• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କଳାପତାକା

ଅନୁଗୁଳ: ଅନୁଗୁଳରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି। ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ସାମାଜିକ କର୍ମୀମାନେ ଥାନା ଛକରେ କଳାପତାକା ପ୍ରଦର୍ଶନ କରିଛନ୍ତି। ବିଜେଡି ପକ୍ଷରୁ ଚାଲିଥିବା ମହାନଦୀ ସୁରକ୍ଷା ଅଭିଯାନରେ ଯୋଗ ଦେବା ପାଇଁ ସେ ଆଠମଲ୍ଲିକ ଅଭିମୁଖେ ଯାଉଥିବା ବେଳେ ଏହି କଳାପତାକା ପ୍ରଦର୍ଶନ ହୋଇଥିଲା। ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସୁଧାର, ଖାଲିପଡ଼ିଥିବା ଡାକ୍ତର କର୍ମଚାରୀ ପଦବୀ ପୂରଣ, ଚଳିତ ବର୍ଷରୁ ତାଲଚେର ମେଡିକାଲ୍ କଲେଜ କାର୍ଯ୍ୟକ୍ଷମ କରିବା ଆଦି ୬ଦଫା […]

  • Friday, 11 June 2021
ପକ୍ଷୀଙ୍କ ପାଇଁ କୃତ୍ରିମ ଜଙ୍ଗଲ

ପାରାଦୀପ: ଦିନକୁ ଦିନ ଶିଳ୍ପାନୁଷ୍ଠାନ ଗଢି ଉଠିବା ଏବଂ ଜଙ୍ଗଲ କ୍ଷୟ ହେବା କାରଣରୁ ଲୋପ ପାଉଛନ୍ତି ପଶୁ ପକ୍ଷୀ। ତେବେ ଲୋପ ପାଉଥିବା ପଶୁ ପକ୍ଷୀମାନଙ୍କ ସଂରକ୍ଷଣ ପାଇଁ ଆଗେଇ ଆସିଛି ପାରାଦୀପର ଆଦର୍ଶ ପ୍ରୟାସ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ। କୃତ୍ରିମ ଜଙ୍ଗଲ ସୃଷ୍ଟି କରି ସେମାନଙ୍କ ପାଇଁ ବସା ତିଆରି କରିବା ସହ ଖାଦ୍ୟ ଓ ପାଣିର ବ୍ୟବସ୍ଥା କରୁଛନ୍ତି। ପକ୍ଷୀ ମାନଙ୍କ ପାଇଁ ତିଆରି କରାଯାଇଛି କୃତ୍ରିମ ଜଙ୍ଗଲ। ଆଉ ସେହି […]

  • Friday, 11 June 2021
ଅବହେଳିତ ଅବସ୍ଥାରେ ବାରିପଦାର ସର୍ବପୁରାତନ ସଂଗ୍ରହାଳୟ

ବାରିପଦା: ମେ ୧୮ ତାରିଖକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ରୂପେ ପାଳନ କରାଯାଉଥିବାବେଳେ ଅବହେଳିତ ଅବସ୍ଥାରେ ବାରିପଦାର ସର୍ବପୁରାତନ ସଂଗ୍ରହାଳୟ। ୧୧୫ ବର୍ଷର ଏହି ସଂଗ୍ରହାଳୟକୁ ପୁନରୁଦ୍ଧାର କରି ଏହାର ରକ୍ଷଣାବେକ୍ଷଣ କରିବାକୁ ଦାବି କରିଛନ୍ତି ବାରିପଦାବାସୀ। ସପ୍ତମ ଶତାଦ୍ଦୀରୁ ୧୭ଶହ ଶତାଦ୍ଦୀର ଅନେକ ମୂଲ୍ୟବାନ ସାମଗ୍ରୀ ଯଥା ମାଟିପାତ୍ର,ପିତ୍ତଳ ପାତ୍ର, ଗରା,ହାଣ୍ଡି, ମାଠିଆ ସହ ରାଜା ମହାରାଜା ବ୍ୟବହାର କରୁଥିବା ଖଣ୍ଡା, ଢାଲ,ବସ୍ତ୍ର,ଟଙ୍କାପଇସା, ମୋହର, ଅଳଙ୍କାର, ତୋପ, ଗୋଳାବାରୁଦ ଆଦି ରହିଛି ଏହି ମ୍ୟୁଜିୟମରେ। ଏହାସହ […]

