• Facebook
• Twitter
• Instagram
• LinkedIn
• Youtube
• Telegram
• Koo
• Read in English
Exclusive Updates
ମହିଳାଙ୍କ ମୃତ ଦେହ ଉଦ୍ଧାର : ଯୌତୁକ ନିର୍ଯାତନା ଅଭିଯୋଗ
ଯାଜପୁର : ଯାଜପୁର ରୋଡ ଥାନା ଚୋରଦା ଡିଗିସାହି ଅଞ୍ଚଳର ଏକ ଘରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର।  ମୃତକ ଜଣକ ଝାଡଖଣ୍ଡ ଅଂଚଳର ବୋଲି ଜଣାପଡିଛି। ମୃତ ମହିଳାଙ୍କ ସ୍ୱାମୀ କଳିଙ୍ଗନଗର ଜିନ୍ଦଲ ଷ୍ଟିଲନେଶ ଖାରଖାନାରେ ଜଣେ ସହକାରୀ ପରିଚାଳକ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ନା ପଙ୍କଜ କୁମାର। ଗତକାଲି ରାତିରେ ପଙ୍କଜ କାରଖାନାରୁ ଫେରି କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲେ। ଦୀର୍ଘ ସମୟ ଧରି କବାଟ ନଖୋଲିବା ପରେ […]
• Thursday, 10 June 2021
‘ତେରି ବାହୋ ମେଁ ମର୍‌ ଜାଏ ହମ୍‌…’ ଗୀତରେ ନାଚୁଥିବା ବେଳେ ଚାଲିଗଲା ଜୀବନ
ରାଜସ୍ଥାନ : ସୋସିଆଲ୍ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହୋଇଛି। ଭିଡିଓଟିକୁ ଯିଏବି ଦେଖିବ ଆଶ୍ଚର୍ଯ୍ୟ ହୋଇଯିବ। ଏହି ଭାଇରାଲ୍ ଭିଡିଓଟି  ରାଜସ୍ଥାନସ୍ଥିତ ଯୋଧପୁରର କୌଣସି ଏକ ବିବାହ ଉତ୍ସବର ବୋଲି କୁହାଯାଉଛି। ଯେକେହି ଏହି ଭାଇରାଲ୍ ଭିଡିଓକୁ ଦେଖିଲାପରେ ନିଶ୍ଚୟ ଅନୁଭବ କରିବ ଯେ , ସତରେ ଏ ଜୀବନଟା ପାଣି ଫୋଟକା ପରି । କୌଣସି ଭରସା ନାହିଁ ଏ ନିଶ୍ୱାସକୁ । ମୃତ୍ୟୁ ଯେ ଏମିତି ଆସେ ଆପଣ କେବେ ବିଶ୍ୱାସ […]
• Thursday, 10 June 2021
ରାଜ୍ୟସଭା ଲାଗି ନାମାଙ୍କନ ପତ୍ର ଦାଖଲ କଲେ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ଓ ଅଚ୍ୟୁତ ସାମନ୍ତ
ଭୁବନେଶ୍ୱର : ପ୍ରଥମେ ପ୍ରଶାନ୍ତ, ପରେ ସୌମ୍ୟରଞ୍ଜନ ଓ ଶେଷରେ ଅଚ୍ୟୁତ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଜଣଙ୍କ ପରେ ଜଣେ ବିଜେଡିର ଏ ତିନି ପ୍ରାର୍ଥୀ ଦାଖଲ କରିଛନ୍ତି ନାମାଙ୍କନ ପତ୍ର। ସାଙ୍ଗରେ ଥିଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ। ତିନି ଜଣଙ୍କ ପାଇଁ ପ୍ରସ୍ତାବକ ହୋଇଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ। ପ୍ରତ୍ୟେକ ପ୍ରାର୍ଥୀ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ୨ଟି ଲେଖାଏଁ ସେଟ୍ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ, ପ୍ରତି ସେଟ୍‌ରେ […]
