• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ବୈଜୟନ୍ତଙ୍କ ହେଲିକପ୍ଟର୍‌ ଜବତର ପ୍ରତିବାଦ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର୍‌ ସିଜ୍ ଘଟଣାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର ସଚେତନ ନାଗରିକମାନେ ଆଳି ଡାକବଙ୍ଗଳା ନିକଟରେ ଏକାଠି ହୋଇ ପ୍ରତିବାଦ କରିଥିଲେ। ବୈଜୟନ୍ତଙ୍କୁ ରାଜ୍ୟ ସରକାର ବିଭିନ୍ନ ସମୟରେ ବାରମ୍ବାର ହଇରାଣ କରାଯିବାକୁ ସେମାନେ ବିରୋଧ କରିଛନ୍ତି। ତେବେ ଏ ନେଇ ରାଜ୍ୟ ସରକାର କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

  • Friday, 02 July 2021
କଟକର ସବୁ ସରକାରୀ ଅଫିସ ଆଗରେ ଓକିଲଙ୍କ ଧାରଣା
କଟକର ସବୁ ସରକାରୀ ଅଫିସ ଆଗରେ ଓକିଲଙ୍କ ଧାରଣା

କଟକ: କଟକରେ ଓକିଲଙ୍କୁ ପୁଲିସ୍‌ର ଆକ୍ରମଣ ଅଭିଯୋଗ ମାମଲାରେ ଆନ୍ଦୋଳନ ତୀବ୍ର ହୋଇଛି। କଟକର ସବୁ ସରକାରୀ ଅଫିସ ଆଗରେ ଓକିଲମାନେ ଧାରଣା ଦେବା ସହ ପିକେଟିଂ କରି କାହାକୁ ଅଫିସ ଭିତରକୁ ଛାଡୁ ନାହାନ୍ତି। କଟକର ସବୁ ଅଦାଲତରେ କାମ ଠପ୍ ହୋଇଯାଇଛି। ଏହା ସହିତ ଆର୍‌ଡିସି, ଜିଲ୍ଲାପାଳ, ଡିଆରଡିଏ ସହିତ ବିଭିନ୍ନ ଅଫିସରେ କାମ ପୂରାପୁରି ବନ୍ଦ ରହିଛି। ଯେ ପର୍ଯ୍ୟନ୍ତ ଦାବି ପୂରଣ ହୋଇ ନାହିଁ, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ […]

  • Friday, 02 July 2021
କାଲିଠୁ ଉପାସରେ ୩୦୦ ଛାତ୍ର
କାଲିଠୁ ଉପାସରେ ୩୦୦ ଛାତ୍ର

ଭୁବନେଶ୍ୱର: ଉପାସରେ ଛାତ୍ରଛାତ୍ରୀ। ଭୁବନେଶ୍ୱର ଘାଟିକିଆ କଳିଙ୍ଗନଗରରେ ଥିବା ଅର୍ବାନ ହଷ୍ଟେଲର ୩୦୦ଜଣ ଛାତ୍ର। ଗତକାଲି ରାତିରୁ ଖାଡ଼ା ଉପାସ ରହିଛନ୍ତି ଏହି ଛାତ୍ରମାନେ। କାଲିଠାରୁ କ୍ୟାଣ୍ଟିନ ବନ୍ଦ ଥିବାରୁ କିଛି ନ ଖାଇ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ଏହି ଛାତ୍ର। କ୍ୟାଣ୍ଟିନ୍‌ରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରିବା ପରେ ପିଲାଙ୍କୁ ଏପରି ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି। ହଷ୍ଟେଲରେ ୩୦୦ ଆଦିବାସୀ ଛାତ୍ର ରହି ବିଜେବି, ମହର୍ଷି ଓ ରାଜଧାନୀ କଲେଜରେ ପାଠ […]

  • Friday, 02 July 2021
ଅଟୋ ଚଳାଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଲେ ଏହି ମହିଳା
ଅଟୋ ଚଳାଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଲେ ଏହି ମହିଳା

ଗଞ୍ଜାମ: ଘର କାମଠାରୁ ଆରମ୍ଭ କରି ବିମାନ ଉଡାଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳା ବି ପୁରୁଷଙ୍କ ଭଳି ସମସ୍ତ କାର୍ଯ୍ୟ କରିପାରନ୍ତି। ଏହି କଥାକୁ ଗଞ୍ଜାମ ଆସିକା ଅଞ୍ଚଳର ଝିଲ୍ଲୀ ସ୍ୱାଇଁ ପ୍ରମାଣ କରି ଦେଖାଇଛନ୍ତି। ସେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କର ବ୍ୟବହାର ପାଇଁ ସମସ୍ତ ଯାତ୍ରୀ ତାଙ୍କ ଅଟୋକୁ ହିଁ ଅପେକ୍ଷା କରି ରହିଥାନ୍ତି। ନାଁ ତାଙ୍କର ଝିଲ୍ଲୀ ସ୍ୱାଇଁ। ମହିଳା ହେଲେ ବି ସେ ଅଟୋ ଚଳାଇବାରେ […]

  • Friday, 02 July 2021
ଜଳିପୋଡ଼ି ପାଉଁଶ ହୋଇଗଲା ୫ ବଖରା ଘର
ଜଳିପୋଡ଼ି ପାଉଁଶ ହୋଇଗଲା ୫ ବଖରା ଘର

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଶ୍ରୀରାମପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ୫ଟି ପରିବାରର ୫ବଖରାରୁ ‌ଊର୍ଦ୍ଧ୍ୱ ଘର ପୋଡ଼ି ପାଉଁଶ ହୋଇଯାଇଛି। ବିଳମ୍ବିତ ରାତିରେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ତେବେ ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗକୁ ଫୋନ୍‌ କରାଯାଇଥିଲେ ମଧ୍ୟ  ଦମକଳ ଗାଡ଼ି ଆସି ନ ଥିଲା। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଆନ୍ଦୋଳନ ଚାଲିଥିବାରୁ ସେମାନେ ଆସି ନ ଥିଲେ ବୋଲି ଅଭିଯୋଗ ହୋଇଛି। […]

  • Friday, 02 July 2021
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସର-ଛାତ୍ରଙ୍କ ମଧ୍ୟରେ ମାର୍‌ପିଟ୍‌
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସର-ଛାତ୍ରଙ୍କ ମଧ୍ୟରେ ମାର୍‌ପିଟ୍‌

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସର-ଛାତ୍ର ହାତାହାତି ହୋଇଛନ୍ତି। ରାଜନୀତି ବିଜ୍ଞାନ ବିଭାଗର ଜଣେ ପ୍ରଫେସର ଓ ଜଣେ ଏମ୍‌ଫିଲ୍ ଛାତ୍ରଙ୍କ ମଧ୍ୟରେ ମାର୍‌ପିଟ୍ ଓ ଆକ୍ରମଣ ପ୍ରତିଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଉଭୟ ପକ୍ଷରୁ ଦୁଇ ଜଣ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। କ୍ୟାମ୍ପସ୍‌ରେ ପୁଲିସ୍ ମୁତୟନ କରାଯାଇଛି। ଛାତ୍ର ଜଣଙ୍କ କହିଛନ୍ତି,“ମୁଁ ଛିଡ଼ା ହୋଇଥିବା ବେଳେ ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର କୁଜୁର ମୋତେ ନିଜ ପ୍ରକୋଷ୍ଠକୁ […]

  • Friday, 02 July 2021
ବାଣୀବିହାର ଅଶାନ୍ତ: ଦୁଇ ଛାତ୍ରଗୋଷ୍ଠୀ–ପୁଲିସ୍‌ ମଧ୍ୟରେ ମାରପିଟ୍, ଧସ୍ତାଧସ୍ତି
ବାଣୀବିହାର ଅଶାନ୍ତ: ଦୁଇ ଛାତ୍ରଗୋଷ୍ଠୀ–ପୁଲିସ୍‌ ମଧ୍ୟରେ ମାରପିଟ୍, ଧସ୍ତାଧସ୍ତି

ଭୁବନେଶ୍ୱର: ପୁଣି ବାଣୀବିହାର ଅଶାନ୍ତ। ଦୀର୍ଘ ଦିନ ଧରି ଶାନ୍ତ ରହିଥିବା ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଉତ୍ତେଜନା ଦେଖାଦେଇଛି। ଦୁଇ ଛାତ୍ର ଗୋଷ୍ଠୀ ଓ ପୁଲିସ୍‌ ମଧ୍ୟରେ ମାରପିଟ୍ ଏବଂ ଧସ୍ତାଧସ୍ତି ହୋଇଛି। ଏହି ଘଟଣାରେ ପୁଲିସ୍‌ ୨ଜଣ ଅଣଛାତ୍ରଙ୍କୁ ଅଟକ ରଖିବା ସହ କ୍ୟାମ୍ପସରେ ୧ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ସୂଚନା ଅନୁସାରେ, ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟରେ ଫାର୍ମାସି ବିଭାଗର ଛାତ୍ରଛାତ୍ରୀ ବିଭିନ୍ନ ଦାବି ନେଇ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ବନ୍ଦ […]

  • Friday, 02 July 2021
ନାଳକୁ ଖସି ପଡ଼ିଲା ବୋଲେରୋ; ୫ ମୃତ, ୨ ଗୁରୁତର
ନାଳକୁ ଖସି ପଡ଼ିଲା ବୋଲେରୋ; ୫ ମୃତ, ୨ ଗୁରୁତର

ପୁରୀ: ନାଳକୁ ଖସି ପଡ଼ିଲା ବୋଲେରୋ। ପୁରୀ ଜଗନ୍ନାଥ ସଡ଼କରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୁକଳ ନିକଟସ୍ଥ ଭାଇଲିପୁର ଠାରେ ବୋଲେରୋ ନାଳକୁ ଖସି ପଡ଼ିବାରୁ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ଜରଡ଼ା ଥାନା ଲାଲକମଙ୍ଗ ଗାଁର ବୋଲି ଜଣାପଡ଼ିଛି। ମୃତକମାନେ ହେଲେ କେ. କ୍ରିଷ୍ଣା(୫୦), ଜଗଦୀଶ୍‌(୪୦), […]

  • Friday, 02 July 2021
ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଅଗ୍ନିଶମ କର୍ମଚାରୀ ସଂଘ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଅଗ୍ନିଶମ କର୍ମଚାରୀ ସଂଘ

ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଅଗ୍ନିଶମ କର୍ମଚାରୀ ସଂଘ। ଓଡ଼ିଶା ପୁଲିସ୍‌ କର୍ମଚାରୀଙ୍କ ଭଳି ସମାନ ଦରମା ଓ ଭତ୍ତା ପ୍ରଦାନ, ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା, ଅବସର ନେଇଥିବା କର୍ମଚାରୀଙ୍କୁ ତୁରନ୍ତ ପେନ୍‌ସନ୍ ପ୍ରଦାନ ଓ ଫାୟାର୍‌ ମ୍ୟାନ୍ ହାବିଲ୍‌ଦାର ସଂଘର ପଞ୍ଜିକରଣ ଆଦି ଦାବି କରି ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଏଥିରେ ରାଜ୍ୟର ୫ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀ ସାମିଲ ହୋଇଛନ୍ତି।  ଅନ୍ୟପଟେ ଆନ୍ଦୋଳନରୁ ଓହରିବାକୁ କଟକ ଫାୟାର୍‌ […]

  • Friday, 02 July 2021
ଫେରିଲା ଚକଡ଼ା , ଧାନଗଛରେ ଚରିଗଲେଣି ପୋକ
ଫେରିଲା ଚକଡ଼ା , ଧାନଗଛରେ ଚରିଗଲେଣି ପୋକ

ବଲାଙ୍ଗିର: ଫେରିଲା ଚକଡ଼ା ପୋକ। ବଲାଙ୍ଗିର ଜିଲ୍ଲା ସଦର ବ୍ଳକ୍‌ର କେତେକ ଅଞ୍ଚଳରେ ପୁଣି ଦାଉ ସାଧୁଛି ଚକଡ଼ା ପୋକ। ଫଳରେ କ୍ଷତିଗ୍ରସ୍ତ ଧାନଗଛକୁ ଧରି ଚାଷୀମାନେ ପ୍ରତିକାର ପାଇଁ କୃଷି ଅଧିକାରୀଙ୍କୁ ଗୁହାରି କରିଛନ୍ତି। ତେବେ କେବଳ ଔଷଧ ଲେଖିଦେଇ ତୁନି ପଡ଼ିଛି ବିଭାଗ। ପଢ଼ନ୍ତୁ ବଲାଙ୍ଗିର ଜିଲ୍ଳାରୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ। ଏଥର ଭଲ ବର୍ଷା ହୋଇଥିବାରୁ ଫସଲ ଭଲ ହେବ ବୋଲି ଚାଷୀମାନେ ଆଶା ବାନ୍ଧିଥିଲେ। କିନ୍ତୁ ଧାନ କ୍ଷେତ ପାଖକୁ ଯାଇ […]

  • Friday, 02 July 2021
DGCAକୁ ଯାଇ ତଥ୍ୟ ପ୍ରଦାନ କଲେ ବୈଜୟନ୍ତ
DGCAକୁ ଯାଇ ତଥ୍ୟ ପ୍ରଦାନ କଲେ ବୈଜୟନ୍ତ

ଭୁବନେଶ୍ୱର: ଚିଲିକାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ହେଲିକପ୍ଟର ଉଡ଼ାଣ ଅଭିଯୋଗ ପ୍ରସଙ୍ଗରେ ଦିଲ୍ଲୀ DGCAକୁ ଯାଇ ତଥ୍ୟ ପ୍ରଦାନ କରିଛନ୍ତି ବୈଜୟନ୍ତ। DGCAରୁ ବାହାରିବା ପରେ ବୈଜୟନ୍ତ ପ୍ରତିକ୍ରିୟା ଦେଇ କହିଛନ୍ତି, DGCA ଯାହା ତଥ୍ୟ ମାଗିଲେ ତାଙ୍କୁ ପ୍ରଦାନ କରିଛି। ମୋ ପ୍ରତି ଅାସିଥିବା ଅଭିଯୋଗ ମିଥ୍ୟା, ଯାହାକୁ ୫ଥର ବଦଳାଯାଇଛି ବୋଲି କହିଛନ୍ତି ବୈଜୟନ୍ତ। ମୁଁ ଲୋକମାନଙ୍କ ସହ ଜଡ଼ିତ ରହି ବିିଭିନ୍ନ ସ୍ଥାନ ବୁଲୁଥିବାରୁ ଏପରି ଅଭିଯୋଗ ଅଣାଯାଇଛି ବୋଲି […]

  • Friday, 02 July 2021
ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ
ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ

ଗଞ୍ଜାମ: ରାସ୍ତା ନଥିବାରୁ ପୁଣି ଖଟରେ ବୁହାହେଲେ ଗର୍ଭବତୀ। ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରତାପପୁର ପଞ୍ଚାୟତର ଜଣେ ଗର୍ଭବତୀ ପ୍ରସବ କଷ୍ଟ ହେବା ପରେ ପରିବାର ପକ୍ଷରୁ ୧୦୨ଅାମ୍ବୁଲାନସକୁ ଖବର ଦେଇଥିଲେ। କିନ୍ତୁ ରାସ୍ତା ଖରାପ ଥିବାରୁ ଅାମ୍ବୁଲାନ୍ସ ଗାଁ ଭିତରକୁ ଯାଇ ନପାରିବାରୁ ଗର୍ଭବତୀଙ୍କୁ ଖଟରେ ବୋହି ଅାମ୍ବୁଲାନ୍ସ ନିକଟକୁ ନିଅାଯାଇଥିଲା। ପରେ ଗର୍ଭବତୀଙ୍କୁ ଭଂଜନଗର ମେଡିକାଲକୁ ନିଅାଯାଇଥିଲା। ସେଠାରେ ସେ ଯମଜ ସନ୍ତାନ ଜନ୍ମ ଦେଇଥିଲେ। ମା ଓ ଦୁଇ ଶିଶଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ […]

  • Friday, 02 July 2021
ମାଛ ମାରିବାକୁ ଯାଇଥିଲେ; ଆଉ ଫେରିଲେନି, ମିଳିଲା ମୃତଦେହ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ବଣିଆହୁଡ଼ି ଗାଁରେ ଦୁଇଜଣ ଯୁବକ ଗତକାଲି କେନାଲ୍‌କୁ ମାଛ ମାରିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ଆଜି ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ହେଲେ ସଞ୍ଜୟ ଜେନା ଓ ସରୋଜ ଜେନା। ସେମାନେ ଦୁଇ ଭାଇ ବୋଲି ଜଣାପଡ଼ିଛି। ଗତକାଲି ସଞ୍ଜୟ ଓ ସରୋଜ ଏକ କେନାଲ୍‌କୁ ମାଛ ମାରିବାକୁ ଯାଇ ନିଖୋଜ ହୋଇ ଯାଇଥିଲେ। ବହୁତ ଖୋଜାଖୋଜି କରାଯାଇଥିଲେ ମଧ୍ୟ ସେମାନଙ୍କର କୌଣସି ସନ୍ଧାନ ମିଳି ନ […]

  • Friday, 02 July 2021
ଇଡ୍‌ଲିରେ ପ୍ରସ୍ତୁତ କରନ୍ତୁ ଏହି ନୂଆ ସ୍ୱାଦିଷ୍ଟ ବ୍ୟଞ୍ଜନ

ଭେଜ୍‌ ମଞ୍ଚୁରିଆନ୍‌, କୋବି ମଞ୍ଚୁରିଆନ୍‌ ତ ଆମେ ସବୁବେଳେ ଖାଇଥାଉ। କିନ୍ତୁ କେବେ ଇଡ୍‌ଲିରେ ମଞ୍ଚୁରିଆନ୍‌ ଖାଇଛନ୍ତି କି? ସାଧାରଣତଃ ଇଡ୍‌ଲି ସହ ଆମେ କିଛି ତରକାରୀ ଖାଇଥାଉ। ନ ହେଲେ ଏହା ଖାଇବାକୁ ଭଲ ଲାଗିନଥାଏ। ଯଦି ଆପଣ ଘରେ ଇଡ୍‌ଲି ପ୍ରସ୍ତୁତ କରିଛନ୍ତି ଓ ଖାଇସାରିବା ପରେ କିଛି ବଳି ପଡ଼ିଛି ତା ହେଲେ ସେଥିରେ ଇଡ୍‌ଲିର ଏକ ନୂଆ ଆଇଟମ୍‌ ଇଡ୍‌ଲି ମଞ୍ଚୁରିଆନ୍‌ ପ୍ରସ୍ତୁତ କରନ୍ତୁ। ଜାଣନ୍ତୁ ଇଡ୍‌ଲି ମଞ୍ଚୁରିଆନ୍‌ ପ୍ରସ୍ତୁତ କରିବା […]

  • Friday, 02 July 2021