  • Friday, 11 June 2021
ରାସ୍ତା କାମରେ ଦୁର୍ନୀତି ଅଭିଯୋଗ
ରାସ୍ତା କାମରେ ଦୁର୍ନୀତି ଅଭିଯୋଗ

ଗଜପତି: ଗଜପତି ଜିଲ୍ଲା ବସ୍ତ୍ରିଗୁଡା ପଞ୍ଚାୟତର କଞ୍ଚୁମୁଲ ଗାଁ ରାସ୍ତା ନିର୍ମାଣ କାମରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଯନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଅଭିଯୋଗ ଅନୁଯାୟୀ, ବ୍ଲକର ଯନ୍ତ୍ରୀ କେ. ନାଗେଶ୍ୱର ସେନାପତିଙ୍କ ତତ୍ତ୍ୱାବଧାନରେ ୨୦୧୬-୧୭ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୩ଲକ୍ଷ ୪୫ ହଜାର ଟଙ୍କା ଓ ପଞ୍ଚାୟତର ଫୋର୍ଥ SFC ପାଣ୍ଠିରୁ ୧ଲକ୍ଷ ଟଙ୍କା ବିନିମୟରେ ଆରଡି ରାସ୍ତାଠାରୁ କଞ୍ଚୁମୁଲ ଗାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଥିଲା। ତା’ପରେ […]

  • Friday, 11 June 2021
କଣିହାଁ ଏନ୍‌ଟିପିସିରେ କୋଇଲା ସଙ୍କଟ, ବିଦ୍ୟୁତ୍‌ ଉତ୍ପାଦନରେ ବାଧା ଆଶଙ୍କା
କଣିହାଁ ଏନ୍‌ଟିପିସିରେ କୋଇଲା ସଙ୍କଟ, ବିଦ୍ୟୁତ୍‌ ଉତ୍ପାଦନରେ ବାଧା ଆଶଙ୍କା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର କଣିହାଁସ୍ଥିତ NTPCରେ କୋଇଲା ସଙ୍କଟ ଉତ୍କଟ ହେବାରେ ଲାଗିଛି। ଯାହାର ପ୍ରଭାବ ଆଗାମୀ ଦିନରେ ବିଦ୍ୟୁତ ଉତ୍ପାଦନ ଉପରେ ପଡିବାନେଇ ଆଶଙ୍କା ଦେଖାଦେଇଛି। NTPCର ୩ହଜାର ମେଗାୱାଟ୍‌ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ପାଇଁ ଦୈନିକ ପ୍ରାୟ ୫୫ ହଜାର ମେଟ୍ରିକ ଟନ୍ କୋଇଲାର ଆବଶ୍ୟକତା ଥିବା ବେଳେ NTPCକୁ ମିଳୁଛି ଆବଶ୍ୟକତାଠାରୁ ଯଥେଷ୍ଟ କମ୍ ଅର୍ଥାତ୍ ପ୍ରାୟ ୪୦ହଜାର ମେଟ୍ରିକ ଟନ୍ କୋଇଲା। ଫଳରେ NTPCର ୩ ହଜାର ମେଗାୱାଟ୍‌ କ୍ଷମତା […]

  • Friday, 11 June 2021
ସଫା କରିବାକୁ ଯାଇ ପାଇପ୍‌ ଭିତରେ ଫସିଗଲେ
ସଫା କରିବାକୁ ଯାଇ ପାଇପ୍‌ ଭିତରେ ଫସିଗଲେ

କଟକ: ପାଇପ୍ ଭିତରେ ଫସି ଗଲେ ଜଣେ ବ୍ୟକ୍ତି। କଟକ ଚହଟା ବଜାର ସ୍ଥିତ ଓଡ଼ିଶା ପୋଲିସ ସିଗ୍‌ନାଲ୍‌ ମୁଖ୍ୟାଳୟ ନିକଟ ପମ୍ପିଂ ଷ୍ଟେସନ ପାଇପ୍‌ରେ ସ୍ଥାନୀୟ ବାସିନ୍ଦା ଜଣକ ଫସି ରହିଛନ୍ତି। ସୂଚନା ଅନୁସାରେ ପୋଲିସ କଲୋନୀ ପମ୍ପିଂ ଷ୍ଟେସନ୍ ପାଇପ୍ ଜାମ୍ ହୋଇଥିବାରୁ ତାହାକୁ ସଫା କରିବା ପାଇଁ ପମ୍ପିଂ ଷ୍ଟେସନ୍ କର୍ମଚାରୀ ଜଣକ ଏକ ଛୋଟ ଟାଙ୍କିକୁ ଓହ୍ଲାଇଥିଲେ।  କିନ୍ତୁ ସମ୍ଭବତଃ, ସେହି ସମୟରେ ଅସାବଧାନତା ବଶତଃ ପମ୍ପିଂ ଷ୍ଟେସନ୍‌ର କର୍ମଚାରୀ ପମ୍ପ୍ […]

  • Friday, 11 June 2021
ଦେଶର ଏକମାତ୍ର ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍‌ ବନ୍ଦ ହେବ
ଦେଶର ଏକମାତ୍ର ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍‌ ବନ୍ଦ ହେବ

ଭୁବନେଶ୍ୱର: ଓଡିଶାରେ ବନ୍ଦ ହେବ ଆଉ ଏକ କେନ୍ଦ୍ରୀୟ ଅନୁଷ୍ଠାନ। ରାଜଧାନୀର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍‌କୁ ବନ୍ଦ କରିଦେବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଦେଶର ଏକମାତ୍ର ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ୍ ଭାବେ ଏଠାରୁ ଡାକ ବିଭାଗ ଲାଗି ଆବଶ୍ୟକ ଫର୍ମ, ଲଫାପା, ପାସ୍ ବୁକ୍ ଓ ଅନ୍ୟାନ୍ୟ ସାମଗ୍ରୀ ଛପାଯାଉଥିଲା। ତେବେ କେନ୍ଦ୍ର ସରକାର ହଠାତ୍ କାହିଁକି ଏହାକୁ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନି। […]

  • Friday, 11 June 2021
ମହାନଦୀ ସୁରକ୍ଷା ଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ମହାନଦୀ ସୁରକ୍ଷା ଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା : ବିଜେଡ଼ିର ମହାନଦୀ ମହାସଂଗ୍ରାମ ଅଭିଯାନର ଶୁଭାରମ୍ଭ ଅବସରରେ ସୁଖାଶୋଢ଼ାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ସେଠାରେ ସେ କେନ୍ଦ୍ର ଏବଂ ଛତିଶଗଡ଼ ସରକାରଙ୍କ ଆଭିମୁଖ୍ୟ ଉପରେ ବର୍ଷିଥିଲେ। କହିଥିଲେ, ଓଡ଼ିଶାର ବିଜେପି ନେତା ମାନେ ଛତିଶଗଡ଼ର କାମକୁ ସମର୍ଥନ କରୁଛନ୍ତି ଏବଂ  କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆଜି ଝାରସୁଗୁଡ଼ାର ସୁଖାଶୋଡ଼ାରେ ଏଭଳି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାସହ ସେ କହିଛନ୍ତି ଯେ, ଜଣେ ବି ଯଦି ବିଜେପି ନେତା ଓଡ଼ିଆ ଏବଂ ଓଡ଼ିଶା ପ୍ରତି ଦରଦ ରଖିଛନ୍ତି, […]

  • Friday, 11 June 2021
ଗଳାକାଟି ହତ୍ୟା କଲେ ମାଓବାଦୀ
ଗଳାକାଟି ହତ୍ୟା କଲେ ମାଓବାଦୀ

ମାଲାକାନଗିରି : ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ମାଥିଲି ଥାନା ଅର୍ନ୍ତଗତ ଟେମୁରପାଲ୍ଲୀ ଗାଁରେ ଗତକାଲି ଦିନ ଦ୍ୱିପହରରେ ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ।ମୃତକଙ୍କ ଜଣଙ୍କ ହେଲେ ଜଗଦୀଶ ସୋମରଥ।ଘଟଣାସ୍ଥଳରୁ ଏକ ମାଓ ପୋଷ୍ଟର୍ ଠାବ କରାଯାଇଛି। ୧୫ରୁ ୨୦ଜଣ ମାଓବାଦୀ ଜଗଦୀଶଙ୍କୁ ଘରୁ ଡାକି ନେଇ ପୋଲିସ ଇନଫର୍ମର୍ ସନ୍ଦେହରେ କଟାପାଲ୍ଲୀରେ ହତ୍ୟା କରିଥିଲେ।

  • Friday, 11 June 2021
ପାର୍କିଂରେ ଜଳିଉଠିଲା କାର
ପାର୍କିଂରେ ଜଳିଉଠିଲା କାର

ପୁରୀ: ପୁରୀ ଚକ୍ରତୀର୍ଥ ବେଳାଭୁମିରେ ଜଳିଗଲା କାର। ଏକ ହୋଟେଲ ନିକଟରେ ପାର୍କିଂ କରିଥିବା ସରକାରୀ ଗାଡ଼ିରେ ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। ତେବେ ଗାଡିଟିରେ ନିଆଁ ଲାଗିବା ଅବସ୍ଥାରେ ଏହା ଗଡି ଗଡି ଯାଇ ଏକ ବିଦ୍ୟୁତ ଖୁଣ୍ଟରେ ମାଡ ହୋଇ ଅଟକି ଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।  ତେବେ ଗାଡିଟି କାହାର ସେନେଇ ସୂଚନା ମିଳିପାରିନି।

  • Friday, 11 June 2021
ବଟି ଆଦାୟକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ କନ୍ଦଳ
ବଟି ଆଦାୟକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ କନ୍ଦଳ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଜ୍ଞାପନ ଲିପଲେଟ୍ ବଣ୍ଟାକୁ ନେଇ ରାଜନୀତି। ବିଜୁ ଛାତ୍ର ଜନତା ଦଳରେ ଫାଟ। ଦୁଇଫାଳ ହୋଇଛି ବିସିଜେଡି। ଉତ୍କଳ ବିଶ୍ୱବିଦ୍ୟାଳୟରେ ଘରୋଇ ଶିକ୍ଷାନୁଷ୍ଠାନର ଲିଫଲେଟ୍‌ ବଣ୍ଟାଯିବାବେଳେ ବେଆଇନ ଭାବରେ ଆଦାୟ ହେଉଥିବା ବଟିକୁ ବିରୋଧ କରିଛନ୍ତି ବିସିଜେଡିର ଭୁବନେଶ୍ୱର ଜିଲ୍ଲା ସଭାପତି କଳ୍ପତରୁ ଓଝା ଓ ତାଙ୍କର ସମର୍ଥକ। ଫଳରେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି ପ୍ରାର୍ଥୀ ଥିବା ସୌମ୍ୟରଞ୍ଜନ ମହାପାତ୍ର ଓ କଳ୍ପତରୁଙ୍କ ମଧ୍ୟରେ ସୃଷ୍ଟି ହୋଇଛି କନ୍ଦଳ।  […]

  • Friday, 11 June 2021
ମାତିଲେ ଲୁଟେରା
ମାତିଲେ ଲୁଟେରା

ପୁରୀ : ଦିନ ଦ୍ୱିପହରେ ବିଚ୍ ରାସ୍ତାରେ ଲୁଟ୍। ପୁରୀ ଟାଉନ ଥାନ ଅନ୍ତର୍ଗତ ମରିଚିକୋଟ ଗଳିରେ ଜଣେ ବ୍ୟକ୍ତିଙ୍କ ହାତରୁ ବିଚ୍ ରାସ୍ତାରେ ଦୁଇ ବାଇକ୍ ଲୁଟେରା ୨ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ଏହି ଲୁଟ୍‌ର ପୁରା ଦୃଶ୍ୟ କଏଦ ହୋଇଛି ସେଠାରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ। ଘଟଣା ସମ୍ପର୍କରେ ଖବର ପାଇ ଟାଉନ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

  • Friday, 11 June 2021
ଆଜିଠୁ ବିଜେଡି ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ
ଆଜିଠୁ ବିଜେଡି ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ

ଭୁବନେଶ୍ୱର : ଆଜିଠୁ ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟକୁ ଓହ୍ଲାଉଛି ବିଜେଡି। ମହାନଦୀର ଓଡ଼ିଶା ପ୍ରବେଶପଥ ଝାରସୁଗୁଡ଼ାର ସୁଖାଶୋଡ଼ା ଓ ବରଗଡ଼ର ଚିଖିଲିରୁ ଆରମ୍ଭ ହେବ। ବିଜେଡିର ମହାନଦୀ ସୁରକ୍ଷା ଯାତ୍ରା ମହାନଦୀର ଦୁଇ ପାର୍ଶ୍ୱରେ ଥିବା ସୁଖାଶୋଡ଼ା ଓ ଚିଖିଲି- ଉଭୟ ସ୍ଥାନରେ ସାଧାରଣ ସଭାର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଇ ଦୁଇଟି ସ୍ଥାନରେ ଯୋଗ ଦେଇ ମହାନଦୀ ସୁରକ୍ଷା ଯାତ୍ରାର ଶୁଭାରମ୍ଭ କରିବେ। ୧୫ଟି ଜିଲ୍ଲା ଅତିକ୍ରମ କରି ଏଇ ଯାତ୍ରା […]

  • Friday, 11 June 2021
ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ଅଛି କି ନାହିଁ, ଚାଲିଛି ତନାଘନା
ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ଅଛି କି ନାହିଁ, ଚାଲିଛି ତନାଘନା

ସମ୍ବଲପୁର : ସମ୍ବଲପୁରର ବିଭିନ୍ନ ହୋଟେଲ ଏବଂ ସପିଂ ମଲରେ ଅଗ୍ନିଶମ ବିଭାଗର ଚଢଉ। ସହରରେ ଥିବା ହୋଟେଲ ଏବଂ ସପିଂ ମଲ୍ ଗୁଡିକରେ କିଭଳି ରହିଛି ଅଗ୍ନି ନିରାପତ୍ତା ବ୍ୟବସ୍ଥା ତାର ଯାଞ୍ଚ ହେଉଛି। ତାସହ ସେ ସବୁ ସ୍ଥାନରେ ଫାୟାର୍ ସେଫ୍ଟି ଗାଇଡ୍ ଲାଇନ୍ ପାଳନ ହେଉଛି କି ନାହିଁ, ସେନେଇ ତଦାରଖ ଚାଲିଛି।ଭୁବନେଶ୍ୱରରୁ ଯାଇଥିବା ଅଗ୍ନିଶମ ବିଭାଗର ୧୩ଟି ଟିମ୍ ସମ୍ବଲପୁରର ବିଭିନ୍ନ ସ୍ଥାନକୁ ଯାଇ ଚଢଉ କରୁଛନ୍ତି। ପୂର୍ବରୁ ଭୁବନେଶ୍ୱର ଓ […]

  • Friday, 11 June 2021
ଏମ୍‌ସ ଗଲେ ପପୁ
ଏମ୍‌ସ ଗଲେ ପପୁ

ଭୁବନେଶ୍ୱର : ଦିଲ୍ଲୀ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି ଅଭିନେତା ପପୁ ପମ୍‌ପମ୍‌। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପପୁଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମ୍‌ସ ସ୍ଥାନାନ୍ତର କରାଯାଇଛି। ଅଗ୍ନାଶୟ ବା ପାନ୍‌କ୍ରିୟାସ୍‌ ଯନ୍ତ୍ରଣା ଯୋଗୁଁ ପପୁ ଗତ ତିନି ଦିନ ଧରି ଚିକିତ୍ସାଧୀନ ଥିଲେ। ତେବେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ପଠାଯାଇଛି। ଦିଲ୍ଲୀ ଏମ୍‌ସରେ ପପୁଙ୍କ ଯେଭଳି ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ […]

  • Friday, 11 June 2021
ନିର୍ମାଣାଧୀନ ପୋଲ ତଳକୁ ଖସିଲା କାର୍
ନିର୍ମାଣାଧୀନ ପୋଲ ତଳକୁ ଖସିଲା କାର୍

କଳାହାଣ୍ଡି : କଳାହାଣ୍ଡି ଜିଲା କେସିଙ୍ଗା ଥାନା କାଂଶବାହାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ନିର୍ମାଣାଧୀନ ପୋଲ ତଳକୁ କାର୍ ଖସି ଘଟଣାସ୍ଥଳରେ ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କାରଟି ପୋଲ ଉପରୁ ଖସି ପଡିଥିଲା। କାରଟି ରାଉରକେଲାରୁ ଫେରୁଥିଲା, ଯେଉଁଥିରେ କେସିଙ୍ଗାର ବ୍ୟବସାୟୀ ଦିନେଶ ଜୈନ ଏବଂ ଅନ୍ୟଜଣେ ସଂଜୟ ଅଗ୍ରୱାଲ ଥିଲେ। ସକାଳେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ […]

  • Friday, 11 June 2021
କଟକ ସହରର ମୁଖ୍ୟ ପ୍ରବେଶ ପଥରେ କୁଢ଼ କୁଢ଼ ଆବର୍ଜନା

କଟକ: କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟର ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ ଅନୁସାରେ, କଟକ ସହରର ନମ୍ବର ରହିଥିଲା ୨୦୪ରେ। ଏହାପରେ ସହରର ପରିମଳ ବ୍ୟବସ୍ଥା ଉପରେ ଉଠିଥିଲା ପ୍ରଶ୍ନବାଚୀ। କଟକର ମୁଖ୍ୟ ପ୍ରବେଶପଥରେ ଗଦା ଗଦା ଅଳିଆ ଆବର୍ଜନା ଖବର ଓଟିଭିରେ ପ୍ରସାରଣ ପରେ ଆରମ୍ଭ ହୋଇଥିଲା ବ୍ୟାରିକେଡ୍ କାମ। ତେବେ ଖାଲି ବ୍ୟାରିକେଡ୍ କରି ଚୁପ୍ ବସିଯାଇଛନ୍ତି କର୍ତ୍ତୃପକ୍ଷ। ଏହା ଭିତରେ ବର୍ଷେ ବିତିବାକୁ ବସିଥିବା ବେଳେ ବ୍ୟାରିକେଡ୍ ଭାଙ୍ଗିରୁଜି ଗଲାଣି। କଟକ ସହରର ମୁଖ୍ୟ […]

  • Friday, 11 June 2021
ସ୍ୱାମୀଙ୍କ ମଙ୍ଗଳ କାମନା କରି ମହିଳା‌ଙ୍କ ସାବିତ୍ରୀ ବ୍ରତ ପାଳନ
ସ୍ୱାମୀଙ୍କ ମଙ୍ଗଳ କାମନା କରି ମହିଳା‌ଙ୍କ ସାବିତ୍ରୀ ବ୍ରତ ପାଳନ

ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା। ସତ୍ୟବାନ୍‌ ଅର୍ଥାତ ନିଜ ସ୍ୱାମୀଙ୍କ ମଙ୍ଗଳ କାମନା କରି ବିବାହିତ ମହିଳାମାନେ ପାଳୁଛନ୍ତି ସାବିତ୍ରୀ ବ୍ରତ। ଏଥିପାଇଁ ସକାଳୁ ସକାଳୁ ମନ୍ଦିର ଗୁଡିକରେ ମହିଳାଙ୍କ ଭିଡ ଦେଖିବାକୁ ମିଳିଛି।  ନୂଆ ଶାଢୀ, ଚୁଡି, ସିନ୍ଦୂର ଓ ଫଳ ମୂଳ ଇତ୍ୟାଦି ଧରି ପୂଜାର୍ଚ୍ଚନା କରୁଛନ୍ତି ମହିଳାମାନେ। ସ୍ୱାମୀଙ୍କ ଦୀର୍ଘ ଆୟୁଷ ଓ ମଙ୍ଗଳକାମନା କରି ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି।

  • Friday, 11 June 2021
ଅନ୍‌ଲାଇନ୍‌ ସପିଙ୍ଗ ନାଁରେ ଠକେଇ
ଅନ୍‌ଲାଇନ୍‌ ସପିଙ୍ଗ ନାଁରେ ଠକେଇ

ଖୋର୍ଦ୍ଧା : ଅନ୍‌ଲାଇନ ସପିଙ୍ଗ ନାଁରେ ଠକେଇ ଅଭିଯୋଗ। ଏହି ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ନାଲିପଡା ଅର୍ଜୁନପୁରର ଦାଶରଥୀ ନାୟକ। ସେ ଗତବର୍ଷ ଅକ୍ଟୋବରରେ ଅନ୍‌ଲାଇନ୍‌ରେ ସପିଙ୍ଗ ପାଇଁ ବାଜାଜ ଫିନସର୍ଭରୁ ଏକ ଡିଜିଟାଲ କାର୍ଡ କରିଥିଲେ। ଯାହାର ବୈଧତା ୨୦୨୭ ମସିହା ପର୍ଯ୍ୟନ୍ତ ରହିବା ସହିତ ଉକ୍ତ  କାର୍ଡ ମାଧ୍ୟମରେ ଲକ୍ଷେ ୨୦ ହଜାର ଟଙ୍କାର ଅନ୍‌ଲାଇନ କାରବାର କରିବା ପାଇଁ ସୁବିଧା ଥିଲା। ତେବେ ଏହି କାର୍ଡ ଦ୍ୱାରା ଦାଶରଥୀ […]

  • Friday, 11 June 2021
ସାବିତ୍ରୀ ବ୍ରତ ପାଇଁ ଫଳ ବଜାର ଗରମ
ସାବିତ୍ରୀ ବ୍ରତ ପାଇଁ ଫଳ ବଜାର ଗରମ

ଭୁବନେଶ୍ୱର : ସାବିତ୍ରୀ ପାଇଁ ସଜେଇ ହୋଇଛି ରାଜଧାନୀର ଫଳ ବଜାର। ଭଳିକି ଭଳି ଫଳର ପସରା ଖୋଲି ଗ୍ରାହକଙ୍କୁ ଅନେଇ ବସିଛନ୍ତି ଦୋକାନୀ। ହେଲେ କିଣିବାକୁ ଗ୍ରାହକଙ୍କ ହାତ ଯାଉନି। କାରଣ ଫଳ ବଜାରରେ ସତେ ଯେମିତି ନିଆଁ ଲାଗିଛି। ରେଟ୍ ଶୁଣି ମୁଣ୍ଡ କାନ ଝାଇଁ ମାରିଯାଉଛି। ଗତ ବର୍ଷ ତୁଳନାରେ ସବୁ ଫଳ କିଲୋ ପିଛା ୪୦ରୁ ୫୦ଟଙ୍କା ବଢିଛି।  ଏମିତିକି ସାଧାରଣ କଦଳୀ କେଜି ୫୦ଟଙ୍କା, ସପୁରୀ ଗୋଟାକୁ ୩୦ରୁ ୩୫ […]

  • Friday, 11 June 2021
ପପୁ ପମ୍‌ପମ୍‌ ଅସୁସ୍ଥ
ପପୁ ପମ୍‌ପମ୍‌ ଅସୁସ୍ଥ

ଭୁବନେଶ୍ୱର : ଓଲିଉଡ଼ କମେଡି କିଙ୍ଗ୍ ପପୁ ପମ୍ ପମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ତାଙ୍କୁ ଆସନ୍ତାକାଲି ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ନିଆଯିବ ବୋଲି ନିକଟ ସମ୍ପର୍କୀୟଙ୍କ ପକ୍ଷରୁ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ,  ଅଗ୍ନାଶୟ ବା ପାନ୍‌କ୍ରିୟାସ୍‌ ଜନିତ ରୋଗରେ ଆକ୍ରାନ୍ତ ହୋଇ ଗତ ତିନି ଦିନ ହେଲା ପପୁ ପମ୍ ପମ୍ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

  • Friday, 11 June 2021
ଏପ୍ରିଲ ୧ରୁ ଏପର୍ଯ୍ୟନ୍ତ ୫୧ ଜଣଙ୍କର ମୃତ୍ୟୁ ହୋଇଛି
ଏପ୍ରିଲ ୧ରୁ ଏପର୍ଯ୍ୟନ୍ତ ୫୧ ଜଣଙ୍କର ମୃତ୍ୟୁ ହୋଇଛି

ଭୁବନେଶ୍ୱର : ରାଜ୍ୟରେ ହୋଇଥିବା କାଳବୈଶାଖୀରେ ଏପ୍ରିଲ ୧ରୁ ଏପର୍ଯ୍ୟନ୍ତ ୫୧ ଜଣଙ୍କର ମୃତ୍ୟୁ ହୋଇଛି। ବିଶେଷ କରି ବଜ୍ରପାତରେ ସର୍ବାଧିକ ୪୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କାଳବୈଶାଖୀରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ। ସେହିପରି ୬ଟି ଜିଲ୍ଲାରୁ ଫସଲ କ୍ଷତି ନେଇ ରିପୋର୍ଟ ଆସିଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ। ବରଗଡ଼, ସୁବର୍ଣ୍ଣପୁର, ମାଲକାନଗିରି, ଢେଙ୍କାନାଳ, ଯାଜପୁର ମୟୂରଭଞ୍ଜ ଏବଂ ବରଗଡ଼ରେ ସର୍ବାଧତ୍କ ଫସଲ ନଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ରାଜସ୍ୱ […]

  • Friday, 11 June 2021
ଆଗକୁ ଜୋରଦାର ହେବ ଅପରେସନ : ପୋଲିସ ଡିଜି ଆର୍.ପି.ଶର୍ମା
ଆଗକୁ ଜୋରଦାର ହେବ ଅପରେସନ : ପୋଲିସ ଡିଜି ଆର୍.ପି.ଶର୍ମା

ଭୁବନେଶ୍ୱର : ଲାଲଗଡ଼ରେ ଆହୁରି ଜୋରଦାର ହେବ ମାଓ ଦମନ ଅପରେସନ୍। ପଡୋଶୀ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଏବଂ ତେଲେଙ୍ଗାନା ଆଦି ରାଜ୍ୟ ସହ ସମନ୍ୱୟ ରଖି ମାଓ ଦମନ ଅପରେସନ୍‌କୁ ଜୋରଦାର କରାଯିବ। ଏଥିପାଇଁ ଗୁଇନ୍ଦା ନେଟ୍‌ୱର୍କକୁ ବ୍ୟାପକ କରାଯାଉଛି। ରାଜ୍ୟରେ ମାଓ ଦମନ ଅପରେସନ୍ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି ପୋଲିସ ଡିଜି ଆର୍.ପି.ଶର୍ମା। ବିଶେଷ କରି କୋରାପୁଟ, ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି ଏବଂ ରାୟଗଡ଼ାରେ ମାଓ ଦମନ ଅପରେସନକୁ ଜୋରଦାର […]

  • Friday, 11 June 2021
ପାଗ ଖରାପ ଯୋଗୁଁ ଓହ୍ଲାଇଲାନି ବିମାନ
ପାଗ ଖରାପ ଯୋଗୁଁ ଓହ୍ଲାଇଲାନି ବିମାନ

ଭୁବନେଶ୍ୱର : ପାଗ ଖରାପ ଯୋଗୁଁ ଭୁବନେଶ୍ୱରରୁ ଫେରିଗଲା ଦୁଇ ବିମାନ । ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିନପାରିବାରୁ ଦୁଇଟି ବିମାନକୁ କୋଲକାତା ବିମାନବନ୍ଦରରେ ଅବତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବାଙ୍ଗାଲୋର-ଭୁବନେଶ୍ୱର ଇଣ୍ଡିଗୋ ୩୧୨ ବିମାନ କୋଲକାତାରେ ଅବତରଣ କରିଛି। ସେହିପରି ହାଇଦ୍ରାବାଦ-ଭୁବନେଶ୍ୱର ଏୟାର ଏସିଆ ୧୫୬୪ ବିମାନ ମଧ୍ୟ କୋଲକାତା ବିମାନବନ୍ଦରରେ ଅବତରଣ କରିଛି।  ଭୁବନେଶ୍ୱରରେ ପ୍ରବଳ ବର୍ଷାର ସହ ଝଡ଼ ଯୋଗୁଁ ଉଭୟ ବିମାନକୁ ଡାଇଭର୍ଟ କରାଯାଇଥିଲା।

  • Friday, 11 June 2021
ଟ୍ୱିନ୍‌ସିଟିରେ ଛେଚିଲା କାଳବୈଶାଖୀ ବର୍ଷା
ଟ୍ୱିନ୍‌ସିଟିରେ ଛେଚିଲା କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା। ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି କାଳବୈଶାଖୀ ବର୍ଷା ହୋଇଛି। ଫଳରେ ଗତ କିଛି ଦିନ ଧରି ପ୍ରବଳ ଓ ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳିଛି। ଏପଟେ ରାଜ୍ୟରେ ବିଭିନ୍ନ ଜିଲ୍ଲାକୁ ଆଜି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ନୂଆପଡ଼ା, ବରଗଡ଼, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ […]

  • Friday, 11 June 2021