ନୂଆଦିଲ୍ଲୀ: ରାଫେଲ ଡିଲକୁ ନେଇ ଜୋର ଧରିଲା ରାଜନୀତି । ୫୯ ହଜାର କୋଟିର ଏହି ଚୁକ୍ତିର ତଦନ୍ତ କରିବାକୁ ଫ୍ରାନ୍ସ ସରକାର ବିଚାରପତି ନିଯୁକ୍ତ କରିବା ପରେ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ । ରାଫେଲ ରାଜିନାମାରେ ବ୍ୟାପକ ଦୁର୍ନୀତି…
ନୂଆଦିଲ୍ଲୀ: ଏଆର ଇଣ୍ଡିଆ ବିମାନ ଉଡ଼ାଣ ଉପରେ ବ୍ୟାନ୍ ଲଗାଇଲା ହଂକଂ। ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ହଂକଂ ଏହି ବ୍ୟାନ୍ ଲଗାଇଛି। ଏଆର ଇଣ୍ଡିଆ ବିମାନରେ କିଛି ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ହଂକଂ ବ୍ୟାନ୍ ଲଗାଇଥିବା ଜଣେ ବରିଷ୍ଟ ଅଧିକାରୀ କହିଛନ୍ତି। ତେବେ ଯଦି ବିମାନର ସମସ୍ତ ଯାତ୍ରୀଙ୍କର ୭୨ ଘଣ୍ଟା ପୂର୍ବରୁ କୋଭିଡ୍ ଟେଷ୍ଟ ହୋଇଥିବ ଓ ସେମାନଙ୍କ ପାଖରେ କୋଭିଡ-୧୯ର ନେଗେଟିଭ୍ ରିପୋର୍ଟ ଥିବ ତେବେ ବିମାନକୁ ହଂକଂରେ […]
ଲକ୍ଷ୍ନୌ: ହଠାତ୍ କିଛି ଲୋକ ଆସିଲେ, ବସ୍ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ତଳକୁ ଓହ୍ଲାଇ ଦେଇ ୩୪ ପାସେଞ୍ଜର ଥିବା ବସ୍କୁ ନିଜେ ଡ୍ରାଇଭ୍ କରି ନେଇଗଲେ। ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ଆଗ୍ରାରେ। ଏହାପରେ ବସ୍ ହାଇଜ୍ୟାକ୍ ହୋଇଗଲା ବୋଲି ଚାରିଆଡ଼େ ପ୍ରଚାର ହୋଇଗଲା। ସୋସିଆଲ୍ ମିଡିଆରେ ବି ନାନା ପୋଷ୍ଟ ଦେଖିବାକୁ ମିଳିଲା। ଲ ଆଣ୍ଡ ଅର୍ଡର ମ୍ୟାନେଜ୍ କରିବରେ ଉତ୍ତର ପ୍ରଦେଶ ସରକାର ଫେଲ୍ ମାରିଥିବା ନାନା ସାମାଲୋଚନା ମଧ୍ୟ ହେଲା। […]
ନୂଆଦିଲ୍ଲୀ: ମଣିପୁର ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ମଣିପୁରର ୫ ଜଣ ବିଧାୟକ କଂଗ୍ରେସ ଛାଡ଼ି ବିଜେପିରେ ମିଶିଛନ୍ତି। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ମୁଖ୍ୟାଳୟରେ ହୋଇଥିବା ମିଶ୍ରଣ ପର୍ବରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି। ଏମାନେ ବିଧାୟକ ପଦରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି। ଏମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଇବୋବି ସିଂହଙ୍କ ଭଣଜା ଓକ୍ରାମ ହିନରି ବି ରହିଛନ୍ତି। କଂଗ୍ରେସ ଦଳରେ ଅଣଦେଖା ଓ ବିଜେପି ପ୍ରତି […]
ନୂଆଦିଲ୍ଲୀ: କରୋନାଭାଇରସକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏବେ ଭାରତୀୟ ରେଲୱେ ମଧ୍ୟ କରୋନାକୁ ରୋକିବା ପାଇଁ ବଡ଼ ନିଷ୍ପତ୍ତି ନେଇଛି। ଭାରତୀୟ ରେଲୱେ ଏବେ ପ୍ଲାଟଫର୍ମ ଟିକେଟକୁ ୫୦ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ତେବେ କାହିଁକି ବଢ଼ିଲା ପ୍ଲାଟଫର୍ମ ଟିକେଟ୍। ଏହାର ଜବାବ ରଖିଛନ୍ତି ରେଲୱେ ବୋର୍ଡର ଚେୟାରମ୍ୟାନ୍ ବିନୋଦ କୁମାର ଯାଦବ। ତାଙ୍କ କହିବା ଅନୁଯାୟୀ, କରୋନା ମହାମାରୀ ସମୟରେ ସାମାଜିକ ଦୂରତା ବଜାୟ ରଖି ପାଇଁ ଏହି […]
ନୂଆଦିଲ୍ଲୀ: ନିକଟରେ ବାପା ହେବାର ସୌଭାଗ୍ୟ ଲାଭ କରିଥିବା ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ କ୍ରିକେଟରୁ ଲମ୍ବା ବ୍ରେକ୍ ପରେ ମଇଦାନକୁ ଫେରିଛନ୍ତି। ସେପ୍ଟେମ୍ବରରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଆଇପିଏଲ୍ ପାଇଁ ପାଣ୍ଡ୍ୟା ନିଜ ଫ୍ରାଞ୍ଚାଇଜି ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଗ ଦେଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ମାସରେ ଆଇପିଏଲ୍ ହେବାର ଥିଲା, କିନ୍ତୁ କୋଭିଡ୍-୧୯ ମହାମାରୀ ଯୋଗୁ ଏହାକୁ ସ୍ଥଗିତ କରାଯାଇଥିଲା। ବୁଧବାର ହାର୍ଦ୍ଦିକ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ସନ୍ନ୍ୟାସ ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ। ଆଇସିସିର ତିନୋଟି ଟ୍ରଫି ଉପରେ କବଜା କରିଥିବା ଦୁନିଆର ଏକମାତ୍ର କ୍ୟାପଟେନ୍ ଧୋନିଙ୍କର ସନ୍ନ୍ୟାସକୁ ନେଇ ଏବେ ସମସ୍ତେ ଚର୍ଚ୍ଚା କରୁଛନ୍ତି। ଏପରିକି ଧୋନିଙ୍କୁ ବିଦାୟୀ ମ୍ୟାଚ୍ ମିଳିବା ଦରକାର ବୋଲି ଅନେକେ ପ୍ରସ୍ତାବ ଦେଇଛନ୍ତି। ଏବେ ଏହିକ୍ରମରେ ସାମିଲ୍ ହୋଇଛନ୍ତି ପାକିସ୍ତାନର ପୂର୍ବତନ ଷ୍ଟାର୍ ପେସ୍ ବୋଲର […]
ନୂଆଦିଲ୍ଲୀ: ଦେଶରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି। କରୋନା ଯୋଗୁ ଦେଶରେ କିଛି କଟକଣା ଜାରି ରହିଥିବା ବେଳେ କିଛି କ୍ଷେତ୍ରରେ କୋହଳ ମଧ୍ୟ କରାଯାଇଛି। ଦେଶରେ ଏବେ ଅନଲକ୍-୩ ଚାଲିଥିବା ବେଳେ ଦିଲ୍ଲୀ ସରକାର ହୋଟେଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ରାଜ୍ୟରେ ଜିମ୍ ଖୋଲିବା ଉପରେ କଟକଣା ଜାରି ରହିବ। ସରକାର ଟ୍ରାଏଲ୍ ଆଧାରରେ ସାପ୍ତାହିକ ବଜାରକୁ ଖୋଲିବାକୁ ମଧ୍ୟ ଅନୁମତି ଦେଇଛନ୍ତି। ଦିଲ୍ଲୀର ଡିଜାଷ୍ଟର୍ ମ୍ୟାନେଜମେଣ୍ଟ ଅଥରିଟିର ବୈଠକରେ ଏହି […]
ଶ୍ରୀନଗର: କାଶ୍ମୀର ଭ୍ୟାଲିରୁ ପ୍ରତ୍ୟାହୃତ ହେବେ ୧୦ ହଜାର ପାରା ମିଲିଟାରୀ ଫୋର୍ସର ଯବାନ। ତୁରନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବା ପରେ ଏତେ ବଡ଼ ସଂଖ୍ୟାର ସୁରକ୍ଷା ବାହିନୀକୁ ଅପସାରଣ କରିବାର ଏହା ହେଉଛି ସବୁଠୁ ବଡ଼ ନିଷ୍ପତ୍ତି। ଗତ ମେ ମାସରେ ମଧ୍ୟ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ […]
ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ପୂର୍ବତନ ଗୋଲକିପର ଭାସ୍କର ମୈତୀଙ୍କର ବୁଧବାର ୬୭ ବର୍ଷ ବୟସରେ ପରଲୋକ ହୋଇଛି। ନଭି ମୁମ୍ବାଇଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କ ପତ୍ନୀ, ପୁଅ ଓ ଝିଅ ଉପସ୍ଥିତ ଥିଲେ। ଏ ନେଇ ତାଙ୍କ ପାରିବାରିବ ବନ୍ଧୁ ଶଶୀକାନ୍ତ ପ୍ରସାଦ କହିଛନ୍ତି, ବୁଧବାର ସନ୍ଧ୍ୟା ୬ଟା ବେଳେ ଏମଜିଏମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଭାସ୍କରଙ୍କର ମସ୍କିଷ୍କ ରକ୍ତସ୍ରାବ କାରଣରୁ ଦେହାନ୍ତ ହୋଇଛି। AIFF […]
ନୂଆଦିଲ୍ଲୀ: ମହିଳା ଡାକ୍ତରଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ। ଆଗ୍ରା ଏସ୍ଏନ୍ ମେଡିକାଲ୍ କଲେଜ Gynaecology ବିଭାଗର ଜଣେ ୨୫ ବର୍ଷୀୟ ମହିଳା ଡାକ୍ତରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ମୁଣ୍ଡରେ ଅନେକ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ବୁଧବାର ଦିନ ସେ ନିଖୋଜ ଥିଲେ। ନିଖୋଜର କିଛି ଘଣ୍ଟା ପରେ ଆଗ୍ରାର ବମରୋଲି ଅହିର ଅଞ୍ଚଳରୁ ସମ୍ପୃକ୍ତ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଡାକ୍ତର ହେଲେ ଦିଲ୍ଲୀ ଶିବପୁରୀ ଅଞ୍ଚଳର ଯୋଗୀତା ଗୌତମ। […]
ଡେରାଡୁନ୍: ଉତ୍ତରାଖଣ୍ଡ ଲିପୁଲେଖ ବିବାଦକୁ ନେଇ ଭାରତ-ନେପାଳ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଏହି ଅଞ୍ଚଳରେ ଚୀନ ଏବେ ଅଧିକ ସଂଖ୍ୟକ ସୈନ୍ୟ ମୁତୟନ କରିଥିବା ଦେଖିବାକୁ ମିଳିଛି। ସ୍ଥିତି ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ଚୀନ ୧୫୦ ଲାଇଟ୍ କମ୍ବାଇନ୍ଡ ଆର୍ମ ବ୍ରିଗ୍ରେଡ୍ ମୁତୟନ କରିଛି। ପ୍ରାୟ ୨ ସପ୍ତାହ ପୂର୍ବରୁ ତିବ୍ବତ ପାଖ ଲିପୁଲେଖ ଇଲାକାରେ ଚୀନ ଏହି ସେନା ମୁତୟନ କରିଛି। ସୀମା ରେଖାର […]
ନୂଆଦିଲ୍ଲୀ: ‘ମୋ ନାଁ ଆଞ୍ଚଲ ଗୋସ୍ୱାମୀ। ଏ ଦୁନିଆ ଆଉ ମୋତେ ଭଲ ଲାଗୁନି। ଏଠାରେ ଲୋକେ ପରସ୍ପର ସହ ଝଗଡ଼ା କରୁଛନ୍ତି। ମା’ ବାପାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି। ଗାଳିଗୁଲଜ କରୁଛନ୍ତି, ମାରପିଟ୍ ବି କରୁଛନ୍ତି। ଲୋକେ ନିଜ ସୁବିଧା ପାଇଁ ଗଛ କାଟି ଦେଉଛନ୍ତି। ଜୀବଜନ୍ତୁଙ୍କ ପ୍ରତି ନିର୍ଦ୍ଦୟ ହୋଇଯାଉଛନ୍ତି। ଯେଉଁମାନେ ମାଂସାହାରୀ ସେମାନେ ମୋତେ ବହୁତ ଖରାପ ଲାଗୁଛନ୍ତି। ଏମିତି ଲୋକଙ୍କୁ ବହୁତ୍ ଘୃଣା ଲାଗୁଛି ଯେଉଁମାନେ ରାଷ୍ଟ୍ରୀୟ ସଂଗୀତ ଗାଇବାବେଳେ ଠିଆ […]
ନୂଆଦିଲ୍ଲୀ: ନିମ୍ବର ସ୍ୱାଦରେ ମଧୁରତା ନାହିଁ ସତ, ହେଲେ ଏହାର ଉପକାର ଅମୃତ ପରି ମଧୁର। ଏବେ ବୈଜ୍ଞାନିକ ଏବଂ ଡାକ୍ତରୀ ଟିମ୍ ଜାଣିବାକୁ ପାଇଛନ୍ତି କରୋନା ମୁକାବିଲା କ୍ଷେତ୍ରରେ ନିମ୍ବର ବ୍ୟବହାର ବେଶ ଉପଯୋଗୀ ହୋଇପାରିବ। ଏ ନେଇ ଗବେଷଣା ଆରମ୍ଭ ହୋଇଛି। ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ ଅଫ ଆୟୁର୍ବେଦ (AIIB) ପକ୍ଷରୁ କୁହାଯାଇଛି କରୋନା ମୁକାବିଲା ଦିଗରେ ନିମ୍ବ କେତେ ଦୂର ସଫଳ ହୋଇପାରିବ ସେ ନେଇ ଗବେଷଣା ଚାଲିଛି। ଏ ଦିଗରେ AIIB […]