ମୁମ୍ବାଇ : ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ସର୍ବକାଳୀନ ରେକର୍ଡ ସ୍ତରକୁ ହ୍ରାସ। ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ ୭୦ ଟଙ୍କା ୫୨ ପଇସାକୁ ହ୍ରାସ ପାଇଛି। ମୁଖ୍ୟତଃ ବିଶ୍ୱ ବଜାରରେ ଭାରତୀୟ ଟଙ୍କା ତୁଳନାରେ ଅାମେରୀକୀୟ ଡଲାର ଚାହିଦା ବୃଦ୍ଧି ପାଇଛି। ବିଶ୍ୱବଜାରରେ ଅଶୋଧିକ ତୈଳଦର ବୃଦ୍ଧି ପାଇଥିବାରୁ ଡଲାର ମୂଲ୍ୟ ବୃଦ୍ଧି ପାଇଥିବା କୁହାଯାଉଛି। ବିଶ୍ୱ ବଜାରରେ ଅନ୍ୟ ରାଷ୍ଟ୍ରର ମୁଦ୍ରା ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ପାଇଛି।
ଭୁବନେଶ୍ୱର: ବିଜେଡିରେ ଯୋଗ ଦେଲେ ଅବସରପ୍ରାପ୍ତ ପ୍ରିନ୍ସପାଲ ଏଜି ଅମର ପଟ୍ଟନାୟକ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିର ଆଇଟି ମୁଖ୍ୟ ଭାବେ ଅମର ପଟ୍ଟନାୟକଙ୍କୁ ଦାୟିତ୍ୱ ମିଳିଛି। ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି।
ଜାକର୍ତ୍ତା: ଜାକର୍ତ୍ତା ଏସିଆଡ୍ରେ ଓଡିଆ ସ୍ପ୍ରିଣ୍ଟ କୁଇନ୍ ଦୂତୀ ଚାନ୍ଦ ଦ୍ୱିତୀୟ ପଦକ ଆଶା ଦେଇଛନ୍ତି। ମହିଳା ୨ ଶହ ମିଟରର ଫାଇନାଲକୁ ଦୂତୀ ଉନ୍ନୀତ ହୋଇଛନ୍ତି। ସେମିଫାଇନାଲରେ ସେ ୨୩ ସେକେଣ୍ଡରେ ଦୂରତ୍ୱ ଅତିକ୍ରମ କରିବା ସହ ଟେବୁଲ୍ ଟପ୍ରେ ରହିଥିଲେ। ଆଜି ଦୂତୀ ଫାଇନାଲକୁ ଓହ୍ଲାଇବେ। ଦୂତୀଙ୍କ ସଫଳତା କାମନା କରି ଶୁଭେଚ୍ଛାର ସୁଅ ଛୁଟୁଛି। ପୁଣିଥରେ ଦେଶପାଇଁ ମେଡାଲ ଆଣିବାକୁ କାମନା କରିଛନ୍ତି ଆନ୍ତର୍ଜାତିକ କ୍ରୀଡାବିତ୍। ଦୂତୀଙ୍କ ସଫଳତା କାମନା କରି ତାଙ୍କ […]
ଭବାନୀପାଟଣା: ମାଓବାଦୀମାନେ ଗଛକାଟି ରାସ୍ତା ଅବରୋଧ କରିଛନ୍ତି। ଏହା ଯୋଗୁ ଲାଞ୍ଜିଗଡ଼ ବ୍ଲକ୍ ହାତୀସାଲ ଘାଟି ଓ ବାରବୁଲି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ବନ୍ଦପାରୀ- ଲାଞ୍ଜିଗଡ, ବିଶ୍ୱନାଥପୁର- ବିଜେପୁର ରାସ୍ତାରେ ଯାତାୟାତ ବନ୍ଦ ରହିଛି। ମାଓବାଦୀମାନେ ଗଛକାଟି ରାସ୍ତା ଉପରେ ପକାଇବା ସହ ପୋଷ୍ଟର ମାରିଛନ୍ତି। ଏଥିରେ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗର ଠିକାଦାର ଓ ଅଧିକାରୀମାନଙ୍କୁ ଚେତାବନୀ ଦିଆଯାଇଛି। ନିମ୍ନମାନର କାମ ଓ ଶ୍ରମିକ ଶୋଷଣରୁ ବିରତ ନ ରହିଲେ ସ୍ପେସିଆଲ କ୍ଲାସ […]
ଜଟଣୀ: ଜଟଣୀ ଫ୍ଲାଏ ଓଭର ନିର୍ମାଣରେ ଅନିୟମିତତା ଅଭିଯୋଗ ହୋଇଛି। ଘଟଣାରେ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରାକୁ ଝଟକା ଲାଗିଛି। ଜଟଣୀ ଫ୍ଲାଏ ଓଭର ନିର୍ମାଣ କାମରୁ ପଣ୍ଡା ଇନଫ୍ରାକୁ ପୂର୍ତ୍ତ ବିଭାଗ ବାଦ ଦେଇଛି। ସମ୍ବଲପୁରରେ ସଂପୃକ୍ତ ସଂସ୍ଥା ମଧ୍ୟ ନିର୍ମାଣ କାମ କରୁଛି। ତେବେ ସେହି କାର୍ଯ୍ୟରୁ ପଣ୍ଡା ଇନଫ୍ରାକୁ ହଟାଇବାକୁ ନେଇ ବିଚାର ଚାଲିଥିବା ସୂଚନା ମିଳିଛି।
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିର ଦୁଇ ଜଣ କନଷ୍ଟେବଲଙ୍କ ଘରେ ଗଜପତି ଜିଲ୍ଲା ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଅଭିଯୁକ୍ତ ଦୁଇ କନଷ୍ଟେବଲଙ୍କ ନାମ ରଞ୍ଜିତ ଲିମ୍ମା ଓ ତନୁଜ ସାବତ। ରଞ୍ଜିତ ଲିମ୍ମା ଜିଲ୍ଲା ହାବିଦାର ଓ କନଷ୍ଟେବଲ ସଂଘର ସଭାପତି ଥିବା ବେଳେ ତନୁଜ ସାବତ ପୁଲିସ୍ ଆର.ଆଇ ଅଫିସରେ କାର୍ଯ୍ୟରତ ଅଛନ୍ତି। ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଜବତ ହୋଇଥିବା ସଂପତ୍ତିର ଆକଳନ କରୁଛି।
ଆହ୍ଲାବାଦ: ଆଜି ଜାତୀୟ କ୍ରୀଡ଼ା ଦିବସ। ଆଜି ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ। ଧ୍ୟାନଚାନ୍ଦ ୧୯୦୫ ମସିହା ଅଗଷ୍ଟ ଆଜିର ଦିନରେ ଉତ୍ତରପ୍ରଦେଶର ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ। ୧୭ ବର୍ଷ ବୟସରୁ ସେ ଭାରତୀୟ ହକି ଦଳରେ ସାମିଲ ହୋଇଥିଲେ। ହକିର ଯାଦୁଗର ଭାବେ ପରିଚିତ ମେଜର ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ୧୯୨୮, ୧୯୩୨, ୧୯୩୬ରେ ଭାରତ ଲଗାତର ୩ଟି ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଲାଭ କରିଥିଲେ। ଧ୍ୟାନଚାନ୍ଦଙ୍କ ପାଇଁ ହିଁ ସେ ସମୟରେ ବିଶ୍ୱହକିରେ ଟିମ୍ […]
ସମ୍ବଲପୁର: ହୀରାକୁଦ ଡ୍ୟାମ୍ରୁ ୨୫ଟି ଗେଟ୍ ଖୋଲାଯାଇଛି। ଉପରମୁଣ୍ଡରେ ବର୍ଷା କାରଣରୁ ଏହି ସବୁ ଗେଟ୍ ଖୋଲାଯାଇଛି। ବୌଦ୍ଧ ଏବଂ ସୋନପୁରରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ମହାନଦୀ ବୌଦ୍ଧ ସହର ନିକଟରେ ସୁଅ କାଟି ଚାଲିଛି। ବନ୍ୟା ପାଣିରେ ସ୍ଥାନୀୟ ହନୁମାନ ମନ୍ଦିର ଅଧା ବୁଡ଼ିଯାଇଛି। ତଳିଆ ଅଞ୍ଚଳ ସାହୁପଡ଼ାର ଅନେକ ଅଞ୍ଚଳ ଜଳମଗ୍ନ ହୋଇସାରିଲାଣି। ଆଉ ସୋନପୁର ପାଖରେ ଉଭୟ ମହାନଦୀ ଓ ତେଲ ନଦୀରେ ସ୍ରୋତ ତୀବ୍ରତର ହୋଇଛି। ବାଉରି ଜୋର ଉପରେ ୧୪ […]
ଭୁବନେଶୱର: ରାଜଧାନୀରେ ନକଲି ସସ୍ ତିଆରି କାରଖାନା ଠାବ କରାଯାଇଛି। ଶୈଳଶ୍ରୀ ବିହାର ମହାବୀର ବସ୍ତିର ଏକ ଘରେ ଏହି ନକଲି ସସ୍ ତିଆରି ଚାଲିଥିଲା। ସେଠାରେ କଖାରୁରେ ତିଆରି ହେଉଥିଲା ଟମାଟୋ, ଚିଲି, ସୋୟା ସସ୍। ପୁଲିସ୍ ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡର ଷ୍ଟିକର ସହ ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ପୁଲିସ୍ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
କଟକ: କଟକରେ ପୁଲିସ୍-ଓକିଲ ମୁହାଁମୁହିଁ ହୋଇଛନ୍ତି। ନୂଆବଜାର ପୋଲ ନିକଟରେ ଜଣେ ଆଇନଜୀବୀଙ୍କୁ ପୁଲିସ୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ତାତିଛନ୍ତି ଓକିଲ। ଓକିଲଙ୍କୁ ମାଡ଼ ପ୍ରତିବାଦରେ ଶତାଧିକ ଆଇନଜୀବୀ ଚାଉଳିଆଗଞ୍ଜ ଥାନାକୁ ଘେରାଉ କରିଥିଲେ। ଓକିଲ ମାନେ କାର୍ଯ୍ୟନୁଷ୍ଠାନ ଦାବିରେ ଅଡ଼ି ବସିଥିଲେ। ଆହତ ଓକିଲଙ୍କୁ SCBରେ ଭର୍ତ୍ତି କରଯାଇଛି।
ବାଲେଶ୍ୱର: ଓଡ଼ିଶା–ପଶ୍ଚିମବଙ୍ଗ ସୀମା ବିବାଦକୁ ନେଇ ଦିଘା ଉଦୟପୁରରେ ଉତ୍ତେଜନା ଦେଖାଦେଇଛି। ଓଡିଶା ସୀମାରେ ଲାଗିଥିବା ପଶ୍ଚିମବଙ୍ଗର ସୀମା ଫଳକକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇଛି। ଗତ ଏକମାସ ତଳେ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ଓଡିଶା ସୀମାରେ ଏକ ଫଳକ ଲଗାଯାଇଥିଲା। ଓଡିଶା ସୀମାର ପ୍ରାୟ ୨୦ଫୁଟ୍ ଭିତରକୁ ଏହି ଫଳକ ଲଗାଯାଇଥିଲା। ଘଟଣା ସମ୍ପର୍କରେ ରାଜସ୍ୱ ବିଭାଗ ଜାଣିବା ପରେ ପଶ୍ଚିମବଙ୍ଗ ସରକାରଙ୍କୁ ଅବଗତ କରାଯାଇଥିଲା। ତେବେ ଏହାପରେ ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ […]
