• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope 25th Sep To 1st Oct 2023: ଜାଣନ୍ତୁ, କେମିତି କଟିବ ଆପଣଙ୍କ ଏହି ସପ୍ତାହ

ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ । ବହୁତ ଦିନରୁ ଚିନ୍ତା କରୁଥିବା କାମ ଟି ଆଜି ଅଳ୍ପ ପ୍ରୟାସରେ ହୋଇଯିବ ।

Libra

ତୁଳା

Monday 25 Sep 2023

ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବା ସହ ପିଲାଙ୍କ ସହ ଖୁସି ଗପ କରିବାରେ ମଉକା ଜୁଟିବ । ଚାକିରିରେ ସହକର୍ମୀ ମାନେ କାମର ପ୍ରଶଂସା କରିବେ । ରାଜନୀତି କ୍ଷେତ୍ରରେ ଉଚ୍ଚ ସମ୍ପର୍କରୁ ଲାଭବାନ ହେବେ । ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିମାନଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଯେଉଁଥିପାଇଁ ଚିନ୍ତା କରୁଥିଲେ ତାହା ଆଜି ଟିକିଏ ବିଳମ୍ବରେ ପାଇବେ । ଗଠନ ମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ । 

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬

ପ୍ରତିକାର- ଇଷ୍ଟ ଦେବୀ ମା କମଳାଙ୍କର ମନ୍ତ୍ର ପାଠ କରନ୍ତୁ