ଭୁବନେଶ୍ୱର : ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସଂସ୍କୃତି ବିଦ୍ୟା ଧର୍ମ ବିଜ୍ଞାନ(ଏସ୍ଭିଡିଭି)ରେ ଫିରୋଜ୍ ଖାନ୍ ନାମକ ଜଣେ ମୁସ୍ଲିମ୍ଙ୍କୁ ପ୍ରଫେସର ଭାବେ ନିଯୁକ୍ତି ଦିଆଯାଇଥିବାରୁ ବହୁତ ବଡ଼ ବିବାଦ ଦେଖାଯାଇଥିଲା। ଶତାଧିକ ଛାତ୍ରଛାତ୍ରୀ ଏହାକୁ ବିରୋଧ କରି ଆନ୍ଦୋଳନ କରିଥିଲେ। ଜଣେ ମୁସ୍ଲିମ୍ ଶିକ୍ଷକ ସଂସ୍କୃତ ପଢ଼ାଇବା କଥାକୁ...
ମୁମ୍ବାଇ: ସୁପ୍ରିମ୍କୋର୍ଟଙ୍କ ‘ଫ୍ଲୋରଟେଷ୍ଟ’ ନିର୍ଣ୍ଣୟ ମହାରାଷ୍ଟ୍ର ରାଜନୀତିର ଭୂଗୋଳ ବଦଳାଇ ଦେଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ପରେ ବିଜେପିର ଦେବେନ୍ଦ୍ର ଫଡ଼ନାଭିସ୍ ମୁଖ୍ୟମନ୍ତ୍ରୀ ପଦରୁ ଏବଂ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷରେ ବାଲ୍ ଠାକ୍ରେଙ୍କ ପରିବାରରୁ ପ୍ରଥମ ଥର ପାଇଁ ଶିବସେନା ମୁଖ୍ୟ ଉଦ୍ଧବ...
ଭୁବନେଶ୍ୱର : ଆଜି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସଫାସଫା କହିଛନ୍ତି ଯେ ଡିସେମ୍ବର ପହିଲାରୁ ଆଉ ନିସ୍ତାର ନାହିଁ। ଅର୍ଥାତ୍ ଆଉ ଟ୍ରାଫିକ୍ ନିୟମ କୋହଳ ହେବ ନାହିଁ। ତା’ସହିତ ପ୍ରତିଟି ନିୟମ ଉଲ୍ଲଂଘନ ପାଇଁ ବର୍ଦ୍ଧିତ ଜୋରିମାନା ଆଦାୟ କରାଯିବ। ତେବେ ମନ୍ତ୍ରୀଙ୍କ ଏଭଳି...
ମାଲକାନଗିରି(ଜିତେନ୍ଦ୍ର ବେଉରା): ଗତ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଫଟୋକୁ ଟ୍ୱିଟ୍ କରି ଏହା କେଉଁ ସ୍ଥାନ ବୋଲି ପଚାରିଥିଲେ? ଆଉ ଲେଖିଥିଲେ, ମୁଁ ଅନେକ ସ୍ଥାନ ଯାତ୍ରା କରିଥିଲେ ମଧ୍ୟ ଓଡ଼ିଶାର ସୌନ୍ଦର୍ଯ୍ୟ ମୋତେ ସଦାବେଳେ ବିମୋହିତ କରେ। ଏହାର କେଇ ଘଣ୍ଟା ପରେ ପୁଣି...
ଭୁବନେଶ୍ୱର : ଓଡିଶା ପାଇଁ ଗୌରବ ଆଣିଲେ ଆଉ ଜଣେ ଓଡ଼ିଆ ଝିଅ। ଖୋର୍ଦ୍ଧାର ଅନ୍ୱେଷା ଭଞ୍ଜଦେଓ ସୁଦୂର ଦିଲ୍ଲୀରେ ଆୟୋଜିତ ଇଭିକ୍ ମିସ୍ ଇଣ୍ଡିଆ ୟୁନିଭର୍ସରେ ଅଂଶଗ୍ରହଣ କରି ସେକେଣ୍ଡ ରନର୍ସଅପ୍ ହୋଇଛନ୍ତି। ସେ ସେଣ୍ଟ ଜାଭିୟର ହାଇସ୍କୁଲ, ଚନ୍ଦ୍ରଶେଖରପୁରରେ ପଢୁଛନ୍ତି । ନିଜର ଏହି ସଫଳତାର...
