• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

corona
୩ ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଚିହ୍ନଟ ହୋଇଥିବା ୩ ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ରାଜ୍ୟ ସରକାର ତଥ୍ୟ ପ୍ରଦାନ କରିଛନ୍ତି। ଯାଜପୁର ଜିଲ୍ଲାରୁ ସମସ୍ତ ୩ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ ପୁରୁଷ ଓ ଜଣେ ଯୁବତୀ ଅଛନ୍ତି। ଜଣେ ୫୬ ବର୍ଷୀୟ ବ୍ୟକ୍ତି ଅନ୍ୟ ଜଣେ ୧୮ ବର୍ଷୀୟ ଯୁବତୀ ଜିଲ୍ଲାର କଣ୍ଟେନମେଣ୍ଟ ଘୋଷଣା ହୋଇଥିବା କଟିକଟା ଅଞ୍ଚଳର ଉଭୟ ପୂର୍ବରୁ ଚିହ୍ନଟ ହୋଇଥିବା ଜଣେ ପଜିଟିଭ ସଂସ୍ପର୍ଶରେ ଆସିଥିଲେ। ଚିହ୍ନଟଙ୍କ ମଧ୍ୟରେ ଆଉ ଜଣେ ୬୫ ବର୍ଷୀୟ ବୃଦ୍ଧ […]

  • Thursday, 22 July 2021
odisha
୬୦ ଘଣ୍ଟାର ଯାତ୍ରା, ଓଡ଼ିଶା ମାଟି ଛୁଇଁଲେ ପ୍ରବାସୀ ଓଡ଼ିଆ

ଆସିକା: ଲକ୍‌ଡାଉନ୍‌ ବେଳେ ଦୀର୍ଘ ୬୦ ଘଣ୍ଟାରୁ ଅଧିକ ସମୟ ଯାତ୍ରା ପରେ ୨୧୭ଜଣ ପ୍ରବାସୀ ଓଡ଼ିଆ ଗଞ୍ଜାମରେ ପହଞ୍ଚିଛନ୍ତି। ଗୁଜରାଟ ସୁରତରୁ ବାହାରିଥିବା ୪ଟି ବସ୍ ଗତକାଲି ବିଳମ୍ବିତ ରାତିରେ ଶେରଗଡ ଓ ଧରାକୋଟରେ ପହଞ୍ଚିଥିଲା। ପୂର୍ବ ବ୍ୟବସ୍ଥା ଅନୁଯାୟୀ, ସେମାନଙ୍କୁ ସିଧାସଳଖ ଧରାକୋଟ ଆଦର୍ଶ ବିଦ୍ୟାଳୟ ଓ ଶେରଗଡ ଆଦର୍ଶ ବିଦ୍ୟାଳୟରେ ହୋଇଥିବା ସରକାରୀ କ୍ୱାରେଣ୍ଟିନ ସେଣ୍ଟରରେ ରଖାଯାଇଛି। ସେମାନଙ୍କୁ ଘରକୁ ଛଡାଯିବ ନାହିଁ, କି ସେମାନଙ୍କୁ ଭେଟିବାକୁ କାହାକୁ ଅନୁମତି ମିଳିବ ନାହିଁ। […]

  • Thursday, 22 July 2021
cm
ସାବଧାନ ରହିଲେ ବିପଦକୁ ଏଡାଇ ପାରିବା-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଭିଡିଓ ବାର୍ତ୍ତା ଆଜି ଜାରି ହୋଇଛି।  ଭିଡିଓ ବାର୍ତ୍ତା  ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘୧୦ ଦିନ ତଳେ କଥା ହୋଇଥିଲି, ଆକ୍ରାନ୍ତ ସଂଖ୍ୟା ୬୧ ଥିଲା। ଏବେ ତାହା ଦୁଇ ଗୁଣ ବଢ଼ି ଗଲାଣି। ଡରିବାର କିଛି ନାହିଁ। ଆମେ ସାବଧାନ ରହିଲେ, ବିପଦକୁ ଏଡାଇ ପାରିବା। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ବିଦେଶରୁ ଫେରୁଥିବା ଓଡ଼ିଆଙ୍କ ଯତ୍ନନେବା ଆମ ପାଇଁ ଚ୍ୟାଲେଞ୍ଜ ଥିଲା।  ଓଡ଼ିଶା ପ୍ରଥମ […]

  • Thursday, 22 July 2021
odisha
ସରକାରୀ କ୍ୱାରେଣ୍ଟିନ୍ ହୋମ୍‌ରେ ଫିନାଇଲ୍ ପିଇ ଅନ୍ତେବାସୀଙ୍କ ଆତ୍ମହତ୍ୟା ଉଦ୍ୟମ

ରାୟଗଡ଼ା: କ୍ୱାରେଣ୍ଟିନ୍‌ ହୋମ୍‌ରେ ଅଘଟଣ। ସରକାରୀ କ୍ୱାରେଣ୍ଟିନ୍ ହୋମ୍‌ରେ ଫିନାଇଲ୍ ପିଇ ଜଣେ ଅନ୍ତେବାସୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି। ରାୟଗଡ଼ା ଜିଲ୍ଲା ଅଶୋକ କଲ୍ୟାଣ ମଣ୍ଡପ ସ୍ଥିତ ସରକାରୀ କ୍ୱାରେଣ୍ଟିନ୍ ହୋମ୍‌ରେ ଏହି ଅଭାବନୀୟ ଘଟଣା ଘଟିଛି। ଫିନାଇଲ୍ ପିଇବା ପରେ ଅନ୍ତେବାସୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ସୂଚନାଥାଉ କି, ଗତ […]

  • Thursday, 22 July 2021
corona
ରାଜ୍ୟରେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦୁଝର, ଦେବଗଡ଼ ଓ ଝାରସୁଗୁଡ଼ାରେ ଏହି ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଘଟଣା ପରେ ପୁଣି ୩ ଜିଲ୍ଲାକୁ ବ୍ୟାପିଛି କରୋନା। ଚିହ୍ନଟ ୩ ଜଣଙ୍କ ସମ୍ପର୍କର ସୂଚନା ଦେଇଛି […]

  • Thursday, 22 July 2021
bhadrak
ଲକ୍‌ଡାଉନ୍‌ କଟକଣା: ନୂଆ ନିର୍ଦ୍ଦେଶନାମା ଜାରି କଲା ଭଦ୍ରକ ଜିଲ୍ଲା ପ୍ରଶାସନ

ଭଦ୍ରକ: ଲକ୍‌ଡାଉନ୍‌ କଟକଣାକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ଲକ୍‌ଡାଉନ୍‌ ସମୟରେ ଲୋକଙ୍କୁ ଅତ୍ୟାବଶ୍ୟକ ସେବା ଉପଲବ୍ଧ କରାଇବା ପାଇଁ ପ୍ରଶାସନ ପକ୍ଷରୁ କଟକଣାକୁ କୋହଳ କରାଯାଇଛି। କଟକଣା ଅବଧି ସମୟରେ ଇଲେକ୍ଟ୍ରିକ୍‌ସିଆନ୍‌, ଆଇଟି ରିପାୟାର, ପ୍ଲମ୍ବର, ମୋଟର ମେକାନିକ୍ ମାନଙ୍କୁ ହୋମ୍ ସର୍ଭିସ ସେବା ପ୍ରଦାନ ପାଇଁ ଅନୁମତି ପ୍ରଦାନ କରାଯାଇଛି। ସାମାଜିକ ଦୂରତା, ମାସ୍କ ପରିଧାନ ଓ ସ୍ୱଚ୍ଛତା ଅବଲମ୍ବନ କରିବାକୁ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। ନିର୍ମାଣ […]

  • Thursday, 22 July 2021
corona
ଭୁବନେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ୧୧୯ ନଂ ଆକ୍ରାନ୍ତଙ୍କ ସମ୍ପର୍କରେ ରାଜ୍ୟ ସରକାର ତଥ୍ୟ ପ୍ରଦାନ କରିଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ପ୍ରଦାନ କରାଯାଇଛି। ଆକ୍ରାନ୍ତ ଜଣଙ୍କ […]

  • Thursday, 22 July 2021
corona
ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ସୂଚନା ମିଳିଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୪୨୧ଟି ସାମ୍ପଲ୍‌ ଟେଷ୍ଟ ହୋଇଛି। ଏଯାବତ୍‌ ମୋଟ୍ ୨୯ ହଜାର ୧୦୮ଟି ସାମ୍ପଲ୍‌ ଟେଷ୍ଟ ହେଲାଣି। ୧୧୯ ଜଣ […]

  • Thursday, 22 July 2021
dhaba
ଲକ୍‌ଡାଉନ୍‌ କୋହଳ କଲେ ରାଜ୍ୟ ସରକାର: ଖୋଲିବ ୧୪୦ ଢାବା ଓ ୨୨୩ ଗ୍ୟାରେଜ

ଭୁବନେଶ୍ୱର: ଲକ୍ ଡାଉନ୍ ଯୋଗୁ ହଇରାଣ ହେଉଥିବା ଟ୍ରକ୍ ଚାଳକଙ୍କ ପାଇଁ ଆଶ୍ୱସ୍ତିକର ଖବର। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୧୪୦ଟି ଢାବା ଓ ୨୨୩ଟି ଗାଡ଼ି ମରାମତି ଦୋକାନ ଖୋଲିବ।  କେଉଁ କେଉଁ ଢାବା ଓ ଗାଡ଼ି ମରାମତି ଦୋକାନ ଖୋଲିବ ସେନେଇ ଅନୁମତି ପ୍ରଦାନ କରାଯାଇଛି।ରାସ୍ତା କଡ଼ରେ ଅଟକୁଥିବା ଟ୍ରକ୍ ଚାଳକଙ୍କ ସୁବିଧା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ସୂଚନାଥାଉ କି, ଏହାପୂର୍ବରୁ ଲକ୍‌ଡାଉନ୍‌ ବେଳେ ରାଜ୍ୟରେ ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ […]

  • Thursday, 22 July 2021
book
’ଲକ୍‌ଡାଉନ୍ ହଟିବା ପରେ ବହି ବିକ୍ରି ଉପରେ ନିଷ୍ପତ୍ତି’

କଟକ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୧ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବୃଦ୍ଧି କରାଯାଇଥିଲା। ଏହାପରେ ଏହି ଅବଧିକୁ  ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି କରା ଯାଇଥିଲା। ମେ’ ୩ ପରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ପାଇବ କି ନାହିଁ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ।  ତେବେ ଲକ୍‌ଡାଉନ୍ କଟକଣା‌ ହଟିବା ପରେ ବହି ବିକ୍ରି ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମାଧ୍ୟମିକ ଶିକ୍ଷା […]

  • Thursday, 22 July 2021
bbsr
ଭୁବନେଶ୍ୱରରେ ଲକ୍‌ଡାଉନ୍‌ କଟକଣା କୋହଳ ହେବ ନା ନାହିଁ ? ସୂଚନା ଦେଲା ବିଏମ୍‌ସି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଳବତ୍ତର ରହିବ ଲକ୍‌ଡାଉନ୍‌ କଟକଣା। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସ୍ପଷ୍ଟ କରିଛି। ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରାଯାଇ କୁହାଯାଇଛି ଯେ, ଏବେ ବି ଭୁବନେଶ୍ୱର ହଟ୍‌ସ୍ପଟ୍‌ ବା ରେଡ୍ ଜୋନ୍ ବର୍ଗରେ ଥିବାରୁ ଲକ୍‌ଡାଉନ୍ କଟକଣା ବଳବତ୍ତର ରହିବ। କରୋନାକୁ ସଂକ୍ରମଣକୁ ରୋକିବା ପାଇଁ ପରବର୍ତ୍ତୀ ସମୀକ୍ଷା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ଏନେଇ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛି ବିଏମ୍‌ସି। As #Bhubaneswar is still […]

  • Thursday, 22 July 2021
corona
ଚିନ୍ତା ବଢ଼ାଇଲା ରାଜ୍ୟର ୮ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରୁ ଏହି ସୂଚନା ମିଳିଛି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି। ଏହି ନୂଆ ୫ କରୋନା ଆକ୍ରାନ୍ତ‌ ବାଲେଶ୍ୱରର ବୋଲି ସୂଚନା ମିଳିଛି। ବାଲେଶ୍ୱରରୁ ଏବେ ଯାଏ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ, ରାଜ୍ୟର ଆଉ ୮ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରିର ଚିନ୍ତାଜନକ ତଥ୍ୟ ଆସିଛି। ଯାଜପୁରର ୬ ଜଣଙ୍କଠାରେ […]

  • Thursday, 22 July 2021
EWk0JkrWoAA9EdS
ଓଡ଼ିଶାରେ ପୁଣି ୫ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରୁ ଏହି ସୂଚନା ମିଳିଛି। ଏହି ନୂଆ ୫ କରୋନା ଆକ୍ରାନ୍ତ‌ ବାଲେଶ୍ୱରର ବୋଲି ସୂଚନା ମିଳିଛି। ଆଜିର ୫ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇ ଥିବାବେଳେ ବାଲେଶ୍ୱରରୁ ଏବେ ଯାଏ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ୍ ୧୦୮ ଆକ୍ରାନ୍ତଙ୍କ ମଧ୍ୟରୁ ଏବେ […]

  • Thursday, 22 July 2021
corona
୨୦ ହଜାର ପାର କଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୮୨୬

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦,୧୭୭ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୮୨୬ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୯୧୪  ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଉଦବେଗଜନକ ସ୍ଥିତିରେ ଥିବା ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ହଜାରରୁ ଅଧିକରେ ପହଞ୍ଚିଛି। ସେହିପରି ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାରରୁ ଅଧିକ […]

  • Thursday, 22 July 2021
help to poor
୨୫ ଲକ୍ଷ ଟଙ୍କାର ଜମି ବିକ୍ରି କରି ଗରିବଙ୍କୁ ସହାୟତା କଲେ ଦୁଇ ଭାଇ

କୋଲାର: ସାରା ଦେଶବାସୀ ଏବେ କରୋନା ବିରୋଧରେ ଲଢେଇ କରୁଛନ୍ତି। ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ସହାୟତାର ହାତ ବଢାଉଛନ୍ତି। ଏହି ସମୟରେ କର୍ଣ୍ଣାଟକର କୋଲାରରେ ରହୁଥିବା ଦୁଇ ଭାଇଙ୍କ ସହାୟତାକୁ ନେଇ ଏବେ ଚର୍ଚ୍ଚା। ଜମି ବିକ୍ରି କରି ଏହି ଦୁଇ ଭାଇ ଗରିବଙ୍କ ସହାୟତା କରିଛନ୍ତି।  ସୂଚନା ଅନୁସାରେ, ଏହି ଦୁଇ ଭାଇ ସେମାନଙ୍କର ୨୫ ଲକ୍ଷ ଟଙ୍କାର ଜମି ବିକ୍ରି କରି ଗରିବ ଓ ଅନାହାରରେ ଥିବା ଲୋକଙ୍କୁ […]

  • Thursday, 22 July 2021
bride
ମୁମ୍ବାଇରେ ବର ଓ ବରେଲୀରେ କନ୍ୟା, ରାୟପୁରରେ ଅନଲାଇନ ବିବାହ କରାଇଲେ ପଣ୍ଡିତ

ନୂଆଦିଲ୍ଲୀ: ମୁମ୍ବାଇରେ ବର ଓ ବରେଲୀରେ କନ୍ୟା, ରାୟପୁରରେ ଅନଲାଇନରେ ବିବାହ କରାଇଲେ ପଣ୍ଡିତ। ଲକଡାଉନ ବେଳେ ଏଭଳି କିଛି ବିବାହକୁ ନେଇ ଏବେ ଚର୍ଚ୍ଚା। ସାରାଦେଶରେ ଏବେ ଲକଡାଉନ ଜାରି ରହିଛି। ଏହି ସମୟରେ ମୁମ୍ବାଇରେ ବର ଓ  ଉତ୍ତରପ୍ରଦେଶର ବରେଲୀରେ ଫସି ରହିଥିବା କନ୍ୟାଙ୍କ ବିବାହ ଛତିଶଗଡ ରାୟପୁରର ଜଣେ ପଣ୍ଡିତ କରାଇଛନ୍ତି। ବିବାହର ମେହେନ୍ଦି, ହଳଦୀ ସମେତ ଅନ୍ୟ କାର୍ଯ୍ୟକ୍ରମ ସବୁ ଅନଲାଇନରେ ନିଆରା ଅନ୍ଦାଜରେ ହୋଇଥିଲା। ବିବାହ ମଣ୍ଡପ ସାଜସଜ୍ଜା ହୋଇଥିଲା, […]

  • Thursday, 22 July 2021
flight
ବିଦେଶରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଯୋଜନା କରୁଛନ୍ତି ସରକାର, ହେଲେ...

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ, ଏୟାର ଇଣ୍ଡିଆ, ରାଜ୍ୟ ସରକାର ଏବଂ ବିଦେଶରେ ଥିବା ଭାରତୀୟ ମିଶନଙ୍କ ସହାୟତାରେ ବିଦେଶରେ ଫସିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ବିଦେଶ ମନ୍ତ୍ରାଳୟ ଯୋଜନା କରୁଥିବା ସୂଚନା ମିଳିଛି।  ସୂଚନା ଅନୁସାରେ, ଲକଡାଉନ କଟକଣା ଉଠିବା ପରେ ବିଦେଶରେ ଫସି ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ସରକାର ଯୋଜନା କରୁଛନ୍ତି। ସ୍ୱତନ୍ତ୍ର ବିମାନ ଯୋଗେ କିମ୍ବା ରେଗୁଲାର ବିମାନ ଗୋଟିଏ ରାଜ୍ୟରୁ ଅନ୍ୟ ଏକ […]

  • Thursday, 22 July 2021
shop-1
‘ଓଡ଼ିଶା ସରକାର ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ବନ୍ଦ ରହିବ ଦୋକାନ’

ଭୁବନେଶ୍ୱର:  ଆଜିଠୁ ସାରା ଦେଶରେ ଖୋଲିଲା ବିଭିନ୍ନ ଦୋକାନ। ଦୋକାନ ଗୁଡ଼ିକ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛି। ରେସିଡେନସିଆଲ ଓ ମାର୍କେଟ କମ୍ପ୍ଲେକ୍ସ ମଧ୍ୟରେ ଥିବା ଦୋକାନ ଗୁଡ଼ିକୁ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଅନୁମତି ପ୍ରଦାନ କରାଯାଇଛି। ଯେଉଁ ଦୋକାନ ଗୁଡ଼ିକ ଖୋଲା ରହିବ ସେସବୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଦତ୍ତ ଦୋକାନ ଏବଂ ପ୍ରତିଷ୍ଠାନ ନିୟମରେ ପଞ୍ଜୀକୃତ ହୋଇଥିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ […]

