା ଯୋଗାଉ ଯୋଗାଉ ଟଳି ପଡ଼ିଥିଲେ ଯବାନ ଭୂପିନ୍ଦର ଚୌହାନ । ସହୀଦ ଭୂପିନ୍ଦରଙ୍କ ମରଶରୀର ତାଙ୍କ ଜନ୍ମମାଟିରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ରାଜକୀୟ ସମ୍ମାନର ସହ ତାଙ୍କର ଅନ୍ତମ ସଂସ୍କାର କରାଯିବ । ଅନ୍ତିମ ଯାତ୍ରାରେ ହଜାର ହଜାର ଲୋକ ପହଞ୍ଚୁଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ସହିତ ଯବାନ ଏବଂ ଲୋକ ପ୍ରତିନିଧି ମଧ୍ୟ ପହଞ୍ଚିଛନ୍ତି । ସୂଚନାଥାଉ କି, ଚରଖି ଦାଦରୀ ଜିଲ୍ଲାର ବାସ୍ ଗ୍ରାମର […]
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରର ଆନ୍ଧ୍ର ଉପକୂଳରେ ଆସନ୍ତା ୧୩ ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଘୁଚାପ ଦକ୍ଷିଣ ଓଡ଼ିଶାରେ ପ୍ରଭାବ ପକାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ସୂଚନାଥାଉ କି, ନିକଟରେ ଲଗାତାର ୩ଟି ଲଘୁଚାପ ସୃଷ୍ଟି ହେବା ଫଳରେ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।
bollywood Actress Kangana Ranaut arrives at Mumbai's Chhatrapati Shivaji Maharaj International Airport
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ମୁମ୍ବାଇରେ ପହଞ୍ଚିବା ମାତ୍ରକେ ନିଜର ଦମ୍ ଦେଖାଇଛନ୍ତି। କଙ୍ଗନା ନିଜର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନାଁ ନେଇ ତାଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। କଙ୍ଗନା କହିଛନ୍ତି, ଉଦ୍ଧବ ଠାକରେ ତୁମକୁ କ’ଣ ଲାଗୁଛି, ତୁମେ ଫିଲ୍ମ ମାଫିଆଙ୍କ ସହ ମିଶି ମୋ ଘର ଭାଙ୍ଗି ମୋ’ଠାରୁ ବହୁତ ବଡ଼ ପ୍ରତିଶୋଧ ନେଇଛ। ଆଜି ତୁମେ ମୋ ଘର ଭାଙ୍ଗିଛ, […]
ନୂଆଦିଲ୍ଲୀ:ପୂର୍ବ ଲଦାଖର ଏଲଏସିରେ ଭାରତ-ଚୀନ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗି ରହିଥିବାବେଳେ ଭାରତ କିନ୍ତୁ ବନ୍ଧୁତାର ହାତ ଛାଡ଼ିନି । ମଙ୍ଗଳବାର ଅରୁଣାଚଳ ପ୍ରଦେଶ ସୀମାରେ ଚୀନ ପଟୁ ପଶି ଆସିଥିବା ୧୩ଟି ୟାକ୍ ଏବଂ ୪ଟି ଶାବକଙ୍କୁ ଫେରାଇ ଦେଇଛି । ଏମାନେ ସମସ୍ତେ ଏଲଏସି ପାର ହୋଇ ଅରୁଣାଚଳ ପ୍ରଦେଶକୁ ପଶି ଆସିଥିଲେ । ଭାରତୀୟ ସେନା ପକ୍ଷରୁ ଏ ନେଇ ସୂଚନା ଦିଆଯାଇ କୁହାଯାଇଛି, ଚୀନ ପଟୁ ପଶି ଆସିଥିବା ୟାକମାନଙ୍କୁ ଫେରାଇ […]
ହାଇଦ୍ରାବାଦ: ହିନ୍ଦି ଟିଭି ଇଣ୍ଡଷ୍ଟ୍ରୀ ପରେ ଏବେ ତେଲୁଗୁ ଟିଭି ଇଣ୍ଡଷ୍ଟ୍ରୀରୁ ମଧ୍ୟ ଦୁଃଖଦ ଖବର ଆସିଛି। ଲୋକପ୍ରିୟ ତେଲୁଗୁ ଟିଭି ଅଭିନେତ୍ରୀ ଶ୍ରାବଣୀ କୋଣ୍ଡାପଲୀ ମଙ୍ଗଳବାର ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ହାଇଦ୍ରାବାଦ ସ୍ଥିତ ନିଜ ଘରୁ ଶ୍ରାବଣୀଙ୍କର ମୃତଦେହ ମିଳିଛି। ଏହି ମାମଲାରେ ପୋଲିସ୍ ଏବେ ତଦନ୍ତ ଆରମ୍ଭ କରିଦେଇଛି। ମୃତଦେହକୁ ପୋଷ୍ଟମର୍ଟମ ଲାଗି ପଠାଇ ଦିଆଯାଇଛି। ଶ୍ରାବଣୀଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ତାଙ୍କ […]
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ୨୦୨୧ର ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଇସ୍ରାଏଲ୍ ଓ ୟୁଏଇ ମଧ୍ୟରେ ଐତିହାସିକ ଶାନ୍ତି ବୁଝାମଣା କରାଇବାରେ ମୁଖ୍ୟ ସୂତ୍ରଧର ଲାଗି ଟ୍ରମ୍ପଙ୍କୁ ମନୋନୀତ କରାଯାଇଛି। ନରୱେର ସଂସଦ ଖ୍ରୀଷ୍ଟିଆନ୍ ଟାଇବ୍ରିଙ୍ଗ୍-ଗଜେଡ୍, ଟ୍ରମ୍ପଙ୍କ ନାଁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଟାଇବ୍ରିଙ୍ଗ୍-ଗଜେଡ୍ କହିଛନ୍ତି, ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ଆମେରିକାର ରାଷ୍ଟ୍ରପତିଙ୍କ ପ୍ରୟାସ ପ୍ରଶଂସାଯୋଗ୍ୟ। ଟ୍ରମ୍ପ କେବଳ ଇସ୍ରାଏଲ୍ ଓ ୟୁଏଇ ମଧ୍ୟରେ ଶାନ୍ତିର […]
ନୂଆଦିଲ୍ଲୀ: ପାକିସ୍ତାନୀ ଦିନିକିଆ ଓ ଟି-୨୦ ଦଳର କ୍ୟାପଟେନ୍ ବାବର ଆଜମଙ୍କୁ ଶକ୍ତ ଝଟକା ଲାଗିଛି। ଆଜମ ଟି-୨୦ ରାଙ୍କିଙ୍ଗର ଶୀର୍ଷ ହରାଇଛନ୍ତି। ବୁଧବାର ଆଇସିସି ପକ୍ଷରୁ ଜାରି ହୋଇଥିବା ସଦ୍ୟ ଟି-୨୦ ରାଙ୍କିଙ୍ଗରେ ବାବରଙ୍କୁ ହଟାଇ ଇଂଲଣ୍ଡର ବାମହାତୀ ବ୍ୟାଟ୍ସମ୍ୟାନ୍ ଡେୱିଡ୍ ମଲାନ୍ ଏକ ନମ୍ବର ସ୍ଥାନ ଦଖଲ କରିଛନ୍ତି। 🎉 Dawid Malan rises to No.1 🎉 The England batsman, who topped the run-scoring charts in the #ENGvAUS […]
ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ କରୋନା ଭ୍ୟାକସିନକୁ ବଡ଼ ଝଟକା ଲାଗିଛି। ବ୍ରିଟେନର ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ଆଷ୍ଟ୍ରାଜେନେକା ତା’ର ତୃତୀୟ ଓ ଅନ୍ତିମ ପର୍ଯ୍ୟାୟ ଟ୍ରାଏଲକୁ ବନ୍ଦ କରାଯାଇଛି। କିନ୍ତୁ ଭାରତରେ ଏହି ଭ୍ୟାକସିନର ଟ୍ରାଏଲ୍ ବନ୍ଦ ହେବନି ବୋଲି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସ୍ପଷ୍ଟ କରିଛି। ଏହି ସଂସ୍ଥା ତରଫରୁ କୁହାଯାଇଛି ଯେ ସେଠାକାର ପରିସ୍ଥିତି ସଂପର୍କରେ ଆମେ କିଛି ମନ୍ତବ୍ୟ ଦେବାକୁ ଚାହୁଁନାହୁଁ। ଟ୍ରାଏଲ ବନ୍ଦ କରି ଏହାର ସମୀକ୍ଷା କରାଯାଉଥିବା ଆଷ୍ଟ୍ରାଜେନେକା […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଖୋଲାଖୋଲି ନିଜର ମତ ଉପସ୍ଥାପନା କରୁଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ସମର୍ଥନ କରିଛନ୍ତି। ଅଙ୍କିତା କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ର ଏକ ଫଟୋ ଶେଆର୍ କରିଛନ୍ତି। ଏଥିରେ କଙ୍ଗନା ଝାନସୀର ରାଣୀ ଲୁକରେ ନଜର ଆସୁଛନ୍ତି। ଏହି ଫଟୋ ଶେଆର୍ କରି ଅଙ୍କିତା ଲେଖିଛନ୍ତି, ‘ବ୍ରେଭ୍ ହାର୍ଟ, ଆପଣଙ୍କୁ ଆହୁରି ଶକ୍ତି ଓ ଭଲପାଇବା ମିଳୁ।’ View this post on […]
ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଗୁରୁବାର ବିଧିବଦ୍ଧ ଭାବେ ବାୟୁସେନାରେ ସାମିଲ ହେବ ଲଢୁଆ ଯୁଦ୍ଧ ବିମାନ ରାଫେଲ୍। ବାୟୁସେନାର ସେଭେଣ୍ଟିନ୍ ସ୍କ୍ୱାଡର୍ନରେ ସାମିଲ ହେବ ଏହି ଏୟାରକ୍ରାଫ୍ଟ। ଅମ୍ବାଲା ଏୟାରବେସରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଗତ ଜୁଲାଇ ୨୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସରୁ ୫ଟି ରାଫେଲ ଜେଟ୍ ହରିଆଣାର ଅମ୍ବାଲା ଏୟାରବେସରେ ପହଞ୍ଚିଥିଲା। […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ରେ ଗିରଫ ହୋଇଥିବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କୁ ୧୪ ଦିନ ପାଇଁ ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମୁମ୍ବାଇ Byculla ଜେଲ୍ର ଏକ ଅଲଗା ସେଲ୍ରେ ରିୟାଙ୍କୁ ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ପାଇଁ ରିୟା ଏହି ସେଲ୍ରେ କିଛି ଦିନ ରହିବେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଜେଲ୍ର ଗ୍ରାଉଣ୍ଡ ଫ୍ଲୋର୍ରେ ଥିବା ଜେନେରାଲ୍ […]
ନୂଆଦିଲ୍ଲୀ:ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ସର୍ବାଧିକ ୯୫,୭୩୫ ଆକ୍ରାନ୍ତଙ୍କ ସହ ୧,୧୭୨ ଜଣଙ୍କ ମୃତ୍ୟୁ ହୋଇଛି । ଏହି ସଂଖ୍ୟାକୁ ମିଶାଇ ଏବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୫,୦୬୨ରେ ପହଞ୍ଚିଛି । ଦିନକରେ ୭୨, ୯୩୯ ଜଣ କରୋନାକୁ ମାତ୍ ଦେଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ଲକ୍ଷ ୬୫ ହଜାର ୮୬୪କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ମୋଟ ୯ ଲକ୍ଷ ୧୯ ହଜାର […]