• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 14 September 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sarbeswar
  • 3 years ago

ଅଙ୍ଗନବାଡ଼ି ଦିଦିଙ୍କ କୁବେର ଭଳି ସମ୍ପତ୍ତି

ଅଙ୍ଗନବାଡ଼ି ଦିଦିଙ୍କର ସମ୍ପତ୍ତି ୪ କୋଟି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ବେଳେ ୪ କୋଟିର ସଂପତ୍ତି ଠାବ କରିଛି ଭିଜିଲାନ୍ସ। ଭୁବନେଶ୍ୱର କୋରଡ଼କଣ୍ଟର ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ୬ଟି ଘରେ ଭିଜିଲାନ୍ସ ରେଡ୍ କରିଥିଲା More
  • Sarbeswar
  • 3 years ago

ଲଗାଣ ବର୍ଷାରେ ରାଜ୍ୟର ୧୧୧ ବ୍ଲକ୍‌ ପ୍ରଭାବିତ: SRC

ରାଜ୍ୟରେ ଲଗାଣ ବର୍ଷାରେ ୨୦ ଜିଲ୍ଲାର ୧୧୧ ବ୍ଲକ ପ୍ରଭାବିତ ହୋଇଛି। ପ୍ରାଥମିକ ସୂଚନା ଅନୁସାରେ ୩ ହଜାର ୬ଶହ ୯୬ଟି ଗାଁ ଏବଂ ୨୭ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି। More
  • Sarbeswar
  • 3 years ago

ବାଃ ବାଃରେ ଯୋଜନା। ୩ ମାସ ତଳେ ଆରମ୍ଭ କରିଥିଲେ ଏବେ ବନ୍ଦ କରିଦେଲେ....

ବନ୍ଦ ହେଲା ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ଆଶୀର୍ବାଦ ସ୍କିମ୍। ମାତ୍ର ୩ ମାସ ଭିତରେ ଏହି ଯୋଜନାରେ ପଡ଼ିଛି ତାଲା। କୋଭିଡରେ ବାପା, ମାଆଙ୍କୁ ହରାଉଥିବା ପିଲାମାନଙ୍କୁ ସହାୟତା ଯୋଗାଇବା ଲାଗି ଏହି ସ୍କିମ୍ ଆଣିଥିଲେ ରାଜ୍ୟ ସରକାର More
  • Sarbeswar
  • 3 years ago

ବାୟା କଲା ଚୋରା ପୀରତି: ଗାର୍ଲଫ୍ରେଣ୍ଡ ସହ ଗଲେ, ଅପହରଣର ନାଟକ କଲେ

ଅପହରଣ ନୁହେଁ , ବରଂ ପୁରା ନାଟକ। ଭୁବନେଶ୍ୱରର ବହୁ ଚର୍ଚ୍ଚିତ ସ୍ୱିଗି ବୟ ଅପରହରଣ ଅଭିଯୋଗ ମାମଲାର ପର୍ଦ୍ଦାଫାସ୍ ପରେ ଏହା ଜଣାପଡ଼ିଛି। ଚୋରା ପୀରତି ପାଇଁ ଅଭିଯୁକ୍ତ ପତିତପାବନ ପୃଷ୍ଟି ଓରଫ୍ ଚିକୁନ୍ ହିଁ ଏହି ଡ୍ରାମା ରଚିଥିବା କମିଶନରେଟ୍ ପୋଲିସ୍ ସ୍ପଷ୍ଟ କରିଛି More
  • Sarbeswar
  • 3 years ago

ଉପକୂଳ ଛାଡ଼ି ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାରେ ଛେଚୁଛି ଲଘୁଚାପ ବର୍ଷା

ଜନଜୀବନକୁ କଲବଲ କଲାଣି ଲଘୁଚାପଜନିତ ଲଗାଣ ବର୍ଷା। ଉପକୂଳ ପରେ ଏବେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦେଖାଇଛି କୋପ। ଚାଷ ଉଜୁଡିଛି, ବାସ ଭାସୁଛି। ଆସନ୍ତା ୪୮ ଘଣ୍ଟା ଭିତରେ ଅବପାତ କ୍ରମଶଃ ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାବେଳେ ୧୧ ଜିଲ୍ଲାକୁ ଦେଇଛି ୟେଲୋ ୱାର୍ଣ୍ଣିଂ More
  • Sarbeswar
  • 3 years ago

ଚାନ୍ଦିପୁର ITRରେ ପୁଣି ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ର ଡାର୍ଟି ଗେମ୍

ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍ ଅଭିଯୋଗକୁ ନେଇ ପୁଣି ହଇଚଇ। ପାକିସ୍ତାନ ISIକୁ କେଇଟା ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ୪ ଜଣଙ୍କୁ ଗିରଫ କରିଛି। More
  • Sarbeswar
  • 3 years ago

ଗିରଫ ହେଲେ DRDOର ୪ ଠିକା କର୍ମଚାରୀ

ଗୁପ୍ତଚରୀ DRDOର ୪ ଠିକା କର୍ମଚାରୀ ଗିରଫ ହେଲେ। ଚାନ୍ଦିପୁର DRDOର ୪ ଠିକା କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ। ବିଦେଶୀ ସଂସ୍ଥାକୁ ତଥ୍ୟ ଲିକ୍ କରିବା ଅଭିଯୋଗରେ ଗିରଫ ହୋଇଥିବା ନେଇ ମିଳିଛି ସୂଚନା More
  • Sarbeswar
  • 3 years ago

ପ୍ରବଳ ବର୍ଷାକୁ ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ SRC

ରାଜ୍ୟର ୧୦ଟି ଜିଲ୍ଲାରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। କେବଳ ନବରଙ୍ଗପୁର ଜିଲ୍ଲାକୁ ଛାଡି ଦେଲେ ବାକି ସବୁ ଜିଲ୍ଲାରେ ସ୍ୱାଭାବିକଠୁ ଅଧିକ ବର୍ଷା ହୋଇଛି। ସବୁଠୁ ଅଧିକ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ କାକଟପୁରରେ ୫୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି More
  • Sarbeswar
  • 3 years ago

ମୂର୍ତ୍ତି ଉଚ୍ଚତା ବିବାଦ: ହାଇକୋର୍ଟକୁ ଗଲା ମାମଲା

ହାଇକୋର୍ଟ ଗଲା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା। ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଛି। ୫ ଶହ ବର୍ଷର ପୁରୁଣା ପରମ୍ପରା ବଜାୟ ରଖିବାକୁ କୋର୍ଟରେ ହୋଇଛି ଆବେଦନ। ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଏସ୍ଆର୍‌ସିଙ୍କୁ ପକ୍ଷଭୁକ୍ତ କରାଯାଇଛି। More
  • Rajalaxmi Sahoo
  • 3 years ago

କାନ୍ଥ ଭୁଶୁଡ଼ି ଜଣେ ଶିଶୁ ମୃତ, ୬ ଆହତ

ଗଞ୍ଜାମ ଧରାକୋଟରେ ଦୁଃଖଦ ଘଟଣା ଘଟିଛି। ଗଞ୍ଜାମ ଧରାକୋଟ ଥାନା ରାଶିବାଡ଼ି ରାମଚନ୍ଦ୍ରପୁର ଗାଁରେ କାନ୍ଥ ଭୁଶୁଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଶିଶୁ ଆହତ ହୋଇଛନ୍ତି। ଘର ପାଖରେ ଖେଳିବା ବେଳେ କାନ୍ଥ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। କାନ୍ଥ ତଳେ ଚାପି ହୋଇ ଜଣେ ୬ ବର୍ଷର ଶିଶୁକନ୍ୟାର ମୃତ୍ୟୁ  ହୋଇଥିବା ବେଳେ ଅନ୍ୟ ଆହତ ୬ ଶିଶୁଙ୍କୁ ଧରାକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି।  

  • Rajalaxmi Sahoo
  • 3 years ago

ସେପ୍ଟେମ୍ବର ୧୫ ପରେ ଆଶୀର୍ବାଦ ଯୋଜନାରେ ସାମିଲ ମନା

ସେପ୍ଟେମ୍ବର ୧୫ ପରେ ଆଶୀର୍ବାଦ ଯୋଜନାରେ ସାମିଲ ମନା। ଅନାଥ ହୋଇଥିବା ପିଲାଙ୍କୁ ଆସନ୍ତା ୧୫ ତାରିଖ ପରେ ଆଉ ଆଶୀର୍ବାଦ ଯୋଜନାରେ ସାମିଲ କରାଯିବନି। ଏଣିକି ଅନାଥ ପିଲାଙ୍କୁ ଶିଶୁ ସୁରକ୍ଷା ଯୋଜନାରେ ସାମିଲ କରାଯିବ। ଏନେଇ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ତେବେ ୧୫ ତାରିଖ ପୂର୍ବରୁ କରୋନା ଯୋଗୁ ଅନାଥ ହୋଇଥିବା ପିଲା ଆଶୀର୍ବାଦ ଯୋଜନାର ଲାଭ ପାଇପାରିବେ।  
 

  • Rajalaxmi Sahoo
  • 3 years ago

ଭୁଶୁଡ଼ି ପଡ଼ିଲା ଯାଜପୁରରେ ନିର୍ମିତ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‌ର ପାଚେରି

ଭୁଶୁଡ଼ି ପଡ଼ିଲା ଯାଜପୁରରେ ନିର୍ମିତ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‌ର ପାଚେରି।  ବଡ଼ଚଣା ବ୍ଲକରେ ପ୍ରସ୍ତାବିତ ବାଣୀବିହାରର ଗ୍ରାମୀଣ କ୍ୟାମ୍ପସ୍ ପାଇଁ ନିର୍ମାଣ ହୋଇଥିବା ପାଚେରି ଭୁଶୁଡ଼ିଡ଼ି ଯାଇଛି। ଗତବର୍ଷ ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଥିଲା। ତେବେ ଏତେ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପାଚେରି ବର୍ଷାରେ ଏଭଳି ଭାଙ୍ଗି ଯିବାକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି। 

  • Rajalaxmi Sahoo
  • 3 years ago

ଆରଏସପି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ BSKY ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟକାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ। ଆରଏସପି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ BSKY ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗତ ଅଗଷ୍ଟ ୧୫ରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ।  

  • Rajalaxmi Sahoo
  • 3 years ago

ପୁଣି ରାଜଧାନୀରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ

ପୁଣି ରାଜଧାନୀ ଭୁବନେଶ୍ୱରରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି। ଏଥିରେ ସମ୍ପୃକ୍ତି ନେଇ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ୨ ଜଣ ବେପାରୀଙ୍କୁ ଗିରଫ କରିଛି।ଦୁହେଁ ପଶ୍ଚିମବଙ୍ଗ ଦକ୍ଷିଣ ଚବିଶ ପ୍ରଗଣା ଅଞ୍ଚଳର ବୋଲି ଜଣାପଡ଼ିଛି। More

  • Sarbeswar
  • 3 years ago

ଚାନ୍ଦିପୁର DRDOର ୫ ଠିକା କର୍ମଚାରୀଙ୍କୁ ଉଠାଇଲା ସ୍ପେଶାଲ ସ୍କ୍ୱାଡ୍

ଚାନ୍ଦିପୁର DRDOର ୩ ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇଲା ସ୍ପେଶାଲ ସ୍ୱ୍କାର୍ଡ଼। ତେବେ ବାଲେଶ୍ୱର ପୋଲିସର ସ୍ପେଶାଲ ସ୍ୱ୍କାର୍ଡ଼ ଅଟକ ରଖିଥିବା ନେଇ ମିଳିଛି ସୂଚନା। ଆଜି ସକାଳେ DRDO ଗେଟ୍ ସମ୍ମୁଖରୁ ଉଠାଇ ଆଣିଥିଲା ପୋଲିସ More

  • Rajalaxmi Sahoo
  • 3 years ago

ମୂର୍ତ୍ତିର ଉଚ୍ଚତା ଅଧିକ ହେଲେ ମଣ୍ଡପରେ ଜମିବ ଭିଡ଼; ବଢ଼ିପାରେ ସଂକ୍ରମଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ପାର୍ବଣରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଓ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧି ବା କମ୍ ସହ କରୋନା ସଂକ୍ରମଣର ସିଧାସଳଖ କୌଣସି ସମ୍ପର୍କ ନାହିଁ। ହେଲେ ମୂର୍ତ୍ତିର ଉଚ୍ଚତା ଅଧିକ ହେଲେ, ଲୋକେ ଆକର୍ଷିତ ହେବେ ଓ ମଣ୍ଡପରେ ଭିଡ଼ ହେବାର ସମ୍ଭାବନା ରହିଛି। More

  • Prangyan Parimita
  • 3 years ago

ପାଣିକୋଇଲିରେ ଡବଲ ମର୍ଡର ଘଟଣାର ପର୍ଦ୍ଧାଫାସ୍ : କିନ୍ନରଙ୍କ ସହ ଶାରିରୀକ ସମ୍ପର୍କକୁ ନେଇ ହୋଇଥିଲା ଗଣ୍ଡଗୋଳ

ଗତ ୩ ତାରିଖରେ ପାଣିକୋଇଲି ସୋତି ଗାଁ ନିକଟ ଏକ ପୋଲ ନିକଟରୁ ଜହ୍ନା ଗାଁର ବାବୁଲି ସାହୁଙ୍କ ପୁଅ ବିଜୟ ସାହୁ ଓ ସେହି ଗାଁର ମାନସ ଦାସଙ୍କ ମୃତ ଦେହ ମିଳିଥିଲା । ସ୍ଥାନୀୟ ଲୋକମାନେ ମୃତଦେହ ଦେଖି ପାଣିକୋଇଲି ପୋଲିସକୁ ଖବର ଦେଇଥିଲେ । ଦୁର୍ଘଟଣା ଜନିତ ମୃତ୍ୟୁ ଚିନ୍ତା କରି ତଦନ୍ତ ଆରମ୍ଭ କରିଥିଲା ପାଣିକୋଇଲି ପୋଲିସ More

  • Rajalaxmi Sahoo
  • 3 years ago

ରାଜ୍ୟର ୧୦ ଜିଲ୍ଲାରେ ୨୦୦ ମି.ମି.ରୁ ଅଧିକ ବର୍ଷା ରେକର୍ଡ: ବୌଦ୍ଧରେ ସର୍ବାଧିକ, ନବରଙ୍ଗପୁରରେ ସର୍ବନିମ୍ନ

ରାଜ୍ୟର ୧୦ଟି ଜିଲ୍ଲାରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ନବରଙ୍ଗପୁର ଜିଲ୍ଲାକୁ ଛାଡି ଦେଲେ ବାକି ସବୁ ଜିଲ୍ଲାରେ ସ୍ୱାଭାବିକଠୁ ଅଧିକ ବର୍ଷା ହୋଇଛି। ୨ ଦିନରେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୩୬୧ ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ୩୬୦ ମି.ମି. ବର୍ଷା ରେକର୍ଡ ହୋଇଛି। More

  • Prangyan Parimita
  • 3 years ago

ଗରିବ ବୁଢ଼ା ବାପା ମୁଣ୍ଡରେ ଦୁଇ ଭେଣ୍ଡା ପୁଅଙ୍କ ବୋଝ, ସାହାଯ୍ୟ କରିବାକୁ ନିବେଦନ

ଅଭାବୀ ପରିବାର ଭିତରେ ଦୁଇ ଦୁଇଟା ଭେଣ୍ଡିଆ ପୁଅ ବିଛଣାରେ ଗଡୁଛନ୍ତି । ଆର୍ଥିକ ଅନଟନ ସହ ଦୁର୍ଦ୍ଧିନରେ ଦିନ କାଟୁଥିବା ବୁଢା ବାପ ପରିବାର ବୋଝ ବୋହି ବୋହି ହାଲିଆ ହୋଇଗଲେଣି । ଭଙ୍ଗା ଚାଳିଆ ଆଉ ସନ୍ତସନ୍ତିଆ ଘରେ ମୁଣ୍ଡ ଗୁଞ୍ଜିଥିବା ପରିବାରକୁ ସରକାରୀ ସହାୟତାରେ ନା ପକ୍କାଘର ଘରଖଣ୍ଡେ ମିଳିଛି ନା, ପାଇଖାନାଟିଏ ମିଳି ପାରିଛି More

  • Pallipuspa Samal
  • 3 years ago

ଘରେ ବନାନ୍ତୁ ‘ଚିଙ୍ଗୁଡ଼ି ରସୁଣ ଚମଚମ୍’

ଘରେ ଆପଣ ଚିଙ୍ଗୁଡ଼ିର ଅନେକ ପ୍ରକାରର ରେସିପି ଖାଇଥିବେ । ଆଜି ଆମେ ଏକ ନୂଆ ଓ ଦେଶୀ ଶୈଳୀରେ ଚିଙ୍ଗୁଡ଼ିର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିଙ୍ଗୁଡ଼ି ରସୁଣ ଚମଚମ୍’ । More

