ସୌର ମେଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୦୯ ତାରିଖ ଗୁରୁବାର। ଚନ୍ଦ୍ର- ବୃଷ ଅହୋରାତ୍ର। ତିଥି- ପ୍ରତିପଦ ପ୍ରାତଃ ୦୬.୨୧ ଗତେ ୨ୟା ରାତ୍ରି ୦୪.୧୮ ଗତେ।। ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର।
ଧନିଷ୍ଠା - ଶାରିରୀକ ଓ ମାନସିକ ସ୍ତରରେ ଉନ୍ନତି ଆସିବ । ଅଫିସରେ ନୂଆ ସମ୍ପର୍କ ସୃଷ୍ଟି ହେବ। ପାରିବାରିକ ଶାନ୍ତି ବୃଦ୍ଧି ପାଇବ ଏବଂ ସମସ୍ତ କାର୍ୟ୍ୟ ଶୁଭପ୍ରଦ ହେବ ।
ଶତଭିଷା- ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଘଟିବ । ରାଜନୀତି ବିବାଦରେ ବିଜୟ ଲାଭରୁ ମନବଳ ବୃଦ୍ଧି ପାଇବ । ଶିକ୍ଷାର୍ଥୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।
ପୂ, ଭାଦ୍ରପଦ- ଠିକ୍ ସମୟରେ ଉଚିତ୍ ପଦକ୍ଷେପ ନେବେ । ଖୋଳାଳି ମାନେ ଉତ୍ତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ମହିଳାମାନେ ପୂରାତନ ରୋଗର ପୀଡା ଅନୁଭବ କରିବେ ।
ପ୍ରତିକାର – ରାହୁଙ୍କର ମନ୍ତ୍ର ପାଠ କରି ଦିନ ଆରମ୍ଭ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