• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ବନ୍ୟା ପାଣି ଗିଳିସାରିଲାଣି ଶହ ଶହ ଗାଁ
ବନ୍ୟା ପାଣି ଗିଳିସାରିଲାଣି ଶହ ଶହ ଗାଁ

ଭୁବନେଶ୍ୱର: ମାଡ଼ି ଚାଲିଛି ବୈତରଣୀର ବନ୍ୟା ପାଣି। କେଉଁଠି ଲହଡ଼ି ଭାଙ୍ଗୁଛି ତ ଅାଉ କେଉଁଠି ଖେଳୁଛି ଭଉଁରୀ। ରାସ୍ତାଘାଟ, ଗାଁ ଦାଣ୍ଡ, ପଞ୍ଚାୟତ ଅଫିସ, ମନ୍ଦିର ସବୁକିଛି ଏବେ ଜଳବନ୍ଦୀ ଅବସ୍ଥାରେ। ବୈତରଣୀ ନଦୀର ଉଛୁଳା ବନ୍ୟାପାଣି ମାଡ଼ରେ ସାଂଘାତିକ ଅବସ୍ଥା ସୃଷ୍ଟି ହୋଇଛି ଭଦ୍ରକ ଜିଲ୍ଲାରେ। ବିଶେଷ କରି ଭଦ୍ରକ ସମେତ ଚାନ୍ଦବାଲି, ଧାମନଗର ଏବଂ ଭଣ୍ଡାରୀପୋଖରୀ ବ୍ଲକର ୧୨୦ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହୋଇଛି ଏହି ବନ୍ୟାରେ। ଶହ ଶହ ଗାଁ ଏବଂ […]

  • Friday, 02 July 2021
ଭାରତ ବନ୍ଦ ଡାକରା ପାଇଁ ସୋମବାର ରାଜ୍ୟର ସମସ୍ତ ସ୍କୁଲ୍‌ ଛୁଟି
ଭାରତ ବନ୍ଦ ଡାକରା ପାଇଁ ସୋମବାର ରାଜ୍ୟର ସମସ୍ତ ସ୍କୁଲ୍‌ ଛୁଟି

ଭୁବନେଶ୍ୱର: ଆସନ୍ତା ସୋମବାର ରାଜ୍ୟର ସମସ୍ତ ସ୍କୁଲ୍‌ ଛୁଟି ରହିବ। ତୈଳ ଦର ବୃଦ୍ଧି ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡ଼ାକରା ଦିଆଯାଇଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ୍‌ ଛୁଟି ଘୋଷଣା କରିଛନ୍ତି। ଭାରତ ବନ୍ଦ ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ ସ୍କୁଲ ଛୁଟି କରିବାକୁ ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

  • Friday, 02 July 2021
ଫୋକସ୍‌ ୨୦୧୯: ବିଜେପିର ୨ ଦିନିଅା ଜାତୀୟ କାର୍ଯ୍ୟକାରିଣୀ
ଫୋକସ୍‌ ୨୦୧୯: ବିଜେପିର ୨ ଦିନିଅା ଜାତୀୟ କାର୍ଯ୍ୟକାରିଣୀ

ନୂଆଦିଲ୍ଲୀ: ଫୋକସ୍‌ରେ ୨୦୧୯। ତା’ ସହିତ ଅାଗକୁ ଥିବା ୪ ରାଜ୍ୟର ବିଧାନସଭା ନିର୍ବାଚନ। ଦିଲ୍ଲୀରେ ଅାଜିଠାରୁ ଅାରମ୍ଭ ହୋଇଥିବା ବିଜେପିର ଦୁଇ ଦିନିଅା ଜାତୀୟ କାର୍ଯ୍ୟକାରିଣୀରେ ଏହି ଦୁଇଟି ପ୍ରସଙ୍ଗରେ ମୁଖ୍ୟତଃ ଅାଲୋଚନା ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଓ ସଭାପତି ଅମିତ ଶାହାଙ୍କ ସହିତ ସବୁ ବରିଷ୍ଠ ନେତା ଯୋଗ ଦେଉଛନ୍ତି। ତେବେ ମୋଦି ଅାଜିର ଅାଲୋଚନାରେ ଯୋଗ ନଦେଇ ଅାସନ୍ତାକାଲି ଯୋଗ ଦେବେ। କାର୍ଯ୍ୟକାରିଣୀରେ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରଣନୀତି।  ପ୍ରତ୍ୟେକ […]

  • Friday, 02 July 2021
ନବରଙ୍ଗପୁର ଜିଲ୍ଲାରେ ମହିଳା ଚାଷୀଙ୍କ ଅାତ୍ମହତ୍ୟା ଅଭିଯୋଗ

ନବରଙ୍ଗପୁର: ନବରଙ୍ଗପୁରରେ ମହିଳା ଚାଷୀଙ୍କ ଅାତ୍ମହତ୍ୟା ଅଭିଯୋଗ। ମୃତ ଚାଷୀଙ୍କ ନାଁ ପଦ୍ମାବତୀ ମୁଦୁଲି ତାଙ୍କ ଘର ତେନ୍ତୁଳିଖୁଣ୍ଟି ବ୍ଲକର ଆଉଁଳିମା ଗାଁରେ। ବର୍ଷାରେ ଫସଲ ଉଜୁଡ଼ି ଯିବାରୁ ଗତକାଲି ସେ ବିଷ ପିଇ ଦେଇଥିଲେ। ଅାଜି ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି। ସେ ଏକ ଘରୋଇ ସଂସ୍ଥାଠାରୁ ଋଣ ଅାଣି ୨ଏକର ଜମିରେ ଚାଷ କରିଥିଲେ। କିନ୍ତୁ ବର୍ଷାରେ ଫସଲ ଉଜୁଡ଼ିଯିବାରୁ ସେ ଚିନ୍ତାରେ ଥିଲେ ବୋଲି ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି।

  • Friday, 02 July 2021
ଓଡିଶା ସମେତ ୯ଟି ରାଜ୍ୟକୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା
ଓଡିଶା ସମେତ ୯ଟି ରାଜ୍ୟକୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା

ନୂଆଦିଲ୍ଲୀ: ସହରାଞ୍ଚଳରେ ବାସହୀନ ଲୋକମାନଙ୍କ ଥଇଥାନ ପାଇଁ ପଦକ୍ଷେପ ନେଇ ନଥିବାରୁ ୯ଟି ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। ଏ ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଓଡିଶା ସମେତ ୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାସହୀନଙ୍କ ଥଇଥାନ ସମ୍ପର୍କିତ କମିଟିରେ ସାମାଜିକ କର୍ମୀଙ୍କୁ ସାମିଲ କରାଯାଇ ନଥିବାରୁ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ମଦନ ଲୋକୁର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ […]

  • Friday, 02 July 2021
ଲୋକଙ୍କ ମନରେ ପୁଲିସ୍‌ ସଂପର୍କରେ ଭଲ ଧାରଣା ସୃଷ୍ଟି କରିବାକୁ ପ୍ରୟାସ

ଭୁବନେଶ୍ୱର: ସ୍କୁଲ ପିଲାମାନଙ୍କୁ ପୁଲିସ୍‌ ବିଷୟରେ ଅବଗତ କରାଇବା ପାଇଁ କମିଶନରେଟ ପୁଲିସ୍‌ ଏକ ଅଭିବନ ପଦକ୍ଷେପ ନେଇଛି। ଏଥିପାଇଁ ଆରମ୍ଭ କରାଯାଇଛି KNOW YOUR POLICE କାର୍ଯ୍ୟକ୍ରମ। ଅର୍ଥାତ୍ ଆପଣଙ୍କ ପୁଲିସ୍‌କୁ ଜାଣନ୍ତୁ। ରାଜଧାନୀର କ୍ୟାପିଟାଲ ଥାନା ଓ ନନ୍ଦନକାନନ ଥାନାରେ ଏହି କାର୍ଯ୍ୟକ୍ରମକୁ ପୁଲିସ୍‌ କମିଶନର ସତ୍ୟଜିତ୍‌ ମହାନ୍ତି ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଥାନାକୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନିଆଯାଇ ପୁଲିସ୍‌ର କାମ କ’ଣ, କେମିତି କାମ କରାଯାଏ ଇତ୍ୟାଦି ସଂପର୍କରେ ବୁଝାଯାଇଛି। ଏହା […]

  • Friday, 02 July 2021
ରାସ୍ତା କଡ଼ରେ ଥୁଅା ହୋଇଥିଲା କାର୍, ହଠାତ୍‌ ନିଅାଁ ଲାଗି ଜଳିଗଲା

ଖୋର୍ଦ୍ଧା: ଖୋର୍ଦ୍ଧା ପୁରୁଣା ଦମକଳ କେନ୍ଦ୍ର ନିକଟରେ ଜଳିଗଲା କାର୍। ରାସ୍ତା କଡ଼ରେ ଥୁଅା ହୋଇଥିବା କାର୍‌ରେ ନିଆଁ ଲାଗି ଜଳିଗଲା। ତେବେ କାରଟି ଜଳିବା ଅବସ୍ଥାରେ ସେଥିରେ କେହି ନଥିଲେ। ଖବର ପାଇ ଖୋର୍ଦ୍ଧା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ। ସେତେବେଳକୁ ଗାଡ଼ିଟି ସଂପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା। ତେବେ ଗାଡିଟି ସ୍ଥାନୀୟ ମଠସାହି ଅଂଚଳର ବୋଲି ଜଣାପଡିଛି। ତେବେ କେମିତି ନିଆଁ ଲାଗିଲା ବା କେହି ଲଗାଇଦେଲେ, ତାହା ସ୍ପଷ୍ଟ ହୋଇନି।

  • Friday, 02 July 2021
ଭିଡିଓ ଭାଇରାଲ ଘଟଣା: ଦେବେନ୍ଦ୍ର କହଁରଙ୍କୁ ଖୋଜିବ ସ୍ପେଶାଲ୍ ସ୍କ୍ୱାଡ୍

ଫୁଲବାଣୀ: ଯୌନ ବ୍ୟଭିଚାର ଭିଡିଓ ଭାଇରାଲ ଘଟଣାରେ ଫୁଲବାଣୀର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଦେବେନ୍ଦ୍ର କହଁରଙ୍କୁ ଖୋଜିବ କନ୍ଧମାଳ ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍। ଅାଜି ଏ ନେଇ ଏକ ପ୍ରେସ୍ ମିଟ୍‌ରେ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍‌ପି ପ୍ରତୀକ ସିଂହ। ସେ କହିଛନ୍ତି, ଘଟଣାକୁ ଗୁରୁତ୍ୱର ସହ ନେଇଛି କନ୍ଧମାଳ ପୋଲିସ। ଭାଇରାଲ ଭିଡିଓ ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଛି। ଭିଡିଓ ଭାଇରାଲ କରିଥିବା ମହିଳାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। […]

  • Friday, 02 July 2021
ପୁଣି ବିଷ ଓଗାଳିଲେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ

ଭୁବନେଶ୍ୱର: ପ୍ରଥମେ ଚାରା, ତାପରେ ଓମ୍‌ଫେଡ୍‌ ଦୁର୍ନୀତି, ଆଉ ଏବେ ସମବାୟ ବ୍ୟାଙ୍କ ପ୍ରସଙ୍ଗରେ ବିଷ ଓଗାଳିଛନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ। ସମବାୟ ବ୍ୟାଙ୍କ ଋଣରେ ୭୦୦ରୁ ୮୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। ୬୦ ଭାଗ ଋଣ ଅଣଚାଷ ପାଇଁ ଦିଆଯାଇଥିବା ବେଳେ ବାକି ୪୦ ଭାଗ ଋଣ କେବଳ କାଗଜ କଲମରେ ସୀମିତ ରହିଥିବା ଅଭିଯୋଗ ଉଠାଇଛନ୍ତି ଦାମ। ଦାମ କହିଛନ୍ତି, ‘ସେତେବେଳେ ଏମ୍‌ଡି ଥିଲେ ତୁଷାରକାନ୍ତି ପଣ୍ଡା। ଦୁର୍ନୀତିର ତଦନ୍ତ […]

  • Friday, 02 July 2021
ଜୋରସୋରରେ ଚାଲିଛି ଗଣପତିଙ୍କ ମୂର୍ତ୍ତି କାମ

ଖୋର୍ଦ୍ଧା: କିଏ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛି ତ ଅାଉ କିଏ ଖଡ଼ି ରଙ୍ଗ। ଜୋରସୋରରେ ଚାଲିଛି ଗଣପତିଙ୍କ ମୂର୍ତ୍ତି କାମ। ଅାଗକୁ ଗଣେଶ ପୂଜା ଅାସୁଥିବା ବେଳେ ଖୋର୍ଦ୍ଧା ଜଟଣୀ କୁଦିଅାରି ବଜାରରେ ଜୋରସୋରରେ ଚାଲିଛି ପୂଜା ପ୍ରସ୍ତୁତି। ଚଳିତ ବର୍ଷ ମୁଖ୍ୟ ଅାକର୍ଷଣ ରହିବ ବାଲ୍ ଗଣେଶଙ୍କ ଠାରୁ ଅାରମ୍ଭ କରି ବାହୁବଲି ଏବଂ ନାଗା ବେଶଧାରୀ ଗଣେଶ ମେଢ଼। ଲଘୁଚାପ ବର୍ଷା ମୂର୍ତ୍ତି ତିଅାରିରେ ସମାନ୍ୟ ସମସ୍ୟା ସୃଷ୍ଟି କରୁଥିଲେ ମଧ୍ୟ ନିଜନିଜ […]

  • Friday, 02 July 2021
ଯୌନ କେଳେଙ୍କାରୀ ଅଡୁଅାରେ ଶାସକ ଦଳର ଏହି ନେତା

ଫୁଲବାଣୀ: ପୁଣି ଯୌନ କେଳେଙ୍କାରୀ ଅଡୁଅାରେ ଶାସକ ଦଳର ନେତା। ମୋବାଇଲ୍‌ରୁ ମୋବାଇଲ୍‌ ବୁଲୁଛି ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁରଙ୍କ ଯୌନ ବ୍ୟଭିଚାରର ଭିଡିଓ। ଏବେ ପ୍ରଶ୍ନ ଉଠୁଛି ଭିଡିଓରେ ଥିବା ଯୁବତୀ ଜଣକ କିଏ? ରସିକିଅା ନେତାଙ୍କର ଏଭଳି କେତେ ଜଣ ଯୁବତୀଙ୍କ ସହ ସଂପର୍କ ରହିଛି ? କାରଣ କିଛି ଦିନ ତଳେ ଫୁଲବାଣୀର ଜଣେ ଯୁବତୀ କହଁରଙ୍କ ନାଁରେ ଅାଣିଥିଲେ ଅସଦାଚରଣ ଅଭିଯୋଗ। କହଁର ତାଙ୍କୁ ବ୍ଲାକ୍‌ମେଲ୍ କରୁଥିବା ଯୁବତୀ ଜଣଙ୍କ […]

  • Friday, 02 July 2021
ରୋଡ୍‌ ରୋମିଓକୁ ପିଟିଲେ ଯୁବତୀ

ଭୁବନେଶ୍ୱର: ମହଙ୍ଗା ପଡିଲା କମେଣ୍ଟ ମରା। ରୋଡ୍‌ ରୋମିଓକୁ ପିଟିଲେ ଯୁବତୀ। ଖବର ମୁତାବକ, ଖଣ୍ଡଗିରି ଜୟଦେବବାଟିକାରୁ ଘାଟିକିଅା ଅଭିମୁଖେ ଯୁବତୀ ଜଣଙ୍କ ଅାସୁଥିଲେ। ଏହି ସମୟରେ ଯୁବକ ଜଣଙ୍କ ତାଙ୍କୁ ପିଛା କରିବା ସହିତ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଏମିତିକି ପିଛା କରି ଯୁବତୀଙ୍କ ଘର ପର୍ଯ୍ୟନ୍ତ ଯାଇଥିଲେ। ରାସ୍ତାରେ ହଇରାଣ ହରକତ କରୁଥିବାରୁ ଯୁବତୀ ଜଣଙ୍କ କିଛି ସ୍ଥାନୀୟ ଲୋକ ଓ ପଡୋଶୀଙ୍କୁ ଡାକି ଉକ୍ତ ଯୁବକକୁ ନିର୍ଧୁମ ପିଟିଥିଲେ। ତେବେ ଏନେଇ ଥାନାରେ […]

  • Friday, 02 July 2021
ଏଲ୍‌ପିଜି ଟ୍ୟାଙ୍କର୍‌ରୁ ଗ୍ୟାସ୍ ଲିକ୍‌, ଲୋକେ ଆତଙ୍କିତ

ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥ ଚନ୍ଦ୍ରବାହାଳ ନିକଟରେ ଏଲପିଜି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍‌। ଫଳରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଅାଖପାଖ ଅଂଚଳର ଲୋକେ ବି ଏହାକୁ ନେଇ ଭୟଭୀତ ହେବା ସହ ରାସ୍ତାର ଉଭୟ ପାଖରେ ଶତାଧିକ ଗାଡ଼ି ଅଟକି ରହିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ତେବେ ଖବର ପାଇ ଅଗ୍ନିଶମ ବିଭାଗର ୩ଟି ଗାଡ଼ି ଗ୍ୟାସ୍ ଲିକେଜ୍‌କୁ ବନ୍ଦ କରିବା ପାଇଁ ଉଦ୍ୟମ କରୁଛନ୍ତି। ତେବେ ଗାଡ଼ି ନିକଟକୁ ନ ଯିବା ପାଇଁ […]

  • Friday, 02 July 2021
ଶିକ୍ଷକଙ୍କ ଅାନ୍ଦୋଳନ ସ୍ଥଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜଧାନୀରେ ଶିକ୍ଷକଙ୍କ ଅାନ୍ଦୋଳନ ସ୍ଥଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆନ୍ଦୋଳନରତ ଶିକ୍ଷକଙ୍କ ସହିତ ଆଲୋଚନା କରି ଏହାର ସମାଧାନ କରିବାକୁ ସେ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି। ଶିକ୍ଷକଙ୍କ ଅାନ୍ଦୋଳନ ଯୋଗୁଁ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ମଧ୍ୟ ସେ ଚିନ୍ତାପ୍ରକାଶ କରିଛନ୍ତି। ୨୩ ଦିନ ଧରି ଜାରି ରହିଛି ବ୍ଲକ୍‌ଗ୍ରାଣ୍ଟ୍ ଶିକ୍ଷକ ସଂଘର ଅାନ୍ଦୋଳନ। ଏହି କାରଣରୁ ରାଜ୍ୟର ସବୁ ବ୍ଲକ୍‌ଗ୍ରାଣ୍ଟ୍ ସ୍କୁଲ, କଲେଜ ସହ ପ୍ରାଥମିକ ସ୍କୁଲରେ ଶିକ୍ଷାଦାନ ଠପ୍ ହୋଇପଡ଼ିଛି। […]

  • Friday, 02 July 2021
ବିଧାନସଭାରେ ଉଠିଲା ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗ
ବିଧାନସଭାରେ ଉଠିଲା ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗ

ଭୁବନେଶ୍ୱର : ବିଧାନସଭାରେ ଉଠିଲା ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗ। ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ସରିଥିବାରୁ କମିଶନ ନିଜେ କାର୍ଯ୍ୟକାଳ ବଢାଇବା ପାଇଁ ସରକାରଙ୍କୁ ଅନୁରୋଧ କରିଥିବା କହିଥିଲେ ବିଜେପି ବିଧାୟକ ଦଳ ନେତା କେ.ଭି ସିଂଦେଓ। ଅନ୍ୟପଟେ ତଦନ୍ତ କମିଶନଙ୍କ ରିପୋର୍ଟ ମିଳିବା ପରେ ଏ ନେଇ ଅନୁଧ୍ୟାନ କରାଯିବ ବୋଲି କହିଥିଲେ ଅାଇନ ମନ୍ତ୍ରୀ ପ୍ରତାପ ଜେନା। ଏଥିସହ ରତ୍ନଭଣ୍ଡାର ସଂପତ୍ତି ଅନୁଧ୍ୟାନ କରାଯାଇ ୧୯୭୮ ମସିହାରେ ଗଚ୍ଛିତ ଅଳଙ୍କାର […]

  • Friday, 02 July 2021
ମେଡିକାଲରୁ ଡିସ୍‌ଚାର୍ଜ ହେଲା ଲୋମଶ ଶିଶୁ କାହ୍ନା
ମେଡିକାଲରୁ ଡିସ୍‌ଚାର୍ଜ ହେଲା ଲୋମଶ ଶିଶୁ କାହ୍ନା

ଗଞ୍ଜାମ : ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଗୟାଗଣ୍ଡା ଗ୍ରାମର ଲୋମଶ ଶିଶୁ କାହ୍ନା ଏମ୍‌କେସିଜି ମେଡିକାଲରୁ ଡିସ୍‌ଚାର୍ଜ ହୋଇଛି। ପ୍ରଥମ ପର୍ଯ୍ୟାୟ ପ୍ଲାଷ୍ଟିକ୍ ସର୍ଜରୀର ମାସେ ପରେ ତାକୁ ଡିସ୍‌ଚାର୍ଜ କରାଯାଇଛି। କାହ୍ନା ମୁହଁର ବାମ ପାର୍ଶ୍ୱରେ ରହିଥିବା ଲୋମଶ ଚମଡ଼ା ଓ ଝୁଲି ରହିଥିବା ମାଂସ ପିଣ୍ଡୁଳାକୁ ଗତ ଜୁଲାଇ ୨୬ରେ ପ୍ଲାଷ୍ଟିକ୍ ସର୍ଜରୀ ଦ୍ୱାରା ବାହାର କରାଯାଇଥିଲା। କିନ୍ତୁ ଏବେବି କାହ୍ନାର ଛାତିରେ ମାଂସ ପିଣ୍ଡୁଳା ରହିଛି। ଡିସ୍‌ଚାର୍ଜର ୧୫ ଦିନ ପରେ ଚେକ୍ଅପ୍ […]

  • Friday, 02 July 2021
ଓମ୍‌ଫେଡ୍ ମିଲ୍‌କ ପାଉଚ୍ ପଲିଥିନ କିଣାରେ ଦୁର୍ନୀତି ଅଭିଯୋଗ
ଓମ୍‌ଫେଡ୍ ମିଲ୍‌କ ପାଉଚ୍ ପଲିଥିନ କିଣାରେ ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର : ଚାରା ପରେ ଅାଜି ଅାଉ ଏକ ଦୁର୍ନୀତି ଅଭିଯୋଗ ଅାଣିଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ। ଓମ୍‌ଫେଡ୍ ମିଲ୍‌କ ପାଉଚ୍ ପଲିଥିନ କିଣାରେ ୩୦ କୋଟିର ଦୁର୍ନୀତି ଅଭିଯୋଗ ଅାଣିଛନ୍ତି। ତତ୍କାଳୀନ ଓମ୍‌ଫେଡ୍‌ ଏମ୍‌ଡି ଭିଜିଲାନ୍ସ ତଦନ୍ତ ପାଇଁ ଲେଖିଥିଲେ। କିନ୍ତୁ ସରକାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ବୋଲି ସେ କହିଛନ୍ତି। ସେହିପରି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସମୟରେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ ଅାଣି ମନ୍ତ୍ରୀପଦ ଯିବାରେ ମହାରଥୀ ଅନ୍ୟତମ […]

  • Friday, 02 July 2021
ବିନା ଅନୁମତିରେ ଅନୁପସ୍ଥିତ ରହିଲେ ଶିକ୍ଷକଙ୍କ ଦରମା ବନ୍ଦ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଶିକ୍ଷକମାନେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଥିବା ବେଳେ ସେପଟେ ଶିକ୍ଷକଙ୍କୁ ସରକାର ନାଲିଆଖି ଦେଖାଇଛନ୍ତି । ବିନା ଅନୁମତିରେ ଅନୁପସ୍ଥିତ ଥିବା ଶିକ୍ଷକ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଚୁକ୍ତି ନବୀକରଣ ନ କରିବାକୁ ମଧ୍ୟ ନର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ଅଧିକାରୀ ଏବଂ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ସ୍କୁଲ […]

  • Friday, 02 July 2021
ଲଗାଣ ବର୍ଷାକୁ ନେଇ ବିଏମ୍‌ସିର ତତ୍ପରତା

ଭୁବନେଶ୍ୱର: ଲଗାଣ ବର୍ଷାକୁ ନେଇ ବିଏମ୍‌ସିର ତତ୍ପରତା। ସ୍ଥିତି ଅନୁଧ୍ୟାନ ପାଇଁ ୬୭ଟି ଓ୍ୱାର୍ଡରେ ବିଏମ୍‌ସିର ୧୩ଟି ଟିମ୍ ନିୟୋଜିତ ହୋଇଥିବା ବେଳେ ୪୦ ଇଞ୍ଜିନିୟରଙ୍କୁ ବିଏମ୍‌ସି ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍ ସହ ସ୍ୱତନ୍ତ୍ର ଅପରେସନ୍‌ ସେଣ୍ଟର ମଧ୍ୟ ଖୋଲାଯାଇଥିବା ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ବିଏମ୍‌ସିର କଣ୍ଟ୍ରୋଲ୍ ରୁମ୍ ନମ୍ବର ରହିଛି ୦୬୭୪ ୨୪୩୨୨୮୧। ସେହିପରି ବିଏମ୍‌ସି ଅପରେସନ୍‌ ସେଣ୍ଟର ନମ୍ବର ହେଉଛି ୧୮୦୦ ୩୪୫୦୦୬।

  • Friday, 02 July 2021
ଦଶହରାରେ ପରଦାକୁ ଆସିବ ଓଡ଼ିଆ ଫିଲ୍ମ ‘ପ୍ରେମ୍‌କୁମାର’

ଭୁବନେଶ୍ୱର: ଚଳିତ ବର୍ଷ ଦଶହରାରେ ପରଦାକୁ ଆସିବ ଓଡ଼ିଆ ଫିଲ୍ମ ‘ପ୍ରେମ୍‌କୁମାର-ସେଲ୍‌ସ୍‌ ମ୍ୟାନ ଅଫ୍ ଦ ଇୟର’। ଏହି ଫିଲ୍ମଟି ତରଙ୍ଗ ସିନେ ପ୍ରଡକ୍ସନ୍‌ ବ୍ୟାନରରେ ନିର୍ମିତ ହୋଇଛି। ଫିଲ୍ମ ରିଲିଜ୍‌ ପୂର୍ବରୁ ଏହାର ଅଡିଓ ରିଲିଜ୍‌ କରାଯାଇଛି। ଗତକାଲି ସଂଧ୍ୟାରେ ଭୁବନେଶ୍ୱର ଏସ୍‌ପ୍ଲାନେଡ୍‌ ୱାନ୍‌ ମଲ୍‌ରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହାର ଅଡିଓ ରିଲିଜ୍‌ କରାଯାଇଛି। ଅଡିଓ ରିଲିଜ୍‌ ବେଳେ ଫିଲ୍ମର ପୂରା ୟୁନିଟ୍‌ ଉପସ୍ଥିତ ଥିଲେ। ପ୍ରେମ୍ ଆନନ୍ଦ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା […]

  • Friday, 02 July 2021
ଗାନ୍ଧି ଜୟନ୍ତୀରୁ ନିଷେଧ ହେବ ପ୍ଲାଷ୍ଟିକ୍

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ରାଜ୍ୟର ୫ଟି ସହରରେ ପ୍ଲାଷ୍ଟିକ୍‌ ଓ ପଲିଥିନ ବ୍ୟାଗର ବ୍ୟବହାର ନିଷେଧ ହେବ। ଏହି କଟକଣା ଜାରି କରାଯିବା ପୂର୍ବରୁ ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଡ୍ରାଫ୍ଟ ରିପୋର୍ଟ ପ୍ରକାଶ ପାଇଛି । ସାଧାରଣ ଲୋକଙ୍କ ପାଇଁ ନିୟମାବଳୀ କ’ଣ ରହିବ, ସେ ନେଇ ଡ୍ରାଫ୍ଟ ରିପୋର୍ଟରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି। ଏହି ନୂଆ କଟକଣା ଅନୁସାରେ କୌଣସି ବ୍ୟକ୍ତି ପ୍ଲାଷ୍ଟିକ୍‌ ଦ୍ରବ୍ୟ ବିକ୍ରି, […]

  • Friday, 02 July 2021
ପ୍ରବଳ ଜୁଅାର ମାଡ଼ରେ ଅବକ୍ଷୟ ହେଉଛି ପୁରୀ ବେଳାଭୂମି

ପୁରୀ: ସମୁଦ୍ର ଜୁଆର ମାଡ଼ରେ କୂଳ ଲଙ୍ଘୁଛି, ଖିନ ଭିନ୍‌ ହୋଇଗଲାଣି ପୁରୀ ବେଳାଭୂମି। ସ୍ୱର୍ଗଦ୍ୱାର ବେଳାଭୂମିର ବି ସମଦଶା। ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କୁ ଭୟଭୀତ କରିଛି ସମୁଦ୍ରର ଏଭଳି ଉଗ୍ରରୂପ। କାହିଁକି ସମୁଦ୍ରର ଏଭଳି ରୂପ, ଏହାର ଅନୁଧ୍ୟାନ କରିଛନ୍ତି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍ ଓସନ୍‌ ଟେକ୍ନୋଲୋଜିର ୨ଜଣ ବିଶେଷଜ୍ଞ। ଏମାନଙ୍କ ସହ ଆଇସିଜେଡଏମ୍‌ର ବୈଜ୍ଞାନିକ ଓ ଜଳସେଚନ ବିଭାଗ ଯନ୍ତ୍ରୀଙ୍କୁ ମିଶାଇ ୪ଜଣିଆ ଟିମ ମଙ୍ଗଳାନଦୀ ମୁହାଣଠାରୁ ଲାଇଟହାଉସ ବେଳାଭୂମି ଓ ସ୍ୱର୍ଗଦ୍ୱାର […]

  • Friday, 02 July 2021
ବଦଳିବ କମିଶନ୍‌ରେଟ୍‌ ପୁଲିସର ଅଭ୍ୟର୍ଥନା ଡେସ୍କ୍‌ର କାର୍ଯ୍ୟଧାରା

ଭୁବନେଶ୍ୱର: ବଦଳିବ କମିଶନରେଟ ପୁଲିସର ଅଭ୍ୟର୍ଥନା ଡେସ୍କର କାର୍ଯଧାରା। ଥାନାକୁ ଗଲେ ଅଭ୍ୟର୍ଥନା ପାଇଁ କଫି ମିଳୁକି ନମିଳୁ ଥାନାରେ ରିପୋର୍ଟ କିନ୍ତୁ ଶୀଘ୍ର ରଖାଯିବ। ନା ଭାୟା ମିଡିଆର ଅାବଶ୍ୟକତା, ନା ରିପୋର୍ଟ ରଖିବାପାଇଁ କୌଣସି ଉପରିସ୍ଥ ବ୍ୟକ୍ତିଙ୍କ ସୁପାରିଶ, କିଛି ବି ଅାବଶ୍ୟକ ନାହିଁ। ଏଣିକି ଥାନାକୁ ରିପୋର୍ଟ ଦେବାକୁ ଅାସୁଥିବା ବ୍ୟକ୍ତିଙ୍କୁ ଅାଉ ବାରମ୍ବାର ଥାନା ଦୁଅାରକୁ ଦଉଡିବାକୁ ପଡିବନି। କେବଳ ନାଁ ଓ ଠିକଣା ରଖି ଦାୟିତ୍ୱ ସାରିଦେଉଥିବା ଅଭ୍ୟର୍ଥନା ଡେସ୍କ […]

  • Friday, 02 July 2021
ବାହାବା ନେବାକୁ ଯାଇ ସ୍କୁଲରେ ଭାଣ୍ଡିଆ ହେଲେ ତହସିଲଦାର

ନୀଳଗିରି: ବାହାବା ନେବାକୁ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ନୀଳଗିରି ତହସିଲଦାର। ହେଲେ ଠିକ୍ ସନ୍ଧିବିଛେଦକୁ ଭୁଲ ଦର୍ଶାଇ ଭାଣ୍ଡିଆ ହେଲେ। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଅାରେ ଭାଇରାଲ ହୋଇଛି। ଗତ ଅଗଷ୍ଟ ମାସ ୨୭ ତାରିଖ ଦିନ ନୀଳଗିରିର ଜାମୁନା ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ ତହସିଲଦାର। ସେଠାରେ ଶିକ୍ଷୟିତ୍ରୀ ପିଲାଙ୍କୁ ପାଠ ପଢାଉଥିବା ବେଳେ ଅଞ୍ଚଳ ଶବ୍ଦର “ଞ୍ଚ “ର ସନ୍ଧିବିଚ୍ଛେଦ ନେଇ ଜଣେ ଛାତ୍ରୀଙ୍କୁ ପଚାରିଥିଲେ। ଛାତ୍ରୀ ଜଣଙ୍କ ଞ […]

  • Friday, 02 July 2021
ସଙ୍କଟରେ ବିରଳ ନୀଳରକ୍ତ କଙ୍କଡା
ସଙ୍କଟରେ ବିରଳ ନୀଳରକ୍ତ କଙ୍କଡା

ବାଲେଶ୍ୱର : ସଙ୍କଟରେ ବିରଳ ନୀଳରକ୍ତ କଙ୍କଡା ବା ଅଶ୍ୱଖୁରାକୃତ୍ତି କଙ୍କଡା। ବାଲେଶ୍ୱରର ସମୁଦ୍ର ବେଳାଭୂମି ଓ ଖଣ୍ଡିଅା ନଦୀ ମୁହାଣରେ ଦେଖିବାକୁ ମିଳୁଥିବା ଏହି ବିରଳ ନୀଳରକ୍ତ କଙ୍କଡା ବଂଶ ଧିରେ ଧିରେ ଲୋପ ପାଇବାକୁ ବସିଲାଣି । ଏହାର ପ୍ରମୁଖ କାରଣ ସଚେତନତାର ଅଭାବ ସହ ସମୁଦ୍ର ବେଳାଭୂମିର ପରିବର୍ତ୍ତନ ଏବଂ ମାଛମରା ଟ୍ରଲର । ଏହାବାଦ୍ ମାଛମରା ଜାଲରେ ପଡି ପ୍ରତ୍ୟେକ ଦିନ ଅନେକ କଙ୍କଡା ମରି ପଡୁଛନ୍ତି। ଯାହାକୁ ନେଇ ଚିନ୍ତା […]

  • Friday, 02 July 2021