  • Thursday, 22 July 2021
odisha
ଲକ୍‌ଡାଉନ୍ ବେଳେ ମଦ ଭାଟି ଖୋଲି ବନ୍ଧା ହେଲେ

ଅନୁଗୁଳ: ଲକ୍‌ଡାଉନ୍‌ ସମୟରେ ମଦ ବ୍ୟବସାୟ କରୁଥିବା ଅଭିଯୋଗରେ ଅନୁଗୁଳ ପୁଲିସ୍‌ ୪୩ ଜଣଙ୍କୁ ଗିରଫ କରିଛି। ଅନୁଗୁଳ ସହର ଉପକଣ୍ଠ କରଡାଗାଡିଆରେ ମଦ କାରବାର ହେଉଥିବା ଖବର ପାଇ ଗତକାଲି ଏକ ଦେଶୀ ମଦଭାଟି ଉପରେ ପୁଲିସ୍‌ ଚଢାଉ କରିଥିଲା। ଚଢାଉରେ ସମୟରେ ପୁଲିସ୍‌ ୪ହଜାର ୪୪୦ ଲିଟର ମଦ ସହ ୬ ହଜାର ଲିଟର ପାଉଚ୍‌ ଜବତ କରିଥିଲା। ଏହାସହ ମଦ ବ୍ୟବସାୟରେ ସମ୍ପୃକ୍ତ ବ୍ୟବସାୟୀ ବିକ୍ରମ ସାହୁ, ତାଙ୍କର ୧୨ ଜଣ କର୍ମଚାରୀ […]

  • Thursday, 22 July 2021
odisha
ଭଦ୍ରକରେ ବଢ଼ିଲା କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌

ଭଦ୍ରକ: କରୋନା ସ୍ଥିତିକୁ ନେଇ ଭଦ୍ରକ ଜିଲ୍ଲାର ଆଉ ୫ଟି ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ପ୍ରଶାସନ। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଧାମନଗର ବ୍ଲକର ୩ଟି ଓ ତିହିଡ଼ି ବ୍ଲକର ୨ଟି ପଞ୍ଚାୟତ ରହିଛି। ଧାମନଗରର କଲ୍ୟାଣୀ, ଖଡ଼ିପଦା ଓ ଆନନ୍ଦପୁର ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। କଲ୍ୟାଣୀ ଓ ଖଡ଼ିପଦା ପଞ୍ଚାୟତର ସବୁ ଗାଁ ସହ ଆନନ୍ଦପୁର ପଞ୍ଚାୟତର ଉତ୍ତେଇପୁର ଗାଁକୁ ମଧ୍ୟ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ସେହିପରି […]

  • Thursday, 22 July 2021
shop
ସର୍ତ୍ତମୂଳକ ଅନୁମତି ପରେ ଆଜିଠୁ ସାରା ଦେଶରେ ଖୋଲିଲା ବିଭିନ୍ନ ଦୋକାନ

ନୂଆଦିଲ୍ଲୀ: ଆଜିଠୁ ସାରା ଦେଶରେ ଖୋଲିଲା ବିଭିନ୍ନ ଦୋକାନ। ଦୋକାନ ଗୁଡ଼ିକ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛି। ରେସିଡେନସିଆଲ ଓ ମାର୍କେଟ କମ୍ପ୍ଲେକ୍ସ ମଧ୍ୟରେ ଥିବା ଦୋକାନ ଗୁଡ଼ିକୁ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଅନୁମତି ପ୍ରଦାନ କରାଯାଇଛି। ନିର୍ଦ୍ଦେଶାନୁସାରେ, ରେସିଡେନସିଆଲ, କମ୍ପ୍ଲେକ୍ସ ମଧ୍ୟରେ ଥିବା ଦୋକାନ ଗୁଡିକ ଖୋଲିବାକୁ ଏହି ଅନୁମତି ଦିଆଯାଇଛି। ତେବେ ହଟସ୍ପଟ୍ ଜୋନ୍‌ରେ ଆସୁଥିବା ଅଞ୍ଚଳରେ ଏହି ଦୋକାନ ଗୁଡିକ ଓ ଶପିଂ […]

  • Thursday, 22 July 2021
arbinda
କରୋନା ଆକ୍ରାନ୍ତଙ୍କ ଶରୀରରେ ସଫଳ ହେଉଛି ପ୍ଲାଜ୍‌ମା ଥେରାପି

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସହିତ ଲଢେଇ କରୁଥିବା ଲୋକଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର। ପରୀକ୍ଷାମୂଳକ ଭାବେ କରୋନା ଆକ୍ରାନ୍ତଙ୍କ ଶରୀରରେ ପ୍ରୟୋଗ କରାଯାଇଥିବା ପ୍ଲାଜ୍‌ମା ଥେରାପି ସଫଳ ହେଉଥିବା ଜଣାପଡ଼ିଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଚାରି ଜଣ କରୋନା ଆକ୍ରାନ୍ତଙ୍କ ଶରୀରରେ ପ୍ଲାଜମା ଥେରାପି କରାଯାଇଥିଲା ଓ ଏହା ସଫଳ ହେଉଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ଜଣାପଡିଛି “। […]

  • Thursday, 22 July 2021
corona
ମଣିଷ ଶରୀରରେ ଫେଲ ମାରିଲା ରେମଡେସିଭିର ପରୀକ୍ଷଣ !

ନୂଆଦିଲ୍ଲୀ: ସାରା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିଥିବା କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ପରୀକ୍ଷଣ ହୋଇଥିବା ଆଣ୍ଟି-ଭାଇରାଲ୍ ଔଷଧ ରେମଡେସିଭିରକୁ ନେଇ ଡାକ୍ତରଙ୍କ ଆଶାର କିରଣ ମଉଳି ଯାଇଥିବା କୁହାଯାଉଛି। ସୂଚନା ଅନୁସାରେ, କ୍ଲିନିକାଲ୍ ଟେଷ୍ଟରେ ରେମଡେସିଭିର  ବିଫଳ ହୋଇଛି। ଏହି ଔଷଧର ପରୀକ୍ଷଣ ଚୀନ ନିଜ ଦେଶର କରୋନା ଆକ୍ରାନ୍ତଙ୍କ ଶରୀରରେ କରିଥିଲା । WHO ପକ୍ଷରୁ ଏହାର ୱେବସାଇଟ୍‌‌ରେ ସୂଚନା ଦିଆଯାଇଥିଲା ଯେ, କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ୨୩୭ ଜଣ […]

  • Thursday, 22 July 2021
sun light
ସୂର୍ଯ୍ୟ କିରଣରେ ମହାମାରୀ କରୋନା ଶୀଘ୍ର ଧ୍ୱଂସ ହୋଇଯିବ କି ?

ୱାଶିଂଟନ: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବର୍ତ୍ତମାନ ଏହାକୁ ରୋକିବା ପାଇଁ କୌଣସି ଔଷଧ ବାହାରି ପାରିନାହିଁ। ଦିନରାତି ଏକାଠି କରି ବୈଜ୍ଞାନିକମାନେ ସେମାନଙ୍କର ରିସର୍ଚ୍ଚ ଜାରି ରଖିଛନ୍ତି। ଏପରିକି  ଅନେକ ଦେଶ ମଧ୍ୟ ଦାବି କରୁଛନ୍ତି ଯେ, କରୋନା ଭାଇରସ ଭାକ୍ସିନ(ଟିକା) ସେମାନଙ୍କ ଦେଶରେ ତିଆରି ଚାଲିଛି। ଏସବୁ ଭିତରେ ଆମେରିକା ବୈଜ୍ଞାନିକମାନେ ପରୀକ୍ଷା କରି ଜାଣିବାକୁ ପାଇଛନ୍ତି […]

  • Thursday, 22 July 2021