• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

bhadrak bridge
ସମୟ ସରିଗଲାଣି କିନ୍ତୁ ସରିପାରୁନାହିଁ ବିଜୁ ସେତୁ...

ଅବଧି ପରେ ବି ସରୁନି ୪ କୋଟିରୁ ଉର୍ଧ୍ୱ ଟଙ୍କାର ବିଜୁ ସେତୁ ନିର୍ମାଣ କାର୍ଯ୍ୟ । ରାଜ୍ୟ ସରକାର ନଦୀ ମଧ୍ୟରେ ସେତୁ ନିର୍ମାଣ କରି ଯୋଗାଯୋଗର ସୁବିଧା କରୁଥିବା ବେଳେ ଏଠି କିନ୍ତୁ ତାର ଓଲଟା ଚିତ୍ର ଦେଖିବାକୁ ମିଳିଛି ।

  • Wednesday, 14 July 2021
vigilance
ରାଜ୍ୟର ଏକାଧିକ ସ୍ଥାନରେ ଭିଜିଲାନ୍ସ ରେଡ୍: ଜାଣନ୍ତୁ କେଉଁ ଅଧିକାରୀଙ୍କ ଘରେ ହେଲା ଚଢାଉ

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ। କଳାହାଣ୍ଡି ଧର୍ମଗଡ଼ରେ ପଞ୍ଚାୟତ ପିଇଓଙ୍କ ଘରେ ଭିଜିଲାନ୍ସ ଯାଞ୍ଚ ହୋଇଛି। ଭବାନୀପାଟଣା ବ୍ଲକ ଥୁଆପଦର ପଞ୍ଚାୟତ ପିଇଓ ବାଲେଶ୍ୱର ନାଏକଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଯାଞ୍ଚ ହୋଇଥିବା ଜଣାପଡ଼ିଛି। ପିଇଓ ବାଲେଶ୍ୱର ନାଏକଙ୍କ ଭବାନୀପାଟଣା, ଭେଲାଗାଁ ଘର ଓ ପଞ୍ଚାୟତ ଅଫିସ୍ରେ ରେଡ୍ କରାଯାଇଛି।

  • Wednesday, 14 July 2021
12pm-khabar
ବସ ଦୁର୍ଘଟଣା: ୩ମୃତ, ୬ ଆହତ....ବିନା ଚିହ୍ନାରେ ଥାନା ଓ ଡାକ୍ତରଖାନା ମନା??

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୭୨ତମ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମ। ମନ କି ବାତରେ ମୋଦି ବିଭିନ୍ନ ପ୍ରସଙ୍ଗରେ ମନର କଥା କହିଛନ୍ତି। ଏହା ପୂର୍ବରୁ ମନର କଥାରେ କେଉଁ ପ୍ରସଙ୍ଗ ଆଲୋଚନା କରିବେ, ସେନେଇ ଶୁକ୍ରବାର ଦିନ ଦେଶବାସୀଙ୍କଠାରୁ ମତାମତ ଲୋଡ଼ିଥିଲେ ମୋଦି।

  • Wednesday, 14 July 2021
Chintu
ପୁଣି ଏକ ଶିଶୁ ନିଖୋଜ: ଚିଣ୍ଟୁକୁ ନେଲା କିଏ?

୪ ବର୍ଷର ନାତି ଦାଣ୍ଡରେ ଖେଳୁଥିଲା। କିଛି ସମୟ ପରେ ଦେଖିଲା ବେଳକୁ କୁଆଡ଼େ ଗାଏବ୍ ହୋଇଗଲା। ସେଦିନଠୁ ଘରେ ଚୁଲି ଜଳୁନି। ଫଟୋ ଧରି କାନ୍ଦୁଛନ୍ତି ଜେଜେ ମାଆ, ବାପା ଓ ମାଆ। ସେମାନଙ୍କ କାନ୍ଦ ଶୁଣିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ। ଦର୍ଶକବନ୍ଧୁ ଏ ଭିଡିଓଟିକୁ ଏତେ ମାତ୍ରାରେ ସେୟାର କରନ୍ତୁ ଯେମିତି ପୋଲିସ୍ ଚେଇଁ ଉଠିବ ଆଉ ଘରକୁ ହସି ହସି ଫେରି ଆସିବ ୪ ବର୍ଷର ଚିଣ୍ଟୁ।

  • Wednesday, 14 July 2021
loot
ବରିଷ୍ଠଙ୍କୁ ଟାର୍ଗେଟ କରୁଛନ୍ତି ଲୁଟେରା

ପୁଣି ଲୁଟେରାଙ୍କ ଟାର୍ଗେଟରେ ବରିଷ୍ଠ ନାଗରିକ। ଚାଲି ଚାଲି ଯାଉଥିବାବେଳେ ଜଣେ ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ।  ଗଂଜାମ ହିଞ୍ଜିଳିକାଟୁ ବଇଞ୍ଚ ଶ୍ୟାମଳାଇ ନଗରରେ ଘଟିଛି ଏହି ଘଟଣା। ସେହି ଅଂଚଳର ବାସନ୍ତୀ ସାହୁ ଚାଲି ଚାଲି ଘରକୁ ଫେରୁଥିବାବେଳେ ପଛପଟୁ ବାଇକରେ ୨ ଜଣ ଦୁର୍ବୃତ୍ତ ଆସିଥିଲେ।

  • Wednesday, 14 July 2021
d-brothers
ଆଜି କୋର୍ଟରେ ହାଜର ହେବେ ଗ୍ୟାଙ୍ଗଷ୍ଟର୍ ଡି ବ୍ରଦର୍ସ

ସରିଲା ଗ୍ୟାଙ୍ଗଷ୍ଟର୍ ଡି ବ୍ରଦର୍ସଙ୍କ ୩ ଦିନିଆ ରିମାଣ୍ଡ୍ ଅବଧି। ଆଜି ସେମାନଙ୍କୁ କଟକ ଜେଏମ୍ଏଫସି କୋର୍ଟରେ ହାଜର କରିବ କମିଶନରେଟ୍ ପୋଲିସ। ଧଳସାମନ୍ତ ଭ୍ରାତା ସୁଶାନ୍ତ ଓ ସୁଶୀଲଙ୍କୁ ପୋଲିସ ଆଉ ରିମାଣ୍ଡରେ ନେବାକୁ ଆବେଦନ କରିନପାରେ ବୋଲି ସୂଚନା ମିଳିଛି।

  • Wednesday, 14 July 2021
Police
ଆଜିଠୁ ଆରମ୍ଭ ହେବ ୬୨ ତମ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସମ୍ମିଳନୀ

ଆଜିଠୁ ଆରମ୍ଭ ହେଉଛି ୬୨ତମ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସମ୍ମିଳନୀ। ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ। ସଶସ୍ତ୍ର ବାଟାଲିୟନର କମାଣ୍ଡାଣ୍ଟ, ରେଞ୍ଜ ଆଇଜି ଏବଂ ଡିଆଇଜି ଉପସ୍ଥିତ ରହିବେ। ଏହାସହ ଭିଜିଲାନ୍ସ, ଜେଲ୍ ଏବଂ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହେବେ।

  • Wednesday, 14 July 2021
winter
ଶୀତରେ ଥରୁଛି ସାରା ଓଡିଶା

ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ରାଜ୍ୟରେ ୯ଟି ସ୍ଥାନରେ ୧୦ ଡିଗ୍ରୀ ତଳକୁ ଖସି ଆସିଛି ପାରଦ। ଜାଡ଼ରେ ଥରୁଛି ସାରା ରାଜ୍ୟ। ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି ଥଣ୍ଡାର ପ୍ରକୋପ। ଗତକାଲି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଦଶମିକ ୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ସେହିପରି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ, କୋରାପୁଟରେ ୮ ଦଶମିକ ୨ ଡିଗ୍ରୀ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୮ ଦଶମିକ ୫, ଭବାନୀପାଟଣାରେ ୯, କେନ୍ଦୁଝରଗଡ଼ରେ ୯ ଦଶମିକ ୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

  • Wednesday, 14 July 2021
Ganjam Collector
ହେଡକ୍ୱାର୍ଟର ନଛାଡିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।  ଆସନ୍ତା ୨୯ ତାରିଖ ଯାଏଁ ପ୍ରତିଦିନ ୨ଟି ବ୍ଲକ ବୁଲିବ ଏହି ରଥ। ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ ବ୍ରିଟେନରୁ ୩ ଜଣ ବ୍ରହ୍ମପୁର ଫେରିଛନ୍ତି ଏବଂ ଜଣଙ୍କୁ ଚିହ୍ନଟ କରାଯାଇଥିବା ନେଇ ମଧ୍ୟ ସୂଚନା ରହିଛି।  କରୋନା ଟିକା ନ ଆସିବା ଯାଏଁ ଆମକୁ ସତର୍କ ରହିବାକୁ ହେବ ବୋଲି ରଥ ଶୁଭାରମ୍ଭ ଅବସରରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Karnjia
୨୮ ବର୍ଷ ହେଲାଣି ସରିପାରୁନାହିଁ ପ୍ରକଳ୍ପ?

ଅଧପନ୍ତରିଆ ଭାବେ ପଡ଼ି ରହିଛି ମୟୁରଭଞ୍ଜ ହାତିବାରୀରେ ନିର୍ମାଣ ହେଉଥିବା ଦେଓ ଜଳ ପ୍ରକଳ୍ପ। ଜମି ଅଧିଗ୍ରହଣ ଓ ବିସ୍ଥାପନ ସମସ୍ୟା ଯୋଗୁଁ ଦୀର୍ଘ ବର୍ଷ ହେଲା ପ୍ରକଳ୍ପ ଆଗକୁ ବଢ଼ି ପାରୁନି। ୫୨ କୋଟି ଟଙ୍କାର ବ୍ୟୟ ଅଟକଳ ଏବେ ୯୦୦ କୋଟି ଟଙ୍କା ହୋଇଗଲାଣି।

  • Wednesday, 14 July 2021
D-BROTHERS
ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇଙ୍କୁ ୩ ଦିନ ରିମାଣ୍ଡରେ ନେଲା ପୋଲିସ

ସିଡିଏ ଘରୁ ପୁଳି ପୁଳା ଗୁଳି ଓ ବନ୍ଧୁକ ଜବତ ହେବା ମାମଲାରେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଇଛି ପୋଲିସ୍। ଜେଲରେ ଥାଇ କଟକରେ ଡି ବ୍ରଦର୍ସ କିପରି ଚଳାଇଥିଲେ ବନ୍ଧୁକ କାରବାର?

  • Wednesday, 14 July 2021
Waterfall
ମନମୋହୁଛି ପର୍ଯ୍ୟଟନସ୍ଥଳୀ କିନ୍ତୁ ଯିବାକୁ ନାହିଁ ରାସ୍ତା...

ପର୍ଯ୍ୟଟନସ୍ଥଳୀର ବିକାଶ ସହ ଏହାର ରକ୍ଷଣାବେକ୍ଷଣା ପାଇଁ ସରକାରଙ୍କ ରହିଛି ଅନେକ ଯୋଜନା। ଏନେଇ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି।  ହେଲେ ଆଜି ବି ଏମିତି ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସ୍ଥାନ ରହିଛି ଯେଉଁଠି ସରକାରୀ ଯୋଜନା କୌଣସି କାମକୁ ଆସୁନି।

  • Wednesday, 14 July 2021
nuapada
ସରକାରୀ ସହାୟତାକୁ ବି ଚଳୁ କରିଦେଲେ

ଡ୍ୟାମ୍ ପାଇଁ ଲୋକେ ନିଜ ଜମିବାଡି ସବୁ ଦେଇଦେଲେ। ସରକାର ସହାୟତା ଅର୍ଥ ବି ମଂଜୁର କଲେ। ହେଲେ ସରକାର ଓ ବିସ୍ଥାପିତଙ୍କ ମଝିରେ ଟଙ୍କା ଖାଇଗଲେ ଦଲାଲ। ଏବେ ବି ପ୍ରକୃତ ବିସ୍ଥାପିତ ସହାୟତା ଅପେକ୍ଷାରେ ଥିବା ବେଳେ ମାଲାମାଲ ଦଲାଲ ନୂଆପଡା ଜିଲ୍ଲା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ବୁଡି ଅଂଚଳ ପେଣ୍ଡରାବନ ଗାଁ ଲୋକେ।

  • Wednesday, 14 July 2021
odisha police
ସରୋଜଙ୍କ ବୟାନକୁ ନେଇ ଏମିତି କହିଲା ଓଡ଼ିଶା ପୋଲିସ

ପରୀ ହତ୍ୟା ମାମଲାର ତଦନ୍ତ କରୁଥିବା SIT ମୁଖ୍ୟଙ୍କ ବିରୋଧରେ ସରୋଜ ସେଠୀଙ୍କ ବୟାନକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି ଓଡ଼ିଶା ପୋଲିସ। ଗତକାଲି ଏକ ପ୍ରେସ ରିଲିଜ ଜାରି କରି ପୋଲିସ କହିଛି ଯେ, ପରୀ ହତ୍ୟାର ଖିଅ କାଢ଼ିବାକୁ ଟିମ୍ ପୂରା ଦମରେ କାମ କରୁଛି

Bidhyashree
ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ବିଦ୍ୟାଶ୍ରୀ

ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ । ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା, ଗୁରୁତର ଅବସ୍ଥାରେ ବିଦ୍ୟାଶ୍ରୀଙ୍କୁ କଟକ ସ୍ଥାନାନ୍ତର ସୂଚନା ।

  • Wednesday, 14 July 2021