• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12 September 2023: ଏହି ରାଶିର ବ୍ୟକ୍ତି ପ୍ରେମରେ ସଫଳତା ଲାଭ କରିବେ

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ମଙ୍ଗଳବାର । ଚନ୍ଦ୍ର – କର୍କଟ ରାତ୍ରି ୧୧.୦୧ ଗତେ ସିଂହ । ତିଥି – ୧୩ଶୀ ରାତ୍ରି ୦୨.୨୧ ଗତେ ୧୪ଶୀ । ଘାତ ଚନ୍ଦ୍ର – ରାତ୍ରି ୧୧.୦୧ ଗତେ କର୍କ୍ରଟ ଓ ମକର । ଘାତ ବାର – ମକର ପୁଷ୍କର ଦୋଷ – ୧ ପାଦ-କୃଷିହାନି-ଭୂମିଦାନ ।

Virgo

କନ୍ୟା

Tuesday 12 Sep 2023

ଉ- ଫାଲ୍‌ଗୁନୀ- ପରିବହନ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ । ପରିବାରରେ କାହାର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବାର ସୂଚନା ରହିଛି । ପୂର୍ବ ଯୋଜନା ଅନୁଯାୟୀ କର୍ମରେ ନିଯୁକ୍ତ ହେବେ ଏବଂ ସଫଳତା ଅବଶ୍ୟ ପାଇବେ ।

ହସ୍ତା- ରାଜନୀତିରେ ବିରୋଧିଙ୍କ ପ୍ରତି ସାବଧାନ ରୁହନ୍ତୁ । ସଭା ସମିତି ପ୍ରଭୁତିରୁ ଅଶ୍ୱସ୍ଥି ଲାଭ କରିବେ । ସାମ୍ବାଦିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ମାନଙ୍କ ପାଇଁ ଭଲ ସମୟ ଆସିପାରେ ।୧

ଚିତ୍ରା- କଚେରୀ ମାମଲା ମାନସିକ ସ୍ଥିତିକୁ ବିଗାଡି ଦେଇପାରେ । ଛାତ୍ରଛାତ୍ରୀ ମାନେ ପାଠ ପଢାରେ ଅନ୍ୟମନସ୍କ ହୋଇ ପାରନ୍ତି । ଅଧା ଅଧୁରା କାର୍ଯ୍ୟ ପୂରଣ ହୋଇଯିବ ।

ପ୍ରତିକାର - ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :