ଦୁବାଇ: ଚଳିତ ବିଶ୍ୱକପରେ ଭାରତୀୟ କ୍ରିକେଟ୍ ଟିମ୍ ଭଲ ଆରମ୍ଭ କରିଛି ଏବଂ ଏପର୍ଯ୍ୟନ୍ତ ଅପରାଜେୟ ରହିଛି। ଏହାର ଫାଇଦା ଭାରତକୁ ଆଇସିସି ଦିନିକିଆ ରାଙ୍କିଙ୍ଗରେ ମଧ୍ୟ ମିଳିଛି। ଭାରତ ଏବେ ବିଶ୍ୱର ଏକ ନମ୍ବର ଦିନିକିଆ ଟିମ୍ ହୋଇଛି। ଏହି ମାମଲାରେ ଭାରତ ଇଂଲଣ୍ଡକୁ ହଟାଇ ଶୀର୍ଷ ସ୍ଥାନ କବଜା କରିଛି। ଭାରତ ୧୨୩ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ବିଶ୍ୱକପରେ ଇଂଲଣ୍ଡ ଟିମ୍ ୭ଟିରୁ ୩ଟି ମୁକାବିଲା ହାରିସାରିଛି ଏବଂ ଏହାର ପ୍ରଭାବ […]
ତୁତିକୋରିନ: ତାମିଲନାଡୁର ତୁତିକୋରିନରେ ପ୍ରଦୂଷଣ ସୃଷ୍ଟିକାରୀ ଷ୍ଟେରଲାଇଟ୍ କମ୍ପାନୀକୁ ବିରୋଧ ବେଳେ ପୋଲିସ-ବିକ୍ଷୋଭକାରୀ ରକ୍ତାକ୍ତ ସଂଘର୍ଷ। ପୋଲିସର ଅନ୍ଧାଧୁନ୍ ଗୁଳିରେ ୯ ବିକ୍ଷୋଭକାରୀ ପ୍ରାଣ ହରାଇଛନ୍ତି। ଆହତ ହୋଇଛନ୍ତି ୪୦ରୁ ଅଧିକ ଲୋକ। ଷ୍ଟେରଲାଇଟ୍ କମ୍ପାନୀକୁ ବନ୍ଦ କରିବା ଦାବିରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ଘଉଡାଇବାକୁ ଯାଇ ପୋଲିସ ଗୁଳିଚାଳନା କରିଥିଲା। ସୂଚନା ଅନୁସାରେ ଷ୍ଟେରଲାଇଟ୍ କମ୍ପାନୀ ବନ୍ଦ କରିବା ଦାବିରେ ଗତ ଶହେ ଦିନ ଧରି ଆନ୍ଦୋଳନ ଚାଲିଥିଲା । ଆଜି ଆନ୍ଦୋଳନକୁ ଶହେ ଦିନ […]
ଦର୍ଶନ ପାଇଁ ଭକ୍ତଙ୍କୁ ପ୍ରଥମେ ଅନଲାଇନ୍ ବୁକିଂ କରିବାକୁ ପଡିବ ଏବଂ ପ୍ରତିଦିନ କେବଳ ୫ ହଜାର ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ । ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କମ୍ ଭକ୍ତଙ୍କୁ ସାବରିମାଳା ମନ୍ଦିର ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି
ଲାହୋର: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ହୀନା ରବାନିଙ୍କ ପରେ ପାକିସ୍ତାନର ଆଉ ଜଣେ ସୁନ୍ଦରୀ ମହିଳାଙ୍କୁ ନେଇ ଚର୍ଚ୍ଚା I ସେ ହେଉଛନ୍ତି ପାକିସ୍ତାନର ପ୍ରଥମ ମହିଳା ପୋଲିସ ଏସପି ଡା. ଅନୁସ ମାସୁଦ ଚୌଧୁରୀ I ଅନୁସ କେବଳ ତାଙ୍କର ସୌନ୍ଦର୍ଯ୍ୟ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି I ପୋଲିସ ଚାକିରି କରିବା ପୂର୍ବରୁ ଅନୁସ ଜଣେ ଡାକ୍ତର ଥିଲେ I ଅନୁସ ଜଣେ ପ୍ରତିଭା ସମ୍ପନ୍ନ ଛାତ୍ରୀ ଓ ସେ ବିଶ୍ୱ […]
If a flight is cancelled & it is the airlines’ fault, then the passenger has to be compensated or ticket has to be refunded. If a flight is delayed, the passenger will be compensated in various ways: Jayant Sinha, MoS Aviation. pic.twitter.com/Tm2pZwG90A — ANI (@ANI) 22 May 2018
ନୂଆଦିଲ୍ଲୀ: ନିପା ଭାଇରସ ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ. ପି. ନଡ୍ଡାଙ୍କ ନିର୍ଦେଶରେ ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ, ନାସନାଲ ଭାଇରୋଲୋଜି ଇନଷ୍ଟିଚୁଟରୁ ଏକ ଟିମ କୋଝିକୋଡକୁ ଯାଇଛନ୍ତି । ଟିମ ପହଞ୍ଚିବା ପରେ ପ୍ରାୟ ଶହେ ନୂଆ ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ନାସନାଲ ଭାଇରୋଲୋଜି ଇନଷ୍ଟିଚୁଟକୁ ପଠାଯାଇଛି। ସେପଟେ କେରଳ ମୁଖ୍ୟ ମନ୍ତ୍ରୀ ପି. ବିଜୟନ କହିଛନ୍ତି ଯେ ସ୍ଥିତି ଉପରେ ନଜର ରଖାଯାଇଛି । ଆଉ ଯେପରି […]
ନୂଆଦିଲ୍ଲୀ : ବିମାନ ବାତିଲ ହେଲେ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ। ବିମାନ ସେବା ବାତିଲ ପଛରେ ଯଦି ବିମାନ କମ୍ପାନୀର ତ୍ରୁଟି ଥାଏ, ତେବେ ଯାତ୍ରୀଙ୍କୁ କ୍ଷତିପୂରଣ କିମ୍ବା ଟିକେଟର ମୂଲ୍ୟ ଫେରସ୍ତ କରାଯିବ। ସେହିଭଳି ବିମାନ ବିଳମ୍ବ ହେଲେ ମଧ୍ୟ ଏ ବାବଦରେ ଯାତ୍ରୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି। If a flight is cancelled & it is the airlines’ fault, […]
ନୂଆଦିଲ୍ଲୀ: ନିପା ଭାଇରସ୍ରେ ସଂକ୍ରମିତ ହୋଇ କେରଳରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି । ରକ୍ତ ନମୁନା ରିପୋର୍ଟ ଆଧାରରେ ଏହା ସ୍ପଷ୍ଟ କରିଛି କେରଳ ସ୍ୱାସ୍ଥ୍ୟ ବିଭାଗ। ୨ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି ବୋଲି କେରଳ ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଏହି ଭାଇରସ୍ରେ ସଂକ୍ରମିତ ହୋଇ ଗୋଟିଏ ପରିବାରର ୩ଜଣ ସଦସ୍ୟଙ୍କ ଜୀବନ ଚାଲିଯାଇଥିଲା। ତେବେ ମୃତ୍ୟୁ ଘଟିଥିବା ଏହି ପରିବାର ଭାଇରସ୍ ସଂକ୍ରମଣର କେନ୍ଦ୍ରସ୍ଥଳୀ ବୋଲି ଜଣାପଡ଼ିଛି। ମୃତକ ମାନେ କେରଳର କୋଝିକୋଡ୍ […]
ନୂଆଦିଲ୍ଲୀ: ବଢ଼ିଚାଲିଛି ପେଟ୍ରୋଲ ଓ ଡିଜେଲ ଦର। ସାଧାରଣ ଲୋକଙ୍କ ପାଇଁ ଏହା ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଲଗାତାର ଭାବେ ନବମ ଦିନ ମଧ୍ୟ ବଢିଲା ପେଟ୍ରୋଲ ଦର। ପେଟ୍ରୋଲ ଦର ଆଜି ୩୦ ପଇସା ବଢିଥିବା ବେଳେ ଡିଜେଲ ୨୬ ପଇସା ବଢିଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଦର ୭୬ ଟଙ୍କା ୮୭ ପଇସା ଓ ଡିଜେଲ ଦର ୬୮ ଟଙ୍କା ୮ ପଇସା ରହିଛି। ସେହିପରି ଦେଶର ବାଣିଜ୍ୟ ନଗରୀ […]
ହାଇଦ୍ରାବାଦ : ସ୍ୱାମୀ ବିବେକାନନ୍ଦ କହିଥିଲେ ଦୃଢ଼ ଇଚ୍ଛାଶକ୍ତି ଥିଲେ ପ୍ରତିଷ୍ଠା ଆସେ ବା ଉଦ୍ଦେଶ୍ୟ ସଫଳ ହୋଇଥାଏ। ଏବେ ତାହା ପୁଣିଥରେ ପ୍ରମାଣିତ ହୋଇଛି ହାଇଦ୍ରାବାଦର ଜଣେ ପ୍ରଫେସରଙ୍କ କ୍ଷେତ୍ରରେ। ତାଙ୍କର ଦୀର୍ଘ ଦିନର ସ୍ୱପ୍ନ ସଫଳ ହୋଇଛି। ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ହାଇଦ୍ରାବାଦ ନିବାସୀ ୪୫ ବର୍ଷୀୟ ପ୍ରଫେସର ସତୀଶ କୁମାର। ପେସାରେ ଜଣେ ମେକାନିକାଲ ଇଂଜିନିୟର କିନ୍ତୁ ଦୀର୍ଘ ଦିନରୁ ସେ ବ୍ୟବହାର ଅନୁପଯୋଗୀ ହୋଇ ପଡିଥିବା […]
ଲଣ୍ଡନ : ଚଳିତ ଆଇସିସି ବିଶ୍ୱକପର ମଙ୍ଗଳବାର ଖେଳାଯାଇଥିବା ଆଉ ଏକ ହାଇଭୋଲଟେଜ୍ ମୁକାବିଲାରେ ଅଷ୍ଟ୍ରେଲିଆ ୬୪ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ୧୨ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡକୁ ହଟାଇ ପ୍ରଥମ ସ୍ଥାନକୁ ଉଠିବା ସହ ପ୍ରଥମ ଟିମ୍ ଭାବେ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଅନ୍ୟପକ୍ଷରେ ପରାଜୟ ସହ ଇଂଲଣ୍ଡର ସେମିଫାଇନାଲ୍ ଆଶା କ୍ଷୀଣ ହେବାରେ ଲାଗିଛି। ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚରେ କ୍ୟାପଟେନ୍ ଆରୋନ୍ ଫିଞ୍ଚ […]
ନୂଆ ଦିଲ୍ଲୀ : ରେଲୱେରେ ପ୍ରତିଦିନ ୨କୋଟିରୁ ଅଧିକ ଲୋକ ଯାତ୍ରା କରନ୍ତି। ଲକ୍ଷ ଲକ୍ଷ ଲୋକ ରେଲୱେ ଷ୍ଟେସନ ଓ ଟ୍ରେନ୍ରେ ଦିଆ ଯାଉଥିବା ଖାଦ୍ୟ ଉପରେ ନିର୍ଭର କରିଥାନ୍ତି, ଯାହାର ମାନକୁ ନେଇ ବାରମ୍ବାର ଅଭିଯୋଗ ଆସେ। ଆଉ ମଧ୍ୟ ଲୋକେ କ୍ୟାଟରିଂ ଷ୍ଟାଫ୍ଙ୍କ ବ୍ୟବହାରକୁ ନାପସନ୍ଦ କରନ୍ତି। ଟ୍ରେନ୍ରେ ଦୂର ସ୍ଥାନକୁ ଯାତ୍ରା ପୂର୍ବରୁ ଏହି ସମସ୍ୟାରେ ପଡିଥାନ୍ତି ଲୋକେ। ଏବେ ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏକ ଭଲ ଖବର। ରେଲୱେ କ୍ୟାଟରିଂ […]