ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ବିରୋଧରେ ଦେଶବାସୀ ଏକାଠି ହୋଇ ଲଢ଼େଇ କରୁଛନ୍ତି। ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ଏକ ନୂଆ ନିବେଦନ କରିଛନ୍ତି। “ଯଦି କେହି ସତରେ କିଛି ଭଲ କାମ କରିବାକୁ ଚାହୁଁଛନ୍ତି, ମୋଦିକୁ ଭଲ ପାଉଛନ୍ତି କିମ୍ବା ସମ୍ମାନିତ କରିବାକୁ ଚାହୁଁଛନ୍ତି, ତା’ହେଲେ ସେମାନଙ୍କୁ ମୋର ଗୋଟିଏ ନିବେଦନ, ସେମାନେ ଏପରି ନ କରି ବରଂ ଗୋଟିଏ ଗରିବ ପରିବାରର ସବୁ ଦାୟିତ୍ୱ ନିର୍ବାହ କରନ୍ତୁ, ଯେପର୍ଯ୍ୟନ୍ତ କରୋନା […]
ନୂଆଦିଲ୍ଲୀ: ମାଗଣାରେ ହେଉ କରୋନା ପରୀକ୍ଷା, ଏଥିପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରନ୍ତୁ। କରୋନା ପରୀକ୍ଷା ମାଗଣା କରାଯାଉ ବୋଲି କୋର୍ଟରେ ଆବେଦନ ହୋଇଥିଲା। ଆଜି ଏହାର ଶୁଣାଣି କରିବାକୁ ଯାଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏଭଳି କହିଛନ୍ତି। ଏହାସହିତ ଘରୋଇ ପରୀକ୍ଷାଗାର ଗୁଡ଼ିକ କୋଭିଡ-୧୯ ପରୀକ୍ଷା ପାଇଁ ଅଧିକ ଟଙ୍କା ନ ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଶୁଣାଣି ବେଳେ ସୁପ୍ରିମକୋର୍ଟ, କରୋନା ମୁକାବିଲାରେ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଯୋଦ୍ଧା ବୋଲି […]
ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ଅବଧି ବୃଦ୍ଧି ପାଇପାରେ। ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକରେ ଏପରି କିଛି ସଙ୍କେତ ଦେଇଛନ୍ତି। ତେବେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଖୁବ ଶୀଘ୍ର ନିଆଯିବ। କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ୨୧ ଦିନିଆ ଲକଡାଉନ ଜାରି ହୋଇଛି। ଏହା ଆସନ୍ତା ୧୪ ତାରିଖରେ ଶେଷ ହେବ। ହେଲେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏକାଧିକ ରାଜ୍ୟ ସରକାର […]
ଲକ୍ଷ୍ନୌ: ମହାମାରୀ କରୋନା ପାଇଁ ସାରା ଦେଶରେ ଜାରି ହୋଇଥିବା ଲକଡାଉନ ଆସନ୍ତା ୧୪ ତାରିଖରେ ଶେଷ ହେବ। ଏହି ଲକଡାଉନ ଅବଧିକୁ ବୃଦ୍ଧି କରିବା ପାଇଁ କିଛି ରାଜ୍ୟ ଦାବି କରୁଛନ୍ତି। ତେବେ କେନ୍ଦ୍ର ସରକାର ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଉତ୍ତର ପ୍ରଦେଶ ସରକାର ବଡ଼ ଘୋଷଣା କରିଛନ୍ତି। ୟୁପି ସରକାର ରାଜ୍ୟର ୧୫ଟି ଜିଲ୍ଲାକୁ ଆସନ୍ତା ଏପ୍ରିଲ ୧୫ ତାରିଖ ଯାଏ ସଂପୂର୍ଣ୍ଣ ଭାବେ ସିଲ ପାଇଁ ଘୋଷଣା କରିଛନ୍ତି। […]
ନୂଆଦିଲ୍ଲୀ: ମହାମାରୀ କରୋନାର କୌଣସି ପ୍ରତିଷେଧକ କିମ୍ବା ଔଷଧ ବାହାରି ନ ଥିବାବେଳେ ଏଭଳି ସମୟରେ ଆକ୍ରାନ୍ତଙ୍କ ପାଇଁ ସଞ୍ଜିବନୀ ପାଲଟିଛି ଆଣ୍ଟି ମାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍। ଯଦିଓ ଏହି ଔଷଧ କରୋନାର ପ୍ରତିଷେଧକ କିମ୍ୱା ଔଷଧ ନୁହେଁ, ହେଲେ କିଛି ଆକ୍ରାନ୍ତ ଏହି ଔଷଧରେ ସୁସ୍ଥ ହେଉଛନ୍ତି। ଭାରତରେ ପ୍ରସ୍ତୁତ ହେଉଥିବା ଏହି ଔଷଧ ଉପରେ ଏବେ ଅନ୍ୟ ଦେଶ ଗୁରୁତ୍ୱ ଦେଇଛନ୍ତି। ପ୍ରଥମେ ଆମେରିକା ଆଉ ଏବେ ବ୍ରାଜିଲ୍। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ […]
ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ଭାରତୀୟ ସାମ୍ବାଦିକ ବ୍ରହ୍ମ କଞ୍ଜିବୋଟଲା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। ନ୍ୟୁୟର୍କରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି। ଭାରତ ଏବଂ ଆମେରିକାକୁ ନିକଟତର କରାଇବାରେ ବ୍ରହ୍ମ କଞ୍ଜିବୋଟଲାଙ୍କ ଅବଦାନ ରହିଛି। ଏଥିପାଇଁ ସେ ମନେ ରହିବେ। ଏଥିସହ ତାଙ୍କର ପରିବାର ଲୋକଙ୍କୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି। ସେ ଖବର ସରବରାହ ସଂସ୍ଥା ୟୁନାଇଟେଡ ନ୍ୟୁଜ […]
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମୃତ୍ଯୁ ସଂଖ୍ୟା ୭୦ ହଜାର ଟପିଛି। ବିଶେଷ କରି ଆମେରିକାରେ ସ୍ଥିତି ଉଦବେଗଜନକ ରହିଛି। ଲଗାତାର ୩ ଦିନ ଧରି ଆମେରିକାରେ ଦୈନିକ ମୃତ୍ଯୁ ସଂଖ୍ୟା ୧ ହଜାରରୁ ଅଧିକ ରହିଛି। ଦେଶବାସୀଙ୍କ ପାଇଁ ଏହା ସବୁଠୁ କଠିନ ସପ୍ତାହ ବୋଲି ୟୁଏସ୍ ସର୍ଜନ ଜେନେରାଲ୍ ଚେତାବନୀ ଦେଇଛନ୍ତି। ଆମେରିକାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୩ ଲକ୍ଷ ୩୯ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୯,୬୮୯ରେ ପହଞ୍ଚିଛି। […]
ମୁମ୍ବାଇ: ସପ୍ତାହ ଭିତରେ ମୁମ୍ବାଇର Wockhardt ହସ୍ପିଟାଲର ୨୬ ଜଣ ନର୍ସ ଏବଂ ୩ ଜଣ ଡାକ୍ତରଙ୍କ ଶରୀରରେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଫଳରେ ଏହି ହସ୍ପିଟାଲକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ହସ୍ପିଟାଲର ଭିତରେ ଥିବା ପ୍ରତି ବ୍ୟକ୍ତିଙ୍କର ନମୁନା ନେଗେଟିଭ୍ ଆସିବା ଯାଏ କେହି ମଧ୍ୟ ଏହି ହସ୍ପିଟାଲ ବାହାରକୁ ଯାଇପାରବେନି ଏବଂ ଭିତରକୁ ମଧ୍ୟ କେହି ଆସିପାରିବେନାହିଁ। ସ୍ଥାନୀୟ ଅତିରିକ୍ତ ମ୍ୟୁନିସିପାଲ କମିଶନର କହିଛନ୍ତି, ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଗୋଟିଏ […]
ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି କ୍ରମେ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସବୁ ରାଜ୍ୟର ରାଜ୍ୟପାଳ ଏବଂ ସାଂସଦମାଙ୍କର ଦରମାରୁ କଟିବ ୩୦%। କରୋନା ମୁକାବିଲା ଓ ଏହି ଲଢ଼େଇରେ ପ୍ରଭାବିତ ହେବାକୁ ଥିବା ଅର୍ଥନୀତିକୁ ଦୃଷ୍ଟିରେ ରଖି ଏହି ପ୍ରମୁଖ ବ୍ୟକ୍ତିମାନେ ନିଜଆଡ଼ୁ ଏପରି ପ୍ରସ୍ତାବ ଦେଇଥିଲେ। ସାମାଜିକ ଦାୟିତ୍ୱବୋଧ ଦୃଷ୍ଟିରୁ ଏହି ପ୍ରମୁଖ ବ୍ୟକ୍ତିମାନେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏଥିପାଇଁ […]
ଭୁବନେଶ୍ୱର: ଭୁବନେଶ୍ୱର ସମ୍ରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲ। ଆଜି ସମ୍ ହସ୍ପିଟାଲରେ ୫୨୫ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଯାଇଛି। ଏମ୍ସିଏଲ୍ ସ୍ପନ୍ସରରେ ଏହି ହସ୍ପିଟାଲକୁ ସମ୍ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିଚାଳନା କରୁଛି। ସମ୍ ହସ୍ପିଟାଲରେ ୫୨୫ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ମେଡିକାଲ ପ୍ରସ୍ତୁତିରେ ସହଯୋଗ ପାଇଁ ସୋଆକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃତଜ୍ଞତା ଜଣାଇଛନ୍ତି। ଏହା ପୂର୍ବରୁ କିମ୍ସ ଓ କଟକ ଅଶ୍ୱିନୀରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି।
କଟକ: ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତଥାପି ଲୋକେ ଲକ୍ଡାଉନ ଗାଇଡ୍ଲାଇନକୁ ମାନୁ ନାହାନ୍ତି। ସାମାଜିକ ଦୂରତା ବଜାୟ ରକ୍ଷା ପାଇଁ ପୁଲିସକୁ ନାକେଦମ୍ ହେବାକୁ ପଡ଼ୁଛି। ଏଭଳି ସ୍ଥିତିରେ ଅମାନିଆଙ୍କ ବିରୋଧରେ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କଟକ ସହର ମଧ୍ୟରେ ଥିବା ବିଭିନ୍ନ ବଜାରରେ ଆଇନ ଉଲ୍ଲଂଘନ କରି ଗାଡ଼ି ଆଣିଥିବା ଅମାନିଆଙ୍କ ୧୦୧୯ଟି ଗାଡିକୁ ପୁଲିସ ସିଜ୍ କରିଛି। ଏନେଇ କଟକ ଡିସିପି ଟ୍ୱିଟ […]
ନୂଆଦିଲ୍ଲୀ: ସ୍ୱତନ୍ତ୍ର ବିମାନରେ ମାଲେସିୟାକୁ ଯାତ୍ରା ପାଇଁ ବାହାରି ଥିବା ୮ ଜଣ ମାଲେସିୟା ନାଗରିକ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ଧରା ପଡିଛନ୍ତି। ସୂଚନା ଅନୁସାରେ, ଏହି ୮ ଜଣ ମାଲେସିୟା ନାଗରିକ ନିଜାମୁଦ୍ଦିନ ସ୍ଥିତ ତବଲିଗି ଜମାତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବୋଲି ସନ୍ଦେହ କରାଯାଉଛି। ଏଯାବତ ଚିହ୍ନଟ ହୋଇଥିବା କରୋନା ମାମଲାର ୩୦ ପ୍ରତିଶତ ନୂଆଦିଲ୍ଲୀର ନିଜାମୁଦ୍ଦିନ ମରକଜ ସହିତ ଲିଙ୍କ୍ ରହିଥିବା ଜଣାପଡିଛି। ଯଦିଓ ଅନ୍ତର୍ଜାତୀୟ ବିମାନ ଉଡାଣ […]
ନୂଆଦିଲ୍ଲୀ: ଆଜି ରାତି ୯ଟାରୁ ୯ ମିନଟ୍ ପର୍ଯ୍ୟନ୍ତ ସ୍ଵେଚ୍ଛାକୃତ ଭାବେ ନିଜ ଘରର ଲାଇଟ୍ ବନ୍ଦ କରି ନିଜ ବାଲକୋନିରେ କିମ୍ବା ନିଜ ଦୁଆର ମୁହଁରେ ଦୀପ ଜଳାଇ/ ମହମବତୀ ଲଗାଇ/ମୋବାଇଲ ଫ୍ଲାଶ ଲାଇଟ୍ ଅନ କରି ଏକତା ପ୍ରଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ତେବେ ଏହି ସମୟରେ ପାଓ୍ୱାର ଗ୍ରୀଡ୍ ଗୁଡ଼ିକ ଚାଲୁ ରହିବ ଓ ସମସ୍ତ ଷ୍ଟ୍ରୀଟ୍ ଲାଇଟ୍ ଜଳିବ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। […]
ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର ମାସରୁ ଭାରତରେ ଆରମ୍ଭ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି। FIFA U-17ର କିଛି ମ୍ୟାଚ୍ ଓଡ଼ିଶାର ଭୁବନେଶ୍ୱରରେ ମଧ୍ୟ ହେବାର ଥିଲା। କିନ୍ତୁ କରୋନା ଯୋଗୁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି। ନଭେମ୍ବର ୨ରୁ ୨୧ ଯାଏ ଭାରତର କୋଲକାତା, ଗୌହାଟୀ, ଭୁବନେଶ୍ୱର, ଅହମଦାବାଦ ଓ ନଭି ମୁମ୍ବାଇରେ ବିଶ୍ୱକପର ମ୍ୟାଚ୍ ଗୁଡ଼ିକ ଖେଳା ଯାଇଥାଆନ୍ତା। ୧୬ ଟିମକୁ ନେଇ […]
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୭୭ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୩୦୩୦ ଜଣଙ୍କଠାରେ ବର୍ତ୍ତମାନ କରୋନା ପଜିଟିଭ୍ ରହିଥିବାବେଳେ ୨୬୭ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ତାମିଲନାଡୁରେ ଆକ୍ରାନ୍ତଙ୍କ […]
ନୂଆଦିଲ୍ଲୀ: ମହାମାରୀ କରୋନା କବଳରେ ଏବେ ପୃଥିବୀର ୨୦୬ ଦେଶ। ଏ ପର୍ଯ୍ୟନ୍ତ ସାରା ବିଶ୍ୱରେ କରୋନା ନେଲାଣି ୬୪ ହଜାର ୭୩୪ ଜଣଙ୍କ ଜୀବନ। ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୨ ହଜାର ୭୧୫କୁ ବୃଦ୍ଧି ପାଇ ଥିବାବେଳେ ୨ ଲକ୍ଷ ୪୬ ହଜାର ୬୪୮ ଜଣ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ୮ ଲକ୍ଷ ୯୧ ହଜାର ୩୩୩ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ୪୪ ହଜାର ୭୮ ଜଣଙ୍କ […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ବେଳେ ଏବେ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲର ମୋଟ୍ ୧୦୮ ଜଣ ଷ୍ଟାଫ କ୍ୱାରେଣ୍ଟାଇନ୍ର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଡାକ୍ତର ଏବଂ ନର୍ସ ଅଛନ୍ତି। ଏହି ୧୦୮ ଜଣ ଷ୍ଟାଫ ଦୁଇ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏହି ଦୁଇ କରୋନା ଆକ୍ରାନ୍ତଙ୍କ ଦ୍ଵିତୀୟ ଟେଷ୍ଟ ରିପୋର୍ଟ ମଧ୍ୟ କରୋନା ପଜିଟିଭ ଆସିଥିଲା। ଡାକ୍ତରଖାନାର ଏହି ୧୦୮ ଜଣଙ୍କ ମଧ୍ୟରୁ ୮୫ ଜଣ ହୋମ କ୍ୱାରେଣ୍ଟାଇନ୍ରେ ରହିଥିବାବେଳେ ଅନ୍ୟ […]
ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କରୋନାର ତୃତୀୟ ଲହରୀ ଆରମ୍ଭ ହୋଇସାରିଥିଲା ସ୍ପଷ୍ଟ ସଙ୍କେତ ମିଳୁଛି । ବ୍ରିଟେନ, ଆମେରିକା ଏବଂ ଋଷ ସମେତ ଅନେକ ବଡ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ଭାରତ ପାଇଁ ଚିନ୍ତା ବଢ଼ାଇଛି ।
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୬୮ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୨୬୫୦ ଜଣଙ୍କଠାରେ ବର୍ତ୍ତମାନ କରୋନା ପଜିଟିଭ୍ ରହିଥିବାବେଳେ ୧୮୩ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ତାମିଲନାଡୁରେ ଆକ୍ରାନ୍ତଙ୍କ […]
ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ଲଢ଼େଇ ପାଇଁ ରାଜ୍ୟମାନଙ୍କୁ ସହାୟତା ନେଇ କେନ୍ଦ୍ର ଘୋଷଣା କରିଛି। ରାଜ୍ୟମାନଙ୍କ ପାଇଁ ପ୍ରାୟ ୧୭ ହଜାର ୨୮୭ କୋଟି ଟଙ୍କାର ଆର୍ଥିକ ଅନୁଦାନ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ମହାମାରୀ କରୋନା ଏବଂ ଏହାର ପରବର୍ତ୍ତୀ ମୁକାବିଲା ପାଇଁ ଏହି ଅନୁଦାନ ଘୋଷଣା କରାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। ରାଜସ୍ବ ନିଅଣ୍ଟ ଅନୁଦାନ ବାବଦରେ ୧୪ ଟି ରାଜ୍ୟକୁ ପ୍ରାୟ ୬ ହଜାର ୧୯୫ କୋଟି ଟଙ୍କାର ଆର୍ଥିକ […]
ନୂଆଦିଲ୍ଲୀ: ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ମହାମାରୀ କରୋନା ପୃଥିବୀର ୨୦୫ଟି ଦେଶ ଓ ଭୂଖଣ୍ଡକୁ କାବୁ କରିସାରିଥିବା ବେଳେ, ମୋଟ ୧୦ ଲକ୍ଷ ୯୮ ହଜାର ୭୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୫୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୨ ଲକ୍ଷ ୨୮ ହଜାର ୯୨୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୭ ହଜାର ଟପିଛି। ଆମେରିକାରେ […]
ରାଇପୁର: ମହାମାରୀ କରୋନା ଭାଇରସର ମୁକାବିଲା କରିବାକୁ ଯାଇ ସାରା ଦେଶ ଏବେ ଲକ୍ଡାଉନ୍ ରହିଛି। ଏହି ସମୟରେ ଜନ୍ମ ନେଉଥିବା ଛୁଆଙ୍କ ନାମ ମଧ୍ୟ ମଜାଳିଆ ଢ଼ଙ୍ଗରେ ଦିଆଯାଉଥିବା ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାରେ ଜନ୍ମ ହୋଇଥିବା ଶିଶୁର ନାମ ତାଙ୍କ ବାପା ମା’ ‘ଲକ୍ଡାଉନ୍’ ରଖିଛନ୍ତି। ଏହି ବାଳକଟିର ନାମ ଉଚ୍ଚରାଣ କରିବା ପୂର୍ବରୁ ସର୍ବଦା ଜାତୀୟ ସ୍ୱାର୍ଥକୁ ମନେ ପକାଇବ। ତେଣୁ ଏଭଳି ନାମକରଣ ଦିଆଯାଇଛି ବୋଲି ପରିବାର ଲୋକେ […]
ଓ୍ୱାଶିଂଟନ: ଭାରତୀୟ ବଂଶୋଦ୍ଭବ ତଥା ଆମେରିକାର ନେତା ନିକୀ ହେଲି ଚୀନରେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା କରୋନା ମୃତକଙ୍କ ସଂଖ୍ୟାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ଚୀନ କରୋନା ମୃତ୍ୟୁ ସଂଖ୍ୟା ୩,୩୦୦ ବୋଲି ପ୍ରକାଶ କରିଛି। ଯାହାକି ଠିକ୍ ନୁହେଁ ବୋଲି ସେ କହିଛନ୍ତି। ଏହାପୂର୍ବରୁ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ମଧ୍ୟ ଚାଇନା ପ୍ରକାଶ କରିଥିବା କରୋନା ମୃତ୍ୟୁ ସଂଖ୍ୟାକୁ ବିଶ୍ୱାସ ନ କରିବାକୁ ହ୍ଵାଇଟ ହାଉସକୁ କହିଥିଲା। ଆମେରିକାରେ କରୋନା ମୃତ୍ୟୁ […]
ନୂଆଦିଲ୍ଲୀ: ବିଶ୍ୱରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ମହାମାରୀ କରୋନା ପୃଥିବୀର ୨୦୪ଟି ଦେଶ ଓ ଭୂଖଣ୍ଡକୁ କାବୁ କରିସାରିଥିବା ବେଳେ, ମୋଟ ୧୦ ଲକ୍ଷ ୧୬ ହଜାର ୧୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୫୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୨ ଲକ୍ଷ ୧୨ ହଜାର ୯୯୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। ସର୍ବାଧିକ କରୋନା ଆକ୍ରାନ୍ତ ଆମେରିକାରେ ଚିହ୍ନଟ ହୋଇଛନ୍ତିି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ […]
ନୂଆଦିଲ୍ଲୀ: କରୋନା ଅନ୍ଧକାରକୁ ଚ୍ୟାଲେଞ୍ଜ ଦେବ ଏହି ରବିବାର। କରୋନା ଚେନ ଭାଙ୍ଗିବାରେ ଏହା ଏକ ବଡ଼ ରାମବାଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ସକାଳ ୯ଟାରେ ଦେଶବାସୀଙ୍କୁ ଭିଡ଼ିଓ ବାର୍ତ୍ତା ଦେବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଆସନ୍ତୁ ଜାଣିବା ଭିଡ଼ିଓ ବାର୍ତ୍ତା ଜରିଆରେ ଦେଶବାସୀଙ୍କୁ କ’ଣ କହିଛନ୍ତି ପ୍ରଧାନମନ୍ତ୍ରୀ… କରୋନା ମୁକାବିଲା ପାଇଁ ପୁଣି ଦେଶବାସୀଙ୍କୁ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏପ୍ରିଲ ୫, ରବିବାର ଦିନ, ରାତି […]