ନୂଆଦିଲ୍ଲୀ: ଲଗାତର ୧୧ ଦିନ ପାଇଁ ବଢ଼ିଛି ତୈଳ ଦର। ମୁମ୍ବାଇରେ ଦେଶର ସବୁଠୁ ମହଙ୍ଗା ପେଟ୍ରୋଲ ଏବଂ ଡିଜେଲ ବିକ୍ରି ହେଉଛି। ଆଜି ମୁମ୍ବାଇରେ ବର୍ଦ୍ଧିତ ପେଟ୍ରୋଲ ଦର ୮୫ଟଙ୍କା ୨୯ ପଇସା ହୋଇଥିବାବେଳେ ଦିଲ୍ଲୀରେ ୭୭ଟଙ୍କା ୪୭ ପଇସା। ସେହିପରି ଡିଜେଲ ଦର ମୁମ୍ବାଇରେ ୭୨ଟଙ୍କା ୯୬ ପଇସା ହୋଇଥିବାବେଳେ ଦିଲ୍ଲୀରେ ୬୮ଟଙ୍କା ୫୩ ପଇସା। ବଢ଼ୁଥିବା ତୈଳ ଦରକୁ ନେଇ ଗ୍ରାହକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କ୍ରମାଗତ ତୈଳ […]
ବେଲ ଅର୍ଡର ପହଞ୍ଚିବାରେ ବିଳମ୍ବକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ। ଇଣ୍ଟରନେଟ ଯୁଗରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଏବେ ବି ଆମକୁ ପୋଷ୍ଟାଲ ସର୍ଭିସ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି କୋର୍ଟ
ନୂଆଦିଲ୍ଲୀ: ଆଇପିଏଲ୍-୧୧ରୁ ବାଦ୍ ପଡ଼ିଲା ରାଜସ୍ଥାନ ରୟାଲ୍ସ। ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏଲିମିନେଟରରେ ରାଜସ୍ଥାନକୁ ୨୫ ରନ୍ରେ ହରାଇ ମ୍ୟାଚ୍ ହାତେଇ ନେଇଛି କୋଲକାତା ନାଇଟ୍ ରାଇଡର୍ସ। କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍ରେ ୭ ଓ୍ୱିକେଟ୍ ହରାଇ ୧୬୯ ରନ୍ ହାସଲ କରିଥିଲା। ଅଧିନାୟକ ଦିନେଶ କାର୍ତ୍ତିକଙ୍କ ୫୨ ଓ ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍ଙ୍କ ୪୯ ରନ ବଳରେ ରାଜସ୍ଥାନ ଆଗରେ ୧୭୦ ରନ୍ର ଟାର୍ଗେଟ ରଖିଥିଲା କୋଲକାତା। ତେବେ […]
କୋଲକାତା: କୋଲକାତା ଅଭିମୁଖେ ଯାଉଥିବା ୧୨୨୭୮ ପୁରୀ-ହାୱଡ଼ା ଶତାବ୍ଦୀ ଏକ୍ପପ୍ରେସରେ ଜଳଖିଆ ଖାଇ ୩୩ଜଣ ଯାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ସୂଚନା ଅନୁସାରେ, ପ୍ରଥମେ ବେଲ୍ଦା ଷ୍ଟେସନ ନିକଟରେ ୨ଜଣ ଯାତ୍ରୀ ଅସୁସ୍ଥ ଅନୁଭବ କରିବା ସହ ବାନ୍ତି କରିଥିଲେ। କିଛି ସମୟ ଭିତରେ ଆଉ ୧୫ଜଣ ଯାତ୍ରୀ ଅସୁସ୍ଥ ଅନୁଭବ କରୁଥିବା ଅଭିଯୋଗ କରିଥିଲେ। ଟ୍ରେନ ଖଡଗପୁର ଷ୍ଟେସନରେ ପହଞ୍ଚିବା ପରେ ଅସୁସ୍ଥଥିବା ୧୫ଜଣ ଯାତ୍ରୀଙ୍କୁ ଚିକିତ୍ସା କରାଯାଇଥିଲା। ଏଥିପାଇଁ ଟ୍ରେନଟି ଖଡଗପୁର ଷ୍ଟେସନରେ ପ୍ରାୟ ଏକ […]
ଚେଷ୍ଟର୍-ଲି-ଷ୍ଟ୍ରିଟ୍: ଚଳିତ ବିଶ୍ୱକପରେ ଶୁକ୍ରବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୯ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ସମ୍ମାନ ରକ୍ଷା କରିଛି। ଅନ୍ୟପକ୍ଷରେ ପରାଜୟ ସହ ଶ୍ରୀଲଙ୍କାର ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଛି। ରିଭରସାଇଡ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ସାମ୍ନା କରିନପାରି ଶ୍ରୀଲଙ୍କା ୪୯.୩ ଓଭରରେ ୨୦୩ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୩୭.୨ ଓଭରରେ ୧ ୱିକେଟ୍ […]
ନୂଆଦିଲ୍ଲୀ : ଭାରତର ଆଇସିସି ବିଶ୍ୱକପରେ ଅରେଞ୍ଜ୍ ଜର୍ସି ଉପରୁ ପର୍ଦ୍ଦା ହଟିଛି। ଟିମ୍ ଇଣ୍ଡିଆର କିଟ୍ ସ୍ପନସର୍ ନାଇକି ଶୁକ୍ରବାର ଅରେଞ୍ଜ୍ ଜର୍ସିର ଫଟୋ ଜାରି କରିଛି। ରବିବାର ଇଂଲଣ୍ଡ ବିପକ୍ଷ ହେବାକୁଥିବା ମ୍ୟାଚରେ ଭାରତୀୟ ଟିମ୍ ଏହି ଜର୍ସି ପିନ୍ଧି ଖେଳିବ। ଏ ନେଇ ନାଇକି ପକ୍ଷରୁ କୁହାଯାଇଛି ଯେ, ଟିମ୍ ଇଣ୍ଡିଆ ଜୁନ୍ ୩୦ ତାରିଖରେ ବର୍ମିଂହାମରେ ପ୍ରଥମଥର ତା’ର ନୂଆ ଜର୍ସି ପିନ୍ଧିବ। ଚଳିତ ବର୍ଷ ଦିନିକିଆ ଏବଂ ଆୱେ କିଟର […]
ନୂଆଦିଲ୍ଲୀ: ଦେଶର ସର୍ବ ପୁରାତନ ଦଳ କଂଗ୍ରେସରେ ଏବେ ପାଣ୍ଠିର ଘୋର ସଙ୍କଟ ଦେଖା ଦେଇଛି। ପାଞ୍ଚ ମାସ ହେଲାଣି ଏଆଇସିସିରୁ କୌଣସି ପିସିସିକୁ ଟଙ୍କାଟିଏ ବି ଫଣ୍ଡ ଆସିନି। ଏମିତିକି ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ବି ଦଳ ଅର୍ଥ ସଂଗ୍ରହ କରିପାରୁନି। ସ୍ଥିତିର ମୁକାବିଲା ପାଇଁ ଦଳୀୟ ସଦସ୍ୟମାନଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛି କଂଗ୍ରେସ। ଏଥିସହିତ ଖର୍ଚ୍ଚ କମାଇବାକୁ ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଂଗ୍ରେସର ଅବସ୍ଥା ଏଭଳି ହୋଇଛି ଯେ, ଦଳ ଚଳାଇବାକୁ ନେତା […]
ଭୁବନେଶ୍ୱର( ବିମଳ ବେହେରା): ଆଜିକାଲି ଆମେ ଯେଉଁ ଖାଦ୍ୟ ଖାଉଛୁ ତାହା ପାଟିକୁ ସୁଆଦିଆ ଲାଗୁଛି ଓ ପେଟ ପୂରୁଛି ସତ । କିନ୍ତ ଶରୀରକୁ ଆବଶ୍ୟକ ଭିଟାମିନ୍ ଓ ମିନେରାଲ ମିଳିପାରୁ ନାହିଁ । ତେଣୁ ଆମର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି। ଆମ ପ୍ରତିଦିନ ନୂଆ ନୂଆ ରୋଗର ଶିକାର ହୋଇ ଚାଲିଛୁ । ଆମ ହାତ ପାହାନ୍ତାରେ ଏଭଳି ଖାଦ୍ୟ ଅଛି ଯାହା ଖାଇଲେ ଆମ ଶରୀରର ଭିଟାମିନ୍ ଅଭାବ ଦୂର […]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ନାମରେ ସଙ୍ଗୀନ ପୁଣି ଅଭିଯୋଗ ଆଣିଛନ୍ତି ପତ୍ନୀ ହସୀନ୍ ଜାହାନ। ସେ ଶାମିଙ୍କୁ ନିର୍ଲଜ ଏବଂ ଲଫଙ୍ଗା କହିବାକୁ ମଧ୍ୟ ପଛାଇନାହାନ୍ତି। ଗୋଟିଏ ଝିଅର ବାପା ହେଲା ପରେ ମଧ୍ୟ ଶାମି ଝିଅଙ୍କ ପଛରେ ମାତିବା ଛାଡ଼ିନାହାନ୍ତି ବୋଲି ସେ ଫେସବୁକ୍ ଜରିଆରେ ଅଭିଯୋଗ ଆଣିଛନ୍ତି। ଶାମି ଓ ହସୀନ୍ଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ମନୋମାଳିନ୍ୟ ଲାଗିରହିଥିବାବେଳେ ଏବେ ହସୀନ୍ ଆଣିଥିବା ଅଭିଯୋଗ ଏହାକୁ […]
ବେଙ୍ଗାଲୁରୁ: କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ସମାରୋହ ବାହାନାରେ ମୋଦି ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ। ଗୋଟିଏ ମଞ୍ଚରେ ଏକାଠି ହେଲେ ସୋନିଆ, ରାହୁଲ, ମମତା, ମାୟାବତୀ, ଅଖିଳେଶ ଓ ଚନ୍ଦ୍ରବାବୁଙ୍କ ଭଳି ଡଜନେରୁ ଅଧିକ ତୁଙ୍ଗ ରାଜନେତା । ବାର୍ତ୍ତା ଦେଇଛନ୍ତି, ଏବେ ଏକାଠି ହେବାର ସମୟ। ଏହାରି ଭିତରେ ଏକ ଭବ୍ୟ ସମାରୋହରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏଚ୍.ଡି. କୁମାରସ୍ୱାମୀ। ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି କଂଗ୍ରେସର ଜି. ପରମେଶ୍ୱର। ଆଜି ଥିଲା କର୍ଣ୍ଣାଟକ ହାଇଡ୍ରାମାର ଆଉ […]
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ନିୟମିତ ଉଡାଣ ବେଳେ ଭାରତୀୟ ବାୟୁସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସକାଳ ୯ଟା ୫୦ରେ ହେଲିକପ୍ଟର ଜାମ୍ମୁରୁ ନାଥାକୁ ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ହେଲିକପ୍ଟରରେ ଦୁଇଜଣ ବିମାନ କର୍ମଚାରୀ ଓ ଦୁଇଜଣ ଯାତ୍ରୀ ଥିଲେ। ସମସ୍ତେ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଛନ୍ତି। ଦୁର୍ଘଟଣାର କାରଣ ସମ୍ପର୍କରେ ଜଣାପଡ଼ି ନ ଥିବା ବେଳେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଥିରୁଅନନ୍ତପୁରମ: ତୁତିକୋରିନରେ ଥିବା ଷ୍ଟେରଲାଇଟ୍ କମ୍ପାନୀଙ୍କୁ ବିରୋଧ କରି ପୋଲିସ ଗୁଳିରେ ୧୧ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟଣାରେ ତାମିଲନାଡୁରେ କଡ଼ା ପ୍ରତିକ୍ରିୟା ଦେଖାଦେଇଛି। ଏହାକୁ ବ୍ରିଟିଶ ଅମଳର ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ସହ ତୁଳନା କରିଛନ୍ତି ଡିଏମ୍କେ ନେତା ଏମ.କେ.ଷ୍ଟାଲିନ୍। ପୋଲିସ କାହା ନିର୍ଦ୍ଦେଶରେ ଗୁଳି ଚଳାଇଲା ବୋଲି ସେ ପ୍ରଶ୍ନ କରିଛନ୍ତି। ପିଏମ୍କେ ନେତା ଅନବୁ ମଣି ରାମଦୋସ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି। ପୋଲିସ ଅତି ନୃଶଂସ ଭାବେ ସାଧାରଣ ଲୋକଙ୍କୁ ହତ୍ୟା କରିଛି। ଗୁଳିମାଡ଼ […]
ନୂଆଦିଲ୍ଲୀ : ବଢୁଥିବା ତୈଳ ଦରକୁ ନେଇ କେନ୍ଦ୍ର କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଛି ଏହି ବୈଠକ। ପେଟ୍ରୋଲ, ଡିଜେଲ୍ ଦରକୁ ନିୟନ୍ତ୍ରଣରେ ଆଣିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ସେପଟେ ପେଟ୍ରୋଲ, ଡିଜେଲକୁ GST ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ଇଚ୍ଛୁକ ଅଛନ୍ତି। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଶିବପ୍ରତାପ ଶୁକ୍ଲା। ତେବେ ଏଥିପାଇଁ ସବୁ ରାଜ୍ୟକୁ ଚିନ୍ତା କରିବାକୁ […]
ଭୁବନେଶ୍ୱର (ପ୍ରଦେଶ ପ୍ରତ୍ୟୁଷ) : ସମୟ ଓ ପରିସ୍ଥିତି ମଣିଷକୁ ଅନେକ କିଛି ଶିଖାଇଥାଏ। ଏହାକୁ ପାଥେୟ କରି ମଣିଷ ସବୁ ଦୁଃଖ ଓ ଅଭାବକୁ ସାମ୍ନା କରେ। ଦୃଢ ଇଚ୍ଛା ଶକ୍ତିରେ ଜୀବନ ଜିଇଁବା ଶିଖେ। ଏମିତି ଏକ ଘଟଣା ଘଟିଛି ସୁଶାନ୍ତଙ୍କ ଜୀବନରେ। ସୁଶାନ୍ତ କୁମାର ଗୌଡ଼। ରୁହନ୍ତି ଭୁବନେଶ୍ୱରର ଘାଟକିଆ ଅଞ୍ଚଳର ନାକା ଗେଟ୍ ତଳସାହିରେ। ବୟସ ୨୨ବର୍ଷ ହେବ। ନିଜର ମା ଛଡା ନିଜର ବୋଲି ଆଉ କେହି ନାହାନ୍ତି। ଗୋଟିଏ […]
ମୁମ୍ବାଇ : ଆଇପିଏଲ୍-୧୧ର ଫାଇନାଲ୍ରେ ପହଞ୍ଚିଲା ଚେନ୍ନାଇ ସୁପର୍ କିଙ୍ଗସ୍। ଗତକାଲି ଓ୍ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଅନୁଷ୍ଠିତ ପ୍ରଥମ କ୍ୱାଲିଫାୟାର୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ୨ ୱିକେଟ୍ରେ ହରାଇ ଚେନ୍ନାଇ ଫାଇନାଲ୍ରେ ପ୍ରବେଶ କରିଛି। ମ୍ୟାଚ୍ରେ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଚେନ୍ନାଇ। ଫଳରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୭ ଓ୍ୱିକେଟ୍ ବିନିମୟରେ ୧୩୯ ରନ୍ ସଂଗ୍ରହ କରିଥିଲା। ଏହାକୁ ପିଛା କରି ଚେନ୍ନାଇ ୧୯.୧ ଓଭରର୍ ୧୪୦ ରନ୍ କରି ମ୍ୟାଚ୍କୁ ହାତେଇବାରେ […]