• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୨୮ ନଭେମ୍ବରରୁ ୪ ଡିସେମ୍ବର, ଏହି ସପ୍ତାହରେ ବିବାହ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଯିବ

ଏହି ସପ୍ତାହରେ ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ଆସିବ । ବ୍ୟବସାୟୀଙ୍କୁ ଲାଭ ମିଳିବ ,ବିବାହ ସମ୍ବନ୍ଧୀୟ ସମସ୍ୟା ସମାଧାନ ହୋଇଯିବ । ଏହି ସପ୍ତାହରେ ପରୀକ୍ଷାର୍ଥୀଙ୍କୁ ଶୁଭ ଖବର ମିଳିବ ।

Sagittarius

ଧନୁ

Monday 28 Nov 2022

ଶରୀର ଉପରେ ଧ୍ୟାନ ଦିଅନ୍ତୁ ନଚେତ୍ ଶରୀର ଅସୁସ୍ଥ ହେବାର ସମ୍ଭାବନା ଅଛି । ଆର୍ଥିକ କ୍ଷେତ୍ରରେ ପରିବର୍ତନ ହୋଇ ପରିବାରରେ ଶାନ୍ତି ଦେଖାଦେବ । ଧାତୁ ପଦାର୍ଥ ବିକ୍ରୟ କରୁଥିବା ବ୍ୟବସାୟୀ ମାନେ ଲାଭବାନ୍ ହେବେ । କ୍ୟାରିୟର ଓ ଶିକ୍ଷାକ୍ଷେତ୍ରରେ ପ୍ରତ୍ୟେକ କାର୍ଯ୍ୟକୁ ବଡ ମାନଙ୍କୁ ବୁଝିବିଚାରି କଲେ ଠିକ୍ ହେବ । ସରକାରୀ ସାହାର୍ଯ୍ୟ ସହଯୋଗ ହାତଛଡା ହେବାର ନାହିଁ । ରାଜନୀତି କ୍ଷେତ୍ରରେ ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ ।

ପ୍ରତିକାର - “ଓଁ ଶ୍ରୀଂ ଦେବକୃଷ୍ଣାୟ ଉର୍ଦ୍ଧ୍ୱଷଂତାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :