• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

Adar Poonawalla
ସେରମ୍ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ଅଦର ପୁନାଓ୍ୱାଲାଙ୍କୁ 'Y' କ୍ୟାଟେଗୋରୀ ସୁରକ୍ଷା

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାଓ୍ୱାଲାଙ୍କୁ Y କ୍ୟାଟେଗୋରୀ ସୁରକ୍ଷା ଅଦର ପୁନାଓ୍ୱାଲାଙ୍କୁ ସୁରକ୍ଷା ଯୋଗାଇବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନୂଆଦିଲ୍ଲୀ: କରୋନା ଟିକା ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ନେଇଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାଓ୍ୱାଲାଙ୍କୁ ‘Y’ କ୍ୟାଟେଗୋରୀ ସୁରକ୍ଷା ମିଳିଛି। ଅଦର ପୁନାଓ୍ୱାଲାଙ୍କୁ ସୁରକ୍ଷା ଯୋଗାଇବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସାରା ଦେଶରେ ଅଦର ପୁନାଓ୍ୱାଲାଙ୍କୁ ଏହି ସୁରକ୍ଷା […]

  • Tuesday, 13 July 2021
corona patient commits suicide
ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ କରୋନା ରୋଗୀଙ୍କ ଆତ୍ମହତ୍ୟା

ଅକ୍ସିଜେନ ଅଭାବରୁ ୧୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କୋଭିଡ ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ କରୋନା ରୋଗୀଙ୍କ ଆତ୍ମହତ୍ୟା ଦେଶରେ ଦିନକରେ ସର୍ବାଧିକ ଆଜି ୩ ଲକ୍ଷ ୭୯ ହଜାର ୨୫୭ ସଂକ୍ରମିତ ଚିହ୍ନଟ ମୋରଦାବାଦ: ଅକ୍ସିଜେନ ଅଭାବରୁ ଗତ କିଛିଦିନ ହେବ ଦେଶରେ ଅନେକ ରୋଗୀ ମୃତ୍ୟୁବରଣ କରୁଥିବା ଘଟଣା ସାମ୍ନାକୁ ଆସିଛି। ଏସବୁ ଭିତରେ ଉତ୍ତରପ୍ରଦେଶରେ ଦୁଇ ଦୁଇଟି ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ଅଭାବରୁ ୧୫ ଜଣ ରୋଗୀଙ୍କ ମୃତ୍ୟୁ […]

  • Tuesday, 13 July 2021
dmet chief
ଓଡ଼ିଶାରେ ଫ୍ଲାଟିନିଙ୍ଗ କର୍ଭରେ ରହୁଛି କରୋନା ସଂକ୍ରମଣର ସ୍ଥିତି: ଡିଏମ୍ଇଟି ମୁଖ୍ୟ

ଓଡ଼ିଶାରେ ଫ୍ଲାଟିନିଙ୍ଗ କର୍ଭ ବା ସମାନ୍ତରାଳ ଭାବେ ରହୁଛି କରୋନା ସଂକ୍ରମଣର ସ୍ଥିତି ଆଜି ରାଜ୍ୟର ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୬୯୯୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି ଅମାନିଆ ହେଲେ ଲାଗୁ ହୋଇପାରେ ସଟଡାଉନ୍ ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତିକୁ ନେଇ ଡିଏମ୍ଇଟି ମୁଖ୍ୟ  ସିବିକେ ମହାନ୍ତି ଆଜି ଗଣମାଧ୍ୟକୁ ସୂଚନା ଦେଇ କହିଛନ୍ତି,“ରାଜ୍ୟରେ ଫ୍ଲାଟିନିଙ୍ଗ […]

  • Tuesday, 13 July 2021
କରୋନା ରୋଗୀଙ୍କୁ ହସ୍ପିଟାଲରେ ନେବା ପାଇଁ ୪୨ ହଜାର ଟଙ୍କା ନେଲେ ଆମ୍ବୁଲାନ୍ସ ଡ୍ରାଇଭର, ଜଣାପଡ଼ିବା ପରେ...

ନୋଏଡା: ଦେଶବାସୀ ଏବେ ମହାମାରୀ କରୋନା ସହ ଲଢୁ ଥିବାବେଳେ ଏଭଳି ସମୟରେ ହସ୍ପିଟାଲରେ କେଉଁଠି ବେଡ ମିଳୁନାହିଁ ତ ଆଉ କେଉଁଠି ଅକ୍ସିଜେନର ଅଭାବ ଦେଖା ଦେଇଛି। ଆଉ କେଉଁଠି ଆମ୍ବୁଲାନ୍ସ ମିଳୁନାହିଁ। ଠିକ ସମୟରେ ଆମ୍ବୁଲାନ୍ସ ନପହଞ୍ଚିବା ଯୋଗୁ ରୋଗୀଙ୍କ ଜୀବନ ଚାଲି ଯାଉଥିବା ଅଭିଯୋଗ ହେଉଛି। ଏପରିକି ଆମ୍ବୁଲାନ୍ସ ଡ୍ରାଇଭର ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପାଇଁ ଲୋକଙ୍କୁଠୁ ମନଇଚ୍ଛା ଟଙ୍କା ନେଉଥିବା ମଧ୍ୟ ଦେଖିବାକୁ ମିଳିଛି। କେଉଁଠି ୩ କି.ମି. ପାଇଁ ୧୦ […]

  • Tuesday, 13 July 2021
covid patient missing
୩ ହଜାର କରୋନା ରୋଗୀ ନିଖୋଜ, ଫୋନ ବି ସ୍ବିଚ ଅଫ

ବେଙ୍ଗାଲୁରୁ: ସାରା ଦେଶରେ କରୋନା ସଂକ୍ରମଣ ଯେଉଁଭଳି ଭାବରେ ବୃଦ୍ଧି ପାଉଛି ତାହା ଚିନ୍ତାର ବିଷୟ ପାଲଟିଛି। ସଂକ୍ରମଣକୁ ରୋକିବା ପାଇଁ କିଛି ରାଜ୍ୟ ସରକାର ରାଜ୍ୟରେ ଲକଡାଉନ ଘୋଷଣା କରିଥିବା ବେଳେ ଆଉ କେଉଁଠି କର୍ଫ୍ୟୁ ଜାରି ହୋଇଛି। କର୍ଣ୍ଣାଟକରେ ମଧ୍ୟ ଲକଡାଉନ ଜାରି ହୋଇଛି। ହେଲେ ଏବେ କର୍ଣ୍ଣାଟକ ସରକାରଙ୍କ ପାଇଁ ଏକ ନୂଆ ସଙ୍କଟ ସୃଷ୍ଟି ହୋଇଛି। ଏକ ରିପୋର୍ଟରେ ଦାବି କରାଯାଇଛି, କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ପାଖାପାଖି ୩ ହଜାର କରୋନା […]

  • Tuesday, 13 July 2021
allu arjun
ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ କରୋନା ପଜିଟିଭ

ହାଇଦ୍ରାବାଦ: ସାରାଦେଶରେ ଏବେ କରୋନାର ଦ୍ଵିତୀୟ ଲହର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସାଧାରଣ ଜନତାଙ୍କଠୁ ଆରମ୍ଭ କରି ବଡ଼ ବଡ଼ ରାଜନେତା ଓ ସେଲିବ୍ରିଟିମାନେ ମଧ୍ୟ କରୋନା କୋପରୁ ବର୍ତ୍ତି ପାରୁ ନାହାନ୍ତି। ଏବେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ସଂକ୍ରମିତ ନେଇ ନିଜେ ଅଲ୍ଲୁ ଅର୍ଜୁନ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେଆର କରି ଏସମ୍ପର୍କରେ ସୂଚନା ଦେଇଛନ୍ତି।   View this post on Instagram […]

  • Tuesday, 13 July 2021
vaccination
ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିଠୁ ପଞ୍ଜୀକରଣ ଆରମ୍ଭ ହେବାକୁ ଥିବାବେଳେ ଏଥିଲାଗି ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସେସନ୍ ସାଇଟ୍ ପ୍ରସ୍ତୁତ ଥିବାବେଳେ ଆବଶ୍ୟକ ସ୍ଥଳେ ଏହାକୁ ବୃଦ୍ଧି କରାଯିବ। ତେବେ ମେ ୧ ପରେ ରାଜ୍ୟରେ ଯେବେ ଟିକା ପହଞ୍ଚିବ, ସେବେ ଟିକାକରଣ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ରାଜ୍ୟରେ ଆଜି ଆଉ ୯୦ ହଜାର କୋଭିସିଲ୍ଡ ଟିକା ଆସି ପହଞ୍ଚିବ। ଅନ୍ୟପକ୍ଷେ, ଆଜି ଯାଜପୁର […]

  • Tuesday, 13 July 2021
deadbody on cycle
କରୋନାର କରୁଣ ଚିତ୍ର: ପିପିଇ କିଟ୍ ପିନ୍ଧି ସାଇକେଲରେ ବାପାଙ୍କ ମୃତଦେହ ବୋହିଲା ପୁଅ

ବଲାଙ୍ଗିର: କରୋନା ପାଇଁ ଧୀରେ ଧୀରେ ହଜିଯାଉଛି ମାନବିକତା। କେଉଁଠି ନିଜ ଲୋକ ପର କରିଦେଉଛନ୍ତି ତ ଆଉ କେଉଁଠି ମୃତଦେହକୁ ଚାରି କାନ୍ଧ ଦେବାକୁ କେହି ନାହାନ୍ତି। ସତେ ଯେମିତି ସଂକ୍ରମଣର ଭୟ ଲୋକଙ୍କ ମଧ୍ୟରେ ବାଡ଼ ସୃଷ୍ଟି କରିଛି। ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କିଛିଦିନ ଧରି ଲଗାତାର ଭାବେ ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୮ ହଜାରରୁ ଅଧିକ […]

  • Tuesday, 13 July 2021
no social distancing
ଜଣେ କରୋନା ଆକ୍ରାନ୍ତ ୩୦ ଦିନରେ ୪୦୬ ଜଣଙ୍କୁ ସଂକ୍ରମିତ କରିପାରନ୍ତି !

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏସବୁ ପରେ ମଧ୍ୟ ସଂକ୍ରମଣ ଥମିବାର ନାଁ ଧରୁନାହିଁ। ବରଂ ପ୍ରତ୍ୟେକ ଦିନ ପଜିଟିଭ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଉଛି। ହେଲେ କିଛି ଲୋକ ଏହି ନିୟମକୁ ଖୁଲମଖୁଲା ଉଲ୍ଲଘଂନ କରୁଥିବା […]

  • Tuesday, 13 July 2021
curfew
ବଢ଼ୁଛି କରୋନା ସଂକ୍ରମଣ: ଆସନ୍ତାକାଲିଠୁ ଏହି ରାଜ୍ୟରେ ଲାଗୁ ହେବ କର୍ଫ୍ୟୁ

ବେଙ୍ଗାଲୁରୁ: ଆସନ୍ତାକାଲି ରାତି ୯ଟାରୁ କର୍ଣ୍ଣାଟକରେ କରୋନା କର୍ଫ୍ୟୁ ଲାଗୁ ହେବ। ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହି କଟକଣା ଲାଗୁ ହେବ। କଟକଣା ସମୟରେ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ଜରୁରୀ ସେବାକୁ ଅନୁମତି ମିଳିବ। ସକାଳ ୧୦ଟା ପରେ ସବୁ ଦୋକାନ ବନ୍ଦ ରହିବ। କେବଳ ନିର୍ମାଣ, ଉତ୍ପାଦନ ଓ କୃଷିକ୍ଷେତ୍ର ସେକ୍ଟର ସହ ଜଡ଼ିତ କାର୍ଯ୍ୟକୁ ଅନୁମତି ମିଳିବ। ସାଧାରଣ ଯାତାୟାତ ବନ୍ଦ ରହିବ। ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ […]

  • Tuesday, 13 July 2021
auto driver ravi
ସାବାସ୍‌ ରବି; ଅଟୋରେ କରୋନା ରୋଗୀଙ୍କୁ ମାଗଣାରେ ହସ୍ପିଟାଲ୍‌ ପହଞ୍ଚାଉଛନ୍ତି

ରାଞ୍ଚି: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଗୋଟିଏପଟେ ହସ୍ପିଟାଲ୍‌ରେ ରୋଗୀଙ୍କ ପାଇଁ ବେଡ୍‌ ଓ ଅକ୍ସିଜେନ୍‌ର ଅଭାବ ଦେଖା ଦେଇ ଥିବାବେଳେ ଅନ୍ୟପଟେ କରୋନା ରୋଗୀଙ୍କୁ ହସ୍ପିଟାଲ୍‌ରେ ପହଞ୍ଚାଇବା ପାଇଁ ଆମ୍ବୁଲାନ୍ସ ଓ ଅର୍ଥର ଅଭାବ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଠିକ୍‌ ସମୟରେ ଆମ୍ବୁଲାନ୍ସ ନମିଳିବାରୁ ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି। ଖାଲି ଏତିକି ନୁହେଁ, କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ନିଜ […]

  • Tuesday, 13 July 2021
marriage
ପିପିଇ କିଟ୍‌ ପିନ୍ଧି ହସ୍ପିଟାଲ୍‌ରେ କରୋନା ଆକ୍ରାନ୍ତଙ୍କୁ ବାହା ହେଲେ ଯୁବତୀ

ଆଲାପ୍ପୁଝା: କଥାରେ ଅଛି, ସମୟ ଓ ଜୁଆର କାହାକୁ ଅପେକ୍ଷା କରେ ନାହିଁ, ଏପରିକି କରୋନାକୁ ମଧ୍ୟ। ବିବାହ ଶାଢ଼ୀ ବଦଳରେ ପିପିଇ କିଟ୍‌ ପିନ୍ଧି ହସ୍ପିଟାଲ୍‌ରେ କରୋନା ଆକ୍ରାନ୍ତଙ୍କୁ ବିବାହ କଲେ ଯୁବତୀ। ମହାମାରୀ କରୋନା ଯୋଗୁ  ଧୀରେ ଧୀରେ ମାନବିକତା ହଜି ଯାଉଥିବା ବେଳେ ଲୋକଙ୍କ ମଧ୍ୟରେ ପାଚେରି ହୋଇ ଛିଡ଼ା ହୋଇଛି ସଂକ୍ରମଣର ଭୟ। ଏପରିକି ନିଜ ଲୋକ ମଧ୍ୟ ପର କରି ଦେଉଛନ୍ତି। ହେଲେ ଏସବୁ ଭିତରେ ଏମିତି ଏକ ସକାରାତ୍ମକ […]

  • Tuesday, 13 July 2021
Fire At Hospital
ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ, ICUରେ ଚିକିତ୍ସିତ ହେଉଥିଲେ ଗୁରୁତର ୧୬ କରୋନା ରୋଗୀ

ସୁରତ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ର ICUରେ ଅଗ୍ନିକାଣ୍ଡ ଅଗ୍ନିକାଣ୍ଡ ପରେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଗୁରୁତର ୧୬ କରୋନା ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଖାପାଖି ଅଧ ଘଣ୍ଟା ପରେ ଆୟତ୍ତକୁ ଆସିଲା ନିଆଁ  ଏସିରେ ବ୍ଲାଷ୍ଟ୍‌ କିମ୍ବା ସର୍ଟ ସର୍କିଟ୍‌ ନଚେତ୍‌ ଓଭରଲୋଡିଂ ଯୋଗୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ ସୁରତ: ଗୁଜରାଟ ସୁରତ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ରାତିରେ ଷ୍ଟେସନ ରୋଡ୍‌ ସ୍ଥିତ ଆୟୁଷ ହସ୍ପିଟାଲ୍‌ର ICUରେ […]

  • Tuesday, 13 July 2021
corona testing
କୋଲକାତାରେ ପ୍ରତି ୨ ଜଣରେ ଜଣେ କରୋନା ପଜିଟିଭ ଚିହ୍ନଟ

କୋଲକାତା: କୋଲକାତାରେ ପ୍ରତି ୨ ଜଣରେ ଜଣେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। କୋଲକାତା ଏବଂ ଏହାର ପାଖ ଅଞ୍ଚଳରେ RTPCR ଟେଷ୍ଟ କରୁଥିବା ପ୍ରତି ଦୁଇ ଜଣରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିପରି ପଶ୍ଚିମବଙ୍ଗର ଅନ୍ୟ ଅଞ୍ଚଳରେ ପ୍ରତି ୪ ଜଣରେ ଜଣେ ପଜିଟିିଭ୍ ବାହାରୁଛନ୍ତି। ଏପ୍ରିଲ ମାସ ଆରମ୍ଭରେ ପ୍ରତି ୨୦ ଜଣରେ ଜଣେ ଆକ୍ରାନ୍ତ ହେଉଥିବା ବେଳେ ଏବେ ସଂକ୍ରମିତଙ୍କ ସଂଖ୍ୟା ୫ ଗୁଣା ବୃଦ୍ଧି ପାଇଛି। କିଛି ସ୍ଥାନରେ […]

  • Tuesday, 13 July 2021
AOPMEF Secretary
‘ଟିକା ଦର ଅଧିକ ରହିଛି, ଦର ସମାନ ହେବା ଉଚିତ୍‌’

ଭୁବନେଶ୍ୱର: ସାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ନୂଆ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହୁଛି। ଏହାକୁ ଦୃଷ୍ଟି ରଖି କେନ୍ଦ୍ର ସରକାର ମେ’ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବର୍ଗର ଲୋକଙ୍କ ପାଇଁ କରୋନା ଟିକାକରଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ ମେ’ ୧ ତାରିଖରୁ ଏବେ ଘରୋଇ ହସ୍ପିଟାଲ ଗୁଡ଼ିକରେ ଟିକାକରଣ ଆରମ୍ଭ ହେବାକୁ […]

  • Tuesday, 13 July 2021
lockdown
ବଢ଼ୁଛି କରୋନା ସଂକ୍ରମଣ: ଦିଲ୍ଲୀରେ ମେ’ ୩ ଯାଏ ବଢ଼ିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଲକ୍‌ଡାଉନ୍‌ ଅବଧିକୁ ଆଉ ସପ୍ତାହେ ପାଇଁ ବଢ଼ାଇ ଦିଆଯାଇଛି। ମେ’ ୩ ତାରିଖ ସକାଳ ୫ଟା ଯାଏ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ଘୋଷଣା ହୋଇଛି। କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏଭଳି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏଥିରେ ବ୍ରେକ୍‌ ଲଗାଇବା ଲାଗି ଏପ୍ରିଲ ୨୬ ସକାଳ ୫ଟା ପର୍ଯ୍ୟନ୍ତ ଦିଲ୍ଲୀରେ ଲକ୍‌ଡାଉନ୍‌ କଟକଣା ଲାଗୁ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଘୋଷଣା କରିଥିଲେ। ଏହି […]

  • Tuesday, 13 July 2021
vanity van
କୋଭିଡ୍ ଡ୍ୟୁଟିରେ ବଲିଉଡ୍‌ ସେଲିବ୍ରିଟିଙ୍କ ଭ୍ୟାନିଟି ଭ୍ୟାନ୍

ମୁମ୍ବାଇ: ସାରା ଦେଶରେ ମହାମାରୀ କରୋନା ପୁଣିଥରେ ଏହାର କାୟା ବିସ୍ତାର କରିଛି। ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। ମୃତ୍ୟୁହାର ମଧ୍ୟ ବଢ଼ୁଛି। ସବୁଠାରୁ ଚିନ୍ତାଜନକ ବିଷୟ, କରୋନାର ଏହି ଦ୍ୱିତୀୟ ଲହର ପ୍ରଥମ ଲହରଠାରୁ ଅଧିକ ଭୟଙ୍କର। ଦ୍ୱିତୀୟ ଲହରରେ ଅଧିକ ଲୋକ ସଂକ୍ରମିତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି। ଏଭଳି ସ୍ଥିତିରେ ସାଧାରଣ ଜନତାଙ୍କଠୁ ଆରମ୍ଭ କରି ରାଜନେତା, ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ କରୋନା ଲଢ଼େଇରେ ସାମିଲ ହୋଇଛନ୍ତି। […]

  • Tuesday, 13 July 2021
jaipur golden hospital
ମିଳିଲାନି ଅକ୍ସିଜେନ, ଆଖି ବୁଜିଲେ ୨୫ କରୋନା ରୋଗୀ