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପଡ଼ା ଭିତରେ ଏକ ଘରେ ଚାଲିଥିଲା ଦେହବେପାର। ଏ ସମ୍ପର୍କରେ ଜାଣିପାରି ମହିଳମାନେ ଉକ୍ତ ଘରେ ଚଢ଼ଉ କରି ଦେହବେପାର କାମର କିଙ୍ଗପିନ୍ କୁହାଯାଉଥିବା ମାଆ-ପୁଅଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ବଲାଙ୍ଗିର ଟାଉନ୍ ଥାନା ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି।...
ଭୁବନେଶ୍ୱର : “ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି। ଡିସେମ୍ୱର ପହିଲାରୁ କଡ଼ାକଡ଼ି ହେବ ନୂଆ ଟ୍ରାଫିକ୍ ନିୟମ। ପୁଣି ଗାଡ଼ିର କାଗଜପତ୍ର ଯାଞ୍ଚ କଡ଼ାକଡ଼ି ହେବ।” ଆଜି ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। କେନ୍ଦ୍ର ସରକାରଙ୍କ ନୂଆ ଟ୍ରାଫିକ୍ ନିୟମକୁ ଓଡ଼ିଶା ଲାଗୁ କରିଥିଲା।...
କଟକ : ଆସନ୍ତା ଡିସେମ୍ବର ୨୨ରେ ବାରବାଟୀରେ ହେବ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା । ଏଠାରେ ଖେଳାଯିବାକୁ ଥିବା ମ୍ୟାଚକୁ ସଫଳତାର ସହ ଆୟୋଜନ ପାଇଁ ଓସିଏ ଅଣ୍ଟାଭିଡ଼ିଛି । ଏଥିପାଇଁ ଜୋରଦାର ଚଳାଇଛି ପ୍ରସ୍ତୁତି। ଏନେଇ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ...
ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସ ଆକାଉଣ୍ଟରୁ ୪ କୋଟି ୧୪ ଲକ୍ଷ ଟଙ୍କା ହଡ଼ପ। ଫୁଲବାଣୀ ଷ୍ଟେଟ୍ ବ୍ୟାଙ୍କ ଶାଖାର କେତେକ କର୍ମଚାରୀଙ୍କ ସଲାସୁତୁରାରେ ଏହି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ତଦନ୍ତ ଚାଲିଥିବା କହି ଫୁଲବାଣୀ ଏସ୍ବିଆଇ ଶାଖା ପରିଚାଳକ ଏହା ଉପରେ କୌଣସି ମତ...
ବ୍ରହ୍ମପୁର : ମାଆର ଦଶାହରେ ପୁଅର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡି ଗାଁରେ। ଗାଁର ପ୍ରଶାନ୍ତ କୁମାର ପଟ୍ଟନାୟକ ଗତକାଲି ଭୋରରୁ ମାଆଙ୍କ ଦଶାହ କାର୍ଯ୍ୟ ପାଇଁ ବ୍ୟସ୍ତ ଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ...
ତେଲକୋଇ(ଚିନ୍ମୟ ସାହୁ) : ଓଟିଭିର ପ୍ରଭାବ । କେନ୍ଦୁଝର ବିମଳା ପଞ୍ଚାୟତ ପୁରୁଣାପାଣି ଜୁଆଙ୍ଗ ସାହିର ତିନି ଅନାଥ ଭାଇଭଉଣୀଙ୍କ କରୁଣ କାହାଣୀର ଖବର ପ୍ରସାରଣ ପରେ କେନ୍ଦୁଝର ପ୍ରଶାସନର ତତ୍ପରତା । ଚାଇଲଡ ଲାଇନର ସହାୟତାରେ ତିନି ଅନାଥ ଭାଇଭଉଣୀ ଅଶୋକ, ଶୁଶାନ୍ତ ଓ ଭଉଣୀ ନନ୍ଦିନୀକୁ...
ନୟାଗଡ଼( ଆର୍ତ୍ତତ୍ରାଣ ପ୍ରଧାନ) : ବିଦେଶରେ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ । ଏଭଳି ଅଭିଯୋଗ ଆସିଛି ନୟାଗଡ଼ ସହର ଲକ୍ଷ୍ମଣ ନଗର ଅଂଚଳରୁ । ରବି ପାଢୀ ନାମକ ଜଣେ ବ୍ୟକ୍ତି ସ୍ୱରାଧାନ ନାମକ ଏକ ସଂସ୍ଥା ଖୋଲିଥିଲେ। ଖୋର୍ଦ୍ଧା ଜିଲ୍ଲା ବାଣପୁର...
ଖୋର୍ଦ୍ଧା (ବଳରାମ ଲେଙ୍କା) : ଆଗକୁ ଆସୁଛି ନୂଆବର୍ଷ। ସେଥିପାଇଁ ପିକ୍ନିକ୍ ସ୍ପଟ୍ ଗୁଡ଼ିକରେ ଜମୁଛି ଭୋଜି ଭାତର ଆସର। ହେଲେ ଏଥର ଡିସେମ୍ୱର ୧ରୁ ୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରୁ ଅଳ୍ପ ଦୂର ବରୁଣେଇ ପାଦଦେଶରେ ପିକ୍ନିକ୍ କରିହେବ ନାହିଁ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି...
ନୂଆ ଦିଲ୍ଲୀ : ନେହରୁ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଖେଳାଳିଙ୍କ ମଧ୍ୟରେ ମାରପିଟ୍ ଘଟଣାକୁ ନେଇ କ୍ରୀଡା ଜଗତରେ ଉଦ୍ବେଗ। ବହୁ ଅନ୍ତର୍ଜାତୀୟ ଓ ଜାତୀୟ ହକି ଖେଳାଳି ଏହି ଘଟଣାକୁ ନିନ୍ଦା କରିଛନ୍ତି। ଗତକାଲି ଦିଲ୍ଲୀସ୍ଥିତ ନ୍ୟାସନାଲ ଷ୍ଟାଡିୟମରେ ପଞ୍ଜାବ ପୁଲିସ ଏବଂ ପିଏନ୍ବି ଟିମ୍ ମଧ୍ୟରେ...
ବ୍ରହ୍ମପୁର : ନବୀକରଣ ପାଇଁ ଆସନ୍ତା ୨୬ ତାରିଖରୁ ବ୍ରହ୍ମପୁର ବସ୍ଷ୍ଟାଣ୍ଡ ବନ୍ଦ ରହିବ। ମରାମତି କାମ ସରିବା ପର୍ଯ୍ୟନ୍ତ ସମସ୍ତ ବସ୍ ହଳଦିଆପଦର ବସଷ୍ଟାଣ୍ଡରୁ ଚଳାଚଳ କରିବ। ଏନେଇ ବିଡିଏ ନୋଟିସ୍ କରିଛି। ଏହାକୁ ଗଞ୍ଜାମ ବସ୍ ମାଲିକ ସଂଘ ବିରୋଧ କରିଛି। ସେଥିପାଇଁ ଆସନ୍ତାକାଲି ବ୍ରହ୍ମପୁରରୁ...
ବ୍ରିସ୍ବେନ : ଅଷ୍ଟ୍ରେଲିଆରେ ବାସ କରୁଥିବା ଜଣେ ଭାରତୀୟ ଟ୍ୟାକ୍ସି ଡ୍ରାଇଭର୍ କିଛି ପାକିସ୍ତାନ କ୍ରିକେଟରଙ୍କଠାରୁ ଭଡ଼ା ବାବଦରେ କୌଣସି ପାଉଣା ନେବାକୁ ମନା କରିଦେଇଛନ୍ତି। ଟ୍ୟାକ୍ସି ଡ୍ରାଇଭରଙ୍କ ଏହି ବ୍ୟବହାର ପାକିସ୍ତାନୀ କ୍ରିକେଟରଙ୍କ ହୃଦୟକୁ ଛୁଇଁଯାଇଥିଲା ଏବଂ ସେମାନେ ଏହା ବଦଳରେ ଉକ୍ତ ଟ୍ୟାକ୍ସି ଡ୍ରାଇଭରଙ୍କୁ ହୋଟେଲରେ...