ସୋର (ଶଶିକାନ୍ତ ବେହେରା): ସ୍କୁଲ ସମ୍ମୁଖରୁ ଶିକ୍ଷୟିତ୍ରୀଙ୍କୁ ମାରଣାସ୍ତ୍ର ଦେଖାଇ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ୩ ଜଣ ମହିଳା ଉଠାଇ ନେଇଛନ୍ତି। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଚଳରେ ଘଟିଛି। ମାତ୍ର କିଏ ଓ କଣ ପାଇଁ ଛୋଟ ଛୁଆଟିକୁ ଅପହରଣ କଲା, ତାହା...
ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ମରାମତି ଓ ସୁରକ୍ଷା ନେଇ ଆମିକସ୍ କ୍ୟୁରୀ ନିଯୁକ୍ତ ହୋଇଛନ୍ତି। ବରିଷ୍ଠ ଆଇନ୍ଜୀବୀ ଏନ.କେ. ମହାନ୍ତିଙ୍କୁ ଆଜି ହାଇକୋର୍ଟ ଆମିକସ୍ କ୍ୟୁରୀ ଭାବେ ନିଯୁକ୍ତି ଦେଇଛନ୍ତି। ସେ ଖୁବଶୀଘ୍ର କୋଣାର୍କ ଯାଇ ସୂର୍ଯ୍ୟ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିବା...
ନୂଆଦିଲ୍ଲୀ: ଆଜି ସୁନା ଓ ରୂପାର ଦର ବୃଦ୍ଧି ପାଇଛି। ଆଜି ନୂଆଦିଲ୍ଲୀରେ ସୁନା ୧୦ ଗ୍ରାମର ଦର ୩୫,୯୭୦ ଟଙ୍କା ରହିଛି। ସେହିପରି ରୂପା ଦର କେଜି ପିଛା ୨୬୦ ଟଙ୍କା ବୃଦ୍ଧି ପାଇ ୪୧,୯୬୦ ଟଙ୍କାରେ ପହଞ୍ଚିଛି। ସର୍ବଭାରତୀୟ ସରଫା ମହାସଂଘର ଉପ ସଭାପତି ସୁରେନ୍ଦ୍ର...
କଟକ : କଟକ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ପ୍ରତିଯୋଗିତାରେ ଭାରତ ରଚିଲା ସ୍ୱର୍ଣ୍ଣିମ ଇତିହାସ। ଚାମ୍ପିୟନଶିପର ସମସ୍ତ ୭ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ। ଆଜି ଶେଷ ଦିନରେ ପୁରୁଷ ଓ ମହିଳା ବିଭାଗର ଉଭୟ ସିଙ୍ଗିଲ୍ସ ଓ ଡବଲ୍ସରେ ସ୍ୱର୍ଣ୍ଣ ଜିତିଛି ଟିମ୍ ଇଣ୍ଡିଆ। ପୁରୁଷ...
ଭୁବନେଶ୍ୱର : ବର୍ଷା ଅଭାବରୁ ରାଜ୍ୟର ଅଧିକାଂଶ ଜଳଭଣ୍ଡାରରେ ସାଂଘାତିକ ସ୍ଥିତି ଦେଖିବାକୁ ମିଳିଛି। ହୀରାକୁଦ ସମେତ ପ୍ରମୁଖ ଜଳଭଣ୍ଡାର ଗୁଡ଼ିକରେ ଧାର୍ଯ୍ୟ କ୍ଷମତାଠାରୁ ଯଥେଷ୍ଟ କମ ପାଣି ରହିଛି। ସ୍ଥିତି ଏମିତି ହୋଇଛି ଯେ, ହୀରାକୁଦ ଓ ଅନ୍ୟ ଡ୍ୟାମ୍ରୁ ଜଳ ବିଦ୍ୟୁତ ଉତ୍ପାଦନ କମାଇବାକୁ ନିର୍ଦ୍ଦେଶ...
ଭୁବନେଶ୍ୱର : ନାବାଳିକା ଦୁଷ୍କର୍ମ ଓ ଶିଶୁ ନିଖୋଜ ଘଟଣାକୁ ନେଇ ବିଧାନସଭା ଅଚଳ। ରାଜ୍ୟରେ ବଢ଼ିଚାଲିଥିବା ଶିଶୁ ଯୌନ ନିର୍ଯାତନା ଓ ଅତ୍ୟାଚାରକୁ ନେଇ ଆଜି ଗୃହରେ ମିଳିତ ଭାବେ ହଙ୍ଗାମା କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଆଇନ୍ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରି...
କଟକ : ସାରଥି ଓରଫ୍ ସନ୍ତୋଷ ରାଉଳଙ୍କୁ ଆଜି ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ ଅନ୍ତେବାସିନୀ ମା ଓ ଝିଅଙ୍କ ମାମଲାରେ ତାଙ୍କୁ ଜାମିନ ମିଳିଛି। ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ। ଏହା ସହିତ...
ବଲାଙ୍ଗିର( ମନୋରଂଜନ ଯୋଷୀ) : ଭବାନୀପାଟଣା ଆଶ୍ରୟ ଗୃହରେ ନାବାଳିକାକୁ ଯୌନ ନିର୍ଯାତନା ଘଟଣାରେ ଗିରଫ ହେଲେ ସଂସ୍ଥାର ନିର୍ଦ୍ଦେଶକ ସରୋଜ ଦାସ। ବଲାଙ୍ଗିର ସି.ଡବ୍ଳୁ.ସି ତଦନ୍ତ କରି କୁକର୍ମ ସତ ବୋଲି ଭବାନୀପାଟଣା ସି.ଡବ୍ଳୁ.ସି କୁ ରିପୋର୍ଟ ଦେବା ପରେ ଅଭିଯୁକ୍ତ ନାଁରେ ରୁଜୁ ହୋଇଥିଲା ମାମଲା।...
ବାରିପଦା ( ମାଣିକ ଲାଲ୍ ପାଣି) : କୁକୁଡ଼ା ବାନ୍ତି କଲା ନାଗ ସାପ। ନାଗ ସାପଟି କୁକୁଡ଼ା ଭାଡ଼ିରେ ପଶି କୁକୁଡା ଶିକାର କରିଥିଲା। ପରେ ଗିଳି ଦେଇଥିବା କୁକୁଡ଼ାକୁ ବାନ୍ତି କରିଦେଇଥିଲା। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ କୁଳିଅଣା ବ୍ଲକ୍ କୁଳିପାଳ ଗାଁରେ। ସୂଚନା...
ଭୁବନେଶ୍ୱର : ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଖୁବ୍ଶୀଘ୍ର ଭୁବନେଶ୍ୱର-ସୁରଟ ମଧ୍ୟରେ ସପ୍ତାହରେ ୨ ଥର ବିମାନ ଚଳାଚଳ କରିବ। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅପରାଜିତା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଭେଟିବା ପରେ...
ନବରଙ୍ଗପୁର( ନବଘନ ବିଷୋୟୀ): ପାର୍କର ଭ୍ରମ ସୃଷ୍ଟି କରୁଛି ବିଦ୍ୟାଳୟ। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ ନିର୍ମାଣ ହୋଇଛି ବଗିଚା। ଯାହା ପରିବେଶ ସୁରକ୍ଷା ପ୍ରତି ଏକ ନିଆରା ଉଦାହରଣ ସୃଷ୍ଟି କରିଛି। ବିଦ୍ୟାଳୟର ଚାରିପଟେ ଶ୍ରେଣୀ ଗୃହ। ମଝିରେ ପ୍ରାୟ ୧୦ ଡିସିମିଲ୍ ଜମିରେ ବଗିଚା। ଫାଇକସ,...
ଆସିକା (ମନୋଜ ମୁନି) : ଗଞ୍ଜାମ ଆସିକା ମାଗୁରା ସରକାରୀ ସ୍କୁଲରେ ବିସ୍ଫୋରଣ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଆସିକା ପୁଲିସ। ସ୍ଥାନୀୟ ଭେଙ୍କଟାରାଇପଲ୍ଲୀ ପାହାଡ଼ରେ ଲୁଚି ରହିଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୨୫୦ଟି ଜେଲୋଟିନ୍ ପ୍ୟାକେଟ୍, ୩୫୦ କେଜି ଡିଟୋନେଟର୍ ଜବତ କରିଛି...
ଖୋର୍ଦ୍ଧା : ଧ୍ୱଂସ ପାଇବ କୁଖ୍ୟାତ ବ୍ରାଉନସୁଗାର ମାଫିଆ ଶୁଭ୍ରାଂଶୁ ପରିଡ଼ା ଓରଫ ଛୋଟାର କଳାସାମ୍ରାଜ୍ୟ। ଖୋର୍ଦ୍ଧା ସହରରେ ଛୋଟା ନାଁରେ ଥିବା ୧୫ଟି ଅର୍ଦ୍ଧନିର୍ମିତ ଘରକୁ ଆଜି ଭାଙ୍ଗିବ ପ୍ରଶାସନ। ଏଥିପାଇଁ ୫ଟି ଜେସିବି ସହ ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁୟତନ ହୋଇଛନ୍ତି। ଗତ ୧୫ତାରିଖରେ ମଧ୍ୟ...
ଭବନେଶ୍ୱର : ଅଧିକ ମଦ ବିକିଲେ ପୁରସ୍କାର ଦିଆଯିବା ନିଷ୍ପତ୍ତି ସରକାରଙ୍କ ନୁହେଁ, ବିଧାନସଭା ଷ୍ଟାଣ୍ଡିଂ କମିଟିର। ଗୃହରେ ଏହି ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ତେବେ ୨୦୦୬ ମସିହାରୁ ରାଜ୍ୟରେ ନୂଆ ମଦଦୋକାନ ଖୋଲିନାହିଁ। ରାଜ୍ୟ ସରକାର ଲାଇସେନ୍ସ ରିନ୍ୟୁଆଲ ନକରି ଇ-ଟେଣ୍ଡର କରିବାକୁ...
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ବନ୍ଦର ସାମୁଦ୍ରିକ ଥାନା ଏଏସ୍ଆଇ ରବୀନ୍ଦ୍ର ସେନାପତି ଏକ ବୃଦ୍ଧ ଦମ୍ପତିଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଠେଲାପେଲା ଓ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏନେଇ ବୃଦ୍ଧ ଦମ୍ପତି ଜଗତସିଂହପୁର ଏଏସ୍ପି ବିଶ୍ୱନାଥ ମିଶ୍ରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ...