ନୂଆଦିଲ୍ଲୀ: ଦେଶରେ ସବୁ ପୁରୁଣା ରେକର୍ଡ ଭାଙ୍ଗିଲା କରୋନା। ଦିନକରେ ବାହାରିଲେ ପାଖାପାଖି ୭୦ ହଜାର କରୋନା ପଜିଟିଭ। ଏହା ପରେ କରୋନାକୁ ନେଇ ଦେଶରେ ଚିନ୍ତା ବଢି ଯାଇଛି। ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୬୯ ହଜାର ୬୫୨ କରୋନା ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ସେହିପରି ୨୪ ଘଣ୍ଟାରେ ୯୭୭ କରୋନାରେ ପ୍ରାଣ ହରାଇଛନ୍ତି । ଏଥିସହ ମୃତ୍ୟୁ ସଂଖ୍ୟା ୫୩ ହଜାର ୮୬୬କୁ ବୃଦ୍ଧି ପାଇଛି। ଦେଶରେ ମୋଟ ଆକ୍ରାନ୍ତଙ୍କ […]
ନୂଆଦିଲ୍ଲୀ: କୋର୍ଟ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଆଜି ଏହି ମାମଲାରେ କୋର୍ଟ ପ୍ରଶାନ୍ତ ଭୂଷଣଙ୍କ ପାଇଁ ଦଣ୍ଡ ଘୋଷଣା କରିପାରନ୍ତି। ପ୍ରଶାନ୍ତ ଆବେଦନ ଖାରଜ କରି କୋର୍ଟ କହିଛନ୍ତି “ଏହା ଯଥୋଚିତ ଆବେଦନ ନୁହେଁ। ଦଣ୍ଡ ବିଧାନ ପରେ ହିଁ ବିଚାର ସମ୍ପୂର୍ଣ୍ଣ ହେବ।” ପ୍ରଶାନ୍ତ ଜୁନ ୨୭ ତାରିଖରେ ସୁପ୍ରିମକୋର୍ଟ ବିଷୟରେ ଏକ ଟ୍ୱିଟ୍ କରିଥିଲେ। ଯାହା ନ୍ୟାୟପାଳିକ ଓ ମୁଖ୍ୟ ବିଚାରପତିଙ୍କ ଗରିମା […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଏହି ନିର୍ଦ୍ଦେଶ ପରେ ସୁଶାନ୍ତ ସିଂ ମୃତ୍ୟୁ ମାମଲା ନୂଆ ମୋଡ଼ ନେବାକୁ ଯାଉଛି। ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ସିବିଆଇର ଏକ ସ୍ୱତନ୍ତ୍ର SIT ଟିମ୍ ଏହାର ତଦନ୍ତ କରିବ। ଏହି ତଦନ୍ତକାରୀ ଟିମ୍ରେ ୪ ଜଣ ଅଧିକାରୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ଗୁଜରାଟ […]
ନୂଆଦିଲ୍ଲୀ: ଇନ୍ଦୋର ଦେଶର ସବୁଠାରୁ ସ୍ୱଚ୍ଛ ସହର। ଜାତୀୟ ସ୍ୱଚ୍ଛତା ସର୍ଭେ ‘ସ୍ୱଚ୍ଛ ସର୍ଭେକ୍ଷଣ୨୦୨୦’ର ପଞ୍ଚମ ପାଳିରେ ଇନ୍ଦୋରକୁ ସବୁଠାରୁ ସ୍ୱଚ୍ଛ ସହର ଭାବେ ଚିହ୍ନଟ କରାଯାଇଛି। ସେହିଭଳି ସ୍ୱଚ୍ଛ ସର୍ବେକ୍ଷଣରେ ଓଡ଼ିଶାକୁ ୨ଟି ବର୍ଗରେ ଶ୍ରେଷ୍ଠ ପୁରସ୍କାର ମିଳିଛି। ସର୍ବଶ୍ରେଷ୍ଠ ଅଗ୍ରଗାମୀ ରାଜ୍ୟ ଭାବେ ପୁରସ୍କୃତ ହୋଇଛି ଓଡ଼ିଶା। ତା ସହିତ ମଧ୍ୟମ ବର୍ଗରେ ବ୍ରହ୍ମପୁର ଶ୍ରେଷ୍ଠ ସହର ଭାବେ ବିବେଚିତ ହୋଇଛି। ଚତୁର୍ଥ ଥର ପାଇଁ ଇନ୍ଦୋର ଭାରତର ସବୁଠୁ ସ୍ୱଚ୍ଛ ସହର ତାଲିକାରେ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଏକ ସ୍ୱତନ୍ତ୍ର ସଂସ୍ଥା ଗଠନ କରାଯିବ । ଏହାର ନାଁ ରଖାଯାଇଛି ଜାତୀୟ ନିଯୁକ୍ତି ସଂସ୍ଥା ବା NRA (National Recruitment Agency))। ଏହି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ସମସ୍ତ ଅଣଗେଜେଟେଡ୍ ପଦବୀ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନିଯୁକ୍ତି ଲାଗି ଏନ୍ଆରଏ ଗୋଟିଏ କମନ ଏଲିଜିବିଲିଟି ଟେଷ୍ଟ କରିବ। ଷ୍ଟାଫ୍ ସିଲେକ୍ସନ ବୋର୍ଡ, ରେଲଓ୍ୱ ରିକ୍ରୁଇଟମେଣ୍ଟ ବୋର୍ଡ […]
ନୂଆଦିଲ୍ଲୀ: ଇଣ୍ଡିଆରେ ଡାଉନ୍ ହେଲା G-mail । ମେଲ୍ ଲଗ୍-ଇନ କରିବାରେ ଅସୁବିଧା ହେଉଛି। ଯଦି ବି ଲଗ୍ଇନ ହେଉଛି ତେବେ ମେଲ୍ ଯାଉନି କି ଆସୁନି ବୋଲି ୟୁଜରମାନେ ଅଭିଯୋଗ କରୁଛନ୍ତି। ଏହି ଅଭିଯୋଗକୁ ମଧ୍ୟ ସ୍ୱୀକାର କରିଛି ଗୁଗଲ। G-mail ଡାଉନ୍ ଥିବା ଅଭିଯୋଗର ଉପରେ ଗୁଗଲ କହିଛି “ ଏହି ଘଟଣାର କାରଣ ଜାଣିବା ପାଇଁ ଆମ ଟିମ କାମ କରୁଛି। ସମସ୍ୟା ବିଷୟରେ ଆମେ ଆପଣଙ୍କୁ ସମୟରେ ସମୟରେ ଅପ୍ଡେଟ୍ ଖବର […]
ନୂଆଦିଲ୍ଲୀ: ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀରେ ସୃଷ୍ଟି ହୋଇଛି ଜଳବନ୍ଦୀ ପରିସ୍ଥିତି । ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଜମି ରହିଛି। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ। ଦିଲ୍ଲୀ ମୟୂରବିହାର ଓ ଗୌତମବୁଦ୍ଧ ନଗରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦିଲ୍ଲୀ ବାସିନ୍ଦା । ବର୍ଷା ଯୋଗୁଁ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଟ୍ରାଫିକ୍ ଜାମ୍ ସ୍ଥିତି ସୃଷ୍ଟି ହୋଇଛି […]
ନୂଆଦିଲ୍ଲୀ: ଧର୍ମେନ୍ଦ୍ର ପ୍ରଧାନ, ଅମିତ ଶାହଙ୍କ ପରେ ପୁଣି ଜଣେ କେନ୍ଦ୍ର ମନ୍ତ୍ରୀ କରୋନା ପଜିଟିଭି ହୋଇଛନ୍ତି। କେନ୍ଦ୍ର ଜଳଶକ୍ତି ମିସନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଡାକ୍ତରକାନାରେ ଭର୍ତ୍ତି ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଶେଖାୱାତ। ଏନେଇ ସେ ଲେଖିଛନ୍ତି “ ଶରୀର ଅସୁସ୍ଥ ହେବାରୁ ମୁଁ କରୋନା ଟେଷ୍ଟ କରାଇଥିଲି। ମୋ ରିପୋର୍ଟ […]
ମୁମ୍ବାଇ: ଆର୍ଟିଷ୍ଟ, ଫଟୋଗ୍ରାଫର ଗ୍ଲାସ୍ୱାର୍କ ପେଣ୍ଟର ୪୧ ବର୍ଷୀୟ ରାମ ଇନ୍ଦ୍ରନିଲ କାମାଥଙ୍କର ଗତକାଲି ମୃତ୍ୟୁ ହୋଇଛି। ମୁମ୍ବାଇ ସ୍ଥିତ ବାସଭବନର ବାଥ ଟବ୍ରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ଘଟଣା ସ୍ଥଳରେ ଏକ ସୁଇସାଇଡାଲ୍ ନୋଟ୍ ମଧ୍ୟ ଉଦ୍ଧାର ହୋଇଛି। ଏହି ଘଟଣାରେ ଆକସ୍ମିକ ମୃତ୍ୟୁ ଓ ଆତ୍ମହତ୍ୟା ମାମଲା ରୁଜ୍ଜୁ କରି ପୁଲିସ ତଦନ୍ତ ଜାରି ରଖିଛି। ଘଟଣାରେ କାମାଥଙ୍କ ପରିବାର ଓ ନିକଟତର ବନ୍ଧୁଙ୍କୁ ପଚାରଉଚରା କରିଛି ପୁଲିସ। ଦୀର୍ଘଦିନ ହେଲା […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁର ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ଯାଇଛି । ଏହି ନିର୍ଦ୍ଦେଶ ପରେ ସୁଶାନ୍ତ ସିଂ ମୃତ୍ୟୁ ମାମଲା ନୂଆ ମୋଡ଼ ନେବାକୁ ଯାଉଛି। ସିବିଆଇର ଏକ ସ୍ୱତନ୍ତ୍ର SIT ଟିମ୍ ତଦନ୍ତ ପାଇଁ ମୁମ୍ବାଇ ଯିବ । ଏହି ତଦନ୍ତକାରୀ ଟିମ୍ରେ ୪ ଜଣ ଅଧିକାରୀ ଅଛନ୍ତି। SIT ଟିମ୍ ସହ FSL(Forensic Science Laboratory) ଟିମ୍ ମଧ୍ୟ ମୁମ୍ବାଇ ଗସ୍ତରେ ଯିବ। FSL ଟିମ୍ ସହ SIT […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ଅବସରରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। ଏଥିରେ କିଛି ଜଣାଶୁଣା ବ୍ୟକ୍ତି ଧୋନିଙ୍କ କ୍ୟାରିୟରକୁ ନେଇ ଖୁବ୍ ପ୍ରଶଂସା କରିଛନ୍ତି। ଏବେ ଏଥିରେ ସାମିଲ୍ ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ଚିଠି ଲେଖି ଧୋନିଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି। ଧୋନି ମଧ୍ୟ ଟ୍ୱିଟରରେ ପିଏମ୍ ମୋଦିଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି। ଧୋନିଙ୍କ ସ୍ୱର୍ଣ୍ଣିମ କ୍ୟାରିୟର […]
ନୂଆଦିଲ୍ଲୀ: ହୋଟେଲ୍ ଓ ରେସ୍ତୋରାଁ ଏବେ ଗ୍ରାହକଙ୍କୁ ମଦ ମିଳିବ। ଲକ୍ଡାଉନ୍ ଓ ସଟ୍ଡାଉନ୍ର ୫ ମାସ ପରେ ଦେଶର ରାଜଧାନୀରେ ଦିଲ୍ଲୀରେ ଗ୍ରାହକଙ୍କୁ ମଦ ପରଶିବାକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ସରକାର। କିନ୍ତୁ ଯେଉଁମାନଙ୍କ ପାଖରେ ଏଥିପାଇଁ ଉପଯୁକ୍ତ ଲାଇସେନ୍ସ ଥିବା କେବଳ ସେହି ହୋଟେଲ୍ ଓ ରେସ୍ତୋରାଁମାନେ ଗ୍ରାହକଙ୍କୁ ମଦ ଦେଇପାରିବେ ବୋଲି ଦିଲ୍ଲୀ ସରକାର କହିଛନ୍ତି। ତେବେ ଗତକାଲି ଦିଲ୍ଲୀ ସରକାର ହୋଟେଲ୍ ଖୋଲିବାକୁ ଅନୁମତି ଦେଇଥିବା ବେଳେ ରାଜ୍ୟରେ ଜିମ୍ ଖୋଲିବା […]
ଭୁବନେଶ୍ୱର: କେବଳ ମଣିଷ ନୁହେଁ, ପଶୁପକ୍ଷୀମାନେ ବି ବେଶ୍ ଚାଲାଖ। ଜୀବନ ଜୀବିକା ପାଇଁ ମଣିଷ ଭଳି ପଶୁପକ୍ଷୀମାନେ ବି ନାନା ଫନ୍ଦିଫିକର କରନ୍ତି। ହେଲେ ମଣିଷ ଅପେକ୍ଷା ପଶୁ ପକ୍ଷୀମାନଙ୍କର ଚାଲାଖି ଦେଖିଲେ ଖୁବ୍ ମଜା ଲାଗେ। ଠିକ୍ ସେମିତି ଏକ ମଜାଦାର ଭିଡିଓ ଏବେ ଟ୍ୱିଟ୍ର୍ ଭାଇରାଲ୍ ହେଉଛି। ଭିଡିଓରେ ପକ୍ଷୀଟିଏ ମାଛ ଧରିବା ପାଇଁ ଥୋପର ବ୍ୟବହାର କରୁଛି। ଗାଁ ଗହଳିରେ ମାଛ ଧରିବା ପାଇଁ ବନିସିରେ ଥୋପ ଦେଇ ନଈକୁ ଫିଙ୍ଗାଯିବାର […]
ଜୋହାନସବର୍ଗ: ଧୀରେ ଧୀରେ ଆରମ୍ଭ ହେବାରେ ଲାଗିଛି ଅନ୍ତର୍ଜାତୀୟ କ୍ରିକେଟ୍। ଇତିମଧ୍ୟରେ ଇଂଲଣ୍ଡ ତା’ ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ୍ ଓ ପାକିସ୍ତାନ ବିପକ୍ଷ ଦ୍ୱିପାକ୍ଷିକ ସିରିଜ୍ ଖେଳି ସମ୍ଭାବନାକୁ ଆହୁରି ବଢ଼ାଇ ଦେଇଛି। ଏହାଛଡ଼ା ଏବେ କ୍ୟାରିବିୟାନ୍ ପ୍ରିମିୟର୍ ଲିଗ୍ ମଧ୍ୟ ଆରମ୍ଭ ହୋଇସାରିଛି। ଆସନ୍ତାମାସଠାରୁ ଆଇପିଏଲ୍ ମଧ୍ୟ ଆରମ୍ଭ ହେବ। କିନ୍ତୁ ଏହା ମଧ୍ୟରେ ଦକ୍ଷିଣ ଆଫ୍ରିକା କ୍ରିକେଟକୁ ବଡ଼ ଝଟକା ଲାଗିଛି। ଦକ୍ଷିଣ ଆଫ୍ରିକା ଜାତୀୟ ଟିମ୍ର ଦୁଇ ଜଣ ପୁରୁଷ କ୍ରିକେଟର ମହାମାରୀ […]
ଇସଲାମାବାଦ: ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଲା ପାକିସ୍ତାନ। ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚାରେ ରହୁଥିବା ପାକିସ୍ତାନ ରେଳବାଇ ମନ୍ତ୍ରୀ ଶେକ୍ ରଶୀଦ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି। ଏକ ଟିଭି ଚ୍ୟାନେଲ୍କୁ ଦେଇଥିବା ଏକ ସାକ୍ଷତକାରରେ ଏପରି ଧମକ ଦେଇଛନ୍ତି ରଶୀଦ। ସେ କହିଛନ୍ତି “ ଯଦି ପାକିସ୍ତାନ ଉପରେ ଭାରତ ଆକ୍ରମଣ କରେ ତେବେ ଏହା ଶେଷ ଯୁଦ୍ଧ ହେବ। ପରମାଣୁ ଯୁଦ୍ଧ ହେବ। ଆମ ଅସ୍ତ୍ରଶସ୍ତ୍ର ବହୁତ ଛୋଟ […]
ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ରହସ୍ୟ ଉପରୁ ଏବେ ପରଦା ହଟାଇବ ସିବିଆଇ। ତଦନ୍ତ ପାଇଁ ଆଜି ମୁମ୍ବାଇ ଯିବ ସିବିଆଇ ତଦନ୍ତକାରୀ ଦଳ। ଏଥିପାଇଁ ଏକ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ବା ଏସ୍ଆଇଟି ଗଠନ କରାଯାଇଛି। ମୁମ୍ବାଇ ଯିବା ପୂର୍ବରୁ ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ SITର ଏକ ବୈଠକ ହୋଇଛି। ସେହିପରି ଗସ୍ତ ପୂର୍ବରୁ ମୁମ୍ବାଇ ପୋଲିସ ସହ ସିବିଆଇର ଏହି ଟିମ ଆଲୋଚନା କରିଥିବା ଜଣାପଡିଛି। ଉଭୟ ପକ୍ଷ ମଧ୍ୟରେ ସମନ୍ୱୟ ରକ୍ଷା […]
ନୂଆଦିଲ୍ଲୀ: ମାତ୍ର ୨୯୯ ଟଙ୍କାର ଫିଚର ଫୋନ୍, ୩,୯୯୯ ଟଙ୍କାର LED ଟିଭି ଲଞ୍ଚ୍ କରିଥିବା କମ୍ପାନୀ Detel ଏବେ ଇଲେକ୍ଟ୍ରିକ ଟୁ-ହ୍ୱିଲର କ୍ଷେତ୍ରରେ ଜବରଦସ୍ତ ଧମାକା କରିଛି। ଡିଟେଲ ମାତ୍ର ୧୯,୯୯୯ ଟଙ୍କାରେ ଗ୍ରାହକଙ୍କ ପାଇଁ ଏକ ଦମ୍ଦାର ଟୁ-ହ୍ୱିଲର ଲଞ୍ଚ କରିଛି। ଯାହାର ନାଁ ରହିଛି Detel Easy । ଖବର ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। ଏଭଳି ଆଶ୍ଚର୍ଯ୍ୟକର ପ୍ରଡକ୍ଟ ଆଣିବାରେ ଡିଟେଲ୍ କମ୍ପାନୀ ବେଶ୍ ଚର୍ଚ୍ଚିତ। Detel Easy ଟୁ-ହ୍ୱିଲର […]