• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

sekh
ରୋଜା ଭାଙ୍ଗି ପ୍ରସୂତିଙ୍କୁ ରକ୍ତ ଦେଲେ ଯୁବକ

ଫୁଲବାଣୀ: ରମଜାନ ମାସରେ ରୋଜା ଭାଙ୍ଗି ପ୍ରସୂତିଙ୍କୁ ରକ୍ତ ଦେଲେ ଯୁବକ। ରକ୍ତଦାନ କରିଥିବା ଯୁବକ ହେଲେ ଫୁଲବାଣୀର ଶେଖ୍ ସାକିର। ସୂଚନା ଅନୁସାରେ ୩ଦିନ ତଳେ ଫୁଲବାଣୀ ଡାକ୍ତରଖାନାରେ ଡଗୁପଦର ଗାଁରେ ଜଣେ ପ୍ରସୂତି ଭର୍ତ୍ତି ହୋଇଥିଲେ। ତାଙ୍କ ଦେହରେ ହିମୋଗ୍ଲୋବିନ୍ କମ୍ ଥିବା ଜାଣିବା ପରେ ଡାକ୍ତର ତାଙ୍କୁ ରକ୍ତ ଦେବାକୁ କହିଥିଲେ। ମହିଳାଙ୍କ ବ୍ଲଡ ଗ୍ରୁପ AB ପଜିଟିଭ୍ ହୋଇଥିବାରୁ ରକ୍ତ ଯୋଗାଡ଼ କରିବା ପାଇଁ ପରିବାର ଲୋକଙ୍କ ପକ୍ଷେ କଷ୍ଟ ସାଧ୍ୟ […]

arbaz khan
ଆଇପିଏଲ୍‌ରେ ଜୁଆ କାରବାର ଅଭିଯୋଗ: ବଲିଉଡ ଅଭିନେତା ଅରବାଜ ଖାନଙ୍କୁ ପୋଲିସର ସମନ

ମୁମ୍ବାଇ: ଆଇପିଏଲ୍‌ରେ ବେଟିଂ ଅଭିଯୋଗରେ ବଲିଉଡ ଅଭିନେତା ତଥା ପ୍ରଯୋଜକ ଅରବାଜ ଖାନଙ୍କୁ ମହାରାଷ୍ଟ୍ର ଥାନେ ପୋଲିସ ସମନ ଜାରି କରିଛି। ଆସନ୍ତାକାଲି ଥାନେ କ୍ରାଇମବ୍ରାଞ୍ଚରେ ହାଜର୍ ହେବାକୁ ଅରବାଜ ଖାନଙ୍କୁ ନୋଟିସ ହୋଇଛି। ଆସନ୍ତାକାଲି ଅରବାଜଙ୍କ ବୟାନ ରେକର୍ଡ ହେବ। ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସାନ ଭାଇ ହେଉଛନ୍ତି ଅରବାଜ ଖାନ। ନିକଟରେ ଶେଷ ହୋଇଥିବା ଆଇପିଏଲର ବିଭିନ୍ନ ମ୍ୟାଚରେ ଅରବାଜ ଖାନ୍ ବୁକିଙ୍କୁ ଅର୍ଥ ପ୍ରଦାନ କରିଥିବା ନେଇ ଅଭିଯୋଗ ହୋବା ପରେ […]

mumbai blast
ଗିରଫ ହେଲା ମୋଷ୍ଟ ୱାଣ୍ଟେଡ୍‌ ଅହମଦ ଲମ୍ବୁ

ଗାନ୍ଧିନଗର: ଗିରଫ ହୋଇଛି ମୋଷ୍ଟ ୱାଣ୍ଡେଡ ଆତଙ୍କବାଦୀ ଅହମ୍ମଦ ଲମ୍ବୁ। ୧୯୯୩ ମସିହାରେ ମୁମ୍ବାଇ ସିରିଏଲ ବିସ୍ଫୋରଣରେ ସମ୍ପୃକ୍ତ ଲମ୍ବୁକୁ ଗିରଫ କରିଛି ଗୁଜରାଟ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ୍। ସୂଚନା ମୁତାବକ ଗୁଜରାଟ ଏଟିଏସ୍ ନଭସାରି ଏବଂ ଭଲସାଦ ଉପକୂଳ ଅଞ୍ଚଳରୁ ଆତଙ୍କବାଦୀ ଅହମ୍ମଦ ଲମ୍ବୁକୁ ଗିରଫ କରାଯାଇଛି। ମୁମ୍ବାଇ ସିରିଏଲ୍ ବ୍ଲାଷ୍ଟ ପରେ ଫେରାର ଥିଲା ଅହମ୍ମଦ ଲମ୍ବୁ। ସିବିଆଇ ଏବଂ ଇଣ୍ଟରପୋଲ୍ ଲମ୍ବୁ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲେ। ଏହାସହ ଆତଙ୍କବାଦୀ […]

