କଟକ : ବାହାରିବ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ।ଜ୍ୟୋତି ମୋଟର୍ସ ଅଧିକାରୀଙ୍କୁ ଅପହରଣ, ଦାଦାବଟି ମାମଲାରେ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ। ୫୦ହଜାର ଟଙ୍କା, ଦୁଇଟି ଜାମିନଦାର ବଳରେ ତାଙ୍କୁ ଏହି ଜାମିନ ମିଳିଛି। ପ୍ରତି ସପ୍ତାହରେ ଲିଙ୍ଗରାଜ ଟେମ୍ପଲ ଥାନାରେ ହାଜିରା ଦେବେ ରାଜା। ଅନ୍ୟ କୌଣସି ଅପରାଧିକ ମାମଲାରେ ଯେପରି ସଂପୃକ୍ତ ନହେବେ ସେଥିପାଇଁ ଜାମିନରେ ସର୍ତ୍ତ ରହିଛି। ରାଜାଙ୍କ ଓକିଲଙ୍କ ଅନୁସାରେ, ତାଙ୍କ ବିରୋଧରେ ଆଉ କୌଣସି ମାମଲା ନଥିବାରୁ ଜାମିନ ମିଳିବା ବାଟ […]
ଭୁବନେଶ୍ୱର : ସାରା ଦେଶରେ ନୋଟ୍ ଅଭାବ ସମସ୍ୟା ଦେଖାଦେଇଥିବା ବେଳେ ଏହାକୁ ନେଇ ବିଜେଡି, ମୋଦି ସରକାରଙ୍କ ଉପରେ ବର୍ଷିଛି। ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଭୁବନେଶ୍ୱରରେ ଏକ ପ୍ରେସମିଟ୍ କରି କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ଏହାର ପ୍ରତିବାଦରେ ଆସନ୍ତାକାଲି ସାରା ରାଜ୍ୟରେ ବିଜେଡି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବ। ଭୁବନେଶ୍ୱରରେ ରିଜର୍ଭ ବ୍ୟାଙ୍କ୍ ଏବଂ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକ ଆଗରେ ପ୍ରତିବାଦ କରାଯିବ। ଏଥିସହ ସବୁ ସବ୍ଡିଭିଜନ ଓ […]
ବାଲେଶ୍ୱର : ଜାଲ୍ ନୋଟ କାରବାର ଅଭିଯୋଗରେ ଚଢାଉ କରି ବାଲେଶ୍ୱର ପୋଲିସ ପୁଣି ୨ଜଣଙ୍କୁ ଗିରଫ କରିଛି। ଗତ ବିଳମ୍ବିତ ରାତିରେ ପୋଲିସ ଚଢାଉ କରି ଜଳେଶ୍ୱର ଅଞ୍ଚଳରୁ ହସିମ୍ ଅଲ୍ଲୀ ଏବଂ ସୋର ଅଞ୍ଚଳରୁ ଏମଡି ଫରହଦ ଖାଁକୁ ଗିରଫ କରିଛି। ଏହାର ଚେର କୋଲକତା ପର୍ଯ୍ୟନ୍ତ ଲମ୍ବିଥିବା ପୋଲିସ ଜାଣିବାକୁ ପାଇଛି। ପୂର୍ବରୁ ମଧ୍ୟ ପୋଲିସ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ଚଢାଉ କରି ୫ଜଣଙ୍କୁ ଗିରଫ କରିଥିଲା। ଜବତ ହୋଇଥିଲା ୧ ଲକ୍ଷ […]
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢୁଛି ଗ୍ରୀଷ୍ମ ତାତି। ଆଜି ରାଜ୍ୟର ୯ଟି ସହରରେ ତାପମାତ୍ରା ରହିଥିଲା ୪୦ଡିଗ୍ରୀ ଉପରେ। ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୪୨.୬ ଏବଂ ତା ତଳକୁ ଟିଟିଲାଗଡରେ ୪୨.୫ ଡିଗ୍ରୀ ରହିଥିଲା। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଗାମୀ ୩/୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ବଢିବା ସହ ପ୍ରବଳ ଗରମ ଅନୁଭୂତ ହେବ। ଯେ ପର୍ଯ୍ୟନ୍ତ ସାଇକ୍ଲୋନ୍ ସର୍କୁଲେସନ୍ ବା ଟ୍ରପ୍ ଲାଇନ୍ ପଡିନାହିଁ, ସେପର୍ଯ୍ୟନ୍ତ ତାପମାତ୍ରା କମିବାର ସମ୍ଭାବନା କ୍ଷୀଣ। […]
କଟକ : ଶ୍ରୀମନ୍ଦିର ଇତିହାସରେ ଲଜ୍ଜା। କ୍ରମାଗତ ୪ଦିନ ହେଲାଣି ଅବଢ଼ା ବନ୍ଦ। କୋଠ ଭୋଗ ଚାଲିଥିବାରୁ ଠାକୁର ଉପାସରେ ନାହାନ୍ତି ବୋଲି କହି ମନ୍ଦିର ପ୍ରଶାସନ ଓ ସୁଆର ସେବାୟତ ସିନା ମୁଣ୍ଡରୁ ଦୋଷ ଛଡ଼ାଇ ଦେଇଛନ୍ତି। ହେଲେ ପ୍ରଶ୍ନ ଉଠୁଛି, ଭକ୍ତ ପ୍ରିୟ କାଳିଆ ଠାକୁରଙ୍କୁ କଣ ଏହା ଭଲ ଲାଗୁଥିବ ? ୪ଦିନ ହେଲାଣି ମହାପ୍ରସାଦ ନ ପାଇ ଆନନ୍ଦ ବଜାରରୁ ଖାଲି ପେଟରେ ଫେରୁଥିବା ଭକ୍ତର କଷ୍ଟ କଣ ଠାକୁରଙ୍କୁ ବାଧୁ […]
ଭୁବନେଶ୍ୱର : ଧରାପଡ଼ିଲା ବୈଜୟନ୍ତଙ୍କ ବିରୋଧରେ ଦଳ ଭିତରୁ ଚାଲିଥିବା ବଡ଼ ଷଡ଼ଯନ୍ତ୍ର। ଖୋଲିଲା ଗୁମର। ଚକ୍ରାନ୍ତ ପଛରେ ବବି ଓ ପାଣ୍ଡିଆନ୍। ପ୍ଲାନ୍ ପାଣ୍ଡିଆନ୍ଙ୍କର, କାର୍ଯ୍ୟକାରୀ କରିବା କାମ ବବିଙ୍କର। ସାମ୍ବାଦିକ ସମ୍ମିଳନୀରେ ଏଇ ଖୁଲାସା କରିଛନ୍ତି ବିଜେଡି କେନ୍ଦ୍ରାପଡ଼ା ଜିଲ୍ଲା ସଂଖ୍ୟାଲଘୁ ସେଲ୍ର ପୂର୍ବତନ ସଭାପତି ମହମ୍ମଦ ସଲିମ୍ ଖାନ୍। ବିଜୁ ଶ୍ରାଦ୍ଧବାର୍ଷିକୀରେ ବୈଜୟନ୍ତଙ୍କ ପୂର୍ବତନ ସହଯୋଗୀ ଦେବାଶିଷ ମଲ୍ଲିକ ବୈଜୟନ୍ତଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟର ଅଭିଯୋଗ ଆଣିଥିଲେ। ତେବେ ସେଇ ଦେବାଶିଷ […]
ଭୁବନେଶ୍ୱର : ରହିଲା କଂଗ୍ରେସ ବିଧାୟକ ଦଳର ଦାବି। ନିରଞ୍ଜନ ଇନ୍, ପ୍ରସାଦ୍ ଆଉଟ୍। ଦୀର୍ଘଦିନ ହେବ ପିସିସି ମୁଖିଆ ପରିବର୍ତ୍ତନ ନେଇ ଚାଲିଥିବା ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଚ୍ଛେଦ। ନିରଞ୍ଜନଙ୍କ ମୁଣ୍ଡରେ ପଗଡ଼ି ବାନ୍ଧିଛନ୍ତି ଦଳ ସଭାପତି ରାହୁଲ ଗାନ୍ଧୀ। ଏଥିସହିତ ପିସିସିର ନବକଳେବର କରାଯାଇଛି। ଚିରଞ୍ଜୀବ ବିଶ୍ୱାଳ, ନବ ଦାସ ଓ ପ୍ରଦୀପ ମାଝୀ କାର୍ଯ୍ୟକାରୀ ସଭାପତି ଭାବେ ନିରଞ୍ଜନଙ୍କୁ ସହାୟତା କରିବେ। ଭକ୍ତ ଦାସଙ୍କୁ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ କରାଯାଇଥିବା ବେଳେ ରାଜ୍ୟ […]
ରାଉରକେଲା : ରୋଡ ରୋମିଓକୁ ପାନେ। କମେଣ୍ଟ ମାରୁଥିବା ୨ଜଣ ଯୁବକଙ୍କ ଉପରେ ଭାରି ପଡିଲେ ଜଣେ ମହିଳା। ରାଉରକେଲା ୧୯ ନମ୍ବର ସେକ୍ଟରରେ ନଜର ଆସିଛି ଏଭଳି ଘଟଣା। ସୂଚନା ଅନୁଯାୟୀ ସୁଜାତା ସାହୁ ନାମକ ଜଣେ ମହିଳା ତାଙ୍କ ଜଣେ ବାନ୍ଧବୀଙ୍କ ସହ ଠିଆ ହୋଇଥିବାବେଳେ ଦୁଇ ଯୁବକ ବାଇକରେ ଆସି ସେମାନଙ୍କୁ କମେଣ୍ଟ ମାରିଥିଲେ। ଏପରିକି ସୁଜାତା ତାଙ୍କୁ ପ୍ରତିରୋଧ କଲାବେଳେ ତାଙ୍କୁ ଠେଲିଦେଇଥିବା ସେ ଅଭିଯୋଗ କରିଥିଲେ। ଏହାପରେ ସୁଜାତା ନିଜେ […]
ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ନୀତି ବିଭ୍ରାଟ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀଙ୍କ ହୋହାଲ୍ଲା। ଗୃହ ଆଜି ବାରମ୍ବାର ମୁଲତବି ହୋଇଛି। ପ୍ରଥମେ ଦିନ ୧୧ଟା ୩୦, ପୁଣି ୧୨ଟା ୫୦ ଏବଂ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି। ଗୃହରେ ଲାଗି ରହିଥିବା ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ଡାକିଥିଲେ ବୈଠକ। ବୈଠକରେ ଗୃହରେ ସରକାର ବିବୃତି ରଖିବା ନେଇ ନିଷ୍ପତ୍ତି ହୋଇଛି। ନୀତିକାନ୍ତି ବିଳମ୍ବ ନେଇ ଉତ୍ତର ରଖିବେ ସରକାର।ଅନ୍ୟପଟେ […]
ବିତି ଯାଇଛି ୨୧ ବର୍ଷ। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଅନେକ ଅଭିଜ୍ଞତା ଓ ଦର୍ଶକଙ୍କ ମତାମତକୁ ପାଥେୟ କରି ଓଟିଭି, ଓଡ଼ିଶାରେ ଖବର ପ୍ରସାରଣର ସୃଷ୍ଟି କରିଛି ନୂଆ ଧାରା। କେବୁଲ୍ ଟିଭିରୁ ଡିଜିଟାଲ୍, ସମୟ ସହ ତାଳ ଦେଇ ପାଲଟିଛି ଅତ୍ୟାଧୁନିକ ଟେକ୍ନୋଲୋଜି ସଂପନ୍ନ ୨୪ ଘଣ୍ଟିଆ ନ୍ୟୁଜ୍ ଚ୍ୟାନେଲ୍। ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ ନୀତିକୁ ଆଧାର କରି ଜାରି ରହିଛି ଦୁଇ ଦଶନ୍ଧିର ସଫଳ ଯାତ୍ରା। ଓଟିଭି, ଖବର ପ୍ରସାରଣ […]
ପୁରୀ : ଶ୍ରୀଜିଉଙ୍କ ନୀତିରେ ମହାବିଭ୍ରାଟ। ଉପବାସରେ ଜଗତରନାଥ। ଜଗମୋହନ କଟକଣା ହଟିବା ପରେ ଦର୍ଶନ ତ ମିଳୁଛି ହେଲେ ଆନନ୍ଦ ବଜାରରୁ ବିଷାଦ ମନରେ ଫେରୁଛନ୍ତି ହଜାର ହଜାର ଜଗନ୍ନାଥପ୍ରେମୀ। ଅଭାବନୀୟ ସ୍ଥିତି । ଖାଲି ଭକ୍ତ ନୁହଁନ୍ତି, ମହାପ୍ରଭୁ ବି ଚରମ ଅବହେଳାର ଶିକାର ହୋଇଛନ୍ତି। ଗତକାଲିଠୁ ନୀତିକାନ୍ତିରେ ଦେଖାଦେଇଛି ବିଭ୍ରାଟ। ନିଇତି ଷାଠିଏ ପଉଟି ଭୋଗ ଲାଗି ହେଉଥିବା କାଳିଆ ସାଆନ୍ତ ଦୁଇଦିନ ଧରି ରହିଛନ୍ତି ଭୋକ ଉପାସରେ। ଗତକାଲି ଭଳି ଆଜି […]
