ଢେଙ୍କାନାଳ: ‘ଡାଡି’ଙ୍କ ନାଁରେ ଚାର୍ଜସିଟ୍ ଦାଖଲ। ବହୁଚର୍ଚ୍ଚିତ ଢେଙ୍କାନାଳ ବେଲଟିକିରି ସେଲଟର୍ ହୋମ୍ ଯୌନ ନିର୍ଯାତନା ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି। ମୁଖ୍ୟ ଅଭିଯୁକ୍ତ ଫୟାଜ୍ ରେହମାନ୍ଙ୍କ ନାଁରେ ଢେଙ୍କାନାଳ ପୁଲିସ୍ ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟ୍ରେ ସେଲଟର୍ ହୋମ୍ର ଇନ୍ଚାର୍ଜ ସୀମାଞ୍ଚଳ ନାୟକ ଓ ଅନ୍ୟ ଅଭିଯୁକ୍ତଙ୍କ...
ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ୩ ପୁଲିସ୍ କର୍ମଚାରୀ ସଂଘ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜିଠାରୁ କଳାବ୍ୟାଜ୍ ପିନ୍ଧି ଓଡ଼ିଶା ପୁଲିସ୍ ହାବିଲଦାର-ସିପାହୀ-କନଷ୍ଟେବଳ ମହାସଂଘ, ଓଡ଼ିଶା ପୁଲିସ୍ ସଂଘ ଏବଂ ଓଡ଼ିଶା ପୁଲିସ୍ ସେବା ସଂଘ ଆନ୍ଦୋଳନ କରୁଛନ୍ତି। ଏହି ୩ ସଂଘର ପ୍ରାୟ ୬୦ ହଜାର କର୍ମଚାରୀ...
ବାଲେଶ୍ୱର: ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଚାଷୀମାନଙ୍କ ରାଗ ପଞ୍ଚମର ଚଢ଼ିଛି। ଏଥିପାଇଁ ଚାଷୀମାନେ ସମବାୟ ସମିତିରେ ତାଲା ପକାଇବା ସହିତ ସଭାପତିଙ୍କୁ ଗଛରେ ବାନ୍ଧି ଅଟକ ରଖିଛନ୍ତି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଆଳଦା ସେବା ସମବାୟ ସମିତିରେ ଏହିଭଳି ଘଟଣା ଦେଖିବାକୁ ମିଳିଛି। ସେଠାରେ ୧୮ହଜାର...
କେନ୍ଦ୍ରାପଡ଼ା: ଦି ପଇସା ପାଇବା ଆଶାରେ ଚାଷୀମାନେ ବୀମା କମ୍ପାନୀକୁ ପ୍ରିମିୟମ ରାଶି ଦେଇଥିଲେ। କିନ୍ତୁ ତାଙ୍କର ସବୁ ଆଶା ଆଶାରେ ରହିଗଲା। ଫସଲ ଉଜୁଡ଼ିଗଲା ହେଲେ ବୀମା ରାଶି ମିଳିଲା ନାହିଁ। କେନ୍ଦ୍ରାପଡ଼ା ଜିଲ୍ଲା ଜଜାଙ୍ଗ ଗାଁର ଶତାଧିକ ଚାଷୀ ଏବେ ବୀମା କମ୍ପାନୀର ସହାୟତା ପାଇଁ...
କାମାକ୍ଷାନଗର/ପାରାଦୀପ: ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନୀତୀନ ଗଡ଼କରୀ। ସେ କାମାକ୍ଷାନଗରରେ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି। ଏଥିସହିତ ଗଡ଼କରୀ ୨ ହଜାର ୩୩୫ କୋଟି ମୂଲ୍ୟର ତିନିଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମି ପୂଜନ କରିଛନ୍ତି। ଏହି ଅବସରରେ...
ନୂଆଦିଲ୍ଲୀ: ବ୍ୟବସାୟୀ ତଥା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରବର୍ଟ ଭଦ୍ରା ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ED ଆଗରେ ହାଜର ହୋଇପାରନ୍ତି। ଏକ ମନି ଲଣ୍ଡରିଂ ମାମଲାରେ ଭଦ୍ରାଙ୍କୁ ସମନ ଜାରି କରାଯାଇଥିଲା। ଯଦି ଆଜି ଭଦ୍ରା ହାଜର ହୁଅନ୍ତି ତାଙ୍କୁ ଏହି ଜମି କିଣା,...
ନୋଇଡା: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପୁତ୍ତଳିକାକୁ ଗୁଳି କରିବା ମାମଲାରେ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶକୁନ ପାଣ୍ଡେ ଗିରଫ ହୋଇଛନ୍ତି। ନୋଇଡାରେ ପ୍ରବେଶ ସମୟରେ ଆଲିଗଡ ପୁଲିସ୍ ତାଙ୍କୁ ଗିରଫ କରିଛି। ଶକୁନଙ୍କ ସ୍ୱାମୀ ଅଶୋକ ପାଣ୍ଡେଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି। ଏହି ମାମଲାରେ...