crpf attack
ସେନା ଉପରକୁ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର: ପୁଣି ଥରେ ସେନା ଉପରକୁ ଆତଙ୍କବାଦୀ ଆକ୍ରମଣ। ଜାମ୍ମୁ ଓ କାଶ୍ମୀର ପୁଲୱାମାରେ CRPF ବାଟାଲିୟନ୍‌ର ଯବାନଙ୍କ ଉପରକୁ ଗ୍ରେନେଡ଼ ଓ ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ। ଯବାନ ମାନେ ଏକ ବଙ୍କର ଗାଡ଼ିରେ ସର୍ଚ୍ଚ ଅପରେସନ୍‌ରେ ଯାଉଥିବାବେଳେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଆକ୍ରମଣରେ ଦୁଇ ଯବାନ ଆହତ ହୋଇଥିବା ବେଳେ ଜଣେ ସାଧାଣ ଲୋକ ଆହତ ହୋଇଛନ୍ତି। ଘଟଣା ପରେ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। ପୁଲୱାମାର ବିଭିନ୍ନ ପ୍ରବେଶ ପଥକୁ ସିଲ୍ କରି […]

modi in singapur
ସିଙ୍ଗାପୁର ସହ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କଲା ଭାରତ

ନୂଆଦିଲ୍ଲୀ: ଚୀନକୁ ପ୍ରତିହତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟପ୍ ଡିପ୍ଲୋମାସି। ଇଣ୍ଡୋନେସିଆ, ମାଲେସିଆ ଏବଂ ସିଙ୍ଗାପୁର ଏହି ୩ ରାଷ୍ଟ୍ର ସହ ସାମରିକ, ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଚନ୍ତି ମୋଦି। ତ୍ରି ରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ୍ ଲୁଙ୍ଗଙ୍କ ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଛି।  ସାମରିକ, ବାଣିଜ୍ୟିକ ଏବଂ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ। […]

cong
ବିଜେପି ବିରୋଧୀ ମହାମେଣ୍ଟର ମୂଳଦୁଆ ପଡ଼ିଲା

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ବିରୋଧୀ ମହାମେଣ୍ଟର ମୂଳଦୁଆ ପଡ଼ିଛି। କଂଗ୍ରେସ ଏବଂ ଜେଡିଏସ୍ ମଧ୍ୟରେ ନିର୍ବାଚନ ଲଢ଼ିବା ନେଇ ଆଜି ସହମତି ହୋଇଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ଦଳ ମଧ୍ୟରେ ହୋଇଥିବା ମେଣ୍ଟ ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ କଂଗ୍ରେସ ନେତା କେ. ସି ବେଣୁଗୋପାଳ। କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳ ଗଠନ ନେଇ ଆଜି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ସହ କଂଗ୍ରେସ ନେତାଙ୍କ ସହମତି ହୋଇଛି। ଜେଡିଏସକୁ ଅର୍ଥମନ୍ତ୍ରୀ ପଦ ଦେବା ନେଇ […]

dinesh-sharma
ୟୁପି ଉପମୁଖ୍ୟମନ୍ତ୍ରୀଙ୍କ ରାମାୟଣ ଉପାଖ୍ୟାନ; କେମିତି ଜନ୍ମ ହୋଇଥିଲେ ସୀତା ?  

ଲକ୍ଷ୍ନୌ: ବିଜେପି ନେତାଙ୍କ ରାମାୟଣ ଉପାଖ୍ୟାନ। ମାତା ସୀତାଙ୍କୁ ନେଇ ସେ ଏମିତି ଏକ କଥା କହିଛନ୍ତି ଯାହା ଶୁଣିଲେ ଆପଣ ଚକିତ ହେବେ । ରାମାୟଣରେ ମାତା ସୀତାଙ୍କୁ ଅଯୋନିସମ୍ଭୁତା ବୋଲି କଥିତ ଅଛି । ତାଙ୍କୁ ଧରିତ୍ରୀ ମାତାଙ୍କ ସନ୍ତାନ ବୋଲି କୁହାଯାଇଛି । ରାଜର୍ଷି ଜନକ ତାଙ୍କୁ ମାଟିରୁ ଉଦ୍ଧାର କରିଥିଲ ବୋଲି କୁହାଯାଏ । କିନ୍ତୁ ସୀତା ଟେଷ୍ଟ ଟ୍ୟୁବ୍ ବେବି ଥିଲେ ବୋଲି କହିଛନ୍ତି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା। […]

musarf
ମୁଶାରଫ୍‌ଙ୍କ ପରିଚୟପତ୍ର ଓ ପାସପୋର୍ଟ ସସ୍‌ପେଣ୍ଡ ପାଇଁ ପାକ୍ ବିଦେଶ ମନ୍ତ୍ରାଳୟର ନିର୍ଦ୍ଦେଶ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ସାମରିକ ଶାସକ ତଥା ପୂର୍ବତନ ରାଷ୍ଟ୍ରପତି ଜେନେରାଲ୍ ପରଭେଜ୍ ମୁଶାରଫ୍‌ଙ୍କ ଜାତୀୟ ପରିଚୟପତ୍ର ଓ ପାସପୋର୍ଟ ସସ୍‌ପେଣ୍ଡ କରିବାକୁ ବିଦେଶ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ନ୍ୟାସନାଲ ଡାଟାବେସ୍ ଓ ପଞ୍ଜୀକରଣ ପ୍ରାଧିକରଣ ଏବଂ ଇମିଗ୍ରେସନ ବିଭାଗକୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଥିବା ପାକିସ୍ତାନର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ମୁଶାରଫଙ୍କ ବିରୋଧରେ ଦେଶଦ୍ରୋହ ମାମଲାର ବିଚାର କରୁଥିବା ସ୍ୱତନ୍ତ୍ର କୋର୍ଟଙ୍କ ନିର୍ଦ୍ଦେଶ ବଳରେ ବିଦେଶ ମନ୍ତ୍ରାଳୟ ଏହି ପଦକ୍ଷେପ ନେଇଛି। ମୁଶାରଫଙ୍କ […]

modi baranasi
ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ

ବାରଣାସୀ : ଭାରତୀୟ ଜନତା ପାର୍ଟି-BJP ପକ୍ଷରୁ ଆଜିଠୁ ପୁଣି ଆରମ୍ଭ ହୋଇଛି ମେଗା ସଦସ୍ୟତା ଅଭିଯାନ। ଦେଶର ସବୁଠୁ ବଡ଼ ରାଜନୈତିକ ଦଳ ବିଜେପି ଏଥର ନିଜ ସଦସ୍ୟଙ୍କ ସଂଖ୍ୟାଙ୍କୁ ୧୧ କୋଟିରୁ ୨୦ କୋଟିକୁ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରୁ ଆଜି ଏହି ଅଭିଯାନ ଆରମ୍ଭ କରିଛନ୍ତି। ବାରଣାସୀରେ ପହଞ୍ଚିବା ପରେ ମୋଦି ଲାଲ ବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଏହାପରେ କର୍ମୀଙ୍କୁ ସମ୍ଭୋଧନ କରି ଏହି […]

cbse
ବଦଳିପାରେ CBSE ଗଣିତ ପରୀକ୍ଷା ଢାଞ୍ଚା

ନୂଆଦିଲ୍ଲୀ: ବଦଳିପାରେ CBSE ଗଣିତ ପରୀକ୍ଷା ଢାଞ୍ଚା। କାରଣ ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ପ୍ରକାର ପ୍ରଶ୍ନପତ୍ର କରିବାକୁ CBSE ଯୋଜନା କରୁଛି। ଗୋଟିଏ ସରଳ ଏବଂ ଅନ୍ୟଟି ଜଟିଳ। ଭବିଷ୍ୟତରେ ଗଣିତ ବିହୀନ ଉଚ୍ଚଶିକ୍ଷା କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମାନେ ଗଣିତ ପରୀକ୍ଷାରେ ସରଳ ପ୍ରଶ୍ନପତ୍ରକୁ ବାଛିପାରିବେ। ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଏହି ବ୍ୟବସ୍ଥା ଲାଗୁ କରିବାକୁ ବିଚାର କରାଯାଉଥିବାର ଜଣାପଡ଼ିଛି। ସିବିଏସ୍ଇ ଆଭ୍ୟନ୍ତରୀଣ ଭାବେ ଏହି ପ୍ରସ୍ତାବକୁ […]