• Thursday, 10 June 2021
ଆଜି ଅନ୍ତର୍ଜାତୀୟ ମହିଳା ଦିବସ
ଆଜି ଅନ୍ତର୍ଜାତୀୟ ମହିଳା ଦିବସ
ଭୁବନେଶ୍ୱର: ମାଆ ହୋଇ ସେ ବାତ୍ସଲ୍ୟ ସ୍ନେହ ଅଜାଡ଼ି ଦିଏ ତ ପତ୍ନୀ ରୂପରେ ଜୀବନରେ ପ୍ରେମର ଫଲଗୁ ଆଣେ। ଘରର ଚାରିକାନ୍ଥ ବାହାରେ ବି ସେ ନିଜ ଦକ୍ଷତାର ପ୍ରମାଣ ଦେଖାଇପାରିଛି। କୁହାଯାଏ ନାରୀ ଯେବେ ସଶକ୍ତ ହୁଏ, ସେ ସଶକ୍ତ କରି ତୋଳେ ନିଜ ଚତୁର୍ପାର୍ଶ୍ୱକୁ କେବେ ସମୃଦ୍ଧି, କେବେ ଶକ୍ତି, କେବେ ଜ୍ଞାନ, କେବେ ବଳ ତ ଆଉ କେବେ ବିଜୟ ଲାଗି ସେ ପୂଜା ପାଇଥାଏ।  ପୁରୁଷ କୈନ୍ଦ୍ରିକ ସମାଜ ସହ […]
• Thursday, 10 June 2021
ବାଲୁକା କଳା ମାଧ୍ୟମରେ ଅନ୍ତର୍ଜାତୀୟ ମହିଳା ଦିବସର ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ
ବାଲୁକା କଳା ମାଧ୍ୟମରେ ଅନ୍ତର୍ଜାତୀୟ ମହିଳା ଦିବସର ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ
ପୁରୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା। ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତିଆରି କରିଥିବା ବାଲୁକା କଳାରେ ବର୍ତ୍ତମାନ ଯୁଗରେ ନାରୀ ପ୍ରତ୍ୟେକ କ୍ଷେତ୍ରରେ ନିଜର କିଭଳି ପରକାଷ୍ଠା ପ୍ରଦର୍ଶନ କରିଛି ସେ ନେଇ ବାର୍ତ୍ତା ଦେଇଛନ୍ତି।
ସେହିପରି ଶିଳ୍ପୀ ମାନସ ସାହୁ ମଧ୍ୟ ଏକ ସଚେତନତା ଧର୍ମୀ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି। ଯେଉଁଥିରେ ନାରୀକୁ ଏକ ମହାନ ବୃକ୍ଷ ସହ ତୁଳନା କରାଯାଇଛି। ନାରୀ କିପରି ଝଡ଼ଝଞ୍ଜା ସହି ପରିବାରର ସୁରକ୍ଷା କରୁଛି ତାହା ବାଲୁକା କଳାରେ ବର୍ଣ୍ଣନା କରାଯାଇଛି।ତାସହ ନାରୀକୁ ସୁରକ୍ଷା ଓ ସମ୍ମାନ ଦେବାକୁ ମଧ୍ୟ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦିଆଯାଇଛି ଏଥିରେ ବ୍ୟବହାର ହୋଇଛି ପ୍ରାୟ ୨୦ ଟନ୍ ବାଲି।
https://youtu.be/rMzqj5wq6VA
• Thursday, 10 June 2021
ଆସନ୍ତା ୨୦ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା : ୫୭ଟି ସେଣ୍ଟରରେ ଖାତା ଦେଖିବେ ୧୩ହଜାର ୨୮୦ ଜଣ ନିରୀକ୍ଷକ
ଭୁବନେଶ୍ୱର : ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ସରିଛି। ଏଥର ମୋଟ ୫୭ଟି ସେଣ୍ଟରରେ ପରୀକ୍ଷା ଖାତା ଦେଖାଯିବ। ମୋଟ ୧୩, ୨୮୦ ଜଣ ନିରୀକ୍ଷକ ଖାତା ଦେଖାରେ ନିୟୋଜିତ ହେବେ। ସେଣ୍ଟରରେ ସକାଳ ୯ଟା ୩୦ରୁ ଖାତା ଦେଖା ଆରମ୍ଭ ହେବ।  ୧୨ ଦିନ ଭିତରେ ସମସ୍ତ ଖାତାର ମୂଲ୍ୟାୟନ ଶେଷ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।
• Thursday, 10 June 2021
୪୩୩ କୋଟିର ଠକେଇ ଅଭିଯୋଗ: ସିବିଆଇ ଜାଲରେ ନିର୍ମଳ ଇନଫ୍ରା ଚିଟ୍‌ଫଣ୍ଡ ସଂସ୍ଥାର ସିଏମ୍‌ଡି ଓ ଜେନେରାଲ ମ୍ୟାନେଜର
ଭୁବନେଶ୍ୱର : ପୁଣି ଚିଟ୍‌ଫଣ୍ଡ ଠକେଇ। ୪୩୩ କୋଟି ଠକେଇ ଅଭିଯୋଗରେ ଗତକାଲି ସିବିଆଇ ନିର୍ମଳ ଇନଫ୍ରା ଚିଟଫଣ୍ଡ ସଂସ୍ଥାର ୨ଜଣଙ୍କୁ ଗିରଫ କରିଛି।  ସେମାନେ ହେଲେ ସିଏମ୍‌ଡି ଆଶିଷ ଚୌହାନ ଏବଂ ଅଭିଷେକ ଚୌହାନ। ଦିର୍ଘ ଦିନ ଧରି ଫେରାର ରହିବା ପରେ ଗତକାଲି ଉଭୟ ମଧ୍ୟପ୍ରଦେଶରୁ ଭୁବନେଶ୍ୱର ଆସିଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇ ସିବିଆଇ ଉଭୟଙ୍କୁ ଗିରଫ କରିଥିଲା। ସୂଚନା ଅନୁସାରେ ଏହି ସଂସ୍ଥା ମଧ୍ୟପ୍ରଦେଶର। ତେବେ ଓଡିଶାରେ ମଧ୍ୟ ଏହାର […]
• Thursday, 10 June 2021
ମାଟ୍ରିକ୍ ପରୀକ୍ଷାକୁ ଛାଡୁନି ପ୍ରଶ୍ନପତ୍ର ଭାଇରାଲ୍ ଭୁତ : ଆଜି ଖୋଦ୍ ବିଭାଗୀୟ ମନ୍ତ୍ରୀଙ୍କ ଜିଲ୍ଲାରୁ ଭାଇରାଲ୍ ହେଲା ସାଇନ୍ସ କୋଶ୍ଚିନ୍
ଭୁବନେଶ୍ୱର : ସାହିତ୍ୟ  ଇଂରାଜୀ  ଗଣିତ  ଆଉ ଏବେ ବିଜ୍ଞାନ। ଥମୁନି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍। ଆଜି ଖୋଦ୍ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଜିଲ୍ଲା କେନ୍ଦୁଝର ଆନନ୍ଦପୁରର ଥାଳିଆମେଣ୍ଟା ଧନେଇ ବିଦ୍ୟାଳୟରୁ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ସକାଳ ୯ଟା ୩୦ ସମୟରେ ବିଜ୍ଞାନ ପ୍ରଶ୍ନପତ୍ର ହ୍ୱାଟସ୍ଆପ୍‌ରେ ଘୁରି ବୁଲିଥିଲା। ସେହିପରି ଢେଙ୍କାନାଳ କାମାକ୍ଷାନଗର ମଠକରଗୋଳା ଉଚ୍ଚ ବିଦ୍ୟାଳୟରୁ ବିଜ୍ଞାନର A ସେଟ୍ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ […]
• Thursday, 10 June 2021
ଧରାପଡିଲା ପୋଲିସ ବାବୁଙ୍କ ଘୃଣ୍ୟ କାର୍ଯ୍ୟକଳାପ : ନାବାଳିକାକୁ ଅସଦାଚରଣ ଅଭିଯୋଗରେ ବାଦାମବାଡ଼ି ଥାନା ଏଏସଆଇ ଗିରଫ
କଟକ :୧୧ ବର୍ଷର ନାବାଳିକାକୁ ଅସଦାଚରଣ ଅଭିଯୋଗ । କୃଷ୍ଣଚନ୍ଦ୍ର ଜେନା ନାମକ ଜଣେ ପୋଲିସ ବାବୁ ଗିରଫ ହୋଇଛନ୍ତି। ସେ ବାଦାମବାଡ଼ି ଥାନାରେ ଏଏସଆଇ ଭାବେ କାର୍ଯ୍ୟ କରୁଥିଲେ। ସାଲେପୁର ଚନ୍ଦ୍ରାଦେଇପୁରରେ କୃଷ୍ଣଚନ୍ଦ୍ରଙ୍କ ଘରେ ନାବାଳିକା ଜଣକ ଦୀର୍ଘ ଦିନ ହେବ ଭଡ଼ାରେ ରହି ଆସୁଥିଲେ। ତେବେ ଘରେ କେହି ନ ଥିବାବେଳେ କୃଷ୍ଣଚନ୍ଦ୍ର ନାବାଳିକାଙ୍କୁ ଅସଦାଚରଣ କରିଥିବା ତାଙ୍କ ମାଆ ସାଲେପୁର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ସଂପୃକ୍ତ ପୋଲିସ ବାବୁଙ୍କୁ ତାଙ୍କ ବାସଭବନରୁ […]
• Thursday, 10 June 2021
ରଥକାଠ ଧରି ଆସୁଥିବା ଟ୍ରକକୁ ଅଟକାଇଲେ ଗ୍ରାମବାସୀ
ରଥକାଠ ଧରି ଆସୁଥିବା ଟ୍ରକକୁ ଅଟକାଇଲେ ଗ୍ରାମବାସୀ
ପୁରୀ: ପୁରୀ ରଥଯାତ୍ରା ନିମନ୍ତେ ଦଶପଲ୍ଲାରୁ ରଥକାଠ ଧରି ଆସୁଥିବା ଟ୍ରକକୁ ଅଟକାଇ ଦେଇଛନ୍ତି ନୟାଗଡ଼ ଜିଲ୍ଲାର କଳସଖମଣ ଓ ନୂଆଗାଁବାସୀ। ଗ୍ରାମରେ ମୋବାଇଲ ଟାୱାର, ରାସ୍ତା ଓ ଡାକ୍ତରଖାନା ନିର୍ମାଣ ଦାବିରେ ଟ୍ରକକୁ ଅଟକାଇଛନ୍ତି ଗ୍ରାମବାସୀ। ଦୀର୍ଘ ସମୟ ଧରି ଟ୍ରକକୁ ଅଟକାଇବା ପରେ ବନବିଭାଗରେ ଅଭିଯୋଗ ହୋଇଥିଲା। ଏହାପରେ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।  ପ୍ରତିବର୍ଷ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ନୟାଗଡ଼ର ଦଶପଲ୍ଲା ଜଙ୍ଗଲରୁ ରଥକାଠ […]
• Thursday, 10 June 2021
ଟ୍ରକକୁ ପିଟିଲା ଆମ୍ବୁଲାନ୍ସ: ପ୍ରାଣ ହରାଇଲେ ଦୁଇ ଭାଇଭଉଣୀ
ଟ୍ରକକୁ ପିଟିଲା ଆମ୍ବୁଲାନ୍ସ: ପ୍ରାଣ ହରାଇଲେ ଦୁଇ ଭାଇଭଉଣୀ
ବାଲେଶ୍ୱର: ବାଲେଶ୍ୱର ୧୬ନମ୍ବର ଜାତୀୟ ରାଜପଥ ସୋର ଥାନା ନିକଟରେ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ।  ଏଥିରେ ଦୁଇଜଣ ଭାଇ ଭଉଣୀ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ ଗତକାଲି ରାତିରେ କୋଲକତା ମିର୍ଜାପୁର ଅଂଚଳର ବୁଲବୁଲ ବିବି ନାମକ ଜଣେ ମହିଳାଙ୍କୁ ତାଙ୍କ ଭାଇ ଏବଂ ଦୁଇଜଣ ସଂପର୍କୀୟ ଆମ୍ବୁଲାନ୍ସ ଯୋଗେ କଟକ ଏସସିବି ଆଣୁଥିଲେ।  ଆଣିବା ବାଟରେ ରାସ୍ତାରେ ଆମ୍ବୁଲାନ୍ସଟି ଭାରସମ୍ୟ ହରାଇ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା।  ଘଟଣାସ୍ଥଳରେ […]
• Thursday, 10 June 2021
ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା: ପ୍ରଶ୍ନପତ୍ର ସୁରକ୍ଷା ପାଇଁ ବିଭିନ୍ନ କଟକଣା ଜାରି
ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା: ପ୍ରଶ୍ନପତ୍ର ସୁରକ୍ଷା ପାଇଁ ବିଭିନ୍ନ କଟକଣା ଜାରି
ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଛି। ୧୧ଶହ ୪ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩ ଲକ୍ଷ ୬୫ ହଜାର ୮୨୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଆଜିଠୁ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଆରମ୍ଭ ହେଉଥିବା ବେଳେ କାଲିଠାରୁ କଳା ପରୀକ୍ଷା ଆରମ୍ଭ ହେବାସହ ମାର୍ଚ୍ଚ ୨୯ ପଯ୍ୟନ୍ତ ଚାଲିବ। କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍ ସହ ସିସିଟିଭି ବ୍ୟବସ୍ଥା ହୋଇଛିା ମାଟ୍ରିକ ପ୍ରଶ୍ନପତ୍ର ବାରମ୍ବାର ଭାଇରାଲ ହେବା ପରେ ସଜାଗ ହୋଇଛନ୍ତି […]
• Thursday, 10 June 2021
ମାଲକାନଗିରି ସୀମାରେ ମାଓବାଦୀଙ୍କ ଲଙ୍କାକାଣ୍ଡ
ମାଲକାନଗିରି ସୀମାରେ ମାଓବାଦୀଙ୍କ ଲଙ୍କାକାଣ୍ଡ
ମାଲକାନଗିରି: ମାଲକାନଗିରି ସୀମାରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦୋର୍ନାପାଲିରେ ମାଓବାଦୀ ୨ଟି ଯାତ୍ରିବାହୀ ବସ୍ ସହ ୩ଟି ଟ୍ରକକୁ  ଜାଳି ଦେଇଛନ୍ତି। ଗତକାଲି ରାତିରେ ଗୋଟିଏ ବସ୍ ମାଲକାନଗିରିରୁ ହାଇଦ୍ରାବାଦ ଏବଂ ଅନ୍ୟଟି ଜଗଦଳପୁରରୁ ହାଇଦ୍ରାବାଦ ଯାଉଥିଲା।  ଦୋର୍ନାପାଲୀ ନିକଟରେ ମାଓବାଦୀମାନେ ଯାତ୍ରୀଙ୍କୁ ବସରୁ ଓହ୍ଲାଇ ନିଆଁ ଲଗାଇ ଦେଇଥିଲେ। ପରେପରେ ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ତିନିଟି ଟ୍ରକକୁ ମଧ୍ୟ ମାଓବାଦୀମାନେ ନିଆଁ ଲଗାଇଦେଇଥିଲେ। ତେବେ ଘଟଣା ସ୍ଥଳରୁ ମୁହଁ […]
• Thursday, 10 June 2021
ଅଭିନେତା ପପୁ ପମ୍‌ପମ୍‌ଙ୍କୁ ଫୋନ୍‌ରେ ଧମକ
ଭୁବନେଶ୍ୱର : ଖଣ୍ଡଗିରି ଥାନାରେ ଅଭିନେତା ପପୁ ପମ୍‌ପମ୍‌ଙ୍କ ଅଭିଯୋଗ। ଟେଲିଫୋନ ଯୋଗେ ଜଣେ ଲୋକ ତାଙ୍କୁ ଧମକ ଦେଉଥିବା ପପୁ ଆଜି ଥାନାକୁ ଯାଇ ଲିଖିତ ଭାବେ ଅଭିଯୋଗ କରିଛନ୍ତି।  ଭୁବନେଶ୍ୱରର ଏକ ଜାଗାକୁ ନେଇ ଟେଲିଫୋନରେ ତାଙ୍କୁ ଧମକ ଆସୁଥିବା ସେ କହିଛନ୍ତି।
• Thursday, 10 June 2021
ସୋହେଲଙ୍କୁ ଅପହରଣ! ରାଜଧାନୀରେ ଲାଗିଲା ମାଓବାଦୀଙ୍କ ନାଁରେ ପୋଷ୍ଟର
ସୋହେଲଙ୍କୁ ଅପହରଣ! ରାଜଧାନୀରେ ଲାଗିଲା ମାଓବାଦୀଙ୍କ ନାଁରେ ପୋଷ୍ଟର
ଭୁବନେଶ୍ୱର: ଭୁବନେଶ୍ୱର ଏମ୍‌ସରେ କାଶ୍ମୀର ଛାତ୍ର ସୋହେଲ ଅଜାଜ୍ ନିଖୋଜ ହେବା ଘଟଣା ଏକ ନୂ‌ଆ ମୋଡ଼ ନେଇଛି।  ସୋହେଲଙ୍କୁ ମାଓବାଦୀ ଅପହରଣ କରିଥିବା ନେଇ ବରମୁଣ୍ଡା ବସଷ୍ଟାଣ୍ଡରେ ଏକ ସନ୍ଦିଗ୍ଧ ପୋଷ୍ଟର ଲଗାଯାଇଛି। ବରମୁଣ୍ଡା ବସଷ୍ଟାଣ୍ଡ ଓଭରବ୍ରିଜ୍ କାନ୍ଥରେ ସିପିଆଇ ମାଓବାଦୀ ନାଁରେ ଲାଗିଥିବା ଏହି ପୋଷ୍ଟରରେ ସୋହେଲଙ୍କୁ ଅପହରଣ କରାଯାଇଥିବା ଉଲ୍ଲେଖ ଥିବା ବେଳେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଛାଡ଼ିଲେ ସୋହେଲଙ୍କୁ ଛଡ଼ାଯିବ ବୋଲି ଲେଖାଯାଇଛି। କମିଶନରେଟ ପୋଲିସ ପୋଷ୍ଟରକୁ ଜବତ କରି ଛାନଭିନ୍ […]
• Thursday, 10 June 2021
ପଞ୍ଚାୟତିରାଜ ଦିବସ ଅବସରରେ ଟ୍ୱିନସିଟିରେ  ମିନି ମାରାଥନ୍
ପଞ୍ଚାୟତିରାଜ ଦିବସ ଅବସରରେ ଟ୍ୱିନସିଟିରେ ମିନି ମାରାଥନ୍
ଭୁବନେଶ୍ୱର: ପଞ୍ଚାୟତିରାଜ ଦିବସ ଅବସରରେ ଭୁବନେଶ୍ୱର ଓ କଟକରେ ମିନି ମାରାଥନ୍ ଅନୁଷ୍ଠିତ ହୋଇଛି। କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା  ଭୁବନେଶ୍ୱରରେ ମାରାଥନକୁ ଶୁଭାରମ୍ଭ କରିଛନ୍ତି। ଏହି ମିନିମାରାଥନ୍ ଫରେଷ୍ଟପାର୍କରୁ ଆରମ୍ଭ ହୋଇ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲା। ଏପଟେ କଟକରେ ଭେଟେରାନ୍ ସ୍ପୋର୍ଟସ ପର୍ସନ ସଂଗଠନ ପକ୍ଷରୁ ମିନିମାରାଥନ ଆୟୋଜିତ ହୋଇଥିଲା। ଆନନ୍ଦଭବନରୁ ଏହି ମାରାଥନ ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା।  ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହାକୁ ଶୁଭାରମ୍ଭ କରିଥିଲେ।
• Thursday, 10 June 2021
ମାଲବାହୀ ଟ୍ରେନ ଲାଇନଚ୍ୟୁତ
ମାଲବାହୀ ଟ୍ରେନ ଲାଇନଚ୍ୟୁତ
କୋରାପୁଟ: କୋରାପୁଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ। କୋରାପୁଟ ଜୟପୁର ମଧ୍ୟରେ ଥିବା ଦୟାନିଧିଗୁଡା ଷ୍ଟେସନରେ ଲାଇନଚ୍ୟୁତ ହୋଇଥିଲା। ଏହି ମାଲବାହୀ ଟ୍ରେନ  ବିଳମ୍ବିତ ରାତ୍ରୀରେ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଟ୍ରେନଟି ଜୟପୁରରୁ ବିଶାଖାପାଟଣା ଯାଉଥିଲା। ମାଲବାହୀ ଟ୍ରେନର ଇଂଜିନ ଲାଇନଚ୍ୟୁତ ହେବାପରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ଓ ମରାମତି ପରେ ଏବେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି।
• Thursday, 10 June 2021
କଟକରେ ଏନକାଉଣ୍ଟର
କଟକରେ ଏନକାଉଣ୍ଟର
କଟକ:  କଟକ ସଦର ଥାନା ଅଞ୍ଚଳରେ ଏନକାଉଣ୍ଟର। ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସଦା ନାୟକ ଆହତ ହୋଇଥିବା ସୂଚନା ମିଳିଛି। ତା ବାମ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ତାକୁ SCBରେ ଭର୍ତ୍ତି କରାଯାଇଥିବାବେଳେ ବନ୍ଧୁକ ଓ ଗୁଳି ଜବତ। ବିଜୟ ପାଲ ଘରକୁ ଗୁଳିମାଡ଼ ଘଟଣାରେ ସଦା ନାୟକ ଅନ୍ୟତମ ଅଭିଯୁକ୍ତ ବୋଲି ସୂଚନା ମିଳିଛି। ସଦା ଧଳସାମନ୍ତ ବ୍ରଦର୍ସଙ୍କ ସହଯୋଗୀ ବୋଲି ମଧ୍ୟ କୁହାଯାଉଛି।
• Thursday, 10 June 2021
ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର
ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର
ବ୍ରହ୍ମପୁର: କିଛି ଦିନ ଅନ୍ତରରେ ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର। ଜାତୀୟ ରାଜପଥ କଡ଼ ଆଇସ୍ଫ୍ୟା୍ରି ନିକଟରେ ଗୋଷାଣୀ ନୂଆଗାଁ ପୋଲିସର ଏନକାଉଣ୍ଟର। ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ପଣ୍ଡା ଓରଫ୍ ମାଙ୍ଗା।  ଚିକିତ୍ସା ପାଇଁ ମାଙ୍ଗାକୁ MKCG ମେଡିକାଲ୍ରେ ଭର୍ତ୍ତି କରାଯାଇଛି  ମାଙ୍ଗାର ବାମ ଗୋଡ଼ରେ ଗୁଳି ବାଜିଛି। ମିଳିଥିବା ସୂଚନା ଅନୁସାରେ ରାକେଶଙ୍କ ନାଁରେ ରହିଛି ଅନେକ ଅପରାଧିକ ମାମଲା। ମାଙ୍ଗା ନାଁରେ GRP ଓ ବିଭିନ୍ନ ଥାନାରେ ୧୦ରୁ ଅଧିକ […]
• Thursday, 10 June 2021
ରାଜ୍ୟରେ ବଢିବାରେ ଲାଗିଛି ତାତି: ମାର୍ଚ୍ଚ ୯ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ କାଳ ବୈଶାଖୀ ସମ୍ଭାବନା
ରାଜ୍ୟରେ ବଢିବାରେ ଲାଗିଛି ତାତି: ମାର୍ଚ୍ଚ ୯ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ କାଳ ବୈଶାଖୀ ସମ୍ଭାବନା
ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ବଢିବାରେ ଲାଗିଛି ତାତି।  ମାର୍ଚ୍ଚ ଆରମ୍ଭରୁ ରେକର୍ଡ ତାତି ଅନୁଭବ ହେବାକୁ ଲାଗିଲାଣି। ମାର୍ଚ୍ଚ ପ୍ରଥମ ସପ୍ତାହରୁ ତାତିର ପ୍ରକୋପ ରାଜ୍ୟବାସୀଙ୍କୁ ହନ୍ତସନ୍ତ କଲାଣି। ଗତକାଲି ଭୁବନେଶ୍ୱର ଦେଶର ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ଥିଲା। ଏହାସହ ଦେଶର ୧୦ଟି ସବୁଠୁ ଉତ୍ତପ୍ତ ସହର ତାଲିକାରେ ଭୁବନେଶ୍ୱର ସମେତ ଅନୁଗୁଳ, ଝାରସୁଗୁଡ଼ା, ବାରିପଦା ବି ରହିଥିଲା। ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସରୁ ଉପରେ ରହିଥିବା ରେକର୍ଡ କରାଯାଇଛି  […]
• Thursday, 10 June 2021
ଟ୍ରକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ପୁଅ ମୃତ, ମାଆ ଗୁରୁତର
ଟ୍ରକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ପୁଅ ମୃତ, ମାଆ ଗୁରୁତର
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ ରଘୁନାଥପୁରରେ ଏକ ଦୁଃଖଦ ଘଟଣା ଘଟିଛି। ଟ୍ରକ୍‌ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ପୁଅର ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଆହତଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ କରିବାରୁ ଉତ୍ତ୍ୟକ୍ତ ଲୋକେ ଆମ୍ବୁଲାନ୍ସକୁ ଭାଙ୍ଗି ଦେଇଥିଲେ। ଏଥିସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ସ୍ଥାନୀୟ ଲୋକେ ପିଛା କରି ଡ୍ରାଇଭରକୁ ପୋଲିସର ଜିମା […]
• Thursday, 10 June 2021
ନିଖୋଜର ୩ ଦିନ ପରେ ମିଳିଲା ମୃତଦେହ
ବ୍ରହ୍ମପୁର: ନିଖୋଜର ୩ ଦିନ ପରେ ମିଳିଲା ମୃତଦେହ। ଗୋପାଳପୁର ସମୁଦ୍ରରେ ନିଖୋଜ ୨ ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିବା ପରେ ଆଜି ଦୁଇ ନିଖୋଜ ଛାତ୍ରଙ୍କ ସମୁଦ୍ରରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ୨ଜଣ ହେଲେ ଲୋକେଶ ପାତ୍ର ଓ ଡି. ହିତେଶ ପାତ୍ର। ହୋଲି ଦିନ ସମୁଦ୍ରରେ ଗାଧୋଇବା ବେଳେ ୩ ଜଣ ସାଙ୍ଗ ସମୁଦ୍ରରେ ବୁଡ଼ି ଯାଇଥିଲେ। ସେହିଦିନ ବ୍ରହ୍ମପୁର […]
• Thursday, 10 June 2021
ବଡ଼ ଦେଉଳର ଅବିକଳ ରୂପ
ବଡ଼ ଦେଉଳର ଅବିକଳ ରୂପ
ଭୁବନେଶ୍ୱର: ଶ୍ରୀମନ୍ଦିରର ଅବିକଳ ରୂପ। ଚାରିଦ୍ୱାର, ଅରୁଣସ୍ତମ୍ଭ, କଳ୍ପବଟ ସହ ସ୍ଥାନ ପାଇଛି ସମସ୍ତ ପାର୍ଶ୍ୱ ମନ୍ଦିର ଓ ମଣ୍ଡପ। ବିସ୍ମିତ କରୁଛି ପୁରୀର ଶିଳ୍ପୀ ରାଜେନ୍ଦ୍ର ମିଶ୍ରଙ୍କ ସୂକ୍ଷ୍ମ କଳାକୃତି।
• Thursday, 10 June 2021
ଟ୍ରକ ଚାପାରେ କନଷ୍ଟେବଲଙ୍କ ମୃତ୍ୟୁ
ଟ୍ରକ ଚାପାରେ କନଷ୍ଟେବଲଙ୍କ ମୃତ୍ୟୁ
ବଲାଙ୍ଗିର: ବଲାଙ୍ଗିର ସହର ଗାନ୍ଧିନଗରରେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଟ୍ରକ୍‌ ଧକ୍କାରେ ଜଣେ କନଷ୍ଟେବଲଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମୃତ୍ୟୁଞ୍ଜୟ କୁଅଁର। ଘଟଣାସ୍ଥଳରେ ହିଁ ମୃତ୍ୟୁଞ୍ଜୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଟ୍ରକ୍‌ଟି ଫେରାର ହୋଇ ଯାଇଛି। ମୃତ୍ୟୁଞ୍ଜୟ ବେଲଗାଁ ଫାଣ୍ଡିରେ କାର୍ଯ୍ୟରତ ଥିଲେ।
• Thursday, 10 June 2021
ପାର୍ସଲ ବୋମା ବିସ୍ଫୋରଣ ଘଟଣା: ରୀନାଙ୍କ ବୟାନ ରେକର୍ଡ କଲା ପୋଲିସ୍
କଟକ: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆହତ ବୋହୂ ରୀନାରାଣୀ ସାହୁଙ୍କ ବୟାନ ରେକର୍ଡ କରିଛି ପୋଲିସ। କଟକ SCBରେ ପାଟଣାଗଡ଼ ପୋଲିସ ପହଞ୍ଚି ସାକ୍ଷ୍ୟବିଧି ଧାରା ୩୨ ଅନୁଯାୟୀ ବୟାନ ଶୁଣିଛି। ଏହାକୁ ଆଧାର କରି ତଦନ୍ତ ପ୍ରକ୍ରିୟା ଆଗକୁ ଚାଲିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ପାଟଣାଗଡ଼ରେ ସୌମ୍ୟଶେଖର ସାହୁଙ୍କ ବିବାହ ପରେ ଆସିଥିବା ଏକ ଗିଫ୍ଟ ପ୍ୟାକେଟ ଖୋଲିବା ପରେ ବୋମା ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ […]
• Thursday, 10 June 2021