• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

office
ଏଣିକି ରାତି ଶିଫ୍ଟରେ ବି କାମ କରିପାରିବେ ମହିଳା

ପାଣାଜୀ: ଏଣିକି ପୁରୁଷମାନଙ୍କ ଭଳି ମହିଳାମାନେ ମଧ୍ୟ ରାତି ଶିଫ୍ଟ କରିବେ। ସନ୍ଧ୍ୟା ୭ଟାରୁ ସକାଳ ୬ଟା ଯାଏ ସେମାନେ ବିଭିନ୍ନ କମ୍ପାନୀରେ କାମ କରିବେ। ଗତକାଲି ଗୋଆ କ୍ୟାବିନେଟ୍‌ ଏଭଳି ଏକ ବିଲ୍‌କୁ ଅନୁମୋଦନ ଦେଇଛି। ଏଥିସହ ଗୋଆ କ୍ୟାବିନେଟ୍‌ ରାଜ୍ୟରେ ପ୍ରଚଳିତ ଫ୍ୟାକ୍ଟ୍ରି ଆଇନ୍‌ରେ କିଛି ସଂଶୋଧନ କରିଛି। ଗୋଆ ଉପ ମୁଖ୍ୟମନ୍ତ୍ରୀ ବିଜୟ ସରଦେଶାଇ କହିଛନ୍ତି, ଏ ସଂକ୍ରାନ୍ତ ବିଲ୍‌ ଆସନ୍ତା ମୌସୁମୀ ଅଧିବେଶନରେ ବିଧାନସଭାରେ ଉପସ୍ଥାପନ କରାଯିବ। ଏହି ବିଲ୍‌ ପାସ୍‌ […]

accident
ଦୁର୍ଘଟଣାରେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ପୁଅ ମୃତ

ବରେଲୀ: ସଡ଼କ ଦୁର୍ଘଟଣାରେ ଉତ୍ତରାଖଣ୍ଡର କ୍ୟାବିନେଟ୍‌ ମନ୍ତ୍ରୀ ଅରବିନ୍ଦ ପାଣ୍ଡେଙ୍କ ପୁଅଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ବରେଲୀ ଜିଲ୍ଲା ଅନ୍ତର୍ଗତ ଫରିଦପୁର ଠାରେ ଗତକାଲି ଏହି ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଘଟଣାରେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମନ୍ତ୍ରୀ ଅରବିନ୍ଦଙ୍କ ପୁଅ ଅଙ୍କୁର ପାଣ୍ଡେଙ୍କ ସହ ତାଙ୍କର ଦୁଇ ସାଙ୍ଗ ମୁନା ଗିରି ଓ ଜ୍ଞାନେନ୍ଦ୍ର ଏକ କାର ଯୋଗେ ଗୋରଖପୁର ଯାଉଥିଲେ। ବୁଧବାର ଭୋର ସମୟରେ ଏନ୍‌ଏଚ୍‌-୨୪ରେ […]

tmc mp
ଶପଥ ନେଲେ ଗ୍ଲାମର ଗର୍ଲ ତଥା ଟିଏମ୍‌ସି ସାଂସଦ ନୁସରତ ଜାହାନ ଓ ମିମି ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ: ବେଙ୍ଗଲ ଅଭିନେତ୍ରୀ ନୁସରତ ଜାହାନ ଓ ମିମି ଚକ୍ରବର୍ତ୍ତୀ ଆଜି ଲୋକସଭାରେ ସାଂସଦ ଭାବେ ଶପଥ ନେଇଛନ୍ତି। ଲୋକସଭାରେ ୧୭ରୁ ୧୯ ତାରିଖ ଯାଏ ନବନିର୍ବାଚିତ ସାଂସଦମାନେ ଶପଥ ନେଇଥିଲେ। ହେଲେ ଟିଏମସି ଟିକେଟରୁ ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିବା ନୁସରତ ଓ ମିମି ଶପଥ ନେଇପାରି ନଥିଲେ। ନୁସରତ ନିଜର ବାହାଘର ପାଇଁ ତୁର୍କୀ ଯାଇଥିବାରୁ ଶପଥ ନେଇପାରି ନଥିଲେ। ସେହିପରି ଏହି ବାହାଘରରେ ଯୋଗଦେବା ପାଇଁ ମିମି ମଧ୍ୟ ତାଙ୍କ ସହ […]

pak
ପାକିସ୍ତାନ ନ୍ୟୁଜ୍‌ ଚ୍ୟାନେଲ୍‌ରେ ଲାଇଭ୍‌ ଡିବେଟ୍‌ ଚାଲିଥିବା ବେଳେ ସାମ୍ବାଦିକଙ୍କୁ ପିଟିଲେ ନେତା