ଭୁବନେଶ୍ୱର / କନ୍ଧମାଳ : ଦିନ ବଦଳିଯାଏ, ହେଲେ ରହିଯାଏ ଚିହ୍ନ। ଅତୀତ ହେଲେ ବି ଆଜି ମନେପଡ଼ନ୍ତି ସେଦିନ ମାଓବାଦୀଙ୍କ ଦ୍ୱାରା ଅପହୃତ ଦୁଇ ଇଟାଲୀୟ ବିଦେଶୀ ପର୍ଯ୍ୟଟକ ପାଓଲୋ ବାସୁସ୍କୋ ଏବଂ କ୍ଲାଉଡିଓ କୋଲାଞ୍ଜେଲୋ। କନ୍ଧମାଳରେ ଉନ୍ନୟନମୂଳକ କାମ ହେଉ କିମ୍ବା ମୌଳିକ ସୁବିଧା ସୁଯୋଗ। ସବୁଥିରେ ସେମାନେ ବଢ଼ାଇଥିବା ସହାନୁଭୁତିର ହାତ ଆଜି ବି ସ୍ପଷ୍ଟ ବାରି ହୋଇପଡ଼ୁଛି। ତାଙ୍କ ଆର୍ଥିକ ଅନୁଦାନ ସହାୟତାରେ କନ୍ଧମାଳ ଲାମ୍ବାବାନ୍ଦା ଗାଁ ଲୋକଙ୍କୁ ପାନୀୟ ଜଳ […]
ଭୁବନେଶ୍ୱର : ଆସନ୍ତା ମାସ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ। ଦେଶରେ ତୃତୀୟ ସାମ୍ମୁଖ୍ୟ ଗଠନ ନେଇ KCR ଉଦ୍ୟମ କରୁଥିବାରୁ ତାଙ୍କ ଗସ୍ତକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହି ପ୍ରସଙ୍ଗରେ ସେ ନବୀନଙ୍କ ସହ ଆଲୋଚନା କରିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀଜୀଉଙ୍କ ଦର୍ଶନ ଲାଗି ପୁରୀ ଆସୁଛନ୍ତି, ଏହି […]
ବାଲେଶ୍ୱର : ନୀଳଗିରି ନାବାଳିକା ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ନିତ୍ୟଚନ୍ଦନ ଜେନା ଗିରଫ। ନିତ୍ୟଚନ୍ଦନକୁ ଭଦ୍ରକରୁ ଗିରଫ କରିଛି ନୀଳଗିରି ପୋଲିସ୍। ଗତକାଲି ୪ ବର୍ଷର କୋମଳମତି ଶିଶୁକୁ ନିତ୍ୟଚନ୍ଦନ ଚକୋଲେଟ ଦେବାକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ଚାରିଆଡୁ ନିନ୍ଦା କରାଯାଇଥିବା ବେଳେ ଅଭିଯୁକ୍ତକୁ ଧରିବାରେ ପୋଲିସ ସକ୍ଷମ ହୋଇଛି। ଅନ୍ୟପକ୍ଷରେ ଆଜି ବିଧାନସଭାରେ ନୀଳଗିରି ତାତି ଦେଖିବାକୁ ମିଳିଥିଲା। କଂଗ୍ରେସ ସଦସ୍ୟମାନେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲେ। ମାତ୍ର […]
ସୁରତ :ସୁରତ୍ରେ ମୃତଦେହ, ଓଡ଼ିଶାରେ ତଦନ୍ତ। ଗତ ୬ ତାରିଖରେ ସୁରତ୍ର ଓଡ଼ିଆ ବହୁଳ ପଣ୍ଡେସରର ଭେସ୍ତାନ ଅଞ୍ଚଳରୁ ୧୧ ବର୍ଷୀୟ ନାବାଳିକାର ମୃତଦେହ ଉଦ୍ଧାର ଘଟଣାରେ ଓଡ଼ିଶାରେ ସୁରାକ୍ ଖୋଜୁଛି ଗୁଜରାଟ ପୋଲିସ। ସୁରତ ପୋଲିସ କମିଶନର ଘଟଣା ସଂପର୍କରେ ଓଡ଼ିଶା ପୋଲିସ ଡିଜିଙ୍କ ସହ କଥା ହୋଇଛନ୍ତି। ଏହାପରେ ଡିଜିପି ଆର.ପି ଶର୍ମା ପ୍ରେସମିଟ୍ କରିବା ସହ ଗୁଜରାଟ ପୋଲିସ ଦେଇଥିବା ନାବାଳିକା ସଂପର୍କିତ ତଥ୍ୟ ଓ ଫଟୋକୁ ସମସ୍ତ ଜିଲ୍ଲାର ଏସ୍ପିକୁ ପଠାଯାଇଥିବା […]
ଭୁବନେଶ୍ୱର : ନୀଳଗିରି ଦୁଷ୍କର୍ମ ମାମଲାକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି। ଦୁଷ୍କର୍ମରେ ନୀଳଗିରି ବିଧାୟକଙ୍କ ସଂପର୍କୀୟଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛନ୍ତି ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ। ଫଳରେ ସରକାର କୌଣସି ପଦକ୍ଷେପ ନେଉ ନଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ରେମୁଣା ବିଧାୟକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ। କହିଛନ୍ତି, କୌଣସି ରାଜନୈତିକ ଚାପ କେହି ପକାଉନାହାନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ […]
ଭୁବନେଶ୍ୱର: ଆନ୍ତଃରାଜ୍ୟ ନଦୀ ବିବାଦ ଓ ଅନ୍ୟାନ୍ୟ ଜଳସମ୍ପଦ ପ୍ରସଙ୍ଗକୁ ନେଇ ସୋମବାର କୋଲକାତାରେ ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ। କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟର ପ୍ରସ୍ତାବ କ୍ରମେ ପ୍ରଥମ ଥର ଲାଗି ଓଡ଼ିଶା ସମେତ ୫ଟି ପୂର୍ବାଞ୍ଚଳ ରାଜ୍ୟଙ୍କୁ ନେଇ ଅନୁଷ୍ଠିତ ହେବାକୁ ଯାଉଛି ଏହି ଆଞ୍ଚଳିକ ସମ୍ମିଳନୀ। ଏହି ବୈଠକରେ ମହାନଦୀ ଜଳ ବିବାଦକୁ ଗୁରୁତ୍ୱ ଦେବ ଓଡ଼ିଶା। ଏଣେ ୨୨ରେ ହେବାକୁ ଥିବା ମହାନଦୀ ମହାସମ୍ମିଳନୀ ପାଇଁ ବିଜେଡି ଆଜି ରଣନୀତି ପ୍ରସ୍ତୁତ କରିଥିବା ବେଳେ […]
ସାଲେପୁର: ସାଂସଦଙ୍କ ଉଦ୍ଘାଟନ କାର୍ଯ୍ୟକ୍ରମ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ବ୍ଲକ୍ ଉପାଧ୍ୟକ୍ଷ। କଟକ ଜିଲ୍ଲା ସାଲେପୁର ବ୍ଲକ୍ ମହାଜନପୁରରେ ସାଂସଦ ପାଣ୍ଠି ବିନିଯୋଗରେ ଏକ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା। ଏହାକୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆସନ୍ତାକାଲି ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରଖାଯାଇଥିଲା। କିନ୍ତୁ ଏହା ପୂର୍ବରୁ ଆଜି ପାଣି ଟାଙ୍କିର ଉଦ୍ଘାଟନ କରିଛନ୍ତି ସାଲେପୁର ବ୍ଲକ୍ ଉପାଧ୍ୟକ୍ଷ ରମେଶ ଜେନା। ତେବେ ଏଭଳି ବ୍ୟତିକ୍ରମ କିପରି ହେଲା ବୋଲି ବ୍ଲକ୍ […]