ନୂଆଦିଲ୍ଲୀ: ସାରା ଦେଶରେ କରୋନାକୁ ନେଇ ଏବେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। କେଉଁଠି ହସ୍ପିଟାଲ୍‌ରେ ବେଡ୍‌ ନାହିଁ ତ ଆଉ କେଉଁଠି ଅକ୍ସିଜେନ୍‌ର ଅଭାବ। ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରେ ଦିଲ୍ଲୀବାସୀଙ୍କ ଦୁଃଖ ଦ୍ୱିଗୁଣିତ ହୋଇଯାଇଛି। ଦିଲ୍ଲୀର ହସ୍ପିଟାଲ୍‌ ଗୁଡ଼ିକରେ ଏବେ ବେଡ୍‌ ଓ ଅକ୍ସିଜେନ୍‌ ଅଭାବ ଦେଖା ଦେଇଛି। ଏସବୁ ଭିତରେ ଅକ୍ସିଜେନ୍‌ ଅଭାବରୁ ଦିଲ୍ଲୀର ଏକ ହସ୍ପିଟାଲ୍‌ରେ ୨୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଦିଲ୍ଲୀର ଜୟପୁର ଗୋଲ୍‌ଡେନ୍‌ […]

  • Tuesday, 13 July 2021
father kills son
ପୁଅର ଛାତି ଉପରେ ଛିଡ଼ା ହୋଇ ଜୀବନ ନେଇଗଲେ କରୋନା ସଂକ୍ରମିତ ବାପା

ପାଟନା: ତଳେ ପଡ଼ି ଛଟପଟ ହେଉଥାଏ ଭାଇ, ମୋତେ ବଞ୍ଚାଅ ବଞ୍ଚାଅ ବୋଲି କାନ୍ଦି କାନ୍ଦି ବିକଳରେ ଚିତ୍କାର କରୁଥାଏ। ହେଲେ କେହିନଥିଲେ ଜୀବନ ବଞ୍ଚାଇବା ପାଇଁ। ଘର ଭିତରେ ଭଉଣୀ ଥିଲେ ମଧ୍ୟ ଭାଇକୁ ସାହାଯ୍ୟ କରିପାରିନଥିଲେ। ଦୌଡ଼ି ଯାଇ ଭାଇର ଜୀବନ ବଞ୍ଚାଇବାକୁ ଗଲା ବେଳକୁ ସେତେବେଳକୁ ଭାଇର ଜୀବନ ଚାଲି ଯାଇଥିଲା। ଭଉଣୀଆଖି ସାମ୍ନାରେ ଚାଲିଗଲା ଭାଇର ଜୀବନ। ଭାଇ ପାଇଁ ରକ୍ଷାକବଚ ହୋଇ ଛିଡ଼ା ହୋଇପାରିନଥିଲା ଭଉଣୀ ଓ ସବୁଦିନ ପାଇଁ […]

  • Tuesday, 13 July 2021
shutdown
ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌, ଅମାନିଆଙ୍କ ଉପରେ କଡ଼ା ନଜର

ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଲାଗୁ ସବୁଠି କଡ଼ାକଡ଼ି ଚେକିଂ ଓ ବ୍ଲକିଂ ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ୬୮ଟି ପଏଣ୍ଟରେ ଚେକିଂ କଟକରେ ୧୨ ପ୍ଲାଟୁନ୍‌ ଫୋର୍ସ ଓ ୧୦୦ ଅଫିସର ନିୟୋଜିତ ଭୁବନେଶ୍ୱରରେ ୨୦ ପ୍ଲାଟୁନ ଫୋର୍ସ, ୧୫୦ ଅଫିସର ନିୟୋଜିତ ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ୬,୬୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଲାଗୁ ହୋଇଛି। କରୋନା […]

  • Tuesday, 13 July 2021
corona test
ଓଡ଼ିଶାରେ ବଢ଼ୁଛି କରୋନା ସଂକ୍ରମଣ: ଚିନ୍ତା ବଢ଼ାଇଲା ଖୋର୍ଦ୍ଧା; ଦିନକରେ ବାହାରିଲେ ୧,୧୮୯

୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ୬,୬୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଖୋର୍ଦ୍ଧାରୁ କେବଳ ୧,୧୮୯ ଚିହ୍ନଟ ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଲାଗୁ ସବୁଠି କଡ଼ାକଡ଼ି ଚେକିଂ ଓ ବ୍ଲକିଂ ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ୬୮ଟି ପଏଣ୍ଟରେ ଚେକିଂ ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ। କିଛିଦିନ ହେବ ଲଗାତାର ଭାବେ ରାଜ୍ୟରେ ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ଚିନ୍ତା ବଢ଼ିଛି। ବେଶୀ ଚିନ୍ତା […]

  • Tuesday, 13 July 2021
vaccination
ଏଣିକି ରାଜ୍ୟରେ ଶନିବାର ଓ ରବିବାର ଟିକାକରଣ ବନ୍ଦ

ଶନି ଓ ରବିବାର ସଟ୍‌ଡାଉନ୍‌ ଥିବାରୁ ଏଣିକି ସପ୍ତାହରେ ୫ ଦିନ ଟିକାକରଣ କରାଯିବ ଶନି ଓ ରବିବାର ଦିନ ଟିକାକରଣ ବନ୍ଦ ରହିବ ଓ ଏହି ସମୟରେ ଟିକାକରଣ କେନ୍ଦ୍ରକୁ ସାନିଟାଇଜ କରାଯିବ ମେ’ ୧ରୁ ଘରୋଇ ହସ୍ପିଟାଲ ଗୁଡିକ କମ୍ପାନୀଠାରୁ ସିଧାସଳଖ ଟିକା ଆଣିବେ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ, ଟିକାର ଦର ଧାର୍ଯ୍ୟ ହେବ ଭୁବନେଶ୍ୱର: ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୫୪ ଲକ୍ଷ ୪୧ ହଜାର ୪୭୮ ଜଣଙ୍କୁ ଟିକାକରଣ କରାଯାଇଛି। ଆଜି […]

  • Tuesday, 13 July 2021
shutdown
‌ଶନିବାର, ରବିବାର ସଟ୍‌ଡାଉନ୍‌: ୧ ଘଣ୍ଟା ପାଇଁ କୋହଳ ହେବ କଟକଣା

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଆରମ୍ଭ ହେବ। ଶନିବାର ଓ ରବିବାର ଏହି ସପ୍ତାହାନ୍ତ ସଟ୍‌ଡାଉନ୍ ବେଳେ ସକାଳେ ଘଣ୍ଟାଏ ପାଇଁ କଟକଣା କୋହଳ କରାଯିବ। ମର୍ଣ୍ଣିଂ ଓ୍ବାକ୍ ଓ ସାଇକ୍ଲିଂ ପାଇଁ ସକାଳ ୫ଟାରୁ ୬ଟା ଯାଏ କଟକଣା କୋହଳ ହେବ। ଏନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନର(SRC) ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ସପ୍ତାହାନ୍ତ ସଟ୍‌ଡାଉନ୍ ନେଇ SRC କହିଛନ୍ତି, ଶନିବାର ସକାଳୁ ହିଁ ସପ୍ତାହାନ୍ତ […]

  • Tuesday, 13 July 2021
cart
ମିଳିଲାନି ଆମ୍ବୁଲାନ୍ସ, ଠେଲା ଗାଡ଼ିରେ ଅକ୍ସିଜେନ୍‌ ସିଲିଣ୍ଡର ଲଗାଇ ଅସୁସ୍ଥ ପତ୍ନୀଙ୍କୁ ହସ୍ପିଟାଲ୍‌ ନେଲେ

ଉଜ୍ଜୈନ: ଠେଲା ଗାଡ଼ିରେ ଶୋଇଛନ୍ତି ଅସୁସ୍ଥ ମହିଳା ଓ ପାଖରେ ରଖାଯାଇଛି ଅକ୍ସିଜେନ୍‌ ସିଲିଣ୍ଡର। ଜଣେ ବ୍ୟକ୍ତି ଠେଲା ଗାଡ଼ି ଠେଲି ଠେଲି ନେଉଥିବା ବେଳେ ଆଉ ଜଣେ ବ୍ୟକ୍ତି ଅକ୍ସିଜେନ୍‌ ସିଲିଣ୍ଡର ଧରିଛନ୍ତି। ଦେଶରେ କରୋନା ସଂକ୍ରମଣ ବେକାବୁ ଥିବାବେଳେ ଏଭଳି ଦୃଶ୍ୟ ବର୍ଣ୍ଣନା କରୁଛି ବର୍ତ୍ତମାନର ସ୍ଥିତି ସମ୍ପର୍କରେ। ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଦିନକୁ ଦିନ ଦେଶରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଥିବା ବେଳେ […]

  • Tuesday, 13 July 2021