ବେଙ୍ଗାଲୁରୁ: ଲକଡାଉନ୍ ପ୍ରଭାବିତଙ୍କ ପାଇଁ ୧୬ଶହ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର। ଲକଡାଉନ କଟକଣା ଯୋଗୁଁ ବିଶେଷ କରି ଚାଷୀ, କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀ, ଅଟୋ, ଟ୍ୟାକ୍ସି ଡ୍ରାଇଭର, ଧୋବା ଏବଂ ବାରିକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଲକଡାଉନ ଭଳି କଠିନ ସମୟରେ ଏହ ବର୍ଗର ବ୍ୟକ୍ତିଙ୍କୁ ସହାୟତା ଦେବାକୁ ୟେଦୁରପ୍ପା ସରକାର ୧୬ଶହ ୧୦ କୋଟି ଟଙ୍କାର ଆର୍ଥିକ ସହଯୋଗ ଘୋଷଣା କରିଛନ୍ତି। ସରକାରଙ୍କ […]
ଭୁବନେଶ୍ୱର: ଆଉ ୫ କରୋନା ପଜିଟିଭ ଚିହ୍ନଟ। ଜଗତସିଂହପୁର ଜିଲ୍ଲାକୁ ବ୍ୟାପିଲା କରୋନା। ଏଠାରେ ୪ଟି ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସୁରତରୁ ଫେରିଛନ୍ତି। ସେମାନଙ୍କ ବୟସ ୨୬, ୩୨, ୩୦, ୪୭। ସମସ୍ତେ କ୍ୱାରେଣ୍ଟାଇନ୍ରେ ଥିଲେ। ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର। ଏମାନେ ନାଉଗାଁ ବ୍ଲକ୍ର ବୋଲି ପରି ଜଣାପଡିଛି। ଆଉ ଜଣେ କେନ୍ଦ୍ରାପଡାରୁ ଚିହ୍ନଟ ହୋଇଛନ୍ତି। ସେ ନିକଟରେ କୋଲକାତାରୁ ଫେରିଥିଲେ। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ […]
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଲକଡାଉନ ସମୟର କଟକଣା ସଂପର୍କରେ ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର କଟକ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସଂଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ସଂପୂର୍ଣ୍ଣ କଟକଣା ଲାଗୁ ହୋଇଛି କୋଭିଡ-୧୯ ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଓ ବିଭାଗର ଅଧିକାରୀଙ୍କ ପାଇଁ କଟକଣା ଲାଗୁ ହେବନି ସେହିପରି କଲ୍ ସେଣ୍ଟର ଭଳି ଆଇଟି ସେବା ପ୍ରଦାନକାରୀ କାର୍ଯ୍ୟାଳୟ, ଇଣ୍ଟରନେଟ୍ ସେବା ପ୍ରଦାନକାରୀ ଅଫିସ, ମିଡିଆ ଓ ଇଲେକ୍ଟ୍ରିସିଟି, ପାଣି ଯୋଗାଣ ଭଳି […]
ନୂଆଦିଲ୍ଲୀ: ଦେଶରେ କରୋନା ଜନିତ ମୃତ୍ୟୁରେ ନୂଆ ରେକର୍ଡ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୯୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥି ସହିତ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧୫୬୮କୁ ବୃଦ୍ଧି ପାଇଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୯୦୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାର ୪୩୩ରେ ପହଞ୍ଚିଛି। ତେବେ ଦିନକରେ ୧ହଜାର ୨୦ ଜଣ ସୁସ୍ଥ ବି ହୋଇଛନ୍ତି। କରୋନା ଆକ୍ରାନ୍ତ […]
ଭୁବନେଶ୍ୱର: ସୁପର୍ ସ୍ପ୍ରେଡର୍ ପରିବା ମାର୍କେଟ। ତାମିଲନାଡ଼ୁ କୋଏମ୍ବାଡୁ ମାର୍କେଟ ଏବେ ପୁରା ତାମିଲନାଡ଼ୁ ପାଇଁ ପାଲଟିଛି ସୁପର୍ ସ୍ପ୍ରେଡର୍। କାରଣ ଏହି ବଜାରରୁ କରୋନା ଏବେ ମାଡ଼ିଛି ତାମିଲନାଡ଼ୁର ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣକୁ। ରାଜ୍ୟର ପ୍ରାୟ ୮୫ ପ୍ରତିଶତ କରୋନା ଆକ୍ରାନ୍ତ ଏହି ବଜାରକୁ ଆସିଛନ୍ତି କିମ୍ବା ଏଠୁ ଆସିଥିବା ଲୋକଙ୍କ ସମ୍ପର୍କକୁ ଆସିଥିବା ଜଣାପଡ଼ିଛି। ଏହାପରେ ପୁରା ବଜାରକୁ ସିଲ୍ କରିଦିଆଯାଇଛି। ଗୋଟି ଗୋଟି ଦୋକାନକୁ ସାନିଟାଇଜ୍ କରିବା ସହ ଯେପରି ଏଠି […]
ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ଘର ବାଲେଶ୍ୱରର ବୋଲି ଜଣାପଡ଼ିଛି। ସେ ନିକଟରେ କୋଲକାତାରୁ ଫେରିଥିଲେ। ସେ କ୍ୱାରେଣ୍ଟାଇନ୍ରେ ଥିଲେ। ଆଜି ସକାଳେ ଗଞ୍ଜାମରେ ଜଣେ, ଅପରାହ୍ଣରେ ବାଲେଶ୍ୱରରୁ ୨ଜଣ, କଟକରୁ ଜଣେ, ସୁନ୍ଦରଗଡ଼ ଜଣେ ପଜିଟିଭଙ୍କୁ ମିଶାଇ ଦିନକରେ ସମୁଦାୟ ୬ଜଣ ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ବାଲେଶ୍ୱରରେ ସମୁଦାୟ ୨୪ ଜଣ ଆକ୍ରାନ୍ତ ହୋଇଛନ୍ତି। ୪ଜଣ ସୁସ୍ଥ ହୋଇଥିବାବେଳେ ୨୦ଟି ଆକ୍ଟିଭ କେଶ ରହିଛି। ସେହିପରି ସୁନ୍ଦଗଡ଼ରେ ୧୨ଜଣ ସଂକ୍ରମିତ […]
ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ଘର ରାଉଲକେଲା, ବୟସ ୪୯ ବର୍ଷ ବୋଲି ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ସେ ନିକଟରେ ସୁରତରୁ ଫେରିଥିଲେ। ସେ କ୍ୱାରେଣ୍ଟାଇନ୍ରେ ଥିଲେ। ଆଜି ସକାଳେ ଗଞ୍ଜାମରେ ଜଣେ, ଅପରାହ୍ଣରେ ବାଲେଶ୍ୱରରୁ ୨ଜଣ, କଟକରୁ ଜଣେ ପଜିଟିଭଙ୍କୁ ମିଶାଇ ଦିନକରେ ସମୁଦାୟ ୫ଜଣ ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ସୁନ୍ଦଗଡ଼ରେ ୧୨ଜଣ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣ ଆକ୍ଟିଭ କେଶ […]
ଭୁବନେଶ୍ୱର: ଆଉ ୩ କରୋନା ପଜିଟିଭ ଚିହ୍ନଟ। ଏମାନଙ୍କ ମଧ୍ୟରୁ ଜଣେ କଟକର ଓ ଅନ୍ୟ ୨ ବାଲେଶ୍ୱରର। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଛି ବୋଲି ସୂଚନା ଓ ଲୋକସମ୍ପର୍କ ପକ୍ଷରୁ ଟ୍ୱିଟ୍ କରାଯାଇଛି। କଟକରୁ ଯିଏ ଚିହ୍ନଟ ହୋଇଛନ୍ତି, ସେ ୩୪ ବର୍ଷର ଯୁବକ। ତାଙ୍କ ଘର ତିଗିରିଆ ଅଞ୍ଚଳରେ। ସେ କିଛି ଦିନ ତଳେ ସୁରତରୁ ଫେରିଥିଲେ। ସେହିପରି ବାଲେଶ୍ୱରର ୨ ଜଣ ଯାକ କୋଲକାତା ଫେରନ୍ତା। ବାଲେଶ୍ୱରରେ ସଂକ୍ରମିତଙ୍କ […]
ବାଲେଶ୍ୱର: ଉତ୍ତରପ୍ରଦେଶର ବୃନ୍ଦାବନରେ ଫସି ରହିଥିବା ବିଦେଶୀ ଇସ୍କନ ଭକ୍ତ ଲୀଳାବତି ବାଲେଶ୍ୱର ଆସିବା ଲାଗି ଆକୁଳ ନିବେଦନ କରିଛନ୍ତି। ଦୀର୍ଘ ୮ ବର୍ଷ ହେଲା ବାଲେଶ୍ୱର ଖନ୍ତାପଡ଼ାର ରାଧାମାଧବ ମନ୍ଦିରରେ ରହି ଆସୁଥିବା ଲୀଳାବତି ମାର୍ଚ୍ଚ ମାସରେ ବୃନ୍ଦାବନ ବୁଲି ଯାଇଥିଲେ। ତେବେ ଲକଡାଉନ ଯୋଗୁଁ ଫସି ରହିଥିଲେ। ବାହାରେ ରହୁଥିବା ଲୋକଙ୍କୁ ଫେରାଇ ଆଣିବା ଲାଗି ରାଜ୍ୟ ସରକାର ଯୋଜନା କରୁଥିବାରୁ ସେ ଖଣ୍ଡାପଡ଼ାର ସ୍ଥାନୀୟ ପଞ୍ଚାୟତ ଓ ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜୀକରଣ […]
ଭଦ୍ରକ: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଉଛି। ଜଗତସିଂହପୁର ପରେ ଏବେ ଭଦ୍ରକ ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଛୁଇଁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି। ଲକଡାଉନ ବେଳେ ସଂଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ବାହାରକୁ ବାହାରିବା ନିଷେଧ ଥିବା ବେଳେ ଏହାକୁ ଆହୁରି କଡ଼ା ଭାବେ ଲାଗୁ କରିବାକୁ ଜିଲ୍ଲା ପ୍ରଶାସନ କର୍ଫ୍ୟୁ ଜାରି କରିଛି। ସଂଧ୍ୟା ୭ଟାରୁ […]
ବ୍ରହ୍ମପୁର: ଗଞ୍ଜାମ ଆଜି ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ସୁରତ ଲିଙ୍କ। ସଂପୃକ୍ତ ୧୮ ବର୍ଷୀୟ ଯୁବକ ସୁରତରୁ ଫେରି ସରକାରୀ କ୍ୱାରେଣ୍ଟିନ୍ରେ ଥିଲେ ବୋଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ସୂଚନା ଦେଇଛି। ସଂପୃକ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଏପଟେ ରାଜ୍ୟରେ ସମୁଦାୟ କରୋନା ପଜିଟିଭ୍ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି। ସେପଟେ […]
ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ ଜାରି କରାଯାଇଛି। ତେବେ ଚିନ୍ତା ବଢାଇଛନ୍ତି ୧୪୬ ନମ୍ବର ଆକ୍ରାନ୍ତ ଟ୍ରାଭେଲ ବିବରଣୀରୁ ମିଳିଥିବା ତଥ୍ୟ ଅନୁସାରେ, ଗାଁରେ ଜଳଖିଆ ଦୋକାନ ଖୋଲିଥିଲେ ୧୪୬ ନଂ ଆକ୍ରାନ୍ତ। ମାର୍ଚ୍ଚ ୨୧ ତାରିଖରେ ଟ୍ରେନ୍ରେ କୋଲକାତାରୁ ଫେରିଥିଲେ। Travel History of #Covid19 Patients Case No: 157, 158 & 159 Contact tracing and follow-up action is being done. pic.twitter.com/6XdLWeV04i […]
ଭୁବନେଶ୍ୱର: ମେ ୭ରୁ ପଯର୍ୟାୟ କ୍ରମେ ସ୍ୱଦେଶ ଫେରିବେ ପ୍ରବାସୀ ଭାରତୀୟ। ଲକଡାଉନ୍ ପରଠୁ ବିଦେଶରେ ଫସି ରହିଥିବା ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ପ୍ରବାସୀ ଭାରତୀୟଙ୍କୁ ଉଭୟ ଆକାଶ ଓ ଜଳପଥରେ ଆସିବାକୁ ବ୍ୟବସ୍ଥା ହୋଇଥିବା ବେଳେ ଏହା ଦେୟଯୁକ୍ତ ରହିବ। ଏଥିପାଇଁ ବିମାନ ଓ ନୌସେନାର ଜାହାଜକୁ ବ୍ୟବହାର କରାଯିବ। ତେବେ ଯେଉଁମାନଙ୍କଠାରେ କରୋନା ଲକ୍ଷଣ ନଥିବ, କେବଳ ସେହିମାନଙ୍କୁ ହିଁ ଭାରତ ଫେରାଇ ଅଣାଯିବ। ବିଦେଶରୁ ଯେଉଁମାନେ […]
ଭୁବନେଶ୍ୱର: ଖାଇବା ପଛେ ନମିଳୁ, କିନ୍ତୁ ପ୍ରଥମେ ପେଟରେ ନାଲିପାଣି ପଡୁ। ଦେଢ଼ ମାସ ହେଲାଣି ପାଟି ଆମ୍ବିଳା। ତେଣୁ ଗ୍ରୀନ ଜୋନ୍ରେ ନାଲି ପାଣି ମୁନ୍ଦେ ପାଇଁ ମଦୁଆ ବାଉଳା। ତେବେ ନିୟମ କୋହଳ ପରେ ଦେଶର ଗ୍ରୀନ ଜୋନ୍ରେ ଏହାର ବିକ୍ରି ଆରମ୍ଭ ହୋଇଥିବା କଥା ଶୁଣି ଲାଗିଛି ଲମ୍ବା ଲାଇନ୍। ସେଇ ମାଲ୍ ପାଣି ବୋତଲେ ପାଇଁ ଧାଡ଼ି କୁଆଡୁ ବାହାରିଛି କୁଆଡ଼େ ଯାଉଛି ଠଉରେଇବା ମୁସ୍କିଲ। ବୁଢ଼ା, ଟୋକା ସମସ୍ତେ ବ୍ୟଗ୍ର। […]
ସୁରତ: ସୁରତ ଜିଲ୍ଲାର କଡୋଦରା ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ଉତ୍ପାତ। ତୁରନ୍ତ ବ୍ୟବସ୍ଥା କରି ଆମକୁ ଆମ ରାଜ୍ୟ ପଠାଯାଉ ବୋଲି ଦାବି କରି ରାସ୍ତା ଉପରେ ହଙ୍ଗାମା କରିଛନ୍ତି ଶ୍ରମିକମାନେ। ୟୁପି, ବିହାର ଓ ଓଡ଼ିଶାର ହଜାର ହଜାର ଶ୍ରମିକ କଡୋଦରା ବରେଲିରେ ଜମା ହୋଇ ନିଜ ରାଜ୍ୟକୁ ଫେରାଇ ଦେବାକୁ ଦାବି କରିଛନ୍ତି। ଏମିତିକି ଘଟଣାସ୍ଥଳରେ ଥିବା ପୋଲିସ ଉପରେ କିଛି ଶ୍ରମିକ ପଥର ମାଡ କରିଥିବା ମଧ୍ୟ କରିଥିବା ଜଣାପଡିଛି। ପରିସ୍ଥିତିକୁ ଆଖି […]
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଲକଡାଉନ୍ ବେଳେ ବିଭିନ୍ନ ଜୋନରେ କଟକଣା ନେଇ ସୂଚନା ରଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର SRC ପ୍ରଦୀପ ଜେନା କହିଛନ୍ତି। ଯେଉଁ ଅଞ୍ଚଳରେ ୨୧ ଦିନ ଭିତରେ କୌଣସି ପିଜିଟିଭ ହୋଇନାହାନ୍ତି ତାହା ଗ୍ରୀନ୍ ଜୋନ୍। ଯେଉଁଠି ଏବେ ସକ୍ରିୟ ରୋଗୀ ଅଛନ୍ତି ଏବଂ ସଂଖ୍ୟା ଦୁଇଗୁଣା ହେଉଛି ତାହା ରେଡ୍ ଜୋନ୍। ସେପଟେ କଟକଣା ସମ୍ପର୍କରେ SRC କହିଛନ୍ତି ତୃତୀୟ ପର୍ଯ୍ୟାୟ ଲକଡାଉନ୍ ବଳବତ୍ତର ଥିବା ଯାଏଁ ସବୁ ଜୋନରେ ବିମାନ, […]
ଶ୍ରୀକାକୁଲମ: ଲକଡାଉନ୍ରେ ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲାରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କ ଆକୁଳ ନିବେଦନ। କର୍ଣ୍ଣାଟକର ମାଙ୍ଗାଲୋରରୁ ଗତ ମାର୍ଚ୍ଚ ୨୭ ତାରିଖରେ ବାହାରି ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲାରେ ଏପ୍ରିଲ ୧ ତାରିଖରୁ କ୍ୱାରେଣ୍ଟିନ୍ରେ ରହିଛନ୍ତି। ଗଞ୍ଜାମ ଚିକିଟି ବ୍ଲକ ରମେୟାପାଟଣା ଓ ସୋନପୁର ଅଞ୍ଚଳର ମତ୍ସ୍ୟଜୀବୀ କ୍ୱାରେଣ୍ଟିନ୍ ରହିବାର ୩୫ ଦିନ ହେଲାଣି ସମସ୍ତଙ୍କୁ ଗୁହାରି କରୁଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁନଥିବା ଅଭିଯୋଗ କରିଛନ୍ତି। ନା ଆନ୍ଧ୍ର ସରକାର ନା ଓଡ଼ିଶା ସରକାର […]
ନୂଆଦିଲ୍ଲୀ: କରୋନା ସମ୍ପର୍କରେ ତାଜା ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସର୍ବାଧିକ ହଜାରେ ୭୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ମୋଟ ୧୧ ହଜାର ୭୦୬ ଆକ୍ରାନ୍ତ ସୁସ୍ଥ ହୋଇ ମେଡିକାଲରୁ ଡିସ୍ଚାର୍ଜ ହୋଇଛନ୍ତି। ଭାରତରେ କରୋନା ଆରୋଗ୍ୟ ହାର ୨୭.୫୨ ପ୍ରତିଶତକୁ ବୃଦ୍ଧି ପାଇଥିବା ସୂଚନା ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗତ ୨୪ […]
ନୂଆଦିଲ୍ଲୀ: ନିଜ ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ ରେଳ ଟିକେଟ୍ ଦ୍ୱନ୍ଦ୍ୱ ଦୂର କରିଛି କେନ୍ଦ୍ର। ଶ୍ରମିକଙ୍କ ରେଳ ଟିକେଟ କଂଗ୍ରେସ ଦେବା ନେଇ ସୋନିଆ ଗାନ୍ଧୀ ଘୋଷଣା କରିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲ ଆଜି ପ୍ରେସମିଟ୍ରେ ଏ ବାବଦରେ ସୂଚନା ଦେଇଛନ୍ତି। ଗସ୍ତ ଖର୍ଚ୍ଚରୁ ରେଲୱେ ୮୫ ପ୍ରତିଶତ ଓ ସଂପୃକ୍ତ ରାଜ୍ୟ ସରକାର ୧୫ ପ୍ରତିଶତ ବହନ କରିବେ। ଏହି ଭାଗିଦାରୀ ଅନୁସାରେ ସ୍ପେଶାଲ ଟ୍ରେନରେ ଶ୍ରମିକଙ୍କୁ ନିଆଯାଉଥିବା […]
ଭୁବନେଶ୍ୱର: କେବଳ ଗ୍ରୀନ ଜୋନରେ ହିଁ ବସ୍ ଚାଲିବ। ଏନେଇ ଆଜି ନୀତିଗତ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଗାଇଡଲାଇନ୍ ଅନୁସାରେ ଗ୍ରୀନ ଜୋନରେ ଯାତ୍ରୀବାହୀ ବସ୍ ଚାଲିପାରିବ। ବସରେ ୫୦% ଯାତ୍ରୀଙ୍କୁ ନେଇ ବସ୍ ଚଳାଚଳ କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଅରେଞ୍ଜ କିମ୍ବା ରେଡ୍ ଜୋନ୍ରେ ବସ୍ ଚାଲିବାକୁ ଅନୁମତି ଦିଆଯାଇ ନାହିଁ ବୋଲି ସେ କହିଛନ୍ତି। ୫୦% ଯାତ୍ରୀଙ୍କୁ ନେଇ ବସ୍ […]
ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ଦୃଷ୍ଟିରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବାହାରେ ବୁଲାବୁଲି ମନା କରାଯାଇଛି। ଲକଡାଉନ ନିୟମ ଅନୁସାରେ ଏହା କରାଯାଇଥିବା ପୁଲିସ କମିଶନରଙ୍କ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ଆଜିଠାରୁ ଏ କଟକଣା କଡ଼ାକଡ଼ି ଭାବେ ଲାଗୁ ହେବ ବୋଲି କମିଶନର କହିଛନ୍ତି। ସେହିପରି ଜଗତସିଂହପୁର ଜିଲ୍ଲାରେ ରାତିରେ ଲାଗିବ କର୍ଫ୍ୟୁ। ଗ୍ରୀନ୍ ଜୋନ ଥିବା ସତ୍ତ୍ୱେ ଜିଲ୍ଲାରେ ସଂଧ୍ୟା ୭ଟାରୁ ସକାଳ ୭ଟା ଯାଏ କର୍ଫ୍ୟୁ ରହିବ। ଦେଶରେ ଲକ୍ […]
