• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

z5
ଥିରୁନେଲି ମନ୍ଦିରରେ ପୂଜାର୍ଚ୍ଚନା କଲେ ରାହୁଲ

ଥିରୁଅନନ୍ତପୁରମ: କଂଗ୍ରେସ ସଭାପତି ରାହୁଲ ଗାନ୍ଧି କେରଳର ଥିରୁନେଲି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଆଜି ରାହୁଲ ପୂଜା କରିବା ପାଇଁ ପାହାଡ଼ିଆ ରାସ୍ତାରେ ଚାଲି ଚାଲି ଯାଇଥିଲେ। ବ୍ରହ୍ମଗିରି ପାହାଡ଼ ଉପରେ ଥିବା ଏହି ମନ୍ଦିରର ବେଶ ପ୍ରସିଦ୍ଧି ରହିଛି। ପାରମ୍ପରିକ ବେଶଭୂଷାରେ ରାହୁଲ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ପୂଜାର୍ଚ୍ଚନା ପରେ ରାହୁଲ ଗାନ୍ଧି ୱାୟନାଡରୁ ଆନୁଷ୍ଠାନିକ ଭାବେ ପ୍ରଚାର ଆରମ୍ଭ କରିଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଉତ୍ତରପ୍ରଦେଶର ଆମେଥି ସହ କେରଳର ୱାୟନାଡ୍ […]

z2
‘ସେନାକୁ ଅସ୍ତ୍ର କିଣିବା ନେଇ ଆହୁରି କ୍ଷମତାଶାଳୀ କରାଯାଇଛି’

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତୀୟ ସେନାକୁ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଆହୁରି କ୍ଷମତାଶାଳୀ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏହି କଥା କହିଛନ୍ତି। ଉରି ଆକ୍ରମଣ ପରେ ମଧ୍ୟ ସରକାର ଭାରତୀୟ ସେନାକୁ  ଅସ୍ତ୍ର କିଣିବା ନେଇ ଜରୁରୀକାଳୀନ କ୍ଷମତା ପ୍ରଦାନ କରିଥିଲା। ତେବେ ପୁଲୱାମା ଘଟଣା ପରେ ସେନା କେବେ କେଉଁ ଭଳି ଅସ୍ତ୍ର କିଣିବାକୁ ଚାହୁଁଛି, ସେନେଇ କ୍ଷମତାକୁ ଆହୁରି ବ୍ୟାପକ କରାଯାଇଛି ବୋଲି ଖବର ସରାବରାହ ସଂସ୍ଥା ANIକୁ ଏକ […]

kumb
କୁମ୍ଭମେଳାରେ ଅଗ୍ନିକାଣ୍ଡ

ପ୍ରୟାଗରାଜ୍‌ : କୁମ୍ଭମେଳାରେ ଅଘଟଣ। ପ୍ରୟାଗରାଜ୍‌ରେ ଚାଲିଥିବା କୁମ୍ଭମେଳାର ଗୋଟିଏ ଭାଗରେ ଅଗ୍ନିକାଣ୍ଡ। ମିଳିଥିବା ସୂଚନା ମୁତାବକ ନିଆଁ ଲାଗିଯିବା ଫଳରେ ଦୁଇଟି ଟେଣ୍ଟ ପୋଡ଼ି ଯାଇଛି। ଆଂଶିକ ଭାବେ ଲାଗିଥିବା ଏହି ଅଗ୍ନିକାଣ୍ଡରେ ବିଶେଷ କ୍ଷୟକ୍ଷତି ହୋଇନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସେପଟେ କୁମ୍ଭମେଳାରେ ବଢ଼ିବାରେ ଲଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଗତକାଲି ସାହି ସ୍ନାନ ଥିବାରୁ ଲୋକେ ବୁଡ଼ ପକାଇଛନ୍ତି। ତେବେ ଆଜି ବି ବହୁ ସଂଖ୍ୟାରେ ଲୋକ କୁମ୍ଭକୁ […]

india
କାଲି ଠାରୁ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍‌

ୱେଲିଂଟନ୍‌ : ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍‌ ବିଜୟ ପରେ ଏବେ ଟିମ୍ ଇଣ୍ଡିଆର ଟି-୨୦ ସିରିଜ୍‌ ଉପରେ ନଜର। ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଏଇ ୩ ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ୱେଲିଂଟନ୍‌ରେ ଖେଳାଯିବ।ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଭାରତ। ଶିଖର ଧାୱନଙ୍କ ସହ ସେ ଇନିଂସ୍‌ ଓପନିଂ କରିବେ। ସେପଟେ ଦିନିକିଆ ସିରିଜ୍‌ର ପ୍ରତିଶୋଧ ନେବା ଲକ୍ଷ୍ୟରେ କିଓ୍ୱି ଦଳ। ଘରୋଇ ପରିବେଶରେ ଭାରତକୁ ପରାସ୍ତ […]

mally
ବିଜୟ ମାଲ୍ୟାଙ୍କୁ ଭାରତ ଅଣାଯିବା ଲାଗି ରାସ୍ତା ପରିଷ୍କାର

ଲଣ୍ଡନ : ବିଜୟ ମାଲ୍ୟାଙ୍କୁ ଭାରତକୁ ଅଣାଯିବା ଲାଗି ରାସ୍ତା ପରିଷ୍କାର ହୋଇଛି। ବ୍ରିଟେନ୍ ସରକାରଙ୍କ ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌ ମାଲ୍ୟାଙ୍କ ପ୍ରତ୍ୟର୍ପଣକୁ ମଂଜୁରୀ ପ୍ରଦାନ କରିଛନ୍ତି। ସରକାରଙ୍କ ନିଷ୍ପତ୍ତି ବିରୋଧରେ ୧୪ ଦିନ ମଧ୍ୟରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିପାରିବେ ମାଲ୍ୟା। ମାଲ୍ୟାଙ୍କ ବିରୋଧରେ ବ୍ୟାଙ୍କ ଋଣ ପରିଶୋଧ ନକରିବା ଅଭିଯୋଗ ରହିଛି। ୯ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ନଶୁଝି ଭାରତ ଛାଡ଼ି ବ୍ରିଟେନ ପଳାଇଛନ୍ତି ବିଜୟ ମାଲ୍ୟା।  

z5
ଭୋଟ୍‌ ଚାଲିଥିବା ବେଳେ ଗୋଷ୍ଠୀ ସଂଘର୍ଷ

ପାଟନା: ବିହାରର ନୱାଦା ନିର୍ବାଚନମଣ୍ଡଳୀର ୨୭୦ ନମ୍ବର ବୁଥ୍‌ରେ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ଗୋଷ୍ଠୀ ସଂଘର୍ଷ ହୋଇଛି। ଆର୍‌ଜେଡି ଓ ଏନ୍‌ଡିଏ ସମର୍ଥକଙ୍କ ମଧ୍ୟରେ ପିଟାପିଟି ହୋଇଛି। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୁଲିସ୍‌ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି। ଏନ୍‌ଡିଏର ଅଂଶୀଦାର ଲୋକ ଜନଶକ୍ତି ପାର୍ଟିରୁ ଚନ୍ଦନ କୁମାର ଏଠାରୁ ପ୍ରାର୍ଥୀ ହୋଇଥିବାବେଳେ ଆର୍‌ଜେଡି ନେତ୍ରୀ ବିଭା ଦେବୀ ମଇଦାନରେ ଅଛନ୍ତି।