• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

muniguda
ବାହାର ଫେରନ୍ତାକୁ ନେଇ ଗାଁରେ ତୁମୁଳକାଣ୍ଡ

ନୟାଗଡ଼: ଭୁବନେଶ୍ୱର ଫେରନ୍ତାଙ୍କୁ ନେଇ ନୟାଗଡ଼ ଜିଲ୍ଲା କେନ୍ଦୁଢିପିରେ ତୁମୁଳକାଣ୍ଡ। ସରପଞ୍ଚଙ୍କ ସ୍ୱାମୀଙ୍କ ମାଡ଼ରେ ନାଏବ ସରପଞ୍ଚ ଓ ଓ୍ୱାର୍ଡ ମେମ୍ବରଙ୍କ ସ୍ୱାମୀ ଆହତ ହୋଇଛନ୍ତି। ଗତକାଲି ସକାଳେ ଭୁବନେଶ୍ୱରରେ ରହୁଥିବା କେନ୍ଦୁଢିପିର ମଧୁସୂଦନ ସାହୁ ନିଜ ଗାଁକୁ ଫେରିଥିଲେ। ନାଏବ ସରପଞ୍ଚ ଓ ଓ୍ୱାର୍ଡ ମେମ୍ବରଙ୍କ ସ୍ୱାମୀ ମଧୁସୂଦନଙ୍କୁ ନେଇ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖିଥିଲେ। ଏହାକୁ ନେଇ ସରପଞ୍ଚଙ୍କ ସ୍ୱାମୀ ଆରତ ବେହେରା ଓ ନାଏବ ସରପଞ୍ଚ ଅରୁପ ସାହୁ, ଓ୍ୱାର୍ଡ ମେମ୍ବରଙ୍କ ସ୍ୱାମୀ ଶଶଧର […]

  • Monday, 26 July 2021
33
ପୁଣି ଡଙ୍ଗାରେ ଫେରିଲେ ୩୩ ଶ୍ରମିକ

ବ୍ରହ୍ମପୁର: ବାହାର ରାଜ୍ୟରୁ ସମୁଦ୍ର ପଥରେ ଶ୍ରମିକଙ୍କ ଫେରିବା ଜାରି ରହିଛି। ଗତକାଲି ରାତିରେ ପୁଣି ୩୩ ଜଣ ଶ୍ରମିକ ଏକ ଡଙ୍ଗା ସାହାଯ୍ୟ ରେଚେନ୍ନାଇରୁ ଓଡ଼ିଶାକୁ ଫେରିଛନ୍ତି। ଗଂଜାମ ଜିଲ୍ଲା ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀ ସମୁଦ୍ରବେଳାରେ ଆସି ପହଞ୍ଚିଛନ୍ତି ସମସ୍ତ ଶ୍ରମିକ। ୨ ଲକ୍ଷ ୧୦ ହଜାର ଟଙ୍କାରେ ଏକ ଡଙ୍ଗା କିଣି ଗତ ୨୪ ତାରିଖରେ ଚେନ୍ନାଇରୁ ବାହାରିଥିଲେ। ଡଙ୍ଗାରେ ଆସିଥିବା ୩୩ଜଣଙ୍କ ମଧ୍ୟରୁ ଗଂଜାମ ସାନ ଆର୍ଯ୍ୟପଲ୍ଲୀ ଗାଁର ୨୧, ମାର୍କଣ୍ଡି ଗାଁର […]

  • Monday, 26 July 2021
1600
୧୬୦୦କି.ମି ଚାଲିଚାଲି ଆସିଲେ, ଘରେ ପହଞ୍ଚିବା ପୂର୍ବରୁ ଆଖି ବୁଜିଲେ

ଲକ୍ଷ୍ନୌ: ଲକ୍‌ଡାଉନ୍‌ ସମୟରେ ଜଣେ ଯୁବକ ମୁମ୍ୱାଇରୁ ୧୬୦୦ କିଲୋମିଟର ଦୂରରୁ ଚାଲି ଚାଲି ୟୁପିର ଶ୍ରାବସ୍ତି ଜିଲ୍ଲାରେ ପହଞ୍ଚିଥିଲେ। ସେଠାରୁ ସେ ତାଙ୍କ ଗାଁକୁ ମଧ୍ୟ ଯାଇଥିଲେ, କିନ୍ତୁ ପ୍ରଶାସନ କରୋନା ଭୟରେ ତାଙ୍କୁ ଗ୍ରାମର ଏକ ସ୍କୁଲ ଘରେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖିଥିଲା। କିନ୍ତୁ କ୍ୱାରେଣ୍ଟାଇନରେ ରହିବାର ୬ଘଣ୍ଟାପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଯୁବକ ହେଉଛନ୍ତି ଶ୍ରାବସ୍ତର ଜିଲ୍ଲାର ମାହ୍ଲିପୁର ଅଞ୍ଚଳର ମଠଖାନୱା ଗାଁର। ଖବର ଅନୁଯାୟୀ, ସୋମବାର ଦିନ […]

  • Monday, 26 July 2021
police death
କରୋନା ନେଲା ପୁଣି ଜଣେ ପୋଲିସ କର୍ମଚାରୀଙ୍କ ମୁଣ୍ଡ

ମୁମ୍ୱାଇ: ଦେଶରେ କରୋନା ଭାଇରସ ଯୋଗୁ ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୮ହଜାରରୁ ଅଧିକ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୮୫୦ରୁ ଅଧିକ ହୋଇଛି। ଏହି ସମୟରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ଗତ ତିନି ଦିନରେ ୩ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ମୁମ୍ୱାଇ ପୋଲିସ ଟ୍ୱିଟ୍‌ କରି ସୂଚନା ଦେଇଛି। ମୁମ୍ୱାଇ ପୋଲିସ ଅଫିସିଆଲ୍‌ ଟ୍ୱିଟ୍‌ରେ ଟ୍ୱିଟ୍‌କରି କହିଛନ୍ତି ଯେ, […]

  • Monday, 26 July 2021
suprimi court
ସୁପ୍ରିମକୋର୍ଟରେ ପଶିଲା କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ସଙ୍କଟ ଜାରି ରହିଥିବାବେଳେ ସୁପ୍ରିମକୋର୍ଟର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। କରୋନାରେ ସଂକ୍ରମିତ ହୋଇଥିବା କର୍ମଚାରୀ ୧୬ ଏପ୍ରିଲରେ କୋର୍ଟକୁ ଆସିଥିଲେ। ସେଠାରେ କାର୍ଯ୍ୟରତ ଦୁଇ ରେଜିଷ୍ଟ୍ରାରଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ସହଯୋଗୀଙ୍କୁ ଚିହ୍ନଟ କରିବା ପାଇଁ ଖୋଜା ଚାଲିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତରେ କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ୨୮୩୮୦ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା […]

  • Monday, 26 July 2021
akhya kumar
ପୋଲିସ ଯୋଦ୍ଧାଙ୍କ ପାଇଁ ଖିଲାଡି ଦେଲେ ପୁଣି ୨କୋଟି

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ଦିନକୁ ଦିନ ନିଜର କାୟାକୁ ବିସ୍ତାର କରିବାରେ ଲାଗିଛି। ଏହି ମହାମାରୀକୁ ନେଇ ସମଗ୍ର ବିଶ୍ୱ ଚିନ୍ତା ପ୍ରକଟ କରୁଛି। ପ୍ରତ୍ୟେକଦିନ ନୂଆ କରୋନା ରୋଗୀ ଚିହ୍ନଟ ହେଉଥିବାର ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ସେଲିବ୍ରେଟିମାନେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କ୍ରମାଗତ ଭାବରେ ଆଗେଇ ଆସୁଛନ୍ତି। ପୁଣିଥରେ ବଲିଉଡର ଖିଲାଡ଼ୀ ଅକ୍ଷୟ କୁମାର ଲୋକଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ପୂର୍ବରୁ କୋଭିଡ଼-୧୯ ସହିତ ଲଢ଼େଇ ପାଇଁ ପିଏମ୍‌ କେୟାର […]

  • Monday, 26 July 2021
docter
୨୨ ମେଡିକାଲର ୨୧୧ କର୍ମଚାରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦିଲ୍ଲୀ ଡାକ୍ତରଖାନାଗୁଡ଼ିକର କର୍ମଚାରୀମାନେ କରୋନା ଭାଇରସରେ ଆକ୍ରାନ୍ତ ହେଉଥିବାର ଦେଖିବାକୁ ମିଳୁଛି। ପରିସ୍ଥିତି ଏଭଳି ହୋଇଛି ଯେ, ଏପର୍ଯ୍ୟନ୍ତ ୨୨ଟି ଡାକ୍ତରଖାନାରୁ ୨୧୧ ଜଣ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନେ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି । ଚିନ୍ତାର ବିଷୟ ହେଉଛି ଯେ ଏହି ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ମଧ୍ୟରୁ ଅଧିକାଂଶ ସ୍ୱାସ୍ଥ୍ୟକର୍ମୀ । ଖବର ଅନୁଯାୟୀ,  ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ମଧ୍ୟରୁ ୯୫ ପ୍ରତିଶତ […]

  • Monday, 26 July 2021
milk3333
କ୍ଷୀର କେନ୍‌ ଖୋଲିବା ପରେ ପୋଲିସର ହୋସ୍‌ ଉଡ଼ିଗଲା

ହରିୟାଣା: ସମଗ୍ର ବିଶ୍ୱରେ କରୋନା ବିପର୍ଯ୍ୟୟ। ଏହି ଭାଇରସଠୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଭାରତ ଭଳି ସମସ୍ତ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲୋକମାନେ ନିଜର ଘରେ ବନ୍ଦୀ ଜୀବନ ବିତାଉଛନ୍ତି। ଏନେଇ ଭାରତରେ ମଦ ଦୋକାନଗୁଡିକ ମଧ୍ୟ ବନ୍ଦ ରହିଛି, କିନ୍ତୁ ମଦକୁ ନେଇ ଅଜବ ଘଟଣାସବୁ କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ମଦ କାରବାରର ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ହରିୟାଣାର ହିସାରରେ ଥିବା ମଦ […]

  • Monday, 26 July 2021
ips
ଡାକ୍ତରଖାନାରୁ ଖସି ପଳଉଥିବା ଅଭିଯୁକ୍ତକୁ ଧରି କରୋନା ଆକ୍ରାନ୍ତ ହେଲେ ଆଇପିଏସ୍‌

ଭୋପାଳ: ମଧ୍ୟପ୍ରଦେଶର ନରସିଂହପୁରରେ ୨୦୧୭ ବ୍ୟାଚ୍‌ର ଜଣେ ଯୁବ ଆଇପିଏସ୍ ଅଧିକାରୀ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ଅଧିକାରୀ ଏପ୍ରିଲ ୨୦ ରେ ନରସିଂହପୁର ଜିଲ୍ଲା ନିକଟସ୍ଥ ଜବଲପୁର ଯାଇ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଯାବେଦ ଖାନ୍‌କୁ ଗିରଫ କରିବା ପାଇଁ ଯାଇଥିଲେ। ଜାଭେଦ୍ ପୋଲିସ କର୍ମଚାରୀଙ୍କୁ ଚଖ୍‌ମା ଦେଖାଇ ଡାକ୍ତରଖାନାରୁ ପଳାଇ ଯାଇଥିଲେ। मध्यप्रदेश में युवा आईपीएस #कोरोना संक्रमित पाये गये, ये उस टीम में शामिल […]

  • Monday, 26 July 2021
bhdk
ଏସ୍‌ପିଙ୍କ କଥାକୁ ମାନିଲେନି: ଶଟ୍‌ଡାଉନ ସରୁ ସରୁ ମାର୍କେଟ୍‌ରେ ପ୍ରବଳ ଭିଡ଼

ଭଦ୍ରକ: ସାମାଜିକ ଦୂରତା ରକ୍ଷା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ, ଭଦ୍ରକ ଏସ୍‌ପିଙ୍କ ନିବେଦନକୁ ସାମାନ୍ୟ ଗ୍ରହଣ କଲେନି ଭଦ୍ରକବାସୀ। ଶଟ୍‌ଡାଉନ ଅବଧି ସରୁ ସରୁ ଭଦ୍ରକ ସହରବାସୀ ଘରୁ ବାହାରି ମାର୍କେଟରେ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି। କଚେରୀ ବଜାର, ନୂଆ ବଜାର, ବାଇପାସ୍ ଓ ଚରମ୍ପାରେ ଲୋକଙ୍କ ଭିଡ଼ ଲାଗିଥିଲା। ତେବେ ଜିଲ୍ଲା ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ଭିଡ଼ ଲାଗିଥିବା ପରିବା ବଜାରରେ ପହଞ୍ଚି ସାମାଜିକ ଦୂରତା ରଖିବାର ବ୍ୟବସ୍ଥା କରିଛନ୍ତି। […]

  • Monday, 26 July 2021
padmanava
ସମୁଦ୍ର ପଥ ଦେଇ ଡଙ୍ଗାରେ ଚେନ୍ନାଇରୁ ଗଞ୍ଜାମକୁ ଶ୍ରମିକ ଆସିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ସମୁଦ୍ର ପଥ ଦେଇ ଡଙ୍ଗାରେ ଚେନ୍ନାଇରୁ ଗଞ୍ଜାମକୁ ଶ୍ରମିକ ଆସିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏହି ଘଟଣାରେ ସମ୍ପୃକ୍ତ ଡଙ୍ଗା ଜବତ ହୋଇଛି। ଏଭଳି ପରିସ୍ଥିତି ଆଗରୁ ଉପୁଜି ନଥିଲା। ଜଙ୍ଗଲ ଓ ପାହାଡ଼ ଦେଇ ମଧ୍ୟ ଲୋକ ଆସୁଛନ୍ତି। ଏପରି ବିପଦଜନକ ଭାବେ କେହି ଆସିବା କଥା ନୁହେଁ, ପୁଣି ଯଦି କେହି ଆସନ୍ତି, ତାହାଲେ ଆଗକୁ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ଏପଟେ […]

  • Monday, 26 July 2021
pkd
ଗୁଜରାଟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ବସ୍ ଯୋଗେ ଫେରାଇ ଅଣାଯିବ: ସିଏମ୍‌ଓ

ଭୁବନେଶ୍ୱର: ଗୁଜରାଟରୁ ବସ୍‌ରେ ଫେରିବେ ପ୍ରବାସୀ ଓଡ଼ିଆ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।  ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ବସ୍ ଯୋଗେ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯିବ। ବସ୍‌ରେ ରୋଡ୍ ଟ୍ୟାକ୍ସ ଛାଡ଼ କରିବାକୁ ୩ ରାଜ୍ୟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସରକାରଙ୍କୁ ଅନୁରୋଧ କରାଯିବ। ଉଭୟ ଗୁଜରାଟ ଓ ଓଡ଼ିଶାରୁ ୪ ବରିଷ୍ଠ ଅଫିସରଙ୍କୁ ନେଇ ସମନ୍ୱୟ କମିଟି […]

  • Monday, 26 July 2021
pm-modi
ମନ୍‌ କି ବାତ୍‌ରେ ମୋଦି: ଆଜି ଦେଶବାସୀଙ୍କ କାର୍ଯ୍ୟ ଦିନେ ଭବିଷ୍ୟତରେ ଚର୍ଚ୍ଚା ହେବ

ନୂଆଦିଲ୍ଲୀ: ଆଡି ମନ୍‌ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ଯୁଦ୍ଧରେ ଲଢୁଥିବା ଦେଶର ପ୍ରତ୍ୟେକ ନାଗରିକଙ୍କୁ ଜଣେ ଜଣେ ଯୋଦ୍ଧା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଦେଶର ପ୍ରତ୍ୟେକ ନାଗରିକ କରୋନା ବିରୋଧରେ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି। ଲୋକମାନଙ୍କର ଏହି କାର୍ଯ୍ୟ ଦିନେ ଭବିଷ୍ୟତରେ ଚର୍ଚ୍ଚା ହେବ କହିଛନ୍ତି ମୋଦି। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ମନ୍‌ କି ବାତ୍‌ର କାର୍ଯ୍ୟକ୍ରମ ତୁଳନାରେ ଏଥର କାର୍ଯ୍ୟକ୍ରମରେ […]

  • Monday, 26 July 2021
bhdrak
ଉଠିଲା ସଟ୍‌ଡାଉନ୍‌ କଟକଣା: ଏବେ ଏହିସବୁ ଦୋକାନ ଖୋଲିବ

ଭୁବନେଶ୍ୱର: ରାଜ୍ୟର ୩ ଜିଲ୍ଲା ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ୬୦ ଘଣ୍ଟିଆ ଲକ୍‌ଡାଉନ ଅବଧି ଶେଷ ହୋଇଛି। ଏପ୍ରିଲ ୨୩ ତାରିଖରୁ ଲାଗୁ ହୋଇଥିବା ୬୦ ଘଣ୍ଟିଆ ସଟ୍ ଡାଉନ ଅବଧି ଆଜି ସକାଳ ୧୦ଟାରେ ଶେଷ ହୋଇଛି। ସଟ୍‌ଡାଉନ ଅବଧି ସରିଥିଲେ ବି ଲକଡାଉନ କଟକଣା ପୂର୍ବ ଭଳି ଜାରି ରହିବ। ସଟଡାଉନ ସରିଥିବାରୁ ବଜାରକୁ ଯାଇ ଭିଡ଼ ନ କରିବା ଲାଗି ଜିଲ୍ଲାବାସୀଙ୍କୁ ନିବେଦନ କରିଛି ଭଦ୍ରକ ପୋଲିସ। ଏନେଇ ଜିଲ୍ଲା ପୋଲିସ […]

  • Monday, 26 July 2021
ud
ମହାରାଷ୍ଟ୍ରରେ ପ୍ରଥମ କରି ପୁଲିସ୍‌ର‌ ଜୀବନ ନେଲା କରୋନା: ୯୬ ଅକ୍ରାନ୍ତ

ମୁମ୍ୱାଇ: ମହାରାଷ୍ଟ୍ରରେ କରୋନା ଭାଇରସ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏପର୍ଯ୍ୟନ୍ତ ରାଜ୍ୟରେ ୭୬୨୮ଜଣ କରୋନା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେହିଭଳି ୪୮ ଘଣ୍ଟାରେ ୨୩ ଜଣ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ୫୭ ବର୍ଷୀୟ ପୋଲିସ ହାବିଲଦାର। ସେ ଶନିବାର ଦିନ ମୁମ୍ୱାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମହାରାଷ୍ଟ୍ରରେ କରୋନା ଭାଇରସ ଯୋଗୁ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହେବା […]

  • Monday, 26 July 2021
map
କେଉଁ ଜିଲ୍ଲାରେ କେତେ ଅଛନ୍ତି କରୋନା ଆକ୍ରାନ୍ତ ତଥ୍ୟ ତେଲେ ସରକାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରୁ ନୂଆ ୩ କରୋନା ପଜିଟିଭ୍ ଚିହ୍ନଟ ହେବା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି। ସୁନ୍ଦରଗଡ଼ର ୩ ନୂଆ ଆକ୍ରାନ୍ତ ରାଉରକେଲାର ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଦେଇଛି। ଏମାନଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ୨ ଜଣ ପୁରୁଷ ମହିଳାଙ୍କ ବୟସ ୫୭ ବର୍ଷ ହୋଇଥିବାବେଳେ ପୁରୁଷଙ୍କ ମଧ୍ୟରୁ ଜଣେ ବୟସ ୨୩ ବର୍ଷ ର ଯୁବକ ଓ ଅନ୍ୟ ଜଣଙ୍କ ବୟ ୬୦ ବର୍ଷ। ଚିହ୍ନଟ […]

  • Monday, 26 July 2021
e
ପିଲାଙ୍କ ପାଇଁ ପ୍ରଧାନଶିକ୍ଷକ ‌ସାଜିଲେ ରିକ୍ସାବାଲା; ଟ୍ରଲିରେ ବହି ବୋହି ପିଲାଙ୍କୁ ବାଣ୍ଟୁଛନ୍ତି

ବ୍ରହ୍ମପୁର (ଜଗନ୍ନାଥ ସାହୁ): ସାର୍‌ ହେବ ତ ଏମିତି। ପିଲାମାନଙ୍କୁ ପଢ଼ା ବହି ଯୋଗାଇବା ପାଇଁ ପ୍ରଧାନଶିକ୍ଷକ ସାଜିଲେ ରିକ୍ସାବାଲା।  ରିକ୍ସାରେ ପିଲାଙ୍କ ବହି ନେଇ ପିଲାଙ୍କ ଘରେ ବହି ଯୋଗାଉଛନ୍ତି ପ୍ରଧାନଶିକ୍ଷକ। ତାଙ୍କ ପଛରେ ଚାଲୁଛନ୍ତି ସ୍କୁଲ୍‌ର ଶିକ୍ଷୟତ୍ରୀ। ଲକ୍‌ଡାଉନ୍‌ ଯୋଗୁ ରାଜ୍ୟ ସରକାର ଓ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ସାନଖେମୁଣ୍ଡି ବ୍ଲକ୍‌ ପୁଡ଼ାମାରୀ ଗାଁରେ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଘର ଘର ବୁଲି ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଉଛନ୍ତି। Head master of […]

  • Monday, 26 July 2021
dd
କରୋନା ଯୋଦ୍ଧା: ୮ ମାସର ଗର୍ଭବତୀ ଥାଇ ବି କୋଭିଡ୍-୧୯ ମୁକାବିଲାରେ ଆଗୁଆ ଆଶା ଦିଦି

ଯାଜପୁର: କରୋନା ଯୁଦ୍ଧରେ ଆଶା ଦିଦି।  ୮ ମାସର ଗର୍ଭବତୀ ଥାଇ ବି ସେ ନିଜ କର୍ତ୍ତବ୍ୟ କରିଚାଲିଛନ୍ତି। କରୋନା ମହାମାରୀରୁ ଦୂରେଇ ରହିବା ପାଇଁ ଗାଁ ଗାଁ ବୁଲି ଲୋକଙ୍କୁ କରୁଛନ୍ତି ସଚେତନ। କରୋନା ଯୁଦ୍ଧରେ ଏପରି ଜଣେ ଯୋଦ୍ଧା ହେଲେ ଯାଜପୁର ବିଞ୍ଝାରପୁର ଫତେପୁର ପଞ୍ଚାୟତ ମଲିଆ ଗାଁର ଆଶା କର୍ମୀ ମମତା ସାହୁ। ୮ ମାସର ଗର୍ଭବତୀ ଥାଇ ବି ସେ କରୋନା ସଂପର୍କରେ ଲୋକଙ୍କୁ ସଚେତନା କରୁଛନ୍ତି। ମମତାଙ୍କର ଏକ ଛୋଟ […]

  • Monday, 26 July 2021
ratah
 ଆଜି ପବିତ୍ର ଅକ୍ଷୟ ତୃତୀୟା; ଅନୁକୂଳ ହେବ ରଥକାଠ

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା ଶ୍ରୀମନ୍ଦିର ପରିସରରେ ଆଜି ରଥକାଠ ଅନୁକୂଳ ହେବ। କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍ ଥିବାରୁ ସମସ୍ତ ନୀତିକାନ୍ତି ଶ୍ରୀମନ୍ଦିର ଭିତରେ ହିଁ ଅନୁଷ୍ଠିତ ହେବ। ଚାହାଣି ମଣ୍ଡପ ଓ ସ୍ନାନ ମଣ୍ଡପର ମଧ୍ୟବର୍ତ୍ତୀ ସ୍ଥାନରେ ବନଯାଗ ବିଦ୍ଧିରେ ରଥ ଅନୁକୂଳ କାମ ହେବ। ୧୧ ଜଣ ଶୋତ୍ରୀୟ ବ୍ରାହ୍ମଣ ଓ ୨ କ୍ଷତ୍ରୀୟ ପୁରୋହିତ ଏହି କାମ ସମାପନ କରୁଥିବାବେଳେ ଏଥର ଏହି ସଂଖ୍ୟା ୭କୁ ସୀମିତ କରାଯାଇଛି। ୩ […]

  • Monday, 26 July 2021
ci
ବିଶ୍ୱରେ କେତେ ଜୀବନ ନେଲାଣି କରୋନା ?

ନୂଆଦିଲ୍ଲୀ: ବିଶ୍ୱରେ କରୋନା ନେଲାଣି ୨ ଲକ୍ଷରୁ ଅଧିକ ଜୀବନ। ସାରା ପୃଥିବୀରେ ୨୧୦ ଦେଶରେ କାୟା ବିସ୍ତାର କରିଥିବା କରୋନା ଭାଇରସ ଦ୍ୱାରା ଏବେ ଯାଏଁ ୨ ଲକ୍ଷ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷକୁ ପାର କରିଛି। ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ସୁପରପାୱାର ଆମେରିକାରେ ପ୍ରତିଦିନ ହଜାର ହଜାର ଲୋକଙ୍କ ପ୍ରାଣ ନେଉଛି କରୋନା। ଗତ ୨୪ ଘଣ୍ଟାରେ ଆମେରିକାରେ ୨ହଜାରରୁ ଅଧିକ ଲୋକଙ୍କ […]

  • Monday, 26 July 2021
corona
କରୋନା ଅପ୍‌ଡେଟ୍: ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୭୭୯

ନୂଆଦିଲ୍ଲୀ: ଦେଶରେ ୨୫ ହଜାର ମୁହାଁ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ଭିତରେ ୧୪୨୯ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ୫୭ ଜଣଙ୍କ ଜୀବନ ଯିବା ସହ ୭୭୯ ଛୁଇଁଛି ମୋଟ୍ ମୃତ୍ୟୁ ସଂଖ୍ୟା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଏବେ ୧୮ ହଜାର ୯୫୩ ଆକ୍ଟିଭ କେସ୍‌ ରହିଛି। ୫ ହଜାର ୨୧୦ ଜଣ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୨୦ ଦଶମିକ ୬୬ ପ୍ରତିଶତ […]

  • Monday, 26 July 2021
shout down
ଆଜି ଏହି ୩ ଜିଲ୍ଲାରୁ ଉଠିବ ସଟ୍‌ଡାଉନ୍ କଟକଣା‌: ଖୋଲା ରହିବ ଏହିସବୁ ଦୋକାନ

ଭୁବନେଶ୍ୱର: ରାଜ୍ୟର ୩ ଜିଲ୍ଲା ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ୬୦ ଘଣ୍ଟିଆ ସଟ୍‌ଡାଉନ୍‌ର ଆଜି ସରୁଛି ଅବଧି। ଆଜି ସକାଳ ୧୦ଟା ବେଳେ ଏହି ତିନି ଜିଲ୍ଲାରେ ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ଉଠିବ। ତେବେ ସଟ୍‌ଡାଉନ୍ ଉଠିବା ପରେ ବି ଲାଗୁ ରହିବ ଲକ୍‌ଡାଉନ୍ ନିୟମ। ଏହାସହ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ପରେ କିଛି ଦୋକାନ ଖୋଲା ରହିବ। ଯାଜପୁର ଜିଲ୍ଲାରେ ସକାଳ ୬ଟାରୁ ରାତି ୧୦ଟା ଯାଏ ଏବଂ ଅପରାହ୍ନ […]

  • Monday, 26 July 2021
corona
ରାଜ୍ୟରେ ପୁଣି ବଢ଼ିଲା କରୋନା: ଆକ୍ରାନ୍ତଙ୍କ ସଂଖ୍ୟା ୧୦୩  

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସକାଳେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ଏହି ୩ ଆକ୍ରାନ୍ତ ହେଲେ ସୁନ୍ଦରଗଡ଼ ଜିଲ୍ଲାର। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛିଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତ ମଧ୍ୟ ୩। ୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ୨ ଜଣ ପୁରୁଷ ଅଛନ୍ତି। ସମସ୍ତେ ରାଉରକେଲାର ବୋଲି ସୂଚନା […]

  • Monday, 26 July 2021
Jagannath_Temple
ଲକ୍‌ଡାଉନ୍‌ ପାଇଁ ଏଥର ନୂଆ ଶୈଳୀରେ ହବ ଶ୍ରୀଜୀଉଙ୍କ ନୀତିକାନ୍ତି

ପୁରୀ: ଚନ୍ଦନଯାତ୍ରାଠାରୁ ଭଉଁରୀ ଯାତ୍ରା, ଅକ୍ଷୟ ତୃତୀୟା ନୀତି ଏବଂ ରଥକାର୍ଯ୍ୟ ଅନୁକୁଳ- ଶ୍ରୀମନ୍ଦିର ଭିତରେ ହେବ ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତି। ଚନ୍ଦନ ଯାତ୍ରା ପାଇଁ ୨ଟି ଅସ୍ଥାୟୀ କୁଣ୍ଡରେ ନୀତିକାନ୍ତି ପାଳନ ହେବ। କୁଣ୍ଡରେ ଛୋଟ ପ୍ରତୀକାତ୍ମକ ନୌକା ରଖାଯାଇ ୨୧ ଦିନ ବ୍ୟାପୀ ହେବ ଚନ୍ଦନ ଯାତ୍ରା। ଏଥି ପାଇଁ ମହାଲକ୍ଷ୍ମୀଙ୍କ ରୋଷଶାଳାରେ ମାଣ୍ଡୁଅ ଭୋଗ ପ୍ରସ୍ତୁତ ହେବ। ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିର ପରିସରରେ ରଥକାଠ ଅନୁକୂଳ ହେବ। ଚାହାଣି ମଣ୍ଡପ ଓ ସ୍ନାନ […]

  • Monday, 26 July 2021