ଭୁବନେଶ୍ୱର: ଏବେ ବିନା ପାସରେ ଓଡ଼ିଶାରେ ପ୍ରବେଶ କରିପାରିବେ ନାହିଁ। ଅନ୍ୟ ରାଜ୍ୟରେ ଅଟକି ଥିବା ଓଡ଼ିଶାର ଲୋକମାନେ ଯଦି ଓଡ଼ିଶା ଫେରିବାକୁ ଚାହୁଁଥାନ୍ତି ତା’ହେଲେ ସେମାନେ ସେଠାକାର ସରକାର ବା ପ୍ରଶାସନଠୁ ପାସ୍ ଆଣିବା ବାଧ୍ୟତାମୂଳକ। ଯେଉଁ ଗାଡ଼ିରେ ଆସିବେ ସେହି ଗାଡ଼ି ସମ୍ପର୍କରେ ଓ ସେଥିରେ ଆସିବାକୁ ଥିବା ଯାତ୍ରୀଙ୍କ ସମ୍ପର୍କରେ ଓଡ଼ିଶା ସରକାରଙ୍କ କୋଭିଡ୍ ୱେବସାଇଟରେ ପଞ୍ଜିକରଣ କରାଇବେ ବୋଲି ରାଜ୍ୟ ପରିବହନ କମିଶନର ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି […]
ଲକଡାଉନ୍ କଟକଣା ଯୋଗୁଁ ମାଆର ଶେଷ ଦର୍ଶନ କରିପାରିଲାନି ପୁଅ। ଏପରିକି ମୁଖାଗ୍ନି ବି ଦେଇ ପାରିଲାଗି। ଶେଷରେ ମୁଖାଗ୍ନି ଦେଲା ନାତି। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଏମ୍ଭି-୯୦ ଗାଁରେ ୪ ଦିନ ତଳେ ଗାଁର ଅଞ୍ଜଳି ମଣ୍ଡଳ ନାମକ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା। ମାଆର ମୃତ୍ୟୁ ଖବର ପାଇ ବି ଆନ୍ଧ୍ରପ୍ରଦେଶ କୁନ୍ତୁରରେ ଥିବା ପୁଅ ଲକଡାଉନ୍ ଯୋଗୁ ଆସିପାରି ନଥିଲା। ଶେଷରେ ନାତି ଦେଇଥିଲା ମୁଖାଗ୍ନି। ମାଆର ମୃତ୍ୟୁର ୪ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୬ କରୋନା ପଜିଟିଭ ଚିହ୍ନଟ। ଚିହ୍ନଟ ମଧ୍ୟରୁ ଯାଜପୁରର ୪ଜଣ ଓ ଭଦ୍ରକର ୨ଜଣ ବୋଲି କୋଭିଡ୍ ୱେବସାଇଟ୍ରେ ପ୍ରକାଶ ପାଇଛି। ଏହି ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଞ୍ଚିଛି। ସେହିପରି ଭଦ୍ରକର ଉଭୟଙ୍କ ଘର ବାସୁଦେବପୁର, ଏମାନେ କୋଲକାତା ଫେରନ୍ତା। ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୬୦ଜଣ ସୁସ୍ଥ ହୋଇଥିଲେବି ୧୦୮ ଆକ୍ଟିଭ୍ କେଶ ରହିଛି। […]
ରାଉଲକେଲା: ରାଉରକେଲା ନାଲାରୋଡ୍ କଣ୍ଟେନମେଣ୍ଟ ଅଞ୍ଚଳର ମହତାବ ରୋଡରେ ଉତ୍ତେଜନା। କିଛି ଲୋକ ପୋଲିସ ଉପରେ ପଥର ମାଡ଼ କରିବା ସହ ବ୍ୟାରିକେଡ ଭାଙ୍ଗିଦେଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଉତ୍ତେଜନା ବଢିବା ପରେ ଅଧିକ ଫୋର୍ସ ପଠାଯାଇଛି। ତେବେ କେଉଁ କାରଣକୁ ନେଇ ପଥର ମାଡ଼ ଓ ବ୍ୟାରିକେଡ଼ ଭଙ୍ଗା ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ। ପ୍ରକାଶଥାଉକି, ସୁନ୍ଦରଗଡ଼ରେ ୧୧ ଜଣ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫ଜଣ ସୁସ୍ଥ ହୋଇଥିବା ବେଳେ ଏବେବି ୬ […]