ବରଗଡ: ଆନ୍ଦୋଳନ ବେଳେ ଚାଷୀ ମୃତ। ଏମିତି ଏକ ଅଘଟଣ ଘଟିଛି ବରଗଡ଼ ଜିଲ୍ଲା ପାଇକମାଲର ପଲସଦା ଗାଁରେ। ମୃତକଙ୍କ ନାମ ଗୋବିନ୍ଦ ବିଶ୍ୱାଳ ବୋଲି ଜଣାପଡ଼ିଛି। ୫୦ ବର୍ଷୀୟ ଗୋବିନ୍ଦ ଫସଲ ବୀମା ପ୍ରଦାନ ଦାବିରେ ପଲସଦା ସମବାୟ ସମିତି ଆଗରେ ୫ ଦିନ ହେଲା ଆନ୍ଦୋଳନ କରୁଥିଲେ। ଚାଷୀ ସମବାୟ ସମିତିରେ ତାଲା ପକାଇ ଚାଷୀମାନେ ଆନ୍ଦୋଳନ କରୁଥିଲେ। କିନ୍ତୁ ଆଲୋଚନା ପାଇଁ ଚାଷୀଙ୍କ ନିକଟରେ କୌଣସି ପ୍ରାଶାସନିକ ଅଧିକାରୀ ପହଞ୍ଚି ନଥିଲେ ବୋଲି […]
କେନ୍ଦ୍ରାପଡ଼ା: ପ୍ରେମ ବ୍ୟାପାରକୁ ନେଇ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ମାଡ଼ ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ୍ ତାଳଚୁଆ ଗାଁରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ରଙ୍କଣି ପଞ୍ଚାୟତର ଜଣେ ଯୁବକ ଗାଁ ତାଳଚୁଆ ପଞ୍ଚାୟତର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଗ୍ରାମବାସୀ ଏହା ଜାଣିବା ପରେ ଗତକାଲି ତାଳଚୁଆ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଗାଁରେ ଏକ ସଭା ବସିଥିଲା। ପରେ ସରପଞ୍ଚ ସଂପୃକ୍ତ ଯୁବକଙ୍କୁ ଉଲଗ୍ନ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଫଳରେ […]
ଭୁବନେଶ୍ୱର : ମଦକୁ ନେଇ ଚାଲିଛି ମହାଭାରତ । ସମାଜକୁ ବିଗାଡୁଥିବା ମଦ ବିରୋଧରେ ଦୈନିକ କେଉଁଠି ନାଁ କେଉଁଠି ଏମିତି ଢଙ୍ଗରେ ହେଉଛି ହିଂସାତ୍ମକ ପ୍ରତିବାଦ ଓ ଅାନ୍ଦୋଳନ । ହେଲେ ରାଜ୍ୟ ସରକାର କିନ୍ତୁ ଏ ବାବଦରେ ସାଜିଛନ୍ତି ଧୃତରାଷ୍ଟ୍ର। ମଦ ବନ୍ଦ କରିବେ କଣ ବରଂ ଅାଗକୁ ଗାଁ ଗାଁରେ କେମିତି ମଦର ବନ୍ୟା ସୃଷ୍ଟି ହେବ ସେଥିପାଇଁ ନେଇଛନ୍ତି ନିଷ୍ପତ୍ତି। ଯାହା କି ସ୍ପଷ୍ଟ ପ୍ରମାଣିତ କରୁଛି ଅବକାରୀ ବିଭାଗର ବିଜ୍ଞପ୍ତିରୁ […]
ଭୁବନେଶ୍ୱର : ଅାସନ୍ତା ସେପ୍ଟେମ୍ବର ୩୦ରେ ଶେଷ ହେଉଛି ୬୫ଟି ପୌର ପରିଷଦର କାର୍ଯ୍ୟକାଳ। ହେଲେ ସେସବୁ ସ୍ଥାନରେ ନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ ଅାଗେଇ ପାରିନାହିଁ ପ୍ରକ୍ରିୟା। ଏଥିରେ ବାଧକ ସାଜିଛି ସଂରକ୍ଷଣ ଓ ଓ୍ୱାର୍ଡ ପୁନର୍ଗଠନ। ରାଜ୍ୟ ସରକାର ଏପର୍ଯ୍ୟନ୍ତ ରାଜ୍ୟ ନିର୍ବାଚନ କମିଶନ୍ଙ୍କୁ ଓ୍ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ତାଲିକା ଦେଇନାହାଁନ୍ତି। ସେପଟେ ପୌର ପରିଷଦଗୁଡ଼ିକରେ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତ ଭିତରେ ରଖିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବାପରେ ଏହାକୁ ଚ୍ୟାଲେଂଜ […]
ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ପୁଣି ସାପ କାମୁଡ଼ାରେ ଗୁରୁତର ମହିଳାଙ୍କୁ ଝଡ଼ାଫୁଙ୍କା । ଛେଣ୍ଡିପଦା ବ୍ଲକ୍ ମାମୁରିଅା ଗାଁରୁ ଅାସିଛି ଏହି ଅଭିଯୋଗ। ମିଳିଥିବା ସୂଚନା ଅନୁଯାୟୀ, ଗାଁର ଝୁନା ଭୁତିଅା ନାମକ ଜଣେ ମହିଳାଙ୍କୁ ଅାଜି ସକାଳେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ଏହାପରେ ପରିବାର ଲୋକେ ତାଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। କିନ୍ତୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ […]
ଭୁବନେଶ୍ୱର : ବିଜେଡିର ‘ମୁଁ ହିରୋ’ କାର୍ଯ୍ୟକ୍ରମକୁ ବିରୋଧୀଙ୍କ ସମାଲୋଚନା। ଅାଜି କଟକରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ୩୬ ଲକ୍ଷ ଯୁବକ କାମ ଅପେକ୍ଷାରେ ଥିବା ବେଳେ ୬୦ ଲକ୍ଷ ବାହାରେ ଖଟୁଛନ୍ତି। ତେଣୁ ସରକାର ପ୍ରଥମେ ଜିରୋଙ୍କୁ ହିରୋ କରନ୍ତୁ। ସେପଟେ ନିର୍ବାଚନ ପ୍ରଚାର ନାଁରେ ଏହା କେବଳ ଏକ ସ୍ଲୋଗାନ […]
ବାରିପଦା : ବାରିପଦାର ଅମର୍ଦ୍ଦା ଏୟାରଷ୍ଟ୍ରିପ୍କୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ଦାବିରେ ଜେଏମ୍ଏମ୍ର ଅାନ୍ଦୋଳନ। ଏହି ଦଳ ପକ୍ଷରୁ ଅାଜି ବାରିପଦା ଦେଇ ଯାଇଥିବା ରାଜପଥ ଅବରୋଧ କରାଯାଇଛି। ଜେଏମ୍ଏମ୍ କର୍ମୀମାନେ ବାରିପଦା, ପାଲବଣି, ବୈଶିଙ୍ଗା, ବେତନଟୀ ସମେତ ବାଲେଶ୍ୱରର କିଛି ସ୍ଥାନରେ ମଧ୍ୟ ରାସ୍ତା ଅବରୋଧ କରିଛନ୍ତି। ଏହା ଦ୍ୱାରା ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ଏସିଅାର ସର୍ବବୃହତ ଏୟାରଷ୍ଟ୍ରିପ୍ […]
ରାଉରକେଲା: ରାଉରକେଲାରେ ଆଜି ଏକ ବଡ଼ ଧରଣର ଅଘଟଣ ଘଟିଛି। ରାଉରକେଲା ସିଭିଲ୍ ଟାଉନ୍ ସିପ୍ରେ ୭୦ ଫୁଟ୍ ଉଚ୍ଚର ପାଣି ଟାଙ୍କି ଭୁଶୁଡ଼ି ପଡ଼ିଛି । ପାଣି ଟାଙ୍କି ଭୁଶୁଡ଼ିବାରୁ ତଳେ ଥିବା ୱେସ୍କୋ ଅଫିସ୍ ଭାଙ୍ଗି ଚୁର୍ମାର୍ ହୋଇଯାଇଛି। ତେବେ ପାଣି ଟାଙ୍କି ଭୁଶୁଡିବା ବେଳେ ୱେସ୍କୋ ଅଫିସ୍ରେ କେହି ଥିଲେ କି ନାହିଁ, ତାହା ଜଣାପଡ଼ିନି। ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଣି ଟାଙ୍କି ନିର୍ମାଣ କରାଯାଇ ଥିବା ନେଇ ସୂଚନା ମିଳିଛି।
ନୟାଗଡ଼: ବୋମା ମାଡ଼ କରି ଉଡ଼ାଇଦେବାର ପ୍ଲାନିଂ। ତିନି ଜଣ ଯୁବକ ମାତାଲ୍ ହୋଇ ବୋମା ଧରି ଜଣେ ଯୁବକଙ୍କୁ ଖୋଜି ଖୋଜି ବିଭିନ୍ନ ଜାଗାରେ ବୋମାମାଡ଼ କରି ଆତଙ୍କ ଖେଳାଇଦେଲେ ଓ ଶେଷରେ ନିଜ ବୋମାରେ ନିଜେ ଆହତ ହେଲେ। ଆଉ ବିନା ଦୋଷରେ ଜଣ ପଥଚାରୀ ବି ଆହତ ହେଲେ। ଗତକାଲି ରାତିରେ ଏମିତି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରେ। ସୂଚନା ଅନୁସାରେ, କୋମଣ୍ଡର ଜଣେ ଯୁବକ ଗତ ରାତିରେ ବେଲଗୁଣ୍ଠାର […]
ଚିଲିକା: ଚିଲିକାରେ ଡଙ୍ଗାବୁଡି ଘଟଣା ପରେ ଡଙ୍ଗା ଚଳାଚଳ ବନ୍ଦ ରହିଛି। ଘଟଣାକୁ ଦୁଇମାସ ବିତିଗଲା ପରେ ବି ଡଙ୍ଗା ଚଳାଚଳ ପାଇଁ ଅନୁମତି ମିଳିନି। ଫଳରେ ଡଙ୍ଗା ଚାଳକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଡଙ୍ଗା ଚଳାଇ ପରିବାର ପୋଷୁଥିବା ଚାଳକ ଏବେ ଘରେ ହାତ ବାନ୍ଧି ବସିଛନ୍ତି। ଟଙ୍କା କେଉଁଠୁ ଆସିବ ଓ କେମିତି ପରିବାର ଚଳିବ ଏହାକୁ ନେଇ ୩ ଶହରୁ ଅଧିକ ପରିବାର ଏବେ ଚିନ୍ତାରେ। ଅନ୍ୟପଟେ ଓଳିଏ ଖାଇଲେ ଆର […]
