• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ROURKELA
କରୋନା ରୋଗୀଙ୍କ ଦେବଦୂତ : ଘରେ ତିଆରି କରି ଯୋଗାଉଛନ୍ତି ମାଗଣା ଖାଦ୍ୟ

ଦିନେ ନୁହେଁ କି ଦୁଇଦିନ ନୁହେଁ, ବର୍ଷେ ହେଲା କୋଭିଡ ସଂକ୍ରମିତଙ୍କୁ ମାଗଣାରେ ଯୋଗାଉଛନ୍ତି ସୁଷମ ଖାଦ୍ୟ। ତା ପୁଣି ହୋଟେଲରେ ନୁହେଁ, ନିଜେ ଘରେ ତିଆରି କରୁଛନ୍ତି ଓ ବୁଲି ବୁଲି ବାଣ୍ଟୁଛନ୍ତି। ଏମିତି ଜଣେ ସମାଜସେବୀଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ ।

  • Tuesday, 13 July 2021
sun
ୱିଣ୍ଡ-ସୋଲାର-ହାଇବ୍ରିଡ୍ ପ୍ରୋଜେକ୍ଟ , ବଦଳିବ ଚାଷୀଙ୍କ ଭାଗ୍ୟ

ଜମିକୁ ପାଣି ଯାଉଛି , କିନ୍ତୁ ଇଲେକ୍ଟ୍ରିସିଟି ଦରକାର ପଡୁନି । ସୂର୍ଯ୍ୟକିରଣରେ ନହେଲେ ପବନ ଶକ୍ତିରେ ଉଠୁଛି ପାଣି । ରାଜ୍ୟରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି ୱିଣ୍ଡ ସୋଲାର ହାଇବ୍ରିଡ ପ୍ରୋଜେକ୍ଟ । ଏହା ସଫଳ ହେଲେ ଅନ୍ୟ ସ୍ଥାନରେ ବି ଏହା କରାଯାଇ ଟାଙ୍ଗରା ଭୂଇଁରେ ପାଣି ମାଡିବ । ଚାଷୀଙ୍କ ଅଣ୍ଟା ସଳଖିଯିବ ।

  • Tuesday, 13 July 2021
mayurbhanj
ମରିଗଲା ମାନବିକତା : ଶବ ସହ ମୂଲଚାଲ, ପୋଷ୍ଟମର୍ଟମ ପାଇଁ ମାଗିଲେ ଟଙ୍କା

ଧୀରେ ଧୀରେ ମଣିଷ ପାଖରୁ ମରିଯାଉଛି ମାନବିକତା। ଜଣେ ବ୍ୟକ୍ତି ଏକ ମୃତଦେହର ପୋଷ୍ଟମର୍ଟମ କରିବାକୁ ଟଙ୍କା ମାଗୁଥିବାର ଭିଡିଓ ଭାଇରାଲ୍ ହୋଇଛି। କହୁଛନ୍ତି, କାଟିବାକୁ ନେବି ୭ଶହ, ପୁଣି ସିଲେଇ କରିବାକୁ ନେବି ୫ଶହ।

  • Tuesday, 13 July 2021
jagat
ଜଗତସିଂହପୁରରେ ସୁଗାର ଫ୍ରି ଧାନ ଚାଷ, ଡାଇବେଟିସ୍ ରୋଗୀ ଖୁସ୍

ଜଗତସିଂହପୁର : ସୁଗାର ଫ୍ରି ଧାନଚାଷ, ଲାଭ ଶହେରେ ଶହେ । ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ୧୨ ଏକର ଜମିରେ କରିଛନ୍ତି ସୁଗାର ଫ୍ରି ଧାନ ଚାଷ । ଧାନରୁ ଚାଉଳ କରି କିଲୋ ବିକିବେ ଶହେ ଟଙ୍କାରେ । ଏବେ ଠୁ ଧାନ ନେବାକୁ ଲାଗିଲାଣି ଲାଇନ୍ ।

  • Tuesday, 13 July 2021
qashim
କାସିମ୍ ଚାଚାଙ୍କ ମାଗଣା ହୋଟେଲକୁ ପ୍ରଶଂସା : ବିଦେଶରୁ ମିଳିଲା ସହଯୋଗ

କାସିମ୍ ଚାଚାଙ୍କ ପ୍ରେରଣାଦାୟୀ ଜୀବନ କାହାଣୀ। ଦିନେ ସେ ନିଜେ ଖାଇବାକୁ ପାଉନଥିଲେ। କିନ୍ତୁ ନିଜର ଆର୍ଥିକ ସ୍ଥିତି ଭଲ ହେବାପରେ ସେ ଗରିବ ଲୋକଙ୍କୁ ମାଗଣାରେ ଖାଇବାକୁ ଦେଉଥିଲେ। ଏହି ଖବର ପ୍ରଚାରିତ ହେବାପରେ, ଏବେ ତାଙ୍କୁ ଆମେରିକାରୁ ଜଣେ ବ୍ୟକ୍ତି ଟଙ୍କା ପଠେଇଛନ୍ତି। ଏହି ଟଙ୍କାରେ କାସିମ୍ ଚାଚା ସପ୍ତାହକୁ ଏଣିତି ଦୁଇଦିନ ଗରିବ ଲୋକଙ୍କୁ ପେଟପୂରା ଖାଇବାକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

  • Tuesday, 13 July 2021
mango
ସଫଳ ଆମ୍ବଚାଷୀ : ଗୋଟିଏ ଗଛରେ ଫଳାଉଛନ୍ତି ୩୦୦ କିସମର ଆମ୍ବ

ଚର୍ଚ୍ଚାରେ ଆମ୍ବଚାଷୀ । ଦିନେ ପାଠପଢ଼ା ଛାଡ଼ିଥିଲେ, ଆଉ ଏ‍ବେ ପାଲଟି ଯାଇଛନ୍ତି ସଫଳ ଆମ୍ବଚାଷୀ । ମାତ୍ର ଗୋଟିଏ ଆମ୍ବ ଗଛରେ ଫଳାଉଛନ୍ତି ୩୦୦ ପ୍ରକାର ଆମ୍ବ, ଜାଣନ୍ତୁ ଏହି ଅସମ୍ଭବ କେମିତି ହେଲା ସମ୍ଭବ?

  • Tuesday, 13 July 2021
nazia
My Love ନାଜିଆ, ତୁମପାଇଁ ଜହ୍ନ ରାଇଜରେ ଜାଗାଟେ କିଣିଛି

ନାଜିଆ… ମୋ ପ୍ରାଣ ପ୍ରିୟା ନାଜିଆ… ସାହାଜାନ୍ ସିନା ତାଙ୍କ ପତ୍ନୀଙ୍କ ପାଇଁ ତାଜମହଲ୍ ତୋଳିଥିଲେ, ହେଲେ ମୁଁ ତୁମ ପାଇଁ ଜହ୍ନ ରାଇଜରେ ଜାଗାଟେ କିଣିଛି… କହିବ ଯଦି ତାରାଫୁଲ ପରି ଘର ଟେ ତୋଳିଦେବି ।

  • Tuesday, 13 July 2021
୭
ବାକ୍ସରେ କଙ୍କଡା ଚାଷ କରୁଛନ୍ତି ଯୁବକ : ବର୍ଷକୁ ରୋଜଗାର ହେଉଛି ୫ ଲକ୍ଷ ଟଙ୍କା

ପାଣି ଉପରେ ଡବା ଭଳି ଭାସୁଥିବା ବାକ୍ସରେ ହେଉଛି କଙ୍କଡା ଚାଷ। ବର୍ଷକୁ ରୋଜଗାର ହେଉଛି ୫ ଲକ୍ଷ ଟଙ୍କା। ଯୁବକଙ୍କ ଏହି ନୂଆ କୌଶଳ ଆପଣାଇ କଙ୍କଡା ଚାଷ କରୁଛନ୍ତି ଓ ଭଲ ଦୁଇ ପଇସା ରୋଜଗାର ମଧ୍ୟ କରୁଛନ୍ତି ।

  • Tuesday, 13 July 2021
mamuni
ମୁସଲିମ୍ ଯୁବତୀଙ୍କ ମୁହଁରେ ସଂସ୍କୃତ ଶ୍ଲୋକ

ମାମୁନି ଖାତୁନ୍ । ଯିଏ ମୁସଲିମ୍ ହୋଇ ବି ଗାଇପାରନ୍ତି ଅନର୍ଗଳ ସଂସ୍କୃତ ଶ୍ଲୋକ। କେତେବେଳେ ଗଶେଶ ବନ୍ଦନା ତ କେତେବେଳେ ଗାୟତ୍ରୀ ମନ୍ତ୍ର ଆଉ ଶିବ ସ୍ତ୍ରୋତ୍ର।

  • Tuesday, 13 July 2021
traffic constable
ଟ୍ରାଫିକ୍ ପୋଲିସଙ୍କୁ ସଲାମ୍ : ଲୋକଙ୍କ ଯିବା ଆସିବାରେ ସମସ୍ୟା ହେବାରୁ କୋଦାଳ ଧରି ରାସ୍ତା ସମାନ କଲେ

ଟ୍ରାଫିକ୍ ପୋଷ୍ଟରେ ଡ୍ୟୁଟି କରୁଥିଲେ। ଦେଖିଲେ ଯେ, ଏକ ଖାଲ ପାଇଁ ଲୋକେ ଅସୁବିଧାରେ ପଡୁଛନ୍ତି। ଟ୍ରାଫିକ୍ ସମସ୍ୟା ବଢୁଛି। ଏହା ପରେ ତୁରନ୍ତ ହାତରେ ଏକ କୋଦାଳ ଧରି ସେ ଓହ୍ଲାଇ ପଡ଼ିଲେ ରାସ୍ତାକୁ। ଆଉ ତା ପରର ଦୃଶ୍ୟ ଦେଖିଲେ ଆପଣଙ୍କୁ ବି ସେହି ଟ୍ରାଫିକ୍ ପୋଲିସ୍ ବାବୁଙ୍କୁ ସାଲ୍ୟୁଟ୍ ମାରିବାକୁ ଇଚ୍ଛା ହେବ।

  • Tuesday, 13 July 2021
corona
ସତରେ କଣ ସୂର୍ଯ୍ୟକିରଣରେ ଭଲ ହେଉଛି କରୋନା ?

କରୋନା ମହାମାରୀରୁ ଭଲ କରି ଦେବ ସୂର୍ଯ୍ୟଙ୍କ କିରଣ। ସୂର୍ଯ୍ୟଙ୍କ ଶକ୍ତିରେ କଣ ରହିଛି?

  • Tuesday, 13 July 2021
boudh
ପତ୍ନୀବ୍ରତା ସତ୍ୟ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଦିନରାତି ସ୍ତ୍ରୀ ସେବାରେ ପତି। ଟିକିନିକି କାମ ସବୁ କରୁଛନ୍ତି। ସୁନା ସଂସାରକୁ ଘାରିଛି ରୋଗର କଳାବାଦଲ। ଘର ସମ୍ଭାଳିବା ଲୋକ ଏବେ ବିଛଣାରେ। ଆଉ ରୋଜଗାରିଆ ଲୋକ ବେଉସା ଛାଡି ତାଙ୍କ ଖବର ବୁଝୁଛନ୍ତି। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଏବେ ସରକାରୀ ସହାୟତାକୁ ଅପେକ୍ଷା।

  • Tuesday, 13 July 2021
sonepur
ମାଲେସିଆରେ ଚମକିବେ କୁନି ଝିଅ ଉତ୍ପଳା, ରାଜ୍ୟ ପାଇଁ ଆଣିବେ ଗୌରବ

ଛୋଟ ବେଳୁ ପାଠପଢା ସହ ନାଚ, ଗୀତ ଏବଂ ମଡେଲିଂ ପ୍ରତି ଥିଲା ରୁଚି। ପ୍ରଥମେ ପରିବାର ଲୋକ ଏହାକୁ ଦେଖି ବିରକ୍ତି ହୋଇଥିଲେ। ହେଲେ କୁନି ଝିଅଙ୍କ ଆଗ୍ରହ ଓ ସଫଳତା ଦେଖି ଖୁସି ହୋଇ ଯାଇଛନ୍ତି। ଅଗଷ୍ଟ ମାସରେ ହେବାକୁ ଥିବା ଆନ୍ତର୍ଜାତୀୟ”ବିୟୁଟି ପେଜେଣ୍ଟ’ ପ୍ରତିଯୋଗିତାରେ ସେ ଭାରତରୁ ପ୍ରତିନିଧିତ୍ୱ କରିବାକୁ ମାଲେସିଆ ଯାଉଛନ୍ତି।

  • Tuesday, 13 July 2021
gopabandhu
ଶବର ସାଥୀ ଗୋପବନ୍ଧୁ ସାର୍

ଆଜିକାଲି ଯେତେବେଳେ ଜୀଅନ୍ତା ମଣିଷର ସାଥୀ ହେବାକୁ କେହି ରାଜି ହେଉନାହାଁନ୍ତି,  ଏପରି ଜଣେ ନିଆରା ମଣିଷ ଅଛନ୍ତିଳ, ଯାହାଙ୍କୁ ଅଂଚଳରେ ଲୋକେ ଡାକନ୍ତି ‘ଶବର ସାଥୀ’। ପେସାରେ ସେ ଜଣେ ଶିକ୍ଷକ ହେଲେବି, ଅଧିକାଂଶ ସମୟ ତାଙ୍କର କଟେ ମଣାଣି ଭୂଇଁରେ। ଚିହ୍ନା ନାହିଁ ପରିଚୟ ନାହିଁ, କୌଣସି ମଣିଷର ମୃତ୍ୟୁ ହେଲେ ସତ୍କାର ପାଇଁ ସେ ପହଞ୍ଚି ଯାଆନ୍ତି ମଣାଣିରେ।

  • Tuesday, 13 July 2021
puja
ପୂଜାଙ୍କ ସାଇକେଲରେ ବାଜିଲା ଗୁଳି : ଜୀବନ ସିନା ବଞ୍ଚିଗଲା, ୧୨ କିମି ଚାଲିଚାଲି ଯାଉଛନ୍ତି ସ୍କୁଲ

ଦଶମ ଶ୍ରେଣୀର ଝିଅ ପୂଜା। ଘର ତାଙ୍କର ଜଙ୍ଗଲ ଭିତରେ। ନକ୍ସଲ-ପୋଲିସ୍ ସଂଘର୍ଷ ବେଳେ ଅଳ୍ପକେ ସେ ରକ୍ଷା ପାଇଯାଇଛନ୍ତି। ଗୁଳିଟି ବାଜିଥିଲା ତାଙ୍କ ସାଇକେଲରେ। ଗୁଳି ଟାୟାର ଭିତରେ ପଶି ଚିରିଦେଇଛି। ଏବେ ସେ ୧୨ କିଲୋମିଟର ଚାଲିଚାଲି ଯାଉଛନ୍ତି ସ୍କୁଲ।

  • Tuesday, 13 July 2021
ଓଡ଼ିଆ ଝିଅ ସଙ୍ଗୀତା ମହାପାତ୍ର : ବାଙ୍ଗାଲୋରରେ ଟେକ୍ସଟାଇଲ୍ କମ୍ପାନୀ ମାଲିକ

ଓଡ଼ିଆ ଝିଅ। ପାଠ ପଢ଼ିଥିଲେ ବି-ଟେକ୍। ଏବେ ସେ ବାଙ୍ଗାଲୋରରେ ଜଣେ ସଫଳ ମହିଳା ଉଦ୍ୟୋଗୀ। ସେଠାରେ ସେ ପ୍ରତିଷ୍ଠା କରିଛନ୍ତି ଏକ ଟେକ୍ସଟାଇଲ୍ କମ୍ପାନୀ। ଆଉ ଏଥିରେ କାମ କରୁଥିବା ୪୨ ଜଣ କର୍ମଚାରୀଙ୍କ ମଧ୍ୟରୁ ୪୦ ଜଣ ହେଉଛନ୍ତି ମହିଳା। ସେମାନେ ମଧ୍ୟ ସବୁ ବି-ଟେକ୍ ଇଂଜିନିୟର। ଏହି ଓଡ଼ିଆ ଝିଅଙ୍କୁ ଉତ୍ସାହିତ କରିବାକୁ ତାଙ୍କର ଏହି ଭିଡିଓକୁ ଅଧିକରୁ ଅଧିକ ଲାଇକ୍ ଓ ସେୟାର କରିବା।

  • Tuesday, 13 July 2021
Electric-Scooty
ଇଲେକ୍ଟ୍ରିକ୍ ଭେହିକିଲ୍ ପ୍ରଡକ୍ସନ ଦୁନିଆରେ ପାଦ ଥାପିଲେ ଓଡ଼ିଆ ଝିଅ ମଧୁମିତା

ଇଲେକ୍ଟ୍ରିକ୍ ଭେହିକିଲ୍ ପ୍ରଡକ୍ସନ ଦୁନିଆରେ ପାଦ ଥାପିଛନ୍ତି ଓଡ଼ିଆ ଝିଅ। ମଧୁମିତା ଏକ ଇଲେକ୍ଟ୍ରିକ୍ ଭେହିକିଲ କଂପାନି ଆରମ୍ଭ କରିଛନ୍ତି। ତାଙ୍କ କଂପାନି ପ୍ରଥମ କଂପାନି ହେବ ଯାହା ମେଡ୍ ଇନ୍ ଇଣ୍ଡିଆ ଇଲେକ୍ଟ୍ରିକ୍ ସ୍କୁଟି ବାହାର କରିବାକୁ ଯାଉଛି ବୋଲି ସେ ଦାବି କରିଛନ୍ତି।

  • Tuesday, 13 July 2021
congress
ଭୁବନେଶ୍ୱର କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ଭୁବନେଶ୍ୱର: ନବନିଯୁକ୍ତ ଯୁବ କଂଗ୍ରେସ ସଭାପତିଙ୍କ ନିଯୁକ୍ତିକୁ ନେଇ ଭୁବନେଶ୍ୱର କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ନୂତନ ସଭାପତି ସ୍ମୃତି ଲେଙ୍କାଙ୍କ ନିଯୁକ୍ତିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଏହି ସଂଘର୍ଷ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ସ୍ମୃତି ଲେଙ୍କାଙ୍କ ନିଯୁକ୍ତିକୁ ବିରୋଧ କରି ଗୋଟିଏ ଗୋଷ୍ଠୀ ଫାଟକରେ ତାଲା ପକାଇ ଥିବାବେଳେ ସ୍ମୃତିଙ୍କ ସମର୍ଥକ ତାଲା ଭାଙ୍ଗି କଂଗ୍ରେସ ଭବନରେ ପଶିଥିଲେ। ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ […]

  • Tuesday, 13 July 2021