ନିଜର ପରିଶ୍ରମରେ ଅନେକ ପରିବର୍ତନ ଆଣିବେ। ବ୍ୟାଙ୍କ, ବାଲାନ୍ସ ବୃଦ୍ଧି ହେବା ସହିତ ଋଣ କରଜ ସୁଝି ପାରିବେ। ପଡ଼ୋଶୀ ବା କୁଟୁମ୍ଭଙ୍କ ସହିତ ମତାନ୍ତର ଥିଲେ ସମାଧାନ ହୋଇଯିବ।
ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ୍ ହେବେ। ଆର୍ଥିକ ସମସ୍ୟା ନିଶ୍ଚିନ୍ତ ରୂପେ ସମାଧାନ ହୋଇଯିବ। ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ କରି ପ୍ରଶଂସା ପାଇବେ। ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟା ଜାରି ରଖିବେ। ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ପାରିବେ। କର୍ମକ୍ଷେତ୍ରରେ ଜଣେ ବିଶ୍ୱସ୍ତ ଲୋକ ଠାରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡିପାରେ। ଦୀର୍ଘଦିନରୁ ଅଟଳି ରହିଥିବା ନିର୍ମାଣାଧୀନ କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇ ପାରନ୍ତି। ଧାତୁ, ଅଳଙ୍କାର, ଗୃହୋପକରଣ କିମ୍ବା ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବାକୁ ମନସ୍ଥ କରିବେ। ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ବିଶେଷ ଶୁଭଙ୍କରୀ ନୁହେଁ।
ପ୍ରତିକାର- “ଓଁ ବୃଂ ବୃହସ୍ପତୟେ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩
ନିଜର ପରିଶ୍ରମରେ ଅନେକ ପରିବର୍ତନ ଆଣିବେ। ବ୍ୟାଙ୍କ, ବାଲାନ୍ସ ବୃଦ୍ଧି ହେବା ସହିତ ଋଣ କରଜ ସୁଝି ପାରିବେ। ପଡ଼ୋଶୀ ବା କୁଟୁମ୍ଭଙ୍କ ସହିତ ମତାନ୍ତର ଥିଲେ ସମାଧାନ ହୋଇଯିବ। ପୁଞ୍ଜି ଲଗାଣ , ଆଦାନ, ପ୍ରଦାନରେ ବିଶେଷ ଲାଭବାନ୍ ହେବେ । ଲକ୍ଷ୍ୟ ହାସଲ ପରିପ୍ରେକ୍ଷୀରେ ମିଠା କଥା କହି ଅନ୍ୟମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ।