• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ekalabtya
ବଲାଙ୍ଗୀରର ଏକଲବ୍ୟ, ଏମିତି ଲକ୍ଷ୍ୟ ସାଧନା ଯେ ଯିଏ ଦେଖିଲେ ସିଏ ବାହା ବାହା କରିବ

ଇଚ୍ଛା ଅଛି, ଉଦ୍ୟମ ବି ଅଛି। ହେଲେ ବାଟ ରୋକୁଛି ଦାରିଦ୍ର୍ୟ। ଆମେ କହୁଛୁ, ବଲାଙ୍ଗିର ସହରର ୨ ଯୁବ କ୍ରୀଡ଼ା ପ୍ରତିଭାଙ୍କ କଥା।  ସମ୍ବଳ ଓ ସୁବିଧା ସୁଯୋଗର ଘୋର ଅଭାବ ସତ୍ତ୍ୱେ, ସେମାନେ ରାଜ୍ୟ ସ୍ତରୀୟ ସୁଟିଂ ଚାମ୍ପିୟନ୍ସିପରେ ମେଡାଲ୍ ଜିତି ପାରିଛନ୍ତି। ବଲାଙ୍ଗିର ପାଇଁ ସୁନାମ  ବି ଆଣିଛନ୍ତି।

  • Wednesday, 14 July 2021
kidny
କିଡ଼ନୀ ଦେବା ଲାଗି କହି ଲକ୍ଷ ଲକ୍ଷ ଟଙ୍କା ଠକିନେଲେ

କିଡନୀ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ। ଜାଲ କାଗଜପତ୍ର ଜରିଆରେ ଲୋକଙ୍କୁ ଭୁଆଁ ବୁଲାଇ ଟଙ୍କା ହଡପ କରୁଥିବା ଭୁବନେଶ୍ୱର ଉତ୍ତରା ଅଞ୍ଚଳର ହିମାଂଶୁ ନନ୍ଦଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ।

  • Wednesday, 14 July 2021
Baijayant Panda
"ରାଜ୍ୟରେ ବିଗିଡି ଯାଇଛି ଆଇନଶୃଙ୍ଖଳା ସ୍ଥିତି"

ଗତକାଲି ଧର୍ମେନ୍ଦ୍ର, ଆଉ ଆଜି ବୈଜୟନ୍ତ ମାହାଙ୍ଗାରେ ହତ୍ୟାର ଶିକାର ଦଳୀୟ ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହଙ୍କ ସ୍ମୃତିସଭାରେ ଯୋଗ ଦେଇ ସିଧା ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ୪ବର୍ଷ ତଳେ ସେ ନିଜେ ବି ଏଠୁ ରାଜନୈତିକ ହିଂସାର ଅନୁଭୂତି ନେଇ ଯାଇଥିଲେ।

  • Wednesday, 14 July 2021
Police
ବାଲିଘାଟରେ କମିଶନରେଟ୍ ପୋଲିସର ଚଢାଉ

କଟକ ବାଲିଘାଟରେ କମିଶନରେଟ୍ ପୋଲିସର ଚଢାଉ। କଟକ ଗୋପାଳପୁରର ପାଇକସାହି ବାଲିଘାଟରେ କମିଶନରେଟ୍ ପୋଲିସର ଏକ ଟିମ୍ ଚଢାଉ କରିଛି। ଚଢାଉରେ ୭ଟି ଟ୍ରାକ୍ଚର ସହ ୧୧ ଜଣଙ୍କୁ ଅଟକ ରଖିଛି ପୋଲିସ। ତେବେ ଗିରଫଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରେ। ଏଥିରେ ଅନେକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ବାଲି ଚୋରା ଚାଲାଣ ହେଉଥିବା

  • Wednesday, 14 July 2021
rayagara
ଯୋଜନା କାହା ପାଇଁ? ୧୦ ବର୍ଷ ହେଲା ଚାଲିଛି ଘର ତିଆରି କାମ...

ରାୟଗଡା: ଯୋଜନାର ନାଁ ପରିବର୍ତ୍ତନ ହୋଇସାରିଛି କିନ୍ତୁ ଘର ତିଆରି ହୋଇ ଅଧାରେ ପଡ଼ିଛି। ୧୦ ବର୍ଷ ପରେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରୁନି ହିତାଧିକାରୀଙ୍କ ଘର। ଅଧପନ୍ତରିଆ ଘରେ ଭାଗ୍ୟକୁ ଆଦରି ରହୁଛନ୍ତି ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା। ଅଧା ଗଢ଼ା ଘରେ ବିଜୁଛି ଜୀବନ, ଇନ୍ଦିରା ଆବାସ ଯୋଜନାରେ ଅବ୍ୟବସ୍ଥା ଅଭିଯୋଗ#Odisha #HouseProblem @RayagadaO pic.twitter.com/zUezeMCj2e — ଓଟିଭି (@otvkhabar) January 10, 2021 ଅଧାଗଢ଼ା ଘରେ ବିତୁଛି […]

  • Wednesday, 14 July 2021
bjp bjd
ବିଜେଡି ଓ ବିଜେପିକୁ ଘାରିଛି ଶ୍ରେୟ ରାଜନୀତି ଭୂତ

ପୌର ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପିକୁ ଘାରିଛି ଶ୍ରେୟ ରାଜନୀତି ଭୂତ। ଭୁବନେଶ୍ୱର ବିନ୍ଦୁ ସାଗର ପୁନରୁଦ୍ଧାରକୁ ଆଳ କରି ରାଜନୀତି ଏବେ ଜୋର ଧରିଛି। ଆଜି ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ ଶୁଭାରମ୍ଭ ଉତ୍ସବ ପାଲଟିଥିଲା ରାଜନୈତିକ କାର୍ଯ୍ୟକ୍ରମ। ସଭାସ୍ଥଳରେ ହିଁ କର୍ମୀ ହାତାହାତି ହୋଇଥିବା ବେଳେ ମଞ୍ଚ ଉପରେ ବି ଉଭୟ ଦଳ ପରସ୍ପରକୁ ବାକ୍ୟ ବାଣ ମାରିଥିଲେ ଯାହାକୁ ନେଇ ବେଶ ଚର୍ଚ୍ଚା ଜାରି ରହିଥିଲା।

  • Wednesday, 14 July 2021
representational image
ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଗିରଫ

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଗିରଫ। ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି କଟକ ଗ୍ରାମାଞ୍ଚଳ ଥାନା ପୋଲିସ। ଏଥିସହ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଗତକାଲି ଗ୍ରାମାଞ୍ଚଳ ପୋଲିସ ଜଣଙ୍କୁ ଗିରଫ କରିଥିଲ॥ ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ସମେତ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଅଭିଯୁକ୍ତ ମାନଙ୍କୁ ହତ୍ୟାକାଣ୍ଡ ସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ ବି କରିଥିଲା ପୋଲିସ।

  • Wednesday, 14 July 2021
sisir
ଯୁବତୀଙ୍କୁ ସୁରକ୍ଷା ଦେବ ବେଲ୍ଟ....ଜାଣନ୍ତୁ କେମିତି?

ଯୁବତୀଙ୍କ ପାଇଁ ସୁରକ୍ଷା କବଚ। ଜୟପୁରର ଶିଶିର ମଲ୍ଲିକ ଏମିତି ଏକ ବେଲ୍ଟ ତିଆରି କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋରଧରିଛି। କେତେବେଳେ ହ୍ୟାଣ୍ଡ ସାନିଟାଇଜର ତ କେତେବେଳେ ସୀମାରେ ସୈନିକଙ୍କ ସୁରକ୍ଷା ପାଇଁ ରୋବୋ ହେଲମେଟ ପ୍ରସ୍ତୁତ କରି ଚର୍ଚ୍ଚାରେ ଥିବା ଯୁବକ ଏବେ ପୁଣି ଏକ ପ୍ରୋଜେକ୍ଟ କରି ଚର୍ଚ୍ଚାରେ। 

  • Wednesday, 14 July 2021
d.Purandeswari
ମୃତ ବିଜେପି ନେତାଙ୍କ ଘରକୁ ଯିବେ ଡି.ପୁରନ୍ଦେଶ୍ୱରୀ

ମାହାଙ୍ଗାରେ ବରିଷ୍ଠ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ନେଇ ରାଜନୀତି ସରଗରମ ଥିବା ବେଳେ ଓଡିଶାରେ ପହଁଚିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ। ଆଜି ବିଜେପି ଟିମ୍ ସହ ପୁରନ୍ଦେଶ୍ୱରୀ , ମୃତ କୁଳମଣି ବରାଳଙ୍କ ଗାଁ ନୃର୍ତ୍ତାଙ୍ଗ ଯିବା କାର୍ଯ୍ୟକ୍ରମ ରହିଛି।

  • Wednesday, 14 July 2021
Chilika
ଚିଲିକାରେ ଚାଲିଛି ପକ୍ଷୀ ଗଣନା

ଖୋର୍ଦ୍ଧା: (ରିପୋର୍ଟ/ବଳରାମ ଲେଙ୍କା)- ଆଜି ଚିଲିକା ହ୍ରଦରେ ହେଉଛି ପକ୍ଷୀ ଗଣନା। ଲୁଣା ହ୍ରଦ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଉଛି ସକାଳ। ମିଳିଥିବା ସୂଚନା ଅନୁସାରେ, ସକାଳ ୬ଟା ରୁ ଆରମ୍ଭ ହୋଇଛି ଏହି ପକ୍ଷୀ ଗଣନା କାର୍ଯ୍ୟ। ଏଥିପାଇଁ ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଚିଲିକା ଓ୍ୱାଇଲ୍ଡଲାଇଫ୍ ଅଧିନସ୍ଥ ଟାଙ୍ଗୀ, ବାଲୁଗାଁ, ରମ୍ଭା, ସାତପଡ଼ା ସହ ଚିଲିକାରେ ପକ୍ଷୀଙ୍କ ଗଣତି ଲାଗି ୨୧ଟି ଟିମ ଗଠନ କରାଯାଇଛି। ଏହି ଟିମରେ ପାଖାପାଖି […]

  • Wednesday, 14 July 2021
bjp
ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୧୨ ଜଣଙ୍କ ନାଁରେ ମାମଲା

କଟକ: ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ଘଟଣା।ମାହାଙ୍ଗା ଥାନାରେ ୧୨ ଜଣଙ୍କ ନାଁରେ ଏତଲା। କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ଥାନାରେ ଦେଲେ ଏତଲା। ଯଁକୁଟି ଗାଁର ୪ଜଣ ଓ ନୃତାଙ୍ଗ ଗାଁର ୮ଜଣଙ୍କ ନାଁରେ ଏତଲା। ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ତେବେ ହତ୍ୟାକାଣ୍ଡକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି।  ବିଜେପି ନେତାଙ୍କ ହତ୍ୟା ପରେ ଗାଁରେ ଚାପା ଉତ୍ତେଜନା। ୧୨ ଜଣଙ୍କ ନାଁରେ ଏତଲା, ରାଜନୈତିକ କାରଣରୁ […]

  • Wednesday, 14 July 2021
BJP-neta
ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ଚାପା ଉତ୍ତେଜନା

କଟକ ସାଲେପୁର ଜଙ୍କୋଟି ନିକଟରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ହତ୍ୟା ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବାବେଳେ ସାଇଣ୍ଟିଫିକ୍ ଟିମ୍ ତନାଘନା ଆରମ୍ଭ କରିଛି।

  • Wednesday, 14 July 2021
Matric
ଚଳିତ ବର୍ଷ ୮୦ ମାର୍କର ପରୀକ୍ଷା ଦେବେ ମାଟ୍ରିକ ଛାତ୍ର ଛାତ୍ରୀ

ଚଳିତ ବର୍ଷ ୮୦ ପ୍ରତିଶତ ମାର୍କର ପରୀକ୍ଷା ଦେବେ ମ୍ୟାଟ୍ରିକ ଛାତ୍ରଛାତ୍ରୀ। ତେବେ ଏଥି ମଧ୍ୟରୁ ୫୦ ମାର୍କର ଅବଜେକ୍ଟିଭ ଓ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ ପଡିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ।

  • Wednesday, 14 July 2021
puri srimandir
ଆଜିଠୁ ଜଗା ଦର୍ଶନ କରିବେ ସାଧାରଣ ଭକ୍ତ

ଆଜିଠୁ ଜଗା ଦର୍ଶନ କରିବେ ସାଧାରଣ ଲୋକ।  ଦୀର୍ଘ ୯ ମାସ ପରେ ଆଜିଛୁ ଜଗା ଦର୍ଶନର ସୌଭାଗ୍ୟ ପାଇବେ ଭକ୍ତ। ଆଜିଠୁ ୧୫ରୁ ୧୭ ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଆଶା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ପୁରୀ ବାସିନ୍ଦାଙ୍କ ପାଇଁ ହୋଇଥିବା ୬ ଦିନିଆ ଦର୍ଶନ ବ୍ୟବସ୍ଥା ପରେ ଦିନକୁ ୧୫ରୁ ୧୭ ହଜାର ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ହୋଇପାରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

  • Wednesday, 14 July 2021
khabar-odisha-sabadhan
ରାଜ୍ୟରେ ଜୋରସୋରରେ ଚାଲିଛି ଭିଜିଲାନ୍ସ ଚଢ଼ାଉ, ଜାଣନ୍ତୁ ଆଜି କେଉଁ କେଉଁ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ

ରାଜ୍ୟରେ ଲଗାତାର  ଭାବରେ ବଢିଚାଲିଛି ଭିଜିଲାନ୍ସ ଚଢାଉ। ତେବେ ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କୋର୍ଟରେ ଏଏସଆଇ ଭାବେ କାର୍ଯ୍ୟରତ ରବୀନ୍ଦ୍ରନାଥ ସେନାପତିଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି।

  • Wednesday, 14 July 2021
bhadrak bridge
ସମୟ ସରିଗଲାଣି କିନ୍ତୁ ସରିପାରୁନାହିଁ ବିଜୁ ସେତୁ...

ଅବଧି ପରେ ବି ସରୁନି ୪ କୋଟିରୁ ଉର୍ଧ୍ୱ ଟଙ୍କାର ବିଜୁ ସେତୁ ନିର୍ମାଣ କାର୍ଯ୍ୟ । ରାଜ୍ୟ ସରକାର ନଦୀ ମଧ୍ୟରେ ସେତୁ ନିର୍ମାଣ କରି ଯୋଗାଯୋଗର ସୁବିଧା କରୁଥିବା ବେଳେ ଏଠି କିନ୍ତୁ ତାର ଓଲଟା ଚିତ୍ର ଦେଖିବାକୁ ମିଳିଛି ।

  • Wednesday, 14 July 2021
vigilance
ରାଜ୍ୟର ଏକାଧିକ ସ୍ଥାନରେ ଭିଜିଲାନ୍ସ ରେଡ୍: ଜାଣନ୍ତୁ କେଉଁ ଅଧିକାରୀଙ୍କ ଘରେ ହେଲା ଚଢାଉ

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ। କଳାହାଣ୍ଡି ଧର୍ମଗଡ଼ରେ ପଞ୍ଚାୟତ ପିଇଓଙ୍କ ଘରେ ଭିଜିଲାନ୍ସ ଯାଞ୍ଚ ହୋଇଛି। ଭବାନୀପାଟଣା ବ୍ଲକ ଥୁଆପଦର ପଞ୍ଚାୟତ ପିଇଓ ବାଲେଶ୍ୱର ନାଏକଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଯାଞ୍ଚ ହୋଇଥିବା ଜଣାପଡ଼ିଛି। ପିଇଓ ବାଲେଶ୍ୱର ନାଏକଙ୍କ ଭବାନୀପାଟଣା, ଭେଲାଗାଁ ଘର ଓ ପଞ୍ଚାୟତ ଅଫିସ୍ରେ ରେଡ୍ କରାଯାଇଛି।

  • Wednesday, 14 July 2021
12pm-khabar
ବସ ଦୁର୍ଘଟଣା: ୩ମୃତ, ୬ ଆହତ....ବିନା ଚିହ୍ନାରେ ଥାନା ଓ ଡାକ୍ତରଖାନା ମନା??

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୭୨ତମ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମ। ମନ କି ବାତରେ ମୋଦି ବିଭିନ୍ନ ପ୍ରସଙ୍ଗରେ ମନର କଥା କହିଛନ୍ତି। ଏହା ପୂର୍ବରୁ ମନର କଥାରେ କେଉଁ ପ୍ରସଙ୍ଗ ଆଲୋଚନା କରିବେ, ସେନେଇ ଶୁକ୍ରବାର ଦିନ ଦେଶବାସୀଙ୍କଠାରୁ ମତାମତ ଲୋଡ଼ିଥିଲେ ମୋଦି।

  • Wednesday, 14 July 2021
Chintu
ପୁଣି ଏକ ଶିଶୁ ନିଖୋଜ: ଚିଣ୍ଟୁକୁ ନେଲା କିଏ?

୪ ବର୍ଷର ନାତି ଦାଣ୍ଡରେ ଖେଳୁଥିଲା। କିଛି ସମୟ ପରେ ଦେଖିଲା ବେଳକୁ କୁଆଡ଼େ ଗାଏବ୍ ହୋଇଗଲା। ସେଦିନଠୁ ଘରେ ଚୁଲି ଜଳୁନି। ଫଟୋ ଧରି କାନ୍ଦୁଛନ୍ତି ଜେଜେ ମାଆ, ବାପା ଓ ମାଆ। ସେମାନଙ୍କ କାନ୍ଦ ଶୁଣିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ। ଦର୍ଶକବନ୍ଧୁ ଏ ଭିଡିଓଟିକୁ ଏତେ ମାତ୍ରାରେ ସେୟାର କରନ୍ତୁ ଯେମିତି ପୋଲିସ୍ ଚେଇଁ ଉଠିବ ଆଉ ଘରକୁ ହସି ହସି ଫେରି ଆସିବ ୪ ବର୍ଷର ଚିଣ୍ଟୁ।

  • Wednesday, 14 July 2021
loot
ବରିଷ୍ଠଙ୍କୁ ଟାର୍ଗେଟ କରୁଛନ୍ତି ଲୁଟେରା

ପୁଣି ଲୁଟେରାଙ୍କ ଟାର୍ଗେଟରେ ବରିଷ୍ଠ ନାଗରିକ। ଚାଲି ଚାଲି ଯାଉଥିବାବେଳେ ଜଣେ ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ।  ଗଂଜାମ ହିଞ୍ଜିଳିକାଟୁ ବଇଞ୍ଚ ଶ୍ୟାମଳାଇ ନଗରରେ ଘଟିଛି ଏହି ଘଟଣା। ସେହି ଅଂଚଳର ବାସନ୍ତୀ ସାହୁ ଚାଲି ଚାଲି ଘରକୁ ଫେରୁଥିବାବେଳେ ପଛପଟୁ ବାଇକରେ ୨ ଜଣ ଦୁର୍ବୃତ୍ତ ଆସିଥିଲେ।

  • Wednesday, 14 July 2021
d-brothers
ଆଜି କୋର୍ଟରେ ହାଜର ହେବେ ଗ୍ୟାଙ୍ଗଷ୍ଟର୍ ଡି ବ୍ରଦର୍ସ

ସରିଲା ଗ୍ୟାଙ୍ଗଷ୍ଟର୍ ଡି ବ୍ରଦର୍ସଙ୍କ ୩ ଦିନିଆ ରିମାଣ୍ଡ୍ ଅବଧି। ଆଜି ସେମାନଙ୍କୁ କଟକ ଜେଏମ୍ଏଫସି କୋର୍ଟରେ ହାଜର କରିବ କମିଶନରେଟ୍ ପୋଲିସ। ଧଳସାମନ୍ତ ଭ୍ରାତା ସୁଶାନ୍ତ ଓ ସୁଶୀଲଙ୍କୁ ପୋଲିସ ଆଉ ରିମାଣ୍ଡରେ ନେବାକୁ ଆବେଦନ କରିନପାରେ ବୋଲି ସୂଚନା ମିଳିଛି।

  • Wednesday, 14 July 2021
Police
ଆଜିଠୁ ଆରମ୍ଭ ହେବ ୬୨ ତମ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସମ୍ମିଳନୀ

ଆଜିଠୁ ଆରମ୍ଭ ହେଉଛି ୬୨ତମ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସମ୍ମିଳନୀ। ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ। ସଶସ୍ତ୍ର ବାଟାଲିୟନର କମାଣ୍ଡାଣ୍ଟ, ରେଞ୍ଜ ଆଇଜି ଏବଂ ଡିଆଇଜି ଉପସ୍ଥିତ ରହିବେ। ଏହାସହ ଭିଜିଲାନ୍ସ, ଜେଲ୍ ଏବଂ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହେବେ।

  • Wednesday, 14 July 2021
winter
ଶୀତରେ ଥରୁଛି ସାରା ଓଡିଶା

ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ରାଜ୍ୟରେ ୯ଟି ସ୍ଥାନରେ ୧୦ ଡିଗ୍ରୀ ତଳକୁ ଖସି ଆସିଛି ପାରଦ। ଜାଡ଼ରେ ଥରୁଛି ସାରା ରାଜ୍ୟ। ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି ଥଣ୍ଡାର ପ୍ରକୋପ। ଗତକାଲି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଦଶମିକ ୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ସେହିପରି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ, କୋରାପୁଟରେ ୮ ଦଶମିକ ୨ ଡିଗ୍ରୀ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୮ ଦଶମିକ ୫, ଭବାନୀପାଟଣାରେ ୯, କେନ୍ଦୁଝରଗଡ଼ରେ ୯ ଦଶମିକ ୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

  • Wednesday, 14 July 2021
Ganjam Collector
ହେଡକ୍ୱାର୍ଟର ନଛାଡିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।  ଆସନ୍ତା ୨୯ ତାରିଖ ଯାଏଁ ପ୍ରତିଦିନ ୨ଟି ବ୍ଲକ ବୁଲିବ ଏହି ରଥ। ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ ବ୍ରିଟେନରୁ ୩ ଜଣ ବ୍ରହ୍ମପୁର ଫେରିଛନ୍ତି ଏବଂ ଜଣଙ୍କୁ ଚିହ୍ନଟ କରାଯାଇଥିବା ନେଇ ମଧ୍ୟ ସୂଚନା ରହିଛି।  କରୋନା ଟିକା ନ ଆସିବା ଯାଏଁ ଆମକୁ ସତର୍କ ରହିବାକୁ ହେବ ବୋଲି ରଥ ଶୁଭାରମ୍ଭ ଅବସରରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Karnjia
୨୮ ବର୍ଷ ହେଲାଣି ସରିପାରୁନାହିଁ ପ୍ରକଳ୍ପ?

ଅଧପନ୍ତରିଆ ଭାବେ ପଡ଼ି ରହିଛି ମୟୁରଭଞ୍ଜ ହାତିବାରୀରେ ନିର୍ମାଣ ହେଉଥିବା ଦେଓ ଜଳ ପ୍ରକଳ୍ପ। ଜମି ଅଧିଗ୍ରହଣ ଓ ବିସ୍ଥାପନ ସମସ୍ୟା ଯୋଗୁଁ ଦୀର୍ଘ ବର୍ଷ ହେଲା ପ୍ରକଳ୍ପ ଆଗକୁ ବଢ଼ି ପାରୁନି। ୫୨ କୋଟି ଟଙ୍କାର ବ୍ୟୟ ଅଟକଳ ଏବେ ୯୦୦ କୋଟି ଟଙ୍କା ହୋଇଗଲାଣି।

  • Wednesday, 14 July 2021