କଟକ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍ଡାଉନ୍ ଘୋଷଣା ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୧ଦିନ ପର୍ଯ୍ୟନ୍ତ ଲକ୍ଡାଉନ୍କୁ ବୃଦ୍ଧି କରାଯାଇଥିଲା। ଏହାପରେ ଏହି ଅବଧିକୁ ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି କରା ଯାଇଥିଲା। ମେ’ ୩ ପରେ ଲକ୍ଡାଉନ୍ ଅବଧି ବୃଦ୍ଧି ପାଇବ କି ନାହିଁ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ। ତେବେ ଲକ୍ଡାଉନ୍ କଟକଣା ହଟିବା ପରେ ବହି ବିକ୍ରି ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମାଧ୍ୟମିକ ଶିକ୍ଷା […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଳବତ୍ତର ରହିବ ଲକ୍ଡାଉନ୍ କଟକଣା। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ସ୍ପଷ୍ଟ କରିଛି। ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇ କୁହାଯାଇଛି ଯେ, ଏବେ ବି ଭୁବନେଶ୍ୱର ହଟ୍ସ୍ପଟ୍ ବା ରେଡ୍ ଜୋନ୍ ବର୍ଗରେ ଥିବାରୁ ଲକ୍ଡାଉନ୍ କଟକଣା ବଳବତ୍ତର ରହିବ। କରୋନାକୁ ସଂକ୍ରମଣକୁ ରୋକିବା ପାଇଁ ପରବର୍ତ୍ତୀ ସମୀକ୍ଷା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ଏନେଇ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛି ବିଏମ୍ସି। As #Bhubaneswar is still […]
ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରୁ ଏହି ସୂଚନା ମିଳିଛି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି। ଏହି ନୂଆ ୫ କରୋନା ଆକ୍ରାନ୍ତ ବାଲେଶ୍ୱରର ବୋଲି ସୂଚନା ମିଳିଛି। ବାଲେଶ୍ୱରରୁ ଏବେ ଯାଏ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ, ରାଜ୍ୟର ଆଉ ୮ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରିର ଚିନ୍ତାଜନକ ତଥ୍ୟ ଆସିଛି। ଯାଜପୁରର ୬ ଜଣଙ୍କଠାରେ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରୁ ଏହି ସୂଚନା ମିଳିଛି। ଏହି ନୂଆ ୫ କରୋନା ଆକ୍ରାନ୍ତ ବାଲେଶ୍ୱରର ବୋଲି ସୂଚନା ମିଳିଛି। ଆଜିର ୫ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇ ଥିବାବେଳେ ବାଲେଶ୍ୱରରୁ ଏବେ ଯାଏ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ୍ ୧୦୮ ଆକ୍ରାନ୍ତଙ୍କ ମଧ୍ୟରୁ ଏବେ […]
ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦,୧୭୭ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୮୨୬ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୯୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଉଦବେଗଜନକ ସ୍ଥିତିରେ ଥିବା ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ହଜାରରୁ ଅଧିକରେ ପହଞ୍ଚିଛି। ସେହିପରି ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାରରୁ ଅଧିକ […]
କୋଲାର: ସାରା ଦେଶବାସୀ ଏବେ କରୋନା ବିରୋଧରେ ଲଢେଇ କରୁଛନ୍ତି। ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ସହାୟତାର ହାତ ବଢାଉଛନ୍ତି। ଏହି ସମୟରେ କର୍ଣ୍ଣାଟକର କୋଲାରରେ ରହୁଥିବା ଦୁଇ ଭାଇଙ୍କ ସହାୟତାକୁ ନେଇ ଏବେ ଚର୍ଚ୍ଚା। ଜମି ବିକ୍ରି କରି ଏହି ଦୁଇ ଭାଇ ଗରିବଙ୍କ ସହାୟତା କରିଛନ୍ତି। ସୂଚନା ଅନୁସାରେ, ଏହି ଦୁଇ ଭାଇ ସେମାନଙ୍କର ୨୫ ଲକ୍ଷ ଟଙ୍କାର ଜମି ବିକ୍ରି କରି ଗରିବ ଓ ଅନାହାରରେ ଥିବା ଲୋକଙ୍କୁ […]
ନୂଆଦିଲ୍ଲୀ: ମୁମ୍ବାଇରେ ବର ଓ ବରେଲୀରେ କନ୍ୟା, ରାୟପୁରରେ ଅନଲାଇନରେ ବିବାହ କରାଇଲେ ପଣ୍ଡିତ। ଲକଡାଉନ ବେଳେ ଏଭଳି କିଛି ବିବାହକୁ ନେଇ ଏବେ ଚର୍ଚ୍ଚା। ସାରାଦେଶରେ ଏବେ ଲକଡାଉନ ଜାରି ରହିଛି। ଏହି ସମୟରେ ମୁମ୍ବାଇରେ ବର ଓ ଉତ୍ତରପ୍ରଦେଶର ବରେଲୀରେ ଫସି ରହିଥିବା କନ୍ୟାଙ୍କ ବିବାହ ଛତିଶଗଡ ରାୟପୁରର ଜଣେ ପଣ୍ଡିତ କରାଇଛନ୍ତି। ବିବାହର ମେହେନ୍ଦି, ହଳଦୀ ସମେତ ଅନ୍ୟ କାର୍ଯ୍ୟକ୍ରମ ସବୁ ଅନଲାଇନରେ ନିଆରା ଅନ୍ଦାଜରେ ହୋଇଥିଲା। ବିବାହ ମଣ୍ଡପ ସାଜସଜ୍ଜା ହୋଇଥିଲା, […]
ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ, ଏୟାର ଇଣ୍ଡିଆ, ରାଜ୍ୟ ସରକାର ଏବଂ ବିଦେଶରେ ଥିବା ଭାରତୀୟ ମିଶନଙ୍କ ସହାୟତାରେ ବିଦେଶରେ ଫସିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ବିଦେଶ ମନ୍ତ୍ରାଳୟ ଯୋଜନା କରୁଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଲକଡାଉନ କଟକଣା ଉଠିବା ପରେ ବିଦେଶରେ ଫସି ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ସରକାର ଯୋଜନା କରୁଛନ୍ତି। ସ୍ୱତନ୍ତ୍ର ବିମାନ ଯୋଗେ କିମ୍ବା ରେଗୁଲାର ବିମାନ ଗୋଟିଏ ରାଜ୍ୟରୁ ଅନ୍ୟ ଏକ […]
ଭୁବନେଶ୍ୱର: ଆଜିଠୁ ସାରା ଦେଶରେ ଖୋଲିଲା ବିଭିନ୍ନ ଦୋକାନ। ଦୋକାନ ଗୁଡ଼ିକ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛି। ରେସିଡେନସିଆଲ ଓ ମାର୍କେଟ କମ୍ପ୍ଲେକ୍ସ ମଧ୍ୟରେ ଥିବା ଦୋକାନ ଗୁଡ଼ିକୁ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଅନୁମତି ପ୍ରଦାନ କରାଯାଇଛି। ଯେଉଁ ଦୋକାନ ଗୁଡ଼ିକ ଖୋଲା ରହିବ ସେସବୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଦତ୍ତ ଦୋକାନ ଏବଂ ପ୍ରତିଷ୍ଠାନ ନିୟମରେ ପଞ୍ଜୀକୃତ ହୋଇଥିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ […]
ଅନୁଗୁଳ: ଲକ୍ଡାଉନ୍ ସମୟରେ ମଦ ବ୍ୟବସାୟ କରୁଥିବା ଅଭିଯୋଗରେ ଅନୁଗୁଳ ପୁଲିସ୍ ୪୩ ଜଣଙ୍କୁ ଗିରଫ କରିଛି। ଅନୁଗୁଳ ସହର ଉପକଣ୍ଠ କରଡାଗାଡିଆରେ ମଦ କାରବାର ହେଉଥିବା ଖବର ପାଇ ଗତକାଲି ଏକ ଦେଶୀ ମଦଭାଟି ଉପରେ ପୁଲିସ୍ ଚଢାଉ କରିଥିଲା। ଚଢାଉରେ ସମୟରେ ପୁଲିସ୍ ୪ହଜାର ୪୪୦ ଲିଟର ମଦ ସହ ୬ ହଜାର ଲିଟର ପାଉଚ୍ ଜବତ କରିଥିଲା। ଏହାସହ ମଦ ବ୍ୟବସାୟରେ ସମ୍ପୃକ୍ତ ବ୍ୟବସାୟୀ ବିକ୍ରମ ସାହୁ, ତାଙ୍କର ୧୨ ଜଣ କର୍ମଚାରୀ […]
ଭଦ୍ରକ: କରୋନା ସ୍ଥିତିକୁ ନେଇ ଭଦ୍ରକ ଜିଲ୍ଲାର ଆଉ ୫ଟି ପଞ୍ଚାୟତକୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ପ୍ରଶାସନ। କଣ୍ଟେନ୍ମେଣ୍ଟ ଜୋନ୍ରେ ଧାମନଗର ବ୍ଲକର ୩ଟି ଓ ତିହିଡ଼ି ବ୍ଲକର ୨ଟି ପଞ୍ଚାୟତ ରହିଛି। ଧାମନଗରର କଲ୍ୟାଣୀ, ଖଡ଼ିପଦା ଓ ଆନନ୍ଦପୁର ପଞ୍ଚାୟତକୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। କଲ୍ୟାଣୀ ଓ ଖଡ଼ିପଦା ପଞ୍ଚାୟତର ସବୁ ଗାଁ ସହ ଆନନ୍ଦପୁର ପଞ୍ଚାୟତର ଉତ୍ତେଇପୁର ଗାଁକୁ ମଧ୍ୟ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ସେହିପରି […]
ନୂଆଦିଲ୍ଲୀ: ଆଜିଠୁ ସାରା ଦେଶରେ ଖୋଲିଲା ବିଭିନ୍ନ ଦୋକାନ। ଦୋକାନ ଗୁଡ଼ିକ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛି। ରେସିଡେନସିଆଲ ଓ ମାର୍କେଟ କମ୍ପ୍ଲେକ୍ସ ମଧ୍ୟରେ ଥିବା ଦୋକାନ ଗୁଡ଼ିକୁ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଅନୁମତି ପ୍ରଦାନ କରାଯାଇଛି। ନିର୍ଦ୍ଦେଶାନୁସାରେ, ରେସିଡେନସିଆଲ, କମ୍ପ୍ଲେକ୍ସ ମଧ୍ୟରେ ଥିବା ଦୋକାନ ଗୁଡିକ ଖୋଲିବାକୁ ଏହି ଅନୁମତି ଦିଆଯାଇଛି। ତେବେ ହଟସ୍ପଟ୍ ଜୋନ୍ରେ ଆସୁଥିବା ଅଞ୍ଚଳରେ ଏହି ଦୋକାନ ଗୁଡିକ ଓ ଶପିଂ […]
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସହିତ ଲଢେଇ କରୁଥିବା ଲୋକଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର। ପରୀକ୍ଷାମୂଳକ ଭାବେ କରୋନା ଆକ୍ରାନ୍ତଙ୍କ ଶରୀରରେ ପ୍ରୟୋଗ କରାଯାଇଥିବା ପ୍ଲାଜ୍ମା ଥେରାପି ସଫଳ ହେଉଥିବା ଜଣାପଡ଼ିଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଚାରି ଜଣ କରୋନା ଆକ୍ରାନ୍ତଙ୍କ ଶରୀରରେ ପ୍ଲାଜମା ଥେରାପି କରାଯାଇଥିଲା ଓ ଏହା ସଫଳ ହେଉଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ଜଣାପଡିଛି “। […]
ନୂଆଦିଲ୍ଲୀ: ସାରା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିଥିବା କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ପରୀକ୍ଷଣ ହୋଇଥିବା ଆଣ୍ଟି-ଭାଇରାଲ୍ ଔଷଧ ରେମଡେସିଭିରକୁ ନେଇ ଡାକ୍ତରଙ୍କ ଆଶାର କିରଣ ମଉଳି ଯାଇଥିବା କୁହାଯାଉଛି। ସୂଚନା ଅନୁସାରେ, କ୍ଲିନିକାଲ୍ ଟେଷ୍ଟରେ ରେମଡେସିଭିର ବିଫଳ ହୋଇଛି। ଏହି ଔଷଧର ପରୀକ୍ଷଣ ଚୀନ ନିଜ ଦେଶର କରୋନା ଆକ୍ରାନ୍ତଙ୍କ ଶରୀରରେ କରିଥିଲା । WHO ପକ୍ଷରୁ ଏହାର ୱେବସାଇଟ୍ରେ ସୂଚନା ଦିଆଯାଇଥିଲା ଯେ, କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ୨୩୭ ଜଣ […]
ୱାଶିଂଟନ: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବର୍ତ୍ତମାନ ଏହାକୁ ରୋକିବା ପାଇଁ କୌଣସି ଔଷଧ ବାହାରି ପାରିନାହିଁ। ଦିନରାତି ଏକାଠି କରି ବୈଜ୍ଞାନିକମାନେ ସେମାନଙ୍କର ରିସର୍ଚ୍ଚ ଜାରି ରଖିଛନ୍ତି। ଏପରିକି ଅନେକ ଦେଶ ମଧ୍ୟ ଦାବି କରୁଛନ୍ତି ଯେ, କରୋନା ଭାଇରସ ଭାକ୍ସିନ(ଟିକା) ସେମାନଙ୍କ ଦେଶରେ ତିଆରି ଚାଲିଛି। ଏସବୁ ଭିତରେ ଆମେରିକା ବୈଜ୍ଞାନିକମାନେ ପରୀକ୍ଷା କରି ଜାଣିବାକୁ ପାଇଛନ୍ତି […]
ମୁମ୍ବାଇ: ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ମହାରାଷ୍ଟ୍ରର ହାଉସିଂ ମନ୍ତ୍ରୀ ଜିତେନ୍ଦ୍ର ଆୱାଡ। ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଥାନେର ଏକ ଘରୋଇ ହସ୍ପିଟାଲରେ ୫୪ ବର୍ଷୀୟ ଜିତେନ୍ଦ୍ର ଭର୍ତ୍ତି ହୋଇଥିଲେ। ଏହି ସମୟରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା। ଯେଉଁଥିରେ ରିପୋର୍ଟ କରୋନା ପଜିଟିଭ ଆସିଛି। ଏହାପୂର୍ବରୁ ତାଙ୍କ ପାଖରେ କାମ କରୁଥିବା ସୁରକ୍ଷାକର୍ମୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଜିତେନ୍ଦ୍ର ଓ ତାଙ୍କ ପରିବାରର ୧୫ ଜଣ ସଦସ୍ୟ ଏକ ସପ୍ତାହ […]
ଶ୍ରୀନଗର: ମାରାତ୍ମକ କରୋନା ଭାଇରସ ସାରା ବିଶ୍ୱରେ କାୟା ମେଲାଇ ମୁଣ୍ଡ ପରେ ମୁଣ୍ଡ ନେଉଥିବା ବେଳେ ପାକିସ୍ତାନ ଚିରାଚରିତ ଢଙ୍ଗରେ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚିବାରେ ଲାଗିଛି। ସବୁବେଳେ ଆତଙ୍କୀ ପଠାଇ ଭାରତକୁ ରକ୍ତରଞ୍ଜିତ କରୁଥିବା ପାକିସ୍ତାନ ଏଥର ରଚିବାକୁ ଯାଉଛି ନୂଆ ପ୍ରକାର କୁତ୍ସିତ ଷଡ଼ଯନ୍ତ୍ର। ଏଭଳି କିଛି ପାକିସ୍ତାନର କୁତ୍ସିତ ଷଡ଼ଯନ୍ତ୍ର ଏବେ ପଦାକୁ ଆସିଛି। ପାକ୍ ଏବେ କରୋନା ଆକ୍ରାନ୍ତଙ୍କୁ ସୀମା ପାର୍ କରିବା ପାଇଁ ପ୍ରୟାସ କରୁଛି ବୋଲି ଜମ୍ମୁ-କଶ୍ମୀର ପୁଲିସ […]
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ସବିତା କୋବିନ୍ଦ କରୋନା ଲଢ଼େଇରେ ନିଜକୁ ସମର୍ପିତ କରିଛନ୍ତି। ଦେଶର ପ୍ରଥମ ମହିଳା ହୋଇଥିଲେ ହେଁ ସବିତା କୋବିନ୍ଦ, କରୋନା କବଳରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସିଲେଇ ମେସିନ୍ ସାହାଯ୍ୟରେ ମାସ୍କ ତିଆରି କରିଛନ୍ତି। ରାଷ୍ଟ୍ରପତି ଇଷ୍ଟେଟର ଶକ୍ତି ହାଟରେ ସବିତା କୋବିନ୍ଦ ମାସ୍କ ସିଲେଇ କରୁଥିବା ଦେଖିବାକୁ ମିଳିଛି। ଦିଲ୍ଲୀ ଅର୍ବାନ ଶେଲଟର ଉନ୍ନତିକରଣ ବୋର୍ଡ ପକ୍ଷରୁ ଗଠନ ହୋଇଥିବା ବିଭିନ୍ନ ଶେଲଟର ହୋମରେ ରହୁଥିବା ଲୋକଙ୍କୁ […]
ୱାଶିଂଟନ୍: ମହାମାରୀ କରୋନା ଭାଇରସ ଏବେ ପଶୁପକ୍ଷୀଙ୍କୁ ଆକ୍ରାନ୍ତ କରିବା ଆରମ୍ଭ କରିଛି। ପୂର୍ବରୁ କୁକୁର ଓ ବାଘ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଥିବାବେଳେ ଏବେ ପ୍ରଥମଥର ପାଇଁ ଦୁଇଟି ପୋଷା ବିଲେଇ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ବିଲେଇ ଦ୍ୱୟ ଶରୀରରେ କରୋନା ଭୂତାଣୁ ଥିବା ଜଣାପଡ଼ିଛି। କରୋନାରେ ଆକ୍ରାନ୍ତ ହେବା ପରେ ବିଲେଇ ଦ୍ୱୟ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ହେଲେ ମଣିଷ ତୁଳନାରେ ସେମାନଙ୍କ ଶରୀରରେ କରୋନା […]
ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଆଉ ୪୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜି ୧୪ ଶହରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫,୮୫୯ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୬୫୨ରେ ପହଞ୍ଚିଛି। ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା […]
ନୂଆଦିଲ୍ଲୀ: କରୋନା ମୁକାବିଲାକୁ ନେଇ ଆସନ୍ତା ଏପ୍ରିଲ ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଏପ୍ରିଲ ୨୭ ତାରିଖ ସକାଳ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା ଆରମ୍ଭ ହେବ। ଏହି ସମୟରେ ରାଜ୍ୟଗୁଡ଼ିକର କରୋନା ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଜାରି […]
ନୂଆଦିଲ୍ଲୀ: କରୋନା ଯୋଦ୍ଧା କୁହାଯାଉଥିବା ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର କଠୋର ଆଇନ ପ୍ରଣୟନ କରିଛନ୍ତି। ଏଣିକି ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ସଂପୃକ୍ତ ଦୁର୍ବୃତ୍ତଙ୍କୁ ୭ ବର୍ଷ ଯାଏ ଜେଲ ଦଣ୍ଡ ସହ ମୋଟା ଅଙ୍କର ଜରିମାନା ଆଦାୟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ କେନ୍ଦ୍ର କ୍ୟାବିନେଟ ସ୍ୱତନ୍ତ୍ର ଅଧ୍ୟାଦେଶକୁ ଅନୁମତି ମଧ୍ୟ ପ୍ରଦାନ କରିଛି। ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଏହି ଅଧ୍ୟାଦେଶ ଆଣିଛନ୍ତି ସରକାର। […]
ଚେନ୍ନାଇ: ସାରା ବିଶ୍ୱ ଏବେ ମହାମାରୀ କରୋନା ବିରୋଧରେ ଲଢେଇ କରୁଛି। ଏଭଳି ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ଡାକ୍ତରମାନେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ବେଳେ ମୃତ୍ଯୁ ପରେ ମଧ୍ୟ ସେମାନଙ୍କୁ ଶେଷ ସମ୍ମାନ ମିଳୁନାହିଁ। ତାମିଲନାଡୁର ଚେନ୍ନାଇରେ ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗତ ରବିବାର ଚେନ୍ନାଇର ଡାକ୍ତର ସାଇମନ୍ ହରକ୍ୟୁଲସଙ୍କ ମୃତ୍ଯୁ ଘଟିଥିଲା। ଅନ୍ତିମ ସଂସ୍କାର ପାଇଁ ତାଙ୍କୁ ସମାଧିସ୍ଥଳକୁ ନିଆଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ତୀବ୍ର ବିରୋଧ […]
ନୂଆଦିଲ୍ଲୀ: ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫୫୯ ଛୁଇଁ ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୨୫୫ରେ ପହଞ୍ଚିଛି। ସେଥିମଧ୍ୟରୁ ୨୮୪୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗୋଆ, ମଣିପୁର କରୋନା ମୁକ୍ତ ବୋଲି ସଂପୃକ୍ତ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏସବୁ ଭିତରେ ଆଉ ଏକ ଭଲ ଖବର ଆସିଛି। ଦେଶର ମୋଟ୍ ୭୩୬ ଜିଲ୍ଲାରୁ ୩୨୫ ଜିଲ୍ଲା କରୋନା ମୁକ୍ତ ବୋଲି ଜଣାପଡ଼ିଛି। ଯାହାକି ୪୬% ପାଖାପାଖି ୫୦% ବୋଲି ଜଣାପଡ଼ିଛି। ସେହିପରି ଦେଶର ୪୧୧ ଜିଲ୍ଲାରୁ […]
ନୂଆଦିଲ୍ଲୀ: ଦେଶର ୪ ରାଜ୍ୟର ୧୧ଟି ସହରରେ କରୋନା ସ୍ଥିତି ଗମ୍ଭୀର ଥିବା କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି। ଏହି ୪ ରାଜ୍ୟ ହେଲା- ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ପଶ୍ଚିମବଙ୍ଗ। ଏହି ସବୁ ରାଜ୍ୟରେ ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ୬ଟି ଟିମ ଗଠନ କରାଯାଇଛି। ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେ, ରାଜସ୍ଥାନର ଜୟପୁର, ମଧ୍ୟପ୍ରଦେଶର ଇନ୍ଦୋର, ପଶ୍ଚିମବଙ୍ଗର କୋଲକାତା, ହାଓ୍ୱଡା, ଉତ୍ତର ୨୪ ପ୍ରଗଣା, ପୂର୍ବ ମେଦିନିପୁର, ଦାର୍ଜିଲିଂ, ଜଲପାଇଗୁଡି […]