ମୁମ୍ବାଇ: ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ମହାରାଷ୍ଟ୍ରର ହାଉସିଂ ମନ୍ତ୍ରୀ ଜିତେନ୍ଦ୍ର ଆୱାଡ। ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଥାନେର ଏକ ଘରୋଇ ହସ୍ପିଟାଲରେ ୫୪ ବର୍ଷୀୟ ଜିତେନ୍ଦ୍ର ଭର୍ତ୍ତି ହୋଇଥିଲେ। ଏହି ସମୟରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା। ଯେଉଁଥିରେ ରିପୋର୍ଟ କରୋନା ପଜିଟିଭ ଆସିଛି। ଏହାପୂର୍ବରୁ ତାଙ୍କ ପାଖରେ କାମ କରୁଥିବା ସୁରକ୍ଷାକର୍ମୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଜିତେନ୍ଦ୍ର ଓ ତାଙ୍କ ପରିବାରର ୧୫ ଜଣ ସଦସ୍ୟ ଏକ ସପ୍ତାହ […]
ଶ୍ରୀନଗର: ମାରାତ୍ମକ କରୋନା ଭାଇରସ ସାରା ବିଶ୍ୱରେ କାୟା ମେଲାଇ ମୁଣ୍ଡ ପରେ ମୁଣ୍ଡ ନେଉଥିବା ବେଳେ ପାକିସ୍ତାନ ଚିରାଚରିତ ଢଙ୍ଗରେ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚିବାରେ ଲାଗିଛି। ସବୁବେଳେ ଆତଙ୍କୀ ପଠାଇ ଭାରତକୁ ରକ୍ତରଞ୍ଜିତ କରୁଥିବା ପାକିସ୍ତାନ ଏଥର ରଚିବାକୁ ଯାଉଛି ନୂଆ ପ୍ରକାର କୁତ୍ସିତ ଷଡ଼ଯନ୍ତ୍ର। ଏଭଳି କିଛି ପାକିସ୍ତାନର କୁତ୍ସିତ ଷଡ଼ଯନ୍ତ୍ର ଏବେ ପଦାକୁ ଆସିଛି। ପାକ୍ ଏବେ କରୋନା ଆକ୍ରାନ୍ତଙ୍କୁ ସୀମା ପାର୍ କରିବା ପାଇଁ ପ୍ରୟାସ କରୁଛି ବୋଲି ଜମ୍ମୁ-କଶ୍ମୀର ପୁଲିସ […]
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ସବିତା କୋବିନ୍ଦ କରୋନା ଲଢ଼େଇରେ ନିଜକୁ ସମର୍ପିତ କରିଛନ୍ତି। ଦେଶର ପ୍ରଥମ ମହିଳା ହୋଇଥିଲେ ହେଁ ସବିତା କୋବିନ୍ଦ, କରୋନା କବଳରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସିଲେଇ ମେସିନ୍ ସାହାଯ୍ୟରେ ମାସ୍କ ତିଆରି କରିଛନ୍ତି। ରାଷ୍ଟ୍ରପତି ଇଷ୍ଟେଟର ଶକ୍ତି ହାଟରେ ସବିତା କୋବିନ୍ଦ ମାସ୍କ ସିଲେଇ କରୁଥିବା ଦେଖିବାକୁ ମିଳିଛି। ଦିଲ୍ଲୀ ଅର୍ବାନ ଶେଲଟର ଉନ୍ନତିକରଣ ବୋର୍ଡ ପକ୍ଷରୁ ଗଠନ ହୋଇଥିବା ବିଭିନ୍ନ ଶେଲଟର ହୋମରେ ରହୁଥିବା ଲୋକଙ୍କୁ […]
ୱାଶିଂଟନ୍: ମହାମାରୀ କରୋନା ଭାଇରସ ଏବେ ପଶୁପକ୍ଷୀଙ୍କୁ ଆକ୍ରାନ୍ତ କରିବା ଆରମ୍ଭ କରିଛି। ପୂର୍ବରୁ କୁକୁର ଓ ବାଘ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଥିବାବେଳେ ଏବେ ପ୍ରଥମଥର ପାଇଁ ଦୁଇଟି ପୋଷା ବିଲେଇ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ବିଲେଇ ଦ୍ୱୟ ଶରୀରରେ କରୋନା ଭୂତାଣୁ ଥିବା ଜଣାପଡ଼ିଛି। କରୋନାରେ ଆକ୍ରାନ୍ତ ହେବା ପରେ ବିଲେଇ ଦ୍ୱୟ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ହେଲେ ମଣିଷ ତୁଳନାରେ ସେମାନଙ୍କ ଶରୀରରେ କରୋନା […]
ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଆଉ ୪୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜି ୧୪ ଶହରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫,୮୫୯ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୬୫୨ରେ ପହଞ୍ଚିଛି। ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା […]
ନୂଆଦିଲ୍ଲୀ: କରୋନା ମୁକାବିଲାକୁ ନେଇ ଆସନ୍ତା ଏପ୍ରିଲ ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଏପ୍ରିଲ ୨୭ ତାରିଖ ସକାଳ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା ଆରମ୍ଭ ହେବ। ଏହି ସମୟରେ ରାଜ୍ୟଗୁଡ଼ିକର କରୋନା ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଜାରି […]
ନୂଆଦିଲ୍ଲୀ: କରୋନା ଯୋଦ୍ଧା କୁହାଯାଉଥିବା ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର କଠୋର ଆଇନ ପ୍ରଣୟନ କରିଛନ୍ତି। ଏଣିକି ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ସଂପୃକ୍ତ ଦୁର୍ବୃତ୍ତଙ୍କୁ ୭ ବର୍ଷ ଯାଏ ଜେଲ ଦଣ୍ଡ ସହ ମୋଟା ଅଙ୍କର ଜରିମାନା ଆଦାୟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ କେନ୍ଦ୍ର କ୍ୟାବିନେଟ ସ୍ୱତନ୍ତ୍ର ଅଧ୍ୟାଦେଶକୁ ଅନୁମତି ମଧ୍ୟ ପ୍ରଦାନ କରିଛି। ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଏହି ଅଧ୍ୟାଦେଶ ଆଣିଛନ୍ତି ସରକାର। […]
ଚେନ୍ନାଇ: ସାରା ବିଶ୍ୱ ଏବେ ମହାମାରୀ କରୋନା ବିରୋଧରେ ଲଢେଇ କରୁଛି। ଏଭଳି ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ଡାକ୍ତରମାନେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ବେଳେ ମୃତ୍ଯୁ ପରେ ମଧ୍ୟ ସେମାନଙ୍କୁ ଶେଷ ସମ୍ମାନ ମିଳୁନାହିଁ। ତାମିଲନାଡୁର ଚେନ୍ନାଇରେ ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗତ ରବିବାର ଚେନ୍ନାଇର ଡାକ୍ତର ସାଇମନ୍ ହରକ୍ୟୁଲସଙ୍କ ମୃତ୍ଯୁ ଘଟିଥିଲା। ଅନ୍ତିମ ସଂସ୍କାର ପାଇଁ ତାଙ୍କୁ ସମାଧିସ୍ଥଳକୁ ନିଆଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ତୀବ୍ର ବିରୋଧ […]
ନୂଆଦିଲ୍ଲୀ: ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫୫୯ ଛୁଇଁ ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୨୫୫ରେ ପହଞ୍ଚିଛି। ସେଥିମଧ୍ୟରୁ ୨୮୪୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗୋଆ, ମଣିପୁର କରୋନା ମୁକ୍ତ ବୋଲି ସଂପୃକ୍ତ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏସବୁ ଭିତରେ ଆଉ ଏକ ଭଲ ଖବର ଆସିଛି। ଦେଶର ମୋଟ୍ ୭୩୬ ଜିଲ୍ଲାରୁ ୩୨୫ ଜିଲ୍ଲା କରୋନା ମୁକ୍ତ ବୋଲି ଜଣାପଡ଼ିଛି। ଯାହାକି ୪୬% ପାଖାପାଖି ୫୦% ବୋଲି ଜଣାପଡ଼ିଛି। ସେହିପରି ଦେଶର ୪୧୧ ଜିଲ୍ଲାରୁ […]
ନୂଆଦିଲ୍ଲୀ: ଦେଶର ୪ ରାଜ୍ୟର ୧୧ଟି ସହରରେ କରୋନା ସ୍ଥିତି ଗମ୍ଭୀର ଥିବା କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି। ଏହି ୪ ରାଜ୍ୟ ହେଲା- ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ପଶ୍ଚିମବଙ୍ଗ। ଏହି ସବୁ ରାଜ୍ୟରେ ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ୬ଟି ଟିମ ଗଠନ କରାଯାଇଛି। ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେ, ରାଜସ୍ଥାନର ଜୟପୁର, ମଧ୍ୟପ୍ରଦେଶର ଇନ୍ଦୋର, ପଶ୍ଚିମବଙ୍ଗର କୋଲକାତା, ହାଓ୍ୱଡା, ଉତ୍ତର ୨୪ ପ୍ରଗଣା, ପୂର୍ବ ମେଦିନିପୁର, ଦାର୍ଜିଲିଂ, ଜଲପାଇଗୁଡି […]
ନୂଆଦିଲ୍ଲୀ: ବିମାନ କମ୍ପାନୀ ଗୁଡିକୁ ବିମାନ ଟିକେଟ ବୁକିଂ ବନ୍ଦ କରିବା ପାଇଁ Directorate General of Civil Aviation(DGCA) ପକ୍ଷରୁ କୁହାଯାଇଛି। ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ମେ’ ୩ ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି। ଲକ୍ଡାଉନ୍ ପରବର୍ତ୍ତୀ ସମୟ ପାଇଁ କିଛି ବିମାନ କମ୍ପାନୀ ଟିକେଟ୍ ବୁକିଂ କରିବା ଆରମ୍ଭ କରିଥିବାରୁ ଟିକେଟ ବୁକିଂ ବନ୍ଦ କରିବାକୁ ଡିଜିସିଏ ତାଗିଦ କରିଛି। ବର୍ତ୍ତମାନ ଯାଏ ପୁନଃ ବିମାନ ଚଳାଚଳ ନେଇ କୌଣସି […]
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନାକୁ ନେଇ LinkedInରେ ପୋଷ୍ଟ କରି କହିଛନ୍ତି, “କରୋନା ଆମକୁ ଆକ୍ରମଣ କରିବା ପୂର୍ବରୁ ଜାତି, ଧର୍ମ, ରଙ୍ଗ, ଭାଷା କିମ୍ବା ସୀମା ସରହଦ ଦେଖେ ନାହିଁ। ତେଣୁ ଆମର ଚାଲିଚଳନ ଓ ଆଚରଣ, ଏକତା ଓ ଭାଇଚାରାକୁ ପ୍ରାଥମିକତା ଦେବା ଉଚିତ। ଏ କ୍ଷେତ୍ରରେ ଆମେ ସମସ୍ତେ ଏକାଠି ଅଛୁ।” ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ପୂର୍ବରୁ ଆମେ ଦେଶଗୁଡ଼ିକ କିମ୍ବା ସମାଜରେ ପରସ୍ପର ବିରୋଧରେ ମୁହାଁମୁହିଁ ହୋଇଥିଲେ। କିନ୍ତୁ […]
ନୂଆଦିଲ୍ଲୀ: କରୋନାକୁ ନେଇ ଏମ୍ସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି, ‘ଏହାକୁ ମୁକାବିଲା କରିବା ଲାଗି ଅନେକ ପ୍ରକାର ଟେଷ୍ଟିଂ ଚାଲିଛି। ଏଥିରେ ପ୍ଲାଜମା ଥେରାପି ମଧ୍ୟ ଅଛି। ଏହି ଥେରାପିର ପ୍ରୟୋଗ ଅନେକ ରୋଗକୁ ଭଲ କରିବା କ୍ଷେତ୍ରରେ ହୋଇଥାଏ। ଏଥିରେ ଇବୋଲା ମଧ୍ୟ ସାମିଲ। ଏହି ଥେରାପି ପ୍ରୟୋଗ କରିବାର କାରଣ ଆପଣମାନେ ଏହା ବୁଝନ୍ତୁ ଯେ, ଯଦି କେହି କରୋନା ସଂକ୍ରମିତ ସୁସ୍ଥ ହେଉଛନ୍ତି, ତା’ହେଲେ ସେ ତାଙ୍କ ଶରୀରରେ ଥିବା […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଢ଼ ମାସ ଅର୍ଥାତ ୪୫ ଦିନ ଶିଶୁର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦିଲ୍ଲୀର କଲାୱତି ହସ୍ପିଟାଲରେ ଶିଶୁଟି ଚିକିତ୍ସିତ ହେଉଥିଲା। ସୂଚନା ଅନୁସାରେ, ଅସୁସ୍ଥତା କାରଣରୁ ଏପ୍ରିଲ ୧୪ରେ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ବେଳେ ରିପୋର୍ଟରେ କରୋନା ପଜିଟିଭ ଆସିଥିଲା। ଏହାପରେ ଚିକିତ୍ସା ଜାରି ରହିଥିଲା। ହେଲେ ଏହି କଅଁଳ ଶିଶୁର ଜୀବନ ନେଇଗଲା ମହାମାରୀ କରୋନା ଭାଇରସ। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୦୭ରେ […]
ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଜରୁରୀ ସେବା ବ୍ୟତୀତ ଆଉ କିଛି ସେବା ଆରମ୍ଭ ହେବାକୁ ଯାଉଛି। ହେଲେ ଇ-କମର୍ସ କମ୍ପାନୀ ଆମାଜନ, ଫ୍ଲିପକାର୍ଟ, ସ୍ନାପଡିଲ ଆଦି କମ୍ପାନୀ ଗୁଡିକ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରିପାରିବେ ନାହିଁ। ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହା ସ୍ପଷ୍ଟ କରିଛି। ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଲକଡାଉନ୍ ଅବଧି ମେ’ ୩ ଯାଏ ବୃଦ୍ଧି କରିଛନ୍ତି। ପ୍ରାଥମିକ ଭାବରେ ଇ-କମର୍ସ କମ୍ପାନୀ ମାନେ ଅନ୍ୟାନ୍ୟ […]
ନୂଆଦିଲ୍ଲୀ: ଆସନ୍ତା କାଲି ଅର୍ଥାତ ଏପ୍ରିଲ ୨୦ରୁ ଜରୁରୀ ସେବା ବ୍ୟତୀତ ଆଉ କେଉଁ ସେବା ଆରମ୍ଭ ହେବ ସେ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଛି। ଯେଉଁସ୍ଥାନରେ କରୋନା ସଂକ୍ରମଣ ଆଶଙ୍କା କମ୍ ଏବଂ ସ୍ଥିତି ସ୍ୱାଭାବିକ ରହିଥିବ ସେହି ସବୁ ସ୍ଥାନରେ ବିଭିନ୍ନ ସେବା ଆରମ୍ଭ ହେବ ବୋଲି ଗୃହ ମନ୍ତ୍ରଣାଳୟ କହିଛି। କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିରେ ସ୍ୱାସ୍ଥ୍ୟସେବା, କୃଷି, ଉଦ୍ୟାନ […]
କୋଟା: ରାଜସ୍ଥାନ କୋଟାରେ କୋଚିଂ ନେଉଥିବା ୩ ହଜାର ଛାତ୍ରଛାତ୍ରୀ ବସରେ ଉତ୍ତର ପ୍ରଦେଶ ଫେରୁଛନ୍ତି। ଯୋଗୀ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ୨୫୦ ବସ୍ ଉତ୍ତର ପ୍ରଦେଶରୁ ପଠାଇଥିଲେ। ପ୍ରତି ବସରେ ୩୦ ଜଣ ବସି ପାରିବାର କ୍ଷମତା ରହିଛି। ଛାତ୍ରଛାତ୍ରୀ ବସରେ ବସିବା ବେଳେ ପାଖରେ ସାନିଟାଇଜର ଓ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ୱ ପାଳନ କରିଛନ୍ତି। ଶୁକ୍ରବାର ରାତିରେ ୧୦୦ଟି ବସ୍ ଛାତ୍ରଛାତ୍ରୀଙ୍କୁ ନେଇ ଉତ୍ତର ପ୍ରଦେଶ ଫେରିଥିବାବେଳେ ବାକି ବସ୍ ଶନିବାର […]
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ଉପୁଜିଥିବା ଏହି ସଙ୍କଟ ସମୟରେ ଆମେରିକା ଭାରତକୁ ସହଯୋଗର ହାତ ବଢ଼ାଇଛି। କରୋନା ମୁକାବିଲା ଲାଗି ସ୍ୱାସ୍ଥ୍ୟ କ୍ଷେତ୍ରରେ ସହାୟତା ସ୍ୱରୂପ ଆମେରିକା ଭାରତକୁ ପାଖାପାଖି $୫.୯ ମିଲିୟନ ପ୍ରଦାନ କରିଛି। ଏନେଇ US State Department ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଥାଉ କି, ଏହାପୂର୍ବରୁ ମହାମାରୀ କରୋନାର ମୁକାବିଲା ପାଇଁ ଆମେରିକା ମାଗିଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (HCQ) ପ୍ରଦାନ ନେଇ ଭାରତ ଆମେରିକାକୁ ଅନୁମତି ଦେଇଥିଲା। ଏହାକୁ ନେଇ ଭାରତକୁ […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୪୮୦ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୧,୯୦୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୧୯୧ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ପରେ ଦିଲ୍ଲୀରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି। ଏହାପରେ ତାମିଲନାଡୁ, ମଧ୍ୟପ୍ରଦେଶ,ରାଜସ୍ଥାନ, ଗୁଜରାଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ […]
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗି ଥିବାବେଳେ ଏବେ ଭାରତତୀୟ ନୌସେନାର କିଛି ଯବାନମାନେ ଏହି ମହାମାରୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ପାଖାପାଖି ୨୦ ଜଣ ଯବାନଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି। INS Angre ର ଏହି ଯବାନମାନଙ୍କୁ ମୁମ୍ବାଇ ସ୍ଥିତ ଏକ ନାଭାଲ ହସ୍ପିଟାଲରେ କ୍ୱାରେଣ୍ଟାଇନରେ ରଖାଯାଇଛି। ବର୍ତ୍ତମାନ INS Angre ମୁମ୍ବାଇ କୋଷ୍ଟରେ ରହିଛି। ଦେଶରେ ପ୍ରଥମ ଥର ପାଇଁ ନୌସେନା ବେସରେ କରୋନା […]
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସାରା ବିଶ୍ୱରେ ୨୧୦ ଦେଶରେ ତା’ର କାୟା ବିସ୍ତାର କରିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୫୦ ହଜାର ଟପିଛି। ସେଥିମଧ୍ୟରୁ ୧ ଲକ୍ଷ ୫୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଲକ୍ଷ ୭୨ ହଜାରରୁ ଅଧିକ ସୁସ୍ଥ ହେଲେଣି। କରୋନାରେ ଆକ୍ରାନ୍ତ ହୋଇ ଆମେରିକାରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଆମେରିକାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୩୭ ହଜାରରୁ ଅଧିକ […]
ବେଙ୍ଗାଲୁରୁ: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଦେଶରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ତେବେ ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ମେ ୩ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଏସବୁ ଭିତରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀଙ୍କ ପୁଅ ନିଖିଲ କୁମାରସ୍ୱାମୀଙ୍କ ଆଜି ବିବାହ। କଂଗ୍ରେସର ପୂର୍ବତନ […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୪୩୭ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୧,୨୦୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୭୪୮ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ଏବେ ସୁଦ୍ଧା ୩ ହଜାରରୁ ଅଧିକ ଲୋକ ଲୋକ ଆକ୍ରାନ୍ତ ହୋଇଛନ୍ତି। ମୁଖ୍ୟତଃ ମୁମ୍ବାଇ, ପୁଣେ, ନାଗପୁରରେ […]
ନୂଆଦିଲ୍ଲୀ: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସରେ ୨୧ ଲକ୍ଷ ୮୨ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ଥିବାବେଳେ ସେଥିମଧ୍ୟରୁ ୧ ଲକ୍ଷ ୪୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ସବୁଠାରୁ ଭଲ କଥା, ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଲକ୍ଷ ୪୭ ହଜାରରୁ ଅଧିକ ସୁସ୍ଥ ହେଲେଣି। ହେଲେ ବିଶ୍ୱର ସବୁଠାରୁ ଧନୀ ରାଷ୍ଟ୍ର କୁହାଯାଉଥିବା ଆମେରିକାରେ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଠାରେ ଆକ୍ରାନ୍ତ ଓ […]