• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ବ୍ଲୁ ହ୍ୱେଲ୍ ପରେ ଏବେ ମୋମୋ ଚାଲେଞ୍ଜ
ବ୍ଲୁ ହ୍ୱେଲ୍ ପରେ ଏବେ ମୋମୋ ଚାଲେଞ୍ଜ

ରାଉରକେଲା : ‘ମୋମୋ’ ଭଳି ମରଣାନ୍ତକ ଅନ୍‌ଲାଇନ୍ ଗେମରେ ଯାଇଛି ପୁଅର ଜୀବନ। ୯ ଦିନ ତଳେ ଘଟିଯାଇଥିବା ସେହି ସାଂଘାତିକ ଘଟଣା ଏବେ ବି ପରିବାର ଏବଂ ଅାତ୍ମୀୟ ସ୍ୱଜନଙ୍କ ମନକୁ ଖିନ୍‌ଭିନ୍ କରିଦେଉଛି। ପରିବାରରେ ଖେଳିଯାଇଛି ଶୋକର ଛାୟା । ଅଭିଭାବକଙ୍କୁ ମାଡ଼ି ବସିଛି ଭୟ ଅାଉ ଅାତଙ୍କ । ରାଉରକେଲା ରେଲ୍‌ୱେ କଲୋନୀର ଇଂଜିନିୟରିଂ ଛାତ୍ର ଏସ୍.ଚେତନ କୁମାର । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜରେ କମ୍ପୁଟର ସାଇନ୍ସରେ ତୃତୀୟ […]

  • Friday, 02 July 2021
ଉପଜିଲ୍ଲାପାଳଙ୍କ ଅଫିସ୍‌ ପରିସରରେ ଯୁବକଙ୍କ ଅାତ୍ମହତ୍ୟା ଉଦ୍ୟମ
ଉପଜିଲ୍ଲାପାଳଙ୍କ ଅଫିସ୍‌ ପରିସରରେ ଯୁବକଙ୍କ ଅାତ୍ମହତ୍ୟା ଉଦ୍ୟମ

 ରାଉରକେଲା : ରାଉରକେଲାରେ ଅଭାବନୀୟ ଘଟଣା। ଉପଜିଲ୍ଲାପାଳଙ୍କ ଅଫିସ୍‌ ପରିସରରେ ଯୁବକଙ୍କ ଅାତ୍ମହତ୍ୟା ଉଦ୍ୟମ। ଅାଇଡିଟିଏ ସମ୍ମିଳନୀ କକ୍ଷ ନିକଟ ଏକ ଗଛରେ ରଶି ଲଗାଇ ଯୁବକ ଜଣକ ଅାତ୍ମହତ୍ୟା ଉଦ୍ୟମ କରିବା ବେଳେ ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ଯୁବକଙ୍କ ନାମ ଶଶାଙ୍କ ଶେଖର ଶତପଥୀ ବୋଲି ସୂଚନା ମିଳିଛି।  ପ୍ରଥମେ ଏହି ଯୁବକଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଇସ୍ପାତ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

  • Friday, 02 July 2021
ବାଙ୍କିରେ ବାରହା ଅାତଙ୍କ
ବାଙ୍କିରେ ବାରହା ଅାତଙ୍କ

କଟକ : କଟକ ବାଙ୍କିରେ ବାରହା ଅାତଙ୍କ। ଜଙ୍ଗଲୀ ବାର୍‌ହା ଅାକ୍ରମଣରେ ୨ ମହିଳାଙ୍କ ସମେତ ୫ ଜଣ ଅାହତ ହୋଇଛନ୍ତି। ବାର୍‌ହାଙ୍କ ଅତର୍କିତ ଅାକ୍ରମଣ ପରେ ଦୁଲଣାପୁର ଗାଁରେ ଲୋକେ ଭୟଭୀତ ହୋଇ ପଡିଛନ୍ତି। ସେପଟେ ଅାହତମାନଙ୍କୁ ଚିକିତ୍ସା ଖର୍ଚ୍ଚ ସହ ଲୋକଙ୍କୁ ସୁରକ୍ଷା ଦାବିରେ ଅଞ୍ଚଳବାସୀଙ୍କ ପକ୍ଷରୁ ବାଙ୍କି ଜାତମୁଣ୍ଡିଅାରୁ ଖୋର୍ଦ୍ଧା ରାସ୍ତା ଅବରୋଧ କରାଯାଇଛି। ନିକଟସ୍ଥ ଚନ୍ଦକା-ଡମପଡ଼ା ଜଙ୍ଗଲରୁ ବାର୍‌ହା ପଲ ଅାସି ଲୋକଙ୍କୁ ଅାକ୍ରମଣ କରୁଛନ୍ତି।

  • Friday, 02 July 2021
ଅାସନ୍ତା ୨୯ରୁ ମହାନଦୀ ଟ୍ରିବ୍ୟୁନାଲଙ୍କ ଶୁଣାଣି
ଅାସନ୍ତା ୨୯ରୁ ମହାନଦୀ ଟ୍ରିବ୍ୟୁନାଲଙ୍କ ଶୁଣାଣି

ଭୁବନେଶ୍ୱର : ମହାନଦୀ ଟ୍ରିବ୍ୟୁନାଲର ପ୍ରଥମ ବୈଠକ ପାଇଁ ତାରିଖ ଧାର୍ଯ୍ୟ ହେଲାଣି, କିନ୍ତୁ ରାଜ୍ୟକୁ ମିଳିନି ଟର୍ମସ ଅଫ୍ ରେଫରେନ୍‌ସ ବା ଟିଓଅାର। ତେଣୁ ଟ୍ରିବ୍ୟୁନାଲରେ ଯୁକ୍ତି ଉପସ୍ଥାପନ କରିବା ରାଜ୍ୟ ପାଇଁ ବଡ଼ ସମସ୍ୟା ହୋଇଛି। ତେବେ ପକ୍ଷ ରଖିବା ପାଇଁ ପୁରା ପ୍ରସ୍ତୁତ ହୋଇଛି ରାଜ୍ୟ ଜଳ ସଂପଦ ବିଭାଗ। ସୂଚନା ଅନୁସାରେ, ପ୍ରଥମତଃ ଅଣମୈସୁମୀରେ ହୀରାକୁଦକୁ କମିଥିବା ଜଳପ୍ରବାହର ତଥ୍ୟ ରଖିବ ବିଭାଗ। ବିଗତ କିଛି ବର୍ଷରେ ହୀରାକୁଦକୁ କେତେ ପାଣି […]

  • Friday, 02 July 2021
ପୁଣି ଭୁବନେଶ୍ୱର ଏୟାରପୋର୍ଟରୁ ସୁନା ଜବତ
ପୁଣି ଭୁବନେଶ୍ୱର ଏୟାରପୋର୍ଟରୁ ସୁନା ଜବତ

ଭୁବନେଶ୍ୱର  : ପୁଣି ଭୁବନେଶ୍ୱର ଏୟାରପୋର୍ଟରୁ ସୁନା ଜବତ। ୩୪୦ ଗ୍ରାମ ସୁନା ଜବତ କଲା କଷ୍ଟମ୍‌ସ ବିଭାଗ। ଜବତ ସୁନାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ୫୬ ହଜାର ଟଙ୍କା ହେବ। କୁଅାଲାଲମ୍ପୁରରୁ ଚେନ୍ନାଇ ଚାଲାଣ ବେଳେ ଧରା ପଡ଼ିଲା। ସୁନା ଚାଲାଣରେ ସଂପୃକ୍ତ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ୍‌ସ ବିଭାଗ।

  • Friday, 02 July 2021
ଅାଳି ନୂଅା ବଜାରରେ ଜଳବନ୍ଦୀ ଅବସ୍ଥା
ଅାଳି ନୂଅା ବଜାରରେ ଜଳବନ୍ଦୀ ଅବସ୍ଥା

ଅାଳି : ପାଣିଘେରରେ ୫୦ଟି ଦୋକାନ ଘର। ଏଭଳି ଘଟଣା ଦେଖିବାକୁ ମିଳିଛି ଅାଳି ନୂଅାବଜାରରେ। ଲଘୁଚାପ ବର୍ଷା ଛାଡିଯାଇଥିଲେବି ପାଣି ନିଷ୍କାସନ ହୋଇନପାରି ଏଭଳି ଅବସ୍ଥା ଉପୁଜିଛି। ଦୋକାନ ଭିତରେ ବର୍ଷାପାଣି ପଶିଯାଇଥିବାର ବ୍ୟବସାୟୀମାନେ ଦୋକାନ ଖୋଲିନପାରି ହଇରାଣ ହେଉଛନ୍ତି। କଟକ-ଚାନ୍ଦବାଲି ରାସ୍ତାର ଉଚ୍ଚତା ଯୋଗୁ ବର୍ଷା ପାଣି ନିଷ୍କାସିତ ହୋଇପାରୁନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ନିଷ୍କାସନ ବ୍ୟବସ୍ଥା କରାଇବେ ବୋଲି କହିଛନ୍ତି ଅାଳି ତହସିଲଦାର।

  • Friday, 02 July 2021
ବିଦ୍ୟୁତ୍‌ ସଂସ୍ପର୍ଶରେ ଅାସି ମିସ୍ତ୍ରୀ ମୃତ
ବିଦ୍ୟୁତ୍‌ ସଂସ୍ପର୍ଶରେ ଅାସି ମିସ୍ତ୍ରୀ ମୃତ

କନ୍ଧମାଳ  : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁରେ ଅଘଟଣ। ବିଦ୍ୟୁତ୍‌ ସବ୍‌ଷ୍ଟେସନରେ କାମ କରୁଥିବାବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଅାସି ଜଣେ ମିସ୍ତ୍ରୀ ପ୍ରାଣ ହରାଇଛନ୍ତି। ମୃତକ ହେଲେ କିନାରୀ ଗାଁର ପ୍ରଶାନ୍ତ ବିଷୋୟୀ। ଅଘଟଣ ପରେ ଗାଁ ଲୋକେ ସ୍ଥାନୀୟ ମେଡିକାଲରେ ତାଙ୍କୁ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଉକ୍ତ ଅଂଚଳରେ ଅସନ୍ତୋଷ ଦେଖାଦେଇଛି। ଗ୍ରାମବାସୀ ମର ଶରୀରକୁ ରାସ୍ତାରେ ରଖି ଅବରୋଧ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ […]

  • Friday, 02 July 2021
କଲେଜରେ ଛାତ୍ରୀଙ୍କୁ ବ୍ଲେଡରେ ଅାକ୍ରମଣ
କଲେଜରେ ଛାତ୍ରୀଙ୍କୁ ବ୍ଲେଡରେ ଅାକ୍ରମଣ

ସମ୍ବଲପୁର : କୁଚିଣ୍ଡା ଉପଖଣ୍ଡ କୁନ୍ତରା ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରୀଙ୍କୁ ବ୍ଲେଡ ମାଡ଼। ଛାତ୍ରୀଙ୍କ ବେକରେ ଅାଘାତ ଲାଗିଥିବାରୁ ତାଙ୍କୁ କୁନ୍ତରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରାଯାଇଛି। ଅଭିଯୋଗ ମୁତାବକ, କ୍ୟାମ୍ପସ ଭିତରେ ପ୍ରବେଶ କରି ଜଣେ ଅଣଛାତ୍ର ଯୁକ୍ତ ତିନି ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ କଥା ହେବା ବାହାନାରେ ଡାକି ବ୍ଲେଡରେ ଅାକ୍ରମଣ କରି ଫେରାର୍ ହୋଇଯାଇଥିଲେ। ଏନେଇ କୁଷୁମୀ ଫାଣ୍ଡି ଥାନା ପୋଲିସ୍ ଅଭିଯୁକ୍ତଙ୍କୁ ପଚରାଉଚୁରା କରିବା ସହ ଥାନାରେ ଅଟକ ରଖିଛନ୍ତି […]

  • Friday, 02 July 2021
ଇଭିଏମ୍ ଓ ଭିଭିପ୍ୟାଟ୍‌ର ବ୍ୟବହାର ନେଇ ଜିଲ୍ଲାପାଳଙ୍କୁ ପ୍ରଶିକ୍ଷଣ
ଇଭିଏମ୍ ଓ ଭିଭିପ୍ୟାଟ୍‌ର ବ୍ୟବହାର ନେଇ ଜିଲ୍ଲାପାଳଙ୍କୁ ପ୍ରଶିକ୍ଷଣ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ଚାଲିଥିବା ପ୍ରସ୍ତୁତି କ୍ରମେ ଅାଜି ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ନେଇ ଏକ ବୈଠକ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଭୁବନେଶ୍ୱର ଗୋପବନ୍ଧୁ ଏକାଡେମୀରେ ଚାଲିଥିବା ଏହି ବୈଠକରେ ଇଭିଏମ୍ ଓ ଭିଭିପ୍ୟାଟ୍‌ର FIRST LEVEL CHECKING ପାଇଁ ଅାଜି ଜିଲ୍ଲାପାଳଙ୍କୁ ପ୍ରଶିକ୍ଷଣ ଦିଅାଯାଉଛି। ବୈଠକରେ କେନ୍ଦ୍ର ନିର୍ବାଚନ ଅାୟୋଗଙ୍କ ୨ ଜଣ ଅଧିକାରୀ ଯୋଗ ଦେଇଛନ୍ତି। ସେମାନେ ଇଭିଏମ୍ ଓ ଭିଭିପ୍ୟାଟ୍‌ର ବ୍ୟବହାର ନେଇ ଜିଲ୍ଲାପାଳମାନଙ୍କୁ ପ୍ରଶିକ୍ଷଣ […]

  • Friday, 02 July 2021
ତୈଳଦର ବୃଦ୍ଧି ପାଇଁ ଅାମେରିକାକୁ ଦାୟୀ କଲେ ଧର୍ମେନ୍ଦ୍ର ପ୍ରଧାନ
ତୈଳଦର ବୃଦ୍ଧି ପାଇଁ ଅାମେରିକାକୁ ଦାୟୀ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : କ୍ରମାଗତ ୩ୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ମାତ୍ରାଧିକ ଭାବେ ବୃଦ୍ଧି ପାଇଛି। ସେପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୃଦ୍ଧି ପାଉଥିବା ତୈଳ ଦରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦେଶରେ ତୈଳଦର ବୃଦ୍ଧି ଚିନ୍ତାଜନକ। ଅନ୍ତରାଷ୍ଟ୍ରୀୟ ବଜାରରେ ତେଲଦାମ ଚିନ୍ତାଜନକ ଭାବେ ବଢିଛି। ଅାମେରିକାର ବୈଦେଶିକ ନୀତି ଯୋଗୁଁ ବିଶ୍ୱର ସବୁ ଦେଶର ମୁଦ୍ରା ଡଲାର ତୁଳନାରେ ଅବମୂଲ୍ୟାୟନ ହୋଇଛି। ଭାରତୀୟ ଏଥିପାଇଁ ତେଲ ଦର […]

  • Friday, 02 July 2021
ବହୁ ପ୍ରତୀକ୍ଷିତ ବଲାଙ୍ଗିର ମେଡିକାଲ କଲେଜ ଲୋକାର୍ପିତ
ବହୁ ପ୍ରତୀକ୍ଷିତ ବଲାଙ୍ଗିର ମେଡିକାଲ କଲେଜ ଲୋକାର୍ପିତ

ବଲାଙ୍ଗିର : ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ବଲାଙ୍ଗିର ମେଡିକାଲ କଲେଜ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା ଏହାକୁ ଉଦ୍‌ଘାଟନ କରିଛନ୍ତି। ସନ୍ଥ କବି ଭୀମ ଭୋଇଙ୍କ ନାଁରେ ନାମିତ କରାଯାଇଛି। ଏହି ମେଡିକାଲ କଲେଜ ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଜେ.ପି. ନଡ୍ଡା ରାଜ୍ୟ ଯୋଜନା ସହ ଅାୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରିବା ଲାଗି ଅନୁରୋଧ କରିଛନ୍ତି। ଏହାଦ୍ୱାରା ରାଜ୍ୟର ଗରିବ ରୋଗୀ ଉପକୃତ ହେବେ। ସେମାନେ […]

  • Friday, 02 July 2021
ଭୁବନେଶ୍ୱର-ଅହମଦାବାଦ ମଧ୍ୟରେ ଉଡିବ ବିମାନ

ଭୁବନେଶ୍ୱର: ଭାୟା ମିଡିଆ ନୁହେଁ, ଏଣିକି ସିଧାସଳଖ ଭୁବନେଶ୍ୱରରୁ ଉଡ଼ାଣ ଭରି ଅହମଦାବାଦରେ ପହଞ୍ଚିବ ବିମାନ। ପ୍ରତିଦିନ ସକାଳ ୧୧ଟା ୫୦ରେ ଭୁବନେଶ୍ୱରରୁ ବିମାନ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୨ଟା ୧୦ରେ ଅହମ୍ମଦାବାଦରେ ପହଞ୍ଚିବ। ସେହିପରି ଅହମଦାବାଦରୁ ସକାଳ ୮ଟା ୫୫ ମିନିଟ୍‌ରେ ବାହାରି ସକାଳ ୧୧ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ। କେବଳ ଏହି ଗୋଟିଏ ବିମାନ ଉଡ଼ାଣ ନୁହେଁ, ଏୟାରପୋର୍ଟସ୍‌ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଘୋଷଣା ହୋଇଛି ୱିଣ୍ଟର ସିଡ୍ୟୁଲ୍‌ ପ୍ଲାନ୍। ନୂଆ […]

  • Friday, 02 July 2021
ନିମନ୍ତ୍ରଣପତ୍ରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନାଁ ନଥିବାକୁ ନେଇ ବିବାଦ
ନିମନ୍ତ୍ରଣପତ୍ରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନାଁ ନଥିବାକୁ ନେଇ ବିବାଦ

ବଲାଙ୍ଗିର : ନିମନ୍ତ୍ରଣ ପତ୍ରରେ ନାହିଁ ନଡ୍ଡାଙ୍କ ନାଁ। ଅାସନ୍ତାକାଲି ଉଦ୍‌ଘାଟନ ହେବାକୁ ଯାଉଥିବା ବଲାଙ୍ଗିରର ସନ୍ଥ କବି ଭୀମ ଭୋଇ ମେଡିକାଲ କଲେଜ ଉଦ୍‌ଘାଟନ ଉତ୍ସବ ପାଇଁ ଛପା ଯାଇଥିବା ନିମନ୍ତ୍ରଣପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଅଛି, ହେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନାଁ ନ ରହିବାକୁ ନେଇ ତେଜିଛି ରାଜନୀତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ବିଜେପି ଅଭିଯୋଗ କରିଛି, ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଉତ୍ସବରେ ଯୋଗ ଦେବାକୁ ପୂର୍ବରୁ ସମ୍ମତି ଜଣାଇଥିଲେ ବି ତାଙ୍କ […]

  • Friday, 02 July 2021
ଓଡ଼ିଆ ଡାକ୍ତର ବସନ୍ତ କୁମାର ମିଶ୍ରଙ୍କୁ ମିଳିବ ଡା. ବି.ସି. ରାୟ ଜାତୀୟ ପୁରସ୍କାର
ଓଡ଼ିଆ ଡାକ୍ତର ବସନ୍ତ କୁମାର ମିଶ୍ରଙ୍କୁ ମିଳିବ ଡା. ବି.ସି. ରାୟ ଜାତୀୟ ପୁରସ୍କାର

ଭୁବନେଶ୍ୱର : ଓଡ଼ିଆ ଡାକ୍ତର ବସନ୍ତ କୁମାର ମିଶ୍ରଙ୍କୁ ମିଳିବ ଡାକ୍ତର ବିସି ରାୟ ଜାତୀୟ ପୁରସ୍କାର । ୨୦୧୭ ମସିହାର ଏହି ଜାତୀୟ ପୁରସ୍କାରରେ ସମ୍ମାନିତ ହେବେ ବସନ୍ତ କୁମାର ମିଶ୍ର। ମୁମ୍ବାଇ ହିନ୍ଦୁଜା ହସ୍ପିଟାଲ୍‌ରେ ନ୍ୟୁରୋସର୍ଜନ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଡାକ୍ତର ବସନ୍ତ ମିଶ୍ର । ଭାରତୀୟ ମେଡିକାଲ କାଉନ୍‌ସିଲ ପକ୍ଷରୁ ଏହି ଗୌରବମୟ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯିବ। ବିଶିଷ୍ଟ ମେଡିକାଲ୍ ଅଫିସର ଭାବେ ରାଷ୍ଟ୍ରପତିଙ୍କ ଠାରୁ ସେ ଏହି […]

  • Friday, 02 July 2021
ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟା ଜୋର ଧରିଥିବା ବେଳେ ତେଜିଲା ଅାରୋପ ପ୍ରତ୍ୟାରୋପ
ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟା ଜୋର ଧରିଥିବା ବେଳେ ତେଜିଲା ଅାରୋପ ପ୍ରତ୍ୟାରୋପ

ଭୁବନେଶ୍ୱର : ୧୯ ଭୋଟ୍ ପାଇଁ କସରତ। ସିଇଓଙ୍କ ଅଫିସ୍‌ରେ ଚାଲିଛି ସର୍ବଦଳୀୟ ବୈଠକ। ଫୋକସ୍‌ରେ ଚିଠା ଭୋଟର୍ ତାଲିକା ସଂଶୋଧନ ପ୍ରକ୍ରିୟା। ଅାସନ୍ତା ସେପ୍ଟେମ୍ବର ପହିଲାରୁ ଏହି ପ୍ରକ୍ରିୟା ଅାରମ୍ଭ ହେଉଥିବାବେଳେ ତା ପୂର୍ବରୁ ବିରୋଧୀ ଅାଣିଛନ୍ତି ସାଙ୍ଘାତିକ ଅଭିଯୋଗ। ନୂଅା ବୁଥ୍ ଗଠନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଅାଣି ବିଜେଡିକୁ ସୁହାଇଲା ଭଳି ବୁଥ୍ ଗଠନ କରାଯାଇଥିବା କହିଛି ବିଜେପି। ବାଲେଶ୍ୱର, ଭଦ୍ରକ, ମୟୁରଭଂଜ, ଯାଜପୁର ଅାଦି ଜିଲ୍ଲାରେ ଏଭଳି ଅନିୟମିତା ହୋଇଥିବା ସିଇଓଙ୍କୁ […]

  • Friday, 02 July 2021
ଦୂତୀଙ୍କୁ ଅାଉ ଦେଢ଼ କୋଟି ଦେବେ ରାଜ୍ୟ ସରକାର
ଦୂତୀଙ୍କୁ ଅାଉ ଦେଢ଼ କୋଟି ଦେବେ ରାଜ୍ୟ ସରକାର

ଭୁବନେଶ୍ୱର : ଦୂତୀଙ୍କୁ ଅାଉ ଦେଢ଼ କୋଟି ଟଙ୍କା ପୁରସ୍କାର ଦେବେ ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାସହ ଦୂତୀଙ୍କ ଅଲିମ୍ପିକ ପ୍ରସ୍ତୁତି ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜାକର୍ତ୍ତା ଏସିଅାଡ୍‌ରେ ୨ଶହ ମିଟରରେ ରୌପ୍ୟ ପାଇବା ପରେ ଏହି ପୁରସ୍କାର ଘୋଷଣା କରାଯାଇଛି।  ପୂର୍ବରୁ ମଧ୍ୟ ଦେଢ କୋଟି ଟଙ୍କା ଦେବାପାଇଁ ଘୋଷଣା ହୋଇଥିଲା। ୧୦୦ ମିଟର ଦୌଡ଼ରେ ଦୂତୀ ରୌପ୍ୟ ପଦକ ପାଇବା […]

  • Friday, 02 July 2021
ଥାନା ହାଜତ ଭିତରେ ଅଭିଯୁକ୍ତର ଅାତ୍ମହତ୍ୟା ଉଦ୍ୟମ
ଥାନା ହାଜତ ଭିତରେ ଅଭିଯୁକ୍ତର ଅାତ୍ମହତ୍ୟା ଉଦ୍ୟମ

କଟକ  : ଥାନା ହାଜତ ଭିତରେ ଅାତ୍ମହତ୍ୟା ଉଦ୍ୟମ ଅଭିଯୋଗ। ଧାରୁଅା ଅସ୍ତ୍ରରେ ନିଜ ତଣ୍ଟି କାଟିଛି ଅଭିଯୁକ୍ତ। କଟକ ଟାଙ୍ଗୀ ଥାନାରେ ଘଟିଛି ଏଭଳି ଘଟଣା । ଅଭିଯୋଗ ଅନୁଯାୟୀ, ଗତ ୨୭ତାରିଖ ବିଳମ୍ବିତ ରାତିରେ ଟାଙ୍ଗୀ ଥାନା ଗୋବିନ୍ଦପୁର ପଞ୍ଚାୟତ ଗୋକୁଳପୁର ଉପରସାହିରେ ଶିଳପୁଅାରେ ଛେଚି ସ୍ତ୍ରୀକୁ ହତ୍ୟା ନେଇ ଅଭିଯୋଗ ହୋଇଥିଲା। ଟାଙ୍ଗୀ ପୁଲିସ୍‌ ଅଭିଯୁକ୍ତ ସ୍ୱାମୀ ବଳରାମ ନାୟକଙ୍କୁ ଥାନା ହାଜତରେ ଅଟକ ରଖିଥିଲା। ମାତ୍ର ବଳରାମ ହାଜତ ଭିତରେ ଅାତ୍ମହତ୍ୟା […]

  • Friday, 02 July 2021
ଅାୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦମ୍ପତି ଗିରଫ
ଅାୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦମ୍ପତି ଗିରଫ

ଛତ୍ରପୁର : ଶେଷରେ ଗିରଫ ହେଲେ ଛତ୍ରପୁର ତହସିଲଦାର ବିଜୟ କେତନ ସାହୁ ଏବଂ ପତ୍ନୀ ନଳିନୀ ପୃଷ୍ଟି। ଅାୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦମ୍ପତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଛତ୍ରପୁର ତହସିଲଦାରଙ୍କ ପତ୍ନୀ ନଳିନୀ ପୃଷ୍ଟି ଏବେ ଓପେପା ଅାକାଉଣ୍ଟସ୍ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି। ଗତକାଲି ଉଭୟଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ। ଅାୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ପରେ ଭୁବନେଶ୍ୱର, ପୁରୀ, ଛତ୍ରପୁର ଏବଂ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ […]

  • Friday, 02 July 2021
ଅନର୍ କିଲିଂ ରୋକିବାକୁ ଗୃହ ବିଭାଗର SOP
ଅନର୍ କିଲିଂ ରୋକିବାକୁ ଗୃହ ବିଭାଗର SOP

ଭୁବନେଶ୍ୱର : ରାଜ୍ୟରେ ଅନର କିଲିଂ ରୋକିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ଗୃହ ବିଭାଗର ନିର୍ଦ୍ଦେଶ। ପୁଲିସ ଡିଜି ଏବଂ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଅାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏସ୍ଓପି ଜାରି କରିଛି ବିଭାଗ। ଅନର କିଲିଂ ଭଳି ଘଟଣା ଘଟୁଥିବା ଜିଲ୍ଲା, ଗାଁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଅାଯାଇଛି। ଏଥିସହ ଅନ୍ତଃଜାତି ଓ ଅନ୍ତଃଧର୍ମ ବିବାହ ହେଉଥିଲେ IICଙ୍କୁ ସତର୍କ ରହିବାକୁ କୁହାଯାଇଛି। କଙ୍ଗାରୁ କୋର୍ଟ ହେଲେ ତୁରନ୍ତ […]

  • Friday, 02 July 2021
ପୋଲ ଉପରେ ୪ ଫୁଟ୍‌ର ବନ୍ୟା ଜଳ

କଟକ: ମହାନଦୀରେ ବନ୍ୟା ପାଣି ଆସିବା ଯୋଗୁ କଟକ ଜିଲ୍ଲା ଆଠଗଡ଼ର କିଛି ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଉତ୍ତର ବାଙ୍କୀ ବ୍ଲକ୍‌ର ସୁବର୍ଣ୍ଣପୁର-ରାତାଗଡ଼ ରାସ୍ତାର ହୁଳୁହୁଳା ପୋଲ ଉପରେ ୪ ଫୁଟ୍ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ରତାଗଡ଼, ଗୋପାଳପୁର, ଲୋଚନପୁର ଓ ବନ୍ଦାଳ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ତିଗିରିଆ ବ୍ଲକ୍‌ର ଖଣ୍ଡହତା, ଗଦାଧରପୁର, ବାଉଁଶପୁଟ ଭଳି ଅନେକ ଗାଁକୁ  ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବନ୍ୟାଜଳ ପ୍ରବାହିତ ହେବା ଫଳରେ ଏହି […]

  • Friday, 02 July 2021
‘ମାଇଁ ହାର୍ଟ ବିଟ୍‌ସ ଫର ହକି’ କ୍ୟାମ୍ପେନିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
‘ମାଇଁ ହାର୍ଟ ବିଟ୍‌ସ ଫର ହକି’ କ୍ୟାମ୍ପେନିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନଭେମ୍ବର ୨୮ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍ ହକି। ଏଥିଲାଗି ଅାଜିଠୁ ଅାରମ୍ଭ ହୋଇଛି ୯୦ ଦିନିଅା କାଉଣ୍ଟଡାଉନ୍। ‘ମାଇଁ ହାର୍ଟ ବିଟ୍ସ ଫର ହକି’ ନାଁରେ ଏହି  କ୍ୟାମ୍ପେନିଂର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ବିଶ୍ୱକପ୍ ଲାଗି ଅାଜିଠୁ ବିଧିବଦ୍ଧ ପ୍ରମୋସନ ମଧ୍ୟ ଅାରମ୍ଭ ହୋଇଛି। ଲଣ୍ଡନ, ବେଙ୍ଗାଲୁରୁ,ପୁଣେ, ଦିଲ୍ଲୀ ଓ ମୁମ୍ବାଇ ପରେ ଓଡ଼ିଶାରେ ଅାରମ୍ଭ ହୋଇଛି ପ୍ରଚାର ଅଭିଯାନ। ତାସହିତ ବିଶ୍ୱକପ୍‌ ପୂର୍ବରୁ ରାଜଧାନୀକୁ ସଜାଇବା […]

  • Friday, 02 July 2021
ମହାନଦୀକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ପୁଣି ବିବାଦ
ମହାନଦୀକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ପୁଣି ବିବାଦ

ଭୁବନେଶ୍ୱର : ଛତିଶଗଡ଼ରେ ପ୍ରବଳ ବର୍ଷା। ଜଳଭଣ୍ଡାରରେ ବଢୁଛି ଜଳସ୍ତର। ମହାନଦୀ ଦେଖାଇଲାଣି କରାଳ ରୂପ। କଲ୍‌ମା ଭଳି  ହୀରାକୁଦ ଉପର ମୁଣ୍ଡରେ ଥିବା ଶିବରି ନାରାୟଣ ବ୍ୟାରଜ୍ ଉପରେ ଚାଲିଛି ଅାଣ୍ଠୁଏ ଉଚ୍ଚର ପାଣି। କଲ୍‌ମା ବ୍ୟାରଜର ଉପର ମୁଣ୍ଡରେ ଥିବା ଗାଁ, ମନ୍ଦିର ସବୁକିଛି ପାଣି ଘେରରେ। ଓଡ଼ିଶାରେ ମହାନଦୀ ପ୍ରବେଶ କରିଥିବା ସୁଖାସୋଡ଼ାର ଦୃଶ୍ୟ ମଧ୍ୟ କିଛି ଏହିପରି । ନଦୀରେ ପାଣି ଭର୍ତ୍ତି। ମହାନଦୀ ଫୁଲିବା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି। […]

  • Friday, 02 July 2021
ରେକର୍ଡ ଛୁଇଁଲା ପେଟ୍ରୋଲ ଓ ଡିଜେଲ ଦର
ରେକର୍ଡ ଛୁଇଁଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର : ପୁଣି ତୈଳ ବଜାରରେ ନିଆଁ। ମାସକ ଭିତରେ ପେଟ୍ରୋଲ ଲିଟର ପିଛା ବଢ଼ିଲାଣି ପାଖାପାଖି ଅଢେଇ ଟଙ୍କା। ରାଜଧାନୀ ଭୁବନେଶ୍ୱରରେ ଅାଜି ପେଟ୍ରୋଲ ଲିଟର ୭୭ ଟଙ୍କା ୧୪ ପଇସାରେ ପହଞ୍ଚିଥିବାବେଳେ ଡିଜେଲ ୭୪ଟଙ୍କା ୯୨ ପଇସାରେ ପହଞ୍ଚିଛି। ବଲାଙ୍ଗିର ଓ ବ୍ରହ୍ମପୁର ଭଳି ସହରରେ ପେଟ୍ରୋଲ ୭୮ ଟଙ୍କା ଓ ଡିଜେଲ୍ ଲିଟର ପିଛା ୭୫ଟଙ୍କା ପାର୍ କରିଛି। ତେବେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପେଟ୍ରୋଲ ୮୦ ଟଙ୍କା ଛୁଇଁଥିବାବେଳେ ରାୟଗଡ଼ାରେ […]

  • Friday, 02 July 2021
ତେଜିଲା ପୁଲିସ-ଓକିଲ ବିବାଦ
ତେଜିଲା ପୁଲିସ-ଓକିଲ ବିବାଦ

କଟକ : କଟକରେ ଓକିଲଙ୍କୁ ପୁଲିସର ମାଡ଼ ଅଭିଯୋଗ ଘଟଣା ପରେ ତେଜିଲା ପୁଲିସ-ଓକିଲ ବିବାଦ। ଅାଜି RDC ଅଫିସ୍ ସାମ୍ନାରେ ଏକ ପିସିଅାର୍ ଭ୍ୟାନ୍‌କୁ ପୋଡ଼ି ଦେଇଛନ୍ତି। କଟକ ନୂଅାବଜାର ଅଞ୍ଚଳରେ ଗତକାଲି ଏକ ସଡ଼କ ଦୁର୍ଘଟଣାକୁ ନେଇ ଅାଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସହ ପିସିଅାର ଭ୍ୟାନ୍‌ରେ ଥିବା କର୍ମଚାରୀଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ପୁଲିସ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଏତଲା ହେବା ସହ ଅାଇନଜୀବୀମାନେ ଥାନା ଘେରାଉ […]

  • Friday, 02 July 2021
ବିଶ୍ୱ ବଜାରରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ
ବିଶ୍ୱ ବଜାରରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ

ମୁମ୍ବାଇ : ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ସର୍ବକାଳୀନ ରେକର୍ଡ ସ୍ତରକୁ ହ୍ରାସ। ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ ୭୦ ଟଙ୍କା ୫୨ ପଇସାକୁ ହ୍ରାସ ପାଇଛି। ମୁଖ୍ୟତଃ ବିଶ୍ୱ ବଜାରରେ ଭାରତୀୟ ଟଙ୍କା ତୁଳନାରେ ଅାମେରୀକୀୟ ଡଲାର ଚାହିଦା ବୃଦ୍ଧି ପାଇଛି। ବିଶ୍ୱବଜାରରେ ଅଶୋଧିକ ତୈଳଦର ବୃଦ୍ଧି ପାଇଥିବାରୁ ଡଲାର ମୂଲ୍ୟ ବୃଦ୍ଧି ପାଇଥିବା କୁହାଯାଉଛି। ବିଶ୍ୱ ବଜାରରେ ଅନ୍ୟ ରାଷ୍ଟ୍ରର ମୁଦ୍ରା ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ପାଇଛି।

  • Friday, 02 July 2021