• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

sonu
ଓଡ଼ିଆ ଝିଅଙ୍କୁ ଫେରାଇ ଆଣି ସୋନୁ କହିଲେ ମୋ ପରିବାରକୁ ଆଣିଛି

ଭୁବନେଶ୍ୱର: ନିକଟରେ ଓଡ଼ିଶାର ୧୭୦ ଜଣ ଝିଅଙ୍କୁ କେରଳର କୋଚିରୁ ବିମାନ ଯୋଗେ ଓଡ଼ିଶା ଫେରାଇ ଆଣିଥିଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ୍। ଏହାପରେ ସାରା ଓଡ଼ିଶା ତାଙ୍କୁ ଧନ୍ୟବାଦ ଜଣାଇଥିଲା। ତେବେ ଲକ୍‌ଡାଉନ୍‌ରେ ଫସିଥିବା ଏହି ଓଡ଼ିଆ ଝିଅମାନଙ୍କ ବିଷୟରେ କେମିତି ଖବର ପାଇଲେ ଓ କେମିତି ତାଙ୍କୁ ଉଦ୍ଧାର କଲେ ସେ ନେଇ ଏକ ଭିଡିଓରେ ସବୁ କଥା କହିଛନ୍ତି ସୋନୁ। ସୋନୁ ଭିଡିଓରେ କହିଛନ୍ତି “ ମୁଁ ୧୭୦ ଜଣ ଲୋକଙ୍କୁ ଓଡ଼ିଶା […]

  • Monday, 26 July 2021
shnaka
ବନ୍ଦେ ଉତ୍କଳ ଜନନୀ ଗାଇଲେ ବିଖ୍ୟାତ ଗାୟିକା ଆଶା ଭୋଶଲେ

ଭୁବନେଶ୍ୱର: ଭାରତର ବିଖ୍ୟାତ ଗାୟିକା ଆଶା ଭୋଶଲେ ଓ ଶଙ୍କର ମହାଦେବନ ଗାଇଲେ ବନ୍ଦେ ଉତ୍କଳ ଜନନୀ ସଂଗୀତ। କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଓ ସମ୍ମାନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି ସଂଗୀତ ଗାଇଛନ୍ତି ଆଶା ଓ ଶଙ୍କର। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର ଏସାନ୍ ଲୟ। ଆଶା ଏହାକୁ ନିଜ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ପୋଷ୍ଟ କରି ଲେଖିଛନ୍ତି “ ମୁଁ ଗାଇଥିବା ସୁନ୍ଦର ବନ୍ଦେ ଉତ୍କଳ ଜନନୀ ସଂଗୀତ। ଯାହାକୁ ନିର୍ଦ୍ଦେଶନା […]

  • Monday, 26 July 2021
mamata
ଜୁନ୍ ୧ରୁ ଖୋଲିବ ଧର୍ମାନୁଷ୍ଠାନ

କୋଲକାତା: ଜୁନ୍ ୧ରୁ ପଶ୍ଚିମବଙ୍ଗରେ ଖୋଲିବ ଧାର୍ମିକ ଅନୁଷ୍ଠାନ। ଲକ୍‌ଡାଉନ୍ ପରେ ବନ୍ଦ ଥିବା ଧାର୍ମିକ ଅନୁଷ୍ଠାନକୁ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମନ୍ଦିର, ମସଜିଦ୍, ଚର୍ଚ୍ଚ ସମେତ ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲାଯିବ। ତେବେ ଏକକାଳୀନ ୧୦ ଜଣ ହିଁ ଉପସ୍ଥିତ ରହିପାରିବେ ବୋଲି ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍‌ରେ ଜାରି ହୋଇଛି। ଏହାସହ ଧାର୍ମିକ ଅନୁଷ୍ଠାନରେ ସାମାଜିକ ଦୂରତାକୁ ବଜାଏ ରଖିବା, ସାନିଟାଇଜେସନ୍ ଉପରେ ଅନୁଷ୍ଠାନ କଡ଼ାକଡ଼ି ଧ୍ୟାନ ଦେବେ। […]

  • Monday, 26 July 2021
chandan
ଅସୁସ୍ଥ ଥିଲେ ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ନ ଆସିବାକୁ ଅନୁରୋଧ କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଅସୁସ୍ଥ ଥିଲେ ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଯାତ୍ରା ନକରିବାକୁ ଅନୁରୋଧ କରିଛି ରେଳ ମନ୍ତ୍ରଣାଳୟ। ବିଶେଷ କରି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍ରୋଗ, କର୍କଟ ରୋଗ, ରୋଗ ପ୍ରତିଶେଧକ ଶକ୍ତି କମ୍ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ବୟସର ପିଲା ଓ ୬୫ ବର୍ଷରୁ ଅଧିକ ବୟସର ଲୋକ ଅତ୍ୟନ୍ତ ଜରୁରୀ ନଥିଲେ ଏହି ଟ୍ରେନ୍‌ରେ ଯାତ୍ରା ନକରିବାକୁ ଅନୁରୋଧ କରାଯାଇଛି। ଶ୍ରମିକ ଟ୍ରେନ୍‌ରେ ଗତ ୪୮ ଘଣ୍ଟା ମଧ୍ୟରେ ପ୍ରାୟ […]

  • Monday, 26 July 2021
sonu
୧୭୭ ଓଡ଼ିଆ ଝିଅଙ୍କୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ କେରଳରୁ ଓଡ଼ିଶା ଫେରାଇ ଆଣିଲେ ସୋନୁ

ଭୁବନେଶ୍ୱର: ୧୧୭ ଜଣ ଓଡ଼ିଆ ଝିଅଙ୍କୁ ଘରକୁ ଫେରାଇ ଆଣିଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ। ଶୁକ୍ରବାର କେରଳରେ ଫସିଥିବା ୧୧୭ ଜଣ ଝିଅଙ୍କୁ ବିମାନ ଯୋଗେ ଓଡ଼ିଶା ପଠାଇଛନ୍ତି ସୋନୁ। ଖବର ଅନୁସାରେ, କରୋନା ମହାମାରୀ ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ୍ ଘୋଷଣା ହେବା ପରେ କେରଳରେ ଫସିରହିଥିଲେ ୧୭୭ ଜଣ ଓଡ଼ିଆ ଝିଅ। ଭୁବନେଶ୍ୱର ରହୁଥିବା ଏକ ‌ଅନ୍ତରଙ୍ଗ ବନ୍ଧୁଙ୍କଠାରୁ ଏହି ଖବର ଜାଣିବାକୁ ପାଇଥିଲେ ସୋନୁ। ପରେ ସେମାନଙ୍କ କିପରି ସରୁକ୍ଷିତ ଭାବେ ସେଠାରୁ […]

  • Monday, 26 July 2021
parliamnet
ବଡ଼ ଅଧିକାରୀଙ୍କୁ କରୋନା ପରେ ସିଲ୍ ହେଲା ସଂସଦ ଭବନର ଦୁଇଟି ଫ୍ଲୋର୍

ନୂଆଦିଲ୍ଲୀ: ସିଲ୍ ହେଲା ସଂସଦ ଭବନର ଦୁଇଟି ଫ୍ଲୋର୍। ରାଜ୍ୟସଭା ସେକ୍ରେଟେରିଆଟ୍‌ରେ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଦୁଇ ଅଫିସ୍ ଫ୍ଲୋର୍‌କୁ ସିଲ୍ କରାଯାଇଛି। ନିର୍ଦ୍ଦେଶକ ସ୍ତରର ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସେ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ମଧ୍ୟ କରୋନା ପଜିଟିଭ୍ ଆସିଛି। ଯାହା ପରେ ଏବେ ସଂସଦର ଏହି ଦୁଇ ଫ୍ଲୋର୍‌କୁ ସାନିଟାଇଜ୍ କରାଯିବ। ଏହାସହ ପ୍ରତିଷେଧକମୂଳକ ଭାବେ ଅଫିସ୍ ଭିତରକୁ ପ୍ରବେଶ ନିଷଧ କରାଯାଇଛି। […]

  • Monday, 26 July 2021
pm-modi
ମୋଦିଙ୍କୁ ଭେଟିଲେ ଶାହ: ଲକ୍‌ଡାଉନ୍‌ ୫.୦ ନେଇ ଆଲୋଚନା

ନୂଆଦିଲ୍ଲୀ: ମେ ୩୧ରେ ଶେଷ ହେବ ଲକ୍‌ଡାଉନ୍‌୪.୦ ଅବଧି। ଏହାପର କାର୍ଯ୍ୟପନ୍ଥା କଣ ହେବ ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଲକ୍‌ଡାଉନ୍‌ ୫.୦ ନେଇ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ସାକ୍ଷାତ କରିଛନ୍ତି ଶାହ। ଉଭୟଙ୍କ ନେତାଙ୍କ ମଧ୍ୟରେ ୧୧.୪୫ ବୈଠକ ଆରମ୍ଭ ହୋଇଥିବା ସୂଚନା ମିଳିଛି। ମେ ୩୧ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ସରୁଥିବାରୁ ଲକ୍‌ଡାଉନ୍ ଆହୁରି […]

  • Monday, 26 July 2021
karnataka
କଥା ବଦଳାଇଲା କି କର୍ଣ୍ଣାଟକ: ସମ୍ପୂର୍ଣ୍ଣ ବ୍ୟାନ୍‌ ନୁହେଁ ବରଂ ବିମାନ କମ୍‌ କରିବାକୁ କହିଥିଲୁ

ବେଙ୍ଗାଲୁରୁ: ୫ ରାଜ୍ୟର ଲୋକଙ୍କୁ କର୍ଣ୍ଣାଟକରେ ପ୍ରବେଶ କରିବା ଉପରେ ବ୍ୟାନ୍‌ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସ୍ପଷ୍ଟୀକରଣ ରଖିଛନ୍ତି କର୍ଣ୍ଣାଟକ ସରକାର। କୌଣସି ବ୍ୟାନ୍ ଲଗାଇଯାଇ ନାହିଁ। ବରଂ ଯାତାୟତ କମ୍ କରିବାକୁ କୁହାଯାଇଥିବା କର୍ଣ୍ଣାଟକ କହିଛି। ଏ ନେଇ ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ ଆସୁଥିବା ବିମାନ ସଂଖ୍ୟା କମାଇବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଅନୁରୋଧ କରିଛି କର୍ଣ୍ଣାଟକ। ରାଜ୍ୟକୁ ବିମାନ ଚଳାଚଳ ହ୍ରାସ କରିବାକୁ ପଦକ୍ଷେପ ନେବାକୁ […]

  • Monday, 26 July 2021
mumbai
କରୋନା ପାଇଁ ହନ୍ତସନ୍ତ ମହାରାଷ୍ଟ୍ର; ମାୟାନଗରୀର ମାୟା ଛାଡ଼ି ଘର ମୁହାଁ ଲୋକେ

ମୁମ୍ବାଇ: ମହାନଗରୀ ମୁମ୍ବାଇ ସମେତ ପୂରା ମହାରାଷ୍ଟ୍ରରେ ଅତି ସାଂଘାତିକ ରହିଛି କରୋନା ସ୍ଥିତି। ଗତକାଲି କେବଳ ମୁମ୍ବାଇରେ ୧୦୪୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ସଂଖ୍ୟା ୩୩ ହଜାର ୮୩୫କୁ ବୃଦ୍ଧି ପାଇଛି। ସେହିପରି ପୂରା ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୬ ହଜାର ୯୪୮କୁ ବୃଦ୍ଧି ପାଇଥିବା ବେଳେ ୧୮୯୭ ଜଣ ଭୂତାଣୁର ଶିକାର ହୋଇଛନ୍ତି। ତେବେ ଅନ୍ୟତମ ହଟ୍‌ସ୍ପଟ୍ ଧାରାବୀରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଗଲା ୨୪ ଘଣ୍ଟାରେ ମାତ୍ର ୧୮ […]

  • Monday, 26 July 2021
lo
ପ୍ରବାସୀ ଶ୍ରମିକଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବା ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଶ୍ରମିକମାନେ ଯେଉଁ ସ୍ଥାନରେ ଥିବେ ସେଇ ରାଜ୍ୟର ସରକାର ସେମାନଙ୍କ ପଞ୍ଜୀକରଣ କରିବା ସହ ଟ୍ରେନ୍ କିମ୍ବା ବସ୍‌ରେ ବସାଇବେ। ତା ସହିତ ସେମାନଙ୍କ ଲାଗି ଖାଇବା ପିଇବା ବ୍ୟବସ୍ଥା ମଧ୍ୟ କରିବେ। ଏଥିସହିତ ରେଳବାଇ ଶ୍ରମିକମାନଙ୍କଠାରୁ ଭଡ଼ା ଦାବି କରିବ ନାହିଁ ଓ ଯାତ୍ରା ସମୟରେ ଖାଦ୍ୟ ପାନୀୟ ବି ଯୋଗାଇ ଦେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। […]

  • Monday, 26 July 2021
break
୫ ରାଜ୍ୟର ଲୋକଙ୍କୁ କର୍ଣ୍ଣାଟକ ପ୍ରବେଶ ମନା

ବେଙ୍ଗାଲୁରୁ: ଦେଶର ୫ ରାଜ୍ୟର ଲୋକଙ୍କୁ କର୍ଣ୍ଣାଟକ ମନା। ମହାରାଷ୍ଟ୍ର,ଗୁଜରାଟ, ତାମିଲନାଡୁ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ ଆସୁଥିବା ଲୋକମାନଙ୍କୁ କର୍ଣ୍ଣାଟକରେ ପ୍ରବେଶ କରିବାକୁ ବ୍ୟାନ୍ ଲଗାଇଛନ୍ତି ରାଜ୍ୟସରକାର। କରୋନା ଭାଇରସ୍‌ରେ ଏହି ରାଜ୍ୟଗୁଡ଼ିକ ଅଧିକ ପ୍ରଭାବିତ ହୋଇଥିବାରୁ ଏଠାକାର ନାଗରିକଙ୍କ କର୍ଣ୍ଣାଟକା ପ୍ରବେଶ ଉପରେ ବ୍ୟାନ୍‌ ଲଗାଇଛନ୍ତି ରାଜ୍ୟ ସରକାର। ଗୁରବାର ରାଜ୍ୟ କ୍ୟାବିନେଟ୍ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତିକ୍ରମେ  ଏହି ରାଜ୍ୟରୁ ଆସୁଥିବା ଟ୍ରେନ୍‌ ଓ ଫ୍ଲାଇଟ୍‌କୁ କର୍ଣ୍ଣାଟକରେ ଲ୍ୟାଣ୍ଡ କରିବାକୁ ଦିଆଯିବନି। ଏଥିସହିତ […]

  • Monday, 26 July 2021
sambit
କରୋନା ଲକ୍ଷଣ ପରେ ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଠାରେ କୋଭିଡ୍-୧୯ ଲକ୍ଷଣ ଦେଖାଦେବାରୁ ତାଙ୍କୁ ଗୁରଗାଓଁରେ ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଚିକିତ୍ସା ପାଇଁ ଗୁରଗାଓଁର ମେଦାନ୍ତ ହସ୍‌ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଥିବା ହସ୍‌ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି।। ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ଦଳରେ ଜଣେ ଟାଣୁଆ ପ୍ରବକ୍ତା ଭାବେ ଜଣାଶୁଣା। ଜାତୀୟ ଗଣମାଧ୍ୟମଗୁଡ଼ିକରେ ଦଳ ପକ୍ଷରୁ ଖୁବ୍‌ ମଜ୍‌ଭୁତ ଭାବେ ପକ୍ଷ ରଖିବା ନେଇ […]

opd
ଦେଶରେ କରୋନା କ୍ୟାପିଟାଲ୍ ପାଲଟିଛି ମହାରାଷ୍ଟ୍ର: ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୫୮

ମୁମ୍ବାଇ: ଦେଶର କରୋନା କ୍ୟାପିଟାଲ୍ ପାଲଟିଛି ମହାରାଷ୍ଟ୍ର। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ ହଜାର ୭୫୮ରେ ପହଞ୍ଚିଛି। ରାଜ୍ୟରେ ଗତକାଲି ୯୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧୭ଶହ ୯୨ରେ ପହଞ୍ଚିଛି। ତେବେ ମହାରାଷ୍ଟ୍ରର ଅଧାରୁ ଅଧିକ କରୋନା ଆକ୍ରାନ୍ତ ଓ ସେଥିଜନିତ ମୃତ୍ୟୁ ମୁମ୍ବାଇରେ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଚିନ୍ତା ବଢ଼ାଇଛି ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସମସ୍ୟା। ଏଭଳି ଭୟର ବାତାବରଣ ଭିତରେ ପ୍ରାୟ ୩ ମାସ ହେଲା […]

  • Monday, 26 July 2021
covid19
ସୁବର୍ଣ୍ଣପୁରରେ ୪ କରୋନା ଆକ୍ରାନ୍ତ ଚିହ୍ନଟ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଆଉ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୋନପୁର ବ୍ଲକର ୨, ତରଭା ଓ ଡୁଙ୍ଗୁରିପାଲି ବ୍ଲକରୁ ଜଣେ ଲେଖାଏ ଆକ୍ରାନ୍ତ ଅଛନ୍ତି। ଏମାନେ ସମସ୍ତେ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ। କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ପରେ ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୁବର୍ଣ୍ଣପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିଭଳି ଗଞ୍ଜାମ ଜିଲ୍ଲା ପୋଲସରା ଥାନାର ଦୁଇଜଣ ହୋମଗାର୍ଡ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା […]

  • Monday, 26 July 2021
coronavirus
ଦୁଇ ହୋମଗାର୍ଡ କରୋନା ଆକ୍ରାନ୍ତ

ଗଜାମ: ଗଞ୍ଜାମ ଜିଲ୍ଲା ପୋଲସରା ଥାନାର ଦୁଇଜଣ ହୋମଗାର୍ଡ କରୋନାରେ ଆକ୍ରାନ୍ତ ହୋଇଛନ୍ତି।  ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଗଂଜାମ ଏସ୍‌ପି। ଏହି ଦୁଇ ଜଣ ହୋମଗାର୍ଡ ଜଗନ୍ନାଥପୁର ରେଲୱେ ଷ୍ଟେସନ ଓ ଟିଏମ୍‌ସିରେ ନିୟୋଜିତ ଥିଲେ। ଜଣେ ହୋମଗାର୍ଡଙ୍କୁ ପାରଳା ମହାରାଜା କୋଭିଡ ହସପିଟାଲ ଓ ଅନ୍ୟଜଣଙ୍କୁ ସୀତାପାଲି ସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଗଂଜାମ ଏସ୍‌ପି। ସେହିଭଳି ଆଜି ରାଜ୍ୟରେ ୭୬ କରୋନା […]

  • Monday, 26 July 2021
pakistan
ଲକ୍‌ଡାଉନ୍‌ ଯୋଗୁ ଫସିଥିବା ୧୭୯ ପାକିସ୍ତାନୀ ନାଗରିକଙ୍କୁ ସ୍ୱଦେଶ ପଠାଇଲା ଭାରତ

ନୂଆଦିଲ୍ଲୀ: ସ୍ୱେଦେଶ ପ୍ରତ୍ୟାବର୍ତ୍ତନ କଲେ ୧୭୯ ପାକିସ୍ତାନୀ ନାଗରିକ। ଲକ୍‌ଡାଉନ୍ ଯୋଗୁଁ ଭାରତରେ ଫସି ରହିଥିବା ୧୭୯ ଜଣ ପାକିସ୍ତାନୀ ନାଗରିକ ଏବେ ନିଜ ଦେଶକୁ ଫେରିଛନ୍ତି। ବୈଦେଶିକ ମନ୍ତ୍ରାଳୟର ଉଦ୍ୟମରେ ପାକିସ୍ତାନୀ ନାଗରିକମାନେ ନିଜ ଦେଶକୁ ଫେରିପାରିଛନ୍ତି। ମଧ୍ୟ ପ୍ରଦେଶ, ଛତିଶଗଡ଼, ଦିଲ୍ଲୀ, ମହାରାଷ୍ଟ୍ର, ହରିୟାଣା, ଉତ୍ତର ପ୍ରଦେଶ ଭଳି ବିଭିନ୍ନ ରାଜ୍ୟରେ ଫସି ରହିଥିବା ପାକିସ୍ତାନୀ ନାଗରିକଙ୍କୁ ନିଜ ଦେଶକୁ ପଠାଇ ଦେଇଛି ଭାରତ। ଏ ନେଇ ପୂର୍ବରୁ ଅମ୍ରିତସର ପୋଲିସ କମିଶନରଙ୍କ ସହ […]

  • Monday, 26 July 2021
jagannatha
ରାତି ୧ଟାରୁ ୪ଟା ମଧ୍ୟରେ ହେବ ସ୍ନାନଯାତ୍ରା ପହଣ୍ଡି

ପୁରୀ: ଏବର୍ଷ ରାତି ୧ଟାରୁ ୪ଟା ମଧ୍ୟରେ ହେବ ସ୍ନାନଯାତ୍ରା ପହଣ୍ଡି। ଛତିଶା ନିଯୋଗ ସହ ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି। ସ୍ନାନଯାତ୍ରା ନେଇ ଛତିଶା ନିଯୋଗର ମତାମତ ନିଆଯାଇଛି। ସର୍ବନିମ୍ନ କେତେ ସେବାୟତରେ କରାଯାଇପାରିବ, ୨ ଦିନ ଭିତରେ ତାଲିକା ଦେବାକୁ ସେମାନଙ୍କୁ କୁହାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ତାଲିକା ପାଇବା ପରେ ୩୦ରେ ପରିଚାଳନା କମିଟି ମିଟିଂ ହେବ। ଏହି ବୈଠକରେ ଆଲୋଚନା […]

  • Monday, 26 July 2021
migrant
ଅଧା ରାସ୍ତାରେ ଚାଲିଗଲା ଘରବାହୁଡ଼ା ଶ୍ରମିକଙ୍କ ଜୀବନ

ସୁବର୍ଣ୍ଣପୁର: ଅଧା ରାସ୍ତାରେ ଚାଲିଗଲା ଘରବାହୁଡ଼ା ଶ୍ରମିକଙ୍କ ଜୀବନ। ଲକଡାଉନ୍ ପାଇଁ ମୁମ୍ବାଇରେ ଫସି ରହିଥିବା କୋଲକାତାର ଜଣେ ଯୁବକଙ୍କର ଆଜି ସୁବର୍ଣ୍ଣପୁରରେ ମୃତ୍ୟୁ ହୋଇଛି। ମୃତ ଯୁବକ ଶେଖ୍ ଜାମେରୁଲ ଇସଲାମ। ସେ ମୁମ୍ବାଇର ଏକ କମ୍ପାନୀରେ କାମ କରୁଥିଲେ। କୋଲକାତାର ୧୪ ଜଣ ଯୁବକ ଗତ ୨୩ ତାରିଖରୁ ମୁମ୍ବାଇରୁ କୋଲକାତା ଅଭିମୁଖେ ବାହାରିଥିଲେ। ବିଭିନ୍ନ ଗାଡ଼ିକୁ ଲିଫ୍ଟ ମାଗି ରାୟପୁରରେ ପହଞ୍ଚିବା ପରେ ସେଠାରୁ ସୋନପୁର ଆସିଥିଲେ। ତେବେ ସୋନପୁରରୁ ଚାଲି ଚାଲି […]

  • Monday, 26 July 2021
prabsi
ପୁଣି ଚେନ୍ ଟାଣି ଓହ୍ଲାଇଲେ ୪୩୧ ପ୍ରବାସୀ ଶ୍ରମିକ

ଭୁବନେଶ୍ୱର: ପୁଣି ଥରେ ଚେନ୍ ଟାଣି ଓହ୍ଲାଇଲେ ପ୍ରବାସୀ ଶ୍ରମିକ। ଗଞ୍ଜାମ ଖଲିକୋଟ ଷ୍ଟେସନ୍‌ରେ ଓହ୍ଲାଇ ପଡ଼ିଛନ୍ତି ୪୩୧ ଜଣ ଶ୍ରମିକ। ସୁରତରୁ ଶ୍ରମିକ ସ୍ପେଶାଲ୍ ଟ୍ରେନ୍‌ରେ ଶ୍ରମିକଙ୍କୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍‌ରେ ଓହ୍ଲାଇବା ନେଇ ଯୋଜନା ଥିଲା। ତେବେ ଏଥିରେ ଗଞ୍ଜାମ ଜିଲ୍ଲାର ଶ୍ରମିକ ଥିଲେ। ବ୍ରହ୍ମପୁର ଦେଇ ଟ୍ରେନ୍ ଯାଇଥିଲେ ବି ଏମାନଙ୍କୁ ଓହ୍ଲାଇବାକୁ ଅନୁମତି ମିଳିନଥିଲା। ବ୍ରହ୍ମପୁର ଷ୍ଟେସନ୍‌ରେ ଏମାନଙ୍କୁ ଓହ୍ଲାଇବାକୁ ବାରଣ କରାଯାଇଥିବା ଶ୍ରମିକମାନେ କହିଛନ୍ତି। ତେବେ ଖଲିକୋଟ୍ ଷ୍ଟେସନ୍ ଦେଇ […]

  • Monday, 26 July 2021
corona
କରୋନା ଅପ୍‌ଡେଟ୍: ସକାଳେ ୭୬ ଆକ୍ରାନ୍ତ ହୋଇଥିଲେ ଏବେ ୭୯ ସୁସ୍ଥ ହେଲେ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେତିକି ବଢ଼ୁଛନ୍ତି ସେଇ ଅନୁସାରେ ରୋଗୀ ସୁସ୍ଥ ମଧ୍ୟ ହେଉଛନ୍ତି। ଆଜି ସକାଳେ ରାଜ୍ୟରେ ୭୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ୭୯ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। Another 79 #Covid19 patients have recovered and are being discharged. 11 are from Ganjam 5 from Jajpur 17 from Balasore 4 […]

karnataka
ସାବଧାନ ! ଶିଶୁଙ୍କ ପାଇଁ କ୍ଷତିକାର ହୋଇପାରେ ମାସ୍କ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସ୍ଥିତି ଯୋଗୁ ମାସ୍କ ବ୍ୟବହାରକୁ ନେଇ ସମୟ ସମୟରେ ନିଷ୍ପତ୍ତି ବଦଳିଛି। ପ୍ରଥମେ କେବଳ ସ୍ୱାସ୍ଥ୍ୟକର୍ମୀ, କରୋନା ଲକ୍ଷଣ ଥିବା ବ୍ୟକ୍ତି କିମ୍ବା କୌଣସି ଫ୍ଲୁଜନିତ ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ମାସ୍କ ପିନ୍ଧିବାକୁ କୁହାଯାଇଥିଲା। ପରେ ମାସ୍କ ପିନ୍ଧିବା ଦ୍ୱାରା ଅନେକାଂଶରେ ସଂକ୍ରମଣକୁ ରୋକାଯାଇପାରିବା ବୋଲି ରିପୋର୍ଟ ଆସିବା ପରେ ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କଲେ ସରକାର। ତେବେ ସ୍ୱାଶ ରୋଗୀ ଓ ଛୋଟ ପିଲାଙ୍କ ପାଇଁ ଏହା ବାଧ୍ୟତାମୁଳକ […]

  • Monday, 26 July 2021
temple
ଜୁନ୍‌ ୧ ତାରିଖରୁ ଖୋଲିବ ମନ୍ଦିର; କଂଗ୍ରେସ କହିଲା, ସାମ୍ପ୍ରଦାୟିକ ରାଜନୀତି କରନି

ବେଙ୍ଗାଲୁରୁ: ଜୁନ୍‌ ୧ ତାରିଖରୁ ସବୁ ମନ୍ଦିର ଖୋଲିବା ନେଇ କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛି କଂଗ୍ରେସ। ଯଦି ସରକାର ଦେବାଳୟ ଖୋଲିବା କଥା ନିଷ୍ପତ୍ତି ନେଇଛନ୍ତି ତେବେ ମସ୍‌ଜିଦ୍ ଓ ଚର୍ଚ୍ଚ ଆଦି ସବୁ ଧର୍ମର ଦେବାଳୟ ଖୋଲନ୍ତୁ ନହେଲେ କିଛି ଖୋଲନ୍ତୁ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଏନ୍‌ଏ ହରିସ। ବେଙ୍ଗାଲୁରୁର ଶାନ୍ତିନଗରରୁ ବିଧାୟ ହୋଇଥିବା ହରିସ୍ ୟେଦୁରପ୍ପାଙ୍କ ବିରୋଧରେ ସାମ୍ପ୍ରଦାୟିକ ରାଜନୀତି କରୁଥିବା ଅଭିଯୋଗ ଆଣି ଧର୍ମକୁ ନେଇ ସେମାନେ […]

  • Monday, 26 July 2021
dsf
କଣ୍ଟେନମେଣ୍ଟ ଜୋନ୍‌କୁ ନେଇ ବିବାଦ: ସେପଟେ ପବ୍ଲିକ ଏପଟେ ପୁଲିସ୍ ମଝିରେ ନିଆଁ, ବର୍ଷିଛି ଟେକା ପଥର

ଭୁବନେଶ୍ୱର: କରୋନାର କରାଳ କାୟା ଭିତରେ କଣ୍ଟେନମେଣ୍ଟ ଜୋନ୍‌କୁ ନେଇ ତେଜୁଛି ବିବାଦ। କେଉଁଠି ବିଦ୍ରୋହ ତ ଆଉ କେଉଁଠି ବିକ୍ଷୋଭ। ମାସେ ଧରି ବଳବତ୍ତର ଥିବା କଣ୍ଟେନମେଣ୍ଟ ଜୋନ୍‌ର ଉଚ୍ଛେଦ ଦାବି କରି ଆଜି ରାଉରକେଲା ମହତାବ ରୋଡ୍‌ରେ ହଙ୍ଗାମା କରିଥିଲେ ସ୍ଥାନୀୟ ବାସିନ୍ଦା। ଏପରିକି ପୋଲିସ ଉପରକୁ ଟେକାପଥର ମାଡ଼ କରିଥିଲେ। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି ସତ, କିନ୍ତୁ ସମାଧାନର ବାଟ ଫିଟିନି। ତେବେ ରାଉରକେଲା ନୁହଁ, ଭୁବନେଶ୍ୱର କଳାରାହାଙ୍ଗ ଅଞ୍ଚଳରେ ବି […]

  • Monday, 26 July 2021
old
ଶାସନ କଳକୁ ନାକେଦମ କରିଛି କ୍ୱାରେଣ୍ଟିନ କେଁ: ସେଣ୍ଟର ପରିଚାଳନା ନେଇ ଟାର୍ଗେଟ୍ କଲେ ବିରୋଧୀ

ଭୁବନେଶ୍ୱର: ଶାସନ କଳକୁ ନାକେଦମ କରିଛି କ୍ୱାରେଣ୍ଟିନ ସେଣ୍ଟର କେଁ। କେଉଁଠି ଖାଇବା ପିଇବା ଅବ୍ୟବସ୍ଥା ଅଭିଯୋଗରେ ପ୍ରବାସୀ ରାସ୍ତାକୁ ଓହ୍ଲାଉଛନ୍ତି ତ ଆଉ କେଉଁଠି ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ମୁଣ୍ଡବ୍ୟଥା ବଢ଼ାଇଛି। ଏପଟେ ଏଯାଏଁ ୩ ଲକ୍ଷ ପ୍ରବାସୀ ଆସି ସାରିଥିବା ବେଳେ ଟ୍ରେନ୍, ବିମାନ ଚଳାଚଳ ଦୃଷ୍ଟିରୁ ଆଗକୁ ସଂଖ୍ୟା ଆହୁରି ବଢ଼ିବ। ଏହାକୁ ଦେଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ମାସେ ସରକାରଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ। ସେପଟେ ବିରୋଧୀ କ୍ୱାରେଣ୍ଟିନ୍ […]

  • Monday, 26 July 2021
puspa
ହାଇଡ୍ରୋକ୍ସିକ୍ଲୋରକ୍ୱିନ୍‌ ପରୀକ୍ଷଣକୁ ମନା କଲା WHO

ନୂଆଦିଲ୍ଲୀ: ମ୍ୟାଲେରିଆ ଚିକିତ୍ସାରେ ବ୍ୟବହୃତ ହେଉଥିବା ହାଇଡ୍ରୋକ୍ସିକ୍ଲୋରକ୍ୱିନ୍‌ ଟାବଲେଟ୍‌ର ପରୀକ୍ଷଣକୁ ମନା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)। ସୁରକ୍ଷା ପାଇଁ ଏହାର ଟେଷ୍ଟିଂକୁ ବାରଣ କରାଯାଇଥିବା ସୋମବାର WHOର ନିର୍ଦ୍ଦେଶକ ଟେଡ୍ରସ ଅନ୍ଧନୋମ୍ ଘେବ୍ରିୟେସସ୍ କହିଛନ୍ତି। ସୁରକ୍ଷା ତଥ୍ୟ ସମୀକ୍ଷା କରିବା ପରେ ଅସ୍ଥାୟୀ ଭାବେ ଏହାର ପରୀକ୍ଷଣକୁ ସ୍ଥଗିତ ରଖାଯାଇଛି ବୋଲି ଟେଡ୍ରସ ସୂଚନା ଦେଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳିନ କାର୍ଯ୍ୟକ୍ରମରେ ମୁଖ୍ୟ ମାଇକେ ରେୟାନ୍ ମଧ୍ୟ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌ ଟାବଲେଟ୍‌ର ପରୀକ୍ଷଣ ବନ୍ଦ ହେବା […]

  • Monday, 26 July 2021