ଭୁବନେଶ୍ୱର : ବିଶ୍ୱକପ୍ ହକି ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି ସତ ହେଲେ ରାଜ୍ୟରେ ଉନ୍ନତମାନର ହୋଟେଲର ଅଭାବ ମୁଣ୍ଡବିନ୍ଧା ବଢାଇ ଦେଇଛି। କାରଣ ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ୧୬ଟି ଦେଶର ଖେଳାଳି , ଟୁର୍ଣ୍ଣାମେଣ୍ଟ ଅଫିସିଅାଲ, ହକି ସଂଘର କର୍ମକର୍ତ୍ତା, ଭିଭିଅାଇପି , ଟିଭି ବ୍ରଡକାଷ୍ଟର ଓ ଦେଶ ବିଦେଶରୁ ଅାସିବାକୁ ଥିବା ଦର୍ଶକଙ୍କ ପାଇଁ ରାଜଧାନୀରେ ନାହିଁ ପର୍ଯ୍ୟାପ୍ତ ସଂଖ୍ୟକ ଷ୍ଟାର ହୋଟେଲ। ଖେଳାଳି ଓ ଅଫିସିଅାଲଙ୍କ ଲାଗି ରାଜ୍ୟ ସରକାର ଭୁବନେଶ୍ୱରର […]
ଅନୁଗୁଳ : ସାତକୋଶିଅାରେ ପାଦ ରଖିବା ପରେ, ସ୍ଥାନୀୟ ଲୋକଙ୍କ ନିଦ ଉଡ଼ାଇ ଦେଇଛି, ବାନ୍ଧବଗଡ଼ର ‘ସୁନ୍ଦରୀ’। ଗାଁ ମୁଣ୍ଡରେ ବାଘପଞ୍ଝାର ଚିହ୍ନ ଦେଖିବା ପରେ ଗାଁ ସାରା କୋକୁଅା ଭୟ। ଜୀବନ ବଞ୍ଚାଇ ଘରେ ରହିବେ, ନା ପେଟ ପୋଷିବାର ମାଧ୍ୟମ ଛେଳିଗୋରୁଙ୍କୁ ଚରେଇବାକୁ ନେବେ। ଏବେ ଅଭୟାରଣ୍ୟ ଅଞ୍ଚଳର କଟରଙ୍ଗ ବାସିନ୍ଦାଙ୍କୁ ସେଇ ଚିନ୍ତା ଘାରିଛି। ବାଘଠାରୁ ରକ୍ଷା ପାଇବାକୁ ଲୋକେ ଠେଙ୍ଗାବାଡ଼ି ଧରି ଦଳବଳ ହୋଇ ପହରା ଦେଉଛନ୍ତି। ଏଣେ କାମଧନ୍ଦା ପାଇଁ […]
ଭୁବନେଶ୍ୱର : ଡାକ୍ତର ରବୀନ୍ଦ୍ର ରଥ ମୃତ୍ୟୁ ମାମଲାର ନୂଅା ଖୁଲାସା । ବାଇକ୍ ପଛରେ ବସି ପ୍ଲାଟଫର୍ମ ଯାଇଥିବା CCTV ଫୁଟେଜ୍ରୁ ଜଣାପଡ଼ିଛି। ତେବେ କାହା ଗାଡ଼ି ପଛରେ ବସି ରବୀନ୍ଦ୍ର ଯାଇଥିଲେ ସେନେଇ ତଦନ୍ତ କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି। ସୂଚନା ମୁତାବକ, ଅଘଟଣ ଦିନ ରାତି ୯ଟା ୧ରେ ରବୀନ୍ଦ୍ର ଜଣେ BMC କର୍ମଚାରୀଙ୍କ ପତ୍ନୀଙ୍କ ଫୋନ୍ ନମ୍ବରରେ କଥା ହୋଇଥିଲେ । କର୍ମଚାରୀଙ୍କ ପତ୍ନୀଙ୍କ ନମ୍ବର ରବୀନ୍ଦ୍ରଙ୍କ ଫୋନରେ ସେଭ୍ […]
କୋରାପୁଟ : କୋରାପୁଟ ଜିଲ୍ଲାରେ ଲଗାଣ ବର୍ଷା । ଫଳରେ କୋରାପୁଟ ଉପର କୋଲାବ, ମାଛକୁଣ୍ଡ ଓ ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। କୋରାପୁଟ ଉପର କୋଲାବ ଜଳ ଭଣ୍ଡାରରେ ଜଳପତ୍ତନ ବୃଦ୍ଧି ପାଇଛି। ଏଠାରେ ବିପଦ ସଂକେତ ୮୫୮ ମିଟର ଥିବା ବେଳେ ଏବେ ଜଳପତ୍ତନ ୮୫୭ ମିଟର ରହିଛି। ଅାଜି ଅପରାହ୍ନ ୪ଟାରେ ଗେଟ୍ ଖୋଲିବା ନେଇ ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଏ ନେଇ ସେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି […]