• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12 September 2023: ଏହି ରାଶିର ବ୍ୟକ୍ତି ପ୍ରେମରେ ସଫଳତା ଲାଭ କରିବେ

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ମଙ୍ଗଳବାର । ଚନ୍ଦ୍ର – କର୍କଟ ରାତ୍ରି ୧୧.୦୧ ଗତେ ସିଂହ । ତିଥି – ୧୩ଶୀ ରାତ୍ରି ୦୨.୨୧ ଗତେ ୧୪ଶୀ । ଘାତ ଚନ୍ଦ୍ର – ରାତ୍ରି ୧୧.୦୧ ଗତେ କର୍କ୍ରଟ ଓ ମକର । ଘାତ ବାର – ମକର ପୁଷ୍କର ଦୋଷ – ୧ ପାଦ-କୃଷିହାନି-ଭୂମିଦାନ ।

Gemini

ମିଥୁନ

Tuesday 12 Sep 2023

ମୃଗଶିରା- ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯିବ । ବ୍ୟବସାୟରେ ଆଶାତୀତ ଲାଭକରି ଖୁସି ହେବେ । ଆନୁଷ୍ଠାନିକ କାମରେ ଠିକ୍ ପରାମର୍ଶ ଦେଇ ଆଦର,ସମ୍ମାନ ଓ ପ୍ରଶଂସା ପାଇବେ ।

ଆଦ୍ରା- ରାଜନୈତିକ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି ସାଧାରଣ ଲୋକ ସମ୍ପର୍କ ବୃଦ୍ଧି ହେବା ଯୋଗେ ବିଜୟୀ ହେବେ । ମନୋରଞନ କାର୍ଯ୍ୟରେ ବା କଳାସଙ୍ଗୀତ ଓ ନୃତ୍ୟଗୀତରେ ମଜ୍ଜି ରହିବେ । ନୂଆ ଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରିତ କରିବେ ।

ପୁନର୍ବସୁ- ପୈତୃକ ସମ୍ପତ୍ତି ପାଇଁ ଲାଗିରହିଥିବା ସମସ୍ୟାରୁ ମୁକ୍ତ ହେବେ । ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳିବା ଉଚିତ୍ । ସାମ୍ବାଦିକ ମାନେ ନିଜ କାର‌୍ୟ୍ୟରେ କୃତିତ୍ୱ ଲାଭ କରିବେ । ବିଦ୍ୟା କ୍ଷେତ୍ରରେ ଉନ୍ନତି କରିବେ ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫

ପ୍ରତିକାର – ମା ବିରଜାଙ୍କର ଆରଧନା କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :