କେନ୍ଦୁଝର : ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ମହିଳା ଗୁରୁତର। କେନ୍ଦୁଝର ଜିଲ୍ଲା ଘଷିପୁରା ବସନ୍ତପୁରା ଗାଁରେ ଗତକାଲି ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ କୋଠରୀର କାନ୍ଥ ଭୁଶୁଡି ପଡିଥିଲା। ଫଳରେ ଆହତ ହୋଇଥିବା ମଇନା ହାଁସଦାଙ୍କ ଉପରେ ମାଟିକାନ୍ଥ ଖସିପଡିଥିଲା। ପାଖରେ ଶୋଇଥିବା ୨...
ନାରାୟଣପାଟଣା : ଗାଁକୁ ନାହିଁ ରାସ୍ତା । ଆସିପାରିଲାନି ଆମ୍ବୁଲାନ୍ସ। ୩ କିଲୋମିଟର ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ଉପର ଗଡିତ ଗାଁରେ । ସୂଚନା ମୁତାବକ, ଆଜି ସକାଳୁ ଗାଁର ସୋନିଆ ଜାନୀଙ୍କ ପତ୍ନୀ...
ନୂଆଦିଲ୍ଲୀ: ହରିୟାଣାରେ ଦ୍ୱିତୀୟ ଥର କ୍ଷମତା ଦଖଲ ପାଇଁ ଯୋଜନା କରିଥିବା ବିଜେପିର ବିଜୟ ରଥ ଅଟକି ଯାଇଛି। ୯୦ ଆସନ ବିଶିଷ୍ଟ ବିଧାନସଭାରେ ୭୫ଟି ଆସନ ଜିତିବି ବୋଲି ସ୍ୱପ୍ନ ଦେଖୁଥିବା ବିଜେପିକୁ ବଡ଼ ଝଟକା ଲାଗିଛି। ଏଠାରେ ଦଳ ୪୦ଟି ଆସନ ଜିତି ପାରିଛି। ତେବେ...
ଭୁବନେଶ୍ୱର : ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ଏକଲବ୍ୟ ମଡେଲ୍ ସ୍କୁଲର ପିଲାମାନଙ୍କ ସହ ବସି ମଧ୍ୟାହ୍ନ ଭୋଜନରେ ଚିକେନ୍ ଖାଇବା ଏବେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ମହଙ୍ଗା ପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ମାତ୍ର ୨ଦିନ ନପୁରୁଣୁ କେଉଁ ପରିସ୍ଥିତିରେ ପିଲାମାନଙ୍କ ସହ...
ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ଓଡ଼ିଶାରେ ବର୍ଷା ଲାଗି ରହିଛି। ଯେଉଁଥିପାଇଁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଆସନ୍ତାକାଲି ପ୍ରବଳ ବର୍ଷାର ପରିମାଣ ବଢ଼ିବାର ଆଶଙ୍କା ରହିଛି। ସେଥିପାଇଁ ୧୦ଟି ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ସରକାର ଘୋଷଣା କରିଛନ୍ତି। ଏହି...
ବିଜେପୁର: ବିଜେପୁର ବ୍ୟାଟେଲରେ ରୀତାଙ୍କ ରେକର୍ଡ। ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଜିତିଥିବା ବ୍ୟବଧାନ ଠାରୁ ୪୦ ହଜାରରୁ ଅଧିକ ଭୋଟ୍ ପାଇ ବିଜୟୀ ହୋଇଛନ୍ତି ରୀତା ସାହୁ। ଏମିତିକି ପ୍ରାୟ ୯୮ ହଜାର ଭୋଟ୍ ବ୍ୟବଧାନରେ ଜିତି ଓଡିଶା ବିଧାନସଭା ଇତିହାସରେ ସର୍ବକାଳୀନ ରେକର୍ଡ କରିଛନ୍ତି ରୀତା ।...
ମହାରାଷ୍ଟ୍ର : ମହାରାଷ୍ଟ୍ରରେ ପୁଣି ଚାଲିବ ବିଜେପି-ଶିବସେନା ମେଣ୍ଟ । ସରକାର ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ରାଜ୍ୟବାସୀ ପୁଣି ଏନଡିଏ ମେଣ୍ଟ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ତେବେ ୨୦୧୪ ଅପେକ୍ଷା ଏନଡିଏର ଆସନ ସଂଖ୍ୟା କମିଥିଲେ ବି ଦଳ କ୍ଷମତା ବଜାୟ ରଖିବାକୁ ସକ୍ଷମ ହୋଇଛି।...
ନୟାଗଡ଼ : ଡାକ୍ତରଙ୍କ ଚିକିତ୍ସା ତ୍ରୁଟିରୁ ଗୋଟିଏ ଆଖି ହରାଇଲା ୬ ବର୍ଷର କୁନି ଝିଅ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତରଙ୍କ ବିରୋଧରେ ଆସିଛି ଏଭଳି ସଙ୍ଗୀନ୍ ଅଭିଯୋଗ। ଦଶପଲ୍ଲା ନଛିପୁର ଗାଁର ଚନ୍ଦ୍ରକାନ୍ତ ଗୋଛାୟତ ତାଙ୍କ ଝିଅ ରିଙ୍କିର ଆଖିରେ ହେଡ୍ କ୍ଲିପ୍ ବାଜି ଲାଲ...
ଭୁବନେଶ୍ୱର : ଲଗାଣ ବର୍ଷାରେ ବେହାଲ ସ୍ମାର୍ଟସିଟି ଭୁବନେଶ୍ୱର। ରାଜଧାନୀର ପ୍ରମୁଖ ରାସ୍ତା ସହ ଜଳମଗ୍ନ ହୋଇପଡିଥିଲା ଅନେକ ତଳିଆ ଅଞ୍ଚଳ। ନୟାପଲ୍ଲୀ, ଚିନ୍ତାମଣିଶ୍ୱର, ଗ୍ୟାରେଜ ଛକ, ଲକ୍ଷ୍ମୀସାଗର ଓ ପଥରବନ୍ଧ ବସ୍ତି ଅଞ୍ଚଳ ଜଳମଗ୍ନ ହୋଇପଡିଥିଲା। ଲୋକଙ୍କ ଘରେ ପାଣି ପଶିବାରୁ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ...
ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍ ହଲରେ ନିଆଁ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ କ୍ଷୟକ୍ଷତି ନେଇ ସୂଚନା ମିଳିପାରିନାହିଁ। ନିଆଁ ଏତେ ଭୟଙ୍କର ଯେ ଭିତରକୁ ଯିବା ସମ୍ଭବପର ହେଉନାହିଁ। ତଥାପି ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ବର୍ତ୍ତମାନ ନିଆଁ ଲିଭାଇବା କାର୍ଯ୍ୟରେ ୨ଟି ଦମକଳ ଲାଗିଛି।
ବାଲିଗୁଡ଼ା (ଅଜିତ ନାୟକ) : ଚଳନ୍ତା ଅଟୋ ଉପରେ ଗଛ ପଡ଼ି ଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଦୁଃଖଦ ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି–ଡୁଲୁରୀ ମୁଖ୍ୟ ରାସ୍ତାରେ ଘଟିଛି। ତେବେ ଅଟୋରେ ବସିଥିବା ୫ ଜଣଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।...
ଜଳେଶ୍ୱର : ଲାଞ୍ଚ କାରବାରର ଆଉ ଏକ ସାଂଘାତିକ ଭିଡ଼ିଓ। ଏଥର ସାମ୍ନାକୁ ଆସିଛି ୧୦୮ ସରକାରୀ ଆମ୍ବୁଲାନ୍ସ କର୍ମଚାରୀଙ୍କ ଲାଞ୍ଚ କାରବାରର ଭାଇରାଲ୍ ଭିଡ଼ିଓ। ରୋଗୀଙ୍କୁ ମେଡ଼ିକାଲ୍ ନେବା ପାଇଁ ଡ୍ରାଇଭର, ହେଲପର୍ ଏବଂ ଫାର୍ମାସିଷ୍ଟ କେମିତି ଲାଞ୍ଚ ନେଉଛନ୍ତି ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ, ତାହାର...
ଯାଜପୁର (ଅଭୟ ପତି): ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ‘ରଙ୍ଗଶାଳା’ କୁହାଯାଉଥିବା ଗେଷ୍ଟ ହାଉସ ଭାଙ୍ଗିବ ପ୍ରଶାସନ। ଗେଷ୍ଟ ହାଉସଟି ସରକାରୀ ଜମିରେ ନିର୍ମାଣ ହୋଇଥିବାରୁ ତହସିଲଦାରଙ୍କ ରିପୋର୍ଟ ପରେ ଭାଙ୍ଗିବା ପାଇଁ ସ୍ଥିର କରାଯାଇଛି। ତେବେ ବର୍ତ୍ତମାନ ତଦନ୍ତ ଚାଲିଥିବାରୁ...
ବଲାଙ୍ଗିର(ଘଟେଶ୍ୱର ମିଶ୍ର) : ସରକାରୀ ସ୍କୁଲ, ସେବାଶ୍ରମ, ଅନାଥ ଆଶ୍ରମ, ଆହାର କେନ୍ଦ୍ର ଓ ହସ୍ପିଟାଲରେ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ କାରିବା ପାଇଁ ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମନ୍ତ୍ରୀ ଏବଂ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଆକ୍ସନ ମୁଡ୍ରେ ଆସିଛନ୍ତି ମନ୍ତ୍ରୀ...
ଭୁବନେଶ୍ୱର : ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ। ଓଡ଼ିଶା ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କୁ ହାଜର ପାଇଁ ନୋଟିସ୍ ଦିଆଯାଇଛି। ହାଇକୋର୍ଟ ବାର୍ ଆସୋସିଏସନ ସଭାପତିଙ୍କୁ ମଧ୍ୟ ହାଜର ହେବାକୁ ସବୋର୍ଚ୍ଚ ଅଦାଲତ କହିଛନ୍ତି। ଏନେଇ ଭାରତୀୟ ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କୁ ସହଯୋଗ ପାଇଁ କୋର୍ଟ କହିଛନ୍ତି।...