ଭୁବନେଶ୍ୱର : ଟିଟୋ ସହଯୋଗୀ ବାପୁ ପରିଡ଼ା ଗିରଫକୁ ନେଇ ବିଜେଡି-ବିଜେପି ମଧ୍ୟରେ କାଦୁଅ ଫିଙ୍ଗା। ବାପୁ ପରିଡ଼ାର ବିଜେଡି ସହ ଲିଙ୍କ୍ ନେଇ ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି। ଏ ପ୍ରସଙ୍ଗରେ ଅାଜି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଯେ ଟିଟୋକୁ ମଞ୍ଜିରୁ ମହାଦ୍ରୁମ କରିଛି ବିଜେଡି। ଏହା ପଛରେ କାହା ହାତ ଅଛି ତାହା କେନ୍ଦ୍ରାପଡ଼ା ଲୋକ ଓ ଓଡ଼ିଶାବାସୀ ଜାଣନ୍ତି ଏବଂ ପୋଲିସ ସେମାନଙ୍କ ବିରୋଧରେ ମୋକଦ୍ଦମା […]
ଖୋର୍ଦ୍ଧା : ଖୋର୍ଦ୍ଧା ବୋଲଗଡ଼ରେ ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ। ବୋଲଗଡ଼ ଥାନା ଠଣାପଲ୍ଲୀ ଗାଁରେ ଜଣେ ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପଘର ଲୋକେ। ମୃତ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ନେଇ ତାଙ୍କ ସ୍ୱାମୀ ଖବର ଦେଇଥିଲେ। ତେବେ ବାପଘର ଲୋକେ ପହଞ୍ଚିବା ବେଳକୁ ଶାଶୁଘର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମହିଳାଙ୍କ ବେକରେ ଦାଗ […]
ପାରାଦୀପ : ପୋଲରୁ ଖସି ନଦୀରେ ପଡିଲା ଟ୍ରକ୍। ପାରାଦୀପରେ ଘଟିଛି ଏହି ଦୁର୍ଘଟଣା। ପାରାଦୀପ ଉପକଣ୍ଠ ଭୂତମୁଣ୍ଡେଇଠାରେ ପୋଲ ଉପରୁ ଟ୍ରକ୍ ମହାନଦୀରେ ଖସି ପଡ଼ିଛି। ଚଣ୍ଡିଖୋଲ ଅାଡକୁ ଯାଉଥିବାବେଳେ ଟ୍ରକଟି ପୋଲର ବାମ ପଟକୁ ମାଡି ଯାଇ ପାଣିକୁ ଖସି ପଡ଼ିଥିଲା । ଭାରସାମ୍ୟ ହରାଇ ଟ୍ରକ ଖସିପଡିଥିବା ସନ୍ଦେହ କରାଯାଉଛି। ଟ୍ରକଟି ବାମ ପଟକୁ ଏପରି ମାଡିଯାଇଛି ଯେ ପୋଲ ଉପରେ ଥିବା ଫୁଟ୍ ପାଥ୍ ଏବଂ ଏହାର ବାଡକୁ ସମ୍ପୂର୍ଣ୍ଣ ଭାଙ୍ଗିଦେଇଛି […]
ମାଲକାନଗିରି : ନକ୍ସଲଙ୍କ ସହିଦ ସପ୍ତାହ ପାଳନ ଚାଲିଥିବାବେଳେ ଏପଟେ ଦୁଇ ଜଣ ହାର୍ଡକୋର ମାଓବାଦୀ ମାଲକାନଗିରି ଏସପିଙ୍କ ନିକଟରେ ଅାତ୍ମସମର୍ପଣ କରିଛନ୍ତି। ସହିଦ ସପ୍ତାହ ପାଳନର ଦ୍ୱିତୀୟ ଦିନରେ କାଲିମେଳା ଦଳମର ୨ କ୍ୟାଡର ମାଓବାଦୀ ହିଂସା ମାର୍ଗ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଅାତ୍ମସମର୍ପଣ କରିଥିବା ଦୁଇ କ୍ୟାଡର ମାଓବାଦୀ ହେଲେ ମୁକେଶ ଓ ତାଙ୍କ ପତ୍ନୀ ରତ୍ନା ବିଚ୍ଛିନ୍ନାଞ୍ଚଳରେ ସକ୍ରିୟ ଥିବା ଏହି ଦମ୍ପତି ମାଲକାନଗିରି ଓ ଜିଲ୍ଲା ବାହାରେ ୪୦ରୁ ଅଧିକ […]
କଟକ: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବିଧାୟକ ପ୍ରଭାତ ବିଶ୍ୱାଳ। ଦୀର୍ଘ ୨୩ ଦିନ ପରେ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ୍ ସ୍ପାଇନାଲ୍ ଇଂଜୁରିଜ୍ ସେଣ୍ଟରରୁ ସେ ଆଜି ଡିସ୍ଚାର୍ଜ ହୋଇଛନ୍ତି। ‘ଦେହ ଭଲ ଲାଗୁଛି, କିଛି ଦିନ ପରେ ଓଡ଼ିଶା ଫେରିବି’ ବୋଲି ଡିସ୍ଚାର୍ଜ ହେବାପରେ ସେ କହିଛନ୍ତି। ଦିଲ୍ଲୀ: ହସ୍ପିଟାଲରୁ ଡିସଚାର୍ଜ ହେଲେ ବିଧାୟକ ପ୍ରଭାତ ବିଶ୍ୱାଳ; କହିଲେ- ଦେହ ଭଲ ଲାଗୁଛି, କିଛି ଦିନ ପରେ ଓଡ଼ିଶା ଫେରିବି #Odisha pic.twitter.com/gWPBY7LcfS — ଓଟିଭି (@otvkhabar) […]
ଭୁବନେଶ୍ୱର : ଧିରେ ଧିରେ ଗ୍ୟାଙ୍ଗଷ୍ଟର ଟିଟୋ ସହ ରାଜନେତା ଏବଂ ଅଫିସରଙ୍କ ଲିଙ୍କ୍ର ଗୁମର ଖୋଲୁଛି। ଏପଟେ କୁଖ୍ୟାତ ଅପରାଧୀ ବାପୁ ପରିଡାକୁ କ୍ରାଇମବ୍ରାଞ୍ଚ ଏସଟିଫ୍ ଗିରଫ କରିବା ପରେ ସାମ୍ନାକୁ ଅାସୁଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ। ହତ୍ୟା ଧମକ ସହ ଦାଦାବଟି ଅାଦାୟ ଅଭିଯୋଗରେ ଗିରଫ ହୋଇଥିବା ବାପୁ ପାରାଦୀପ ସ୍ଥିତ ନିରାକାର ଡମ୍ଫର ଅାସୋସିଏସନର ସମ୍ପାଦକ। ଟିଟୋର ଅନ୍ୟତମ ବଡ ସହଯୋଗୀ ଥିବା ବାପୁ ବିରୋଧରେ ରହିଛି ୨୮ରୁ ଅଧିକ […]
ଭୁବନେଶ୍ୱର : ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାର ଲାଗୁ କରିବେ ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା। ଏ ସମ୍ପର୍କରେ ଅାଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି ଓଡ଼ିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଅାଇନ୍, ୨୦୧୧ ଜନ ଗଣନା ଅାଧାରରେ କାର୍ଯ୍ୟକାରୀ ହେଉଛି। ପରବର୍ତ୍ତୀ ସମୟରେ ରାଜ୍ୟର ଜନସଂଖ୍ୟା ୧୪ ପ୍ରତିଶତ ବୃଦ୍ଧି ପାଇଥିବାରୁ ଲକ୍ଷ ଲକ୍ଷ ହିତାଧିକାରୀ ଏହି ଯୋଜନାରୁ ବାଦ୍ ପଡିଛନ୍ତି। ଏ ନେଇ କେନ୍ଦ୍ର ସରକାରଙ୍କୁ ବହୁବାର […]
ଭୁବନେଶ୍ୱର: ଭୁବନେଶ୍ୱର ଇସ୍କନ ମନ୍ଦିର ସାମ୍ନାରେ ବିଏମ୍ସିର ଜବରଦଖଲ ଉଚ୍ଛେଦ। ମନ୍ଦିର ସାମ୍ନାରେ ଥିବା ସମାଧି ପୀଠକୁ BMC, BDA ପକ୍ଷରୁ ମିଳିତ ଭାବେ ଉଚ୍ଛେଦ କରାଯାଇଛି। ୩ଟି ଜେସିବିକୁ ଜବରଦଖଲ ଉଚ୍ଛେଦ କାମରେ ନିୟୋଜିତ କରାଯାଇଛି। ପୂର୍ବରୁ ବେଆଇନ ନିର୍ମାଣ ପାଇଁ ଗତ ୨୫ରେ ଇସ୍କନକୁ ବିଏମ୍ସି ନୋଟିସ୍ କରିଥିଲା। ତେବେ ବିଏମ୍ସିର ଏହି ଉଚ୍ଛେଦକୁ ଇସ୍କନ ମନ୍ଦିର ଅନ୍ତେବାସୀ ଓ ଭକ୍ତ ବିରୋଧ କରିଛନ୍ତି। ଡ୍ରେନ୍ ଅବରୋଧ ଯୋଗୁଁ ଇସ୍କନ ଆଗରେ ସବୁବେଳେ ବର୍ଷା […]
ମାଲକାନଗିରି: ପୋଲ ଉପରେ ପାଣିର ସୁଅ ଛୁଟୁଛି। ଫଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି । ଏହି ଦୃଶ୍ୟ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ହେବା ଫଳରେ ବହୁ ଛୋଟ ବଡ଼ ନାଳ ଭର୍ତ୍ତି ହୋଇଯାଇଛି। ଯାହାଦ୍ୱାରା MV-୩୭ ପୋଲ ଉପରେ ପାଣି ଚାଲୁଥିବା ଦେଖିବାକୁ ମିଳିଛି। ଫଳରେ ମାଲକାନଗିରିରୁ ବାଲିମେଳାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଛି। ଖାଲି ଏତିକି ନୁହେଁ ରାସ୍ତାର ଉଭୟ ପାର୍ଶ୍ୱରେ […]
ରାଉରକେଲା: ରାଉରକେଲା ଉଦିତ ନଗର ଥାନା ଅଞ୍ଚଳର ମାଲଗୋଦାମ ବସ୍ତିରେ ଏକ ଦୁଃଖଦ ଘଟଣା ଘଟିଛି। କାନ୍ଥ ଭୁଶୁଡ଼ି ୨ ଭଉଣୀଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ ମାଲଗୋଦାମ ବସ୍ତିର ପିଣ୍ଟୁ ବାରିକଙ୍କ ପରିବାର ଲୋକେ ଶୋଇଥିବା ବେଳେ ହଠାତ୍ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ପିଣ୍ଟୁଙ୍କ ୨ ଝିଅଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତ ୨ ଭଉଣୀଙ୍କ ମଧ୍ୟରୁ ଜଣକର ବୟସ ୫ ଓ ଅନ୍ୟ ଜଣକର ବୟସ ୭ ବର୍ଷ ହୋଇଥିବା […]
ପୁରୀ: ପୁରୀ ସତ୍ୟବାଦୀରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ। ଏଥିପାଇଁ ୨୫ ଏକର ଜମି ଯୋଗାଇଦେବେ ରାଜ୍ୟ ସରକାର। ଆଜି ଅନୁଷ୍ଠିତ ପ୍ରଥମ ଐତିହ୍ୟ କ୍ୟାବିନେଟରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଓଡ଼ିଆ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ସେହିପରି ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗକୁ ନୀତି ଡ୍ରାଫ୍ଟ ଦାୟିତ୍ୱ ଦିଆଯିବା ସହ ସାର୍ବଜନୀନ ପାଠାଗାର ନିର୍ଦ୍ଦେଶକ ପଦବୀ ସୃଷ୍ଟିକୁ କ୍ୟାବିନେଟରେ ମଂଜୁରୀ ମିଳିଛି। ସମସ୍ତ ସାର୍ବଜନୀନ […]
ଭୁବନେଶ୍ୱର : ସରକାରଙ୍କ ବିଜୁ ପକ୍କାଘରର ସଂଖ୍ୟାକୁ ନେଇ ବଢୁଛି ବିବାଦ। ଗତ ୪ ବର୍ଷରେ ସରକାର ୧୭ ଲକ୍ଷ ବିଜୁ ପକ୍କା ଘର ନିର୍ମାଣ କରିଥିବା ଦାବି କରି ଦେଇଥିବା ବିଜ୍ଞାପନ ଉପରେ ଅାପତ୍ତି ଉଠାଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି ଲେଖିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ପଞ୍ଚାୟତରାଜ ବିଭାଗର ୱେବ୍ସାଇଟରେ ଥିବା ତଥ୍ୟ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ତଥ୍ୟକୁ ଯୋଡ଼ି ବିଜୁ ପକ୍କା ଘରର […]
ଭଦ୍ରକ: ଭଦ୍ରକ ଧାମନଗର ବ୍ଲକର କୋଚିଳା ନଦୀବନ୍ଧରେ ଫାଟ ଦେଖାଦେଇଛି। ତରେଇସାହି ନିକଟରେ ନଦୀବନ୍ଧର ବାମ ପାର୍ଶ୍ୱ ଦବି ଯାଇଥିବା ଜଣା ପଡ଼ିଛି। ନଦୀବନ୍ଧ ଦବିବା ଯୋଗୁଁ ପ୍ରାୟ ୫୦ଫୁଟ୍ର ଫାଟ ହୋଇ ଯାଇଛି। ଏଥିପାଇଁ ଲୋକ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ଅଛନ୍ତି। ଯଦି ବଡ଼ ବର୍ଷା ହୁଏ, କିମ୍ବା ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ, ତେବେ ନଦୀ ବନ୍ଧ ପୁରା ଭାଙ୍ଗିଯିବାର ଆଶଙ୍କା ଅଛି। ମାସେ ତଳେ ଏଠାରେ କାମ ହୋଇଥିଲା। କିନ୍ତୁ ମାସେ […]
ଭୁବନେଶ୍ୱର : ସ୍ମାର୍ଟ ହେବେ ଚାଷୀ। ସେମାନଙ୍କୁ ଦିଆଯିବ ସ୍ମାର୍ଟ ଫୋନ୍। ପ୍ରତି ଜିଲ୍ଲାରୁ ୨ ହଜାର ଚାଷୀଙ୍କୁ ଆଣ୍ଡ୍ରଏଡ୍ ଫୋନ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଆଜି ଏ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ପ୍ରତି ଜିଲ୍ଲାର ପ୍ରାୟ ୨ ହଜାର ଚାଷୀଙ୍କୁ ଆଣ୍ଡ୍ରଏଡ୍ ଫୋନ୍ ଦିଆଯିବ। ଏଥିପାଇଁ ୩ କୋଟି ଟଙ୍କା ବ୍ୟୟ ବରାଦ ସହିତ ଏକ ଉଚ୍ଚସ୍ତରୀୟ କମିଟି ଗଠିତ ହୋଇଥିବା ସୂର୍ଯ୍ୟନାରାୟଣ […]
ସମ୍ବଲପୁର: ହୀରାକୁଦ ଡ୍ୟାମ୍ରୁ ଆଜି ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଡ୍ୟାମକୁ ପ୍ରତି ସେକେଣ୍ଡରେ ୭୬ ହଜାର ୫୬ ଘନ ଫୁଟ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସନ ହେଉଛି ୧ ଲକ୍ଷ ୬୪ ହଜାର ୩୨୬ ଘନ ଫୁଟ ଜଳ। ଡ୍ୟାମ୍ର ବାମ ପଟ ୭ଟି ଓ ଡାହାଣ ପଟର ୩ଟି ଗେଟ ଦେଇ ବନ୍ୟା ଜଳ ଛଡ଼ାଯାଉଛି। ଏବେ ହୀରାକୁଦ ଡ୍ୟାମ୍ରେ ୬୧୦ ଦଶମିକ ୪୭ ଫୁଟ ପାଣି ରହିଛି।
ଖୋର୍ଦ୍ଧା: ଜଳବନ୍ଦୀ ଅବସ୍ଥାରେ ଖୋର୍ଦ୍ଧା ବ୍ଲକର ୫ଟି ପଞ୍ଚାୟତ। ଉବୁଟୁବୁ ଗାଁ ଗଣ୍ଡା ରାସ୍ତା ଘାଟ, ବିଲ ବାଡ଼ି ସବୁଆଡେ ପାଣି। ୫ ଦିନ ହେବ ଘରୁ ବାହାରକୁ ବାହାରି ପାରୁନାହାନ୍ତି ଲୋକେ। ହିରିମୂଳ, ଓରବରସିଂ, ଶରଧାପୁର, ଡିହଖଳା ଓ ଓରମି ପଞ୍ଚାୟତ ଏକପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି। ଗୋଖାଦ୍ୟ ଓ ଶିଶୁ ଖାଦ୍ୟର ଅଭାବ ପରିସ୍ଥିତିକୁ ଆହୁରି ଜଟିଳ କରିଛି। ଚୁଲିରେ ପାଣି ପଶିଥିବାରୁ ଘରେ ରୋଷେଇ ବି ବନ୍ଦ ହୋଇଛି। ୫ ଦିନ […]
ବରଗଡ଼: ଭଟ୍ଲି ବିଜେପି ଅଫିସ ଗୁଳିକାଣ୍ଡ ଘଟଣାରେ ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ଇରାଶିଷ ଆଚାର୍ଯ୍ୟଙ୍କ ଗିରଫର ପ୍ରତିବାଦ ହୋଇଛି। ଆଜି ଦଳ ପକ୍ଷରୁ ୧୨ ଘଣ୍ଟିଆ ଭଟ୍ଲି ବନ୍ଦ ପାଳନ କରାଯାଉଛି। ଏହି ବନ୍ଦର ପ୍ରଭାବ ସାଧାରଣ ଜୀବନଯାତ୍ରା ଉପରେ ପଡ଼ିଛି। ଭଟ୍ଲିରେ ଦୋକାନ ବଜାର ସହିତ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ଗତକାଲି ପୁଲିସ୍ ଇରାଶିଷଙ୍କୁ ଗିରଫ କରିଥିଲା। ଆଗରୁ ଇରାଶିଷଙ୍କୁ ବରଗଡ଼ ଟାଉନ ଥାନାକୁ ଡକାଯାଇ ପଚରା ଉଚରା କରିଥିଲା ପୁଲିସ୍। ଗତ […]
ବାଲେଶ୍ୱର: ପାରିବାରିକ କଳହ ଶେଷରେ କରୁଣ ପରିଣତିର ରୂପ ନେଇଛି। ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ବାହାନଗା ବରିପଦା ଗାଁରେ। ସୂଚନା ଅନୁସାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମଧ୍ୟରେ ଝଗଡ଼ା ହୋଇଥିଲା। ସେଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ସ୍ତ୍ରୀକୁ ପିଟି ପିଟି ମାରିଦେଇଥିଲା। ପରେ ନିଜେ ମଧ୍ୟ ଝୁଲି ପଡ଼ି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ବ୍ରହ୍ମପୁର: ଦୀର୍ଘ ସାଢ଼େ ୫ ଘଣ୍ଟା ପରେ ଅାଜି ବ୍ରହ୍ମପୁର ମେଡିକାଲ୍ରେ ଶେଷ ହୋଇଛି ଲୋମଶ ଶିଶୁ କାହ୍ନାର ପ୍ରଥମ ପର୍ଯ୍ୟାୟ ଅପରେସନ୍। ଏହି ଅପରେସନ୍ ସଫଳ ହୋଇଥିବା ଡାକ୍ତର କହିଛନ୍ତି। ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଗାୟଗଣ୍ଡାର ଲୋମଶ ଶିଶୁ କାହ୍ନାର ଏହି ବିରଳ ଅସ୍ତ୍ରୋପଚାର ପରେ ସେ ନୂଅା ଚେହେରା ପାଇବ ବୋଲି ଅାଶା କରାଯାଉଛି। ଏମ୍କେସିଜି ଅଧୀକ୍ଷକ, ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ମୁଖ୍ୟ ଓ ନିଶ୍ଚେତକ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅପରେସନ୍ କରିଥିଲା ୧୨ […]
ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ଗୁଳିମାଡ଼ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସୁଶାନ୍ତ ସିଂ ଏହାକୁ ରାଜନୈତିକ ହିଂସା ବୋଲି କହିବା ସହ ସିଧାସଳଖ ବିଜେପି ଓ ଜୟନାରାୟଣ ମିଶ୍ରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହି ଗୁଳିକାଣ୍ଡରେ ଜୟନାରାୟଣ ଜାମିନରେ ବାହାରିବା ପରର ସାଇଡ୍ ଇଫେକ୍ଟ ବୋଲି ମନ୍ତ୍ରୀ କହିଛନ୍ତି। ଏହାସହ ବିଜେପି ବନ୍ଧୁକ ମୁନରେ ଭଟ୍ଲି ନିର୍ବାଚନ ମଣ୍ଡଳୀରେ ଶାସନ କରିବାକୁ ଚାହୁଁଛି ବୋଲି ସୁଶାନ୍ତ ଅଭିଯୋଗ […]
ଭୁବନେଶ୍ୱର: ସାଂସଦ ପାଣ୍ଠି ବିନିଯୋଗ ପ୍ରମାଣପତ୍ର ଦାଖଲରେ ଅପାରଗ ଜିଲ୍ଲା ପ୍ରଶାସନ। ଏଭଳି ଅଭିଯୋଗ ଆଣି ସମ୍ବଲପୁର, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାପାଳଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ। ଏମିତିକି ତୁରନ୍ତ ୟା ଉପରେ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ଚିଠି। ଯେଉଁଥିରେ ନଗେନ୍ଦ୍ର ଦର୍ଶାଇଛନ୍ତି-୨୦୧୪ରୁ ୨୦୧୭ ମସିହା ମଧ୍ୟରେ ଏମ୍ପି ଲାଡ୍ ସ୍କିମରେ ତାଙ୍କୁ ୧୫ କୋଟି ଟଙ୍କା ମିଳିଥିଲା। ତେବେ ପ୍ରଶାସନିକ ତଦାରଖରେ ଅବହେଳାରୁ ଅନୁଦାନ ରାଶିର ସଠିକ୍ ବିନିଯୋଗ […]
ଭୁବନେଶ୍ୱର: ଜଗତର ନାଥ ଜଗନ୍ନାଥଙ୍କ ପାଖେ ଲାଗି ହେଲା ରସଗୋଲା। ନିଳାଦ୍ରୀ ବିଜେର ଏ ପରମ୍ପରା ଦ୍ୱାଦଶ ଶତାବ୍ଦୀରୁ ଚାଲିଆସିଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏ ପରମ୍ପରା ହିଁ ବୟାନ କରୁଛି ରସଗୋଲାର ଉତ୍ପତ୍ତି ସ୍ଥଳ ଓଡ଼ିଶା। ଏପଟେ ରସଗୋଲାକୁ ନେଇ ପାହାଳରେ ପାଳନ ହେଇଛି ରସଗୋଲା ଦିବସ। ଏଠାରେ ଯୋଗ ଦେଇଛନ୍ତି ମନ୍ତ୍ରୀ ,ବିଧାୟକ, ମେୟରଙ୍କ ପରି ବିଶିଷ୍ଟ ବ୍ୟକ୍ତି। ହେଲେ କାହା ମନରେ ଅନୁଶୋଚନା ନାହିଁ ଯେ, ଓଡ଼ିଶା ରସଗୋଲାକୁ ଏପର୍ଯ୍ୟନ୍ତ ଜିଓଗ୍ରାଫିକାଲ […]
ଭୁବନେଶ୍ୱର: ଆର୍ଟିଓ ଅଫିସ୍, ତହସିଲ୍ ଅଫିସ୍, ଯୋଗାଣ ଅଫିସ୍ ଓ ପୌର କାର୍ଯ୍ୟାଳୟ ସବ୍ ରେଜିଷ୍ଟ୍ରାର ଅଫିସ୍ ଏସବୁ ସରକାରୀ ଅଫିସ୍ରେ ଆଜି ରେଡ୍ କରିଛି ଭିଜିଲାନ୍ସ। କେନ୍ଦ୍ରାପଡ଼ା, କଟକ ଓ ଯାଜପୁର ଜିଲ୍ଲାରେ ଥିବା ଅଫିସର୍ ଗ୍ୟାଙ୍ଗଷ୍ଟର ଟିଟୋ ସହ ଲିଙ୍କ୍। କେଉଁ ଅଫିସର୍ ଟିଟୋକୁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ଓ ପ୍ରତିବଦଳରେ କିପରି ଅନୁଗୃହୀତ ହୋଇଛନ୍ତି ତାକୁ ନେଇ ଆରମ୍ଭ ହୋଇଛି ତନାଘନା। ସେପଟେ କିଛି ଓଏଏସ୍ ଅଫିସର୍ ଓ ପୁଲିସ ଅଧିକାରୀ ଟିଟୋଠାରୁ […]