ନିଜର ପରିଶ୍ରମରେ ଅନେକ ପରିବର୍ତନ ଆଣିବେ। ବ୍ୟାଙ୍କ, ବାଲାନ୍ସ ବୃଦ୍ଧି ହେବା ସହିତ ଋଣ କରଜ ସୁଝି ପାରିବେ। ପଡ଼ୋଶୀ ବା କୁଟୁମ୍ଭଙ୍କ ସହିତ ମତାନ୍ତର ଥିଲେ ସମାଧାନ ହୋଇଯିବ।
ଦୀର୍ଘଦିନରୁ ଅଟକି ରହିଥିବା ଅମୀମାଂସୀତ ସମସ୍ୟାଟି ଆକସ୍ମିକ ଭାବରେ ଆଜି ସମାଧାନ ହୋଇଯିବ। ବନ୍ଧୁମାନଙ୍କ ପରାମର୍ଶରେ କର୍ମ କ୍ଷେତ୍ରରେ ଅନ୍ୟ ମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଆଜିର ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ ଓ ଖାଲି ହାତରେ ଫେରିବେ ନାହିଁ। ଅଲଗା ଅଲଗା ମାଧ୍ୟମରେ ଧନ ଉପାର୍ଜନ କରିବାରେ ସକ୍ଷମ ହେବେ । ବିଦ୍ୟାର୍ଥୀ ମାନଙ୍କର ସମୟ ବହୁତ ଭଲ ରହିଲେ ମଧ୍ୟ ପାଠପଢାରେ ବିଶେଷ ଧ୍ୟାନ ଦେବାକୁ ହେବ । ଛୋଟ ଛୋଟ ସମସ୍ୟାର ଅଣ ଦେଖା ନକରିଲେ ଭଲ ହେବ । ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ଫଳରେ ପ୍ରଶଂସା ପାଇବେ । ପାରିବାରିକ କ୍ଷେତ୍ରରେ କୈାଣସି ଆଳ ଦେଖାଇ ଆତ୍ମୀୟସ୍ୱଜନ ଦୂରେଇ ଯାଇପାରନ୍ତି।
ପ୍ରତିକାର- “ଓଁ ଐଂ ସ୍ତ୍ରୀଂ ଶ୍ରୀଂ ବୁଧାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫
ନିଜର ପରିଶ୍ରମରେ ଅନେକ ପରିବର୍ତନ ଆଣିବେ। ବ୍ୟାଙ୍କ, ବାଲାନ୍ସ ବୃଦ୍ଧି ହେବା ସହିତ ଋଣ କରଜ ସୁଝି ପାରିବେ। ପଡ଼ୋଶୀ ବା କୁଟୁମ୍ଭଙ୍କ ସହିତ ମତାନ୍ତର ଥିଲେ ସମାଧାନ ହୋଇଯିବ। ପୁଞ୍ଜି ଲଗାଣ , ଆଦାନ, ପ୍ରଦାନରେ ବିଶେଷ ଲାଭବାନ୍ ହେବେ । ଲକ୍ଷ୍ୟ ହାସଲ ପରିପ୍ରେକ୍ଷୀରେ ମିଠା କଥା କହି ଅନ୍ୟମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ।