ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା। ମାନସିକ ଚାପରୁ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ହେଉ ଅଧିକାଂଶ ଲୋକ ମୁଣ୍ଡବିନ୍ଧାର ଶିକାର ହୋଇଥାନ୍ତି । ତେବେ ମୁଣ୍ଡବିନ୍ଧା କେତେ ପ୍ରକାରର ? ସବୁ ମୁଣ୍ଡବିନ୍ଧାର କାରଣ କ’ଣ ସମାନ ? ଦେଖନ୍ତୁ ଏହି ଭିଡିଓ…
ଭଳି କି ଭଳି ଫୁଲ ଫୁଟିଛି, ପନିପରିବା ବି ଫଳିଛି। ଲାଗିଛି ୩୦ ପ୍ରକାର ଫୁଲ ଓ ୧୦ ପ୍ରକାର ପରିବା ଗଛ। ଯେଉଁଠି ଦିନେ ଘାସ ଓ ଅନାବନା ଗଛରେ ଭରି ରହିଥିଲା ଏବେ ତାହା ପାର୍କର ଭ୍ରମ ସୃଷ୍ଚି କରୁଛି। ଦେଖନ୍ତୁ ଏହି ଭିଡିଓ
ସମୟର ସଦୁପଯୋଗ କଲେ ଲାଭ ମିଳିବ । ସମୟର ଅପଚୟ ନକରି ମହିଳାମାନେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଗୃହ ଉପକରଣ । ଘରକୁ ଆସୁଛନ୍ତି ଲକ୍ଷ୍ମୀ । ୪୦ ଜଣ ମହିଳା ଏକାଠି ହୋଇ ଏହା କରି ଦେଖାଇଛନ୍ତି ।
ରାଷ୍ଟ୍ରୀୟ ସମ୍ମାନ ସହ ହେବ ସାହିତ୍ୟ ଜଗତର ଅନ୍ୟତମ ଯୁଗପୁରୁଷ ମନୋଜ ଦାସଙ୍କ ଶେଷକୃତ୍ୟ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ ଯୋଗେ ଏହି ସୂଚନା ଦିଆଯାଇଛି । ଏହି ଶେଷକୃତ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେବେ ବୋଲି ସିଏମ୍ଓ ଟ୍ୱିଟ କରିଛି ।
ଦିନେ ନୁହେଁ କି ଦୁଇଦିନ ନୁହେଁ, ବର୍ଷେ ହେଲା କୋଭିଡ ସଂକ୍ରମିତଙ୍କୁ ମାଗଣାରେ ଯୋଗାଉଛନ୍ତି ସୁଷମ ଖାଦ୍ୟ। ତା ପୁଣି ହୋଟେଲରେ ନୁହେଁ, ନିଜେ ଘରେ ତିଆରି କରୁଛନ୍ତି ଓ ବୁଲି ବୁଲି ବାଣ୍ଟୁଛନ୍ତି। ଏମିତି ଜଣେ ସମାଜସେବୀଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ ।