• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

ata-kala
ଅସମ୍ଭାଳ ଭୁବନେଶ୍ୱର! ଅଟା କଳରୁ ଆଉ ୩୫ କର୍ମଚାରୀ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ସଂଗୀନ ରୂପ ଧାରଣା କଲା କରୋନା। ଆଜି କେବଳ ଦିନକରେ ୧୨୬ ପଜିଟିଭ୍ ବାହାରିଛନ୍ତି। ଏମାନଙ୍କ ମଧ୍ୟରୁ ୯୩ କ୍ୱାରେଣ୍ଟିନ ସେଣ୍ଟରର ଏବଂ ୩୩ ଲୋକାଲ କଣ୍ଟାକ୍ଟ କେସ୍। ସବୁଠାରୁ ବଡ଼ କଥା ହେଲା, କରୋନା ବିରୋଧୀ ଯୁଦ୍ଧରେ କଣ୍ଟା ସାଜିଲା ମଞ୍ଚେଶ୍ୱରର ଅଟା କଳ। ସମ୍ପୃକ୍ତ ଅଟାକଳର ଆଉ ୩୫ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଅଟା କଳର ୨୬ କର୍ମଚାରୀ କରୋନା ଚିହ୍ନଟ ହୋଇଥିଲେ। ୨ ଦିନରେ ମୋଟ ୬୧ […]

  • Tuesday, 06 July 2021
kash
କାଶରୁ ଜଣାପଡ଼ିପାରେ କରୋନା

ଭୁବନେଶ୍ୱର: କାଶରୁ ଜଣାପଡ଼ିପାରେ କରୋନା। ସାଧାରଣ କାଶ ଓ କରୋନା କାଶ ମଧ୍ୟରେ କଣ ଫରକ୍ ରହୁଛି, ସେ ସଂପର୍କରେ ଗବେଷଣା ଚାଲିଛି। ନିପି ଓ RMRC ମିଳିତ ଭାବେ ଏହି ଗବେଷଣା କରୁଥିବା କହିଛନ୍ତି ଭୁବନେଶ୍ୱର RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି। ନିପି ପକ୍ଷରୁ ଏକ ଆପ୍ ଏକ ପ୍ରସ୍ତୁତ କରାଯାଇଛି। ଏହି ଆପ୍ ମଧ୍ୟରେ ରୋଗୀ ନିଜେ କାଶର ଅଡିଓ ରେକର୍ଡ କରିବେ। ଏହାର ପରୀକ୍ଷା କରାଯିବ। କାଶର ଶବ୍ଦରୁ ଜଣାପଡ଼ିବ ସଂପୃକ୍ତ ରୋଗୀଙ୍କୁ […]

  • Tuesday, 06 July 2021
covaxin
ଚେନ୍ନାଇରେ ଆରମ୍ଭ ହେଲା 'କୋଭାକ୍ସିନ'ର ହ୍ୟୁମାନ୍ ଟ୍ରାଏଲ୍

ଚେନ୍ନାଇ: ଚେନ୍ନାଇରେ ଭାରତର କରୋନା ଟିକା ‘କୋଭାକ୍ସିନ’ର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ହୋଇଛି। ଚେନ୍ନାଇ ସ୍ଥିତ ଏସଆରଏମ୍ ମେଡିକାଲ କଲେଜ ହସ୍ପିଟାଲରେ ଏହାର ପରୀକ୍ଷଣ କରାଯାଇଛି। ପୂର୍ବରୁ ଦିଲ୍ଲୀ ଏମ୍ସରେ ଏହାର ମାନବ ପରୀକ୍ଷଣ କରାଯାଇଛି। ଭାରତ ବାୟୋଟେକ୍ ଓ ICMR ମିଳିତ ପ୍ରୟାସରେ ପ୍ରସ୍ତୁତ କ୍ୟାଣ୍ଡିଡେଟ୍ ଭ୍ୟାକ୍ସିନ ‘କୋଭାକ୍ସିନ’କୁ ଦେଶର ପ୍ରଥମ ଟିକା ଭାବେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି। ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଦେଶର ୧୨ଟି […]

  • Tuesday, 06 July 2021
acs
'ରାଜ୍ୟବାସୀ ଚିନ୍ତା କରନ୍ତୁନି, କରୋନାକୁ ଆମେ ଗୋଡ଼ାଇ ଧରୁଛୁ'

ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତି ଅନ୍ୟ ରାଜ୍ୟଙ୍କ ଠାରୁ ବହୁତ ଭଲ ଅଛି। କେସ୍‌ ବଢୁଥିଲେ ବି ରାଜ୍ୟବାସୀ ଚିନ୍ତା ଚିନ୍ତା କରୁନ୍ତୁନି ବୋଲି  କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ। କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ଯେ ଆମ ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟଠାରୁ ସଂପୂର୍ଣ୍ଣ ଭିନ୍ନ ରହିଛି। କେସ୍ ବଢୁଥିଲେ ବି ରାଜ୍ୟବାସୀ ଚିନ୍ତା କରିବା ଅନାବଶ୍ୟକ। ଆମେ କରୋନାକୁ ଗୋଡ଼େଇ […]

  • Tuesday, 06 July 2021
bank
ରାଜ୍ୟରେ ଖୋଲିବ ଆଉ ୨ ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ରାଜ୍ୟରେ ଆଉ ୨ ଜାଗାରେ ହେବ ପ୍ଲାଜମା ବ୍ୟାଙ୍କ, ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ (ଏସିଏସ୍) ପ୍ରଦୀପ୍ତ ମହାପାତ୍ର। କରୋନାରେ ଗୁରୁତର ଆକ୍ରାନ୍ତ ହୋଇଥିବା ଲୋକଙ୍କ ପ୍ଲାଜମା ଥେରାପି ସଫଳ ଚିକିତ୍ସା ହୋଇଥିବାରୁ ରାଜ୍ୟ ସରକାର ଏଦିଗରେ ତ୍ୱରିତ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ (ଏସିଏସ୍) ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ଆଉ ୨ଟି ଜାଗାରେ ପ୍ଲାଜମା ବ୍ୟାଙ୍କ ଖୋଲିବ। ବ୍ରହ୍ମପୁର ଏମକେସିଜି ମେଡିକାଲରେ […]

  • Tuesday, 06 July 2021
turn
କରୋନାରୁ ସୁରକ୍ଷିତ ରହିବାକୁ ସରକାରଙ୍କ ୫ ଫର୍ମୁଲା

ଭୁବନେଶ୍ୱର: ଲୋକଙ୍କୁ ୫ଟି ଅପିଲ କଲେ ରାଜ୍ୟ ସରକାର। ଏହି ନିୟମ ମାନିଲେ କରୋନା ଦାଉରୁ ଆମେ ସୁରକ୍ଷିତ ରହିପାରିବା ବୋଲି କହିଛନ୍ତି ଏସିଏସ୍ ପ୍ରଦୀପ୍ତ ମହାପାତ୍ର। ସେ କହିଛନ୍ତି ଯେ ଓଡ଼ିଶା ହିଁ ଏକମାତ୍ର ଚାଜ୍ୟ ଯେଉଁଠି ଜଣେ କରୋନା ରୋଗୀର ସମସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି। ଏପରିକି ୪ଟି ମେଡିକାଲ ଫାର୍ମାକୁ ଟେଷ୍ଟିଂ ପାଇଁ ଅନୁମତି ଦିଆଯାଇଛି। ଏପରି କ୍ଷେତ୍ରରେ ଜନସାଧାନରଣଙ୍କୁ ନିବେଦନ କରିଛନ୍ତି ରାଜ୍ୟ ସରକାର।  ଲକ୍ଷଣ ଲୁଚାନ୍ତୁନି, ଟେଷ୍ଟିଂ ପାଇଁ […]

  • Tuesday, 06 July 2021
corona
ସୁସ୍ଥ ହେଲେ ୬୪୩ 'କରୋନା' ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୬୪୩ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଆରୋଗ୍ୟ ସଂଖ୍ୟା ୧୪, ୩୯୨ରେ ପହଞ୍ଚିଛି। କେଉଁଠି କେତେ ଆକ୍ରାନ୍ତ:- ଗଂଜାମ ଜିଲ୍ଲାରୁ ସର୍ବାଧିକ ୪୦୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ୪୪, ବାଲେଶ୍ୱରରୁ ୩୧, ମୟୂରଭଂଜ ୨୮, କଟକରୁ ୨୭ ସୁସ୍ଥ ହୋଇଛନ୍ତି। ସେହିପରି ଜଗତସିଂହପୁରରୁ ୧୫, ବରଗଡ଼ ଓ କଳାହାଣ୍ଡିରୁ ୧୪ ଲେଖାଏଁ, ଢେଙ୍କାନାଳ ଓ କେନ୍ଦୁଝରରୁ ୧୧ ଲେଖାଏଁ, ଭଦ୍ରକରୁ ୮ […]

  • Tuesday, 06 July 2021
ambulance
ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ନେଲା କରୋନା

ଆସ୍କା:  ଗୋଟିଏ ପରିବାରର ୩ ଜଣଙ୍କ ମୁଣ୍ଡ ନେଲା କରୋନା।  ଗୋଟିଏ ପରିବାର ବାପା, ମା ଓ ପୁଅର ମୃତ୍ୟୁ କରୋନା ଯୋଗୁଁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଏନଏସିରେ। ସୂଚନା ଅନୁସାରେ ଏହି ଅଞ୍ଚଳରେ ରହୁଥିବା ଏକ ପରିବାର ଲୋକଙ୍କ ଠାରୁ ଗତ ୯ ତାରିଖରେ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ପରେ ସ୍ୱାମୀ ପାତ୍ର, ସ୍ତ୍ରୀ, ପୁଅ ଓ ବୋହୂଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ […]

  • Tuesday, 06 July 2021
labour
ବଢ଼ିଲା ଶ୍ରମିକଙ୍କ ମଜୁରୀ

ଭୁବନେଶ୍ୱର: ବଢ଼ିଲା ଶ୍ରମିକଙ୍କ ମଜୁରୀ। ମଜୁରୀରେ ୫ ଟଙ୍କା ୪୦ ପଇସା ବଢ଼ାଇଲା ରାଜ୍ୟ ସରକାର। ରାଜ୍ୟର ସବୁ ଶ୍ରେଣୀ ଶ୍ରମିକଙ୍କ ପାଇଁ ଦୈନିକ ମଜୁରୀ ୫ ଟଙ୍କା ୪୦ ବଢ଼ାଇଛନ୍ତି ରାଜ୍ୟ ସରକାର। ସେହି ଅନୁସାରେ, ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୦୩ ଟଙ୍କା ୪୦ ପଇସା ହୋଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ହେଲା ୩୪୩ ଟଙ୍କା ୪୦ ପଇସା। ସେହିଭଳି କୁଶଳୀ ଶ୍ରମିକଙ୍କ ମଜୁରୀ ୩୯୩ ଟଙ୍କା ୪୦ ପଇସା ହୋଇଥିବା ବେଳେ ଅତିକୁଶଳୀ […]

  • Tuesday, 06 July 2021
home
ଘରେ ରହି ଚିକିତ୍ସିତ ହେବେ ଗ୍ରାମାଞ୍ଚଳର କରୋନା ରୋଗୀ

ଭୁବନେଶ୍ୱର: ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ବି ଘରେ ରହି ଚିକିତ୍ସିତ ହୋଇପାରିବେ କରୋନା ରୋଗୀ। ଲକ୍ଷଣବିହୀନ କିମ୍ବା ସାମାନ୍ୟ ଲକ୍ଷଣ ଥିବା ରୋଗୀ ଚାହିଁଲେ ହୋମ୍ ଆଇସୋଲେସନ୍‌ରେ ରହିପାରିବେ। ତେବେ ଏମାନଙ୍କର ଅନ୍ୟ କୌଣସି ଜଟିଳ ରୋଗ ନଥିଲେ ହିଁ ହୋମ୍ ଆଇସୋଲେସନ୍‌କୁ ଅନୁମତି ଦିଆଯାଇପାରିବ। ଏନେଇ SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ପରିବର୍ଦ୍ଧିତ ଗାଇଡଲାଇନ୍ ଜାରି କରାଯାଇଛି। ସରପଞ୍ଚ କିମ୍ବା ଜିଲ୍ଲାପାଳଙ୍କ ଦ୍ୱାରା ନିର୍ଦ୍ଦେଶିତ ଅନ୍ୟ କୌଣସି ଅଧିକାରୀ ଏହାର ନୋଡାଲ୍ ଅଫିସର ରହିବେ। ପୂର୍ବରୁ କେବଳ […]

  • Tuesday, 06 July 2021
corona
କରୋନା ମୁକାବିଲା ଲାଗି ଗାଇଡଲାଇନ୍ସ ଜାରି କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଓଡ଼ିଶାରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଛି। କିଛି ଦିନ ଭିତରେ ଲୋକସେବା ଭବନର କେତେକ ବିଭାଗରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରୁ କରୋନା ପଜିଟିଭ୍‌ ବାହାରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଏପରି ପରିସ୍ଥିତିରେ ଯଦି କୌଣସି ସରକାରୀ ଅଫିସରୁ କରୋନା ଆକ୍ରାନ୍ତ ବାହାରନ୍ତି, ତେବେ କ’ଣ ସବୁ ପଦକ୍ଷେପ ଗ୍ରହଣ କରିବାକୁ ହେବ, ତାର ଏକ ଗାଇଡ୍‌ଲାଇନ୍ସ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ […]

  • Tuesday, 06 July 2021
Corona
ଗଞ୍ଜାମରେ କାୟା ବିସ୍ତାର କରି ଚାଲିଛି କରୋନା, ଆଖି ବୁଜିଲେ ଆଉ ଜଣେ କରୋନା ଯୋଦ୍ଧା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଛି। କିଛି ଦିନ ଧରି ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହା ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬,୯୦୨ରେ ପହଞ୍ଚିଛି। ସେଥିମଧ୍ୟରୁ ୨,୩୪୭ ଆକ୍ଟିଭ୍‌ କେସ୍‌ ଥିବାବେଳେ ୪,୪୮୩ଜଣ ସୁସ୍ଥ ହୋଇଛନ୍ତି। ୬୭ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ କରୋନା ଯୋଦ୍ଧା ମଧ୍ୟ ଅଛନ୍ତି। ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାରେ ଆଉ ଜଣେ କରୋନା ଯୋଦ୍ଧାଙ୍କ […]

  • Tuesday, 06 July 2021
କରୋନା ଲଗାଇ ଦେଲା କଳି, ୨ ଗୋଷ୍ଠୀ ମୁହାଁମୁହିଁ

ବ୍ରହ୍ମଗିରି: ଗାଁର ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବାପରେ ଉତ୍ତେଜନା ପ୍ରକାଶ ପାଇବା ସହ ବୋମାମାଡ଼ ହୋଇଛି। ପୁରୀ ଜିଲ୍ଲା ନିସିଭଅଁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ନିସିଭଅଁର ଗାଁରେ ଜଣେ ବ୍ୟକ୍ତି କିଛି ଦିନ ତଳେ ଦିଲ୍ଲୀରୁ ଫେରି କ୍ୱାରେଣ୍ଟିନ୍‌ ସେଣ୍ଟରରେ ଥିଲେ। କ୍ୱାରେଣ୍ଟିନ୍‌ ଅବଧି ନ ସରିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ୩-୪ ଦନ ପୂର୍ବରୁ ଗାଁକୁ ଚାଲି ଆସିଥିଲେ। ଏହି ସମୟରେ ଗାଁରେ ଲୋକଙ୍କ ସହ […]

  • Tuesday, 06 July 2021
corona-testing
ଏଣିକି ମାତ୍ର ୩୦ ମିନିଟ୍‌ରେ ହେବ କରୋନା ଟେଷ୍ଟ

ନୂଆଦିଲ୍ଲୀ: କରୋନା ପ୍ରତିକାରକୁ ନେଇ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏଣିକି କରୋନା ଟେଷ୍ଟ ଫଳାଫଳ ମାତ୍ର ୩୦ ମିନିଟରେ ଜଣାପଡିବ।  ଏନେଇ ପରୀକ୍ଷାନିରୀକ୍ଷା ପାଇଁ ଇସ୍ରାଏଲର ଏକ ବୈଜ୍ଞାନିକ ଟିମ୍ ଭାରତ ଆସିବ । ତେବେ ପୂର୍ବରୁ ଏହାର ପରୀକ୍ଷଣ ଇସ୍ରାଏଲରେ କରାଯାଇଛି । ଭାରତରେ ଏହି ପରୀକ୍ଷା ସଫଳ ହେଲେ କରୋନା ଭାଇରସର ମୁକାବିଲା କରିବା ଦିଗରେ ଏକ ବଡ ଅସ୍ତ୍ର ମିଳିଯିବ। ଇସ୍ରାଏଲରୁ ଆସିଥିବା ଏକ ଟିମ ଦିଲ୍ଲୀ ଏମ୍‌ସରେ ଏହି କିଟ୍‌ର ପରୀକ୍ଷା […]

  • Tuesday, 06 July 2021
corona today
ଦେଶରେ ଗୋଟିଏ ଦିନରେ ବାହାରିଲେ ୫୦ ହଜାର କରୋନା ରୋଗୀ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ମାମଲା ବର୍ତ୍ତମାନ ଏକ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ମାମଲା ଆସିବା ପରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ପ୍ରାୟ ୧୩ ଲକ୍ଷରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪  ଘଣ୍ଟା ମଧ୍ୟରେ ୪୯, ୩୧୦ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୭୪୦ ଜଣ ରୋଗୀ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୨ ଲକ୍ଷ ୮୭ […]

  • Tuesday, 06 July 2021
corona
ଓଡ଼ିଶାରେ କରୋନା ସ୍ଥିତି ସାଂଘାତିକ: ଦିନକରେ ଚିହ୍ନଟ ହେଲେ ୧,୫୯୪ ନୂଆ ପଜିଟିଭ୍‌

ଭୁବନେଶ୍ୱର: ଓଡ଼ିଶାରେ ୧,୫୯୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୫୯୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୦୬୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୨୭ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୭୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୨,୬୯୩ ରେ […]

  • Tuesday, 06 July 2021
coronavirus
୨୪ ଘଣ୍ଟାରେ ଆଖି ବୁଜିଲେ ଓଡ଼ିଶାରେ ଆଉ ୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩, ଭଦ୍ରକରୁ ଜଣେ, ଗଜପତିରୁ ଜଣେ ଓ ରାୟଗଡ଼ାରୁ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ, ଓଡ଼ିଶାରେ ୧,୫୯୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। […]

  • Tuesday, 06 July 2021
corona
କରୋନା କବ୍‌ଜାରେ ୧୧ ପୋଲିସ୍‌ କର୍ମୀ

ଖୋର୍ଦ୍ଧା: ବାଣପୁର, ବାଲୁଗାଁର ବିଭିନ୍ନ ଥାନା ଓ ଫାଣ୍ଡିର ୧୧ ଜଣ ପୋଲିସ୍‌ କର୍ମୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ୧୧ ଜଣ ପୋଲିସ୍‌ କର୍ମୀ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ସଂପୃକ୍ତ ଥାନା ଓ ଫାଣ୍ଡିର ସବୁ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।

  • Tuesday, 06 July 2021
ଶବ ସଂସ୍କାର ପରେ ରିପୋର୍ଟ ଆସିଲା କରୋନା ପଜିଟିଭ୍

ଭଞ୍ଜନଗର: ଶବ ସଂସ୍କାର ପରେ ରିପୋର୍ଟ ଆସିଲା କରୋନା ପଜିଟିଭ୍। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ଏମିତି ଏକ ଖବର ଆସିଛି। ଯାହାକୁ ନେଇ ଚିନ୍ତା ଆହୁରି ବଢ଼ିଛି। ଭଞ୍ଜନଗର ଅଞ୍ଚଳର ବନବିଭାଗ କର୍ମଚାରୀ ବସନ୍ତ ମହାନ୍ତି ଜ୍ୱର ଓ କାଶରେ ପୀଡ଼ିତ ଥିଲେ। କରୋନା ଲକ୍ଷଣ ଜଣାପଡ଼ିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଗତ ୧୨ ତାରିଖରେ ନିଜର କରୋନା ଟେଷ୍ଟ କରାଇଥିଲେ। କିନ୍ତୁ ରିପୋର୍ଟ ଆସିବାରେ ବିଳମ୍ବ ହୋଇଥିଲା। ତିନି ଦିନ ମଧ୍ୟରେ ରିପୋର୍ଟ […]

  • Tuesday, 06 July 2021
Odisha-assembly
ବିଧାନସଭାର ୫ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର: ବିଧାନସଭାରେ ପହଞ୍ଚିଲା କରୋନାଭାଇରସ୍। ଓଡ଼ିଶା ବିଧାନସଭାର ୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଖୋଦ୍ ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ଯେଉଁ କର୍ମଚାରୀଙ୍କ କରୋନା ପଜିଟିଭ ଆସିଛି, ସେମାନଙ୍କୁ ହୋମ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କିଛି ଦିନ ତଳେ ଏକ ବୈଠକ ହୋଇଥଲାା, ଯେଉଁଥିରେ ଯୋଗଦେଇଥିବା ଜଣେ ବିଧାୟକଙ୍କର ସ୍ୱାବ ଟେଷ୍ଟ ପଜିଟିଭ୍ ଆସିଥିଲା। ଉକ୍ତ ବିଧାୟକଙ୍କ ଆକ୍ରାନ୍ତ ହେବା ପରେ ବିଧାନସଭାର ସବୁ କର୍ମଚାରୀଙ୍କୁ ଟେଷ୍ଟ ପାଇଁ […]

  • Tuesday, 06 July 2021
plasma
କାମ ଦେଉଛି ପ୍ଲାଜମା, ରାଜ୍ୟର ପ୍ରଥମ ରୋଗୀ ସୁସ୍ଥ

ଭୁବନେଶ୍ୱର: ଗୋଟିଏ ପଟେ ଓଡ଼ିଶାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ଅନ୍ୟପଟେ ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ମିଳିଛି। ରାଜ୍ୟରେ ଆରମ୍ଭ ହୋଇଥିବା ପ୍ଲାଜମା ଥେରାପି ନୂଆ ଜୀବନ ଦେଇଛି। ରାଜ୍ୟରେ ପ୍ଲାଜମା ନେଇଥିବା ପ୍ରଥମ ରୋଗୀ ପୂରା ସୁସ୍ଥ ହୋଇଛନ୍ତି। ଆଜି ତାଙ୍କୁ ଡିସଚାର୍ଜ କରାଯିବ। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କଟକର […]

  • Tuesday, 06 July 2021
ବିନା ମାସ୍କରେ ଘରୁ ବାହାରନ୍ତୁ ନାହିଁ, ରାସ୍ତାରେ ଠେଙ୍ଗା ଧରି ଜଗିଛନ୍ତି...

ଭଦ୍ରକ: ସାବଧାନ ! ଯଦି ଆପଣ ଘର ବାହାରକୁ କୌଣସି କାମରେ ଯାଉଛନ୍ତି, ତା’ହେଲେ ନିଶ୍ଚିତ ଭାବେ ମାସ୍କ ପିନ୍ଧନ୍ତୁ। କାହିଁକି ନା ରାସ୍ତାରେ ଠେଙ୍ଗା ଧରି ଜଗିଛନ୍ତି ଅଙ୍ଗନବାଡି ଓ ଆଶା ଦିଦି। ଭଦ୍ରକ ଜିଲ୍ଲା ଗୁଆମାଳରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଲୋକଙ୍କୁ ସଚେତନ କରିବା ପାଇଁ ଏଭଳି କିଛି ନିଆରା ଢଙ୍ଗ ଆପଣାଇଛନ୍ତି ଏମାନେ। ଯେଉଁମାନେ ବାହାରକୁ ଆସୁଛନ୍ତି ଓ ମାସ୍କ ପିନ୍ଧି ନଥିବା ନଜର ଆସୁଛନ୍ତି ଅଙ୍ଗନବାଡି କର୍ମୀ ସଂଯୁକ୍ତା […]

  • Tuesday, 06 July 2021
coronavirus
ଓଡ଼ିଶାରେ ଆଉ ଜଣେ ବିଧାୟକଙ୍କୁ କରୋନା

ପୋଲସରା: ଓଡ଼ିଶାରେ ଆଉ ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶ୍ରୀକାନ୍ତଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ୍ ଆସିଥିବା ସୂଚନା ମିଳିଛି। ଉଭୟଙ୍କୁ କରୋନା ନେଇ ବିଧାୟକ ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି। ପୂର୍ବରୁ ଓଡ଼ିଶାର ୩ ଜଣ ବିଧାୟକ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଅନ୍ୟପକ୍ଷରେ, ଓଡ଼ିଶାରେ ଆଜି ୧,୫୯୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗଞ୍ଜାମରୁ କେବଳ ୭୩୨ […]

  • Tuesday, 06 July 2021
bjp
ବିଜେପିର ଧମକ; ମଧ୍ୟବିତ୍ତଙ୍କୁ ପ୍ୟାକେଜ୍ ନ ଦେଲେ BMC ଅଚଳ କରିବୁ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କୋଭିଡ୍ ପରିଚାଳନାକୁ ନେଇ ସରକାର ଏବଂ ବିଏମସି ଉପରେ ପ୍ରଶ୍ନ ଉଠାଉଛି ବିଜେପି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଲୋକଙ୍କ ପାଖରେ ପହଞ୍ଚୁନି ବୋଲି ଅଭିଯୋଗ ଆଣି ବିଏମସିର ଉଦାସିନତା ଏବଂ ଟାଳଟୁଳ ନୀତିକୁ ସମାଲୋଚନା କରିଛି ଦଳ। ମହାନଗର ଅଂଚଳରେ ୨୧ ହଜାର ୪୮୩ ଉଠାଦୋକାନୀ ଓ ବୁଲାବେପାରି ରହିଛନ୍ତି। ଏହି ସମସ୍ତ ବୁଲା ବିକାଳୀଙ୍କୁ ଇ-ରେଜିଷ୍ଟ୍ରସନ କରିବାକୁ କୁହାଯାଉଛି, ଯାହା ଅସମ୍ଭବ। ବିଏମସିର ୩ଟି ଆଞ୍ଚଳିକ କାର୍ଯ୍ୟାଳୟରେ […]

  • Tuesday, 06 July 2021
corona
ରେକର୍ଡ ଭାଙ୍ଗିଲା: ଭୁବନେଶ୍ୱରରେ ଆଉ ୨୪୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ। ଆଜି ଭୁବନେଶ୍ୱରରେ ଆଉ ୨୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟିନରୁ ୨୦୭ ଏବଂ ୪୧ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। କେଉଁ ଅଞ୍ଚଳରେ ହେଲେ ଚିହ୍ନଟ:- ବିଜେବି ନଗର ମହିଷାଖାଲ ବସ୍ତିରୁ ୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏକ ଘରୋଇ ହସ୍ପିଟାଲର ୨୭ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ସୀତାପୁର ବସ୍ତିରୁ ଆଉ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି […]

  • Tuesday, 06 July 2021