• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

vlcsnap-error993
ବିପଦ ସଙ୍କୁଳ ଅବସ୍ଥାରେ ଲକ୍ ପୋଲ

କଟକ: ବିପଦ ସଙ୍କୁଳ ଅବସ୍ଥାରେ ଟାଙ୍ଗୀ-ଚୌଦ୍ୱାର ଜେନିପୁର ଗାଁରେ ଥିବା ଲକ୍ ପୋଲ। ମହାନଦୀ ବନ୍ଧ ଉପରେ ଜଳ ନିଷ୍କାସନ ପାଇଁ ଅନେକ ବର୍ଷ ପୂର୍ବରୁ ନିର୍ମିତ ହୋଇଥିବା ପୋଲଟି ମାଙ୍କଡା ପଥରରେ ନିର୍ମିତ ହୋଇଥିଲା। ହେଲେ ପୋଲ ତଳୁ ମାଟି ଓ ପଥର ଧସିଯିବାରୁ ସେଠାରେ ଘାଇ ତିଆରି ହୋଇଛି। ଫଳରେ ପୋଲ ଉପରେ ଦିଆଯାଇଥିବା ସିମେଣ୍ଟ କଂକ୍ରିଟ୍ ବାଡା ଗୁଡିକ ଭାଙ୍ଗି ଯାଇଛି। ଏପରିକି ପୋଲ ତଳେ ଲଗାଯାଇଥିବା ଲୁହା କବାଟ ଗୁଡିକ ନଷ୍ଟ […]

  • Monday, 19 July 2021
congress clash
ଗର୍ଜିଲା ଛାତ୍ର କଂଗ୍ରେସ୍‌

ଭୁବନେଶ୍ୱର : ଭୁବନେଶ୍ୱରରେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି, ପେଲାଠେଲା। ବେକାରୀ ସମସ୍ୟା ବିରୋଧରେ ଅାନ୍ଦୋଳନ ବେଳେ ଧସ୍ତାଧସ୍ତି ହୋଇଛି। ଲୋୟର ପିଏମ୍‌ଜିରେ ବିକ୍ଷୋଭ କରୁଥିଲେ ଛାତ୍ର କଂଗ୍ରେସ କର୍ମୀ। ବିଧାନସଭା ଅାଡ଼କୁ ଯିବାବେଳେ ୫୦ କର୍ମୀଙ୍କୁ  ପୁଲିସ୍ ଅଟକାଇଥିଲେ। ଅଟକାଇବାବେଳେ ପୁଲିସ  ସହ ଧସ୍ତାଧସ୍ତି ହୋଇଥିଲେ। ଉଭୟ ରାଜ୍ୟ ଓ ଦେଶରେ ବେକାରୀ ସମସ୍ୟା ଦିନକୁ ଦିନ ତୀବ୍ର ହେଉଥିବାରୁ କଂଗ୍ରେସ ଏହାର ପ୍ରତିବାଦ କରିଛି। ଏହା କେବଳ ଟ୍ରେଲର, ଅାଗକୁ […]

  • Monday, 19 July 2021
bapi--1
ପାରାଦୀପରେ ଦାମଙ୍କ କ୍ରାଇମ୍‌ ସିଣ୍ଡିକେଟ୍‌ ଅଛି : ବାପି

ପାରାଦୀପ: କ୍ରାଇମ ସିଣ୍ଡିକେଟର ଦାମ ହେଉଛନ୍ତି ରିଂ ମାଷ୍ଟର। ଏକ ପ୍ରେସ୍‌ମିଟରେ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ବାପି ସର୍ଖେଲ। ଏଥିସହ ଗ୍ୟାଙ୍ଗଷ୍ଟର ଟିଟୋ ସହ ବାପୁ ପରିଡ଼ାର ସଂପର୍କ ନଥିବା ଦାମ କେମିତି ଜାଣିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ବାପି। ସର୍ଖେଲ ଟିଟୋ-ବାପୁ ମଧ୍ୟରେ ଦାମ ମଧ୍ୟସ୍ଥତା କରୁଥିଲେ କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ତାସହ ବିଜେଡି ନେତା ମୁନା ପତି ହତ୍ୟାକାଣ୍ଡର […]

  • Monday, 19 July 2021
man kills younger brother
ବଡ଼ ଭାଇର ଠେଙ୍ଗା ମାଡ଼ରେ ସାନ ଭାଇର ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଷ୍ଟେସନ୍‌ ରୋଡ୍‌ ସ୍ଥିତ ଲାଇନ୍‌ ହାଟିଙ୍ଗରେ ଏକ ଦୁଃଖଦ ଘଟଣା ଘଟିଛି। ବଡ଼ ଭାଇର ଠେଙ୍ଗା ମାଡ଼ରେ ସାନ ଭାଇର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ରାହୁଲ। ଗତକାଲି ରାତିରେ ଦୁଇ ଭାଇ ବିପିନ ଓ ରାହୁଲ ଏକାଠି ବସି ଖାଉଥିଲେ। ହଠାତ୍‌ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା।  ଏହା ପରେ ଉଗ୍ର ରୂପ ଧାରଣ କରିଥିଲା  । ଏହାକୁ ନେଇ ରାହୁଲ ରାଗି ଯାଇଥିଲେ। […]

  • Monday, 19 July 2021
bhadrak murder
ଘରେ ପଶି ମହିଳାଙ୍କୁ ଶିଳପୁଆରେ ଛେଚି ହତ୍ୟା କଲେ ଯୁବକ, ସ୍ୱାମୀ ନିଖୋଜ

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ତାଳସିଠା ଗାଁରେ ଗତକାଲି ବିଳମ୍ୱିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗାଁର ରବି ବେହୁରିଆଙ୍କ ସ୍ତ୍ରୀଙ୍କୁ ସେହି ଗାଁର ବବୁଆ ମହାନ୍ତି ନାମକ ଜଣେ ଯୁବକ ଶିଳପୁଆରେ ଛେଚି ହତ୍ୟା କରିଛି। ମୃତ ମହିଳାଙ୍କ ନାଁ ଭକ୍ତିଲତା ବେହୁରିଆ(୫୫)। ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଭକ୍ତିଲତାଙ୍କ ସ୍ୱାମୀ ବି ନିଖୋଜ ହୋଇ ଯାଇଛନ୍ତି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତ ବବୁଆ ଓ ଭକ୍ତିଲତାଙ୍କ […]

  • Monday, 19 July 2021
vlcsnap-error242
ଅଜଣା ରୋଗରେ ମଲେଣି ୫୦ରୁ ଅଧିକ ଛେଳି

ପୁରୀ: ପୁରୀ ଜିଲ୍ଲା ସମଯାଜପୁର ଗାଁରେ ଅଜଣା ରୋଗର ଆତଙ୍କ ଦେଖାଦେଇଛି । ଅଜଣା ରୋଗରେ ଆକ୍ରାନ୍ତ ହୋଇ ବହୁ ସଂଖ୍ୟକ ଛେଳି ମରିବାରେ ଲାଗିଛନ୍ତି। ଏଯାଏ ୫୦ରୁ ଅଧିକ ଛେଳି ମରିଥିବା ବେଳେ ଅନେକ ଆକ୍ରାନ୍ତ ହୋଇଛନ୍ତି। ପ୍ରଥମେ ଗୋଡ଼ ଓ ପରେ ଶରୀର ବିଭିନ୍ନ ଅଂଶରେ ଘା ହୋଇ ଛେଳି ଗୁଡ଼ିକର ମୃତ୍ୟୁ ହେଉଥିବା ଛେଳିପାଳକ ମାନେ କହିଛନ୍ତି। ଏପରିକି ପ୍ରାଣୀ ଚିକିତ୍ସା ଅଧିକାରୀ ଦେଉଥିବା ଇଞ୍ଜେକ୍ସନ ମଧ୍ୟ କାମ ଦେଉନାହିଁ। କେତେକ ଛେଳିର […]

  • Monday, 19 July 2021
photo
ରାଜଧାନୀରୁ ପୁଣି ବ୍ରାଉନ୍‌ ସୁଗାର ଜବତ; ୨ ଗିରଫ

ଭୁବନେଶ୍ୱର:ରାଜଧାନୀରୁ ପୁଣି ବ୍ରାଉନ୍‌ ସୁଗାର ଜବତ ହୋଇଛି। ଲକ୍ଷ୍କୀସାଗର ଥାନା ପୁଲିସ୍‌ ହଳଦୀପଡ଼ିଆ ବସ୍ତିରେ ଚଢ଼ଉ କରି ୩୬ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ପୁଲିସ୍‌ ଏକ ବାଇକ୍‌ ମଧ୍ୟ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପ୍ରଦୀପ ପ୍ରଧାନ ଓ ବାବୁ ଓରଫ ରବିନ୍ଦ୍ର ପ୍ରଧାନ। ନିୟମିତ ଭାବେ ଭୁବନେଶ୍ୱରରୁ ବ୍ରାଉନ୍‌ ସୁଗାର ଜବତ ହେଉଥିବାର ଦେଖାଯାଉଛି। ଏପରି ଲାଗୁଛି, ସତେ ଯେମିତି ରାଜଧାନୀ ଡ୍ରଗ୍ସ […]

  • Monday, 19 July 2021
tito---
ଟିଟୋ ସହ ସଂପର୍କ ନେଇ ପୁଣି ମୁହାଁମୁହିଁ ବିଜେପି-ବିଜେଡି

ଭୁବନେଶ୍ୱର : ଟିଟୋ ସହଯୋଗୀ ବାପୁ ପରିଡ଼ା ଗିରଫକୁ ନେଇ ବିଜେଡି-ବିଜେପି ମଧ୍ୟରେ କାଦୁଅ ଫିଙ୍ଗା। ବାପୁ ପରିଡ଼ାର ବିଜେଡି ସହ ଲିଙ୍କ୍‌ ନେଇ ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି। ଏ ପ୍ରସଙ୍ଗରେ ଅାଜି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଯେ ଟିଟୋକୁ ମଞ୍ଜିରୁ ମହାଦ୍ରୁମ କରିଛି ବିଜେଡି। ଏହା ପଛରେ କାହା ହାତ ଅଛି ତାହା କେନ୍ଦ୍ରାପଡ଼ା ଲୋକ ଓ ଓଡ଼ିଶାବାସୀ ଜାଣନ୍ତି ଏବଂ ପୋଲିସ ସେମାନଙ୍କ ବିରୋଧରେ ମୋକଦ୍ଦମା […]

  • Monday, 19 July 2021
dowry death
ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ

ଖୋର୍ଦ୍ଧା : ଖୋର୍ଦ୍ଧା ବୋଲଗଡ଼ରେ ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ। ବୋଲଗଡ଼ ଥାନା ଠଣାପଲ୍ଲୀ ଗାଁରେ ଜଣେ ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପଘର ଲୋକେ। ମୃତ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ନେଇ ତାଙ୍କ ସ୍ୱାମୀ ଖବର ଦେଇଥିଲେ। ତେବେ ବାପଘର ଲୋକେ ପହଞ୍ଚିବା ବେଳକୁ ଶାଶୁଘର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମହିଳାଙ୍କ ବେକରେ ଦାଗ […]

  • Monday, 19 July 2021
2
ପୋଲରୁ ଖସିଲା ଟ୍ରକ୍

ପାରାଦୀପ : ପୋଲରୁ ଖସି ନଦୀରେ ପଡିଲା ଟ୍ରକ୍। ପାରାଦୀପରେ ଘଟିଛି ଏହି ଦୁର୍ଘଟଣା। ପାରାଦୀପ ଉପକଣ୍ଠ ଭୂତମୁଣ୍ଡେଇଠାରେ ପୋଲ ଉପରୁ ଟ୍ରକ୍ ମହାନଦୀରେ ଖସି ପଡ଼ିଛି। ଚଣ୍ଡିଖୋଲ ଅାଡକୁ ଯାଉଥିବାବେଳେ ଟ୍ରକଟି ପୋଲର ବାମ ପଟକୁ ମାଡି ଯାଇ ପାଣିକୁ ଖସି ପଡ଼ିଥିଲା । ଭାରସାମ୍ୟ ହରାଇ ଟ୍ରକ ଖସିପଡିଥିବା ସନ୍ଦେହ କରାଯାଉଛି। ଟ୍ରକଟି ବାମ ପଟକୁ ଏପରି ମାଡିଯାଇଛି ଯେ ପୋଲ ଉପରେ ଥିବା ଫୁଟ୍ ପାଥ୍ ଏବଂ ଏହାର ବାଡକୁ ସମ୍ପୂର୍ଣ୍ଣ ଭାଙ୍ଗିଦେଇଛି […]

  • Monday, 19 July 2021
maobadi
ଦୁଇ ମାଓବାଦୀଙ୍କ ଅାତ୍ମସମର୍ପଣ

ମାଲକାନଗିରି : ନକ୍ସଲଙ୍କ ସହିଦ ସପ୍ତାହ ପାଳନ ଚାଲିଥିବାବେଳେ ଏପଟେ ଦୁଇ ଜଣ ହାର୍ଡକୋର ମାଓବାଦୀ ମାଲକାନଗିରି ଏସପିଙ୍କ ନିକଟରେ ଅାତ୍ମସମର୍ପଣ କରିଛନ୍ତି। ସହିଦ ସପ୍ତାହ ପାଳନର ଦ୍ୱିତୀୟ ଦିନରେ କାଲିମେଳା ଦଳମର ୨ କ୍ୟାଡର ମାଓବାଦୀ ହିଂସା ମାର୍ଗ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।  ଅାତ୍ମସମର୍ପଣ କରିଥିବା ଦୁଇ କ୍ୟାଡର ମାଓବାଦୀ ହେଲେ ମୁକେଶ ଓ ତାଙ୍କ ପତ୍ନୀ ରତ୍ନା ବିଚ୍ଛିନ୍ନାଞ୍ଚଳରେ ସକ୍ରିୟ ଥିବା ଏହି ଦମ୍ପତି ମାଲକାନଗିରି ଓ ଜିଲ୍ଲା ବାହାରେ ୪୦ରୁ ଅଧିକ […]

  • Monday, 19 July 2021
pravat biswal
ସୁସ୍ଥ ହେଉଛନ୍ତି ପ୍ରଭାତ ବିଶ୍ୱାଳ

କଟକ: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବିଧାୟକ ପ୍ରଭାତ ବିଶ୍ୱାଳ। ଦୀର୍ଘ ୨୩ ଦିନ ପରେ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ୍‌ ସ୍ପାଇନାଲ୍‌ ଇଂଜୁରିଜ୍‌ ସେଣ୍ଟରରୁ ସେ ଆଜି ଡିସ୍‌ଚାର୍ଜ ହୋଇଛନ୍ତି। ‘ଦେହ ଭଲ ଲାଗୁଛି, କିଛି ଦିନ ପରେ ଓଡ଼ିଶା ଫେରିବି’ ବୋଲି ଡିସ୍‌ଚାର୍ଜ ହେବାପରେ ସେ କହିଛନ୍ତି। ଦିଲ୍ଲୀ: ହସ୍ପିଟାଲରୁ ଡିସଚାର୍ଜ ହେଲେ ବିଧାୟକ ପ୍ରଭାତ ବିଶ୍ୱାଳ; କହିଲେ- ଦେହ ଭଲ ଲାଗୁଛି, କିଛି ଦିନ ପରେ ଓଡ଼ିଶା ଫେରିବି #Odisha pic.twitter.com/gWPBY7LcfS — ଓଟିଭି (@otvkhabar) […]

  • Monday, 19 July 2021
bapu
କୁଖ୍ୟାତ ଅପରାଧୀ ବାପୁ ପରିଡାକୁ ଗିରଫ ପରେ ଫିଟୁଛି ଗୁମର

ଭୁବନେଶ୍ୱର : ଧିରେ ଧିରେ ଗ୍ୟାଙ୍ଗଷ୍ଟର ଟିଟୋ ସହ ରାଜନେତା ଏବଂ ଅଫିସରଙ୍କ ଲିଙ୍କ୍‌ର ଗୁମର ଖୋଲୁଛି। ଏପଟେ କୁଖ୍ୟାତ ଅପରାଧୀ ବାପୁ ପରିଡାକୁ କ୍ରାଇମବ୍ରାଞ୍ଚ ଏସଟିଫ୍ ଗିରଫ କରିବା ପରେ ସାମ୍ନାକୁ ଅାସୁଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ। ହତ୍ୟା ଧମକ ସହ ଦାଦାବଟି ଅାଦାୟ ଅଭିଯୋଗରେ ଗିରଫ ହୋଇଥିବା ବାପୁ ପାରାଦୀପ ସ୍ଥିତ ନିରାକାର ଡମ୍ଫର ଅାସୋସିଏସନର ସମ୍ପାଦକ। ଟିଟୋର ଅନ୍ୟତମ ବଡ ସହଯୋଗୀ ଥିବା ବାପୁ ବିରୋଧରେ ରହିଛି ୨୮ରୁ ଅଧିକ […]

  • Monday, 19 July 2021
food
ଅକ୍ଟୋବର ୨ରୁ ରାଜ୍ୟ ସରକାର ଲାଗୁ କରିବେ ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର : ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାର ଲାଗୁ କରିବେ ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା। ଏ ସମ୍ପର୍କରେ ଅାଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି ଓଡ଼ିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଅାଇନ୍, ୨୦୧୧ ଜନ ଗଣନା ଅାଧାରରେ କାର୍ଯ୍ୟକାରୀ ହେଉଛି। ପରବର୍ତ୍ତୀ ସମୟରେ ରାଜ୍ୟର ଜନସଂଖ୍ୟା ୧୪ ପ୍ରତିଶତ ବୃଦ୍ଧି ପାଇଥିବାରୁ ଲକ୍ଷ ଲକ୍ଷ ହିତାଧିକାରୀ ଏହି ଯୋଜନାରୁ ବାଦ୍ ପଡିଛନ୍ତି। ଏ ନେଇ କେନ୍ଦ୍ର ସରକାରଙ୍କୁ ବହୁବାର […]

  • Monday, 19 July 2021
iskon temple
ଇସ୍କନ ମନ୍ଦିର ସାମ୍ନାରେ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର: ଭୁବନେଶ୍ୱର ଇସ୍କନ ମନ୍ଦିର ସାମ୍ନାରେ ବିଏମ୍‌ସିର ଜବରଦଖଲ ଉଚ୍ଛେଦ। ମନ୍ଦିର ସାମ୍ନାରେ ଥିବା ସମାଧି ପୀଠକୁ BMC, BDA ପକ୍ଷରୁ ମିଳିତ ଭାବେ ଉଚ୍ଛେଦ କରାଯାଇଛି। ୩ଟି ଜେସିବିକୁ ଜବରଦଖଲ ଉଚ୍ଛେଦ କାମରେ ନିୟୋଜିତ କରାଯାଇଛି। ପୂର୍ବରୁ ବେଆଇନ ନିର୍ମାଣ ପାଇଁ ଗତ ୨୫ରେ ଇସ୍କନକୁ ବିଏମ୍‌ସି ନୋଟିସ୍ କରିଥିଲା। ତେବେ ବିଏମ୍‌ସିର ଏହି ଉଚ୍ଛେଦକୁ ଇସ୍କନ ମନ୍ଦିର ଅନ୍ତେବାସୀ ଓ ଭକ୍ତ ବିରୋଧ କରିଛନ୍ତି। ଡ୍ରେନ୍‌ ଅବରୋଧ ଯୋଗୁଁ ଇସ୍କନ ଆଗରେ ସବୁବେଳେ ବର୍ଷା […]

  • Monday, 19 July 2021
malkangiri
ପୋଲ ଉପରେ ପାଣି

ମାଲକାନଗିରି: ପୋଲ ଉପରେ ପାଣିର ସୁଅ ଛୁଟୁଛି। ଫଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି । ଏହି ଦୃଶ୍ୟ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ହେବା ଫଳରେ ବହୁ ଛୋଟ ବଡ଼ ନାଳ ଭର୍ତ୍ତି ହୋଇଯାଇଛି। ଯାହାଦ୍ୱାରା MV-୩୭ ପୋଲ ଉପରେ ପାଣି ଚାଲୁଥିବା ଦେଖିବାକୁ ମିଳିଛି। ଫଳରେ ମାଲକାନଗିରିରୁ ବାଲିମେଳାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଛି। ଖାଲି ଏତିକି ନୁହେଁ ରାସ୍ତାର ଉଭୟ ପାର୍ଶ୍ୱରେ […]

  • Monday, 19 July 2021
wall collapse ..
କାନ୍ଥ ଭୁଶୁଡ଼ି ୨ ଭଉଣୀ ମୃତ

ରାଉରକେଲା: ରାଉରକେଲା ଉଦିତ ନଗର ଥାନା ଅଞ୍ଚଳର ମାଲଗୋଦାମ ବସ୍ତିରେ ଏକ ଦୁଃଖଦ ଘଟଣା ଘଟିଛି। କାନ୍ଥ ଭୁଶୁଡ଼ି ୨ ଭଉଣୀଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ ମାଲଗୋଦାମ ବସ୍ତିର ପିଣ୍ଟୁ ବାରିକଙ୍କ ପରିବାର ଲୋକେ ଶୋଇଥିବା ବେଳେ ହଠାତ୍‌ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ପିଣ୍ଟୁଙ୍କ ୨ ଝିଅଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତ ୨ ଭଉଣୀଙ୍କ ମଧ୍ୟରୁ ଜଣକର ବୟସ ୫ ଓ ଅନ୍ୟ ଜଣକର ବୟସ ୭ ବର୍ଷ ହୋଇଥିବା […]

  • Monday, 19 July 2021
vlcsnap-error316
ସତ୍ୟବାଦୀରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ

ପୁରୀ: ପୁରୀ ସତ୍ୟବାଦୀରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ। ଏଥିପାଇଁ ୨୫ ଏକର ଜମି ଯୋଗାଇଦେବେ ରାଜ୍ୟ ସରକାର। ଆଜି ଅନୁଷ୍ଠିତ ପ୍ରଥମ ଐତିହ୍ୟ କ୍ୟାବିନେଟରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଓଡ଼ିଆ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ସେହିପରି ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗକୁ ନୀତି ଡ୍ରାଫ୍ଟ ଦାୟିତ୍ୱ ଦିଆଯିବା ସହ ସାର୍ବଜନୀନ ପାଠାଗାର ନିର୍ଦ୍ଦେଶକ ପଦବୀ ସୃଷ୍ଟିକୁ କ୍ୟାବିନେଟରେ ମଂଜୁରୀ ମିଳିଛି। ସମସ୍ତ ସାର୍ବଜନୀନ […]

  • Monday, 19 July 2021
biju
ବିଜୁ ପକ୍କା ଘର ନିର୍ମାଣ ବିଜ୍ଞାପନକୁ ନେଇ ଅାପତ୍ତି

ଭୁବନେଶ୍ୱର : ସରକାରଙ୍କ ବିଜୁ ପକ୍କାଘରର ସଂଖ୍ୟାକୁ ନେଇ ବଢୁଛି ବିବାଦ। ଗତ ୪ ବର୍ଷରେ ସରକାର ୧୭ ଲକ୍ଷ ବିଜୁ ପକ୍କା ଘର ନିର୍ମାଣ କରିଥିବା ଦାବି କରି ଦେଇଥିବା ବିଜ୍ଞାପନ ଉପରେ ଅାପତ୍ତି ଉଠାଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି ଲେଖିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ପଞ୍ଚାୟତରାଜ ବିଭାଗର ୱେବ୍‌ସାଇଟରେ ଥିବା ତଥ୍ୟ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ତଥ୍ୟକୁ ଯୋଡ଼ି ବିଜୁ ପକ୍କା ଘରର […]

  • Monday, 19 July 2021
vlcsnap-error456
କୋଚିଳା ନଦୀବନ୍ଧରେ ଫାଟ

ଭଦ୍ରକ: ଭଦ୍ରକ ଧାମନଗର ବ୍ଲକର କୋଚିଳା ନଦୀବନ୍ଧରେ ଫାଟ ଦେଖାଦେଇଛି। ତରେଇସାହି ନିକଟରେ ନଦୀବନ୍ଧର ବାମ ପାର୍ଶ୍ୱ ଦବି ଯାଇଥିବା ଜଣା ପଡ଼ିଛି। ନଦୀବନ୍ଧ ଦବିବା ଯୋଗୁଁ ପ୍ରାୟ ୫୦ଫୁଟ୍‌ର ଫାଟ ହୋଇ ଯାଇଛି। ଏଥିପାଇଁ ଲୋକ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ଅଛନ୍ତି। ଯଦି ବଡ଼ ବର୍ଷା ହୁଏ, କିମ୍ବା ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ, ତେବେ ନଦୀ ବନ୍ଧ ପୁରା ଭାଙ୍ଗିଯିବାର ଆଶଙ୍କା ଅଛି। ମାସେ ତଳେ ଏଠାରେ କାମ ହୋଇଥିଲା। କିନ୍ତୁ ମାସେ […]

  • Monday, 19 July 2021
phone
ଚାଷୀଙ୍କୁ ରାଜ୍ୟ ସରକାର ଦେବେ ଅାଣ୍ଡ୍ରଏଡ୍‌ ଫୋନ୍

ଭୁବନେଶ୍ୱର : ସ୍ମାର୍ଟ ହେବେ ଚାଷୀ। ସେମାନଙ୍କୁ ଦିଆଯିବ ସ୍ମାର୍ଟ ଫୋନ୍। ପ୍ରତି ଜିଲ୍ଲାରୁ ୨ ହଜାର ଚାଷୀଙ୍କୁ ଆଣ୍ଡ୍ରଏଡ୍‌ ଫୋନ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଆଜି ଏ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ପ୍ରତି ଜିଲ୍ଲାର ପ୍ରାୟ ୨ ହଜାର ଚାଷୀଙ୍କୁ ଆଣ୍ଡ୍ରଏଡ୍‌ ଫୋନ୍ ଦିଆଯିବ। ଏଥିପାଇଁ  ୩ କୋଟି ଟଙ୍କା ବ୍ୟୟ ବରାଦ ସହିତ ଏକ ଉଚ୍ଚସ୍ତରୀୟ କମିଟି ଗଠିତ ହୋଇଥିବା ସୂର୍ଯ୍ୟନାରାୟଣ […]

  • Monday, 19 July 2021