ଭୁବନେଶ୍ୱର: କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସହ ଆଜି ବିଭିନ୍ନ ରାଜ୍ୟର ଶିକ୍ଷାମନ୍ତ୍ରୀମାନେ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିଥିଲେ। ଏହି ଆଲୋଚନାଏ ଯୋଗ ଦେଇଥିଲେ ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏବଂ ବିଭାଗୀୟ ସଚିବ ଚିତ୍ରା ଆରୁମଗମ। ଏଥିରେ ସାମିଲ ହୋଇଥିଲେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ୫ଟି ପ୍ରସଙ୍ଗରେ ଆଲୋଚନା ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ୩ ମାସର ମିଡ୍ ଡେ ମିଲ୍ ପିଲାଙ୍କୁ ଦେଇସାରିଥିବା ଜଣାଇଛନ୍ତି। […]
ଭୁବନେଶ୍ୱର: କୋଭିଡ୍ ଲଢ଼େଇରେ ଏବେ ପ୍ରବାସୀ ଫେରନ୍ତାଙ୍କୁ ନେଇ ଚିନ୍ତା। ରାଜ୍ୟକୁ ପ୍ରକୃତରେ କେତେ ଲୋକ ଆସିବେ ସେ ନେଇ କାହା ପାଖରେ ନିର୍ଦ୍ଦିଷ୍ଟ ଉତ୍ତର ନ ଥିଲା ବେଳେ ଏବେ ସୁଦ୍ଧା ଅଢ଼େଇ ଲକ୍ଷ ପ୍ରବାସୀଙ୍କ ରହିବା ପାଇଁ ବି ଭିତ୍ତିଭୂମି ନାହିଁ। ଏଭଳି ସ୍ଥିତିରେ ଭିତ୍ତିଭୂମି ସଜାଡ଼ିବା ପରେ ପ୍ରବାସୀଙ୍କୁ ଆଣିବାକୁ ବିରୋଧୀ ପରାମର୍ଶ ଦେଇଛନ୍ତି। ତେବେ ପରିବହନ ମନ୍ତ୍ରୀ କହିଛନ୍ତି ସମସ୍ୟା ଉପୁଜିଲେ ସମାଧାନ ହେବ। ସେପଟେ କାର୍ଡ ନଥିଲେ ବି ଓଡ଼ିଶା […]
ପୁରୀ: ଲକ୍ ଡାଉନରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ମନା। କେବଳ ସେବାୟତମାନେ ପ୍ରବେଶ କରିପାରିବେ। କିନ୍ତୁ ଅକ୍ଷୟତୃତୀୟା ଦିନ ଶ୍ରୀ ଜଗନ୍ନାଥ ମନ୍ଦିରକୁ କିଭଳି ଗଲେ ଭୁବନେଶ୍ୱର ଏୟାର୍ପୋର୍ଟ ଛାତ ଭୁଶୁଡ଼ିବା ଘଟଣାରେ ଗିରଫ ହୋଇ ଫେରିଥିବା ବିବାଦୀୟ କଣ୍ଟ୍ରାକ୍ଟର ଦିଲ୍ଲୀପ ଖଟେଇ । କେବଳ ସେ ଏକା ନୁହେଁ, ତାଙ୍କ ସାଙ୍ଗରେ ଅନ୍ୟ ଜଣେ ବି ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଛନ୍ତି। ତାହା ପୁଣି ବିନା ଥର୍ମାଲ୍ ସ୍କାନିଂରେ। ତେଣୁ ସଂକ୍ରମଣକୁ ନେଇ […]
ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟା ମଧ୍ୟରେ ୬୨କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହା ପୂର୍ବରୁ କେବେ ହୋଇନଥିଲା। ୨୪ ଘଣ୍ଟା ସମୟସୀମା ଭିତରେ ଏହା ସର୍ବାଧିକ ମୃତ୍ୟୁ ହାର। ଏଥିସହିତ ଗତ ୨୪ ଘଣ୍ଟା ମଧ୍ୟରେ ୧୫୪୩ ଜଣ ନୂଆ ପଜିଟିଭ ଚିହ୍ନଟ ସହ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୯ ହଜାର ୪୩୫ରେ ପହଞ୍ଚିଛି। ଗତକାଲି ଗୋଟିଏ ଦିନରେ ୬୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସମୁଦୟ ୬ ହଜାର ୮୬୮ଜଣ ସୁସ୍ଥ ହେବା ସହ ଆରୋଗ୍ୟ […]
ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ରୂପ ବଦଳାଉଥିବା କୋରନା ଭାଇରସ୍ ଏବେ ତାର ଲକ୍ଷଣ ବଦଳାଇଲାଣି। କରୋନା ରୋଗୀଙ୍କଠାରେ ଏବେ ନୂଆ ନୂଆ ସବୁ ଲକ୍ଷଣ ଦେଖାଦେଲାଣି। ପୂର୍ବରୁ ଜ୍ୱର, କାଶ, ଥଣ୍ଡା ଭଳି ଲକ୍ଷଣ ଦେଖା ଦେଉଥିଲେ କରୋନା ସନ୍ଧିଗ୍ଧ ବୋଲି କୁହାଯାଉଥିଲା। ଏବେ କିନ୍ତୁ କିଛି ନୂଆ ଲକ୍ଷଣ ସାମ୍ନାକୁ ଆସିଛି। ଏହି ନୂଆ ଲକ୍ଷଣର ସୂଚନା ଦେଇଛି ଆମେରିକା ଗବେଷଣା ସଂସ୍ଥା ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍(ରୋଗ ନିୟନ୍ତ୍ରଣ ଏବଂ […]
ରାୟଗଡ଼ା: ରାଜସ୍ଥାନର କୋଟାରେ ମେଡିକାଲ କୋଚିଂ ନେଉଥିବା ରାୟଗଡ଼ା ଅଞ୍ଚଳର କେତେକ ଛାତ୍ର ଲକଡାଉନ ପାଇଁ ଫସି ରହିଛନ୍ତି। ସେମାନଙ୍କୁ କୋଟାରୁ ଉଦ୍ଧାର କରି ଆଣିବା ଲାଗି ପରିବାର ଲୋକେ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି। ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀମାନେ ସେମାନଙ୍କ ରାଜ୍ୟ ସରକାରଙ୍କ ଉଦ୍ୟମରେ ନିଜ ଅଞ୍ଚଳକୁ ଫେରିଥିବାବେଳେ କେବଳ ଓଡ଼ିଆ ଚାତ୍ରଛାତ୍ରୀ ଅଟକି ରହିଛନ୍ତି। ଏଣୁ ସେମାନଙ୍କୁ ଉଦ୍ଧାର କରି ଆଣିବା ଲାଗି ପ୍ରଶାସନକୁ ନିବେଦନ କରିଛନ୍ତି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଯୋଗାଯୋଗ […]
ପାରଳାଖେମୁଣ୍ଡି: କରୋନାର କାୟା ବୃଦ୍ଧି ପାଉଥିବାବେଳେ ଅନ୍ୟ ରାଜ୍ୟ ଲୋକଙ୍କୁ ନିଜ ରାଜ୍ୟରେ ପୂରାଇ ନଦେବାକୁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି ଲୋକେ। କେତେବେଳେ ରାସ୍ତାରେ ରାତାରାତି କାନ୍ଥ ନିର୍ମାଣ ତ ଆଉ କେତେବେଳେ ଜାତୀୟ ରାଜପଥକୁ ଅବରୋଧ କରି ଲୋକଙ୍କୁ ଅଟକାଉଛନ୍ତି। ଆମ ରାଜ୍ୟକୁ ନେଇ ମଧ୍ୟ ଏଭଳି ଏକ ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଆନ୍ଧ୍ରପ୍ରଦେଶ-ଓଡ଼ିଶାର ସୀମାରେ ରାସ୍ତାକୁ ଲୋକେ ଖୋଳି ପକାଇଥିବା ଖବର ଚର୍ଚ୍ଚା ହେଉଛି। ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ ଏକ […]
ନୂଆଦିଲ୍ଲୀ: ନିତି ଆୟୋଗ କାର୍ଯ୍ୟାଳୟ ସିଲ୍ କରାଯାଇଛି। ନିତି ଆୟୋଗର ଜଣେ ଅଧିକାରୀଙ୍କଠାରେ କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ କାର୍ଯ୍ୟାଳୟକୁ ସିଲ୍ କରାଯାଇଥିବା ସୂଚନା ମିଳିଛି। ଅଧିକାରୀଙ୍କଠାରେ କରୋନା ପଜିଟିଭ୍ ଆସିଥିବା ସଂପର୍କରେ ଆଜି ସକାଳ ୯ଟାରେ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ଏହାପରେ କରୋନା ପ୍ରୋଟୋକଲ ଅନୁସାରେ କାର୍ଯ୍ୟାଳୟକୁ ୨ ଦିନ ପାଇଁ ଏହାକୁ ସିଲ୍ କରାଯାଇଛି। ଏହାସହ କାର୍ଯ୍ୟାଳୟ ପରିସରରେ ବିଶୋଧନ ଆରମ୍ଭ ହୋଇଛି। ସଂପୃକ୍ତ ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ କ୍ୱାରେଣ୍ଟିନରେ […]
ଭୁବନେଶ୍ୱର: ଲକ୍ଡାଉନ କଟକଣା ଯାଞ୍ଚ ବେଳେ ସୁରତରେ ପୋଲିସ ଉପରକୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ସୁରତର ଭିନ୍ନ ଭିନ୍ନ ଦୁଇଟି ଅଞ୍ଚଳରେ କିଛି ପ୍ରବାସୀ ଶ୍ରମିକ ପୋଲିସଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଏଥିରେ କିଛି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆଜି ସକାଳୁ ପୋଲିସ ପାଟ୍ରୋଲିଂ ବେଳେ ପିସିଆର ଭ୍ୟାନ ଉପରକୁ ଏହି ଆକ୍ରମଣ ହୋଇଛି। ପ୍ରଥମ ଘଟଣାଟି ସୁରତର ଦିନ୍ଦୋଲି ଏବଂ ଅନ୍ୟଟି ନୌଗାମ ଅଞ୍ଚଳର ବୋଲି ଜଣାପଡ଼ିଛି। ସକାଳୁ ସକାଳୁ ବହୁ ସଂଖ୍ୟାରେ […]
ନୟାଗଡ଼: ଭୁବନେଶ୍ୱର ଫେରନ୍ତାଙ୍କୁ ନେଇ ନୟାଗଡ଼ ଜିଲ୍ଲା କେନ୍ଦୁଢିପିରେ ତୁମୁଳକାଣ୍ଡ। ସରପଞ୍ଚଙ୍କ ସ୍ୱାମୀଙ୍କ ମାଡ଼ରେ ନାଏବ ସରପଞ୍ଚ ଓ ଓ୍ୱାର୍ଡ ମେମ୍ବରଙ୍କ ସ୍ୱାମୀ ଆହତ ହୋଇଛନ୍ତି। ଗତକାଲି ସକାଳେ ଭୁବନେଶ୍ୱରରେ ରହୁଥିବା କେନ୍ଦୁଢିପିର ମଧୁସୂଦନ ସାହୁ ନିଜ ଗାଁକୁ ଫେରିଥିଲେ। ନାଏବ ସରପଞ୍ଚ ଓ ଓ୍ୱାର୍ଡ ମେମ୍ବରଙ୍କ ସ୍ୱାମୀ ମଧୁସୂଦନଙ୍କୁ ନେଇ ହୋମ୍ କ୍ୱାରେଣ୍ଟାଇନ୍ରେ ରଖିଥିଲେ। ଏହାକୁ ନେଇ ସରପଞ୍ଚଙ୍କ ସ୍ୱାମୀ ଆରତ ବେହେରା ଓ ନାଏବ ସରପଞ୍ଚ ଅରୁପ ସାହୁ, ଓ୍ୱାର୍ଡ ମେମ୍ବରଙ୍କ ସ୍ୱାମୀ ଶଶଧର […]
ବ୍ରହ୍ମପୁର: ବାହାର ରାଜ୍ୟରୁ ସମୁଦ୍ର ପଥରେ ଶ୍ରମିକଙ୍କ ଫେରିବା ଜାରି ରହିଛି। ଗତକାଲି ରାତିରେ ପୁଣି ୩୩ ଜଣ ଶ୍ରମିକ ଏକ ଡଙ୍ଗା ସାହାଯ୍ୟ ରେଚେନ୍ନାଇରୁ ଓଡ଼ିଶାକୁ ଫେରିଛନ୍ତି। ଗଂଜାମ ଜିଲ୍ଲା ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀ ସମୁଦ୍ରବେଳାରେ ଆସି ପହଞ୍ଚିଛନ୍ତି ସମସ୍ତ ଶ୍ରମିକ। ୨ ଲକ୍ଷ ୧୦ ହଜାର ଟଙ୍କାରେ ଏକ ଡଙ୍ଗା କିଣି ଗତ ୨୪ ତାରିଖରେ ଚେନ୍ନାଇରୁ ବାହାରିଥିଲେ। ଡଙ୍ଗାରେ ଆସିଥିବା ୩୩ଜଣଙ୍କ ମଧ୍ୟରୁ ଗଂଜାମ ସାନ ଆର୍ଯ୍ୟପଲ୍ଲୀ ଗାଁର ୨୧, ମାର୍କଣ୍ଡି ଗାଁର […]
ଲକ୍ଷ୍ନୌ: ଲକ୍ଡାଉନ୍ ସମୟରେ ଜଣେ ଯୁବକ ମୁମ୍ୱାଇରୁ ୧୬୦୦ କିଲୋମିଟର ଦୂରରୁ ଚାଲି ଚାଲି ୟୁପିର ଶ୍ରାବସ୍ତି ଜିଲ୍ଲାରେ ପହଞ୍ଚିଥିଲେ। ସେଠାରୁ ସେ ତାଙ୍କ ଗାଁକୁ ମଧ୍ୟ ଯାଇଥିଲେ, କିନ୍ତୁ ପ୍ରଶାସନ କରୋନା ଭୟରେ ତାଙ୍କୁ ଗ୍ରାମର ଏକ ସ୍କୁଲ ଘରେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖିଥିଲା। କିନ୍ତୁ କ୍ୱାରେଣ୍ଟାଇନରେ ରହିବାର ୬ଘଣ୍ଟାପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଯୁବକ ହେଉଛନ୍ତି ଶ୍ରାବସ୍ତର ଜିଲ୍ଲାର ମାହ୍ଲିପୁର ଅଞ୍ଚଳର ମଠଖାନୱା ଗାଁର। ଖବର ଅନୁଯାୟୀ, ସୋମବାର ଦିନ […]
ମୁମ୍ୱାଇ: ଦେଶରେ କରୋନା ଭାଇରସ ଯୋଗୁ ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୮ହଜାରରୁ ଅଧିକ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୮୫୦ରୁ ଅଧିକ ହୋଇଛି। ଏହି ସମୟରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ଗତ ତିନି ଦିନରେ ୩ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ମୁମ୍ୱାଇ ପୋଲିସ ଟ୍ୱିଟ୍ କରି ସୂଚନା ଦେଇଛି। ମୁମ୍ୱାଇ ପୋଲିସ ଅଫିସିଆଲ୍ ଟ୍ୱିଟ୍ରେ ଟ୍ୱିଟ୍କରି କହିଛନ୍ତି ଯେ, […]
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ସଙ୍କଟ ଜାରି ରହିଥିବାବେଳେ ସୁପ୍ରିମକୋର୍ଟର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। କରୋନାରେ ସଂକ୍ରମିତ ହୋଇଥିବା କର୍ମଚାରୀ ୧୬ ଏପ୍ରିଲରେ କୋର୍ଟକୁ ଆସିଥିଲେ। ସେଠାରେ କାର୍ଯ୍ୟରତ ଦୁଇ ରେଜିଷ୍ଟ୍ରାରଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ସହଯୋଗୀଙ୍କୁ ଚିହ୍ନଟ କରିବା ପାଇଁ ଖୋଜା ଚାଲିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତରେ କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ୨୮୩୮୦ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା […]
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ଦିନକୁ ଦିନ ନିଜର କାୟାକୁ ବିସ୍ତାର କରିବାରେ ଲାଗିଛି। ଏହି ମହାମାରୀକୁ ନେଇ ସମଗ୍ର ବିଶ୍ୱ ଚିନ୍ତା ପ୍ରକଟ କରୁଛି। ପ୍ରତ୍ୟେକଦିନ ନୂଆ କରୋନା ରୋଗୀ ଚିହ୍ନଟ ହେଉଥିବାର ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ସେଲିବ୍ରେଟିମାନେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କ୍ରମାଗତ ଭାବରେ ଆଗେଇ ଆସୁଛନ୍ତି। ପୁଣିଥରେ ବଲିଉଡର ଖିଲାଡ଼ୀ ଅକ୍ଷୟ କୁମାର ଲୋକଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ପୂର୍ବରୁ କୋଭିଡ଼-୧୯ ସହିତ ଲଢ଼େଇ ପାଇଁ ପିଏମ୍ କେୟାର […]
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦିଲ୍ଲୀ ଡାକ୍ତରଖାନାଗୁଡ଼ିକର କର୍ମଚାରୀମାନେ କରୋନା ଭାଇରସରେ ଆକ୍ରାନ୍ତ ହେଉଥିବାର ଦେଖିବାକୁ ମିଳୁଛି। ପରିସ୍ଥିତି ଏଭଳି ହୋଇଛି ଯେ, ଏପର୍ଯ୍ୟନ୍ତ ୨୨ଟି ଡାକ୍ତରଖାନାରୁ ୨୧୧ ଜଣ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନେ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି । ଚିନ୍ତାର ବିଷୟ ହେଉଛି ଯେ ଏହି ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ମଧ୍ୟରୁ ଅଧିକାଂଶ ସ୍ୱାସ୍ଥ୍ୟକର୍ମୀ । ଖବର ଅନୁଯାୟୀ, ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ମଧ୍ୟରୁ ୯୫ ପ୍ରତିଶତ […]
ହରିୟାଣା: ସମଗ୍ର ବିଶ୍ୱରେ କରୋନା ବିପର୍ଯ୍ୟୟ। ଏହି ଭାଇରସଠୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଭାରତ ଭଳି ସମସ୍ତ ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଲୋକମାନେ ନିଜର ଘରେ ବନ୍ଦୀ ଜୀବନ ବିତାଉଛନ୍ତି। ଏନେଇ ଭାରତରେ ମଦ ଦୋକାନଗୁଡିକ ମଧ୍ୟ ବନ୍ଦ ରହିଛି, କିନ୍ତୁ ମଦକୁ ନେଇ ଅଜବ ଘଟଣାସବୁ କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ମଦ କାରବାରର ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ହରିୟାଣାର ହିସାରରେ ଥିବା ମଦ […]
ଭୋପାଳ: ମଧ୍ୟପ୍ରଦେଶର ନରସିଂହପୁରରେ ୨୦୧୭ ବ୍ୟାଚ୍ର ଜଣେ ଯୁବ ଆଇପିଏସ୍ ଅଧିକାରୀ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ଅଧିକାରୀ ଏପ୍ରିଲ ୨୦ ରେ ନରସିଂହପୁର ଜିଲ୍ଲା ନିକଟସ୍ଥ ଜବଲପୁର ଯାଇ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଯାବେଦ ଖାନ୍କୁ ଗିରଫ କରିବା ପାଇଁ ଯାଇଥିଲେ। ଜାଭେଦ୍ ପୋଲିସ କର୍ମଚାରୀଙ୍କୁ ଚଖ୍ମା ଦେଖାଇ ଡାକ୍ତରଖାନାରୁ ପଳାଇ ଯାଇଥିଲେ। मध्यप्रदेश में युवा आईपीएस #कोरोना संक्रमित पाये गये, ये उस टीम में शामिल […]
ଭଦ୍ରକ: ସାମାଜିକ ଦୂରତା ରକ୍ଷା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ, ଭଦ୍ରକ ଏସ୍ପିଙ୍କ ନିବେଦନକୁ ସାମାନ୍ୟ ଗ୍ରହଣ କଲେନି ଭଦ୍ରକବାସୀ। ଶଟ୍ଡାଉନ ଅବଧି ସରୁ ସରୁ ଭଦ୍ରକ ସହରବାସୀ ଘରୁ ବାହାରି ମାର୍କେଟରେ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି। କଚେରୀ ବଜାର, ନୂଆ ବଜାର, ବାଇପାସ୍ ଓ ଚରମ୍ପାରେ ଲୋକଙ୍କ ଭିଡ଼ ଲାଗିଥିଲା। ତେବେ ଜିଲ୍ଲା ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ଭିଡ଼ ଲାଗିଥିବା ପରିବା ବଜାରରେ ପହଞ୍ଚି ସାମାଜିକ ଦୂରତା ରଖିବାର ବ୍ୟବସ୍ଥା କରିଛନ୍ତି। […]
ଭୁବନେଶ୍ୱର: ସମୁଦ୍ର ପଥ ଦେଇ ଡଙ୍ଗାରେ ଚେନ୍ନାଇରୁ ଗଞ୍ଜାମକୁ ଶ୍ରମିକ ଆସିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏହି ଘଟଣାରେ ସମ୍ପୃକ୍ତ ଡଙ୍ଗା ଜବତ ହୋଇଛି। ଏଭଳି ପରିସ୍ଥିତି ଆଗରୁ ଉପୁଜି ନଥିଲା। ଜଙ୍ଗଲ ଓ ପାହାଡ଼ ଦେଇ ମଧ୍ୟ ଲୋକ ଆସୁଛନ୍ତି। ଏପରି ବିପଦଜନକ ଭାବେ କେହି ଆସିବା କଥା ନୁହେଁ, ପୁଣି ଯଦି କେହି ଆସନ୍ତି, ତାହାଲେ ଆଗକୁ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ଏପଟେ […]
ଭୁବନେଶ୍ୱର: ଗୁଜରାଟରୁ ବସ୍ରେ ଫେରିବେ ପ୍ରବାସୀ ଓଡ଼ିଆ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ବସ୍ ଯୋଗେ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯିବ। ବସ୍ରେ ରୋଡ୍ ଟ୍ୟାକ୍ସ ଛାଡ଼ କରିବାକୁ ୩ ରାଜ୍ୟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସରକାରଙ୍କୁ ଅନୁରୋଧ କରାଯିବ। ଉଭୟ ଗୁଜରାଟ ଓ ଓଡ଼ିଶାରୁ ୪ ବରିଷ୍ଠ ଅଫିସରଙ୍କୁ ନେଇ ସମନ୍ୱୟ କମିଟି […]
ନୂଆଦିଲ୍ଲୀ: ଆଡି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ଯୁଦ୍ଧରେ ଲଢୁଥିବା ଦେଶର ପ୍ରତ୍ୟେକ ନାଗରିକଙ୍କୁ ଜଣେ ଜଣେ ଯୋଦ୍ଧା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଦେଶର ପ୍ରତ୍ୟେକ ନାଗରିକ କରୋନା ବିରୋଧରେ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି। ଲୋକମାନଙ୍କର ଏହି କାର୍ଯ୍ୟ ଦିନେ ଭବିଷ୍ୟତରେ ଚର୍ଚ୍ଚା ହେବ କହିଛନ୍ତି ମୋଦି। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ମନ୍ କି ବାତ୍ର କାର୍ଯ୍ୟକ୍ରମ ତୁଳନାରେ ଏଥର କାର୍ଯ୍ୟକ୍ରମରେ […]
ଭୁବନେଶ୍ୱର: ରାଜ୍ୟର ୩ ଜିଲ୍ଲା ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ୬୦ ଘଣ୍ଟିଆ ଲକ୍ଡାଉନ ଅବଧି ଶେଷ ହୋଇଛି। ଏପ୍ରିଲ ୨୩ ତାରିଖରୁ ଲାଗୁ ହୋଇଥିବା ୬୦ ଘଣ୍ଟିଆ ସଟ୍ ଡାଉନ ଅବଧି ଆଜି ସକାଳ ୧୦ଟାରେ ଶେଷ ହୋଇଛି। ସଟ୍ଡାଉନ ଅବଧି ସରିଥିଲେ ବି ଲକଡାଉନ କଟକଣା ପୂର୍ବ ଭଳି ଜାରି ରହିବ। ସଟଡାଉନ ସରିଥିବାରୁ ବଜାରକୁ ଯାଇ ଭିଡ଼ ନ କରିବା ଲାଗି ଜିଲ୍ଲାବାସୀଙ୍କୁ ନିବେଦନ କରିଛି ଭଦ୍ରକ ପୋଲିସ। ଏନେଇ ଜିଲ୍ଲା ପୋଲିସ […]