ଭୁବନେଶ୍ୱର: ଓଡ଼ିଶାରେ କଂଗ୍ରେସ ଦଳକୁ ମଜବୁତ କରିବା ପାଇଁ ଆରମ୍ଭ ହୋଇଛି ନବକଳେବର। ହରିପ୍ରସାଦଙ୍କ ପରେ ଏବେ ଶୁଭଙ୍କର ସରକାରଙ୍କୁ ଓଡ଼ିଶା କଂଗ୍ରେସର ସହ ପ୍ରଭାରୀ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଓଡ଼ିଶା କଥା ବୁଝିବାକୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ଆଉ ୪ ଜଣ କେନ୍ଦ୍ରୀୟ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି। ପ୍ରଦେଶ କଂଗ୍ରେସ କମିଟିର ନବକଳେବର ହେବ ବୋଲି ଦୁଇ ଦିନ ତଳେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଇଙ୍ଗିତ ଦେଇଥିଲେ। ତେବେ […]
ଭୁବନେଶ୍ୱର: ପଞ୍ଚଦଶ ଅର୍ଥ କମିଶନଙ୍କ ଟର୍ମ ଅଫ୍ ରେଫରେନ୍ସରେ ଅସଙ୍ଗତି ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ, ଅର୍ଥ କମିଶନ ୧୯୭୧ ଜନଗଣନାକୁ ୧୭ ପ୍ରତିଶତ ୱେଟେଜ ଦେଇଥିବାବେଳେ ୨୦୧୧ର ଜନଗଣନାକୁ ୧୦ ପ୍ରତିଶତ ୱେଟେଜ ଦେଇଥିଲେ। ତେଣୁ ପ୍ରଥମ ଥର ପାଇଁ ପଞ୍ଚଦଶ ଅର୍ଥ କମିଶନ ଏଭଳି ସୁପାରିଶ କରିନାହିଁ। ଚତୁର୍ଦ୍ଦଶ ଅର୍ଥ କମିଶନ ମଧ୍ୟ ଅନୁରୂପ ସୁପାରିଶ କରିଥିବା ଧର୍ମେନ୍ଦ୍ର […]
ପୁରୀ: ସୋମବାର ଖୋଲିବ ଶ୍ରୀମନ୍ଦିର ଜଗମୋହନ। ପୂର୍ବରୁ ୧୬ ତାରିଖ ସୁଦ୍ଧା ଜଗମୋହନ ଖୋଲିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ସକାଳ ଧୂପ ପରେ ଜଗମୋହନ ଖୋଲିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ନୀତିକାନ୍ତି ସମୟରେ ଜଗମୋହନ ଭିତରକୁ ପ୍ରବେଶ ବନ୍ଦ ରହିବ। ସାଧାରଣ ଦିନରେ ମଙ୍ଗଳ ଆଳତୀରୁ ଗୋପାଳବଲ୍ଲଭ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଭକ୍ତମାନେ ଜୟବିଜୟ ଦ୍ୱାର ଦେଇ ପ୍ରବେଶ କରିବେ, ଏବଂ ବେହରଣ ଦ୍ୱାର ଦେଇ […]
ବାରିପଦା: ବନ୍ଧନ ବ୍ୟାଙ୍କ ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି। ଟଙ୍କା ଲୁଟ୍ ପାଇଁ ଷଡ଼ଯନ୍ତ୍ର ଅଭିଯୋଗରେ ଗିରଫ ହୋଇଛନ୍ତି ବ୍ୟାଙ୍କ ମ୍ୟାନେଜର ଓ ତାଙ୍କର ଦୁଇ ସହଯୋଗୀ। ବାରିପଦାର ମାଣିତ୍ରି ଶାଖାସ୍ଥିତ ବ୍ୟାଙ୍କର ମ୍ୟାନେଜରଙ୍କ ବିରୋଧରେ ଏଭଳି ଏକ ଅଭିଯୋଗ ଆସିଛି। ଗତ ୫ ତାରିଖରେ ମ୍ୟାନେଜର ଭଞ୍ଜନ କର ୩ ଲକ୍ଷ ୪୦ ହଜାର ଟଙ୍କା ନେଇ ବ୍ୟାଙ୍କର ହେଡ୍ ଅଫିସ୍ରୁ ମାଣିତ୍ରି ଶାଖାକୁ ଯାଉଥିଲେ। ସେହି ସମୟରେ ତାଙ୍କର ଦୁଇ ଜଣ ସହଯୋଗୀ ନାଟକୀୟ […]
ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସମ୍ବଲପୁର ଗସ୍ତରେ ଯାଇଛନ୍ତି। ସେଠାରେ ସେ ପ୍ରଥମେ ବୁର୍ଲାସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଆଇଆଇଏମ୍ ସମ୍ବଲପୁରର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ। ଏହି ଅବସରରେ ସମ୍ବଲପୁର ୟୁନିଭର୍ସିଟିର ଷ୍ଟାଡିୟମ, ଅଡିଟୋରିୟମ ଓ ହଷ୍ଟେଲର ପୁନରୁଦ୍ଧାର ପାଇଁ ୨୩ କୋଟି ଟଙ୍କା ଅନୁଦାନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆଇଆଇଏମ୍ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ଯୋଗିପାଲିଠାରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ଏହି ଅବସରରେ ରେଙ୍ଗାଲି-ସପ୍ନେ ବାଇପାସ ରୋଡର ଶିଳାନ୍ୟାସ […]
ବାଲେଶ୍ୱର: ସିମୁଳିଆ ଖିରିକୋଣା ସେବା ସମବାୟ ସମିତିରେ ଟଙ୍କା ଜମା କରିବା ବେଳେ ରବିବାର ୪୪ ହଜାର ଟଙ୍କା ଜାଲ୍ ନୋଟ୍ ଜବତ ହୋଇଛି। ଏହି ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସତ୍ୟନାରାୟଣ ପଣ୍ଡା, ତାରାକାନ୍ତ ବିଶ୍ୱାଳ, ସଲିମ୍, ଏସ୍.କେ. ରିଜୁଆନ ଓ ମନୋରଞ୍ଜନ ବାରିକ। ସେମାନଙ୍କଠାରୁ ଜାଲ ଦେଢ଼ ଲକ୍ଷ ଟଙ୍କା ସହିତ ଗୋଟିଏ ବାଇକ୍ ଓ ଗୋଟିଏ କାର ଜବତ କରାଯାଇଛି। ଗତ ୧୦ ତାରିଖରେ ବିଷ୍ଣୁ ନାୟକ ନାମକ […]
ଭୁବନେଶ୍ୱର : ଏପ୍ରିଲ ମାସ ଅଧା ହେବାକୁ ଆସିଲାଣି, ତଥାପି ମାର୍ଚ୍ଚ ମାସର ଦରମା ପାଇନାହାନ୍ତି ରାଜ୍ୟର ୪ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ। ଫଳରେ ସେମାନେ ପରିବାର ଚଳାଇବା ଓ ଦୈନନ୍ଦିନ ଖର୍ଚ୍ଚ ପାଇଁ ହଇରାଣ ହେଉଥିବା କହିଛନ୍ତି। ତେବେ ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା ବା HRMSରେ ତ୍ରୁଟି କାରଣରୁ ଏଭଳି ସମସ୍ୟା ଉପୁଜିୁଛି ଏବଂ ଖୁବ୍ ଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି କହିଛନ୍ତି କହିଛନ୍ତି ଅର୍ଥମନ୍ତ୍ରୀ। ବଜ୍ରପାତରେ HRMS ସର୍ଭର ପୋଡ଼ିଯାଇଥିଲା ଏବଂ […]