  • Rajalaxmi Sahoo
  • 3 years ago

ଅପହରଣ ନାଟକ ରଚିଥିଲେ ଡେଲିଭରି ବଏ; ମଧ୍ୟପ୍ରଦେଶରେ ଯୁବତୀଙ୍କ ସହ ଧରାପଡ଼ିଲେ

ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁରରୁ ଡେଲିଭରି ବଏ ଅପହରଣ ଘଟଣାରେ ନୂଆ ଟ୍ୱିଷ୍ଟ୍‌। ଡେଲିଭରି ବଏ ପତିତପାବନ ପୃଷ୍ଟି ଓରଫ ଚିକୁନ ଜଣେ ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ଯୁବତୀ ନିଖୋଜ ହେବା ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ଏସବୁ ଭିତରେ ଏହି ପୁରା ଘଟଣା ଏକ ନୂଆ ମୋଡ଼ ନେଇଛି। More

  • Rajalaxmi Sahoo
  • 3 years ago

ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷିପାରେ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବ ଏବେ ବି ସକ୍ରିୟ ରହିଛି। ଗତ ୬ ଘଣ୍ଟାରେ ଏହା ଘଣ୍ଟା ପ୍ରତି ୨୧ କି.ମି. ବେଗରେ ଗତି କରୁଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନ ଏହା ଝାରସୁଗୁଡ଼ା ଠାରୁ ୫୦ କି.ମି. ଓ ଛତିଶଗଡ଼ରୁ ୧୩୦ କି.ମି. ଦୂରରେ ଅଛି। More

  • Rajalaxmi Sahoo
  • 3 years ago

ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡ଼ି ଦିଦି, ଭୁବନେଶ୍ୱରରେ ରହିଛି ଏକାଧିକ ବିଲ୍ଡିଂ

ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡ଼ି ଦିଦି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କୋରଡ଼କଣ୍ଟାର ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି। ଭିଜିଲାନ୍ସ ଟିମ୍‌ କବିତାଙ୍କ ୬ଟି ଘରେ ଚଢ଼ଉ କରିଛି।  More

  • Prangyan Parimita
  • 3 years ago

୨୪ ଘଣ୍ଟାରେ ୪୨୮ ନୂତନ ସଂକ୍ରମିତ ଚିହ୍ନଟ, ୪ ମୃତ

ଧୀରେ ଧୀରେ ହ୍ରାସ ପାଉଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨୮ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ୫୫ ଜଣ ଅଛନ୍ତି । ରାଜ୍ୟରେ ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୧୭୨୬୧ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୨ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ୧୭୬ ଜଣ ଅଛନ୍ତି ଲୋକାଲ୍‌ କେସ୍ । More

  • Rajalaxmi Sahoo
  • 3 years ago

ଆହୁରି ଅଧିକ ତଳିଆ ଅଞ୍ଚଳରେ ଆସିପାରେ ବନ୍ୟା, ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିବା ଲାଗି SRCଙ୍କ ନିର୍ଦ୍ଦେଶ

ଯଦି ଜନବସତି ପ୍ରଭାବିତ ହୁଏ, ତା’ହେଲେ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ପାଇଁ କୁହାଯାଇଛି। ଆବଶ୍ୟକ ସ୍ଥଳେ ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯାଉ ବୋଲି SRC ନିର୍ଦ୍ଦେଶ ଦେଇଛନ୍ତି। More

  • Prangyan Parimita
  • 3 years ago

କୁଳାଙ୍ଗାର ପୁଅ ରାମଚନ୍ଦ୍ର : ମାଡ଼ ମାରି ବାପାର ହାତ ଭାଙ୍ଗିଦେଲା, ମା’କୁ ଘୋଷାଡ଼ି ଘୋଷାଡ଼ି ପିଟିଲା

ବୟସର ଅପରାହ୍ନରେ ସାଜିବ କ’ଣ ଜୀବନ୍ତ ଭଗବାନଙ୍କୁ ଅକଥନୀୟ ନିର୍ଯାତନା ଦେଉଛି କୁଳାଙ୍ଗାର ପୁଅ । ମାଡ଼ ଖାଇ ବାପାମା’ଙ୍କ ଦେହ ହାତ ଫୁଲିଗଲାଣି , ଅନବରତ ଆଖିରୁ ଲୁହ ଢ଼ଳାଉଛନ୍ତି । ଗୋଟିଏ ମା’ ଆଖିର ଏ ଲୁହ ଅପିଶାପ ହୋଇ ଝଡ଼ିପଡ଼ିବ । ମରମକୁ ସେତିକି ବାଧିନଥିଲେ ମା’ କ’ଣ ପୁଅକୁ ଏମିତି ଘୃଣା କରିପାରିବ । ରେଢାଖୋଲ ଥାନା କୁଷାପାଲି ଗାଁର ନୀରିହ ଗରିବ ବୁଢା ବାପାମା ନିଜର ଏକମାତ୍ର ପୁଅର ନିର୍ଯାତନା ସହି ନପରି ଶେଷରେ ଥାନାର ଆଶ୍ରୟ ନେଇଛନ୍ତି । More

  • Rajalaxmi Sahoo
  • 3 years ago

ମାଲ୍‌ବାହୀ ଟ୍ରେନ୍ ଲାଇନଚ୍ୟୁତ୍‌: ବାତିଲ୍‌ ହେଲା ୧୨ଟି ଟ୍ରେନ୍‌, ୮ଟି ଟ୍ରେନର ଗତିପଥରେ ପରିବର୍ତ୍ତନ

ଅନୁଗୁଳ- ତାଳଚେର ରୋଡ୍ ରୁଟ୍‌ରେ ମାଲ୍‌ବାହୀ ଟ୍ରେନ୍ ଲାଇନଚ୍ୟୁତ୍‌ ହୋଇଛି। ଏଥିଯୋଗୁଁ ଢେଙ୍କନାଳ-ସମ୍ବଲପୁର ରୁଟ୍‌ରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଆଜି ପାଇଁ ଏକାଧିକ ଟ୍ରେନ୍‌କୁ ବାତିଲ କରାଯାଇଥିବା ବେଳେ ଅନେକ ଟ୍ରେନ୍‌ର ରୁଟ୍‌ରେ ପରିବର୍ତ୍ତନ କରାଯାଇଛି। More

  • Prangyan Parimita
  • 3 years ago

ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିନାହାଁନ୍ତି : ପିଲାଙ୍କ ଭବିଷ୍ୟତ ପାଇଁ ଗାଁ ଗାଁ ବୁଲି ବ୍ୟବସାୟ କରୁଛନ୍ତି ଜାଏଦା ବିବି

ନିଜର ଆତ୍ମବିଶ୍ୱାସ ଓ ଦୃଢ ମନୋବଳ ତାଙ୍କୁ ଜୀବନ ଜୀବିକା ନିର୍ବାହ କରିବାର ରାହା ଦେଖାଇଥିଲା । ଗାଁ ଗାଁ ବୁଲି ବ୍ୟବସାୟ କରିବାକୁ ଚିନ୍ତାକଲେ । ଜାଏଦା ପ୍ରଥମେ ଏକ ସାଇକେଲରେ ଆଖା ପାଖ ଗାଁକୁ ଯାଇ ଚୁଡି, ଟିକିଲି, ଛୋଟ ପିଲାମାନଙ୍କ ଡ୍ରେସ ସହ ଅନ୍ୟାନ୍ୟ ଷ୍ଟେସନାରୀ ସାମଗ୍ରୀ ବିକ୍ରି କରିବା ଆରମ୍ଭ କଲେ । More

  • Prangyan Parimita
  • 3 years ago

ବର୍ଷା ବିତ୍ପାତ ଯୋଗୁଁ ଭାଙ୍ଗିରୁଜି ଗଲା ଘର : ଉପୁଡ଼ିଲା ବଡ଼ ବଡ଼ ଗଛ, ଜନଜୀବନ ଅସ୍ତବ୍ୟସ୍ତ

ଢେଙ୍କାନାଳ କଙ୍କଡ଼ାଖାଡ଼ ବ୍ଲକର ବିରାଶାଳ ଗାଁରେ ଏକାଧିକ ଘର ଭାଙ୍ଗିରୁଜି ଯାଇଛି । ଏକାଧିକ କଚ୍ଚା ଘର ଭାଙ୍ଗିଥିବା ବେଳେ ରାସ୍ତା ଉପରେ ଗଛ ପଡ଼ି ରହିଛି । ଫଳରେ ଗାଁରେ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସେହିପରି କେନ୍ଦୁଝରରେ ମଧ୍ୟ ସମାନ ଅବସ୍ଥା । ଆନନ୍ଦପୁର ଉପଖଣ୍ଡ ଝାଡକୁଣ୍ଡି ଗାଁରେ ଲଗାଣ ବର୍ଷା ଯୋଗୁଁ କିଛି ଲୋକଙ୍କ ଘର ଭାଙ୍ଗି ଯାଇଛି । More

  • Rajalaxmi Sahoo
  • 3 years ago

ଆସନ୍ତା ୬ ଘଣ୍ଟାରେ ଦୁର୍ବଳ ହୋଇପାରେ ଗଭୀର ଅବପାତ, ପ୍ରବଳ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଗତ ୬ ଘଣ୍ଟାରେ ଏହା ଘଣ୍ଟା ପ୍ରତି ୧୨ କି.ମି. ବେଗରେ ଗତି କରୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି।  More

  • Prangyan Parimita
  • 3 years ago

ଆଜିଠାରୁ ଯୁକ୍ତ ୨ ନାମଲେଖା ଆରମ୍ଭ

ଆଜିଠାରୁ ରାଜ୍ୟରେ ଯୁକ୍ତ ୨ ପାଇଁ ନାମଲେଖା ଆରମ୍ଭ ହେଉଛି । ଆଡମିଶନ ସମୟରେ କୋଭିଡ୍ ଗାଇଡଲାଇନ୍ ପାଳନ ଲାଗି କଲେଜ୍ ଗୁଡିକୁ ନିର୍ଦ୍ଦେଶ ରହିଛି । ସେହିପରି ଯେଉଁମାନେ ଚାହିଁବେ ଅନଲାଇନ୍ ଜରିଆରେ ମଧ୍ୟ ଆଡମିଶନ କରିପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି । More

  • Sarbeswar
  • 3 years ago

ଆଜିଠୁ ଆରମ୍ଭ ହେଲା ଯୁକ୍ତ ତିନି ଆଡମିଶନ୍: ସେପଟେ ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇର ପ୍ରଥମ କଟ୍ ଅଫ୍ ମାର୍କ

କୋଭିଡ୍ ଓ ଲଘୁଚାପ ଜନିତ ବର୍ଷା ଭିତରେ ଯୁକ୍ତ ତିନି ଆଡମିଶନ୍ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ କ୍ୟାମ୍ପସକୁ ଯାଇ ମନ ପସନ୍ଦର କଲେଜରେ ନେଲେ ଆଡମିଶନ। ଆବଶ୍ୟକ ଡକୁମେଣ୍ଟ ଦାଖଲ କରି ନାମ ଲେଖାଉଛନ୍ତି ଛାତ୍ରଛାତ୍ରୀ More

  • Sarbeswar
  • 3 years ago

ମୂର୍ତ୍ତି ଉଚ୍ଚତାକୁ ନେଇ ବଢୁଛି ଅସନ୍ତୋଷ: ୧୨ ଘଂଟିଆ କଟକ ବନ୍ଦ ପାଳନ କଲା ବିଜେପି

ମାଆ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କଟକଣାର ଜୋରଦାର ପ୍ରତିବାଦ। ଆଜି ରାଜରାସ୍ତାକୁ ଓହ୍ଲାଇଛି କଟକ ବିଜେପି। କ଼ଟକ ନଗର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଲଗାଣ ବର୍ଷାକୁ ଖାତିର ନକରି ରାସ୍ତାରେ ପ୍ରତିବାଦ କରିଥିଲେ ଶତାଧିକ ବିଜେପି କର୍ମୀ More

  • Sarbeswar
  • 3 years ago

ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ: ୪ ଜୀବନ ନେଲା ଲଘୁଚାପ

ଅବିଶ୍ରାନ୍ତ ବର୍ଷା। ଅସ୍ତବ୍ୟସ୍ତ ଜନଜୀବନ। ଦୁଇ ଦିନର ଲଗାଣ ବର୍ଷା ପରେ ବେହାଲ ଉପକୂଳ ଓଡ଼ିଶା। ପାଣିପାଗ ବିଭାଗର ସୂଚନା ଅନୁସାରେ ଚଳିତ ଲଘୁଚାପ ବର୍ଷା ସବୁଠୁ ଅଧିକ ବର୍ଷିଛି। ଅସ୍ତରଙ୍ଗରେ ସର୍ବାଧିକ ୫୩୦ ଓ କାକଟପୁରରେ ୫୨୫ ମିଲିମିଟର ରେକର୍ଡ ବର୍ଷା ପରେ ଏ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। More

  • Pramod Behera
  • 3 years ago

ବନ ବିଭାଗର ନୂଆ ନୀତି; ହାତୀକୁ ତଡିବ ମହୁମାଛି

ସ୍ଥଳଭାଗର ସବୁଠାରୁ ବଡ଼ ଜୀବ ହାତୀକୁ ଜଗିବ ଏହା ତୁଳନାରେ ଅତି ଛୋଟ ମହୁମାଛି। ହାତୀ ଉପଦ୍ରବରେ ଅଙ୍କୁଶ ଲଗାଇବାକୁ ମହୁମାଛିଙ୍କୁ ଉପଯୋଗ କରିବ ବନ ବିଭାଗ। ଯେଉଁ ଅଞ୍ଚଳରେ ହାତୀ ଉପଦ୍ରବ ଅଧିକ ରହୁଛି, ସେସବୁ ଜାଗାରେ ରହିବ ମହୁମାଛି ବକ୍ସ। ବକ୍ସଗୁଡ଼ିକ ତାରରେ ସଂଯୋଗ କରାଯିବ। ଯେତେବେଳେ ହାତୀ ସେହି ଅଞ୍ଚଳକୁ ପ୍ରବେଶ କରିବାକୁ ଉଦ୍ୟମ କରିବ, ସେତେବେଳେ ତାର ସଂସ୍ପର୍ଶରେ ଆସିବ। ଆଉ ତାର ଦ୍ୱାରା ବକ୍ସ ଟାଣିହେଲେ ତା’ ଭିତରୁ ମହୁମାଛି ବାହାରିବେ। ମହୁମାଛିଙ୍କୁ ଆକଟ କରିବାରେ ଅକ୍ଷମ ହାତୀ ଏହାଦ୍ୱାରା ସଂପୃକ୍ତ ଅଞ୍ଚଳ ଛାଡ଼ି ଚାଲିଯିବ ବୋଲି ଆଶା ବାନ୍ଧିଛି ବନ ବିଭାଗ। More

  • Pramod Behera
  • 3 years ago

ବର୍ଷାରେ ବେହାଲ ରାଜଧାନୀ; ବୁଡ଼ିଲା କଟକ, ଉବୁଟୁବୁ ପୁରୀ

ରବିବାର ସକାଳ ୮ରୁ ସୋମବାର ସକାଳ ୮ଟା ୨୪ ଘଣ୍ଟାରେ ୬୩ ବର୍ଷର ରେକର୍ଡ ଭାଙ୍ଗି ମୂଷଳ ଧାରା ବର୍ଷାରେ ରାଜଧାନୀ ଭୁବନେଶ୍ୱର ବେହାଲ ହୋଇପଡିଛି। ସହର ଜଳମୟ ହୋଇଯାଇଛି। ରାସ୍ତା, ରେଳଷ୍ଟେସନ୍, ଗଳିକନ୍ଦି ଯେଉଁଠି ଦେଖ ସବୁଠି ପାଣି। ବସ୍‌ଷ୍ଟାଣ୍ଡ୍‌ଠୁ ବସ୍ତି, ଆପାର୍ଟମେଣ୍ଟଠୁ ଝୁମ୍ପୁଡ଼ି ସବୁ ସ୍ଥାନ ଜଳମ। କିଏ ଘର ଛାଡି ପଳାଇଲେଣି ତ ଆଉ କିଏ ପଦାକୁ ବାହାରି ପାରୁନି। ପାଣିରେ ଲହଡି ଭାଙ୍ଗୁଛି ସ୍ମାର୍ଟସିଟି। ମହାନଗର ରାସ୍ତାରେ ଗାଡ଼ି ବୁଡ଼ିବାଠୁ ନେଇ, ଗତରାତିରେ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ଫସିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। More