ଇସଲାମାବାଦ: ପାକିସ୍ତାନର ଏକ ନ୍ୟୁଜ୍‌ ଚ୍ୟାନେଲ୍‌ରେ ଲାଇଭ୍‌ ଡିବେଟ୍‌ ଚାଲିଥିବା ବେଳେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନର ଶାସକ ଦଳ ପିଟିଆଇର ବରିଷ୍ଠ ନେତା ମସରୁର୍ ଅଲ୍ଲି ଲାଇଭ୍‌ରେ ଶୋ’ରେ ଜଣେ ସାମ୍ବାଦିକଙ୍କୁ ପିଟୁଥିବା ଦେଖିବାକୁ ମିଳିଛି। ଏହି ଭିଜୁଆଲ୍‌ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାର ଲାଗିଛି। ସୂଚନା ଅନୁସାରେ, ଲାଇଭ୍‌ ଶୋ’ ଚାଲିଥିବା ବେଳେ ପାକିସ୍ତାନର ବରିଷ୍ଠ ସାମ୍ବାଦିକ ତଥା କରାଚୀ ପ୍ରେସ୍ କ୍ଲବର ସଭାପତି ଇମତିଆଜ୍ ଖାନ୍ ଫରନ୍‌ଙ୍କ ସହ ମସରୁର୍‌ଙ୍କ […]

face pack 2
ଭାତରେ ପ୍ରସ୍ତୁତ କରନ୍ତୁ ଫେସ୍‌ପ୍ୟାକ୍‌, ପାଆନ୍ତୁ ସୁନ୍ଦର ତ୍ୱଚା

ଭୁବନେଶ୍ୱର: ଚମକଦାର ଏବଂ ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି। ଏଥିପାଇଁ ଘରୋଇ ଉପଚାର ଠୁ ଆରମ୍ଭ କରି ମହଙ୍ଗା କ୍ରିମ୍‌ ପର୍ଯ୍ୟନ୍ତ ସବୁକିଛି ବ୍ୟବହାର କରିଥାନ୍ତି। ବୟସର ଛାପ ଯେପରି ଖୁବ୍‌ ଶୀଘ୍ର ଚେହେରାରେ ନ ପଡିବ ସେ ସମ୍ପର୍କରେ ଜାଣନ୍ତୁ କିଛି ଟିପ୍ସ। ପ୍ରତ୍ୟେକ ଦିନ ମଧ୍ୟାହ୍ନ ଭୋଜନରେ ଆମେ ଭାତ ନିହାତି ଖାଇଥାଉ। କିନ୍ତୁ ଆପଣ କେବେ ଭାବି ନ ଥିବେ ଏହାକୁ ବ୍ୟବହାର କରି ଆପଣ ସୁନ୍ଦର ତ୍ୱଚା ପାଇପାରିବେ। ଏଥିରେ ଥିବା […]

airlines
‘ଯଦି ପାକିସ୍ତାନ ତା’ର ଆକାଶ ମାର୍ଗକୁ ବନ୍ଦ କରୁଛି, ତା’ହେଲେ ସେଇଟା ସେମାନଙ୍କ ସମସ୍ୟା’

ଗ୍ୱାଲିଅର: ପାକିସ୍ତାନ ସରକାର ଭାରତୀୟ ବିମାନଗୁଡ଼ିକ ପାଇଁ ତା’ର ଆକାଶ ମାର୍ଗ ବନ୍ଦ କରିବା ନେଇ ଭାରତୀୟ ବାୟୁସେନା ମୁଖ୍ୟ ବିଏସ୍‌ ଧନୱା ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି, ‘ପାକିସ୍ତାନ ଯଦି ତା’ର ଆକାଶ ମାର୍ଗକୁ ବନ୍ଦ କରୁଛି, ତା’ହେଲେ ସେଇଟା ସେମାନଙ୍କ ସମସ୍ୟା। ଭାରତୀୟ ବାୟୁସେନା କେବେ ହେଲେ ଘରୋଇ ବିମାନ ଚଳାଚଳ ପାଇଁ ଆକାଶ ମାର୍ଗକୁ ବନ୍ଦ କରିନାହିଁ। ଆମର ଅର୍ଥନୀତି ବେଶ ବଡ଼ ଓ ଏୟାର ଟ୍ରାଫିକ୍‌ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ […]

pratap sarangi
ସଂସଦରେ ୫ଟି ଭାଷାରେ ଓଜସ୍ୱିନୀ ଭାଷଣ ଦେଲେ ପ୍ରତାପ

ନୂଆଦିଲ୍ଲୀ: ସଂସଦର ଚଳିତ ଅଧିବେଶନର ପ୍ରାରମ୍ଭରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଇଥିବା ଅଭିଭାଷଣ ଉପରେ ଆଜି ଉଭୟ ଗୃହରେ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟସଭାରେ ଜେ.ପି ନଡ୍ଡା ଧନ୍ୟବାଦ ପ୍ରସ୍ତାବ ପାରିତ କରିଥିବାବେଳେ ଲୋକସଭାରେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଧନ୍ୟବାଦ ପ୍ରସ୍ତାବ ପାରିତ କରିଛନ୍ତି। ପ୍ରତାପ ପାଞ୍ଚଟି ଭାଷା (ଓଡ଼ିଆ, ହିନ୍ଦୀ, ବଙ୍ଗଳା, ସଂସ୍କୃତ ଓ ଇଂରାଜୀ)ରେ ଓଜସ୍ୱିନୀ ଭାଷଣ ଆଜି ସାରା ଦେଶରେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟି […]