+ଓଡ଼ିଆ ଅଫିସର ସେନା ଉପମୁଖ୍ୟ +କାହା ଚାପରୁ ତଦନ୍ତ ବନ୍ଦ୍? +ବିବାଦରେ 'ତାଣ୍ଡବ' +ଚାଷୀଙ୍କୁ 'ମଣ୍ଡି' ମାଡ଼ + ଲୋଭ ଦେଖାଇ ଲୁଟ୍ + ଆକ୍ରମଣ ରାଜନୀତି
ତଦନ୍ତ ପାଇଁ ପ୍ରଥମେ ଗ୍ରୀନ୍ ସିଗନାଲ୍ ଆଉ ଏବେ ରେଡ୍ ସିଗନାଲ୍ ମିଳିଛି। ମିଳିଥିବା ସୂଚନା ଅନୁସାରେ, ୨୦୧୯ରେ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ ବି ମାତ୍ର ବର୍ଷେ ଚାରି ମାସ ପରେ ଏବେ ସେଇ ତଦନ୍ତକୁ ସ୍ଥଗିତ ରଖିଛନ୍ତି।
ଗାଡି ଚାଳନା କରୁଥିଲେ ଜାଣିରଖନ୍ତୁ ଏହି ଟ୍ରାଫିକ୍ ନିୟମ
କ୍ୟାପିଟାଲ୍ ହସ୍ପିଟାଲରେ ଜଣେ ସଫେଇ କର୍ମଚାରୀଙ୍କୁ ଟିକା ଦେବା ସହିତ ରାଜ୍ୟରେ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ। ରାଜ୍ୟର ୧୬୧ଟି କେନ୍ଦ୍ରରେ ଆଜି ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଦିଆଯାଇଛି ଟିକା। ପ୍ରାଥମିକ ଭାବେ କେଉଁଠୁ ବି ପାର୍ଶ୍ୱ ପ୍ରତିକ୍ରିୟାର ଖବର ଆସିନଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ଡାକ୍ତରଙ୍କଠୁ ହସ୍ପିଟାଲ୍ କର୍ମଚାରୀଙ୍କ ଯାଏଁ ଖୋଲିବ ଅସଲ ମୁଖା। ନକଲି ଡୋନର୍ ସାଜି କେଉଁମାନେ ସାମିଲ ଥିଲେ କିଡ୍ନୀ କ୍ରାଇମରେ? ଏସବୁ ରହସ୍ୟର ପର୍ଦ୍ଦାଫାସ୍ କରିବାକୁ ଅଭିଯୁକ୍ତ ହିମାଂଶୁ ନନ୍ଦକୁ ଆଜିଠୁ ୩ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ।
କଟକରେ ଏସସିବି ମେଡିକାଲ ସହ ୧୧ଟି ସ୍ଥାନରେ ଟିକାକରଣ ଆରମ୍ଭ ହୋଇଛି। ବଡ ମେଡିକାଲରେ ସଫେଇ କର୍ମଚାରୀ ବର୍ଷା ଦେଇ ପ୍ରଥମ ବ୍ୟକ୍ତି ଭାବେ କୋଭିଡ୍ ଟିକା ନେଇଥିଲେ। ଟିକା ନେବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି। କୋଭିଡ୍ ସମୟରେ ନିଜ ଜୀବନକୁ ବାଜି ଲଗାଇ ସେ ଡ୍ୟୁଟି କରୁଥିଲେ
ଭିଡିଓ କନ୍ଫରେନସିଂ ଜରିଆରେ ବିଭିନ୍ନ ହସ୍ପିଟାଲରୁ ଫିଡବ୍ୟାକ୍ ନେଲେ ମୁଖ୍ୟମନ୍ତ୍ରୀ। କ୍ୟାପିଟାଲ ହସ୍ପିଟାଲରେ ପ୍ରଥମେ ଟିକା ନେଇଥିବା ସଫେଇ କର୍ମଚାରୀଙ୍କ ସହ କଥା ବି ହେଲେ
ତେଲକୋଇରୁ ବିହାର ଯାଉଥିବା ବେଳେ ଜିଏସ୍ଟି ଜାଲରେ ପଡ଼ିଲା ୨ଟି ଟ୍ରକ୍। ଆଉ ସେଠୁ ଜଣାପଡ଼ିଲା କେମିତି ପଶ୍ଚିମବଙ୍ଗରୁ ଝାରସୁଗୁଡ଼ା ଆସୁଥିବା ତେଲ ବୋଝେଇ ଟ୍ରକ୍ ଲୁଟି, ଡ୍ରାଇଭର୍ ହେଲପରକୁ ମାଡ଼ ମାରି ଅନ୍ୟ ଦୁଇ ଟ୍ରକରେ ମାଲ୍ ଲଦି ବିହାର ପଳାଉଥିଲେ ଲୁଟେରା
ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଆଉ ଏକ ଖୁଲାସା କରାଯାଇଛି। ହାଇକୋର୍ଟର ସିଟିଂ ଜଜଙ୍କ ତତ୍ତ୍ୱାବଧାନରେ SIT ତଦନ୍ତ ପ୍ରସଙ୍ଗରେ ପଦାକୁ ଆସିଲା ନୂଆ ତଥ୍ୟ। SIT ତଦନ୍ତର ମନିଟରିଂ ଲାଗି ସିଟିଂ ଜଜ୍ ନିଯୁକ୍ତି ଲାଗି ହାଇକୋର୍ଟଙ୍କୁ ଚିଠି ଲେଖିଥିବା କହିଥିଲେ ରାଜ୍ୟ ସରକାର।
ସ୍କୁଲ ଖୋଲୁ ଖୋଲୁ କରୋନା ଭୟ ପୁଣି ଚିନ୍ତା ବଢାଇଲାଣି। ଝାରସୁଗୁଡା ଓ ଗଜପତିର ଦୁଇଟି ସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକ ସଂକ୍ରମିତ ହେବା ପରେ ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ବଢିଛି ଶଙ୍କା। ସରକାରଙ୍କ ଗାଇଡ୍ଲାଇନ ଅନୁସାରେ କ୍ଲାସ ହେଉଥିଲେ ମଧ୍ୟ କେମିତି ବ୍ୟାପିଲା ସଂକ୍ରମଣ ତାକୁ ନେଇ ଉଠିଛି ପ୍ରଶ୍ନ
କିଡନୀ ଦେବା ନାଁରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୁକ୍ତ ହିଂମାଶୁ ଭୂଷଣ ନନ୍ଦଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ। ହିଂମାଶୁଠାରୁ ଅଧିକ ତଥ୍ୟ ଓଗାଳିବା ପାଇଁ କମିଶନରରେଟ ପୋଲିସ ୨ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ ବୋଲି ସୂଚନା ଦେଇଛନ୍ତି ଡ଼ିସିପି ଉମାଶଙ୍କର ଦାଶ।
କଟକରେ ପୁଣି ଭେଜାଲ୍ ଜର୍ଦ୍ଦା କାରଖାନା ଠାବ। କଟକ ସଦର ଥାନା ପୋଲିସ ପୁଣି ଏକ ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରି ଠାବ କରିଥିବା ନେଇ ସୂଚନା ମିଳିଛି। ତେବେ କଟକ ସଦର ଥାନା ଅନ୍ତର୍ଗତ ସାସୋଳ ଗାଁରେ ଚଢାଉ କରି ପୋଲିସ ଏହି ନକଲି ଜର୍ଦ୍ଦା ଓ ପାନ ମସଲା କାରଖାନା ଠାବ କରିଛି
ଜୟପୁର ଅତିରିକ୍ତ ଜିଲ୍ଲା ଜଜଙ୍କ କୋର୍ଟରେ ଯେଉଁ ତଥ୍ୟ ଦାଖଲ କରାଯାଇଛି, ସେଥିରେ ପୀଡ଼ିତାଙ୍କ ପରିବାର ସନ୍ତୁଷ୍ଟ ନୁହନ୍ତି। ପୀଡ଼ିତାଙ୍କ ପରିବାର ଲୋକେ କହିଛନ୍ତି, ପୋଲିସର ରିପୋର୍ଟ ଅନୁସାରେ ଦୁଷ୍କର୍ମର କିଛି ପ୍ରମାଣ ମିଳିନଥିଲା ଏବଂ ମାମଲାରେ ତଥ୍ୟଗତ ତ୍ରୁଟି ଥିଲା।
ଇହ ଜଗତରେ ଆଉ ନାହାଁନ୍ତି, ସମାଜସେବୀ ଦେବରାପଲୀ ପ୍ରକାଶ ରାଓ ଓରଫ ଡି.ପ୍ରକାଶ ରାଓ। ତାଙ୍କ ଦେହାନ୍ତ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କଟକ କାଳିଆବୋଦାରେ ସଂପନ୍ନ ହୋଇଛି। କଟକ ସହରରେ ଏକ ପରିଚିତ ନାଁ ପ୍ରକାଶ ରାଓ।
କଳାହାଣ୍ଡି ଜୟପାଟଣା ବ୍ଲକ୍ ମଙ୍ଗଳପୁରରେ ଅପର ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଧାରଣ ସଭାରେ ଯୋଗଦେଇ ମେଗା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ପ୍ରକଳ୍ପ ଉଦଘାଟନ ଅବସରରେ ନବୀନ କହିଛନ୍ତି ଯେ, "ଭୋକର ଭୂଗୋଳ ଆଜି ଭାତହାଣ୍ଡି ପାଲଟିଛି।
କଳାହାଣ୍ଡି ଜୟପାଟଣା ବ୍ଲକ୍ ମଙ୍ଗଳପୁରରେ ଅପର ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଧାରଣ ସଭାରେ ଯୋଗଦେଇ ମେଗା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ କରୋନା ପରେ ପ୍ରଥମ ଥର ପାଇଁ ସାଧାରଣ ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଇଚ୍ଛା ଅଛି, ଉଦ୍ୟମ ବି ଅଛି। ହେଲେ ବାଟ ରୋକୁଛି ଦାରିଦ୍ର୍ୟ। ଆମେ କହୁଛୁ, ବଲାଙ୍ଗିର ସହରର ୨ ଯୁବ କ୍ରୀଡ଼ା ପ୍ରତିଭାଙ୍କ କଥା। ସମ୍ବଳ ଓ ସୁବିଧା ସୁଯୋଗର ଘୋର ଅଭାବ ସତ୍ତ୍ୱେ, ସେମାନେ ରାଜ୍ୟ ସ୍ତରୀୟ ସୁଟିଂ ଚାମ୍ପିୟନ୍ସିପରେ ମେଡାଲ୍ ଜିତି ପାରିଛନ୍ତି। ବଲାଙ୍ଗିର ପାଇଁ ସୁନାମ ବି ଆଣିଛନ୍ତି।
କିଡନୀ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ। ଜାଲ କାଗଜପତ୍ର ଜରିଆରେ ଲୋକଙ୍କୁ ଭୁଆଁ ବୁଲାଇ ଟଙ୍କା ହଡପ କରୁଥିବା ଭୁବନେଶ୍ୱର ଉତ୍ତରା ଅଞ୍ଚଳର ହିମାଂଶୁ ନନ୍ଦଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ।
ଗତକାଲି ଧର୍ମେନ୍ଦ୍ର, ଆଉ ଆଜି ବୈଜୟନ୍ତ ମାହାଙ୍ଗାରେ ହତ୍ୟାର ଶିକାର ଦଳୀୟ ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହଙ୍କ ସ୍ମୃତିସଭାରେ ଯୋଗ ଦେଇ ସିଧା ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ୪ବର୍ଷ ତଳେ ସେ ନିଜେ ବି ଏଠୁ ରାଜନୈତିକ ହିଂସାର ଅନୁଭୂତି ନେଇ ଯାଇଥିଲେ।
କଟକ ବାଲିଘାଟରେ କମିଶନରେଟ୍ ପୋଲିସର ଚଢାଉ। କଟକ ଗୋପାଳପୁରର ପାଇକସାହି ବାଲିଘାଟରେ କମିଶନରେଟ୍ ପୋଲିସର ଏକ ଟିମ୍ ଚଢାଉ କରିଛି। ଚଢାଉରେ ୭ଟି ଟ୍ରାକ୍ଚର ସହ ୧୧ ଜଣଙ୍କୁ ଅଟକ ରଖିଛି ପୋଲିସ। ତେବେ ଗିରଫଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରେ। ଏଥିରେ ଅନେକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ବାଲି ଚୋରା ଚାଲାଣ ହେଉଥିବା