• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ନରମିଲେ ଦାମ
ନରମିଲେ ଦାମ

  • Friday, 02 July 2021
ନରମିଲେ ଦାମ, କହିଲେ- ମୁଖ୍ୟମନ୍ତ୍ରୀଙ୍କର କିଛି ଦୋଷ ନାହିଁ, ଅଧସ୍ତନ ହିଁ ହେରାଫେରି କରୁଛନ୍ତି

ଭୁବନେଶ୍ୱର: ନରମିଲା ଦାମଙ୍କ ସ୍ୱର। ଗତ କିଛି ଦିନ ଧରି ଲଗାତାର ସରକାରଙ୍କ ଉପରେ ଆକ୍ରମଣ କରି ଆସୁଥିବା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଆଜି ତାଙ୍କ ସ୍ୱରକୁ ନରମ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଦାମ। ସେ କହିଛନ୍ତି- ‘ଦୁର୍ନୀତି ଭ୍ରଷ୍ଟାଚାର ଯଦି ଶାସନରେ ହୁଏ, ଲୋକ ସ୍ୱାର୍ଥ ବିରୋଧରେ ଯାଏ, ତାକୁ ପ୍ରକାଶ କରିବା ଉଚିତ୍‌ ନୁହେଁ କି? ଯୋଉଟା ବିରୋଧୀ ଦଳ କରିବା କଥା। ବିରୋଧୀ ଦଳର […]

  • Friday, 02 July 2021
ଗୁଳି ଫୁଟାଇ ଲୁଟିନେଲେ ୧୯ ଲକ୍ଷ

ବଲାଙ୍ଗିର: ବନ୍ଧୁକ ମୁନରେ ୧୯ ଲକ୍ଷ ଲୁଟ। ବଲାଙ୍ଗିର ଦେଓଗାଁର ବଙ୍ଗଯଳା ଛକ ନିକଟରେ ଗୁଳି ଫୁଟାଇ ୧୯ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଅଭିଯୋଗ ଅନୁଯାୟୀ ତୁଷୁରା ଆନ୍ଧ୍ର ବ୍ୟାଙ୍କରୁ ବନ୍ଧ ପଡ଼ା ବ୍ୟାଙ୍କକୁ କ୍ୟାସିୟର ଓ ପିଅନ ମାରୁତିରେ ଟଙ୍କା ନେଇ ଯାଉଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଗୁଳି ଫୁଟାଇ ସେମାନଙ୍କୁ ମାଡ଼ ମାରି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ଦୁର୍ବୃତ୍ତଙ୍କ ମାଡ଼ରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।

  • Friday, 02 July 2021
‘ଜଣେ ଅଫିସର୍‌ ଓ ୩ ଜଣ ବିଧାୟକଙ୍କ ଦ୍ୱାରା ବିଜେଡି ଚାଲିଛି’

ଭୁବନେଶ୍ୱର: ବେଶ୍ କିଛି ଦିନ ହେଲା ଗୋଟିଏ ପରେ ଗୋଟିଏ ବାଣ ମାରି ସରକାରଙ୍କୁ ଘାଇଲା କରୁଥିବା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ବିରୋଧରେ ଦଳ ବିରୋଧୀ କାମର ଅଭିଯୋଗ ଆଣିଛନ୍ତି ତାଙ୍କ ଅଞ୍ଚଳର ନେତା ଓ କର୍ମୀ। ଆଜି  ନବୀନ ନିବାସ ଆସି ଦାମୋଦର ରାଉତଙ୍କ ବିରୋଧରେ ବାଲିକୁଦା ଏରସମା ଅଞ୍ଚଳର ବହୁ ନେତା ଓ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେହିପରି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଓ […]

  • Friday, 02 July 2021
ଦାମଙ୍କ ପାଇଁ ଜନ୍ତା ବସିଲା

ଭୁବନେଶ୍ୱର: ବେଶ୍ କିଛି ଦିନ ହେଲା ଗୋଟିଏ ପରେ ଗୋଟିଏ ବାଣ ମାରି ସରକାରଙ୍କୁ ଘାଇଲା କରୁଥିବା ଦାମଙ୍କ ମୁହଁରେ ଲଗାମ୍‌ ଦେବାକୁ ବିଜେଡିର ପ୍ରୟାସ। ଦାମଙ୍କ ବିରୋଧରେ ବିଜେଡି ସୁପ୍ରିମୋ ନବୀନଙ୍କ ପାଖରେ ଫେରାଦ ହୋଇ ଲିଖିତ ଅଭିଯୋଗ କରିଛନ୍ତି ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି। ଏରସମାର ଏକ ମିଟିଂରେ ଦାମ, କଂଗ୍ରେସ ଓ ବିଜେପି ନେତାଙ୍କ ସହ ମିଶି ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ […]

  • Friday, 02 July 2021
ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ବାପା, ମାଅାଙ୍କ ପ୍ରେସମିଟ୍

ଫୁଲବାଣୀ: ଫୁଲବାଣୀ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଭାଇରାଲ ଭିଡିଓ ଘଟଣାରେ ମୁହଁ ଖୋଲିଛନ୍ତି ଦେବେନ୍ଦ୍ରଙ୍କ ବାପା ମାଆ। ପୁଅର ରାଜନୈତିକ ଭବିଷ୍ୟତ ନଷ୍ଟ ପାଇଁ ଉଦ୍ୟମ କରାଯାଉଥିବା ନେଇ ଏକ ପ୍ରେସ୍‌ମିଟ୍‌ରେ ଉଭୟ ଅଭିଯୋଗ କରିଛନ୍ତି। ଭିଡିଓ ଡୁପ୍ଲିକେଟ କରାଯାଇ ଥାଇପାରେ, ତା’ସହ କିଛି ତୁଙ୍ଗ ବିଜେଡି ନେତାଙ୍କ ଏସବୁ ପ୍ରାୟୋଜିତ ଚାଲ୍ ବୋଲି ସେମାନେ କହିଛନ୍ତି। ଏହି ଭିଡିଓ ପାଇଁ ପରିବାରର ମାନହାନୀ ହୋଇଛି, ତେଣୁ ମାନବାଧିକାର କମିଶନକୁ ଯିବୁ ବୋଲି ସେମାନେ କହିଛନ୍ତି।  […]

  • Friday, 02 July 2021
ନିଲମ୍ବିତ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ କ୍ଷୋଭ

ଭୁବନେଶ୍ୱର: ବିଜେଡିରୁ ନିଲମ୍ବିତ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ କ୍ଷୋଭ। ତାଙ୍କ ଉପରୁ ନିଲମ୍ବନ ଅାଦେଶ ଉଠୁ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ହାଁସଦା। ସେ ଅାଦିବାସୀ ଅଞ୍ଚଳର ନେତା ହୋଇଥିବାରୁ ନିଲମ୍ବନ ଉଠୁନି। ତାଙ୍କ ପାଇଁ କେହି ନେତା ଲବି କରୁ ନାହାନ୍ତି। ତେବେ ଉପକୂଳିଅା ନେତା ହୋଇଥିଲେ ପରିସ୍ଥିତି ଅଲଗା ହୋଇଥାନ୍ତା ବୋଲି ଅଭିଯୋଗ ଅାଣିଛନ୍ତି ହାଁସଦା। ତାଙ୍କୁ ନିଲମ୍ବିତ କରାଯାଇଥିଲେ ବି କିଛି ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କୁ ନିଲମ୍ବନ କରାଯାଇ ନଥିବା କ୍ଷୋଭର ସହ କହିଛନ୍ତି […]

  • Friday, 02 July 2021
ବ୍ୟବଚ୍ଛେଦ ପାଇଁ ଟ୍ରଲିରେ ନିଅାଗଲା ମୃତଦେହ

କଳାହାଣ୍ଡି: ପୁଣି ମୃତଦେହକୁ ଅସମ୍ମାନ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ଉଫେର ଗାଁରେ ଏଭଳି ଘଟଣା ନଜରକୁ ଅାସିଛି। ନଦୀରେ ଗାଧୋଉଥିବା ବେଳେ ମକରନ୍ଦ ମାଝି ନିଖୋଜ ହୋଇ ଯାଇଥିଲେ। ପରେ ଦମକଳ ବାହିନୀ ଓ ସ୍ଥାନୀୟ ଲୋକମାନେ ବହୁତ ଖୋଜାଖୋଜି ପରେ ମକରନ୍ଦଙ୍କ ମୃତଦେହ ଉଦ୍ଧାର କରିଥିଲେ। ପୁଲିସ ମୃତଦେହକୁ ଜବତ କରିଥିଲା। ହେଲେ ବ୍ୟବଚ୍ଛେଦ କେନ୍ଦ୍ରକୁ ନେବାକୁ କୌଣସି ବ୍ୟବସ୍ଥା କରି ନଥିଲା। ତେଣୁ ମକରନ୍ଦଙ୍କ ପୁଅ ଶ୍ରମିକମାନଙ୍କ ସହାୟତାରେ ଟ୍ରଲିରେ ୮କିଲୋମିଟର ଦୂରରେ […]

  • Friday, 02 July 2021
ବନ୍ୟା ସମୀକ୍ଷା ପରେ ରିଲିଫ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅାଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ବନ୍ୟା ପରିସ୍ଥିତି ନେଇ ଅାଲୋଚନା କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ୭ ଦିନର ରିଲିଫ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏ ବାବଦରେ ପ୍ରୌଢ଼ମାନଙ୍କୁ ଦୈନିକ ୬୦ଟଙ୍କା ଏବଂ ୧୨ ବର୍ଷରୁ କମ୍ ପିଲାଙ୍କୁ ଦୈନିକ ୪୫ ଟଙ୍କା ହିସାବରେ ରିଲିଫ୍ ମିଳିବ। ଗୃହପାଳିତ […]

  • Friday, 02 July 2021
ଢେଙ୍କାନାଳ କଲେକ୍ଟୋରେଟରେ କୌତୁହଳପ୍ରଦ ଘଟଣା
ଢେଙ୍କାନାଳ କଲେକ୍ଟୋରେଟରେ କୌତୁହଳପ୍ରଦ ଘଟଣା

ଢେଙ୍କାନାଳ  : ଅଫିସରଙ୍କୁ ତାଲା ମାରି ପିଅନ ଛୁ। ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ୍‌ରେ ଅାଜି ଏହି କୌତୁହଳପ୍ରଦ ଘଟଣା ଘଟିଛି। ନିଜ କାର୍ଯ୍ୟାଳୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀ କାମ କରୁଥିଲେ। ତେବେ ବନ୍ଦ ପାଳନ ଯୋଗୁଁ କେହି ନଥିବେ ଭାବି ପିଅନ ତାଲା ପକାଇ ଦେଇଥିଲେ। ଏକଥା ଜଣେ ସାମ୍ବାଦିକଙ୍କୁ ଫୋନ କରି ଜଣାଇଥିଲେ କ୍ରୀଡ଼ା ଅଧିକାରୀ। ପ୍ରାୟ ୧ ଘଣ୍ଟା ପରେ ଖବର ପାଇ ତାଲା ଖୋଲିଥିଲେ କର୍ମଚାରୀ।

  • Friday, 02 July 2021
ଡାକ୍ତରଙ୍କ କଳିରୁ ରୋଗୀ ମୃତ୍ୟୁ ଘଟଣା
ଡାକ୍ତରଙ୍କ କଳିରୁ ରୋଗୀ ମୃତ୍ୟୁ ଘଟଣା

ଢେଙ୍କାନାଳ : ଢେଙ୍କାନାଳ ଡାକ୍ତରଙ୍କ କଳିରୁ ରୋଗୀ ମୃତ୍ୟୁ ଘଟଣାରେ ଟାଉନ ଥାନାରେ ମାମଲା ରୁଜୁ କରିଛି ପୁଲିସ। ମୃତକଙ୍କ ଭାଇ ଏତଲା ଦେବା ପରେ ମାମଲା ରୁଜୁ କରାଯାଇଥିବା ପୁଲିସ କହିଛି। ଦୁଇ ଡାକ୍ତର ହେଲେ ବନୋଜ ଦାସ ଓ ସଂଜ୍ଞାନ ଦାସ। ଗତକାଲି ଏହି ଦୁଇ ଡାକ୍ତରଙ୍କ କଳିରୁ ଗଁଦିଅା ଗୁଣ୍ଡୁରାପଶିର ଜଣେ ଯୁବକ ତୈଲୋକ୍ୟ ସାହୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ରୋଗୀ ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଡାକ୍ତର ଦୁଇ […]

  • Friday, 02 July 2021
ଡିନାମାଇଟ ବିସ୍ଫୋରଣରେ ବାଳକ ଅାହତ
ଡିନାମାଇଟ ବିସ୍ଫୋରଣରେ ବାଳକ ଅାହତ

ବାଲେଶ୍ୱର : ଡିନାମାଇଟ ବିସ୍ଫୋରଣରେ ୧୦ବର୍ଷର ବାଳକ ଅାହତ। ମାଟିଅାଳି ପଂଚାୟତ ପଥରଗୁମୁରା ଗାଁର ଅଶୋକ ସିଂଙ୍କ ପୁଅ ମିଲନ୍ ଗତକାଲି ଖାଦାନ ଅଂଚଳରୁ ବିସ୍ପୋରକ ଅାଣି ପାଖରେ ରଖିଥିଲେ। ଅାଜି କୌତୁହଳ ବଶତଃ ସେଥିରେ ବ୍ୟାଟେରୀ ସଂଯୋଗ କରୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ମିଲନଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ମେଡିକାଲର ଶିଶୁ ବିଭାଗରେ ଭର୍ତ୍ତି କରାଯାଇଛି। ତାଙ୍କର ହାତ ଓ ପେଟରେ ଅାଘାତ ଲାଗିଛି। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ପରେ ନୂଅାପାଢୀ ପଥର ଖାଦାନ […]

  • Friday, 02 July 2021
ବୈତରଣୀରେ ବୁଡ଼ିଗଲେ ୨ ବାଳିକା
ବୈତରଣୀରେ ବୁଡ଼ିଗଲେ ୨ ବାଳିକା

କେନ୍ଦୁଝର : ବୈତରଣୀରେ ବୁଡ଼ିଗଲେ ୨ବାଳିକା। ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅାଉ ଜଣେ ବାଳିକା ନିଖୋଜ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଅାନନ୍ଦପୁରରେ ଗୌଡ଼ଡିହା ନିକଟରେ ଗାଧୋଇବା ବେଳେ ବୁଡ଼ିଯାଇଥିଲେ। ଏବେବି ଜଣଙ୍କର ପତ୍ତା ମିଳୁନି।

  • Friday, 02 July 2021
ସମ୍ବଲପୁରରେ ବନ୍ଦର ପ୍ରଭାବ
ସମ୍ବଲପୁରରେ ବନ୍ଦର ପ୍ରଭାବ

ସମ୍ବଲପୁର : ସମ୍ବଲପୁରରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିଛି। କଂଗ୍ରେସ କର୍ମୀମାନେ ଅାଜି ସକାଳେ ପିକେଟିଂ କରି ଗାଡ଼ି, ମଟର ଓ ରେଳ ରୋକ୍‌ କରିଛନ୍ତି। ଏହା ସହିତ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶି ଅଫିସ୍‌କୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ। ବନ୍ଦ ପାଳନ ସତ୍ତ୍ୱେ ଜିଲ୍ଲାପାଳ ଅଫିସକୁ ଅାସିଥିଲେ। କିଛି ସମୟ ପରେ ସେଠାକୁ ଅାସିଥିଲେ ଶତାଧିକ କଂଗ୍ରେସ କର୍ମୀ। ତେଲ ଦର ବୃଦ୍ଧି ପ୍ରତିବାଦରେ ସେଠାରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। କେନ୍ଦ୍ର ସରକାରଙ୍କ ବିରୋଧରେ […]

  • Friday, 02 July 2021
ବିଧାନସଭାରେ ତେଲ ତାତି
ବିଧାନସଭାରେ ତେଲ ତାତି

ଭୁବନେଶ୍ୱର : ବିଧାନସଭାରେ ମଧ୍ୟ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ତାତି। କଂଗ୍ରେସର ହଙ୍ଗାମା ଯୋଗୁଁ ଗୃହ ମୁଲତବୀ।  ଅାଜି ଗୃହକାର୍ଯ୍ୟ ଅାରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ଏହି ପ୍ରସଙ୍ଗ ଉଠାଇ ହଙ୍ଗାମା କରିଥିଲେ। ବାଚସ୍ପତିଙ୍କ ପୋଡିଅମ୍ ନିକଟକୁ ଅାସି ଅନେକ ସ୍ଲୋଗାନ ଦେଇଥିଲେ। ସେପଟେ ବିଜେପି ସମବାୟ ଦୁର୍ନୀତି କଥା ଉଠାଇ ନାରାବାଜି କରିଥିଲେ। ଏହା ପରେ ଗୃହକୁ ଅାସନ୍ତାକାଲି ଯାଏ ମୁଲତବି କରିଛନ୍ତି ବାଚସ୍ପତି। କଂଗ୍ରେସର ବନ୍ଦ ଯୋଗୁଁ ଅାସି ମୁଖ୍ୟମନ୍ତ୍ରୀ ୩ […]

  • Friday, 02 July 2021
ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବନ୍ଦ ଡାକରା

ଭୁବନେଶ୍ୱର : ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ରାସ୍ତାରୋକ କରିଛନ୍ତି। କଟକ ବାଦାମବାଡ଼ିରେ କଂଗ୍ରେସ କର୍ମୀ ରାସ୍ତାରୋକ କରିଥିବା ସୂଚନା ମିଳିଛି। ସେହିଭଳି ସମ୍ବଲପୁର, ବଲାଙ୍ଗିର ଓ ସୋରରେ ମଧ୍ୟ କଂଗ୍ରେସ କର୍ମୀ ରାସ୍ତାରୋକ କରିଛନ୍ତି।  ଭଦ୍ରକରେ ମଧ୍ୟ କଂଗ୍ରେସ କର୍ମୀଙ୍କ ପିକେଟିଂ କରି ରାସ୍ତାରୋକ କରି […]

  • Friday, 02 July 2021
ଗାଧୋଇବା ବେଳେ ଅଘଟଣ
ଗାଧୋଇବା ବେଳେ ଅଘଟଣ

ସମ୍ବଲପୁର : ସମ୍ବଲପୁରରେ ମହାନଦୀରେ ଭାସିଗଲେ ଛାତ୍ର। ଚାଉଁରପୁର ଘାଟରେ ନିଜ ସାଙ୍ଗମାନଙ୍କ ସହିତ ଗାଧୋଉଥିବା ବେଳେ ଭାସି ଯାଇ ନିଖୋଜ ହୋଇ ଯାଇଛି ଜଣେ ଦଶମ ଶ୍ରେଣୀ ଛାତ୍ର । ଘଟଣାସ୍ଥଳରେ ପହଞ୍ଚିଛି ଦମକଳ ବାହିନୀ ଏବଂ ଖୋଜାଖୋଜି ଜାରି ରଖିଛି।

  • Friday, 02 July 2021
ତେଲ ଦର ବୃଦ୍ଧି ପ୍ରତିବାଦ
ତେଲ ଦର ବୃଦ୍ଧି ପ୍ରତିବାଦ

ଭୁବନେଶ୍ୱର : ତେଲ ଦର ବୃଦ୍ଧି ପ୍ରତିବାଦରେ ଅାସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି କଂଗ୍ରେସ।  ସକାଳ ୬ଟାରୁ ଅପରାହ୍ନ ୩ଟା ଯାଏଁ ବନ୍ଦ ପାଳନ କରିବ ଦଳ। ବନ୍ଦ ପାଳନ ବେଳେ ଜରୁରିକାଳୀନ ସେବାକୁ ବାଦ ଦିଅାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଔଷଧ ଦୋକାନ, ଅାମ୍ବୁଲାନ୍ସ, ପରୀକ୍ଷାର୍ଥୀ ଓ କ୍ଷୀର ଗାଡ଼ି ପ୍ରଭାବିତ ହେବେ ନାହିଁ ବୋଲି କଂଗ୍ରେସ କହିଛି।  ଅାସନ୍ତାକାଲି ବିଧାନସଭା ଯିବେନି କଂଗ୍ରେସ ବିଧାୟକ। ଅପରାହ୍ନ ୩ଟା ଯାଏ ବିଧାନସଭା ମୁଲତବି […]

  • Friday, 02 July 2021