• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ନୂଆଦିଲ୍ଲୀ: ଗତ କିଛିଦିନ ଧରି ସୁନା-ରୂପା ଦରରେ ହ୍ରାସ ଘଟି ଥିବାବେଳେ ଆଜି ଲଗାତାର ୫ ଦିନ ପାଇଁ ସୁନା-ରୂପା ଦର ହ୍ରାସ ପାଇଛି। ଆଜି Multi Commodity Exchange(MCX)ରେ ସୁନା ଓ ରୂପା ଦର ହ୍ରାସ ପାଇଛି। ଆଜି MCXରେ ସୁନା ୦.୨୨ ପ୍ରତିଶତ ହ୍ରାସରେ କାରବାର ଚାଲିଛି। ସେହିପରି ରୂପା ଦର ଆଜି ୦.୦୭% ହ୍ରାସ ପାଇଛି। 

ଆଜି MCXରେ ସୁନା ପ୍ରତି ୧୦ ଗ୍ରାମକୁ ୦.୨୨%  ହ୍ରାସ ପାଇ ୪୭,୪୭୦ ଟଙ୍କାରେ କାରବାର ଚାଲି ଥିବାବେଳେ ରୂପା ୦.୦୭% ହ୍ରାସ ପାଇ ୬୭,୦୮୯ ଟଙ୍କାରେ କାରବାର ଚାଲିଛି। ଗତବର୍ଷ MCXରେ ୧୦ ଗ୍ରାମ ସୁନା ଦର ୫୬,୧୯୧ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା। ଆଜି MCXରେ ସୁନା ପ୍ରତି ୧୦ ଗ୍ରାମକୁ ୪୭,୪୭୦ ଟଙ୍କାରେ କାରବାର ଚାଲିଛି। ଅର୍ଥାତ୍‌ ରେକର୍ଡ ସ୍ତରରୁ ବର୍ତ୍ତମାନ ୮,୫୩୦ ଟଙ୍କା ଶସ୍ତାରେ ମିଳୁଛି ସୁନା। 

Good Returns ର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୮,୧୧୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୭,୧୦୦ ଟଙ୍କା ରହିଛି। 

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

OTV is now on Whatsapp

Join and get latest news update delivered to you via whatsapp

Join Now