ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନିଜାମୁଦ୍ଦିନ ଲିଙ୍କ୍ ପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି। କାପସହେଡାର ଠେକେ ବାଲି ଗଳିରେ ଥିବା ଏକ ବିଲ୍ଡିଂରେ ୪୧ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏତେ ସଂଖ୍ୟକ ରୋଗୀ କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବାରୁ ଭୟର ବାତାବରଣ ସୃଷ୍ଟି ହୋଇଛି। ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଡିଏମ୍ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୧୯ରେ ସେହି ବିଲ୍ଡିଂରୁ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ। ପରେ ସେହି ବିଲ୍ଡିଂକୁ ସିଲ୍ କରାଯାଇଥିଲା। ଖବର […]
କୋରାପୁଟ: କୋରାପୁଟ ଜିଲ୍ଲାର ପୋଡ଼ାଗଡ଼ରେ ପୁଣି ବଢ଼ିଲା କଣ୍ଟେନମେଣ୍ଟ ଜୋନ୍ ଅବଧି। ପୋଡ଼ାଗଡ଼ ପଞ୍ଚାୟତ ଓ ଏହାର ୩ କିମି ପରିଧି ମଧ୍ୟରେ ଥିବା ଅଞ୍ଚଳରେ ପୁଣି ୪୮ ଘଣ୍ଟା କଣ୍ଟେନମେଣ୍ଟ ଅବଧି ବଢ଼ାଇଛନ୍ତି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର। ଦିନ ୧୨ଟା ଠାରୁ ୪ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ଏହି ଅବଧିକୁ ବଢ଼ାଇ ଦିଆଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ପୋଡ଼ାଗଡ଼ରେ କୋରାପୁଟ ଜିଲ୍ଲାର ପ୍ରଥମ କରୋନା ପଜିଟିଭ୍ କେସ୍ […]
ନୂଆଦିଲ୍ଲୀ: କରୋନା ଭାଇରସରୁ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତ ବେଆଇନ ଭାବେ ଇଣ୍ଟରନେଟରେ ବିକ୍ରି କରାଯାଉଥିବା ନେଇ ଅଭିଯୋଗ କରାଯାଇଛି। କରୋନାର ଚିକିତ୍ସା ଓ ଭ୍ୟାକ୍ସିନ୍ ତିଆରି କରିବାକୁ ନେଇ, ରୋଗୀଙ୍କ ରକ୍ତଙ୍କୁ ଲୁଚାଇ ବିକ୍ରି କରାଯାଉଛି। ଅଷ୍ଟ୍ରେଲିଆ ନ୍ୟାସନାଲ ୟୁନିଭରସିଟି (ANU) ରିପୋର୍ଟରେ, ଏହି ତଥ୍ୟକୁ ଖୁଲାସା କରିଛି। ଚୋରାରେ ବିକ୍ରି କରୁଥିବା ଲୋକମାନେ ବିଭିନ୍ନ ଦେଶରେ ରହି ଏହାକୁ ସଂଗ୍ରହ କରି ବିଦେଶକୁ ଡେଲିଭରି କରୁଛନ୍ତି। କରୋନା ରୋଗୀଙ୍କ ରକ୍ତ ଲକ୍ଷ ଲକ୍ଷ ଟଙ୍କାରେ […]
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଯୋଗୁ ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଲକ୍ଡାଉନ୍ କାରଣରୁ ସବୁକିଛି ଠପ୍ ହୋଇଯାଇଛି। ଏନେଇ ଅନ୍ୟ ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକମାନେ ଯେକୌଣସି ପରିସ୍ଥିତିରେ ନିଜ ଘରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। କେତେଜଣ ଚାଲି ଚାଲି ଆସୁଥିବାବେଳେ ଅନ୍ୟ କେତେଜଣ ସାଇକେଲରେ ଫେରୁଛନ୍ତି। ତେବେ ଏପରି ପ୍ରତିକୂଳ ପରିସ୍ଥିତିରେ ଘରକୁ ଫେରିବାର ଇଛା ଅନେକ ଲୋକଙ୍କ ମୃତ୍ୟୁର କାରଣ ସାଜିଛି। ଜଣେ ଯୁବକ ସାଙ୍ଗମାନଙ୍କ ସହ ମିଶି ସାଇକେଲରେ ଦିଲ୍ଲୀଠାରୁ ପ୍ରାୟ […]
ଭୁବନେଶ୍ୱର: ମନରୁ ମଣିଷପଣିଆ ପୋଛି ଦେଉଛି କି କରୋନା ଡର? ଖାଲି ସାମାଜିକ ଦୂରତା ନୁହେଁ, ଧୀରେ ଧୀରେ ମଣିଷ-ମଣିଷ ଭିତରେ ଭାବନାଗତ ହୃଦୟଗତ ଦୂରତାକୁ ବି ବଢ଼ାଇ ଦେଉଛି କି ସଂକ୍ରମଣ ଭୟ? କିଛି ଦିନ ତଳେ ଖୋଦ୍ ରାଜଧାନୀରେ ଘଟିଯାଇଛି ଏଭଳି ଏକ ଘଟଣା, ଯାହାକୁ କେବଳ ଅଭାବନୀୟ ନୁହେଁ, ଅମାନବୀୟ ବି କୁହାଯାଇପାରେ। ଅଭିଯୋଗ ଅନୁସାରେ, ଗତ ସୋମବାର ରାତିରେ ଭୁବନେଶ୍ୱର ରସୁଲଗଡ଼ ନିକଟସ୍ଥ ବାସୁଦେବନଗରରେ ଡାଇବେଟିସ୍ ପୀଡ଼ିତ ବୃଦ୍ଧ ରବୀନ୍ଦ୍ର ନାୟକ […]
ଭୁବନେଶ୍ୱର: ଗୁପ୍ଚୁପ୍ ହେଉ କି, ବରା ପିଆଜି, ଇଡ୍ଲୀ ହେଉ କି ପୁରୀ ଉପମା। ମାସେରୁ ଅଧିକ ଦିନ ହେଲାଣି, ଖାଇବାକୁ ମିଳିବା ତ ଦୂରର କଥା, ଏସବୁର ଦର୍ଶନ ହିଁ ମିଳୁନି। ଫଳରେ ବ୍ୟବସାୟ ତ ଶୂନ୍ ହୋଇଯାଇଛି, ତା ସହ ଦାନାପାଣିକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ରାଜ୍ୟର ଷ୍ଟ୍ରିଟ୍ଫୁଡ ବ୍ୟବସାୟୀ। କିଏ ଠେଲାଗାଡ଼ିରେ ତ ଆଉ କିଏ ଛୋଟମୋଟ ଦୋକାନ କରି ତେଲଲୁଣର ସଂସାର ଚଳାଉଥିଲେ। ହେଲେ ସେମାନଙ୍କ ଭାଗ୍ୟ ଏବେ ଠେଲି ହୋଇଯାଇଛି […]
ନୂଆଦିଲ୍ଲୀ: ଆମେରିକା ଓ ୟୁରୋପେରେ ଥମୁନି କରୋନା ମୃତ୍ୟୁର ତାଣ୍ଡବ। ଗତ ୨୪ ଘଣ୍ଟାରେ ଆମେରିକାରେ ୨୨ଶହରୁ ଅଧିକ ଲୋକଙ୍କ ଜୀବନ ନେଇଛି କୋଭିଡ୍-୧୯ ଭୂତାଣୁ। ଏଥିସହିତ ଦେଶରେ ମୃତ୍ୟୁସଂଖ୍ୟା ୬୩ହଜାର ୮୫୬ରେ ପହଞ୍ଚିଛି। ୟୁରୋପର ସବୁଠୁ ଅଧିକ ପ୍ରଭାବିତ ଦେଶ ଇଟାଲୀରେ ମୃତ୍ୟୁସଂଖ୍ୟା ୨୮ ହଜାର ଟପି ଥିବା ବେଳେ ବ୍ରିଟେନ, ସ୍ପେନ, ଓ ଫ୍ରାନସରେ ସ୍ଥିତି ପୂର୍ବପରି ଅତି ସଂଗୀନ ରହିଛି। ବ୍ରିଟେନ୍ରେ ମୃତ୍ୟୁସଂଖ୍ୟା ୨୭ ହଜାର ପାଖାପାଖି ହୋଇଥିବା ବେଳେ ସ୍ପେନ୍ ଓ […]
ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଗ୍ରୀନ ସିଗ୍ନାଲ ପରେ ରାଜ୍ୟକୁ ପ୍ରବାସୀ ଓଡ଼ିଆଙ୍କ ସୁଅ ଛୁଟିଛି। ହଜାରେରୁ ଅଧିକ ଲୋକଙ୍କୁ ନେଇ କେରଳରୁ ବାହାରିଛି ସ୍ୱତନ୍ତ୍ର ଟ୍ରେନ୍। ଏଣେ ତୃତୀୟ ବ୍ୟାଚ୍ରେ ୧୦ଟି ବସ୍ରେ ସୁରତ୍ରୁ ଫେରୁଛନ୍ତି ପ୍ରବାସୀ ଓଡିଆ। ସେହିପରି ରାଜସ୍ଥାନ କୋଟାରେ ଫସି ରହିଥିବା ଛାତ୍ରଛାତ୍ରୀମାନେ ରାଉରକେଲା, ବଲାଙ୍ଗିର, ଝାରସୁଗୁଡ଼ା, ପୁରୀ ଓ ବାଲେଶ୍ୱର ଆସୁଛନ୍ତି। ଏଥିସହିତ ଲକ୍ଷ ଲକ୍ଷ ଲୋକ ଓଡ଼ିଶା ଫେରିବା ଲାଗି ପଞ୍ଜୀକରଣ ବି କରିଛନ୍ତି। ତେବେ ଏତେ ସଂଖ୍ୟକ […]
ବାଲେଶ୍ୱର: ପଶ୍ଚିମବଙ୍ଗରୁ ଫେରୁଥିବା ଲୋକଙ୍କୁ ପଞ୍ଚାୟତସ୍ତରର କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଉଛି। ଲକ୍ଷଣ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ ହେଉଛି। ଏହାସହ ଅନ୍ୟ ବ୍ୟକ୍ତିଙ୍କୁ କ୍ୱାରେଣ୍ଟିନ୍ରେ କଡ଼ା ନଜରରେ ରଖାଯାଇଛି। ସେହିଭଳି କୌଣସି ବ୍ୟକ୍ତିଙ୍କୁ ଏବେ ପଶ୍ଚିମବଙ୍ଗକୁ ଯିବାକୁ ଅନୁମତି ଦିଆଯାଉନି । ଆଜି ବାଲେଶ୍ୱର ଜିଲ୍ଲା ଗସ୍ତରେ ଥିବା ବରିଷ୍ଠ ଆଇଏଏସ୍ ତଥା ଜିଲ୍ଲାରେ କୋଭିଡ ପର୍ଯ୍ୟବେକ୍ଷକ ଥିବା ମଧୁସୂଦନ ପାଢ଼ୀ ଏନେଇ ସୂଚନା ଦେଇଛନ୍ତି। ସେହିଭଳି ସୁରତରୁ ଫେରୁଥିବା ଲୋକଙ୍କର ବି ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର ମେରଠ ଠାରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତାଙ୍କୁ ହୋମ୍ କ୍ୱାରେଣ୍ଟିନ୍ରେ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ବର୍ତ୍ତମାନର କାଉନ୍ସିଲର, ପୂର୍ବତନ କାଉନ୍ସିଲରଙ୍କ ସମେତ ୭୬ ଜଣ ନେତାଙ୍କୁ ହୋମ୍ କ୍ୱାରେଣ୍ଟିନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖବର ଅନୁଯାୟୀ, ଜଣେ ବିଜେପି ନେତାଙ୍କର ପିତା ଓ ଭାଇ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ନେତାମାନଙ୍କୁ ହୋମ୍ କ୍ୱାରେଣ୍ଟିନ୍ରେ ରଖାଯିବା ପାଇଁ ନୋଟିସ୍ […]
ମୁମ୍ୱାଇ: ମହାରାଷ୍ଟ୍ରରେ ପ୍ଲାଜମା ଥେରାପି ଦ୍ୱାରା ଚିକିତ୍ସିତ ହେଉଥିବା ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ବୟସ ୫୩ ବର୍ଷ । ସଂକ୍ରମିତ ବ୍ୟକ୍ତି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ଲାଜମାଥେରାପି ଦ୍ୱାରା ଚିକିତ୍ସା କରାଯାଇଥିଲା। ଏହା ପ୍ଲାଜ୍ମା ଥେରାପି ଦ୍ୱାରା ଚିକିତ୍ସିତ ହେଉଥିବା ପ୍ରଥମ ରୋଗୀଙ୍କ ମୃତ୍ୟୁ। ଡାକ୍ତରଖାନାରୁ ମିଳିଥିବା ସୂଚନା ଅନୁଯାୟୀ ରୋଗୀଙ୍କୁ ବିଳମ୍ବରେ ଚିକିତ୍ସା ପାଇଁ ଡାକ୍ତରଖାନା ଅଣାଯାଇଥିଲା। କରୋନା ଭାଇରସ ଯୋଗୁ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ […]
ଇଂଲଣ୍ଡ: ସେ ଦୁହିଁଙ୍କ ଭଲ ପାଇବା ଥିଲା ଅନାବିଳ ପ୍ରେମର ଆଉ ଏକ ଉଦାହରଣ। ହାତ ଧରି ଚାଲିବେ ବୋଲି ଦୁହେଁ ଦୁହିଁଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଆଉ ସେଇ ପ୍ରତିଶ୍ରୁତି ରକ୍ଷା କରି ହାତ ଧରାଧରି ହୋଇ ଚାଲିଗଲେ ଆରପାରିକୁ। ଏହା ଗପ ନୁହେଁ, ଏକ ଅଙ୍ଗେନିଭା ଘଟଣା ଯାହା ଘଟିଛି ଇଂଲଣ୍ଡର ସାଉଥହମ୍ପଟନ ସହରରେ। ସାଉଥହମ୍ପଟନ ସହରରେ ଏକ ବୃଦ୍ଧ ଦମ୍ପତ୍ତି ଡାକ୍ତରଖାନାରେ ପଡ଼ିଥିଲେ। ପତ୍ନୀଙ୍କର କରୋନା ଭାଇରସରେ ମୃତ୍ୟୁ ଘଟିଲା। ପତ୍ନୀଙ୍କ ମୃତ୍ୟୁ […]
କୋରାପୁଟ: ଘରେ ତିନି ତିନି ଜଣ ରୋଗଗ୍ରସ୍ତ ଲୋକଙ୍କ ବୋଝ ନିଜ କାନ୍ଧରେ ବୋହୁଥିବା ୯୦ ବର୍ଷୀୟା ଡି. ଶୁଭଲକ୍ଷ୍ମୀଙ୍କ କରୁଣ କାହାଣୀ ଓଟିଭିରେ ପ୍ରସାରଣ ପରେ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପ୍ରଶାସନ ଓ ବିଭିନ୍ନ ବର୍ଗର ଲୋକେ। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ବ୍ରାହ୍ମଣୀ ଗାଁର ଶୁଭଲକ୍ଷ୍ମୀଙ୍କ ଘରେ ଅତିରିକ୍ତ ତହସିଲଦାର ପହଞ୍ଚି ତାଙ୍କ ସମସ୍ୟା କଥା ବୁଝିବା ସହ ତାରପଲିନ୍ ଦେଇଛନ୍ତି। ଏଥିସହ ସରକାରୀ ଯୋଜନାରେ ଘର ଯୋଗାଇବାର ବ୍ୟବସ୍ଥା କରିବେ ବୋଲି […]
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ପାଇଁ ଆଶ୍ୱସ୍ତିର ଖବର। ମହାରାଷ୍ଟ୍ରରେ ଖାଲିଥିବା ବିଧାନ ପରିଷଦର ୯ଟି ଆସନରେ ଯଥାଶୀଘ୍ର ନିର୍ବାଚନ କରାଇବାକୁ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ରାଜ୍ୟପାଳ ଭଗତ ସିଂ କୋଶାରି। କାରଣ ଏହି ନିର୍ବାଚନ ଲଢ଼ି ବିଧାନସଭାର ସଦସ୍ୟ ହେବାକୁ ଆଶା ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ। ଯଦି ସେ ଏପରି କରିବାରେ ସଫଳ ନହୁଅନ୍ତି ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ହରାଇବାକୁ ପଡ଼ିବ। ମେ ୨୮ ତାରିଖରେ […]
ଭୁବନେଶ୍ୱର: ଅର୍ଥନୀତିର ଅନ୍ୟତମ ପ୍ରମୁଖ କ୍ଷେତ୍ର ରିୟଲ-ଇଷ୍ଟେଟ୍କୁ କରୋନା ଝଟ୍କା ଲାଗିଛି। ମାସେରୁ ଅଧିକ ସମୟ ହେଲା ବେପାର ପୂରା ଅଚଳ ହୋଇଯାଇଛି। ଖାଲି ଘର କିଣାବିକା ନୁହେଁ, ନିର୍ମାଣ କାମ ବି ସଂପୂର୍ଣ୍ଣ ବନ୍ଦ ରହିଛି। ଫଳରେ ରିୟଲ ଇଷ୍ଟେଟ୍ ବ୍ୟବସାୟୀଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିଛି। ଏଣେ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ଏହି କ୍ଷେତ୍ରରେ ନିୟୋଜିତ ହଜାର ହଜାର ଶ୍ରମିକଙ୍କ ଭାଗ୍ୟ। ଖାସ୍ କରି ଅନ୍ୟ ରାଜ୍ୟରୁ ଆସି ଓଡ଼ିଶାରେ ଫସି ରହିଥିବା […]
ନୂଆଦିଲ୍ଲୀ: ସାରା ବିଶ୍ୱରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା ଭାଇରସ୍। ବର୍ତ୍ତମାନ ୩୨ ଲକ୍ଷ ୩୬ ହଜାରରୁ ଅଧିକ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହି ରୋଗରେ ଗଲାଣି ୨ ଲକ୍ଷ ୨୮ ହଜାରରୁ ଅଧିକ ଜୀବନ। ଆମେରିକାରେ ସ୍ଥିତି ଦିନକୁ ଦିନ ସଙ୍ଗିନ ହୋଇପଡୁଛି। ଏଠାରେ ହୁ ହୁ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆମେରିକାରେ ବର୍ତ୍ତମାନ ୧୦ ଲକ୍ଷ ୬୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୧ ହଜାରରୁ ଅଧିକ ଲୋକଙ୍କ […]
ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭୮୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ୬ ଶହ ୩୦ଜଣ। ୧୪ ଦିନ ତଳେ ଆକ୍ରାନ୍ତଙ୍କ ଆରୋଗ୍ୟ ହାର ୧୪.୦୬ ପ୍ରତିଶତ ଥିବା ବେଳେ ଏହା ବୃଦ୍ଧି ପାଇ ଏବେ ୨୫.୧୯ ପ୍ରତିଶତରେ ପହଞ୍ଚିଛି। ଯାହାକି ଦେଶ ପାଇଁ ଶୁଭ ସଙ୍କେତ ବୋଲି ପ୍ରେସମିଟରେ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର […]
ଭୁବନେଶ୍ୱର: ଗୋଟିଏ ସିଫ୍ଟରେ ଚାଲିବ ଭୁବନେଶ୍ୱର ବିମାନ ବନ୍ଦର। ଲକ୍ ଡାଉନ୍ ପରେ ଏୟାରପୋର୍ଟ ଦିନକୁ ଗୋଟିଏ ସିଫ୍ଟ ଚାଲିବ। ସକାଳ ୧୦ଟାରୁ ସଂଧ୍ୟା ୬ଟା ଯାଏଁ ରହିବ ସିଫ୍ଟ। ପୂର୍ବଭଳି ଅଧିକ ବିମାନ ଆସିବନି। ଘଣ୍ଟାକୁ ୨ଟି ବିମାନ ଆସିପାରିବ ବୋଲି ଏୟାରପୋର୍ଟ ନିର୍ଦ୍ଦେଶକ ଭିଭି ରାଓ ସୂଚନା ଦେଇଛନ୍ତି। ବିମାନ ବନ୍ଦର ପରିଚାଳନା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ରହିବ। ହାତ ଧୋଇବା ପାଇଁ ଏୟାରପୋର୍ଟରେ ପର୍ଯ୍ୟାପ୍ତ ୱାସ୍ ବେସିନ୍ ରଖାଯିବ ବୋଲି ଏୟାରପୋର୍ଟ ପକ୍ଷରୁ […]
ଥାନେ: ୨୦ ଦିନର ଶିଶୁକୁ କରୋନା ରୋଗ। ଗୁରୁବାର ମହାରାଷ୍ଟ୍ରର ଥାନେ ଜିଲ୍ଲା କଲ୍ୟାଣ ଟାଉନ୍ରେ ଜଣେ ୨୦ ଦିନର ଶିଶୁଠାରେ ମାରାତ୍ମକା କରୋନା ଭୂତାଣୁ ଚିହ୍ନଟ କରାଯାଇଛି। ଏହି କୁନି ଶିଶୁ ସହିତ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଉକ୍ତ ଅଞ୍ଚଳରେ ୧୬୨ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଥିବା କଲ୍ୟାଣ ଡୋମ୍ବିବ୍ଲି ମ୍ୟୁନିସିପାଲ୍ କୋରପୋରେସନ୍ ଅଞ୍ଚଳର ମେଡିକାଲ୍ ଅଫିସର୍ ଡ.ରାଜୁ ଲୱାଙ୍ଗରେ କହିଛନ୍ତି। […]
କୋଲକାତା: ରାଜ ଗୁପ୍ତା ନାମକ ଜଣେ ବ୍ୟକ୍ତି ଜାଣିବାକୁ ପାଇଲେ ଯେ ଡାକ୍ତରଖାନାରୁ ଏକ ଆମ୍ବୁଲାନ୍ସ ଆସିଛି, ତାଙ୍କ ବାପାଙ୍କୁ ନେବା ପାଇଁ। ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ତାଙ୍କ ବାପା ଓ ପ୍ରକାଶଙ୍କୁ୨୪ଘଣ୍ଟା ପୂର୍ବରୁ ଡାକ୍ତରଖାନାରୁ ଡିସ୍ଚାର୍ଜ କରାଯାଇଥିଲା। ଡାକ୍ତରମାନେ କହିଥିଲେ ଯେ ତୁମ ବାପା କରୋନାରେ ଆକ୍ରାନ୍ତ ହୋଇନାହାନ୍ତି। କିନ୍ତୁ କିଛି ସମୟ ପରେ ରାଜଙ୍କୁ ମେଡିକାଲରୁ ଫୋନ୍ ଆସିଥିଲା ଯେ , ତୁମ ବାପାଙ୍କର କରୋନା ପରୀକ୍ଷାରେ କିଛି ଭୁଲ ହୋଇଥିଲା। […]
ବ୍ରହ୍ମପୁର: ଗଞ୍ଜାମକୁ ଫେରିବା ପାଇଁ ପ୍ରାୟ ୨ ଲକ୍ଷ ଲୋକ ରେଜିଷ୍ଟ୍ରେସନ୍ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ବ୍ୟବସ୍ଥା କରାଯାଇଛି। ପ୍ରତି ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ୍ ସେଣ୍ଟରରେ ବାହାରୁ ଆସୁଥିବା ଲୋକଙ୍କୁ ରଖାଯିବ। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ସେହିପରି ଗଞ୍ଜାମରେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଯଦି ଘରୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାହାରିଲେ ଛତା ଧରି ବାହାରିବାକୁ କହିଛନ୍ତି। କାରଣ ଛତା ଧରିବା […]
କର୍ଣ୍ଣାଟକ: କର୍ଣ୍ଣାଟକ ସରକାରଙ୍କ ଚାରିଜଣ ମନ୍ତ୍ରୀ ଏବେ ହୋମ୍ କ୍ୱାରେଣ୍ଟିନ୍ରେ ଅଛନ୍ତି।। ସ୍ଥାନୀୟ ଚ୍ୟାନେଲରେ କାର୍ଯ୍ୟ କରୁଥିବା ଜଣେ ଭିଡିଓ ସାମ୍ବାଦିକଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କୁ କ୍ୱାରେଣ୍ଟିନରେ ଖାଯାଇଛି। ସାମ୍ୱଦିକ ଜଣକ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ତେଣୁ ଏମାନଙ୍କୁ କ୍ୱାରେଣ୍ଟିନ୍ରେ ରଖାଯାଇଛି। ଏହି ମନ୍ତ୍ରୀମାନଙ୍କ ମଧ୍ୟରେ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ଡକ୍ଟର ଅଶ୍ୱତ ନାରାୟଣ ଅଛନ୍ତି। ସମସ୍ତେ ହୋମ୍ କ୍ୱାରେଣ୍ଟାଇନ୍ରେ ରହିଥିବା ନେଇ ନିଜ ନିଜର ଟ୍ୱିଟରେ ସୂଚନା ଦେଇଛନ୍ତି। ଉପ-ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ତିନିଜଣ […]
ଅହମ୍ମଦାବାଦ: ସହରରେ କରୋନା ଭାଇରସ ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପାଇଁ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ ମାସ୍କ ପିନ୍ଧିବାକୁ କଡାକଡି କରାଯାଇଛି। ଏପରିକି ମାସ୍କ ନ ପିନ୍ଧିଲେ ଅର୍ଥତଣ୍ଡ ଦେବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି। ଏକ ନିୟମ ଜାରି କରି ମ୍ୟୁନିସିପାଲଟି ପକ୍ଷରୁ କୁହାଯାଇଛି, ରାସ୍ତାଘାଟରେ ବିକୁଥିବା ଦୋକାନୀ , ଦୋକାନ ବଜାର, ମଲ୍ର କର୍ମଚାରୀ ତଥା ସେଠାକୁ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ମାସ୍କ ଲଗାଇବା ଜରୁରୀ । ଯଦି ସେମାନେ ମାସ୍କ ବ୍ୟବହାର ନ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ଲକ୍ଡାଉନ୍ର ଅବଧି ମେ’ ୩ରେ ଶେଷ ହେବ। ତେବେ ଦେଶରେ ପୁଣିଥରେ ଲକ୍ଡାଉନ୍ର ଅବଧି ବୃଦ୍ଧି ହେବ ନା ନାହିଁ ତା’ହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରାଯାଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି।କରୋନା ମୁକାବିଲା ଲାଗି ଆସିବ କୋଭିଡ୍-୧୯ ନୂଆ ଗାଇଡ୍ଲାଇନ୍ସ। ଆସନ୍ତା ମେ’ ୪ ତାରିଖରୁ ଏହି ନୂଆ ଗାଇଡ୍ଲାଇନ୍ସ ଲାଗୁ ହେବ। ନୂଆ ଗାଇଡ୍ଲାଇନ୍ସରେ ଅନେକ […]